Parameswar Ojha

Drama Tragedy Crime

4.5  

Parameswar Ojha

Drama Tragedy Crime

ପ୍ରତିଶୋଧ

ପ୍ରତିଶୋଧ

7 mins
451



    ଏତେ ଶିଘ୍ର ମହନି ଦାସ ଚାଲିଯିବ ବୋଲି କେହି ବିଶ୍ବାସ କରି ପାରୁନଥିଲେ । ହଁ ଦେହ ଅବଶ୍ୟ ଅସୁସ୍ଥ ଥିଲା ହେଲେ ଏତେ ଜଳଦି ଦେହ ଟା ଏକଦମ୍ ବିଗିଡି ଯିବ କେହି ସେ କଥାଟାକୁ ସହଜରେ ଗ୍ରହଣ କରି ପାରୁନଥିଲେ । ଛାଡ ମ ମଣିଷ ଜୀବନ ପାଣି ଫୋଟକା କେତେବେଳେ କୋଉକଥା କିଏ କହି ପାରିବ ? ଭାବନା ରେ କଣ ଅଛି ? ମଣିଷ ତ କେତେ କଣ ଭାବୁଛି ।

ମହନି ଦାସ ର ସବୁ ବନ୍ଧୁ ପ୍ରିୟଜନ ଆସିବା ପରେ , ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ' କହି ମହନି ଦାସ ଶବକୁ ଗାଁ ଦାଣ୍ଡରେ ନିଆଗଲା ପୁଅ ଆଉ ଜ୍ବାଇଁ ମାନଙ୍କ କାନ୍ଧରେ । ବଡ଼ ପୁଅ ରାଜନ ବୁଢ଼ା ମୁହଁ ରେ ନିଆଁ ଦେବା ବେଳକୁ ହିଁ ପୋଲିସ ଗାଡି ଆସି ବନ୍ଧ ଉପରେ । ଗାଡିରୁ ବଡ଼ ବାବୁ ଓହ୍ଲେଇ ଡାକ ପକେଇଲେ , " ଏଇକ୍ ବନ୍ଦ କର ଯିଏ ଯୋଉଠି ଅଛ ସେଇଠି ଛିଡ଼ା ହୁଅ " ।

ସମସ୍ତେ ଆଶ୍ଚର୍ଯ୍ୟ ହତଚକିତ ହୋଇଗଲେ ଘଟଣା କଣ ଜାଣିବା ପାଇଁ । ଏମିତି ହଠାତ୍ ଥାନାବାଲା ଆସି ଦାହ ସଂସ୍କାର କାମକୁ ଅଧାରେ ଅଟକେଇ ବା ପଛରେ କ'ଣ କାରଣ ଥାଇ ପାରେ ?

ଥାନାବାବୁ କହିଲେ , " ବୁଢ଼ା ଶବ କୁ ଗାଡ଼ି ରେ ପୁରାଅ "

ବଡ଼ ପୁଅ ରାଜନ ପଚାରିଲା , " କଣ ହେଇଛି ଆଜ୍ଞା ଏମିତି କଣ କହୁଛନ୍ତି ? "

ଥାନାବାବୁ ଉତ୍ତର ଦେଲେ ," ଆମକୁ ଖବର ମିଳିଛି ତମ ବାପା ଙ୍କ ର ସ୍ବାଭାବିକ ମୃତ୍ୟୁ ହୋଇନି ତାଙ୍କୁ ମର୍ଡର୍ କରା ଯାଇଛି ।

-" ଏ କଣ କହୁଛନ୍ତି ଆପଣ , ଆପଣଙ୍କୁ କିଏ ଭୁଲ୍ ତଥ୍ୟ ଦେଇଛି ସାର୍ । ବାପାଙ୍କ ଦେହ ଅସୁସ୍ଥ ଥିଲା ମେଡିକାଲ ନେବା ବାଟରେ ହିଁ ସେ ଆଖି ବୁଜିଲେ ।

-" ଆଛା କଣ ହୋଇଥିଲା ବାପାଙ୍କ ର ?

-" ବାପା ଙ୍କର ତ ଡାଇବେଟିସ ଆଉ ବ୍ଲଡ୍ ପ୍ରେସର୍ ତ ଥିଲା ଆଗରୁ , ହେଲେ ହଠାତ୍ ହାର୍ଟ ଆଟାକ ହେଲା ଆଉ ସେ ... ( ଏତିକି କହି କାନ୍ଦି ଉଠିଲେ ରାଜନ ) ।

ପୋଲିସ କହିଲେ -" ତମ ବାପା ଙ୍କର ଆଗରୁ କେତେ ଥର ହାର୍ଟ ଆଟାକ ହୋଇଥିଲା ?

