Sucharita Sena

Romance

3  

Sucharita Sena

Romance

ତୁମ ସ୍ମୃତିରେ

ତୁମ ସ୍ମୃତିରେ

3 mins
198


ରୀନା କଫିସପ ର କୋଣରେ ଥିବା ଚୌକି ଉପରେ ବସି ପଡି, ଦାମୋଦର କୁ ବସିବାକୁ ଇସାରା କଲା | ଦାମୋଦର ତରତର ହୋଇ ଚୌକି ରେ ବସିବା ପାଇଁ ପ୍ରୟାସ କରିବା ମାତ୍ରକେ, ଆଗରେ ଥିବା ଟେବୁଲ ଟି ତାକୁ ଛାଡିବାକୁ ନାରାଜ | ଦାମୋଦର କଷ୍ଟେମଷ୍ଟେ ଭିତରକୁ ପଶିବା ବେଳେ ରୀନା ଟେବୁଲଟିକୁ ନିଜ ଆଡକୁ ଟାଣି ନେଇଗଲା | ଟେବୁଲଟି ନିଜ କାମରେ ସିନା ହାରିଗଲା ହେଲେ ଦାମୋଦର ଜିତିଯିବା ଭଳି ଚୌକିରେ ବସି ଟେବୁଲ ଟିକୁ ଖତେଇ ହେଲା ଭଳି ତା ପିଠିରେ ତାଳରେ ଦୁଇ ତିନିଟା ବସେଇ ଦେଲା | ରୀନା ମେନୁ କାର୍ଡ ଭିତରୁ ତିରିଛି ନଜର ଯେପରି ପକାଇଛି, ଦାମୋଦର ସୁନା ପିଲାପରି ଦାନ୍ତ କୁ ଦେଖାଇ ହସିଦେଲା | ରୀନା ୱାଟର କୁ ଡାକି ଷ୍ଟ୍ରଙ୍ଗ କଫି 2ଟା ଅଡର୍ କଲା |

ଯେପର୍ଯ୍ୟନ୍ତ କଫି ଆସିନି ମୁଁ ରୀନା ଓ ଦାମୋଦର ର ପରିଚୟ ଦେଇଦିଏ | ରୀନା, ଅତ୍ୟନ୍ତ ଧନୀଘର ଝିଅ | ଯାହାର ବାପା ଭାଇ ମାନେ ବିଜିନେସ ରେ ଏକୁ ଆରକେ ବଳି | ଓ ଦାମୋଦର ର କାର୍ଯ୍ୟ କଳାପରୁ ଆପଣ ମାନେ କିଛିଟା ବୁଝି ସାରିବେନି | ଗରିବଘର ପିଲା ଟି ସେ, ପିଲାଳିଆମୀ ଭରି ରହିଛି ତା ପାଖରେ | ଦୁହେଁ କଲେଜ ରେ ସହପାଠୀ | ଯେପରି ଚୂମ୍ଭକ ବିପରୀତ ଦିଗକୁ ଆକର୍ଷିତ ହୁଏ ସେପରି ଏମାନେ | ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାନ୍ତି, କିନ୍ତୁ କେହି କାହାକୁ ମନର କଥା କହି ନାହାନ୍ତି | ରୀନା ତା ମନର କଥା କହିବା ପାଇଁ ଆଜି ଏଠାକୁ ସେ ଦାମୋଦରକୁ ଡାକିଛି |

କଫି ଆସିଗଲା ରୀନା କଫି ପିଇବାରେ ଲାଗିଛି | କିନ୍ତୁ ଦାମୋଦର ଆଗେ କାଫିକୁ ଭଲକି ଦେଖିଲା ଓ ପଚାରିଲା

ଦାମୋଦର ଏଟା ତାହେଲେ କଫି |

ରୀନା ହୁମମ |

ଦାମୋଦର ସତ କହିବି ଗୋଟେ କଥା |

ରୀନା ହୁମମ କୁହ |

ଦାମୋଦର ମୋ ଜେଜେମା, ସକାଳୁ ଉଠି ନାଲି ଚା ହାଣ୍ଡିଏ କରିଦିଏ | ସମସ୍ତଙ୍କୁ ଦେଇ ନିଜେ ଅଧ କଂସା ନାଲି ଚା ରେ ଚୁଡା କି ମୁଢି ପକାଇ ଖାଏ | ମୁଁ ତା ପାଖରୁ ସବୁବେଳେ ମାଗି ଖାଏ | କିନ୍ତୁ ମୁଁ କେବେ ଏ କଫି ପୀଇନି |

ରୀନା ପିଇକି ଦେଖ |

ଦାମୋଦର କଫି ଟିକୁ ଜୋର କରି ପାଟିକୁ ନେଇଗଲା, ରୀନା ଦାମୋଦର ର ମୁହଁକୁ ଚାହିଁ ଫେ ଫେ କି ହସିଦେଲା |

