Sucharita Sena

Horror Romance Thriller

4  

Sucharita Sena

Horror Romance Thriller

କୃଷ୍ଣଚୂଡ଼ା ଏବଂ ରାଧାଚୂଡ଼ା

କୃଷ୍ଣଚୂଡ଼ା ଏବଂ ରାଧାଚୂଡ଼ା

7 mins
304



ମନୋହର,ଭାସ୍କରଙ୍କ ରୌଦ୍ରୋ ତାପରେ ଯେପରି କ୍ଷତାକ୍ତ | ନୟନ ଯୁଗଳ ଜଳ ମୁନ୍ଦେ ପାଇଁ ଘୁରିବୁଲୁଛି ଚତୁଃର୍ଦ୍ଦିଗ | ସୁଦୂରରେ ଜଳ ଥିବା ଭଳି ଆଖିକୁ ଦିଶୁଛି | " ଆରେ ମରୀଚିକା ନୁଁହେତ ? | " | ସ୍ୱୟଂକୁ ପ୍ରଶ୍ନ କଲା ମନୋହର | ଆଖିକୁ ଦୃଶ୍ୟମାନ ହେଉଥିବା ପ୍ରତ୍ୟେକ ବସ୍ତୁ ଯେ ମିଛ ହୋଇଥିବ ଅଥବା ସତ୍ୟ, ଏହାତ ସମୟ କହିବ |

ଅନାବନା ପ୍ରଶ୍ନରେ ଗୁଡେଇ ହେବା ଭିତରେ ଦୁଲୁକାଏ ଶୀତଳ ପବନ ଛୁଇଁଗଲା ତା ଦେହକୁ | ଦ୍ୱିପ୍ରହାର ଟାରେ ଏତେ ଶୀତଳ ପବନ | କିଛି ସମୟ ପୂର୍ବେ ଝାଂଜିର ରାଜୁତି ତାପାଇଁ ବଡ କଷ୍ଟ ପ୍ରଦ ଥିଲା | ପାଣି ସନ୍ଧନେ ଉକ୍ତ ଦିଗକୁ ଟାଣି ହୋଇ ଗଲାସେ | ଓ ଯେତେ ଯେତେ ଆଗକୁ ବଢୁଛି ସେତିକି ସେତିକି ସୁନ୍ଦର ଲାଗୁଛି |

ଅଦୂରରେ ଥିବା ସେ ଯୁଗଳ ବୃକ୍ଷ ଦ୍ୱୟ କୃଷ୍ଣଚୂଡ଼ା ଏବଂ ରାଧାଚୂଡ଼ା ଯେପଟି ଛନ୍ଦି ହୋଇଥାନ୍ତି ପରସ୍ପରକୁ | ଫୁଲରେ ଯେପରି ଡାଳ ଭାଙ୍ଗୁଛି | ନାଲି ଓ ହଳଦୀ ରଙ୍ଗର ଫୁଲ ଗଦା ହୋଇଛି ତଳେ | ନିମିଷେ ସ୍ଥିର ଭାବରେ ଚାହିଁ ରହିଲା ମନୋହର, କେଉଁ ବୃକ୍ଷ କାହାକୁ କବଳିତ କରିଛି ବୁଝିବା କଷ୍ଟସାଧ୍ୟ | ପାଖରେ କାଚକେନ୍ଦୁ ଭଳି ପାଣି ଚକ ଚକ କରୁଛି ରବି କିରଣରେ |

