STORYMIRROR

Parameswar Ojha

Inspirational

4  

Parameswar Ojha

Inspirational

ଶ୍ରୀକୃଷ୍ଣ

ଶ୍ରୀକୃଷ୍ଣ

2 mins
332


ଦ୍ରୁତ ଗତିରେ ଚାଲୁଥିଲା ସ୍ପେଣ୍ଡର୍ ପ୍ଲସ୍ ବାଇକ୍ ଟି । 

କିନ୍ତୁ ଦୁର୍ଭାଗ୍ୟକୁ ପଛରେ ବସିଥିବା ସ୍ତ୍ରୀ ଲୋକଟିର ଅଜାଣତରେ ତାର ପିନ୍ଧା ଲୁଗା କାନି ପଛ ଚକାରେ ପଶିଗଲା । ସେ କିଛି ଭାବିବା ପୂର୍ବରୁ ଗାଡିରୁ ଖସି ପଡ଼ିଲେ ଆଉ ସଂପୂର୍ଣ୍ଣ ପିନ୍ଧା ଲୁଗାଟି ଗାଡ଼ି ସହିତ ଟାଣି ହୋଇଗଲା କିଛି ଦୂର । ସେ ବି ଦଶ ପାଲେ ଗଡ଼ିଗଲେ ରାସ୍ତାରେ ତାଙ୍କ ସାୟା ବ୍ଲାଉଜ ବି ଚିରି ଗଲା ଅନେକ ଯାଗା । ସେ ବି ଖଣ୍ଡିଆ ଖାବରା ହେଲେ ।


ପୁରୁଷ ଚାଳକ ( ହୁଏତ ତାଙ୍କ ସ୍ବାମୀ ହୋଇ ଥାଇ ପାରନ୍ତି) ଜଣକ ଗାଡି ସହ ରାସ୍ତା କଡ ଘାସ ରେ ପଡି ଯିବାରୁ ସେ କିଛି ଅଧିକ ଅଘଟଣ ହେବାରୁ ବର୍ତ୍ତି ଯାଇଥିଲେ। 


ଛକ ଯାଗା ଯେହେତୁ ସମସ୍ତ ଙ୍କ ଆଖି ସେ ସ୍ତ୍ରୀ ଲୋକଟି ଉପରେ ଲାଖି ଯାଇଥିଲା । ସମସ୍ତ ଙ୍କ ଚାହାଣୀରେ ଦୟା ଆଉ ବିକଳର ମାତ୍ରା ଠାରୁ ଉପଭୋଗର ମାତ୍ରା ଯଥେଷ୍ଟ ଅଧିକ ଜଣା ପଡୁଥିଲା । ଲଜ୍ଜା ଓ ଅପମାନ ରେ ସ୍ତ୍ରୀ ଲୋକଟି ମୁହଁ ଉପରକୁ କରି ପାରୁନଥିଲେ ‌। ନିଜ ଛାତିକୁ ଦୁଇ ହାତରେ ନିବୁଜ କରିବାକୁ ଯଥା ସମ୍ଭବ ବୃଥା ପ୍ରୟାସ କରୁଥିଲେ । କିନ୍ତୁ ଦୁଇ ହାତ ପାପୁଲି ର ଆୟତନ ଯଥେଷ୍ଟ ନଥିଲା ଗୋଟେ ନାରୀର ଲଜ୍ଜା ନିବାରଣ ପାଇଁ । 


ହଠାତ୍ ଭିଡ ପଛରୁ ଜଣେ ବୁଢ଼ା ଭିକାରୀ ଦୈାଡି ଆସି ନିଜ ଦେହର ଚିରା ମଇଳା ଚାଦରଟି ଖୋଲି ଏ ସ୍ତ୍ରୀ ଲୋକଟି ଦେହରେ ଘୋଡେ଼ଇ ଦେଲା । 


ସ୍ତ୍ରୀ ଲୋକଟି ଅଳ୍ପ ମୁହଁ ଟେକି ଚାହିଁଲା ସେ ବୁଢ଼ା ଭିକାରୀ ମୁହଁକୁ । ଇଏ ସେଇ ବୁଢା ଭିକାରୀ ଯିଏ କିଛି ସମୟ ପୂର୍ବରୁ ତା ପାଖରେ ଟିକେ ଛିଡ଼ା ହୋଇ ଯାଇଥିଲା ବୋଲି ତାକୁ ଛିଛାକର କରି ଯାଛାତା ଭାଷା କହିଥିଲା ତା ଅପରିଷ୍କାର ବେଶଭୁଷା ଆଉ ଦେହରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ । 


କିନ୍ତୁ ଏବେ ସ୍ତ୍ରୀ ଲୋକଟି ର ଦୁଇ ଆଖି  ଲୁହ ରେ ଭିଜି ସାରିଥିଲା ଏକବାରେ  । ତାର ଇଛା ହେଉଥିଲା ସେ ବୁଢା ଭିକାରୀ ର ପାଦ ତଳେ ଲୋଟି ପଡ଼ିବାକୁ । ସେ ବୁଢା ଭିକାରୀ ଏବେ ତାକୁ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ଲାଗୁଥିଲେ ଆଉ ତା ଚିରା ମଇଳା ଚାଦର ଶ୍ରୀକୃଷ୍ଣ ଙ୍କ କୋଟି ବସ୍ତ୍ର ଠାରୁ କିଛି କମ୍ ନଥିଲା ତା ପାଇଁ । 


[ ଟିକେ ଧ୍ୟାନ ଦେବେ ---- ( ସ୍ତ୍ରୀ ଲୋକ ମାନେ ବାଇକ୍ ପଛରେ ବସିଲା ବେଳେ ନିଜ ଶାଢ଼ୀ କାନି କୁ ସାଇଜ଼ ରେ ରଖନ୍ତୁ ଛୋଟ ରଖନ୍ତୁ ଅଧିକ ବଡ଼ ବିଲକୁଲ ରଖନ୍ତୁନି ନହେଲେ ତାହା ପଛ ଚକାରେ ପସି ଆପଣଙ୍କୁ ବଡ ବିପଦରେ ପକାଇବ । ଝିଅ ମାନେ ବି ନିଜ ଓଢ଼ଣୀ କୁ ସାଇଜ୍ ରେ ରଖିବାକୁ ଅନୁରୋଧ )]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational