Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

Sucharita Sena

Romance


3  

Sucharita Sena

Romance


ସ୍ରଷ୍ଟାଙ୍କ ସୃଷ୍ଟି

ସ୍ରଷ୍ଟାଙ୍କ ସୃଷ୍ଟି

5 mins 195 5 mins 195


ନୀଳ ରଙ୍ଗର ଉନ୍ମୁକ୍ତ ବିହାୟାସ ଯେପରି ଭିଡି ଧରିଛି ତା ପ୍ରାଣପ୍ରିୟ ବିବସ୍ୱାନ ଙ୍କୁ । ଅଳସ ଭାଙ୍ଗୁଛନ୍ତି ଦୁହେଁ । ସ୍ୱୟଂମ୍ ସଂଗୀନୀ କୁ ସାନିଧ୍ୟ ପାଇ ତାକୁ ଛାଡି କଣ କିଏ ଆସିପାରେ ? ଆଜି ସହସ୍ରାଂଶୁ ଅବସ୍ଥା ସେମିତି ଲାଗୁଛି

। ଆଉ ଟିକେ ପ୍ରାଣପ୍ରିୟର ସାନିଧ୍ୟ ଖୋଜୁଛନ୍ତି ଛାୟାପତି । ସବିତା ଲଜ୍ୟା

ରେ ପୟୋଧାର ର ଓଢଣୀକୁ ଟାଣି ଦେଉଛି ତାଙ୍କ ଉପରକୁ । ଓଃ କି ଶାନ୍ତି, କି ତୃପ୍ତି

। ମିହିର ପରଦାର ଉଢୁଆଲେ ଜଡେଇ ଧରୁଥାନ୍ତି ନଭ ଙ୍କୁ । ଦୁହେଁ ପୟୋଧର ଚାଦର ଭିତରେ ମିଶିଗଲେ ପରସ୍ପରକୁ ଆଲିଙ୍ଗନ କରି ।

ନିରଞ୍ଜନ ଙ୍କ ଅନହୃତ୍ୟ ହାସ୍ୟ ନାଚିଗଲା ଚିବୁକରେ । କି ମନୋରମ ଦୃଶ୍ୟ ଓ କି ସୁନ୍ଦର ସୃଷ୍ଟି । ପରଂବ୍ରହ୍ମ ରଚିତ ପ୍ରତ୍ୟକଃ ବସ୍ତୁ ମନୋରମ ଓ ପ୍ରେମମୟ ।


ପ୍ରାତଃ ଭ୍ରମଣରେ ଆସଥିବା ନିରଞ୍ଜନ ଉଦ୍ୟାନ ର ସେ ନିର୍ଦ୍ଧିଷ୍ଟ କୋଣରେ ବସିଥିବା ରମଣୀ ଉପରକୁ ନଜର ଚାଲିଗଲା । ଯିଏ ଅପଲକ ନୟନରେ ଚାହିଁ ରହିଥିଲା ନିରଞ୍ଜନକୁ । ବଡ଼ ବଡ଼ ପୋଟଳଚିରା ସଦୃଶ ନେତ୍ର ଯୁଗଳ କହିଯାଉଥିଲେ ନିରଞ୍ଜନଙ୍କୁ ଅନେକ କିଛି । ଓଃ କି ଅପୂର୍ବ ସୁନ୍ଦରତା ।ଚିକୁର ସ୍ପର୍ଶ କରୁଛୁ ଶରୀରର ପୂର୍ବ ଭାଗକୁ । ପିତ ରଙ୍ଗର ତନୁ । ନାସିକା ଖଣ୍ଡା ଠାରୁ ତୀକ୍ଷ୍ଣ । ଚିବୁକ ଉତ୍ପଳ ପାଖୁଡା ।ଗଜମୁକ୍ତା ଦାନ୍ତ | ବକ୍ଷ ସ୍ଥଳ ଯେପରି ନୂତନ ଯୌବନର ଉର୍ମି, କଟି ଦେଶ ବେଶ ଆକର୍ଷଣ କରୁଛି | ସେ ନୀଳ ରଙ୍ଗର ଜାଲି ଜାଲି ଶାଢ଼ୀଟି ଓଃ କି ସୁନ୍ଦର ଲାଗୁଛି ସେ ତରୁଣୀ | ଶାଢୀଟି ର ଶୋଭା ବଢୁଛି ସେ ରମଣୀ ଉପରେ ବିଛେଇ ହୋଇ | ନିରଞ୍ଜନ ଙ୍କ ନୟନ ଯୁଗଳ କିଛି ସମୟ ପାଇଁ ନିଜ ଅକ୍ତିଆର ବାହାର ଥିଲା | ବିବେକ ଭିତରୁ ଥାଇ କହୁଥାଏ. "ଅଲାଜୁକ ନିରଞ୍ଜନ,ନୟନ ଉପରେ ଲଗାମ ଲଗା, ନୁଁହେତ ତା ପାଇଁ ସମସ୍ତେ ଅପଦସ୍ତ ହେବା " | ନିରଞ୍ଜନ ନିଜକୁ ସମ୍ଭାଳି ଦେଲେ |

