Satyabati Swain

Thriller Others

4.5  

Satyabati Swain

Thriller Others

ହମିଙ୍ଗ୍ ବାର୍ଡ

ହମିଙ୍ଗ୍ ବାର୍ଡ

9 mins
322


ହମିଙ୍ଗ୍ ବାର୍ଡ


ମମା ! ମୁଁ କିଏ?


ଇଏ କି ପ୍ରଶ୍ନ !


ପ୍ଲିଜ଼ କୁହନା ମମା ମୁଁ କିଏ?


ତୁ ଆମ ଝିଅ।


ନା କେବଳ ତୁମ ଝିଅ ମମା ।


ହଁ ତ ମୋ ଝିଅ , ଏଥିରେ ସନ୍ଦେହ ଅଛି ନା କଣ?


କିନ୍ତୁ ନିର୍ମାଲ୍ୟ ମହାନ୍ତି ମୋ ପାପା ନୁହଁନ୍ତି।


ସୋନା ! ଏମିତି କୁହନ୍ତି।ପାପା ଶୁଣିଲେ ମନ ଦୁଃଖ କରିବେ।


ପାପା ମନ ଦୁଃଖ କରନ୍ତୁ ମୁଁ ଚାହେଁନି କିନ୍ତୁ ନିର୍ମାଲ୍ୟ ମହାନ୍ତି ମୋ ପାପା କି ନୁହନ୍ତି କି ନୁହେଁ ଏତକ ମୋର ଜାଣିବାର ଅଛି।


ଦେଖତ ଏ ଫୋଟୋ।ଏଇଟା ସେଇ ତାଜା ଉପର ବାକ୍ସରୁ ପାଇଛି।ନାଲି ପାଟ ଓ ଗୋଲଡ଼ନ୍ କଲର୍ ସାଲୱାର୍ ପଞ୍ଜାବୀ ବି ସାଇତା ହୋଇ ରହିଛି।ତା ତଳେ ଏ ଫଟୋ ଥିଲା।ଫୋଟୋରେ ତୁମ ସହିତ ଏ କିଏ? ତୁମ ମ୍ୟାରେଜ୍ ଫୋଟୋ ନା ଇଏ?ଇଏ କଣ ମୋ ପାପା ? ମୋ ପାପା କି ସୁନ୍ଦର! ହିରୋ ପରି ଦେଖା ଯାଉଛନ୍ତି।


ବିସ୍ମୟ ହୋଇ ଚାହିଁଲେ ନିଷ୍ଠା ସୋନାକୁ।


ଏସବୁ ଆଜି କାହିଁକି ସୋନା?


ହଁ ଜାଣିବାର ଅଛି। କେବଳ ତୁମ ମନମାନି ପାଇଁ ଆଜି ମୋ ବଏ ଫ୍ରେଣ୍ଡ୍ ଫାଲ୍ଗୁନିର ମମ୍ ମୋତେ ଅପମାନିତ କରିଛନ୍ତି।


ମୋ ମନମାନି ! ତୋର ପୁଣି ବଏ ଫ୍ରେଣ୍ଡ୍ ! କଣ କହୁଛୁ ସୋନା !


ଆଇ ଆମ୍ ରନିଂ ଟୁଏଲଭ୍ ମମା।ନାଓ ଆମ୍ ଏ ଗ୍ରୋନ୍ ଅଫ୍ ଗାର୍ଲ।


ଜାଣିଛ ମମା ଫାଲ୍ଗୁନି ମମ୍ କହୁଥିଲେ ଯାହାଙ୍କୁ ମୁଁ ପାପା ଡାକୁଛି ସେ କୁଆଡେ ମୋ ପାପା ନୁହଁନ୍ତି ? ତୁମରି ଜିଦି ପାଇଁ ମୋ ନିଜ ପାପା ଆମକୁ କୁଆଡେ ଛାଡି ଦେଇଛନ୍ତି?


ସୋନା ତୁ ...


ସରି ମମା ସତ କଣ ଜାଣିବାକୁ ଚାହେଁ।ଯାହାଙ୍କୁ ମୁଁ ଆଜିଯାଏ ପାପା କହି ଆସୁଛି ସେ ସତରେ କଣ ମୋ ପାପା ନୁହନ୍ତି?


ସୋନା !!


ପ୍ଲିଜ୍ ମମା କୁହ ସତ କଣ?


ତୋର ନିହାତି ଜାଣିବାର ଅଛି ଯଦି ତେବେ ଶୁଣ୍ ତୋ ଜନ୍ମିତ ପାପା ନିର୍ମାଲ୍ୟ ନୁହଁନ୍ତି।କିନ୍ତୁ କହତ ଏ ଦେଵତୁଲ୍ୟ ମଣିଷ କେବେ ତୋତେ ଜାଣିବାର ସୁଯୋଗ ଦେଇଛନ୍ତି କି ତୁ ତାଙ୍କ ନିଜ ଝିଅ ନୋହୁଁ?


ମମା !! ମୁଁ ସେ କଥା କେତେ ବେଳେ କହିଲି ! ମୋ କେବଳ ମୋ ନିଜ ପାପା କିଏ ଜାଣିବାର ଅଛି।


ସୋନା ଏହା ପଛର ସତ କଣ ତୁ ଜାଣୁ !ତୋ କୋମଳ ପ୍ରାଣରେ ଆଘାତ ନହେଉ ବୋଲି ଅନେକ କଥା ମୁଁ ଗୋପନ ରଖିଥିଲି।ଭାବିଥିଲି ତୁ ବଡ଼ ହେଲେ ଆପେ ସବୁ ବୁଝିଯିବୁ। ଆଜି ବୁଝୁଛି ମୁଁ ହିଁ ଭୁଲ୍ ଥିଲି।ସତ ସହ ତୋତେ ପ୍ରଥମରୁ ପରିଚିତ କରିବାର ଥିଲା।ନେ ତୋ ପାପାଙ୍କ ଠିକଣା।ଯା ତୋ ପାପାଙ୍କ ପାଖକୁ ତୁ ବଡ଼ ହୋଇଗଲୁଣି ନା ଏବେ ତୋ ଇଚ୍ଛା ଯେଉଁଠି ରହି ପାରୁ।


ମମା !