ତୃଷ୍ଣା ମେଣ୍ଟେଇବା ଥିଲା ପ୍ରଥମ ଲକ୍ଷ୍ୟ | ଯେଉଁଥିରେ ମନୋହର ସଫଳ ଲାଭ କଲା | ଓଃ କି ତୃପ୍ତି | ଘଡ଼ିଏ ସେ ଗଛ ମୂଳରେ ବିଶ୍ରାମ ନେବାର ତୀବ୍ର ଇଛାକୁ ଦମନ କରିପାରିଲା ନାହିଁ | ଶୀତଳ ପ୍ରଭଞ୍ଜନ ସହ ଭାସି ଆସୁଥାଏ ସେ ପୁରୁଷ କୋଇଲିର କୁହୁତାନ | ପୁରୁଷ କୋଇଲିଟି ନିଜର ବାନ୍ଧବିକୁ ଊଂଚ ସ୍ୱରରେ ନିମଂତ୍ରଣ ଦେଉଥାଏ ସମୀପ ଆସିବା ପାଇଁ | ଭଗବାନଙ୍କ ସୃଷ୍ଟି କି ସୁନ୍ଦର, କି ସୁନ୍ଦର ତାହାର ରଚନା | ଏପରି ଭାବୁ ଭାବୁ ନୟନଯୁଗଳ ନିଜକୁ ବାହୁବନ୍ଧନରେ ବାନ୍ଧି ନେଲେ, ଢୋଳାଇ ପଡିଲା ମନୋହର |

କାହାର ସ୍ପର୍ଶରେ ମନୋହର ନେତ୍ର ଦ୍ଵାର ଖୋଲିଲା |

" କିଏ ତୁମେ ? " | ପଚାରି ବସିଲା ମନୋହର |

ସେ ଅପରିଚିତ ଯୁବକ ମୁଖରେ ଥିଲା ସ୍ମିତହାସ୍ୟ | ସେ ମଧ୍ୟ୍ୟ ପଚାରି ବସିଲା......

" କଣ ବନ୍ଧୁ ଏ ସ୍ଥାନଟି ତୁମକୁ ବି ମନ୍ତ୍ରମୁଗ୍ଧ କରିଦେଲା ନା କଣ ? | " |

ମନୋହରକୁ ଆଉ ଅଛପା ନଥିଲା ଯେ ତା ଭଳି ଆଉ ଜଣେ ଏ ସୁନ୍ଦର ପରିବେଶ ପାଇଁ କୁମିଆ ହୋଇ ଛୁଟି ଆସିଛି |

ଅପରିଚିତ ଯୁବକ....... : " ତୁମକୁ କେବେ ଆଗରୁ ଦେଖିନି, କଣ ନୂଆ ପଥିକ ? "|

ମନୋହର...... : " ହୂମ, ଏପରି କିଛି | ଦୂର ଯାଗାକୁ ଯାତ୍ରା | କିନ୍ତୁ ଏ ସ୍ଥାନର ସୌନ୍ଦର୍ଯ୍ୟ ମତେ ଅତି ମାତ୍ରାରେ ଆକର୍ଷିତ କରିଛି " |

ଅପରିଚିତ ଯୁବକ....... : ( ପୁନଃ ସ୍ମିତ ହାସ୍ୟ କରି) " ଏ ସ୍ଥାନ ଟି ସେପରି | ଘଟୁଥିବା ଘଟଣା ସମୟ କ୍ରମେ ପାଲୋଟିଯାଏ ଇତିହାସ | ସବୁ ଯାଗାରେ ଇତିହାସ ବିରାଜମାନ, କିନ୍ତୁ ଫରକ ଏତିକି କିଛି ପରଦା ପଛରେ ରହିଯାଏ ଅଦୃଶ୍ୟ ଭାବରେ | ଠିକି ସେପରି ଏଠାରେ ଘଟିଥିବା ଘଟଣା |

ମନୋହର........ : (ବିସ୍ମିତ ମୁଖ ମଣ୍ଡଳ କରି )"ଘଟଣା ?| " |

ଅପରିଚିତ ଯୁବକ........ : " ହଁ, ଘଟଣା କହିପାର ଅଥବା ଦୃଘଟଣା | ଯଦି ସମୟ ଥିବ ଶ୍ରବଣ ନିମତେ ତାହେଲେ ନିଶ୍ଚୟ ଶୁଣେଇବି |

ମନୋହର...... : " ନିଶ୍ଚୟ କୁହ ବନ୍ଧୁ, ମୋର ଆଗ୍ରହ ଆସୁଛି ଏ ସୁନ୍ଦର ସ୍ଥାନ ବିଷୟରେ ସବୁକିଛି ଶୁଣିବାକୁ " |

ଅପରିଚିତ ଯୁବକ ଆରମ୍ଭ କଲା..........

