Sucharita Sena

Inspirational

3  

Sucharita Sena

Inspirational

ପରିବର୍ତ୍ତନ ମୋ ଭାବନାର

ପରିବର୍ତ୍ତନ ମୋ ଭାବନାର

3 mins
176


ସମୟର ସ୍ଥିତି ବଡ ଜଟିଳ | କିଏ କେବେ ଭାବିଥିଲା ଏପରି ଦିନ ବି ଦେଖିବାକୁ ପଡିବ | ଜୀବନର ମାନେ ଯେପରି ପରିବର୍ତ୍ତନ | ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଏଠି ପରିବର୍ତ୍ତନ ଘଟିଛି | ଓ ପରିବର୍ତ୍ତନ ଘଟିଛି ମୋ ଚିନ୍ତାଧରା, ମୋ ଭାବନା,ଓ ମୋ ମତାମତ ରେ |

ଆମ କଲୋନୀର ରମେଶ ବାବୁ ଜଣେ ପିଲିସ ଇନ୍ସ୍ପେକଟର ଅଛନ୍ତି | ସ୍ୱଭାବରେ ଗମ୍ଭୀର | କମ୍ କଥା ବାର୍ତ୍ତା କରନ୍ତି, ତାହା କେବଳ ନିଜ ବୟସ୍କ ଲୋକ ମାନଙ୍କ ସହ | ସତ କହିବାକୁ ଗଲେ ମୁଁ ତାଙ୍କୁ ହୃଦୟରୁ ପସନ୍ଦ କରେନି | ହଁ ନ କରିବାର କାରଣ ବି ମୋ ପାଖରେ ପ୍ରମାଣ କଲା ଭଳି ପଡି ରହିଛି |

କଲୋନୀରେ ଦୀପ୍ତି ବୋଲି ଝିଅଟିଏ ଥିଲା | ସେ ନୂଆ କରି ଆସିଥାନ୍ତି ଆମ କଲୋନୀକୁ ରହିବାକୁ | ଦୀପ୍ତି ଖୁବ୍ ସୁନ୍ଦର ଓ ଶାନ୍ତ ସରଳ ଝିଅଟି | ସେ ସବୁଦିନ କଲେଜ ଗଲା ବେଳେ କିଛି ଅସାମାଜିକ ଯୁବକ ତାକୁ ଦେଖେଇ ଆଡୁ ସଡୁ କୁହନ୍ତି | ଦୀପ୍ତି କିନ୍ତୁ ଚୁପ ରୁହେ | ଏପରି କିଛି ଦିନ ବିଗତ ହୁଅନ୍ତେ.... ସେଦିନ କିନ୍ତୁ ସେ ପଥଭ୍ରଷ୍ଟ ଯୁବକ କିଛି ଅଧିକ କରିଦେଲେ | ଦୀପ୍ତି ଯିବା ସମୟରେ ତା ଶରୀରକୁ ଧକା ଦେଇ ଫୋପାଡ଼ି ଦେଲେ | ଖଣ୍ଡିଆ ଖାବରା ହୋଇ, କାନ୍ଦି କାନ୍ଦି ସେ ଘରକୁ ଫେରିଲା | ଦୀପ୍ତି ଯେପରି ଥିଲା ତା ବାପା ବି ସେମିତି ଥିଲେ | ସେ ଯୁବକ ମାନଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ନେବାକୁ ଇଛା ପ୍ରକାଶ କଲେଣି | କାହିଁକିନା ସେମାନେ ରାଗ ରଖି କାଳେ ଦୀପ୍ତିର କ୍ଷତି ଘଟାଇ ପାରନ୍ତି |

ସେମାନେ ସିନା ଚୁପ ରହିଲେ ମୁଁ କିନ୍ତୁ ପାରିଲିନି | ମନେ ପଡିଲା ରମେଶ ବାବୁ ଙ୍କ କଥା | କଲୋନୀ ର ଲୋକ, ତା ଉପରେ ପୁଣି ପୋଲିସ ଇନ୍ସ୍ପେକଟର ନିଶ୍ଚୟ ସାହାଯ୍ୟ କରିବେ | ଏ ତ ଗୋଟେ ଛୋଟ କଥା ନୁହେଁ | କିନ୍ତୁ ମୋର ସବୁ ଭାବନା ଧୂଳିସାତ୍ ହୋଇଗଲା | ରମେଶ ବାବୁ ମତେ କହିଲେ ସେ ବାପା ଝିଅଙ୍କୁ ନେଇ ପୋଲିସ ଷ୍ଟେସନ ଯିବାକୁ | ମୁଁ ମନା କଲି | ସେ ସିଧା ସିଧା ଶୁଣେଇ ଦେଲେ ଏଫ ଆଇ ଅର ନାହିଁ ତ ସେ କିଛିବି କରି ପାରିବେନି |

ମୋର ରାଗ ଆସିଲା ଦୀପ୍ତି ଯଦି ତାଙ୍କର କୌଣସି ବନ୍ଧୁ ବାନ୍ଧବ ଅଥବା ନିଜର କେହି ହୋଇଥାନ୍ତେ ତାହେଲେ କଣ ସେ ଏପରି କହିଥାନ୍ତେ କି କରିଥାନ୍ତେ |