ଶୁଣିବୁ ତ ଶୁଣୁ।


ଆଲୋକ ସାମନ୍ତ ଓ ନିଷ୍ଠା ରାୟ ଦୁଇଟି ନା ନଥିଲେ ଆର୍ଟ କଲେଜରେ ବରଂ ଥିଲେ ଦୁଇ ଜଣ ସୁନ୍ଦର ପ୍ରେମ ପକ୍ଷୀ ହଳେ । ମୋତେ ଆଲୋକ ତଥା ସାରା କଲେଜ ଡାକନ୍ତି ହମିଙ୍ଗ୍ ବାର୍ଡ ଆଉ ଆଲୋକଙ୍କୁ ଡାକନ୍ତି ସୁର୍ ସମ୍ରାଟ ତାନ୍ସେନ୍। ମୁଁ ଗୀତ ଗାଇବା ଓ ଶାସ୍ତ୍ରୀୟ ନୃତ୍ୟ ନିପୁଣା ଇଣ୍ଟର ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ପଦକ ଧାରୀ ଏବଂ ଆଲୋକ ମିୟୁଜିକ୍ ରେ ଦି ବେଷ୍ଟ୍

ଥିଲେ। ଆଲୋକଙ୍କ ମିୟୁଜିକ୍ ତାଳେ ତାଳେ ମୁଁ ଯେତେ ବେଳେ ଶାସ୍ତ୍ରୀୟ ନୃତ୍ୟ ଭିତରେ ନିଜ ଅସ୍ତିତ୍ୱ ହଜାଏ

 ,ସେଠି କେବଳ ଆଲୋକଙ୍କୁ ହିଁ ପାଏ।ଆଲୋକ ବିନା ନିଷ୍ଠା ଓ ନିଷ୍ଠା ବିନା ଆଲୋକ ଅଧୁରା,ଅପୂର୍ଣ୍ଣ, ଅସମାପ୍ତ ଯେମିତି ଲାଗୁଥିଲେ।


ଆଲୋକ ଓ ନିଷ୍ଠା ନାମ ପରିବର୍ତ୍ତେ ଆମେ ସଭିଙ୍କ ହମିଙ୍ଗ୍ ବାର୍ଡ ଓ ତାନ୍ସେନ୍ ହୋଇ ଯାଇଥିଲୁ।ଏଇ ନାଁ ରେ ଆମେ ପରସ୍ପରକୁ ସମ୍ବୋଧନ କରୁଥିଲୁ ନିଜ ପ୍ରକୃତ ନାଁ କୁ ଭୁଲି।


ପ୍ରଥମେ ଆମେ ଲିଙ୍ଗ ହିଁନ ନିବିଡ ବନ୍ଧୁ ଭାବେ ଥିଲୁ।ଆସ୍ତେ ଆସ୍ତେ ଏ ବନ୍ଧୁତ୍ୱ ଆମ ଭିତରେ ପ୍ରେମର ମଞ୍ଜି ପୋତୁଥିଲା।ଧୀରେ ଧୀରେ ମଞ୍ଜିଟି ବଡ଼ ହୋଇ ଶାଖା ପ୍ରଶାଖା ମେଳିଲା।କିନ୍ତୁ ବାସ୍ତବରେ ଜାଣି ନଥିଲୁ ପରସ୍ପର ପ୍ରତି ଯତ୍ନଶୀଳ ହେବା, ସଫଳତା ପାଇଁ ଲାଗି ପଡିବାକୁ ପ୍ରେମ କୁହନ୍ତି ବୋଲି।


ପଢା ସରିବା ପରେ ଆମେ ଗୋଟେ ମେଲୋଡି ପାର୍ଟି ଗଢ଼ି ପ୍ରଥମେ ଫ୍ରି ଷ୍ଟେଜ ସୋ କଲୁ।ଲୋକେ ଆମ ପରଫର୍ମାସ ଦେଖି ବହୁତ ପସନ୍ଦ କଲେ।ଆସ୍ତେ ଆସ୍ତେ ଆମ ପାଖକୁ କଲ୍ ଆସିଲା। ଆମେ ଦିନକୁ ଦିନ ପ୍ରସିଦ୍ଧ ପାଇଥିଲୁ।ଅର୍ଥ ରୋଜଗାର ଖୁବ୍ ହେଲା।ଆମ ପାର୍ଟିଟିର ନାମ ହେଲା "ହମିଙ୍ଗ ବାର୍ଡ ସୁର୍ ସଙ୍ଗମ"। ହମିଙ୍ଗ ବାର୍ଡ ଶିଖରର ଛୁଉଁଥିଲା ଦିନୁ ଦିନୁ। ଗୀତ ଗାଇବା ସହ ଆମେ ଦୁହେଁ ଯେତେବେଳେ ଡ୍ୟାନ୍ସ କରୁ ଦର୍ଶକ ବିମୋହିତ ହୋଇଯାଆନ୍ତି । ହମିଙ୍ଗ ବାର୍ଡ ସାରା ଦେଶରେ ଚହଳ ପକାଇଲା। ଏପରିକି ଆନ୍ତରାଜ୍ୟ ପ୍ରୋଗ୍ରାମ କରିବା ଲକ୍ଷ୍ୟରେ ଆମେ ଆଗଉଥିଲୁ।


