STORYMIRROR

Parameswar Ojha

Tragedy

4  

Parameswar Ojha

Tragedy

ରିପୋର୍ଟ

ରିପୋର୍ଟ

4 mins
365



 ନିଜ ଜୀବନକୁ ନେଇ ମୋର ବହୁତ କିଛି ଆଶା ଥିଲା । କିନ୍ତୁ ଆଉ ପାଦେ ଚାଲିବାକୁ ବି ଇଛା ନାହିଁ। ବାଟ ସବୁ ଅନ୍ଧାର ଦିଶୁଛି।

 ଜୀବନଟା ଅସହାୟ ଆଉ ଖୁବ୍ ବିରକ୍ତି କର ଲାଗୁଛି । ନିଜ ପ୍ରତି ଦୟା ଆସୁଛି ପ୍ରତି ମୁହୂର୍ତ୍ତରେ। ଯୋଉ ଜୀବନ ରେ ଆଉ କିଛି ଉପଭୋଗ କରିବାର ପୁଲକ ରହିବନି ସେ ଜୀବନ ରହି ଲାଭ କଣ । ନିଜ ଜୀବନକାଳ ରେ ଯେତିକି ଟଙ୍କା ଉପାର୍ଜନ କରିଥିବ ପିଲାଙ୍କ ଭବିଷ୍ୟତ ଲାଗି ସେଇ ଟଙ୍କା ନିଜର ଔଷଧ ପାଇଁ ଖର୍ଚ୍ଚ ହୋଇଯିବ ପାଣି ଭଳି । ତଥାପି ଅଚାନକ ମୃତ୍ୟୁ କୁ ଏଡାଇ ଦେଇ ହେବନି । ନିଜେ ତ ଯିବ ଯିବ ନିଜ ପରିବାର ର ଭବିଷ୍ୟତ କୁ ଏମିତି ହିନିମାନିଆ କରି କାଇଁ ରଖିବ । ବରଂ ଜୀବନ ଟାକୁ ନିଜ ହାତରେ ଶେଷ କରିଦେବା ଭଲ । ସେଇ ଏକା ଦୁଃଖ ପାଇବେ । ଏବେ ଚାଲିଗଲେ ପରିବାର ପାଇଁ ବରଂ ଭଲ । 


 ଆଜି ଯେତେବେଳେ ଲୋଚନା ଖାଇବାକୁ ବାଢ଼ି ଦେଉଥିଲା । ମୁଁ ଲୁହ ଭିଜା ଆଖିରେ ତାକୁ ଚାହିଁ ରହିଥିଲି । ସେ ମୋତେ ବୁଝାଉ ଥିଲା , " ଏମିତି କାହିଁକି ଅଧୈର୍ଯ୍ୟ ହଉଚ ? ମୁଁ ତମ ପାଖରେ ଅଛି ପରା ? ଦେଖିବ ତମର କିଛି ବି ହେବନି । " 


 ସେତେବେଳେ ଦୁଇଟୋପା ଲୁହ ତା ଆଖିରୁ ବି ଢଳ ଢଳ ହୋଇ ଖସି ପଡିଲା ମୋ ହାତ ଉପରେ ଆଉ ଲୋଚନା ଖୁବ୍ ଧିରେ ଭିଜା ଭିଜା କଣ୍ଠରେ କହୁଥିଲା , " ଈଶ୍ୱର ଅଛନ୍ତି ମୋ ଶଙ୍ଖା ସିନ୍ଦୂର ଏମିତି ଝଟକୁଥିବ ସବୁଦିନ । ତାପରେ ଲୋଚନା ମୋ କାନ୍ଧରେ ହାତ ଛନ୍ଦି ମୋ ଗାଲରେ ଗୋଟେ ଚୁମା ଦେଇ କହିଲା , ଦେଖ ପ୍ଲିଜ୍ ତମେ ଏମିତି ମନ କଷ୍ଟ କରନି ତମେ ଏମିତି ରହିଲେ ଆମେ ସବୁ ନିଜକୁ ସମ୍ଭାଳି ପାରିବୁ ତ ? "


ଲୋଚନା ର ଏମିତି କଥା ଶୁଣି ମୋର ଖୁବ୍ ଜୋର୍ ରେ କାନ୍ଦିବାକୁ ଇଛା ହେଉଥିଲା ‌ । କିନ୍ତୁ ପାଟିଟା ଚାପି ରଖିଲି ବାଧ୍ୟ ରେ । 

ଲୋଚନା କୁ କହିଲି , ଲୋଚି ଏଇ... ମୋ ପରେ ତମେ ପିଲା ମାନଙ୍କର ଭଲସେ ଯତ୍ନ ନେବ ନା ?


