Parameswar Ojha

Abstract Tragedy

3.7  

Parameswar Ojha

Abstract Tragedy

ଲୋଡା

ଲୋଡା

3 mins
345


ନୟନା ଚାହିଁଥିଲା ସେମିତି ସେ ସ୍ବାମୀ ସ୍ତ୍ରୀ ଦୁହିଁଙ୍କୁ ଏକ ଲୟରେ । ଈର୍ଷା ହେଉଥିଲା ଖୁବ୍ ପରସ୍ପର ପ୍ରତି ସେମାନଙ୍କ ପ୍ରେମ ଆଉ ଯତ୍ନ ଦେଖି । ସତରେ କେତେ ଖୁସି ସେମାନେ ନିଜ ଜୀବନ କୁ ନେଇ । ସ୍ବାମୀ ସ୍ତ୍ରୀ ଟିର ଶାଢ଼ୀ କାନୀ କୁ ତଳୁ ଗୋଟେଇ ନେଇ କାନ୍ଧ ଉପରେ ପକେଇ ଦେଉଛି । ବୋତଲ ରୁ ପାଣି ପିଉ ପିଉ ଠିପିରି ପଡିଗଲା ବୋଲି ସ୍ତ୍ରୀ କୁ ନଇଁବାକୁ ନ ଦେଇ କହୁଛି, " ତମେ ରୁହ ମୁଁ ଉଠେଇ ଦେଉଛି " 

ସାମ୍ନା ରେ ଦୁଇ ମିଟର ଦୂରତାରେ ଆଉ ଏକ ବେଞ୍ଚ୍ ରେ ବସିଥିଲେ ବି ନୟନା ତାଙ୍କ କଥାକୁ ଅତି ଧ୍ୟାନ ର ସହ ଶୁଣୁଛି । ସ୍ବାମୀ କହୁଛି - " ଏଇ ତମେ କାଲି କଣ ପାଇଁ ସିରପ୍ ଖାଇଲନି ? ଜାଣିଛ ନାଁ ତମ ପାଇଁ ଯେତିକି ନୁହଁ ୟା ପାଇଁ (ପେଟରେ ହାତ ମାରି ) ମେଡିସିନ କେତେ ଜରୁରୀ ? ଦେଖ କାଲି ପରି ଯଦି ସବୁବେଳେ ଏମିତି ଅଭିନୟ କରିବ ଜମା ବି ଭଲ ହେବନି କହି ଦେଉଛି । 

ଉତ୍ତର ରେ ପତ୍ନୀ କହୁଛି -" ମୋତେ ସବୁବେଳେ ମେଡିସିନ ଫଳ ମୂଳ ଖୁଆଇ ଖୁଆଇ ରୋଗୀ ସଜେଇ ଦେବ ନାଁ କଣ ? ୟାକୁ ଖାଅ ତାକୁ ଖାଅ ଶାଗ ପ୍ରଚୁର ଖାଅ ଏ ମେଡିସିନ ଖାଅ ସେ ବଟିକା ନିଅ ସେ ଟନିକ୍ ପିଅ ଏ କଣ ? ସବୁବେଳେ ଖାଲି ଖାଉଥିବି ପିଉଥିବି ରେଷ୍ଟ ନେଉଥିବି ଛାତ ଉପରେ ଚାଲୁଥିବି ଫୁଲ ବଗିଚା ର ଯତ୍ନ ନେଉଥିବି । ଆରେ ବାବା ମୋ କଥା ଏତେ କାଇଁ ଭାବୁଛ ତମେ ? ତମ କାମ ତମେ ଦେଖୁନ । ( ସ୍ତ୍ରୀ ଙ୍କ କଥା ରେ ମିଠା ରାଗ ଥିଲା ) ମୁଁ କଣ ଛୋଟ ପିଲା ମୋତେ ସବୁକଥା ମନେ ପକାଉଛ ? "  

-" ନୁହେଁ ଆଉ କ'ଣ ଯେ ? " 