-" ଏଇ ପ୍ରଥମ ଥର ସାର୍ ।"

-" ପ୍ରଥମ ହାର୍ଟ ଆଟାକ ରେ କେହି ବି ମରନ୍ତିନି , ଅଯଥା ଗପି ଆମର ମୂଲ୍ୟବାନ ସମୟ ନଷ୍ଟ କରନି ଆମକୁ ଆମ କାମ କରିବାକୁ ଦିଅ । ଲାସ୍ କୁ ଗାଡ଼ିରେ ରଖ ଜଳଦି "

ପୁଅ ଜ୍ବାଇଁ ଗ୍ରାମବାସୀ କାହା କଥା ବି ନଶୁଣି ସେ ସମସ୍ତ ଙ୍କ ଅନୁରୋଧ କୁ ବେଖାତିର କରି ପୋଲିସ ଶବକୁ ନିଜ ସାଙ୍ଗରେ ନେଇ ଯାଇଥିଲେ ।

ମୁହଁ ଉପରେ କେହି ନକହିଲେ ବି ପୋଲିସ କୁ ମନେ ମନେ ସମସ୍ତେ ଶୋଧୁଥିଲେ ତା ସହ ଘୋର ଅଶାନ୍ତି ହେଲେ ପୋଲିସ ର ଏପରି ଗୋଟେ ଅଖାଡୁଆ କାମରେ । କିଏ କାଇଁ ମହନି ବୁଢ଼ା କୁ ମାରିବ ଯେ , ବୁଢ଼ାର ଏମିତି କଣ କାହା ସହ ଶତ୍ରୁତା କି ?

କୋଉ ଶଳାଟା ପୋଲିସ୍ କୁ ଖବର ଦେଲା କେଜାଣି ?

ଅଯଥାରେ ପୋଲିସର କେତେ କଣ ପାଲା ଏଠି ?

କିଛି ଦିନ ପରେ ଯେତେବେଳେ ପୋଲିସର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ସେତେବେଳେ ସମସ୍ତଙ୍କ ପ୍ରଶ୍ନବାଚୀ ମୁହଁ ଏକଦମ୍ ଥଣ୍ଡା ପଡିଗଲା । ରିପୋର୍ଟରୁ ଯାହା ବାହାରିଲା ସେଥିରେ ସ୍ପଷ୍ଟ ହୋଇଥିଲା ଯେ ମହନି ଦାସକୁ ପାଓ୍ବାର ଫୁଲ୍ ମେଡିସିନ ଦିଆ ଯାଇ ହତ୍ୟା କରା ଯାଇଛି । ତେବେ ୟା ପଛରେ କାହାର ହାତ ଥାଇପାରେ ? ଏମିତି ଜଣେ ସରଳ ନିଷ୍କପଟ ଲୋକର ବି କେହି ଶତ୍ରୁ ଥାଇପାରେ ଯିଏକି ଏତେବଡ଼ କଠୋର ନିଷ୍ପତ୍ତି ନେଇପାରେ ସେ ପୁଣି ଜଣେ ୪୫/୫୦ ବର୍ଷୀୟ ବୃଦ୍ଧ କୁ ନେଇ !?

କିନ୍ତୁ ତାହା ତ ପୋଲିସ ତଦନ୍ତ ପରେ ହିଁ ଜଣା ପଡ଼ିବ ।

 ଅଫିସର ବିକ୍ରମ କୁ ଏଇ କେସ୍ ଟି ହସ୍ତାନ୍ତର କରାଯାଇଥିଲା ତଦନ୍ତ କରିବା ପାଇଁ । ପୋଲିସ ଅଫିସର ବିକ୍ରମ ଭାବୁଥିଲେ ବସି .. ତଦନ୍ତ କୋଉଠୁ ଆରମ୍ଭ କରିବେ ? ତାଙ୍କ ଘରକୁ ଯାଇ ପୁଅ ଜ୍ବାଇଁ ମାନଙ୍କ ସହ ବି ଆଲୋଚନା କରି ଆସିଥିଲେ । କାହା ଉପରେ ତାଙ୍କର ସନ୍ଦେହ ଅଛି କି ? ଏମିତି ପ୍ରଶ୍ନ ରେ ସେମିତି କେହି ତାଙ୍କର ଶତ୍ରୁ ଥିବାର କି କାହା ସହ ପୁରୁଣା ଶତ୍ରୁତା ଥିବାର ବି ସେମାନେ କେହି ସ୍ପଷ୍ଟ କଲେନି । ତେବେ କିଏ ଥାଇପାରେ ଏ ହତ୍ୟା ପଛରେ ...?

