Bidulata Sahoo

Tragedy

4  

Bidulata Sahoo

Tragedy

ତାରତମ୍ୟ

ତାରତମ୍ୟ

2 mins
472


ପୁରୀ ଜିଲ୍ଲାର ଏକ ନିପଟ ମଫସଲ ଗାଁ ରେ ଏକ ଯୌଥ ପରିବାରରେ ମୋର ଜନ୍ମ । ଘରେ ବାପା, ଦାଦା ଦୁଇ ଭାଇ । ଆମେ ଚାରି ଭଉଣୀ ଓ ଦୁଇ ଭାଇ । ଦାଦା ଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ।ଆଉ ଜେଜେମା ଏପରି ଚଉଦ ଜଣଙ୍କୁ ନେଇ ଆମ ପରିବାର ।


ମୋ ଦାଦା ଙ୍କର ପୁଅ ଦିପୁ ପ୍ରାୟ ମୋ ବୟସର । ଆମେ ଦୁଇଜଣ ଏକା ଶ୍ରେଣୀ ରେ ପଢୁ ।ଉଭୟେ ମାଟ୍ରିକ ପରୀକ୍ଷା ଦେଲୁ ।ଫଳ ବାହାରିଲା । ଆମେ ଦୁହେଁ ପ୍ରଥମ ଶ୍ରେଣୀରେ ପାସ୍ କ୍ରରିଥିଲୁ । ମୁଁ ତା ଠାରୁ ଦଶ ନମ୍ବର ଅଧିକ ରଖିଥାଏ । କିନ୍ତୁ ଘରେ ଠିକ୍ କଲେ ସେ ଯେହେତୁ ପୁଅଟେ ସେ ଅଧିକ ପଢିଲେ ଘର ର ସମ୍ମାନ ବଢିବ । ମୁଁ ତ ଝିଅଟେ ।ପର ଘରକୁ ଯିବି । ତେଣୁ ମୋପାଇଁ ପାଠ ଏତେ ଜରୁରୀ ନୁହେଁ ।ମୋ ପାଠ ସେତିକିରେ ବନ୍ଦ କରାଯିବ ।

 


ମୁଁ ଯେତେବେଳେ ଏ କଥା ଶୁଣିଲି କାନ୍ଦି କାନ୍ଦି ସାରା ଦିନ ଉପାସ ରହିଲି । ତା ପରେ ବାପା କହିଲେ ହଉ ସେ ଦୁହେଁ ତାହେଲେ ପଢନ୍ତୁ । ତାପରେ ଆମ ଦୁହିଁଙ୍କ ନାମ କଲେଜରେ ବିଜ୍ଞାନ ବିଭାଗରେ ଲେଖାଗଲା ।

ଏଥରବି ଫଳବା‌ହାରିଲା ବେଳକୁ ଉଭୟେ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲୁ । ମୁଁ ତା ଠାରୁ ସାତ ନମ୍ବର ଅଧିକ ରଖିଥାଏ ।


ଏଥର ଘରେ ନିଷ୍ପତ୍ତି ନିଆଗଲା ଯେଦିପୁ ଡାକ୍ତରୀ ପାଠ ପଢିବ । ମୁଁ ଏଥର ବି କାନ୍ଦିଲି,ଉପାସ ରହିଲି ଓ କହିଲି ମୁଁ ଦିପୁ ସହ ପଢିବି । କିନ୍ତୁ ଏଥର ମୋ କାନ୍ଦ କି ଉପବାସ କାହା ଉପରେ କିଛି ପ୍ରଭାବ ପକାଇଲାନାହିଁ |


ମୋ ଜେଜେମା କହିଲେ ଝିଅକୁ ଡାକ୍ତରାଣୀ କଲେ ତାପାଇଁସେମିତି ବର ଠିକ୍ କରିପାରିବୁତ ? କାହିଁକି ସେଥିରେ ପଶୁଛ ।ଝିଅଟା ପାଇଁ ଏତେ ଖର୍ଚ୍ଚ କରିବା କଣ ଦରକାର । ଜେଜେମା କଥା ରେ ସମସ୍ତେ ଏକମତ ହେଲେ । ମୋ ପାଠରେ ସେଇଠି ଡୋରି ଲାଗିଲା ।ଦିପୁ କଟକ ଯାଇ ସେଠାରେ ପଢ଼ାପଢ଼ି କଲା ଓ ଡାକ୍ତରୀ ପଢିବା ପାଇଁ ଯୋଗ୍ୟ ବିବେଚିତ ହେଲା ।


ମୁଁ ଘରେ ରହିଲି ।ଦିନେ ପେପର ରେ ଶିକ୍ଷକ ହେବାପାଇଁ C,Tଟ୍ରେନିଂବାହାରିଥିବା ଦେଖି ମୁଁ ଦରଖାସ୍ତ ପକାଇ ଟ୍ରେନିଂ ପାଇଁ ଯୋଗ୍ୟ ବିବେଚିତ ହେଲି ଓ ଟ୍ରେନିଂ ନେବାପରେ ଶିକ୍ଷୟିତ୍ରୀ ଭାବେ ସ୍କୁଲରେ ଯୋଗଦେଲି ।


ଏହା ଭିତରେ ଅନେକ ବର୍ଷ ବିତିଗଲାଣି । ମୁଁ ବିବାହ କରି ଛୁଆପିଲା ର ମା ହୋଇ ଏବେ ଜେଜେମା ହେଲାଣି । ଚାକିରି ରୁ ଅବସର ବି ନେଇ ସାରିଲାଣି ।


କିନ୍ତୁ ଏବେ ବି ମୁଁ ବନ୍ଧୁ ମାନଙ୍କ ସହ କଥାହେଲାବେଳେ କୁହେ ମୁଁ ବି ଦିପୁ ପରି ଜଣେ ଡାକ୍ତର ହୋଇ ପାରିଥାଆନ୍ତି । କିନ୍ତୁ ମୋତେ ଘରେ ପଢେଇଲେନି ବୋଲି ମୁଁ ଆଜି ଡାକ୍ତରାଣୀ ହେବାରୁ ବଞ୍ଚିତ ହେଲି ।


ଏବେ ବି ମୁଁ ନିଜ କୁ ଜଣେ ଶିକ୍ଷୟିତ୍ରୀ ବୋଲି କହିବା ଅପେକ୍ଷା ମୁଁ ସପୋର୍ଟ ପାଇଥିଲେ ଜଣେ ଡାକ୍ତରାଣୀ ହୋଇ ପାରିଥାନ୍ତି ବୋଲି କହିବାରେ ଅଧିକ ଆତ୍ମତୃପ୍ତି ଲାଭକରେ ।


ଏହେଲା ମୋ ଜୀବନ ର ଏକ ବଡ ଅବଶୋଷ ।ଝିଅଟେ ବୋଲି ମୋପରି କେହି ଅବହେଳିତ ନହୁଅନ୍ତୁ ।ମୋର ଯାହା କହିବାର ଥିଲା ତାହା ମୁଁ ଆଜି ଏଇ ଗପ ମାଧ୍ୟମରେ ସମସ୍ତ ଙ୍କୁ ଜଣାଇଦେଲି ଓ ସବୁ ଅଭିଭାବକ ଙ୍କୁ ଅନୁରୋଧ କରୁଛି ସେମାନେ ପୁଅଝିଅ ଭିତରେ ଏ ତାରତମ୍ୟ ନରଖନ୍ତୁ ।


Rate this content
Log in

Similar oriya story from Tragedy