ବିଡିଵାଲୀ ମାଉସୀ
ବିଡିଵାଲୀ ମାଉସୀ
ମହିଳା ଛତ୍ରିବାସ ଫାଟକ ଆଗରେ ପ୍ରବଳ ଭିଡ | ଆପଣ କହିବେ କି ନୂଆ କଥା କହିଲି | ସବୁ ବେଳେ ତ ମହୁମାଛି ଭଳି ଏ ଚଗଲା ଟୋକଗୁଡା ଗୁଣୁଗୁଣୁ ହେଉଥାନ୍ତି | ଆଜି କଣ ନୂଆ | ନଇଁ ଆଜ୍ଞା ସବୁଦିନ ଅପେକ୍ଷା ଆଜି ଅଧିକ ଭିଡ | ସବୁଦିନ ଏଠି ବାଇଆ, ଚଗଲା, ମାଡୁଆ ଅଥବା ପ୍ରେମିକ ଶ୍ରେଣୀର ପିଲାଙ୍କୁ ଭିଡ କରିବାର ଦେଖିଥିବେ, ଆଜି କିନ୍ତୁ କଥାଟା ଏକଦମ ନିଆରା | ଆଉ ନିଆରା ହେବନିନା ଆଜି ସେ ଉପରୋକ୍ତ ପିଲା ଗୁଡ଼ିଙ୍କୁ ଦେଖିବାକୁ ମିଳୁ ନଥିଲା | କେବଳ ତାଙ୍କ ଯାଗା କୁ ମଣ୍ଡିତ କରିଥିଲେ କିଛି ପୋଲିସ, କିଛି ପୌଢ ବ୍ୟକ୍ତି ଓ ଧୋବାଧୋବଳିଆ ପୋଷାକ ସହିତ ମୁଣ୍ଡରେ ବି ସେଇ ରଙ୍ଗର ଟୋପି ବିନ୍ଧା କିଛି ଲୋକ |
ଖାଲି ଗାଡି ଆସୁଛି ଯାଉଛି | ଏ ସବୁ ଦେଖିଲା ପରେ ଶଙ୍କରା ଜାଣିଗଲି କିଛିତ କାଣ୍ଡ ହୋଇଛି | ଶଙ୍କରା ଯାଇ କାଲେଜର ଦରୁଆନଂ କୁ ପଚାରି ବୁଝିପାରିଥାନ୍ତା ଯଦି ସେ ମାଟିଆ ପୋଷାକ ଵାଲା ନଥାନ୍ତେ | କିଏ ଯିବ ତାଙ୍କ ଠାରୁ ମାଡ କି ଧକା ଖାଇବାକୁ, ଏହା ଭାବି ପଶିଗଲା ସେ ଚାହା ଦୋକାନକୁ | ଶଙ୍କରାର ଚାହା ପିଇବା ଜମାରୁ ଅଭ୍ୟାସ ନାହିଁ, କିନ୍ତୁ କଥା ଟା ଜାଣିବାକୁ ଦିନ ଏଗାରଟାରେ କାଚଗ୍ଲାସ ଟାକୁ ଗାମୁଛା ମିଶା ଧରି ଧୀରେ ଧୀରେ ଫୁଙ୍କିଥାଇ | ଦୋକାନୀ ଶଙ୍କରା କୁ ଚାହିଁଲା, ଶଙ୍କରା କଳା ବିଳମ୍ବ ନକରି ଖଣ୍ଡେ ହସିଦେଇ ପଚାରିଲା
"ଭାଇନା ଆଜି କଣ ସେ ହଷ୍ଟେଲ ଆଗରେ ଏତେ ଭିଡ | କଣ ଗୋଟେ ହେଇଚି ବୋଧେ, ନା କଣ କହୁଛ ? |
ଦୋକାନୀ " ମୁଁ ମଳିମୁଣ୍ଡିଆ ଲୋକ, ମୋର ଯାଏ କେତେ ଆସେ କେତେ, ତମେ ଚାହା ପିଅ ମୁଁ ଗିଲାସ ଧୋଇ ଦୋକାନ ବନ୍ଦ କରିକି ଯାଏ "|
ଶଙ୍କରା "ଭାଇ ମୁଣ୍ଡରେ ସାବୁନ ମାରି ଧୋଇ ଦେଉନା, ମଳି ଚାଲିଯିବ ଦେଖିବ ଆଉ ମଳିମୁଣ୍ଡିଆ ତମେ ରହିବନି | ମଳି ସବୁ ଚାଲିଯିବା ଆଉ ଶାନ୍ତି ଆସିବ " | କହି ଚହାକୁ ଆଉ ଥରେ ଜୋରେ ଫୁଙ୍କିଦେଲା ଶଙ୍କରା |
ଦୋକାନୀ " ହଇହୋ, କିଛି କାମ ଧନ୍ଦା ନାହିଁ ବୋଧେ " |
ଶଙ୍କରା ଅଛିହୋ, ମୋ କାମ ପରା ଏଟା | ଜାଣିଲ ଭାଇ କେଉଁଠି କଣ ହେଲେ ମୁଁ ସେଠି ହାଜର | କୁହ ଭାଇ କଣ ହୋଇଛି? |
ଦୋକାନୀ ରାଗିକି ଆଖିକି ବଡ କରି ଚାହିଁଲା | ଶଙ୍କରା ହସିଦେଇ କହିଲା ମୁଁ ଜାଣିଛି, ତମେ ସବୁ ଜାଣିଛ |ଯାହା ଖାଲି ନ କହିବାକୁ ଭାବୁଛ | କହୁନା ଭାଇନା, କାହା ଆଗରେ କହିବିନି | ବିଦ୍ୟାରାଣ |ଦୋକାନୀ " କହିବି ଯେ, ହେଲେ କୁଆଡେ କହିବନି ମୁଁ କହିଛି ବୋଲି " |