ଥରେ ହସି ହସି ତାନ୍ସେନ୍ ମୋତେ କହିଲେ ହମିଙ୍ଗବାର୍ଡ ତୁମେ ମୋ ପାଇଁ ଖୁବ୍ ଲକି।ଦେଖତ ସୁପରଷ୍ଟାର ମାନ୍ୟତା ପାଇଲୁଣି ଆମେ।କେତେ ଆଉ ଅଲଗା ରୁମ୍ ରେ ରହିବା।ଚାଲ ଆମେ ମ୍ୟାରେଜ୍ କରିଯିବା।


ମ୍ୟାରେଜ୍ !ମୁଁ ଟିକେ ଫୁଲେଇ ହୋଇ ନଜାଣିଲା ପରି କହିଲି।କଣ ଏକା ଏକା ଆଉ ରହି ପାରୁନାହାନ୍ତି ହମିଙ୍ଗ ବାର୍ଡସୁର୍ ସଙ୍ଗମ ର ପ୍ରତିଷ୍ଠାତା ବ୍ରାଡ ଆମ୍ବାସାଡ଼ାର୍ ସୁର୍ ସମ୍ରାଟ ତାନ୍ସେନ୍ ?


ଦୁଷ୍ଟାମୀ କରି ପ୍ରଥମ ଥର ତାନ୍ସେନ ମୋତେ ଗୋଟେ ଟାଇଟ୍ ହଗ୍ ଦେଇ କହିଲେ, ତୁମର ଇଚ୍ଛା ହେଉନି ଆମେ ଗୋଟିଏ ରୁମ୍,ଗୋଟିଏ ବେଡ୍ ଓ ଗୋଟିଏ ଶରୀର ହୋଇ ଯିବାକୁ?


ପ୍ରେମ କରୁଥିଲୁ ସତ ସୀମା ରେଖା ଡେଇଁ ନଥିଲୁ କେବେ।ଖୋଲି କହି ନଥିଲୁ ପରସ୍ପରକୁ ପ୍ରେମ କରୁ ବୋଲି।ପ୍ରଥମ ଥର ତାନ୍ସେନ୍ଙ୍କର ହଗ୍ ମୋ ଭିତରେ ବିସ୍ଫୋରଣ ସୃଷ୍ଟି କଲା।ତାଙ୍କ ତତଲା ନିଃଶ୍ବାସ, ଦେହର ଗନ୍ଧ ମୋତେ ବେକାବୁ କରିଦେଲେ।ମୁଁ ଆଖିବୁଜି କିଛି କ୍ଷଣ ତାଙ୍କ ଛାତି ସ୍ପନ୍ଦନ ମୋ ଛାତି ଭିତରେ ଧକ୍ ଧକ୍ କରିବାର୍ ଅନୁଭବ କଲି।ପ୍ରଥମ ସ୍ପର୍ଶ ର ବିଚିତ୍ର ଅନୁଭବ ଶରୀର ଭିତରେ ଶିହରଣ ସୃଷ୍ଟି କଲା।ଅଣାୟତ ହେଲା ମନ।ତାପରେ ଉଭୟେ ଘରେ ଜଣାଇଁ ମ୍ୟାରେଜ୍ କରିନେଲୁ।ହମିଙ୍ଗବାର୍ଡ ୱେଡ଼ସ୍ ତାନ୍ସେନ ବିବାହ ପାର୍ଟି ରେ ସାରା ସହର ଝୁମିଲା।


ମ୍ୟାରେଜ୍ ପରେ ମୋର ଗ୍ଲୋ ଯେପରି ଦୁଇଗୁଣ ହୋଇଗଲା। ଯୁବ ବର୍ଗ ପାଗଳ ହୋଇଗଲେ ମୋ ଗୀତ ଓ ଡ୍ୟାନ୍ସ ଦେଖିବାକୁ।ହମିଙ୍ଗ ବାର୍ଡ ଓ ତାନ୍ସେନ୍ ଷ୍ଟେଜ୍ ରେ ଠିଆ ହୋଇଗଲେ ପଇସା ଉଠିଗଲା ବୋଲି ଦର୍ଶକ କହୁଥିଲେ।ଡିମାଣ୍ଡ ସହ ଅର୍ଥର ସୁଅ ଛୁଟିଲା ହମିଙ୍ଗବାର୍ଡ ସୁର୍ ସଙ୍ଗମ ମେଲୋଡି ପାର୍ଟିକୁ।ବହୁତ ଖୁସିଥିଲୁ ଆମେ।ଭୁବନେଶ୍ବରରେ ତିନି ମହଲା ବିଶିଷ୍ଟ ଫ୍ଲାଟଟିଏ ବି କିଣିଲୁ କିଛି ଲୋନ୍ ଆଣି।ଆମ ପାର୍ଟି ସଦସ୍ୟଙ୍କ ସଂଖ୍ୟା ସାତରୁ ବଢି ତିରିଶି ରେ ପହଞ୍ଚିଥିଲା।ଏମାନଙ୍କୁ ଦୁଇଟି ମହଲାରେ ରଖାଗଲା।ତୃତୀୟ ମହଲାରେ ରହିଲୁ ଆମେ ନିଜ ଘର କରି। ଭିନ୍ନ ଭିନ୍ନ ସ୍ଥାନରେ ଆମେ ଏକା ଦିନ ପାଞ୍ଚ ଛଅଟି ସୋ କରି ପାରିଲୁ ସସଦ୍ୟଙ୍କୁ ବାଣ୍ଟି।