 ଲୋଚନା କାନ୍ଦିକି କହୁଥିଲା , ତମର ଆଜି କଣ ହେଇଚି ? ଏମିତି ଅଶୁଭ କଥା ଗୁଡାକ ମୁହଁ ରେ କାଇଁ ଧରୁଚ ? 


 ମୁଁ କିନ୍ତୁ କହି ଚାଲିଥାଏ ସେମିତି କାରଣ ଆଗକୁ ମୁଁ କହିବାକୁ ଥିବି କି ନାଇଁ । 

ଶୁଣ ଲୋଚି , ଅଫିସ୍ ତରଫରୁ ଦୁଇ ଲକ୍ଷ ମିଳିବ। ପିଲାଙ୍କୁ ଭଲସେ ପାଠ ପଢେଇବ। ଆଉ ଯାହା ବ୍ୟାଙ୍କ ସବୁରେ ଅଛି ଆଉ ଦୁଇଟା ଏଲ ଆଇ ସି .. ସେ ସବୁର ଡିଟେଲ୍ସ ମୁଁ ଲାପଟପ୍ ରେ ନୂଆ ଫୋଲଡର୍ ରଖି ଦେଇଛି ଦେଖିନବ । ପାସ୍ ୱାର୍ଡ ତମ ବାର୍ଥଡେ ।  

ଶୁଣ ମୋ ଦୁଇ ଛୁଆ କୁ କୋଉଥିରେ ବି ଅଭାବ କରିବନି । ସେମାନେ ଯୋଉଟି ପସନ୍ଦ କରିବେ ସେଇଟି ଭଲରେ ଭଲରେ ତାଙ୍କ ବାହାଘର କରିଦବ । ତାଙ୍କ ମନରେ କେବେ ବି କଷ୍ଟ ଦବନି ।  ମୁଁ ଲୋଚି ର ଦୁଇ ହାତକୁ ଜାବୁଡ଼ି ଧରି କହିଲି , ମୋ ପରେ ତମେ ନିଜକୁ ସମ୍ଭାଳିବ ଲୋଚି । ମନ ଦୁଃଖରେ ଭାଙ୍ଗି ପଡ଼ିବନି । 


 ଲୋଚନା ଆଉ ନିଜକୁ ସମ୍ଭାଳି ପାରିଲାନି। ପାଟିରେ ଲୁଗା କାନି ଗୁଞ୍ଜି ଆର ଘରକୁ ଚାଲିଗଲା । ମୁଁ ଭଲକି ଜାଣେ ସେ ଆର ଘରକୁ ଗଲା ମାନେ ମନ ଭରି କାନ୍ଦିବ ଏବେ । 

ସେ କାନ୍ଦୁ ପଛେ କିଛି ଟା ହାଲକା ହୋଇଯାଉ ତା ମନ । 

<

br>

 ଡ୍ରୟାର୍ ଖୋଲି ଦେଖିଲି ପଏଜନ ବୋଟଲ ଟି ସେମିତି ଅଛି, ଯିଏ ଆଉ କେଇ ମୁହୂର୍ତ୍ତ ପରେ ମୋତେ ଶେଷ କରିଦେବ । 

 କିଛି ସମୟ ପରେ ଝିଅ ନିଲି ବାହାରେ ଚପଲ ଖୋଲି ଆସି 

ମୋ ପାଦ ଛୁଇଁ ପ୍ରଣାମ କଲା । ନିଲି ର ସବୁଦିନିଆ ଅଭ୍ୟାସ କଲେଜ ଗଲାବେଳେ ମୋତେ ଆଉ ତା ମାମା କୁ ପ୍ରଣାମ କରି ଯାଏ । 


-" ମୁଁ ଆସୁଛି ପାପା , ଆଜି କଲେଜ ରେ ଆନୁଆଲ ଫଙ୍କସନ୍ ଅଛି ଟିକେ ଡେରିରେ ଫେରିବି "


 ମୁଁ ଝିଅକୁ ଡାକିଲି । ମୋ ମାମା ଆସିଲା ମୁଁ ତାକୁ କୋଳରେ ବସେଇଲି ତା ମଥାରେ ଗୋଟେ ଗାଢ଼ ଚୁମ୍ବନ ଟେ ଦେଲି ଆଉ କହିଲି ,-" ଯାଆ ମାଆ " 


ନିଲି କେଇ ସେକେଣ୍ଡ ମୋତେ ଚାହିଁ ରହିଲା ଆଉ ଓଢ଼ଣା ରେ ନିଜ ଲୁହ ପୋଛି ଚାଲିଗଲା । ସେ ବି ବହୁତ କିଛି ବୁଝିଯାଏ ମୁହଁ ଦେଖି । 


 ମୁଁ ଆଉ ଡେରି କଲିନି, ଆଗକୁ ଆଉ ପାରିବି କି ନା ପଏଜନ ବୋଟଲ ଖୋଲିଲି ଆଉ ପିଇବାକୁ ଆରମ୍ଭ କରିଛି ତ ପୁଅ ଆସିଲା ବାହାରେ କୋଉଠି ଖେଳିବାକୁ ଯାଇଥିଲା ତା ଛୋଟ ପ୍ଲାଷ୍ଟିକ ବଲ୍ ବ୍ୟାଟ୍ ନେଇକି । 


 କହିଲା -" ପାପା , ମେଡ଼ିସିନ୍ ଖାଉଚ ?" 