ଏତକ କହି ସ୍ବାମୀ ନିଜ ଡାହାଣ ହାତକୁ ସ୍ତ୍ରୀ ର କାନ୍ଧ ଉପରେ ବେଢେଇ ଆଣି ସ୍ନେହ ର ଚୁମା ଟେ ଦେବାକୁ ତାଙ୍କ ଆଡକୁ ଝୁଙ୍କେଇ ଆଣନ୍ତି ତ । ସ୍ତ୍ରୀ ସାଙ୍ଗେ ସାଙ୍ଗେ ଚାରି ଆଡକୁ ଥରେ ଆଖି ପହଁରେଇ ଆଣି ବଡ଼ ବଡ଼ ଆଖି କରି ଇସାରା ରେ ସ୍ୱାମୀ ଙ୍କୁ ଚାହିଁଲେ , " ଆରେ ଏ କ'ଣ ହଉଛି ଲୋକ ଅଛନ୍ତି ପା ଜଣା ପଡୁନି କି ତୁମକୁ ? ତମେ ଜମା ସୁଧୁରିବନି ବୁଝିଲ ।"  ତାପରେ ଦୁହେଁ ଚାପା ହସ ହସା ହସି ହେଲେ ପରସ୍ପର ମୁହଁ କୁ ଚାହିଁ ଅନେକ ବେଳ ଯାଏଁ । ସତରେ ଗୋଟେ ଉତ୍ତମ ଜୀବନ ସାଥି ଭାଗ୍ୟ ଉଜ୍ଜ୍ୱଳ ଥିଲେ ମିଳନ୍ତି । ୟା ଠୁଁ ଅଧିକ ଆଉ କ'ଣ ଦରକାର ଯେ ଗୋଟେ ପତ୍ନୀ ପାଇଁଁ ? ଟିକିଏ ସ୍ନେହ , ଭଲପାଇବା , ଆକଣ୍ଠ ଆଦର ଆଉ ପାପୁଲିଏ ପ୍ରେମ । ବାସ୍ ଏତିକି ହିଁ ତ ସ୍ବର୍ଗ ସୁଖ ଗୋଟେ ପତ୍ନୀ ର  ।

ନୟନା ଆଖି ଲୁହରେ ଉବୁଟୁବୁ ସେତେବେଳକୁ ।  ଆଉ କିଛି ଅଧିକ ତ ଚାହିଁ ନଥିଲା କେବେ ବି ସମ୍ପଦ ଙ୍କ ଠାରୁ ସେ । ଦାମିକା ଶାଢ଼ୀ ଚୁଡି ଗହଣା ଗାଣ୍ଠି କସ୍ମେଟିକ୍ସ୍ କିଛି ବୋଲି କିଛି ତ ନୁହେଁ । ତେବେ ତା ସହ କାହିଁକି ଏମିତି ଅବହେଳା ହତାଦର ? 