ଅଫିସର ବିକ୍ରମ ବହୁତ ସମୟ ଚିନ୍ତା କରି ମହନି ଦାସ ଘରେ ଯାଇ ଦିନେ ପହଞ୍ଚିଲେ ।

ଦେହ ଅସୁସ୍ଥ ଥିବା ବେଳେ ତାଙ୍କ ତତ୍ତ୍ଵାବଧାନରେ କିଏ ଥିଲେ ତାଙ୍କୁ ସାମ୍ନା କୁ ଡକାଇଲେ । ସେ ଥିଲେ ତାଙ୍କ ବଡ ବୋହୂ ମଧୁ , ମଧୁ ହିଁ ସବୁବେଳେ ବୁଢ଼ା ର ପାଖେ ପାଖେ ରହି ତାଙ୍କ ଦେହ ପା ଦେଖାଶୁଣା ଆଉ ତାଙ୍କ ପ୍ରତ୍ୟେକ ଟି  ଖବର ଅନ୍ତର ରଖୁଥିଲେ ।

ବିକ୍ରମ କହିଲେ ମହନି ବାବୁଙ୍କ ସମସ୍ତ ପ୍ରେସ୍କିପସନ୍ ଆଣିବାକୁ ସେ ପ୍ରେସକିପସନ୍ ସବୁକୁ ଜଣେ ମେଡ଼ିସିନ ସ୍ପେଶାଲିଷ୍ଟ ପାଖକୁ ହ୍ବାଟସପରେ ପଠେଇ ଦେଲେ । କିଛି ସମୟ ପରେ ସ୍ପେସାଲିଷ୍ଟ ଉତ୍ତର ଦେଲେ ମେଡିସିନ୍ ଗୁଡିକରେ ଗୋଟିଏ ବି ହାନିକାରକ ମେଡିସିନ ନାହିଁ । ତାପରେ ବିକ୍ରମ କିଛି ସମୟ ଘର ବାହାର ବୁଲା ବୁଲି କରି ସନ୍ଦେହ ଆଖି ପହଁରେଇ ଆଣିଲେ ଚତୁଃପାର୍ଶ୍ଵରେ  । ବାଡି ପଟ ଗୋଟେ ଅଳିଆ ଗଦା ଭିତରେ ଗୋଟେ ମେଡିସିନ ର କିଛି ଅଂଶ ପଡ଼ିଥିଲା ତାକୁ ଗୋଟେଇଲେ ବିକ୍ରମ । ତାହା ଥିଲା ଗୋଟେ ଇଂଜେକସନ ବର୍ତ୍ତମାନ ବିକ୍ରମ ତାର ଫଟୋ ପଠାଇଲେ ମେଡିସିନ ସ୍ପେସାଲିଷ୍ଟ ଙ୍କ ପାଖକୁ । ସେ କହିଲେ ଏହି ଇଞ୍ଜେକସନ ର ମାତ୍ରା ଯଦି ଅଧିକ ହୁଏ ତେବେ ଖୁବ୍ ଶୀଘ୍ର ରୋଗୀ ଟିଏ ହୃଦଘାତରେ ପ୍ରାଣ ହରେଇବ ।

ଏଥର କେସ୍ ଟା କିଛି ମାତ୍ରାରେ କ୍ଲିଅର୍ ଦିଶିଲା ବିକ୍ରମ ଙ୍କୁ । ସେ ବଡ ବୋହୂ କୁ ଜେରା କଲେ

-- " ଏ ଇଞ୍ଜେକସନ କେତେବେଳେ କିଏ କେତେଥର ଦେଇଥିଲେ ତମ ଶଶୁରଙ୍କୁ ସତ କୁହ ?"

