Sucharita Sena

Inspirational

3  

Sucharita Sena

Inspirational

ବାଳୁଙ୍ଗା ପୁଅ

ବାଳୁଙ୍ଗା ପୁଅ

5 mins
188


ସହରର ପ୍ରଭାତ ସମୟ | ପରିବା ବଜାରରେ ଭିଡ | ସମସ୍ତେ ଵ୍ୟସ୍ତ ପରିବା କିଣାରେ | ଅଦୂରରୁ ଶୁଭିଲା"ଦେବେନ୍ଦ୍ର ବାବୁ ଓ ଦେବେନ୍ଦ୍ର ବାବୁ ଏପଟକୁ ଦେଖନ୍ତୁ ମୁଁ ଏହିଠାରେ ଅଛି | " | ସ୍ୱରକୁ ଉପରକୁ ଉଠାଇ , ହାତକୁ ହଲାଇ କହୁଥାନ୍ତି ମିଶ୍ର ବାବୁ |ଦେବେନ୍ଦ୍ର ବାବୁ ଏପଟ ସେପଟ ଚିହିଁଲେ | ଓ ମିଶ୍ର ବାବୁ ଯେ | ପରସ୍ପରକୁ ଦେଖି ଓଠରେ ଖେଳିଗଲା ହସ |

ଦେବେନ୍ଦ୍ର ବାବୁ ପାହୁଲ ଲମ୍ବାଇ ପହଂଚି ଗଲେ ମିଶ୍ର ବାବୁ ଙ୍କ ପାଖରେ | ଦୁଇ ବନ୍ଧୁ ଲମ୍ବା ସମୟ ବ୍ୟବଧାନରେ ଭେଟ ହୋଇଥିଲେ | ତେଣୁ ପରସ୍ପରକୁ କୋଳାଗ୍ରତ ଏପରି ଭାବରେ କଲେ ଅଦୂରରେ ବସିଥିବା ଅପରିଚିତ ପରିବା ବେପାରି ଟିବି ହସିଦେଲା | ଚାକିରୀ ଜୀବନରେ ଦୁହେଁ ଗୋଟେ ଅଫସିରେ କାମ କରୁଥିଲେ | ଅବସର ପରେ କୌଣସି ପ୍ରକାର ସମ୍ପର୍କରେ ନଥିଲେ | ତେଣୁ ଅନେକ ଦିନର ଅବଧିରେ ଆଜି ସାକ୍ଷାତ | ଖୁବ୍ ଖୁସି ଥିଲେ ଦୁଇ ବନ୍ଧୁ |

" ମିଶ୍ରବାବୁ, ଅପଣଂକୁ ଏପରି ଭାବରେ ଏଠାରେ ଦେଖିବି ଏହା କେବେ ଭାବି ନଥିଲି | କେବେ ଠାରୁ ଏ ଯାଗାକୁ ଆସିଲେ | ସପରିବାର କୁଶଳ ମଙ୍ଗଳ ତ " | ଅତି ଭାବପୂର୍ଣ୍ଣ ହୋଇ କହିଗଲେ ଦେବେନ୍ଦ୍ର ବାବୁ |

ମିଶ୍ର ବାବୁ" ହଁ ସବୁ ଭଲ, ମୁଁ ଏବେ ଏ ସହରକୁ ଚାଲି ଆସିଛି | ଗୋଟେ ବୋଲି ଝିଅ | ତାକୁ ବିବାହ ଦେବା ପରେ ତା ଠାରୁ ଦୂରେଇ ରହିବା ମୋ ସହଧର୍ମିଣୀଙ୍କ ପାଇଁ ବଡ କଷ୍ଟ ଥିଲା | ଝିଅ ଘରେ ରହିବାଟା ସୁନ୍ଦର ହେବନି ଏହା ମୋ ସହଧର୍ମିଣୀ ଙ୍କ ଭାବନା ବୋଲି ଝିଅ ପାଖା ପାଖି ଆସି ରହିଲୁ | ଆଜି କାଲିର ପିଲା ଗାଁ ଅଥବା ଛୋଟ ସହରକୁ ଯିବାକୁ ତାଙ୍କୁ ଭଲ ଲାଗୁନି | ସେଥିପାଇଁ ଏଠାକୁ ଚାଲି ଆସିଛୁ "'| ଏତିକି କହି ମିଶ୍ରବାବୁ ଠୋ ଠୋ ହୋଇ ହସିଦେଲେ |

"ଆପଣଂକୁ ବହୁତ ଦିନପରେ ଦେଖି ମନ ପ୍ରଫୁଲ୍ଲ ହୋଇଗଲା | ପାଖରେ ମୋ ଘର | ନିଶ୍ଚୟ ଆସିବେ | ଏପରିକି ସବୁଦିନ ଆସିଲେ ଆହୁରି ଭଲ ଲାଗିବ | " | କହି ହସିଦେଲେ ଦେବେନ୍ଦ୍ର ବାବୁ |

