ଅର୍ଥରୁ ଅନର୍ଥ
ଅର୍ଥରୁ ଅନର୍ଥ
ମହାନଦୀ ପଠାରେ ବସି ରୋମାର କୋମଳ ହାତରୁ ଚିନାବାଦାମ ଖାଉଥିଲା ଶଙ୍କର। ନଦୀପଠାରେ ସୁନ୍ଦର ବାଲୁକାଗ୍ରୁହ ତିଆରି କରି ଶଙ୍କର ରୋମାକୁ କହୁଥିଲା, ରୋମା....
ଏ..... ରୋମା........
ରୋମା ଳଶୁଣିଲା ପରି ଅଭିନୟ କରୁଥିଲା, କାରଣ ସେ ଚାହୁଁଥିଲା ଶଙ୍କରର ସ୍ପର୍ଶ। ଶଙ୍କର ବି ସୁଯୋଗ ହାତଛଡା କରିବା ଅବସ୍ଥାରେ ନଥିଲା। ଦୁଇପଟେ ଅଗ୍ନିର ଜ୍ୱଳନ। ସେହି ଜ୍ୱଳନରୁ ସ୍ରୁଷ୍ଟି ହୋଇପାରେ ମିଳନର ସଙ୍ଗିତ। ସେହି ମିଳନର ସଙ୍ଗିତ ହୋଇପାରେ ପାପ ଅବା ପୂଣ୍ଯ, ଠିକ୍ ଅବା ଭୁଲ୍।କାରଣ କାମର ପାପାଗ୍ନିରେ ଜଳିଯାଏ ପ୍ରେମର ପୂଣ୍ଯ।
ସନ୍ଧ୍ୟାର ସୁଲୁସୁଲୁଆ ପବନରେ ରୋମାର କେଶରାଶୀ ରୋମାର ମୁଖମଣ୍ଡଳକୁ ଚୁମ୍ବନ କରିବା ଦେଖି, ଶଙ୍କର କେଶରାଶୀକୁ ଆଡେଇ ଦେଇ ରୋମା ଗାଲରେ ଚୁମ୍ବନ ଆଙ୍କି ଦେଉ ଦେଉ କହେ ଏ ଗାଲରେ ମୋ ବ୍ୟତିରେକ ଆଉ କାହାର ଅଧିକାର ନାହିଁ। ଧେତ୍ କହି ଲାଜେଇଯାଏ ରୋମା।
ଶଙ୍କର ଆରମ୍ଭ କରେ, ଏ ରୋମା, ମୁଁ ଗରୀବ, ତମେ ଧନୀ। ଯୁଗଯୁଗରେ ପ୍ରେମରେ ପ୍ରାଚୀର ଠିଆ କରେ ଧନୀ ଗରୀବର ବୈଶମ୍ୟ। ଶଙ୍କର ପାଟିରେ ହାତ ଦେଇ ଜାବୁଡିଧରେ ରୋମା। ଅଦ୍ଭୁତ ଶିହରଣରେ ଥରିଉଠନ୍ତି ପ୍ରେମୀଯୁଗଳ।
ଆରମ୍ଭ କରେ ଶଙ୍କର, ଏ..ରୋମା ,କୌଣସି ପରିସ୍ଥିତିର ଚାପରେ ମୋଠାରୁ ଦୁରେଇଯିବନାହିଁ ତ ? ରୋମା କୁହେ ତମପାଖରେ ମୋର କୁମାରିତ୍ୱ ସମର୍ପିତ। ଯିବି କୁଆଡେ ? ଘରେ ମୋ କଥାରୁ କେହି ବାହାରି ଯିବେ ନାହିଁ।
ସମୟର ପ୍ରବାହରେ ଅନ୍ୟ ସହରରେ ଚାକିରୀ କଲା ଶଙ୍କର। ସୁନ୍ଦରୀ, ଧନାଢ୍ଯ ରୋମାର ବାହାଘର ପ୍ରସ୍ତାବର ସୁଅ ଛୁଟିଲା। ସହରର ଧନୀବ୍ୟକ୍ତିଙ୍କ ପୁତ୍ରର ବିବାହ ପ୍ରସ୍ତାବରେ ରୋମାର ପ୍ରେମର ମନ୍ଦିର ଦୋହଲିଗଲା। ସବୁ କ୍ଷେତ୍ରରେ ପ୍ରେମରେ ପୁଅ ଧୋକା ଦିଏନାହିଁ। ସମ୍ପତ୍ତି ଓ ସୁନ୍ଦର, ଧନାଢ୍ଯ ବରପାତ୍ର ଦେଖି
ରାଜି ହୋଇଗଲା ରୋମା। ଚିନ୍ତାକଲା , ଜୀବନ ତାର। ପ୍ରେମରେ ଜୀବନ ଅତିବାହିତ ହୁଏନାହିଁ। ଗରୀବ ଶଙ୍କର କଣ ଖୁସି ରଖିପାରିବ ?