ଶଙ୍କରା"କୁହ ଭାଇନା, ତମର କଣ ତମ ଛୋଟ ଭାଇ ଉପରେ ବିଶ୍ୱାସ ନାହିଁ? " |
ଦୋକାନୀ" ମୋ ଛୋଟ ଭାଇ ନାଆଁ ଧରନି, ସେଟାକୁ ପୁଣି ବିଶ୍ୱାସ ! ମୋ ସ୍ତ୍ରୀ କୁ ଯେଉଁଦିନ ନେଇ ଚାଲିଗଲା, ସେଦିନ ଠାରୁ ମୋ ହାଡ ଜଳୁଛି"|
ଶଙ୍କରା " ହେ, ହେ ଭାଇନା ମୁଁ ତମ ଛୋଟ ଭାଇ କଥା କହୁନି, ସେଟା କଣ ମଣିଷ ହୋଇଥିବ | ନିଶ୍ଚୟ ଚଣ୍ଡାଳଟା |ମୁଁ ମୋ କଥା କହୁଥିଲିନା " |
ଦୋକାନୀ "ଓହଃ, ମୁଁ ଭାବିଲି ଛାଡ଼ " |
ଶଙ୍କରା " ଛାଡ଼ ନୁହଁ ଭାଇ କୁହ କଣ ହୋଇଛି ? "|ଦୋକାନୀ " ସେ ଝିଅ ପିଲାଙ୍କ ହଷ୍ଟେଲ ରେ ମାଉସୀ ରୁହେ | ତା କାମ ହେଲା ଝିଅଙ୍କୁ ଜଗିବା | ବହୁତ ପୁଅ ଆସନ୍ତି ଲୁଚିକି ସେ ଝିଅ ମାନଙ୍କୁ ଦେଖିବାକୁ, ତାଙ୍କ ସହ ଦୁଃଖ ସୁଖ ହେବାକୁ | କିନ୍ତୁ ମାଉସୀଟା ଦେଖା କରେଇ ଦିଏନି କୁହେ ତାଙ୍କ ଘରଲୋକଙ୍କୁ କହିଦେବ | ହେଲେ ମାଉସୀର ଗୋଟେ ବଦଭ୍ୟାସ ଅଛି | ଯଦି ବିଡି କଠାଏ ହାତରେ ଗୁଂଜି ଦେବ, ତାହେଲେ ମାଉସୀ ତରଳି ଯାଏ | ତାପରେ ସବୁ ମାଫ୍ | ପୁଅ ଝିଅ ଖୁସିରେ ଗପନ୍ତି " |
କିଛି ସମୟ ପରେ ଛତ୍ରିବାସର ଜଗୁଆଳି ୱାରଡେନ ମାଉସୀଙ୍କୁ ପୋଲିସ ଧରି ବାହାରିଲା | ଦୋକାନୀ ଧୀରେ କହିଲା "ହେଇ ଦେଖ ସେ ହଉଛି ମାଉସୀ " |
ଶଙ୍କରା " କିଏ ବିଡି ଦେଇନି ବୋଲି ମାଉସୀ କାହାକୁ ମାରିଦେଲାନା କଣ ରାଗିକି ? " |
ଦୋକାନୀ" ହେ ନଇଁ ଜଣେ ବିଧାୟକ ଝିଅ ଏଠାରେ ରହି ପଢୁଥିଲା | କାଲି ଗୋଟେ ପିଲା ଆସି ମୋ ଦୋକାନରୁ ଯେତେ ବିଡି ଥିଲା ସବୁ କିଣି ନେଇଗଲା, ମୁଁ ପଚାରିଲି ଏତେ ବିଡି କଣ କରିବୁ? | ସେ କହିଲା ମାଉସୀକୁ ଦେବି | କହିକି ହଷ୍ଟେଲ ଭିତରକୁ ଗଲା , କିଛି ସମୟ ପରେ ଗାଡ଼ିରେ ଗୋଟେ ଝିଅକୁ ନେଇ ଚାଲିଗଲା | ସେ ଝିଅ ଏ ବିଧାୟକର ଝିଅ | ସକାଳୁ ମୁଁ ଆସିଲା ବେଳକୁ ସମସ୍ତେ ଆସି ସାରିଥିଲେ | ସେ ବିଧାୟକ ରାଗରେ କହୁଥାଏ" ସେ ମାଉସୀକୁ ଧାର ସେ ପେଇସା ଖାଇ ମୋ ଝିଅକୁ ଭଗେଇଛି | ପୋଲିସ ଯାଇ ତା କୋଠରୀ ଦେଖିଲେ "|
ଶଙ୍କରା " କଣ ପଇସା ବାହାରିଲା ? "|
ଦୋକାନୀ " ହେ ନାହିଁହେ, ସେ କଣ ପଇସା ଖାଏ ବାହାରିବ, ଯାହା ଖାଏ ସେଗୁଡା ପ୍ରବଳ ବାହାରିଛି "ବିଡି " |
ଶଙ୍କରା "ସତରେ କଣ ମାଉସୀର ବିଡି ଏତେ ପ୍ରିୟ ? " |
ଦୋକାନୀ " ହୁମ୍ମ, ତମେ ବୋଧେ ଜାଣିନା ମାଉସୀ କୁ ସମସ୍ତେ "ବିଡି ବାଲି ମାଉସୀ " ପରା ଡାକନ୍ତି |