STORYMIRROR

Siddhartha Sankar Tripathy

Tragedy Crime Fantasy

5  

Siddhartha Sankar Tripathy

Tragedy Crime Fantasy

ଜୁଇରେ.....

ଜୁଇରେ.....

3 mins
396

ଗାଆଁ କଥା ଲେଖିବାକୁ ଗଲାବେଳେ ସଚ୍ଚି ରାଉତରାୟଙ୍କ କବିତାଟି ଭୁଲି ହେବ ବା କେମିତି ?


"ଛୋଟ ମୋର ଗାଆଁଟି,

ଭୁଗୋଳପୋଥି ପତରେ ପଛେ ନଥାଉ ତାର ନାଆଁଟି।"


ପ୍ରକୃତରେ ସେମିତି ହିଁ ଥିଲା ବାହାଡାଗୁଡା ଗାଆଁଟି। ଗାଆଁ ପଛପଟେ ବାଉଁଶବୁଦା, ତାକୁ ଲାଗି ଶ୍ମଶାନ, ଅନତି ଦୂରରେ ବିରାଟ ପୁଷ୍କରିଣୀ। ଅଧିକାଂଶ ଚାଳଛପର ଘର। ସେଇ ଗାଆଁର ବାସିନ୍ଦା ମିଲି । ପରିବାର କହିଲେ ବିଧବା ମାଆ ଓ ସେ । ଉପାର୍ଜନର ପନ୍ଥା ମାଆ ପରଘରେ କାମକଲେ ଘର ଚଳେ । ପାଠପଢେ ମିଲି । ମାଆ ସୁରମାର ଲକ୍ଷ୍ୟ ଝିଅଟା ପାଠ ଦୁଇଅକ୍ଷର ପଢିଦେଲେ ଭଲ ବରଟିଏ ପାଇ ସଂସାର କଲେ ତା ସ୍ୱପ୍ନ ସାର୍ଥକ, ସେ ତ ପାଚିଲାପତର ।

     ପ୍ରେମ, ପ୍ରେମ ନୁହେଁ ଆକର୍ଷଣ, ବିକର୍ଷଣର ଫର୍ମୁଲା, ପ୍ରେମର ବାସ୍ନା ଆଘ୍ରାଣ କରିହୁଏ ଯଦି ପ୍ରେମ, ଅନାବିଳ, ଅନାସକ୍ତ, କାମରହିତ । ପ୍ରେମ ନୁହେଁ କଣ୍ଟକିତ ଶଯ୍ୟା ବରଂ କୋମଳ, ସୁନ୍ଦର ।


   କିନ୍ତୁ .................

ଏକବିଂଶ ଶତାବ୍ଦୀର ପ୍ରେମର ସାକ୍ଷୀ ବନିଯାଏ କାମ ଓ ସେଇଠି ସତ୍ତା ହରାଏ ପ୍ରେମ, ଆରମ୍ଭ ହୁଏ ଅଶାନ୍ତିର ଧ୍ୱନି, ଅବୁଝାମଣାର ଝଡ। ଭାଙ୍ଗିଦିଏ ନିଡ, ବିଲୀନ ହୋଇଯାଏ ପ୍ରେମର ସତ୍ତା। ତାପରେ ବିଫଳ ପ୍ରେମିକ ଗାଇଉଠେ-

"ଉଡିଗଲା ପକ୍ଷୀ, ଭାଙ୍ଗିଦେଇ ତାର ସପନର ବାଲିଘର "।

ତାପରେ ଆରୋପ, ପ୍ରତ୍ୟାରୋପ ଓ ପ୍ରେମିଯୁଗଳଙ୍କ ବଦଳିଯାଏ ରାସ୍ତା ।


ମିଲି.....,ଏ.........ମିଲି, ସେ ବାରିପଟକୁ ତିନିସନ୍ଧ୍ୟାବେଳେ କୁଆଡେ ଯାଇ ମରୁଛୁ, ଘରେ ଏଣେ ବାସିକାମ ସରିନି। ଝିଅଟା ଆଜିକାଲି କଲେଜପାଠ କମ୍ ପଢୁଛି, ଖାଲି ମୋବାଇଲ ଦେଖିଥାଉଛି, ସବୁବେଳେ ବାଡିପଟେ ପଚାରିଲେ କହୁଛି ଘରେ ମୋବାଇଲ ହେଉନାହିଁ ତେଣୁ ବାରିପଟ ବାଉଁଶମୁଳେ ମୋବାଇଲରେ ପାଠ ପଢୁଛି। ଏ ନିଆଁଗିଳା କରୋନା କେବେ ଛାଡିବ କେଜାଣି ଲୋ ମାଆ ।