ମିଶ୍ରବାବୁ " ଅପଣଂକ ପୁଅ ମାନେତ ବହୁତ ଭଲ ପଠା ପଢୁଥିଲେ | ସେମାନଙ୍କ ଖବର କଣ? | ଶୁଣିଥିଲି ବହୁତ ଭଲ ଚାକିରୀ ବି କରିଛନ୍ତି | ହଁ, ଅପଣଂକ ସେ ବାଳୁଙ୍ଗା ସାନପୁଅ ତା ଖବର କଣ ? | ବାଳୁଙ୍ଗା ଅଛି ନା ସୁଧୁରିଲଣି ? | ବଡ ହଇରାଣ କରିଥିଲା ଅପଣଂକୁ | ତା ନାଆଁଟା କଣ ଥିଲା ତ ? " |

ଦେବେନ୍ଦ୍ର ବାବୁ" 'ଜଗା', ଜଗମୋହନ | ସେହିଁ ମୋ ବାଳୁଙ୍ଗା ପୁଅ " |

" କେଉଁଠି ଚାକିରୀ ବାକିରି କଲାକି ନାହିଁ ? " | ପଚାରିଲେ ମିଶ୍ରବାବୁ |

ହସିଦେଲେ ଦେବେନ୍ଦ୍ର ବାବୁ, ତା ସହ କହିବାକୁ ଲାଗିଲେ " ଚାଲନ୍ତୁ ସେ ଆଗ ଚାହା ଦୋକାନକୁ, ସେଠାରେ ବସି ଗପ ସପ ହେବା |ମିଶ୍ର ବାବୁ " ଚାଲନ୍ତୁ, ଚାଲନ୍ତୁ ଅନେକ ଦିନ ପରେ ଆଜି ପୁଣି ସେ ସ୍ୱଭାଗ୍ୟ ଆସିଛି " |

ଦେବେନ୍ଦ୍ର ବାବୁ ଚାହା ଢୋକେ ପାଟିକି ନେଇ ଜୀବନର ଗଣିତଟା ବଡ କଷ୍ଟପ୍ରଦ ମିଶ୍ର ବାବୁ | ସମସ୍ତେ ଚାହାଁନ୍ତି ସୂତ୍ର ପ୍ରୟୋଗ କରି ସରଳ ଭାବରେ ଗଣିତକୁ କଷିବାକୁ | କିନ୍ତୁ ସବୁ ଠିକ୍ ଠାକ୍ ଧାରାରେ ନେଇ ଯଦି ଉତ୍ତର ଫଳ ଭୁଲୁ ବାହାରିଲା, ତାହେଲେ ସବୁ ଗଣିତ ଭୁଲୁ ହେଇଯିବ |