ନିରଞ୍ଜନ ରାୟ, ନୂତନ ସହରକୁ ଆସିବା ଦୁଇ ମାସ ପୂର୍ଣ୍ଣ ହୋଇଗଲାଣି | ପ୍ରାତଃ ଭ୍ରମଣ କରିବା ଯେପରି ଅଭ୍ୟାସ | ଦିନେ ପ୍ରାତଃ ଭୋଜନ ବନ୍ଦ ହୋଇ ପରେ କିନ୍ତୁ ଭ୍ରମଣ ନୁହେଁ |

ଆଜି ପ୍ରଥମ ଥର କୌଣସି ନାରୀ,ଯିଏକି ଅସୀମ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ | ତାକୁ ଦେଖିବା ପରେ ମାନସ ରେ ଖେଳିଗଲା ଆଲ୍ହାଦ | କିଛି ହେଲା | ଅନେକ କାମିନୀ,କାଞ୍ଚନ ଦେଖିଛି | ପରନ୍ତୁ କେବେ ଏପରି ଅନୁଭବ ହୋଇନି | କୁହାଯାଏ କେବେ, କିପରି, କେମିତି, କେଉଁଭଳି ପ୍ରେମ ହୁଏ ତାହା ଜଣା ପଡ଼େନି | ତାହେଲେ ଏହାକଣ ମୋ ପ୍ରେମ ଥିଲା? ସେ ଆଜ୍ଞାତ ତରୁଣୀ ପାଇଁ | ନିରଞ୍ଜନକୁ ନା ଦିବା ରେ ଶାନ୍ତି ଥିଲା, ନାଥିଲା ନିଶି ରେ | କେବଳ ଭାଷମାନ ହେଉଥିଲା ସେ ଲବଣ୍ୟବତୀର ଆସ୍ୟ ମଣ୍ଡଳ |

ମିହିର ପ୍ରିୟତମା କୋଳରେ ଥିବାବେଳେ ନିରଞ୍ଜନ କିନ୍ତୁ ପହଂଚି ଯାନ୍ତି ସେ ଉଦ୍ୟାନରେ | ମଧୁବ୍ରତ ଯେପରି ପୁଷ୍ପ ଚତୃଦିଗରେ ଭ୍ରମଣ କରେ, ଯଥା ନିରଞ୍ଜନ | ଅଦୂରରେ ଗୋପନ ଭାବରେ ସେ ଅପ୍ସରୀକୁ ଆଖି ପୁରେଇ ଦେଖନ୍ତି | ଓଃ କି ଶାନ୍ତି ଅନୁଭବ ହୁଏ |