 ମୁଁ ଉତ୍ତର ଦେଲି -" ହଁ ମେଡ଼ିସିନ୍ ଖାଉଚି " 


ବୋଟଲଟିକୁ ଡ୍ରୟାର୍ ଭିତରେ ରଖି ଦେଇ ମୁୁଁ ଶୁବୁ କୁ ପାଖକୁ ଡାକିଲି । ମୁଁ ପଏଜନ ପିଇଛି କି ନା ବିଲକୁଲ ଭୁଲିଗଲି ପୁଅକୁ ଦେଖି । 


 ପାଖରେ ଶୁଆଇ ଢେର୍ ଗେହ୍ଲା କଲି ତାକୁ । ବହୁତ କଥା ଗପିଲି। ତା ଭିତରେ ସେ କେତେବେଳେ ଶୋଇ ପଡ଼ିଛି ଆଉ ମୁଁ ବି ଉଭୟଙ୍କୁ ଜଣା ନାଇଁ ।


 ସମୟ କେତେ ହବ ସେତେବେଳେ ଠିକ୍ ସେ ମନେ ନାଇଁ । ହଠାତ୍ ମୋ ନିଦ ଭାଙ୍ଗିଗଲା ଲୋଚନା ର ଡାକରେ । 


ଲୋଚନା ନିଜ ମୋବାଇଲ୍ ଧରି ଦୌଡ଼ି ଦୌଡ଼ି ଆସି ଖୁସି ରେ ଅଧୀର ହୋଇ କାନ୍ଦି କାନ୍ଦି କହୁଥାଏ, ଜାଣିଛ... ଡକ୍ଟର ନାୟକ ଫୋନ୍ କରିଥିଲେ । ଆଉ କହିଲେ .... ..  ସେ ଆଗକୁ କିଛି କହି ନପାରି ଖୁସି ରେ କାନ୍ଦି ପକାଇଲା ଘଡ଼ିଏ ଆଗ । 


 -" କଣ କହିଲେ ଡକ୍ଟର୍ ? " 


ଲୋଚନା କାନି ରେ ଲୁହ ପୋଛି କହିଲା -" ଡକ୍ଟର କହିଲେ , ତମେ ଏକଦମ୍ ସୁସ୍ଥ ତମର କିଛି ବି ହୋଇନି । ତମର କ୍ୟାନ୍ସର ରିପୋର୍ଟ ଟି ଭୁଲ୍ ଥିଲା । ସେ ନିଜ ଦୋଷ ସ୍ବୀକାର କରି କହିଲେ ସମାନ ନାଁ ଥିବାରୁ ଭୁଲ୍ ବଶତଃ ପ୍ରେସକ୍ରିପସନ୍ ଟି ବଦଳି ଯାଇଥିଲା । ନିଜ ଭୁଲ୍ ପାଇଁ ସେ ବହୁତ ଦୁଃଖ ପ୍ରକାଶ କରିବା ସହ ଅନୁତପ୍ତ ଥିଲେ ଆଉ ବାରମ୍ବାର କ୍ଷମା ମାଗିଥିଲେ। ଦେଖନି ଦୁଇ ଦିନ ରେ ଘର ଟାକୁ କେମିତି ବିଷାଦ ଗ୍ରସ୍ତ କରି ଦେଇଥିଲା ଗୋଟେ ଭୁଲ୍ ରିପୋର୍ଟ ଟି ।" 


ମୁଁ ଖୁସି ଥିଲି କି ଦୁଃଖି ଥିଲି ଜାଣିନି କିନ୍ତୁ ଚକିତ ଥିଲି ଲୋଚନା କଥା ଶୁଣି । ମୁଁ ସ୍ଵପ୍ନ ଦେଖୁନି ତ .. । ନିଜକୁ ଚିମୁଟି ପରୀକ୍ଷା କଲି ନାଇଁ ବାସ୍ତବ ସତ ଏଇଟା ସ୍ବପ୍ନ ନୁହେଁ । 

ଏକ ପ୍ରକାର ଦୌଡି ଯାଇ ଡ୍ରୟାର୍ ଖୋଲି ଦେଖିଲି କିନ୍ତୁ ପଏଜନ ବୋଟଲ ଟି ଖାଲି ଥିଲା । 


Rate this content
Log in

Similar oriya story from Tragedy