        ଟୁକୁନାର ଦୃଢ଼ ଆଲିଙ୍ଗନରୁ ନିଜକୁ ମୁକ୍ତ କରୁକରୁ ମିଲି କହିଲା, ହେ ଛାଡ ନା ! ଆଜି ଏତିକି ଥାଉ, ତେଣେ ମାଆ ପାଟିକରିଲାଣି, ଦେଖିନେବ ଯଦି ପ୍ରେମନିଶା ଛଡାଇଦେବ। ଜାଣିଛ ଟୁକୁନା, ତମେ ଦେଇଥିବା ମୋବାଇଲ ଦେଖି ମାଆ ପଚାରିଲା, ମୋବାଇଲ କେଉଁଠୁ ଆଣିଲୁ ? ଚଟକରି ଉତ୍ତର ଦେଲି କଲେଜରୁ ମିଳିଛି। ମୁର୍ଖମାଆ ସତ କରିନେଲା। ତମେ ସତରେ କେତେ ଭଲ, ମୋ ପାଇଁ କେତେ ଖର୍ଚ୍ଚ କରୁଛ। ଗାଆଁ ସାହୁକାରଙ୍କ ଧାନକଳର ସୁପରଭାଇଜର ହୋଇ ମୋ ପାଇଁ ଅଧା ଦରମା ଖର୍ଚ୍ଚ କରିଦେଉଛ। ଅନ୍ଧବିଶ୍ୱାସର ଗନ୍ତାଘର ଗାଆଁ ଗହଳିର ବାଉଁଶମୂଳ। ସବୁ ଗାଆଁର ଗୋଟିଏ କଥା ବାଉଁଶବୁଦାରେ ଭୂତ ରୁହନ୍ତି।


ସତେ ଯେମିତି ଭୂତ କହୁଛି, ଏ ମିଲି ପ୍ରେମ ଶାଶ୍ୱତ, ସୁନ୍ଦର। ହେଲେ, ହେ ପ୍ରେମିଯୁଗଳ ତମେ ପ୍ରେମର ହତ୍ୟା କରି ଭୁଲ ବାଟରେ ଚାଲିଯାଉଛ। 'ରାତ୍ରିର ଉଡାଳିପରି ପରି ରାତିସାରା ଉଜାଗର ରହି ମୋବାଇଲରେ ପ୍ରେମର ଆଦାନ ପ୍ରଦାନ'। ଭୁଲିଯାଉଛ ଚାକରାଣୀ ମାଆର ଅକୁହା କୋହ। ଜାଳିପୋଡି ଛାରଖାର କରୁଛ ଗରୀବ ମାଆର କେଞ୍ଚାଏ ସ୍ୱପ୍ନ। ନେଡିଗୁଡ କହୁଣୀକୁ ବୋହିବା ଆଗରୁ ସୁଧୁରିଯାଅ। ନିଜ ମାଆକୁ ନିଜ ବିବେକକୁ ପାଦରେ ଦଳିଦେଇଥିବା ଝିଅଟି ଜୀବନ୍ତ ମାଆକୁ ଖାତିର କରୁନାହିଁ ଆଉ ଭୂତକୁ ଶୁଣିବ କଣ ? ଅସହାୟ ଭୂତ ଅସହାୟତାର କବର ଭିତରେ ଠୋ ଠୋ ହସୁଛି।


    ଆଧୁନିକ ପ୍ରେମ, ତାର ସଂଜ୍ଞା ଶୁଣି ଓ ଦେଖି ହସୁଛନ୍ତି ସେମାନଙ୍କ ପ୍ରେମର ସଂଜ୍ଞାକୁ ବିକ୍ରୁତ କରି ସେମାନଙ୍କ ଉଦାହରଣ ଦେଉଥିବା ପ୍ରେମୀ ହିରରାଂଝା, ସୋନି ମହିୱାଲ। ଏସବୁ ଦେଖି ହସିଉଠୁଛି କଟାମୁଣ୍ଡ ବେଲାଳସେନ।


        ଧିରେଧିରେ ଟୁକୁନାର ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହେଲା। ବ୍ୟସ୍ତ ରହୁଛି କହି ମିଳାମିଶା ଓ କଥାବାର୍ତ୍ତା କମେଇଦେଲା ଟୁକୁନା। ପଚାରିବସୁଥିଲା ମିଲି, ଏ... ଟୁକୁନା, ପ୍ରେମର ଆକର୍ଷଣ କମିଗଲା ନା କଅଣ ? ହସିଦେଇ ଟୁକୁନା କହିଦେଉଥିଲା, ନା ନା ସେମିତି କାହିଁକି ଭାବୁଛ? ଆମ ପ୍ରେମ ଅଜର, ଅମର। ବାସ୍ ତାପରେ ନଦୀ ସମୁଦ୍ରର ମିଳନ।

  