ପ୍ରଶଂସା, ପ୍ରତିଷ୍ଠା ଓ ପଇସା ଅଜାଡି ହୋଇ ପଡ଼ିଲା ଆମ ଉପରେ।ଅତି ବଡ଼ ବଡ଼ ଷ୍ଟେଜ୍ ରେ ତନ୍ସେନ୍ ଓ ମୁଁ ଷ୍ଟେଜ୍ ସୋ କଲୁ।


ବହୁତ ଖୁସିରେ ଥିଲୁ ଆମେ ନିଜ ପ୍ରତିଭାକୁ ଉପଯୋଗ କରି। ମାତ୍ର ହଠାତ ଗୋଟିଏ ଘଟଣା ଆମ ଜୀବନର ଗତି ପଥ ବଦଳେଇ ଦେଲା।


ମ୍ୟାରେଜର ଦୁଇ ବର୍ଷ ପରେ ଦିନେ ଷ୍ଟେଜ ସୋ ରେ ଗୀତ ଗାଇ ନାଚିବା ବେଳେ ହଠାତ ମୁଁ ପଡି ବେହୋସ୍ ହୋଇ ଗଲି।


ତୁରନ୍ତ ମୋତେ ହସ୍ପିଟାଲକୁ ନିଆଗଲା।ଡାକ୍ତର

ଘୋଷଣା କଲେ ମୁଁ ମା ହେବାକୁ ଯାଉଛି।


ଓଃ ସେଦିନ ଖୁସିରେ ତା ନ୍ସେନ୍କୁ ଜାବୁଡି ଧରି ଘେରାଏ ଭୁଲିଗଲି ଓ କହିଲି ," ମୁଁ ମା ଓ ତୁମେ ପାପା ହେବାକୁ ଯାଉଛ, ବୁଝି ପାରୁଛ।ଜୁନିଅର ହମିଙ୍ଗବାର୍ଡ କିମ୍ବା ତା ନ୍ସେନ୍ଟିଏ ଆସିବେ।


ପାର୍ଟିର ସବୁ ସଦସ୍ୟ ଖୁବ୍ ଖୁସିଥିଲେ ଏକା ତାନ୍ସେ

ନ୍ଙ୍କୁ ଛାଡି।ସେ କୃତିମ ହସୁଥିଲେ ସତ ଭିତରେ ଖୁବ୍ ଗମ୍ଭୀର ହେବା ପରି ଅନୁଭବ ହେଉଥିଲା।


ଡାକ୍ତର କହିଲେ , ଏଣିକି ମୋର ବିଶ୍ରାମ ଦରକାର।ପ୍ରେଗେନ୍ସି ସମୟରେ ଗୀତ ନାଚ ପୁରା ବନ୍ଦ।କାରଣ ଇଣ୍ଟରନାଲ୍ କିଛି ପ୍ରୋବ୍ଲେମ୍ ମୋର ଥିଲା।


ତାନ୍ସେନ୍ ଏହା ପରେ ମୋତେ କହିଲେ,ହମିଙ୍ଗବାର୍ଡ! ନିଶ୍ଚିନ୍ତ ଖୁସି ଯେ ମୁଁ ବାପା ହେବାକୁ ଯାଉଛି।କିନ୍ତୁ ଆଉ ଦୁଇ ତିନି ବର୍ଷ ପରେ ଏ ପ୍ଲାନିଂ ଟି କରିଥିଲେ ଭଲ

ହୋଇଥାନ୍ତା। ଲୋନ୍ ଶୁଝିବାର ଅଛି। ତୁମ ବିନା ମେଲୋଡି କଣ ସମ୍ଭବ।ମୁଁ କଣ କହୁଥିଲି କି ଏ ନ ଚାହୁଁଥିବା ପିଲାଟିକୁ ଆବର୍ସନ କରିଦେଲେ କେମିତି ହୁଅନ୍ତା ? ସତରେ ଏବେ ମୁଁ ପିଲା ଚାହୁଁନି।ସେତିକି ଦୃଢ଼ ହୋଇନି ଆମ ସ୍ଥିତି।


କାବା ହୋଇଗଲି ତା ନ୍ସେନ୍ଙ୍କ ଏ ଅବାଞ୍ଚିତ ପ୍ରସ୍ତାବ ଶୁଣି। କିଛି ନ କହି ଉଠିଗଲି ବାଲ୍କୋନିକୁ।


ତାନ୍ସେନ୍ ମୋ ପଛେ ପଛେ ଯାଇ କହିଲେ, ପ୍ଲିଜ୍ ଭାଵ ଥରେ ମୋ କହିବା କଥା ଉପରେ।ଏଇଟି ପିଲା କରିବା ସମୟ ନୁହେଁ ଆମର।ଯେତେବେଳେ ଚାହିଁଲେ ବି ଆମେ ପିଲା କରିପାରିବା ହମିଙ୍ଗବାର୍ଡ।ଏବେ କ୍ୟାରି

ଅର୍ ରୋଜଗାର, ନାଁ,ଖ୍ୟାତି କମାଇଁବାର ସମୟ।ପିଲା କଣ ହେବ ଏବେ।ପରେ ଦେଖିବା।


ଆଶ୍ଚର୍ଯ୍ୟ ଓ ବିସ୍ମୟ ହେଲି ତାନ୍ସେନ୍ଙ୍କ ଏପରି କୁତ୍ସିତ ମନୋବୃତ୍ତି କଥା ଶୁଣି।


ପ୍ରଥମ ଗର୍ଭ ନଷ୍ଟ କଲା ପରେ ମୁଁ ଯଦି ଆଉ କେବେ ମା ହୋଇ ନ ପାରେ ...