" ମାଣିକଞ୍ଚନ ରାଜ୍ୟର ରାଜ ଥିଲେ "ଉଦୟଭାନୁ " | ରାଜାଙ୍କର ଖୁବ୍ ନାମ ଥିଲା, ସେ ଏକାଧାରରେ ଜଣେ ସୁଶାସକ ସହିତ ଅତ୍ୟନ୍ତ ପ୍ରଜାବତ୍ସାଳ ରାଜ ଥିଲେ | ପୁତ୍ର "ରୋହିତଭାନୁ" ଓ କନ୍ୟା "ରାଧାଭାନୁ " ଙ୍କ ପ୍ରତି ଥିଲା ଅଗାଧ ସ୍ନେହ | ସମୟ କ୍ରମେ ଭଗିନୀ ଓ ଭ୍ରାତା ଯୌବନ ଅବସ୍ଥା ପ୍ରାପ୍ତ ହେଲେ |

କୃଷ୍ଣକାନ୍ତ ଓ ରୋହିତଭାନୁ ପିଲାଦିନୁ ମିତ୍ର ଥିଲେ | ରାଜମହଲକୁ ପ୍ରବେଶ କରିବାରେ କୌଣସି କଟକଣା ନଥିଲା କୃଷ୍ଣକାନ୍ତଙ୍କୁ | ବାଲ୍ୟ ଅବସ୍ଥାରୁ ରାଧାଭାନୁ ଦେଖି ଆସିଥିଲେ କୃଷ୍ଣକାନ୍ତଙ୍କୁ |

ବସନ୍ତର ଆଗମନରେ ଚତୃରପାର୍ଶ୍ୱ ସବୁଜିମାର ଓଢଣୀ ଟାଣି ଦଣ୍ଡାୟମାନ ଥିଲା | ବିଭିନ୍ନ ଫଳ ପୁଷ୍ପରେ ବୃକ୍ଷରାଶି ଆଚ୍ଛାଦିତ | ସୁଲୁ ସୁଲୁ ବାଆ ସହିତ ଚଢେଇ ମାନଙ୍କ ମଧୁର ତାନ ଭାସି ଆସୁଥାଏ | ରାଜକନ୍ୟା ବିହାର ପାଇଁ ବାହାରି ଗଲେ , ସାଙ୍ଗରେ ଦାସୀମାନେ | ରାଧାଭାନୁ ବିଚରଣ କରୁ କରୁ ଚାଲିଗଲେ ଅନେକ ଦୂର | ପଛରେ ରହିଗଲେ ଦାସୀମାନେ | ସମ୍ମୁଖରେ ଝରି ଯାଉଥିବା ଝରଣାକୁ ଦେଖିବାପାଈଁ ପାହାଡ଼ ଉପରୁ ଥାଇ ଦୃଷ୍ଟିନିକ୍ଷେପ କଲେ ନିମ୍ନକୁ |

ନିଜର ଅସାବଧାନତା ଦୃଷ୍ଟିରୁ ପାହାଡ଼ ଉପରେ ଖସିଗଲେ ରାଜକନ୍ୟା ରାଧାଭାନୁ |

ନିୟତିର ଖେଳ ତ କିଛି ନିଆରା ଥିଲା | ରାଧାଭାନୁ ସମ୍ପୂର୍ଣ୍ଣ ପଡି ନଯାଇ ଝୁଲି ରହିଲେ କୌଣସି ଏକ ଛୋଟ ବୃକ୍ଷର ଡାଳରେ, ନିଜକୁ ବଞ୍ଚାଇବାକୁ ଆକୁଳ ଚିତ୍କାର କରୁଥାନ୍ତି | କିନ୍ତୁ ଝରଣାର ଝର ଝର ଶବ୍ଦ ଏତେ ପ୍ରଖର ଥିଲା, ରାଜକୁମାରୀ ଙ୍କ ସ୍ୱର ପବନରେ ହଜିଗଲା ଭଳି ଲାଗୁଥିଲା |