ବଡ଼ ବୋହୂ ଠିକ୍ ସେ ମନେ ପକାଇ ପାରିଲେନି । କିଛି ଦିନ ସମୟ ଦେଇ ବିକ୍ରମ କହି ଆସିଲେ ," ଭଲ ସେ ମନେ ପକାଇ ସତ କଥା ମାନିବ ନହେଲେ ସମସ୍ତ ଙ୍କୁ ଜେଲ୍ ଭିତରେ ରହିବାକୁ ପଡିବ ମନେ ରହେ ଯେମିତି । "

ଏଥର ସମସ୍ତ ଙ୍କ ମନରେ ଛନକା ପଶିଲା ଅଫିସର ବିକ୍ରମଙ୍କ କଥା କୁ ନେଇ । ନିଜ ନିଜ ଭିତରେ ଖୋଳତାଡ଼ କଲେ, ସେ ଇଞ୍ଜେକସନ ଘରକୁ କିଏ ଆଣିଥିଲା ଆଉ ବୁଢା ଦେହରେ କିଏ ଦେଇଥିଲ ? ସମସ୍ତ ଙ୍କ ନଜର ଆଉ ସନ୍ଦେହ ବଡ଼ ବୋହୂ ଠାରେ ହିଁ ଅଟକି ରହୁଥିଲା । ଯେହେତୁ ସେ ବୁଢା ର ଦେଖାଶୁଣା କରୁଥିଲା ଖାଇବା ପିଇବା ଗୁହ ମୁତ ସବୁକଥା ବୁଝୁଥିଲା ତେଣୁ ତା ଉପରେ ସନ୍ଦେହ ହେବା ସ୍ବାଭାବିକ ।

କିନ୍ତୁ ବଡ ବୋହୂ ପୋଲିସ ଆଗରେ ଏମିତି ଗୋଟେ ଛୋଟ କଥାଟି କହିଦେଲା ଯୋଉଥିପାଇଁ ପୋଲିସ ଆସି ତାଙ୍କ ସ୍ବାମୀ ମାନେ ବୁଢ଼ା ର ବଡ ପୁଅ ରାଜନ କୁ ଥାନାକୁ ନେଇଗଲା ।

ବଡ ପୁଅ ରାଜନ ପୋଲିସ୍ ସାମ୍ନାରେ । ଅଫିସର୍ ବିକ୍ରମ ଏବେ

ଫୁଲ୍ କଡ଼ା ମିଜାଜ୍ ରେ ଅଛନ୍ତି । ପଚାରିଲେ " ସତ କୁହ ତୁମ ସ୍ତ୍ରୀ ଦୁଇ ଦିନ ବାପ ଘରକୁ ଯାଇଥିଲେ ସେ ଦୁଇ ଦିନ ତୁମେ ହିଁ ଥିଲ ବାପାଙ୍କ ଦେଖା ଶୁଣା କରିବାକୁ । ତେବେ ଇଞ୍ଜେକସନ କୋଉଠୁ ଆଣିଲ ସତ କୁହ । ଇଞ୍ଜେକସନ ର ତ ଆଉ ହାତ ଗୋଡ ନାହିଁ ଯେ ସେ ବିନା କାରଣରେ ତମ ଘରକୁ ଚାଲି ଆସିବ । ଭଲରେ ଭଲରେ ସତ କଣ ମାନିଯାଅ ନହେଲେ ତମର ଗୋଟିଏ ମିଛ ତମକୁ ତମ ବାପାର ହତ୍ୟାକାରୀ ସଜେଇ ଜେଲ୍ କୁ ପଠେଇ ଦେବ । ଆଉ ଯଦି ସେମିତି କିଛି ପଦେକ୍ଷପ ନେଇଛ ଭଲରେ ମାନିଯାଅ ଉପରେ କଥା ହୋଇ ତମ ସଜା କୋହଳ କରିଦେବି । ଆଉ ଏମିତି କିଛି ଭୁଲ୍ ବଶତଃ ହୋଇଛି ବୋଲି ମୁଁ ଦର୍ଶେଇ ଦେବି । ନହେଲେ ବହୁତ ପସ୍ତେଇବ ସତ କଣ ମାନିଯାଅ ।

ରାଜନ ଏଥର ବହୁତ ଡରିଗଲା ଡରି ଡରି କହିଲା -" ସାର୍ ମୁଁ ସେମିତି କିଛି ବି କରିନି । ମୋ ବାପା ଙ୍କୁ ମୁଁ କାଇଁକି ବା ମାରିବି ?"