ଓଃ କମ୍ ଅନ୍ କଣ ସେପରି ଟିପିକାଲୄ ଅଶିକ୍ଷିତ ଲେଡି ପରି ମା ହେବାକୁ ଚାହୁଁଛ।ମୁଁ ପାସ୍ ପୋର୍ଟ ଓ ଭିସା ଯୋଗାଡ଼ କରି ସାରିଛି।ଆସନ୍ତା ମାସରେ ଆମେ ପ୍ୟାରିସ, ଜର୍ମାନ, ଆମେରିକାରେ ସୋ କରିବାକୁ ଯିବା।କେତେ ଦିନର ସାଇତା ସ୍ୱପ୍ନ ଏ ପିଲା ପାଇଁ ପାଣି ଫୋଟକା ପରି ମିଳେଇ ଯାଉ ମୁଁ ଏହା ଚାହେଁନି।ନିଜ ଇଚ୍ଛାରେ ଆବର୍ସନ କରିବ ତ ଭଲ।ନଚେତ ବାଧ୍ୟ କରି ତୁମକୁ ଆବର୍ସନ କରିବାକୁ ନିଆ ଯିବ।


କଣ ମୋ ଇଚ୍ଛା ବିରୁଦ୍ଧରେ ?


ତୁମେ ଯାହା ଭାବିପାର।


 ବୁଝିବାକୁ ଚେଷ୍ଟା କର ତାନ୍ସେନ୍ ଏ ଆମ ପ୍ରେମର ପ୍ରଥମ ସନ୍ତାନ।ତାଛଡା ଏକ ମାସର ଭୃଣର ଦୋଷ କଣ ? ସେ କାଇଁକି ଦୁନିଆଁ ଆଲୋକ ଦେଖିବନି!!


ଓଃ..କହିଲି ତ ଏତେ ଇମୋସନାଲ ଫୁଲ ହୁଅନି। ମା ହେଲେ ଜାଣିଛ ତୁମ ଫିଗର୍ ବିଗିଡି ଯିବ।ଦର୍ଶକ କଣ ମିଛରେ ଟଙ୍କା ଫିଙ୍ଗୁଛନ୍ତି।ସେ ତୁମ ସୌନ୍ଦର୍ଯ୍ୟ ପାଇଁ ପଇସା ଦେଉଛନ୍ତି।ସେତିକ ନ ରହିଲେ ଆମ ପାର୍ଟି ଚାଲିବତ !


ତା ଅର୍ଥ ତୁମେ ମୋ ସୌନ୍ଦର୍ଯ୍ୟର ସଉଦା କରୁଛ ?


ବାଜେ କଥା ଛାଡ।ଡ଼ଃ ରଥଙ୍କ ସହ କଥା ହୋଇଛି ଓ କାଲି ଡେଟ୍ ଦେଇଛନ୍ତି ଆବର୍ସନ କରିବେ।ରେଡି ଥିବ ଠିକ୍ ସକାଳ ଆଠଟାକୁ।


ମୋତେ ଅଦ୍ଭୁତ ଅପରିଚିତ ଲାଗିଲେ ତାନ୍ସେନ୍।ମୋ ଦେହ ଓ ଗଳା ସଉଦା କରିବା ପାଇଁ ସେ ମୋତେ ମ୍ୟାରେଜ୍ କରିଛନ୍ତି ଭାବିଲା ବେଳକୁ ମୋ ମନ ବିଷେଇ ଉଠିଲା।ଜୀବନରେ ଠକି ଗଲି ମୁଁ।ମଣିଷ ଚିହ୍ନି ପାରି

ଲିନି। କି ଭୟଙ୍କର ଛଦ୍ମବେଶୀ ମଣିଷ ଏ ତାନ୍ସେନ୍ !


ସରି ତାନ୍ସେନ୍ ତୁମର ଏ ପ୍ରସ୍ତାବରେ ମୁଁ ରାଜି ନୁହେଁ।ମୁଁ ମା ହେବାକୁ ଚାହେଁ। ଏ ମୋର ପ୍ରଥମ ପିଲା।ମୋ ସ୍ଵାର୍ଥ ପାଇଁ ମୁଁ ଏହାକୁ ହତ୍ୟା କରିବି ! ନୋ ୱେ।ତାଛଡା ନାଚି ସିନା ପାରିବିନି,ଗାଇ ତ ପାରିବି।ତୁମେ ଶିବାନୀ, ପିହୁ, ଜୁରୀ, ଆଶ୍ରା କି ଉର୍ବଶୀ ସହ ଡ୍ୟାନ୍ସ କରି ପାରିବ।


ଦର୍ଶକ କିନ୍ତୁ ଆମ ଯୋଡ଼ିଙ୍କୁ ଖୁବ୍ ପସନ୍ଦ କରନ୍ତି ଯେ ।


ଆସ୍ତେ ଆସ୍ତେ ତୁମ ସହ ଅନ୍ୟଙ୍କୁ ବି ଗ୍ରହଣ କରିନେବେ ବ୍ୟସ୍ତ ହୁଅନି।ସବୁ ଠିକ୍ ହୋଇ ଯିବ।


ଷ୍ଟପ୍ ଇଟ୍। ମୁଁ ତୁମ ସଜେସନ୍ ଚାହୁଁନି। ମୋର ବିଦେଶ ଗ୍ରସ୍ତ କରିବା କଥା ଠିକ୍ ହୋଇଛି ମାନେ ମୁଁ ଯିବା ଥୟ।