ବୟସ ଯେତେ ଅଧିକ ଅଧିକ ବଢୁଛି ଜୀବନର ମାନେ ସେତିକି ବଦଳି ଯାଉଛି ମିଶ୍ରବାବୁ | ଦୂରରୁ ଦେଖୁଥିବା ଜୀବନଶୈଳୀ ଖୁବ୍ ଚକ୍ ଚକ୍ କରେ, କିନ୍ତୁ ଯେତେ ଯେତେ ତା ଭିତରକୁ ପସିବେ ବୁଝିବେ ଚକ୍ ଚକ୍ କରୁଥିବା ଚିଜଟି କେବଳ ଖୋଳପା | ବୟସ ବଢିଚାଲେ, ବ୍ୟକ୍ତି ବିଶେଷ ବିରତି ନିଅନ୍ତି | ମୋ ପୁଅ, ମୋ ଝିଅ କହି ବଂଚୁଥିବା ଲୋକଟି ଶେଷ ସମୟରେ ଏକା ଯାଏ | ତାହେଲେ ଏତେ ଲୋଭକଣ ପାଇଁ ଆଉ କାହା ପାଇଁ |ଆପଣ ଜାଣିଥିବେ ଚାରି ପୁଅ ମୋର | ବଡ ତିନିଜଣ ପଢ଼ାରେ ଢ଼େରେ ଆଗୁଆ ଥିଲେ ସାନ ପୁଅ ଠାରୁ | ସାନପୁଅ ର ବାଳୁଙ୍ଗାମି ଦିନକୁ ଦିନ ବଢ଼ୁଥିଲା | ପାଠ ପଢ଼ାରେ ବିଲକୁଲ୍ ମନ ନଥିଲା | ସେଥିପାଇଁ ଅନେକ ମାଡ, ଗାଳି ଖାଇଛି | ପାଖ ପଡୋଶୀ ମାନଙ୍କର ବେଶୀ ଅଭିଯୋଗ ଥାଏ ମୋ ସାନ ପୁଅ ନାଆଁରେ | ତୁମ ପୁଅ ଏମିତି କଲା ତୁମ ପୁଅ ସେମିତି କଲା | ତା ପାଇଁ ମୋ ରକ୍ତଚାପ ସବୁବେଳେ ଉର୍ଦ୍ଧରେ | ମୋ ସହଧର୍ମିଣୀ ସବୁ ସମୟରେ ତାକୁ କହିବାର ମୁଁ ଶୁଣିଛି " ଦେଖେ ଜଗା ତୋ ପାଇଁ ଆମେ ବାପା ମା ଦୁଇଟା ପ୍ରାଣ ହରାଇବୁ " | ମୁଁ ତାକୁ ସବୁ ସମୟରେ ଭାଇ ମାନଙ୍କ ଉଦାହରଣ ଦିଏ | ସେମାନେ କିପରି ଭଲ ପାଠ ପଢୁଛନ୍ତି କୁହେ | ସେମାନଂକୁ ବିଦ୍ୟାଳୟ ଠାରୁ ଆରମ୍ଭ କରି ପଡୋଶୀ ପର୍ଯନ୍ତ ଭଲ ପିଲାର ଆଖ୍ୟା ଦିଅନ୍ତି | କିନ୍ତୁ ତତେ ବାଳୁଙ୍ଗା ଟା ବୋଲି ସମ୍ବୋଧନ କରନ୍ତି | ଟିକେ ମନରେ ରଖ ମୁଣ୍ଡରେ ପୁରା | ଯେତେ କହିଲେ କିଛିନାହିଁ | ମତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡା କାଠ୍ | ଏଭଳି ଥିଲା ସେ | ବୁଲି ବୁଲି ଆସି ଖାଇଦେଇ ପୁନଃ ବାହାରି ଯାଏ ବୁଲିବାକୁ |

ସମୟ ବଢି ଚାଲିଲା, ବଡ ପୁଅ ଓଏସ ପାଇଲା, ତା ତଳ ପୁଅ ଡାକ୍ତର, ଓ ତା ତଳ ପୁଅ ସଫ୍ଟୱାର | ସମସ୍ତେ ଖୁବ୍ ଭଲ ଭଲ ଯାଗାରେ ରହିଲେ | ଘରଠାରୁ ଦୂର, ସହର ଠାରୁ ଦୂର, ଏପରିକି ବାପା,ମା ' ଙ୍କ ଠାରୁ ଦୂର | ଯେଉଁ ମାନଙ୍କୁ ନେଇ ଗର୍ବ କରୁଥିଲି ସେମାନେ ମୋ ଆଖିରେ ପଡ଼ିଥିବା ପରଦକୁ ଉଠାଇ ଦେଲେ | ଯେଝା ବାଟରେ ଯେଝା ଦେଖିବା ତାଙ୍କୁ ସାତ ସ୍ୱପ୍ନ, ତାଙ୍କ କଣ୍ଠରୁ କଥା ଟିକେ ଶୁଣିବାକୁ ବି ସେମାନଙ୍କ ପାଖରେ ସମୟ ଅଭାବ |

ପୁଅ, ବୋହୂ, ନାତି ଓ ନାତୁଣୀ ଙ୍କ ବିରହରେ ସେଦିନ ସ୍ତ୍ରୀ କୁ ବଡ ଧରଣର ହୃଦଘାତ ଆସିଲା | ମୁଁ କଣ କରିବି କଣ କରିବି ଭାବୁଥାଏ | ସେଇ ବାଳୁଙ୍ଗା ପୁଅଟି କେବଳ ପାଖରେ ଥାଏ | ସେଦିନ ମୁଁ ଦେଖିଲି ଯାହାକୁ ବାଳୁଙ୍ଗା, କୁଳାଙ୍ଗାର କହି ଅଧା ଜୀବନ ଘୃଣା କରୁଥିଲି ତା ମନରେ କଣ ଥିଲା | ତା ମା କୁ ଅବିଳମ୍ବେ ଡାକ୍ତରଖାନା ନେଇ ରାତି ରାତି ଉଜାଗର ରହିଥିଲା | କେବଳ ତା ମା ପାଇଁ କାହିଁକି ମୋ ପାଇଁ ବହୁତ କିଛି କଲାଣି | ସାହି ପଡିଶା କାହା ଦୁଃଖ ସହି ପାରେନି | କି ଦିନ କି ରାତି ସମସ୍ତଙ୍କ ସେବାରେ ଆଗଭର | ବଡ ପୁଅ ମାନଙ୍କୁ ଫୋନ କରି ଜଣାଇଲା ମା' ର ଅବସ୍ଥା | ସେମାନେ ଅତି ସହଜରେ ବୁଝାଇ ଦେଲେ ବୟସ ବଢିବା ସହିତ ଏପରି ରାଗ ସବୁ ବଢିବ | ସେଥିପାଇଁ ରୀତିମତ ଔଷଧ ଖାଇବାକୁ ପଡିବ | ଏଭଳି ଛୋଟ ଛୋଟ କଥା ଜଣାଇ ତାଙ୍କୁ ମାନସିକ ଯନ୍ତ୍ରଣା ଦେବା ଠିକି ନୁହେଁ | ଏସବୁ ଶୁଣିବା ପରେ ମୁଁ ସବୁ ବୁଝି ସାରିଥିଲି | ସେମାନଙ୍କୁ କିଛି କହିବା ଅଥବା ସେମାନଙ୍କ ଠାରୁ କିଛି ଆଶା କରିବା ବୃଥା |