--" ହଉ ଛାଡ୍ ତୁ ମାରିନୁ । ହେଲେ ସେ ଇଞ୍ଜେକସନ କୋଉଠୁ ଆସିଲା ସତ ସତ କହ । "

--" ସାର୍ ସେ ଇଞ୍ଜେକସନ ଟା .. ମାଧବ ମୋତେ ଆଣି ମୋତେ ଦେଇଥିଲା । ବାପାଙ୍କ ମେଡିସିନ ସରି ଯାଇଥିଲା ତ ସେ କଟକ ଯାଇଥିଲା ତା ହାତରେ ପ୍ରେସକିପସନ ଦେଇଥିଲି ମେଡିସିନ ଆଣିବା ପାଇଁ । ହେଲେ ସେ ଇଞ୍ଜେକସନ ଦେଖି ତାକୁ ପଚାରିଲି , ସେ କହିଲା ସେ ଟାବଲେଟ ନଥିଲା ତା ବଦଳରେ ମେଡିସିନ ଏ ଇଞ୍ଜେକସନ ଦେଇଛି । କିଛି ଅସୁବିଧା ହେବନି ସମାନ ଜିନିଷ ତାଛଡା ଇଞ୍ଜେକସନ ରେ ଜଳଦି କାମ କରିବ ।"

--" ତେବେ ସେ ଇଞ୍ଜେକସନ ବାପାଙ୍କ ଠି କିଏ ଦେଇଥିଲା ? "

--" ସାର୍ , ଗାଁ ରେ ଜଣେ ମେଡ଼ିସିନ ବିକ୍ରି କରେ ତା ନାଁ ଜୀବନ ,   ସେ ଆସି ବାପା ଙ୍କ ଠି ଦେଇଥିଲା । ସତ କହୁଛି ସାର୍ ମୁଁ ଏ ବିଷୟରେ କିଛି ଆଉ ଜାଣିନି "

ଏଥର ବିକ୍ରମ ମାଧବ ଆଉ ଜୀବନ ଦୁହିଁଙ୍କୁ ଡାକି ଜେରା କଲେ ।

ଏଥର ପ୍ରଶ୍ନ ଚାତୁରି ରେ ସେ ଦୁହିଁଙ୍କୁ ବିକ୍ରମ ଏମିତି ଛନ୍ଦି ଦେଲେ ଯେ ଆଉ କିଛି ଉପାୟ ନପାଇ ସତ କଥା ମାନିବାକୁ ବାଧ୍ୟ ହେଲେ ।

ମାଧବ ତାର ପୁରୁଣା ରାଗ ରଖିଥିଲା ମହନି ବୁଢ଼ା ଉପରେ । ସେଇ ରାଗ ର ପ୍ରତିଶୋଧ ନେବା ପାଇଁ ଖାଲି ସୁଯୋଗ ଟେ ଖୋଜୁଥିଲା ।

କଥାଟା ଥିଲା ଏମିତି । ମହନି ଦାସ ଝିଅ ସୁମି ଆଉ ମାଧବ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ଦୁହେଁ ବିବାହ କରି ସାରା ଜୀବନ ସାଥି ହେବେ ବୋଲି ଉଭୟେ ଉଭୟ ଙ୍କ ପ୍ରତି ବେଶ୍ ସମର୍ପିତ ହୋଇ ସାରିଥିଲେ । ଏମିତି କି ଗାଁ ମନ୍ଦିର ରେ ସମସ୍ତ ଙ୍କ ନଜର ରୁ ବର୍ତ୍ତି କି ମାଧବ ସୁମି ସିନ୍ଥିରେ ସିନ୍ଦୂର ବି ଦେଇ ସାରିଥିଲା । ଉଭୟ ପରିବାର ରେ କଥା ପଡ଼ିଲା , ସୁମି ଭଳି ସୁନ୍ଦର ଆଉ ଗୁଣର ଝିଅ କୁ ଘରର ବୋହୂ କରିବାକୁ ମାଧବ ର ଘର ଲୋକେ ଟିକେ ହେଲେ ବି ପ୍ରତିବାଦ କରି ନ ଥିଲେ । ସେପଟେ ସୁମି ଘର ବି ଝିଅ ଖୁସି ପାଇଁ ଭଲରେ ମନ୍ଦରେ ସମସ୍ତେ ରାଜିଥିଲେ । ହେଲେ ସୁମି ବାପା ହିଁ ସିଧା ସିଧା ମନା କରିଦେଲେ " କଣ ଟା ବା କରୁଛି ସିଏ ତା ହାତରେ ମୋ ଝିଅକୁ ଟେକି ଦେବି ? ବାପ ର କିଛି ଚାଷ ଜମି ଅଛି ଆଉ ସେ ଗାଁ ମୁଣ୍ଡରେ ପାନ ଦୋକାନ ଖଣ୍ଡେ ଦେଇଛି ଆଉ ସେଥିରେ ବେପାର ଯାହା ହେଉଛି ଛାଡ .... । ମୁଁ କେବେ ବି ତା ଉପରେ ଭରଷା କରି ମୋ ଝିଅ ହାତ କୁ ତା ହାତରେ ଟେକି ଦେଇ ପାରିବିନି । ଆଜି ଭଲ ଅଛି ମନ୍ଦ ଅଛି । "