ଭାଗ୍ୟକୁ କୃଷକାନ୍ତ ସେଇ ସ୍ଥାନରେ ଘୁରିବୁଲୁଥିଲେ | ସତେକି କିଏ ଯେପରି ତାଙ୍କୁ ଟାଣି ନେଇଯାଉଥିଲା ସେଇ ଦିଗକୁ ଯେଉଁଠାରେ ରାଧାଭାନୁ ଶୂନ୍ୟରେ ଝୁଲୁଥିଲେ | କୃଷକାନ୍ତ ନିଜ ଜୀବନକୁ ଲୋଭ ଛଡାଇ ହାତ ବଢ଼ାଇ ଥିଲେ ରାଧାଭାନୁଙ୍କ ପାଖକୁ | ପ୍ରଥମଥର ପରସ୍ପରକୁ ସେମାନେ ଏତେ ଭଲସେ ଦେଖୁଥିଲେ | ଆଖି ସହିତ ଆଖିର ମିଳନ | କି ଅଦ୍ଭୁତ ଥିଲା ସେ ଅନୁଭବ | ରାଧାଭାନୁ ଥରେବି ଭାବି ନଥିଲେ କୃଷ୍ଣକାନ୍ତ ଙ୍କ ଉପରେ ଭରସା କରିବେ ଅଥବା ନାହିଁ | ପରସ୍ପର ହାତରେ ହାତ ଧରି ସବୁକିଛି ଭୁଲିଗଲେ | ସେ ସ୍ପର୍ଶରେ ଥିଲା କୌଣସି ପରୀ ରାଇଜର ଯାଦୁ | ରାଧାଭାନୁ ନିଜକୁ ସୁରକ୍ଷିତ ଭାବରେ ପାଇବା ପରେ ଚେତାପଶିଲା ଏଵେବି ତାଙ୍କ ହାତ କୃଷ୍ଣକାନ୍ତ ଙ୍କ ହସ୍ତରେ ବନ୍ଧା ପଡିଛି | ଲାଜେଇ ଯାଇ ନିଜ ହାତକୁ ମୁକ୍ତ କରିଵାକୁ ପ୍ରୟାସ କରନ୍ତେ,

କୃଷ୍ଣକାନ୍ତ କହିଦେଲେ.

.... " ଆସନ୍ତା କଲି ମୁ ଏହିଠାରେ ଅପେକ୍ଷା କରିବି, ତୁମେ ଆସିବନା ? " |

ରାଜକୁମାରୀ କିଛି ବି ଉତ୍ତର ନଦେଇ ଚାଲିଗଲେ ରାଜଉଆସକୁ | ରାତିସାରା କିନ୍ତୁ କୃଷ୍ଣକାନ୍ତ ଆଖିକୁ ନିଦ ନଥିଲା | ସାରା ରାତି ଉଜାଗର | ରାଧାଭାନୁ ଙ୍କୁ ଆଗକୁ ଅନେକ ଥର ଦେଖିଛି ଅଥଚ କଲି ଯେପରି ଅତି ଆପଣାର ଅନୁଭବ ହେଲା | ପ୍ରଭାତ ର ଆଗମନ ହେଉ ହେଉ କୃଷ୍ଣକାନ୍ତ ଯାଇ ଝରଣା ପାଖରେ ଅପେକ୍ଷାରତ | ସମୟ ଗଡି ଚାଲିଲା |ସକାଳ ପ୍ରହର ଯାଇ ମଧ୍ୟାହ୍ନ ହେଲା, ମଧ୍ୟାହ୍ନ ପରେ ସୂର୍ଯ୍ୟଅସ୍ତ | ଏଥର କୃଷ୍ଣକାନ୍ତ ନିଜକୁ ହତଭାଗ୍ୟ ମଣି ସେ ପାହାଡ଼ ଉପରୁ ତଳକୁ ଲମ୍ଫ ଦେବାକୁ ଉଦ୍ୟମ କରନ୍ତେ ପଛରୁ ରାଧାଭାନୁ କୁଣ୍ଢେଇ ଧରିଲେ | ଦୁଇ ପ୍ରେମ ପକ୍ଷୀ ନିବିଡ଼ ଆଲିଂଗନରେ ଆବଦ୍ଧ |