ସେଇ ବାଳୁଙ୍ଗା ପୁଅ ଟି ତା ମା କଥାରେ ବିବାହ କଲା | ବୋହୂଟି ବି ବହୁତ ଭଲ | ଖୁବ୍ ଶାନ୍ତିରେ ଜୀବନ କଟୁଛି | ଛୋଟ ଝିଅଟି ତାର, ଆମ ବୁଢା ବୁଢ଼ୀଙ୍କ ଦିନ ତାରି ସହ ଆରମ୍ଭ ହେଉଛି ଓ ଶେଷ ବି | ସହଧର୍ମିଣୀ ଖୁବ୍ ଖୁସିରେ ଅଛନ୍ତି, ଖାଲି ଖୁସି ନୁହନ୍ତି ଏକଦମ୍ ସୁସ୍ଥ |

ସବୁ ସେପରି ଅଛି,ଯାହା ବଦଳି ଯାଇଛି ତାହା ହେଉଛି ମୋ ଦୃଷ୍ଟି | ଆଜି ଯଦି କିଏ କହୁଛି ତୁମେ ସେ ଅମକ ଡାକ୍ତର ଅବା ଓଏସ ପାଇଥିବା ପୁଅର ବାପା ମତେ ଖୁସି ଲାଗୁନି | ଯଦି କିଏ କହୁଛି ବାଳୁଙ୍ଗା ଜଗାର ବାପା ସେଥିରେ ବହୁତ ଆନଂଦ ମିଳୁଛି | ମୁଁ ତ କହିବି ସବୁ ବାପା,ମା ଙ୍କୁ ଭଗବାନ ବାଳୁଙ୍ଗା ପୁଅ ଦିଅନ୍ତୁ | ସେମାନେ ଶେଷ ସମୟ ଶାନ୍ତିରେ ବଂଚିବେ |

ଦୀର୍ଘ ନିଃଶ୍ବସଟେ ଛାଡ଼ି ମିଶ୍ର ବାବୁ କହିଲେ"ସେମିତି କୁହନ୍ତୁନି ଦେବେନ୍ଦ୍ର ବାବୁ | ଅପଣଂକ କଥାରୁ ସ୍ପଷ୍ଟ ବୁଝାପଡୁଛି ଅପଣଂକ ବ୍ୟଥା କେତେ | କିନ୍ତୁ ସବୁ ପାଠୁଆ ପିଲା ଯେ ଏପରି ଏହା ଠିକ ନୁହେଁ | ପିଲାଟିକୁ ଖାଲିଯେ ଭଲ ପାଠ ପଢ଼େଇ, ଚାକିରୀ କରି, ଓ ଟଙ୍କା ରୋଜଗାର କରିବା ଶିଖାଇବା ଠିକ ନୁହେଁ | ସଂସ୍କାର ସବୁଠାରୁ ବଡ | ଯାହା ଅପଣଂକର ସେଇ ବାଳୁଙ୍ଗା ପୁଅ ପାଖରେ ଅଛି |

ବାପା ମୁଁ ଘରକୁ ଯାଉଛି ପାରିବା ବ୍ୟାଗଟା ଦିଅ ସାଙ୍ଗରେ ନେଇଯିବି " | ଦୂରରୁ ଥାଇ ଡାକ ଦେଲା ଜଗା |

ଦେବେନ୍ଦ୍ର ବାବୁ ଓ ମିଶ୍ରବାବୁ ପରସ୍ପରକୁ ଦେଖି ହସୁଥିଲେ ଏକ ଆତ୍ମ ସନ୍ତୋଷର ହସ |


Rate this content
Log in

Similar oriya story from Inspirational