ଘରେ ତାର ପ୍ରେମବିଷୟରେ ଜ୍ଞାତ କରାଇଲା ଓ ଚୁପଚାପ ମନ୍ଦିରରେ ବାହାଘର ପ୍ରସ୍ତାବ ଦେଲା ଓ ବାହାଘର ବି ସରିଗଲା। ଚାକିରୀ ଜଞ୍ଜାଳ ଓ ଅର୍ଥଉପାର୍ଜନର ନିଶାରେ ଲାଗିପଡିଥିଲା ଶଙ୍କର। କାରଣ ବାହାଘର ପରେ ଧନୀଝିଅ ରୋମାକୁ ସମସ୍ତ ଖୁସି ଅଜାଡିଦେବାକୁ ସଙ୍କଳ୍ପବଦ୍ଧ ଥିଲା ସେ। ଏପଟେ ଅନ୍ୟଜଣକର ହାତ ଧରିସାରିଥିଲା ରୋମା। ଏଇ କଥାର ଟେର୍ ବି ପାଇନଥିଲା ଶଙ୍କର, ରୋମା ବି କିଛି ଜଣେଇନଥିଲା ଶଙ୍କରକୁ।
କିଛିବର୍ଷ ମଧ୍ଯରେ ଶଙ୍କର ବନିଯାଇଥିଲା ପ୍ରତିପତ୍ତିଶାଳୀ। ଏପଟେ ମଦ୍ୟପ ସ୍ୱାମୀ ଶାରୀରିକ ମାନସିକ ନିର୍ଯାତନା ଦେଇଚାଲିଥିଲା। ହଠାତ୍ ସମସ୍ତ କଳାଧନର ଅନ୍ତ ହେବାସହ ରାସ୍ତାର ଭିକାରୀ ହୋଇଗଲେ ଦୁଇ ପରିବାର। ସରିଗଲା ସମ୍ପତ୍ତି, ଉଜୁଡିଗଲା ସଂସାର। ନିଜର ଚଳିବା ଅସମ୍ଭବ ହେବାପରେ ଘରୁ ବିତାଡିତ ହେଲା ରୋମା।
ସହରରେ ରହିବା ମୁସ୍କିଲ ଥିଲା ରୋମାର। ସହରଛାଡି ରୋମା ଚାଲିଗଲା ଯାଜପୁର ବିରଜାଇ। ଏପଟେ କିଛି ବୁଝିପାରୁନଥିଲା ଶଙ୍କର। କିଛିଦିନ ହେଲା ରୋମାର ଫୋନ ବି ଲାଗୁନଥିଲା। ଆଜି ରୋମାର ଜନ୍ମଦିନ। ରୋମାର ଶୁଭମନାସି ସେଇ ବିରଜାକ୍ଷେତ୍ରରେ ଦୁଃଖିରଙ୍କିଙ୍କ ଭୁରିଭୋଜନର ବ୍ୟବସ୍ଥା କରି ପହଞ୍ଚିଲା ଶଙ୍କର।
ଶଙ୍କରକୁ ଦେଖି ମୁହଁ ଲୁଚେଇଲା ରୋମା ଲଜ୍ଜାରେ, ଦୁଃଖରେ, ଅନୁତାପରେ। କିନ୍ତୁ ଶଙ୍କରକୁ କିଛି ଅଛପା ନଥିଲା। ରୋମାର ହାତଧରିନେଇ ବାହାହେଲା ମନ୍ଦିରରେ। କିଛି ବୁଝେଇ କ୍ଷମା ପ୍ରାର୍ଥନା କରିବାକୁ ଚେଷ୍ଟା କରୁଥିଲା ରୋମା। ରୋମାର ପାଟିରେ ହାତରଖି ଚୁମ୍ବନଟିଏ ଆଙ୍କି ଦେଉ ଦେଉ ହସିହସି ଶଙ୍କର କହିଲା ମୁଁ ସବୁ ଜାଣେ।
ଏତିକି ମନେରଖ ;;
"**ଅର୍ଥ ଅନର୍ଥର ମୁଳ**"