କୃଷ୍ଣକାନ୍ତ ପ୍ରଶ୍ନ କଲେ...... " ବିଳମ୍ବ କଣ ପାଇଁ, ପ୍ରଭାତରୁ ତୁମକୁ ଅପେକ୍ଷା ? | " |

ରାଧାଭାନୁ....... " ଦେଖିଛି, ଅଦୂରରେ ଥିବା ସେ ଝାଡ଼ି ଭିତରେ ତୁମେ ଆସିବା ପୂର୍ବରୁ ମୁଁ ବସିଛି | ଦେଖୁଥିଲି ଅପେକ୍ଷା କେତେ ସମୟ କରିପାରିବ " |

କୃଷ୍ଣକାନ୍ତ........ " ତୁମ ବିନା ଏ ଜୀବନ ନିରର୍ଥକ, ମୁଁ ଭାବିଲି ତୁମେ ଆସିବନି | ସେଥିପାଇଁ........ " |

ରାଧାଭାନୁ........ ( କୃଷ୍ଣକାନ୍ତର କଥାକୁ ଅଧାରେ ରଖି ) " କିଛି କୁହନି, ମୁଁ ସବୁ ବୁଝି ସାରିଛି | ଜୀବନ ଥିବା ପର୍ଯନ୍ତ ତୁମ ଠାରୁ କେବେ ଅଲଗା ହେବିନି | " |

ରାଧାଭାନୁ ନିଜର ହୃଦୟ ସମର୍ପି ଦେଲେ ସେନାପତିଙ୍କୁ ପୁତ୍ର କୃଷ୍ଣକାନ୍ତଙ୍କୁ |

ପ୍ରେମ ହେବା ପରେ ଦୁନିଆ ନୂଆ ଲାଗେ | ସବୁ କିଛି ବଦଳି ଯାଏ | କୃଷ୍ଣକାନ୍ତ ଅବା ବାଦ୍ ପଡିବେ କିପରି | ଏପରି କିଛି ପରିବର୍ତ୍ତନ ଦେଖିପାରିଲେ ମିତ୍ର ରୋହିତଭାନୁ | କାରଣ କଣ ଖୋଜିବା ପାଇଁ ଲାଗିପଡ଼ିଲେ | ଅନ୍ତରେ କୃଷ୍ଣକାନ୍ତଙ୍କ ସାହସରେ ହାତଚକିତ ହୋଇ, ନିଜ ଭଗିନୀ ଠାରୁ ଓ ଏସବୁଥିରୁ ନିବୃତି ରହିବାକୁ ଚେତାବନୀ ଦେଲେ ରୋହିତଭାନୁ |

ରାଧାଭାନୁ ଓ କୃଷ୍ଣକାନ୍ତ ଏ ଧରାପୃଷ୍ଠ ରେ ଜନ୍ମ ନେଇଛନ୍ତି ଦୁଇ ଜଣଙ୍କ ପାଇଁ | ସେ କିପରି ଅଲଗା ହୋଇ ବଂଚିବେ | ଆତ୍ମା ଦୂରେଇ ଗଲେ ଶରୀରର ସ୍ଥିତି ଅବା କଣ | ପରସ୍ପର ନିଷ୍ପତି ନେଲେ ଅନେକ ଦୂରକୁ ଚାଲିଯିବେ | ସେଠାରେ ନିଜର ଘର ତୋଳିବେ | ଏ ରାଜଦରବାର , ଚାକଚକ୍ୟ ଜୀବନ, ଧନରତ୍ନ କିଛି ଲୋଡ଼ା ନାହିଁ | କେବଳ ଲୋଡ଼ା ପରସ୍ପରଙ୍କ ଭଲପାଇବା |