ମୋ ମନକୁ ଆସିଲା ସବୁ ପୋଲିସ ସ୍ୱର୍ଥ ପର, ବିନା ଟଙ୍କାରେ କିଛି କରନ୍ତିନି | କିଛି କାମ ନାହିଁ ଖାଲି ବଡ ବଡ ଗପ | ସେଦିନ ଠାରୁ ମୋ ମନରେ ରମେଶ ବାବୁ ଙ୍କ ପ୍ରତି ସଂମାନ ନଥିଲା, ଥିଲା ଯଦି ପୁଳାଏ ରାଗ ଅଭିମାନ ଓ ଘୃଣା |

ସମୟ ବଦଳେ, ତା ସହ ବଦଳେଇ ଦିଏ ଭାବନା ଓ ଚିନ୍ତାଧରାକୁ | ମହାମାରୀ କରୋନା ପାଦ ଥାପିଲା ଆମ ହସ ଖୁସିର ଜୀବନରେ | ଛଡାଇ ନେଲା ଆନନ୍ଦ, ଓ ସ୍ଵଧୀନତା କୁ | ସମସ୍ତେ ନିଜ ଜୀବନକୁ କୟଦ କରିଦେଲେ ଚାରିକାନ୍ଥ ଭିତରେ | କେବଳ ଉଦ୍ୟସ ନିଜକୁ ସୁରକ୍ଷିତ କରିବା |

କିନ୍ତୁ ଏଭଳି ସମୟରେ ମୁଁ ମୋ ଝରକା ଅଥବା ଛାତ ଉପରେ ଠିଆ ହୋଇ ଦେଖିଥିଲି ରମେଶ ବାବୁ ଙ୍କୁ | କି ଦିନ କି ରାତି ବାହାରି ଯାନ୍ତି ଘରୁ | ମହାମାରୀ କୋରନାରେ ଡ଼ରିକି ନିଜକୁ ଲୁଚାଉ ନଥିଲେ ଘରେ | ବରଂ ନିଜ କାମରେ ନିଷ୍ଟାର ସହ ଲାଗିଥିଲେ | କେତେବେଳେ ଗରିବ ପରିବା ବାଲାକୁ ସାହାଯ୍ୟ ର ହାତ ବଢା଼ଉ ଥିଲେ ତ, କେତେବେଳେ ଘର କାମ କରୁଥିବା ସେ କାମବାଲୀକୁ ଆର୍ଥିକ ସାହାଯ୍ୟ କରିଥିଲେ | ବିନା ବିଶ୍ରାମ ରେ ଘୁରି ବୁଲୁଥିଲେ ଗଳି କନ୍ଦି | କୌଣସି ଅବୁଝା ବ୍ୟକ୍ତିଙ୍କୁ ସରଳ ଭବରେ ଅଥବା କୋଠାର ଭାବରେ ବୁଝାଇ ଦେଉଥିଲେ ଜୀବନଟା ବଡ ମୂଲ୍ୟବାନ | ଅଖିଆ ଅପିଆ ନିଜ କର୍ତ୍ତବ୍ୟ କରି ଚାଲିଥିଲେ | ଏପରିକି ପନ୍ଦର ଦିନ ପର୍ଯ୍ୟନ୍ତ ନିଜ ଘର, ପରିବାର ଙ୍କୁ ଦେଖି ପାରୁ ନଥିଲେ | ଘରକୁ ଆସିଲେ ବି ବାହାରେ ଗୋଟେ ଖଟିଆ ରେ ବିତୁଥିଲା ତାଙ୍କ ସମୟ |

ଜଣେ ଲୋକ କେତେ ନିଷ୍ଠାବାନ ହୋଇପାରେ ତା କର୍ମକୁ ନେଇ ମୁଁ ପ୍ରଥମେ ଦେଖିଲି | ମୋ ମନରେ ଥିବା ସେ ଘୃଣା ଆଉ ନଥିଲା ଥିଲା ଅଜସ୍ର ଭଲ ପାଇବା | ପୋଲିସ ମାନଙ୍କ ପ୍ରତି ଥିବା ସମସ୍ତଙ୍କ ଧାରଣକୁ ଏ କୋରନା ପରିବର୍ତ୍ତନ କରି ସାରିଛି | ସେମାନେ ନଥିଲେ ଆମ ଅବସ୍ଥା କଣ ହୋଇଥାନ୍ତା ଭାବିଲେ ଡର ଲାଗୁଛି | କୋରନା ଯୋଦ୍ଧା ଭାବରେ ସେ ଆମ ସମ୍ମୁଖରେ ପାହାଡ଼ ଭଳି ଠିଆ ହୋଇଛନ୍ତି ସମସ୍ତ ପୋଲିସ୍ କର୍ମୀ | ଓ ସେମାନଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଆମ ସମସ୍ତଙ୍କ ତରଫରୁ |


Rate this content
Log in

Similar oriya story from Inspirational