ସେଦିନ ନିରଞ୍ଜନ ରହୁଥିବା ଘର ସାନିଧ୍ୟ ଦୋକାନକୁ କିଛି ଜିନିଷ ଆଣିବାକୁ ଯାଇଥାଏ | ଏଣେ ତେଣେ ଆଖି ବୁଲାଉ ବୁଲାଉ ନଜର ଟାଣି ହୋଇଗଲା ନିକଟରେ ଥିବା ଘରର ବାଲକୋନୀ ଉପରକୁ | ଉକ୍ତ ସୁନ୍ଦର ଝିଅଟି ବସିଥାଏ | ନିରଞ୍ଜନ ଦୃଷ୍ଟି କେନ୍ଦ୍ରିତ ହେଲା ଅଦୂରରେ ଜମା ହୋଇଥିବା ଯୁବକ ମାନଙ୍କ ଉପରେ | ଝିଅଟି ସେଇ ଯୁବକ ମାନଙ୍କୁ ଚାହିଁ ରହିଥାଏ | ନିରଞ୍ଜନ ଅନ୍ତରାତ୍ମା ଆଘାତ ପାଇଲା | ଝିଅଟି କଣ ଠିକ୍ କରୁଛି ? | ଏଭଳି ଭାବରେ ଯୁବକ ଗୁଡ଼ାଙ୍କୁ ଦେଖିବା କଣ ଠିକ୍? | ସେମାନଙ୍କ ଭିତରୁ କିଏ ଯଦି ତା ପ୍ରେମିକ ହୋଇଥିବ? | ନିରରଞ୍ଜ ଆଗକୁ ଭାବି ପାରିଲାନି, ଭଟା ପଡିଗଲା ସୟଂମ୍ ର ଚିନ୍ତାଧାରାରେ | ନିଜକୁ ଅଧିକ ସମୟ ସେଠାରେ ରଖିବାକୁ ଚାହୁଁ ନଥିଲା | ଫେରି ଆସିଲା ତା ନୀଡ଼କୁ |

ଯେତେବେଳେ ଗଲେ ସେ ଝିଅଟି ଚାହିଁ ବସିଥିବ ସେ ଦିଗକୁ, ଯେଉଁଠାରେ ଏକତ୍ରିତ ହୁଅନ୍ତି ଯୁବକ ଗୋଷ୍ଟି | ନିରଞ୍ଜନ ହୃଦୟକୁ ବାଧେ କଣ କରିବ ସେ | ନା ଆଉ ନୁହେଁ କାଲି ତା ସ୍ୱପ୍ନର ପ୍ରିୟତମାଙ୍କୁ କହିଦେବ ସବୁ କିଛି | ବଢ଼ିଦେବ ତା ମନ ତଳର ଅକୁହା କଥାକୁ | ପଚାରିବ ତା ମନର ଗୋପନ କଥା | ନିରଞ୍ଜନ ଏପରି ଭାବି ଭାବି ଶୋଇବାକୁ ବିଳମ୍ବ, ଓ ପ୍ରାତଃ ଉଠିବା ବି | ତରତର ଭାବରେ ନିଜ ନିତ୍ୟକ୍ରମ ସମାପନ୍ହ କରି ଦୌଡ଼ି ଗଲା ଉଦ୍ୟାନକୁ | ନିତ୍ୟ ବସୁଥିବା ଯାଗାରେ ଆଜି ଆଉ ଜଣେ ଯୁବକ ବିଦ୍ୟମାନ | ଏ ଦୃଶ୍ୟରେ ମନ ଟି ଯେତିକି ଆଘାତ ପାଇଲା ତା ଠାରୁ ଅଧିକ କଷ୍ଟପ୍ରଦ ଥିଲା ଅନ୍ୟ ଦୃଶ୍ୟଟି | ତା ଅନନ୍ୟ ସୁନ୍ଦରୀ ତାକୁ ଦେଖିବା ଭଳି ଭଙ୍ଗୀରେ ଚାହିଁ ରହିଥିଲା ସେ ଯୁବକକୁ | ନିରଞ୍ଜନ ହୃଦୟ ଦୁଃଖରେ, କଷ୍ଟରେ, ବ୍ୟଥାରେ ଜର୍ଜରିତ | ତାକୁ ନିଃଶ୍ବସ ନେବାରେ ଯେପରି କଷ୍ଟ ହେଉଥିଲା | ନିଜକୁ ସମ୍ଭାଳି ପାରିଲାନି | ତା ଭିତରର ପୁରୁଷ ପଣିଆ ତାକୁ ଧିକକାର କରୁଥିଲା | ତା ପ୍ରିୟତମା ଆଉ କାହାକୁ ଚାହିଁ ରହିବ ସେ କିପରି ସମ୍ଭାଳିବ | କ୍ଷିପ୍ର ବେଗରେ ଆଣ୍ଠୁକୁ ଭାଙ୍ଗି ଯାଇ ବସିଗଲା ସେ ସୁନ୍ଦରୀ ଆଗରେ | ଝିଅଟି ଆଶ୍ଚର୍ଯ୍ୟ ଭାବରେ ଚାହିଁ ରହିଲା ତାକୁ |