ଏହା ପରଠାରୁ ତା ନ୍ସେନ୍ ଓ ମୋ ଭିତରେ ଦୂରତା ଲମ୍ବି ଲମ୍ବି ଯାଉଥିଲା।ସତକୁ ସତ ଏକ ମାସ ପରେ ସେ ପିହୁକୁ ନେଇ ବିଦେଶରେ ପ୍ରୋଗ୍ରାମ କରିବାକୁ ଗଲେ।ତୁ ସେତେବେଳେକୁ ମୋ ଗର୍ଭରେ ମାତ୍ର ଦୁଇ ମାସର।ମୁଁ ଯିବାକୁ ବାହାରିବାରୁ ସେ କହିଲେ, ଏ ଦେଶରେ ରୁହ ଏବଂ ଯେତେ ଇଚ୍ଛା ସେତେ ପିଲା ଜନ୍ମ କର।ଏଠି ବହୁତ ଡାକ୍ତରଖାନା ଅଛି ପିଲା ଜନ୍ମ କରେଇ ଦେବାକୁ।ଆଉ ମଧ୍ୟ ତୁମ ପରି ଅସାମାନ୍ୟ ସୁନ୍ଦରୀ ପାଇଁ ପୁରୁଷର ଅଭାବ ହେବେନି। ପଡିରୁହ ଏଇଠି କ୍ୟାରିଅର ମର୍ଡର କରି ପିଲା ଜନ୍ମ କରିବାକୁ।


ମୁଁ ସ୍ଥାଣୁ ପାଲଟି ଯାଇଥିଲି ତାନ୍ସେଙ୍କ କଥା ଶୁଣି।ବାସ୍ ସେଇ ଯେ ଗଲେ ଆଉ ଦିନେ ମୁଁ କେମିତି ଅଛି, କଣ ଖାଉଛି, ମୋ କଥା କେହି ବୁଝିବାକୁ ଅଛନ୍ତି କି ନାହିଁ ଫୋନ୍ ରେ ବି ପଚାରି ନାହାନ୍ତି।ଯେଉଁ ସମୟରେ ତାଙ୍କ ଉପସ୍ଥିତି ମୁଁ ଅଧିକ ଖୋଜିଛି ସେ ସମୟରେ ସେ ବିଦେଶରେ ପିହୁ ସହ ମସ୍ତି ହେବାରେ ବ୍ୟସ୍ତ।


ତୁ ସିଜରିଆନ ହୋଇ ଜନ୍ମ ନେଲୁ।ପାଖରେ କେହି ନାହିଁ।ଅବସାଦ ଭିତରେ ଗତି କରି ଖୁବ୍ ଦୁର୍ବଳ ହୋଇ ଯାଇଥିଲି। ଆମ ମେଲୋଡି ପାର୍ଟିର ଶୁଭ୍ରା ମୋ କ୍ଲାସ ମେଣ୍ଟ ମୋ ଅବସ୍ଥା ପ୍ରତି ଦୟା କରି କେବଳ ଥିଲା।ପନ୍ଦର ଦିନ ପର୍ଯ୍ୟନ୍ତ ବେଡ୍ ରୁ ଉଠିବାର ବଳ ନଥିଲା ମୋ ଦେହରେ।


ତୁ ଜନ୍ମ ନେଲୁ ଶୁଣି ଥରେ ବି ତାନ୍ସେନ୍ ତୋତେ ଦେଖିବାକୁ ଆସିଲେ ନାହିଁ। ଯାହି କିଛି ସଞ୍ଚୟ ଥିଲା ସେତକ ସରି ଆସିଲା।ଘର ଲୋନ୍ କିସ୍ତି ବି ଦେଇ ହେଲାନି।ଶୁଣିଲି ବିଦେଶରୁ ଫେରି ତାନ୍ସେନ୍ ମୁମ୍ବେଇରେ ରହୁଛନ୍ତି।ସେଠାରେ ଥାଇ ଆମେ ରହୁଥିବା ଫ୍ଲାଟ ବି ବିକି ଦେଲେ ସେ।


ତୁ ମାତ୍ର ସାତ ମାସର ସେତେବେଳେକୁ।କୁଆଡେ ନେଇ ତୋତେ ଯିବି ର୍? ବାପା ମାଙ୍କ ପାଖକୁ ଫେରିଯିବାକୁ ମନ ବଳେଇଲା ନାହିଁ।କାରଣ ମୋ ପସନ୍ଦ ଅନୁଯାୟୀ ମ୍ୟାରେଜ୍ କରିଛି।ମୋତେ ଚେତେଇ ଥିଲେ ମୋ ବାପା ମା ଏତେ ବେଶୀ ବିଶ୍ବାସ ହୁଏତ ଦିନେ ବିଷ ହୋଇ

ପାରେ। ସତରେ ସେମାନଙ୍କ କଥା ସତ ହେଲା।


ଆଉ ଶାଶୁଘର!


ସେମାନେ କେହି ଲବ୍ ମ୍ୟାରେଜ୍ ବୋଲି ମୋତେ ଦୁଇ ଆଖିରେ ଦେଖି ପାରନ୍ତି ନାହିଁ।ଯିବି ତ କେଉଁଠିକୁ ଯିବି?