ଦାମୋଦର ମୁହଁକୁ କାଦକର କରି କହିଲା " କି ପିତା " |

ରୀନା ହସିକି କହିଲା ଏଟା ଷ୍ଟ୍ରଙ୍ଗ |

ତାପରେ ଦୁହିଁଙ୍କ ହସ ଖେଳିଗଲା ଚତୁର୍ଦିଗ |

ଏପରି ଅନେକ ଥର କଫିସପ ରେ ଦୁହେଁ ସମୟ କାଟନ୍ତି ସେଦିନ ଦାମୋଦର ନିଜ ହାତ ଲେଖା ଚିଠି ଟିକୁ କଫିସଫ ର ଟେବୁଲ ତଳେ ରୀନା କୁ ବଢ଼ାଇ ଦେଲା | ରୀନା ଖୁସିରେ ନେଇ ଫିଜିକ୍ସ ବହିରେ ରଖିଦେଲା | ଉକ୍ତ ଚିଠିକୁ ଖାଲି ରୀନା ନୁହେଁ ଦୁର୍ଭଗ୍ୟ ବଶତଃ ଘର ଲୋକ ମାନେ ବି ପଢି ସାରିଥିଲେ | ତାପରେ ଯାହା ହେବା କଥା, ଦାମୋଦର ର ପତା ଲଗାଇ ମାଡ ମାରିବା ଠାରୁ ରୀନା ର କଲେଜ ବନ୍ଦ ହେବା ଯାଏ ସବୁ କିଛି ହୋଇଗଲା |

ବିଗତ ଆଠ ବର୍ଷ ତଳର ଏ କଫି ସପ ର ସ୍ମୃତି, ଏବେବି ମାନେ ପଡିଲେ ଦୁହିଁଙ୍କ ମୁହଁରେ ଅଜାଣତରେ ହସ ଖେଳିଯାଏ ଓଠରେ | ରୀନା ଏବେ ଜଣେ ଡ଼କ୍ଟର ଙ୍କ ପତ୍ନୀ, ଯେପରି ଗୋଟେ ଟଙ୍କା ର ପାହାଡ଼ରୁ ଚାଲି ଆସି ଆଉ ଗୋଟେ ଟଙ୍କାର ପାହାଡ଼ ଉପରେ, ହେଲେ ସେ ବିଗତ ଦିନର ଖୁସି କାଇଁ | ସେଦିନ ରୀନା ଙ୍କ ସ୍ୱାମୀ କଫି ପାଇଁ କହି ଅଗଣାକୁ ଚାଲିଗଲେ | ରୀନା ଦୁଇଟି କପ ପ୍ଲେଟ ରେ ଆଣି ରଖିଦେଲେ | ଏଟା କଫି କହି ସ୍ୱମୀ ଙ୍କ ପାଖରେ ଥୋଇଦେଲେ | ନିଜର ନାଲି ଚା କପ ଟିକୁ ନେଇ ବସିଗଲେ ପିଇବାକୁ | ସ୍ୱାମୀ ପ୍ରଶ୍ନ କଲେ " କଫି କାଇଁ ପିଉନା, କଣ ପସନ୍ଦ ନୁହେଁ " |

ଖଣ୍ଡେ ଶୁଖିଲା ସହ ହସି ରୀନା ଜବାବ ଦେଲା "କଫି ଠାରୁ ଏ ନାଲି ଚା ବୋଧେ ମୋର ବେଶୀ ପସନ୍ଦ" |

ରୀନା କଥା ତ ଜାଣିଲେ ଦାମୋଦର କଥା ଜାଣିବେନି

ଏହି ବିଗତ ଆଠ ବର୍ଷ ଭିତରେ ବହୁତ କିଛି ବଦଳିଛି, ଦାମୋଦର ସହ ବଦଳି ଯାଇଛି ପୁରୁଣା କଫି ସପ ଟି | କିନ୍ତୁ ସ୍ମୃତି କଣ କେବେ ବଦଳେ | ଦାମୋଦର ନିଜ ସ୍ତ୍ରୀ କୁ ଆଣି ବହୁତ ଥର ସେ କଫିସଫ କୁ ଆସିଛି କଣରେ ଯଦି ଚୌକି ଟି ଖାଲି ନଥାଏ ତାହେଲେ ଅପେକ୍ଷା କରି ସେଇଠାରେ ଯାଇ ବସେ | ଓ ଅଡ଼ର୍ କରେ ଦୁଇଟି ଷ୍ଟ୍ରଙ୍ଗ କଫି | ସ୍ତ୍ରୀ ପ୍ରଶ୍ନ କରନ୍ତି " ଏ କାଫିରେ ଏମିତି କଣ ଅଛି ତୁମ ଏତେ ଭଲ ପାଅ କାହିଁକି "?|

ଦାମୋଦର ହସିକି କୁହେ " ବସ ଖାଲି ଭଲ ପାଏ, ବହୁତ ଭଲ ପାଏ"|

କୁହାଯାଏ ପ୍ରେମ ଯଦି ମିଳିଯାଏ ସେ ପ୍ରେମ ହୋଇ ରହେନି, ଯଦି ପ୍ରେମ ଦୂରେଇ ଯାଏ ସେ ମାରିବା ପର୍ଯନ୍ତ ସାଙ୍ଗରେ ରୁହେ, ଗୋଟେ ସୁନ୍ଦର ସ୍ମୃତି ହୋଇ ।


Rate this content
Log in

Similar oriya story from Romance