କାମରୁ ଆସିବେ ତ ବିରକ୍ତି । ଖାଇବା ବାଢ଼ିବା ଟିକେ ଡେରି ହେଲେ ଶୋଧା । ତାପରେ ଖାଇବା ସ୍ବାଦ ଭଲ ହେଉ କି ମନ୍ଦ କିଛି ନା କିଛି ଶୁଣିବାକୁ ପଡେ ତାକୁ । କୋଉଠି କି ବାହାରିବାକୁ ଟିକେ ଡେରି ହେଲେ ସମ୍ପଦ ଅପେକ୍ଷା କରନ୍ତିନି ।ଦେହ ମୁଣ୍ଡ କଣ ଯଦି ହେଲା ଅସୁସ୍ଥ କି ବିନ୍ଧା ଛିଟିକା , ଗଲା ନିଜ କଷ୍ଟ ନିଜ ଦେହରେ ହିଁ ମାରିବ ସେ । ସେ ସମସ୍ତ ଙ୍କ ପାଇଁ ଅଛି କିନ୍ତୁ ତା ପାଇଁ କେହି ନାହାନ୍ତି । ସେମିତି ବିଛଣା ରେ ପଡି ଛଟ ପଟ ହେଉଥିବ ସ୍ବାମୀ କୁ ମୁହଁ ଖୋଲି କହିଲେ ବି ସେ କେବେବି ମଥା ରେ ମେଣ୍ଥୋପ୍ଲସ୍ ଲଗେଇ ଚିପି ଦିଅନ୍ତିନି କି ଦେହ ମୁଣ୍ଡ ରେ ହାତ ମାରି ମୋଡି ଘଷି ଦିଅନ୍ତିନି । ନୟନା କୁ ସେତେବେଳେ ଲାଗେ ମଣିଷ ଏମିତି କୃତଘ୍ନ  କେମିତି ହୋଇ ପାରେ ?  ବାପା ବୋଉ ଙ୍କ ପାଇଁ ସ୍ବାମୀ ଙ୍କ ପାଇଁ ମୋଟ ପରିବାର ର ଛୋଟ ରୁ ବଡ ଯାଏଁ ସବୁ କାମ ପାଇଁ ନିଜକୁ ଗୋଟା ପଣେ ଭାଗ ଭାଗ କରି ଖର୍ଚ୍ଚ କରିଦେଲା ପରେ ବି ତା ଦେହ ମୁଣ୍ଡ ଦେଖିବାକୁ ଏଠି କେହି ନାହିଁ !

ସାମ୍ନା ରୁ' ଦୁଇ ଜଣ ପରେ ନୟନା ର ନମ୍ବର ପଡ଼ିଲା ।

ସେ ଡାକ୍ତର ଙ୍କ ପାଖକୁ ଗଲା ଡାକ୍ତର ନାଁ ପଞ୍ଜିକରଣ କାଗଜ ଦେଖି ପଚାରିଲେ - " ଲାଷ୍ଟ୍ ମେନ୍ସ୍ କେବେ ହୋଇଥିଲା ? "

-" ସାର୍ ନଭେମ୍ବର ଦଶ " 

-" ଅଲଟ୍ରାସାଉଣ୍ଡ କରିଛନ୍ତି ?"

-" ଆଜ୍ଞା ଥରେ କରିଛି ଗତ ମାସରେ " ରିପୋର୍ଟ ଦେଖାଇଲା

-" ଦେଖନ୍ତୁ ପିଲା ର ଓଜନ କମ୍ ଅଛି । ଆଉ ଦେହରେ ବ୍ଲଡ୍ ବି କମ୍ ଅଛି ।  ଅଣ୍ଡା କ୍ଷୀର ମାଛ ମାଂସ ଡାଲି ଏସବୁ ଖାଆନ୍ତୁ ଆଉ  ସବୁଜ ପନିପରିବା ଶାଗ ଏସବୁ ପ୍ରଚୁର  ଖାଆନ୍ତୁ ନିଜର ଯତ୍ନ ନିଅନ୍ତୁ ଭାରି କାମ କରନ୍ତୁନି । ଚଳାବୁଲା କରି ପାରନ୍ତି । ଦିନରେ ଅତି କମ୍ ରେ ସାତ ଘଣ୍ଟା ବିଶ୍ରାମ ନିଅନ୍ତୁ । ଦିନରେ ଛଅ ରୁ ସାତ ଲିଟର୍ ପାଣି ପିଅନ୍ତୁ । ଆଉ ଆଇରନ୍ କ୍ୟାଲସିୟମ ଟାବଲେଟ୍ ଖାଉଛନ୍ତି ତ ? "

-" ଆଜ୍ଞା ଖାଉଛି "

-" ଆପଣଙ୍କ ସ୍ବାମୀ ? " 

" ସେ ଆସି ନାହାନ୍ତି " , କହିଦେଲା ସିନା । ହେଲେ ଏତକ ପାଟି ଖୋଲି କହିଲା ବେଳକୁ ନୟନା ର ଛାତି ଭିତର ଟା ଯେମିତି କୋରି ହୋଇ ଯାଉଥିଲା । 


Rate this content
Log in

Similar oriya story from Abstract