ଯାହାକୁ ତୁ ଏବେ ପାପା ଡାକୁଛୁ ସେଇ ନିର୍ମାଲ୍ୟ ବାବୁ ଘର ବିକ୍ରିଦିନ ତୋତେ କୋଳରେ ଧରି ଚୁପ୍ ହୋଇ ବସିଥିଲା ଵେଳେ ମୋତେ ନେଇ ତାଙ୍କ ଘରେ ଆଶ୍ରୟ ଦେଇଥିଲେ।ସ୍ତ୍ରୀ ତାଙ୍କର ବ୍ରେଷ୍ଟ କ୍ୟାନ୍ସର ପେସେଣ୍ଟ ଥିଲେ। ତାଙ୍କ ଦେଖା ଶୁଣା କରି ତୋତେ ମୁଁ ଦୁଇ ବର୍ଷର କଲି।ମୋ ଭାଗ୍ୟ ମୋତେ ଜଣେ ଷ୍ଟାରରୁ କେୟାର ଟେକର୍ କରିଦେଲା।ତୁ ଟିକେ ଠେକ ହେବାରୁ ମୁଁ ସଙ୍ଗୀତ ମହାବିଦ୍ୟାଳୟରେ ଜବ୍ କଲି।


ଥରେ ତାନ୍ସେନ୍ଙ୍କ ଆଡ୍ରେସ ପାଇଁ ମୁମ୍ବେଇ ତାଙ୍କ ପାଖକୁ ତୋତେ ନେଇ ଯାଇଥିଲି।ସେଠି ଯାହା ଦେଖିଲି ହୁଏତ ମୁଁ ବିଶ୍ବାସ କରିପାରୁ ନଥିଲି।ତାନ୍ସେନ୍ ଓ ପିହୁ ସ୍ୱାମୀ ସ୍ତ୍ରୀ ପରି ଲିଭ ଇ ନ୍ ରିଲେସନ୍ ରେ ରହୁଥିଲେ।ତୋତେ କି ମୋତେ ଘରେ ପୁରେଇ ଦେଲେନି।ଅପମାନିତ କରି ମୋତେ ଫେରେଇ ଦେଲେ। 


ତାନ୍ସେନ୍ ବିରକ୍ତି ଓ ଚଢା ଗଳାରେ କହିଲେ , ତୁମେ ଆଉ ମୋର ହମିଙ୍ଗ୍ ବାର୍ଡ ହୋଇ ରହିନାହିଁ। ସେ ଜାଗାରେ ପିହୁକି ବସାଇ ସାରିଲିଣି।ମା ହେବାକୁ ଚାହୁଁଥିଲ ତ ଏବେ ଭୋଗ। ଷ୍ଟାର ହୋଇଥିଲ ଏବେ ଚାକରାଣୀ ହୁଅ।


କିନ୍ତୁ ଏ ଝିଅ ଭବିଷ୍ୟତ କଣ ହେବ ତାନ୍ସେନ୍ !!


ସେ ଝିଅ ମୋର ନୁହେଁ,କେବଳ ତୁମର।ତା ବୋଝ ମୋ ଉପରେ ଲଦନି। ଦେଖ ପିହୁ ମୋ କଥା ମାନୁଛି ଏବଂ ଆମେ କିପରି ମୁକ୍ତ ଆକାଶର ପକ୍ଷୀ ପରି ଖୁସିରେ ବଞ୍ଚୁଛୁ। ମନ ଇଚ୍ଛାର ଜୀବନ ଆମର।ନା ଅଛି ବାଧା ନା ବନ୍ଧନ।ଯେବେ ମନ ଚାହିଁବ ପରସ୍ପର ଠାରୁ ଅଲଗା ହୋଇଯିବୁ।


ତୁମେ ମୋତେ ଭଲ ପାଇ ମ୍ୟାରେଜ୍ କରିଥିଲ ପରା।ଏଇ କଣ ତୁମ ଭଲ ପାଇବା!


ହଁ କରିଥିଲି, ତୁମ ଦେହକୁ ତୁମ ସ୍ୱରକୁ, ତୁମ ଡିମା

ଣ୍ଡକୁ। ସେଇଟା ଯେତେବେଳେ ହେଲା ନାହିଁ ତୁମ ସହ ସମ୍ପର୍କ ରଖି ଲାଭ କଣ? ତେବେ ତୁମେ ମୋ ସ୍ତ୍ରୀ ଷ୍ଟାମ୍ପ୍ ନେଇ ରହିବାର ବିନା ପ୍ରତିବାଦରେ।ହୁଏତ ମନ ବଦ ଲିଲେ ତୁମକୁ ଲୋଡି ପାରେ।


ଛିଃ ଏକାମୁହାଁ ଅଣନିଃଶ୍ଵାସୀ ହୋଇ ପଲେଇ ଆସିଲି ଭୁବନେଶ୍ୱର।


ଏହା ପର ଘଟଣା ଆହୁରି ଚକିତ କରିବ ତୋତେ।ଦିନେ ସଙ୍ଗୀତ ମହାବିଦ୍ୟାଳୟରେ ଫଙ୍କସନ୍ ଥାଏ।ଫେରୁ ଫେରୁ ରାତି ଟିକେ ଅଧିକ ହୋଇଗଲା।ନିର୍ମାଲ୍ୟ ସେଦିନ ତୋତେ ରଖିଥାନ୍ତି।ଫଙ୍କସନ୍ ଖୁବ୍ ଡେରି ହେବ ସେଥିପାଇଁ ତୋତେ ପ୍ରତିଦିନ ପରି ସାଙ୍ଗରେ ନେଇ ନଥାଏ।ସେଦିନ ଫେରିଲା ବେଳେ କିଛି ଦୃବୃତ ମାତାଲ ମୋତେ ପୋଲ ତଳକୁ ନେଇ ଗଲେ ରେଫ୍ କରିବା ନେଇ।ସେମାନେ ପାଞ୍ଚ ଜଣକୁ ମୁଁ ଏକା।ରଡି ଛାଡୁଥାଏ ହେଲ୍ପ ହେଲ୍ପ।ଅତ୍ୟଧିକ ରାତି ହେତୁ ନିର୍ମାଲ୍ୟ ମୋତେ ଖୋଜି ଖୋଜି ଠିକ୍ ସମୟରେ ପହଞ୍ଚି ନଥିଲେ ହୁଏତ ସେଦିନ ମୋର ଜୀବନର ଶେଷ ଦିନ ହୋଇଥାନ୍ତା।