ଅତି ସମୀପରୁ ଅସୀମ ସୁନ୍ଦରୀ ଥିଲା କନ୍ୟା | ଶରୀରର ସବୁଠୁ ସୁନ୍ଦର ତା ନୟନ ଯୋଡିକ ଥିଲା | ନିରଞ୍ଜନ ମତୁଆଲା ହେଉଥିଲା ଆଖି ସହିତ ଆଖି ମିଶାଇ | ଅଜଣା ଦୁନିଆଁରେ ସେ ପାଦ ଥାପି ସାରିଥିଲା | ମନର କଥାକୁ ପ୍ରକାଶ କରିବା ପାଇଁ ତା ଭିତରେ ସତ୍ ସାହାସ ଆସିସରିଥିଲା | ସେ କହିବା ଆରମ୍ଭ କଲା ।

ମୁଁ ତୁମକୁ ଏ କିଛି ଦିନ ହେବ ଦେଖୁଛି | ଜାଣିନି ତୁମେ କାହିଁକି ଏତେ ଆପଣାର ଲାଗୁଛ | ମୁଁ ସେ ସିମେଣ୍ଟ ବେଞ୍ଚ ଉପରେ ବସିଲେ ତୁମେ ମତେ ସେମିତି ଚାହିଁ ରହିଥାଅ | ମୁଁ ତୁମକୁ ମନ ଓ ହୃଦୟ ଦେଇ ସାରିଛି | କିନ୍ତୁ ତୁମ ଠାରୁ ଆଜି ମନର କଥା ଜାଣିଵାକୁ ଆସିଛି | ନହେଲେ ଶାନ୍ତିରେ ବଞ୍ଚି ପାରିବିନି | ପ୍ରତ୍ୟେକ ମୁହୂର୍ତ୍ତ ମାରିବା ଅପେକ୍ଷା କହିଦେବା ଶ୍ରେୟସ୍କର ହେବ ବୋଲି ବିବେଚନା କଲି | ତୁମେ ସେ ବାଲକୋନୀ ରେ ବସିଥିବା ଅବସ୍ଥାରେ ମୁଁ ଦେଖେ, କିନ୍ତୁ ସହି ପାରେନି ସେ ଯୁବକ ମାନଙ୍କୁ ତୁମେ ଦେଖିବା | ମୋ ଯାଗାରେ ତୁମେ ଆଉ କାହାକୁ ଚାହଁ ଏହା ମୋ ପାଇଁ କେତେଯେ କଷ୍ଟ ପ୍ରଦ ତାହା ବର୍ଣ୍ଣନା କରିପାରିବିନି | ମୋ ପ୍ରତି ତୁମ ଭାବନା ଶ୍ରବଣ ନକରିବା ଯାଏ ମୁଁ ଯାଇ ପାରିବି ନାହିଁ |

ସେ ସୁନ୍ଦର ଝିଅର ଓଷ୍ଟରେ ଥିଲା ସ୍ମିତ ହାସ୍ୟ ଟିକେ | ଯେପରି ଗୋଲାପ ଫୁଲର ପାଖୁଡା ଖେଳିଗଲା ଭଳି ଦୃଶ୍ୟ ହେଲା | ତା ସୁମଧୁର କଣ୍ଠରେ କହିଲା " ଆପଣଙ୍କ ଭଳି ଆଗରୁ ଅନେକ ମତେ ପ୍ରେମ ନିବେଦନ କରିଛନ୍ତି | କିନ୍ତୁ ସମସ୍ତଙ୍କ ପ୍ରେମ ନିମିଷେକ ମଧରେ ସମାପ୍ତି ଘଟେ |