ଆଗରୁ ଯୋଜନା ହିସାବରେ ଦୁଇ ପ୍ରେମି ରାତିର ଘନ ଅନ୍ଧକାର ଭିତରେ ଘର ଛାଡିଲେ | ସେ ଝରଣା ପାଖରେ ଦେଖା ହେବ | ରାଧାଭାନୁ ଅତି ନିଜର ଭାବି ଯେଉଁ ବାନ୍ଧବିକୁ ସବୁ କିଛି କହିଥିଲା ସେ ଡରରେ ଅଥବା ଅର୍ଥର ଲୋଭରେ ସବୁ କିଛି ରୋହିତଭାନୁଙ୍କୁ ଜଣାଇ ଦେଲା | ରାଜ ଉଦୟଭାନୁ ନିଜ କନ୍ୟାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ, ସେ ଆଦେଶ ଦେଲେ ଦୁଇ ପ୍ରେମୀଙ୍କୁ ତାଙ୍କ ସମ୍ମୁଖରେ ହାଜର କରିବା ପାଇଁ | ରୋହିତଭାନୁ ଠିକି ଜାଣିଥିଲେ ନିଜ ପିତାଙ୍କୁ | ଝିଅ ଆଖିର ଲୁହ ପିତାଙ୍କ ହୃଦୟକୁ ତରଳାଇ ଦେବ | ହୋଇପାରେ ପିତା ଦୁଇ ଜଣଙ୍କୁ ଦଣ୍ଡିତ ନକରି ବିବାହ ବନ୍ଧନରେ ବାନ୍ଧି ପାରନ୍ତି |

ରୋହିତଭାନୁ ଭାବୁଥିଲେ ନିଜ ବନ୍ଧୁ ତାଙ୍କ ବିଶ୍ୱାସରେ ବିଷ ଭରିଦେଇଛି | ସେ ପ୍ରତିଶୋଧ ପରାୟଣ ହୋଇ ଦୁଇ ଜଣଙ୍କୁ ମରିବାକୁ ଦୂତ ପଠାଇ ଦେଲେ |

ଝରଣାର କୁଳୁକୁଳୁ ନାଦ ଖୁବ୍ ସୁନ୍ଦର ଶୁଭୁଥାଏ | ପଥର ଉପରେ ତକକୁ ମୁହଁ କରି ବସିଥାଏ ରାଧାଭାନୁ | କୃଷ୍ଣକାନ୍ତ ଙ୍କୁ ଦେଖି ଠିଆ ହେଲା | ସଫା ଜହ୍ନ କିରଣରେ ଦୁଇ ଜଣକ ମୁଖର ହସକୁ ଦେଖି ପାରୁଥିଲେ ଦୁହେଁ |