     ସବୁଦିନ ସମାନ ଯାଏନାହିଁ। ଦିନେ ଅସଂଯତ ଅବସ୍ଥାରେ ବାଉଁଶବୁଦାରୁ ଗାଆଁର କିଛି ଯୁବକଙ୍କ ଦ୍ୱାରା ଧରାପଡିଲେ ମିଲି ଓ ଟୁକୁନା। ଗାଆଁର ଇଜ୍ଜତ କଥା। ସାଙ୍ଗେସାଙ୍ଗେ ପଞ୍ଚାୟତ ବସିଲା। ଆଶ୍ଚର୍ଯ୍ୟଚକିତ ହୋଇ ଲୁହ ଗଡାଇବା ସହ ପ୍ରେମ ପାର କରି ପ୍ରଣୟ, ତା ପୁଣି ବିବାହ ପୁର୍ବରୁ କରିଥିବା ଭୁଲ ପାଇଁ ମୁଣ୍ଡ ତଳକୁ କରି ଅନୁତାପର ଅଶ୍ରୁ ବୁହାଉଥିଲା।


ଭୋ ଭୋ କାନ୍ଦିଉଠିଲା ଯେତେବେଳେ ଟୁକୁନା କହିଲା, ସେଇଟା କୁଳଟା, ମୋଠାରୁ ଉତ୍କୋଚ ନେଇ ମୋ ସହ ଦୈହିକ ସମ୍ପର୍କ ରଖିଥିଲା। ପଞ୍ଚାୟତ ଖୋଜି ବାହାର କରନ୍ତୁ, ମିଲିର ଆହୁରି ବହୁତ ଏମିତି ସମ୍ପର୍କର ଡୋର ଥିବ। ମୁଁ ତାକୁ ବାହାହେବାର ପ୍ରଶ୍ନ ଉଠୁନାହିଁ।


     ତର୍କ ବିତର୍କ ପରେ ନିଷ୍ପତ୍ତି ହେଲା, ଗାଆଁ ଲୋକଙ୍କ ସହାୟତାରେ ଏଇ ବିବାହ ସମ୍ପନ୍ନ ହେବ। ତାରିଖ ବି ଧାର୍ଯ୍ଯ ହୋଇଗଲା। ସବୁପରେ ବି ମନଟା ଦୁଃଖ, କ୍ଷୋଭ ଓ ଅଶାନ୍ତିରେ ଭରିଯାଇଥିଲା ମିଲିର।


ସବୁ ଝିଅର ସ୍ୱପ୍ନ ପ୍ରେମ ହେଉ କିମ୍ୱା ଆୟୋଜିତ, ପୁରାତନ ହେଉ କିମ୍ୱା ଏକବିଂଶ ଶତାବ୍ଦୀର ଆଧୁନିକ ସମାଜ ଅଗ୍ନିକୁ ସାକ୍ଷୀରଖି ବିବାହରେ ହିଁ ପୂର୍ଣ୍ଣତା ନାରୀର। ଠିକ୍ ସେମିତି ଅପେକ୍ଷାର ଅନ୍ତ ଘଟାଇ ଉପନୀତ ହେଲା ସେଇ ଦିନ। ଆରମ୍ଭ ହେଲା ବିବାହ। ପବିତ୍ର ହୋମଅଗ୍ନି ସହ ମନ୍ତ୍ରପାଠ। ହଠାତ୍................. ଖବର ପହଞ୍ଚିଲା ଟୁକୁନା ଗାଆଁ ଛାଡି କୁଆଡେ ଚାଲିଯାଇଛି। ଖୋଜାଖୋଜି କରି ବିଫଳ ହେଲେ ସମସ୍ତେ।


"ଯଥା ରାବଣସ୍ୟ ମନ୍ଦୋଦରୀ, ତଥା.............!

ସ୍ୱପ୍ନ ହୋଇଯାଇଥିଲା ଏହି ମନ୍ତ୍ର। ହୋମଘ୍ରୁତ ଓ ହୋମାଗ୍ନିରେ ଅପ୍ରତ୍ୟାଶିତ ଭାବେ ଝାସ ଦେଲା ମିଲି। ତାକୁ ଦେଖି ସଂସାର ସରିଗଲା କହି ଜାବୁଡି ଧରିଲା ମିଲିର ମାଆ ସୁରମା।


ଗାଆଁଲୋକଙ୍କ ଆଖିସାମ୍ନାରେ ଜଳିଗଲେ ମାଆ ଝିଅ। ପନ୍ଦର ବର୍ଷ ପରେ ଦଣ୍ଡ ପାଇଲା ଟୁକୁନା। ଉପରୁ ଟୁକୁନାର ଦଣ୍ଡ ବିଧାନ ଦେଖି ହସୁଥିଲେ ମିଲି ଓ ସୁରମା। ସୁରମା କହୁଥିଲା, ମିଲି ଲୋ ! ଗରୀବ ହେଉ ବା ଧନୀ, ବିପଥଗାମୀ ବା ପ୍ରେମ ନାମକୁ କଳୁଷିତ, କଳଙ୍କିତ କଲେ ହସିବାକୁ ତ ମିଳେ ହେଲେ ଜୀବିତ ଅବସ୍ଥାରେ ନୁହଁ, ଏମିତି ଭୁତ ହୋଇ ଲୋ ...........!!



Rate this content
Log in

Similar oriya story from Tragedy