ଏହା ପରେ ନିର୍ମାଲ୍ୟ ଙ୍କ ସ୍ତ୍ରୀ ମରିଗଲେ।ସ୍ୱାମୀ ନଥିବା ସ୍ତ୍ରୀ ଟିଏ ଓ ସ୍ତ୍ରୀ ନଥିବା ସ୍ୱାମିଟିଏ ଏକତ୍ର ଗୋଟିଏ ଘରେ ଯେତେ ପବିତ୍ର ସମ୍ପର୍କ ନେଇ ରହିଲେ ବି ଏ ସମାଜର ଲୋକେ ନାନା ଟୀକା ଟିପ୍ପଣୀ ଦେଲେ।


ଦିନେ ମୁଁ ସିଦ୍ଧାନ୍ତ ନେଲି ନିର୍ମାଲ୍ୟଙ୍କ ଘର ଛାଡ଼ି କଲେଜ ପାଖାପାଖି ଗୋଟେ ଭଡା ଘରେ ରହିବି।କିନ୍ତୁ ନିର୍ମାଲ୍ୟ ଦେଵତୁଲ୍ୟ ମଣିଷ।ସେ ମୋତେ କହିଲେ,ଲୋକଙ୍କ କଥାକୁ ସତ କରି ତୁମକୁ ମ୍ୟାରେଜ୍ କଲେ ତ ଲୋକଙ୍କ ମୁହଁ ବନ୍ଦ ହୋଇଯିବ! କିନ୍ତୁ ତୁମେ ରାଜି ହେଲେ ଏହା ସମ୍ଭବ ହେବ।ତୁମ ଇଚ୍ଛା ବିରୁଦ୍ଧରେ ମୁଁ କିଛି କରିବାକୁ ଚାହେଁନି। ବିଶ୍ୱାସ କର ମୁଁ ତୁମର ଜଣେ ବହୁତି ବଡ଼ ଫ୍ୟାନ୍ ଭାବେ ତୁମ ଅସମୟରେ ପାଖରେ ଠିଆ ହୋଇଥିଲି ଯାହା। ସୁନ୍ଦର ହେବା ଏ ଯୁଗରେ ଏକ ଅଭିଶାପ ନିଷ୍ଠା।


ମୁଁ କିଛି ଦିନ ସମୟ ନେଲି।ଖୁବ୍ ଚିନ୍ତା କଲି।ନିର୍ମାଲ୍ୟ ଯାହା କହୁଛନ୍ତି ନିଷ୍ଠୁର ସତ୍ୟ ହିଁ କହୁଛନ୍ତି।


ସୁନ୍ଦରୀ ତରୁଣୀଟିଏ ଏ ସମାଜରେ ଏକା ବଞ୍ଚିବା ମୁସ୍କିଲ।ଏଣୁ ତୋତେ ଜଣେ ପାପାର ସ୍ନେହ ଓ ମୋତେ ସୁରକ୍ଷତି ପୃଥିବୀ ଟେ ମିଳିବ ବୋଲି ମୁଁ ନିର୍ମାଲ୍ୟଙ୍କ ପ୍ରସ୍ତାବରେ ରାଜି ନ ହୋଇ ଅନ୍ୟ ବାଟ ନଥିଲା।


ପ୍ରଥମେ ତୋ ପାପା ଆଲୋକ ସାମନ୍ତଙ୍କଠାରୁ ଡିଭୋର୍ସ ନେଲା ପରେ ମୁଁ ଦ୍ଵିତୀୟ ବିବାହ କଲି ନିର୍ମାଲ୍ୟଙ୍କୁ।ସେ ସିନା ମୋ ଠାରୁ ଡିଭୋର୍ସ ନ ନେଇ ଆଉ ଗୋଟେ ସଂସାର କରି ପାରିଲେ।ମୋର କିନ୍ତୁ ସେପରି ଏକ ପୁରୁଷ ପାଖରୁ କିଛି ବି ଆଶା କରି ପାରୁ ନଥିଲି।ଡିଭୋର୍ସ ନ ଦେଇଥିଲେ ମୁଁ ମ୍ୟାରେଜ୍ କଲା ପରେ ସେ ପୁଣି ଆସି ମୋ ଉପରେ ସ୍ୱାମୀତ୍ୱ ହାସଲ ନ କରିବ କିଏ କହିବ !


ଏହାହିଁ ତୋ ମମା "ହମିଙ୍ଗବାର୍ଡ"ର ପ୍ରେମ ବିବାହ ବିଚ୍ଛେଦର କାହାଣୀ।ଏଥର ତୁ ନିଜେ ସ୍ଥିର କର କିଏ ତୋର ପ୍ରକୃତ ପାପା। ଯେ ତୋର କେହି ନ ହୋଇବି ତୋତେ ରାଜକୁମାରୀ କରି ରଖିଛନ୍ତି ସେ ନା ଯାହାର ତୁ ପ୍ରକୃତ ଝିଅ ଯେ ତୋତେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ସେ ?


ମୋ ମମା ଏତକ କହି ସାରିଲା ବେଳକୁ କେବଳ କାନ୍ଦୁଥିଲେ।


ସରି ମମା। କ୍ଷମା କରିଦିଅ ମୋତେ। ମୁଁ ନଟି ଗାର୍ଲତୁମକୁ ଅବିଶ୍ବାସ କଲି।


ମୋ ପାପା ବଦମାସ୍ ଆଲୋକ ସାମନ୍ତ କାଇଁ ହେବେ ମୋ ପାପା ତ ନିର୍ମାଲ୍ୟ ଦ୍ବିବେଦୀ!!


Rate this content
Log in

Similar oriya story from Thriller