ରାଧାଭାନୁ........ : " ମୁଁ ଭାବିଲି ତୁମକୁ ଆଉ ଦେଖି ପାରିବିନି " |

କୃଷ୍ଣଭାନୁ........... : "ମତେ ଠିକି ଏପରି ଅନୁଭବ ହେଉଥିଲା | " |

ରାଧାଭାନୁ........... : " ମୋ ପାଖକୁ ଆସ, ତୁମ ସହ ଯିବାକୁ ମୋର ସାହସ କି ବଳ ନାହିଁ " |

କୃଷ୍ଣକାନ୍ତ .......... : " ବ୍ୟସ୍ତ ହୁଅନି ମୁଁ ନିଜ ପିଠିରେ ଧରି ବୋହି ନେଇଯିବି | " |

ରାଧାଭାନୁ......... " ମୋ ନିଃଶ୍ବସ ବନ୍ଦ ହେବା ଭଳି ଲାଗୁଛି " |

କୃଷ୍ଣକାନ୍ତ............ " ମୋ ନିଃଶ୍ବସ ନେଇଁ ଯାଅ | " |

ରାଧାଭାନୁ........... " ମତେ ଟିକେ କୋଳକୁ ନିଅ, ଶୋଇବାକୁ ଇଚ୍ଛା ହେଉଛି " |

କୃଷ୍ଣକାନ୍ତ........... " କୋଳକୁ ଆସ, ନିଶ୍ଚିତରେ ସବୁଦିନ ପାଇଁ ଶୋଇପଡିବା | " |

ପରସ୍ପର ଅଜ୍ଞ ଥିଲେ, ତଲବାରର ଗଭୀର କ୍ଷତରେ ଦୁହେଁ କ୍ଷତାକ୍ତ | ପିଠିର ଏପରି କୌଣସି ଯାଗା ନଥିଲା ଯଉଁଠାରେ କ୍ଷତ ନଥିଲା | କିନ୍ତୁ ଦୁହେଁ ଦୁହିଁଙ୍କୁ ଦୁଃଖ ଦେବାକୁ ଚାହୁଁ ନଥିଲେ | ପରସ୍ପର ଆଲିଂଗନ ଭିତରେ ଆଉ କିଛି ଅବୁଝା ନଥିଲା | ଦୁହିଁଙ୍କ ହାତର ପାପୁଲି ଭିଜି ଯାଇଥିଲା ଅନ୍ୟ ଜଣଙ୍କ ରକ୍ତରେ | ସେମାନେ ଜାଣିଥିଲେ ଖୁବ୍ କମ୍ ସମୟ ଅଛି ଏ ଦୁନିଆରେ ରହିବାକୁ | ଅଥଚ ସେ ଦୁନିଆରେ ସମୟ ହିଁ ସମୟ | ପରସ୍ପରକୁ ନିବିଡ ଆଲିଙ୍ଗନରେ ଆବଦ୍ଧ କରି ସବୁ ଦିନ ପାଇଁ ଚାଲିଗଲେ ଏ ଦୁନିଆରୁ | " |

(ଅନେକ ସମୟର ନୀରବତା )

ମନୋହରର ମନ ଦୁଃଖରେ ମର୍ମାହତ | ବାକ୍ୟ ସବୁ ଅସ୍ପଷ୍ଟ ଭାବରେ ବାହାରି ଵାକୁ ଲାଗିଲା ତା କଣ୍ଠରୁ | ଆଖିରେ ଲୁହ ଜକେଇ ଆସୁଥାଏ | ପଚାରିଲା........

" ଏ କଣ ତାହେଲେ ସେଇ ରାଧାଭାନୁ ଓ କୃଷ୍ଣକାନ୍ତ | ଯିଏକି ରାଧାଚୂଡ଼ା ଓ କୃଷ୍ଣଚୁଡା ଭାବରେ ଦଣ୍ଡାୟମାନ " |

ଅପରିଚିତ ଯୁବକ......... ସ୍ମିତହାସ୍ୟ କରି ହଁ ଭରିଲା |

ମୋନୋହର ନିଜ ସ୍ଥାନରୁ ଉଠି ଯୁଗଳ ଭାବରେ ଆବଦ୍ଧ ସେ ବୃକ୍ଷକୁ ଦେଖିବାକୁ ଚତୃରପାର୍ଶ୍ୱ ବୁଲିଲା | ବୃକ୍ଷର ଠିକି ପଛପଟରେ ଥାଏ ଅସଂଖ୍ୟ କ୍ଷତ ର ଚିନ୍ନ |

ମନୋହର ଇଛା ହେଲା ଥରେ ସେ ବୃକ୍ଷକୁ ଆଉଁଷି ଆଣିବ | ହାତନେଲା......| ଏପଖାରୁ ଶୁଣିଲି ସେ ଅପରିଚିତ ଯୁବକର କଣ୍ଠ ସ୍ୱର,

...... " ଛୁଅନି, ରାଧାଭାନୁ ବିଶ୍ରାମରତ " |

ମନୋହର........ : (ହାସ୍ୟଧ୍ୱନି କରି) " ତୁମେ କିପରି ଜାଣିଲ ବନ୍ଧୁ ରାଧାଭାନୁ ବିଶ୍ରାମ ନେଉଛନ୍ତି ?? " |

ଅପରିଚିତ ଯୁବକ....... : "ରାଧାଭାନୁଙ୍କ କଥା ଏ କୃଷ୍ଣକାନ୍ତ ହିଁ କେବଳ ଜାଣିଛି " |

ମନୋହର ଦୌଡ଼ି ଆସିଲେ ସମ୍ମୁଖକୁ | କିନ୍ତୁ କେହି ନଥିଲେ |

କୃଷଚୁଡା ଓ ରାଧାଚୂଡ଼ା ବୃକ୍ଷ ପବନର ଗତିରେ ଦୋଳୟମାନ ହେଉଥିଲେ | ମନୋହର ଦେହ ଶୀତଉ ଥିଲା | ନିଜର ପାହୁଲକୁ ଲମ୍ବା ଲମ୍ବା ପକାଇ ମନୋହର ଆଗଉଥିଲା |


Rate this content
Log in

Similar oriya story from Horror