ସମସ୍ତେ ଯେତେ ମନେଇ ମନେଇ ଥକି ଗଲେ । ହେଲେ ମହନି ବୁଢ଼ା ତା ଜିଦି ରେ ହିଁ ଅଟଳ ରହିଲେ । ମାନି କୁ ମାଧବ ସହ ବାହା ଦେବେନି ମାନେ ଦେବେନି । ମାନି ବିଚାରୀ କଣ କରିବ କିଛି ପାଟିତୁଣ୍ଡ ନକରି ବାଧ୍ୟ ପିଲାଟେ ପରି ବାପାଙ୍କ ସମ୍ମାନ ଆଉ କଥାକୁ ଆଖି ଆଗରେ ରଖି ବାପା ସ୍ଥିର କରିଥିବା ପୁଅ ସହ ସେ ବାହା ହେବାକୁ ରାଜି ହୋଇଗଲା । ରାଜି ହୋଇଗଲା ସିନା ହେଲେ ବାହାଘର ଦିନ ହିଁ ବରଯାତ୍ରୀ ଖାଇକି ଫେରି ନାହାନ୍ତି ସୁମି ନିଜ ଉପରୁ ନିୟନ୍ତ୍ରଣ ହରେଇ ବିଶ ପିଇଦେଲା ।

ମେଡ଼ିକାଲ ନେବା ବାଟରେ ହିଁ ସେ ମରିଗଲା ।

   ମାଧବ ମହନି ବୁଢ଼ା ଉପରେ ଏକଦମ୍ ରାଗିଗଲା । ମାଧବ ସେଇଦିନ ହିଁ ମହନି ବୁଢ଼ା କୁ ମାରିବାର ଯୋଜନା କରିଥିଲା ହେଲେ ଫେଲ୍ ମାରିଗଲା । ସେଥିପାଇଁ ଉପରେ ଉପରେ ସେ ପରିବାର ସାଙ୍ଗରେ ପ୍ରିୟ ଘନିଷ୍ଠ ମଣିଷ ହେବାର ନାଟକ କଲା ।

ଏବଂ ଏଇ ଭଳି ଦୁର୍ବଳ ମୁହୂର୍ତ୍ତ ରେ ଜୀବନ କୁ ହାତ କରି ଭୁଲ୍ ଇଞ୍ଜେକସନ ଦେଇ ବୁଢ଼ାର ମୃତ୍ୟୁ କୁ ସାଧାରଣ ରୁପ ଦେବାକୁ ଚାହିଁଥିଲା । ହେଲେ ଧରା ପଡିଗଲା । ଏବେ ଜୀବନ ଆଉ ମାଧବ ଦୁହିଁଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟ ଚାଲାଣ କରି ଦେଇଛନ୍ତି ପୋଲିସ୍ । ସତରେ ବେଳେ ବେଳେ ବିଫଳ ପ୍ରେମର ପରିଣତି ବି ଏମିତି ହୋଇପାରେ .. । କାସ୍ ମହନି ଦାସ ତା ଝିଅ ସୁମିକୁ ମାଧବ ସାଙ୍ଗରେ ଭଲରେ ଭଲରେ ବାହା କରେଇ ଦେଇ ଥାଆନ୍ତାକି ତେବେ ଏମିତି ଗୋଟେ ଅଘଟଣ ବିଲକୁଲ ବି ଘଟି ନଥାନ୍ତା ।



Rate this content
Log in

Similar oriya story from Drama