ହଁ ମୁଁ ସେ ଯୁବକ ମାନଙ୍କୁ ଚାହେଁ ତାଙ୍କ କଥାବାର୍ତ୍ତା, ଥଟାମାଜ ମତେ ସୁଖ ଦିଅନ୍ତି | ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦ ମତେ ପୁଲକିତ କରେ | ଭାନୁ ଙ୍କ କୋମଳ କିରଣ ମତେ ଶାନ୍ତି ମିଳେ | ଦୂରରୁ ନିଜ ପରିଜନ ମାନଙ୍କୁ ଡାକୁଥିବା ସେ ବାରିଦ ଖଣ୍ଡ ମତେ ଆନନ୍ଦ ଦିଅନ୍ତି | ଶୀତଳ ସମୀର ମୋ ତନୁକୁ ଛୁଇଁ ଦେଲେ ତା ପିଲାଳିଆମୀ ଖୁବ୍ ହସାଏ | ସୁମନର ଗନ୍ଧରେ ମୁଁ ବାରିପାରେ ତା ସୁନ୍ଦରତା | ମିଳିନ୍ଦର ଭଅଁ ଭଅଁ ଶବ୍ଦରେ ତା ପାଗଳ ପଣ ମତେ ପୁଲକିତ କରେ | ପ୍ରତ୍ୟେକ ବସ୍ତୁଙ୍କୁ ମୁଁ ଉପଭୋଗ କରେ | ସେ ଯୁବକର ଥଟାମଜା ହେଉ ଅବା ପ୍ରାପ୍ତ ବୟସ୍କ ବ୍ୟକ୍ତିର ଉପଦେଶ, ସବୁକୁ ସୁଣିବାର ଅଛି | କାହିଁକିନା ମୁଁ ଗୋଟେ 'ଅନ୍ଧ 'ଏ ସୁନ୍ଦର ସୃଷ୍ଟିକୁ କେବଳ ଅନୁଭବ କରିପାରେ | ମୋ କାନରେ, ମୋ ସ୍ପର୍ଶରେ, ମୋ ନିଃଶ୍ବସ ରେ |

. (ଟିକେ ସମୟର ନୀରବତା ) |

ଝିଅଟି ପୁନଃ କହିବାକୁ ଆରମ୍ଭ କଲା " ଆପଣ ମୋ କଥା ଶୁଣି ପାରୁଛନ୍ତି? ( କିଛି ସମୟର ନୀରବତା | ଝିଅଟି ସ୍ମିତାହାସ୍ୟ କରି ) | ଜାଣିଥିଲି ପୂର୍ଵ ବ୍ୟକ୍ତି ମାନଙ୍କ ଭଳି ଏ ବି ଚାଲି ଯାଇଥିବେ | ମୋର ବି ଇଛା ହୁଏ ପ୍ରେମ କଣ ଜାଣିବାକୁ, ପ୍ରେମ କୁ ଅନୁଭବ କରିବାକୁ, ପ୍ରେମରେ ଜୀବନ ଉତ୍ସାର୍ଗ କରିବାକୁ | ଶୁଣିଛି ପ୍ରେମ ସ୍ୱର୍ଗୀୟ, ପ୍ରେମ ଅମର, ପ୍ରେମ ଚିରନ୍ତନ | କିନ୍ତୁ ମୁଁ ଅଭାଗିନୀ |

ମୌନରେ ବସିଥିବା ନିରଞ୍ଜନ ସେ ଝିଅର ଓଠକୁ ନିଜ ଅଙ୍ଗୁଷ୍ଟି ରେ ଧରି ରଖିଲା | ଏବଂ ଧୀର ଗଳାରେ କହିଲା " ମୁଁ ତୁମ୍ଭକୁ ବହୁତ ଭଲପାଏ, ତୁମେଯେ କେବଳ ସୁନ୍ଦର ତା ନୁହେଁ ତୁମ ହୃଦୟ ତା ତାଠାରୁ ବି ସୁନ୍ଦର | ତୁମେ ଆଜିଠୁ ମୋ ଆଖିରେ ଦୁନିଆ ଦେଖିବ " |

ସୂର୍ଯ୍ୟ ଚାହୁଁଥିଲେ ଦୁଇ ପ୍ରେମ ପକ୍ଷୀଙ୍କୁ | ପରସ୍ପର ଙ୍କ ହାତ ଜଡେଇ ଧରିଥିଲା ପରସ୍ପରକୁ | ଦୁହିଁଙ୍କ ଶରୀରରେ ଖେଳି ଯାଉଥିଲା ଶିହରଣ | ସ୍ରଷ୍ଟାଙ୍କ ସୃଷ୍ଟି ଅପୂର୍ବ |


Rate this content
Log in

More oriya story from Sucharita Sena

Similar oriya story from Romance