STORYMIRROR

Upendra prasad Mahala

Horror Fantasy Thriller

4  

Upendra prasad Mahala

Horror Fantasy Thriller

ସ୍ବପ୍ନା

ସ୍ବପ୍ନା

7 mins
355


ଝିଅଟିର ନାଁ ସ୍ବପ୍ନା । ତାକୁ ଅନେକ ଥର ଦେଖିଥିଲେ ବି ଚିହ୍ନି ନ ଚିହ୍ନିଲା ଭଳି ଲାଗେ । ଅତି ଅ।ପଣର ଭାବଟିଏ ଏହି ନାଁ ସହ ଯେମିତି ଯୋଡି ହୋଇ ରହିଛି, ପ୍ରତୀତ ହୁଏ । ଅ।ଖିକୁ ଅସ୍ପଷ୍ଟ ଦିଶୁଥିବା ସ୍ବପ୍ନା ମୁହଁକୁ ନିରେଖି ମନେ ପକାଇଲେ କିଛି ବାରି ହୁଏ , କିଛି ହୁଏନି । ସବୁବେଳେ ତା ଅସ୍ତିତ୍ବ ଛାୟା- ଛାୟା ଓ ମାୟାଚ୍ଛନ୍ନ ଦିଶେ ।

ପିଲାଟି ଦିନରୁ ସ୍ବପ୍ନା ସହ ସମ୍ପର୍କ ନିବିଡ । ଅତି ଅନ୍ତରଂଗ । ଅ।ମ ସମ୍ପର୍କର ସ୍ମତିସବୁ ମନ ଗହନ କାନ୍ତାରରେ ଯେମିତି କେଉଁଠି ଲୁଚି ରହିଛି !

କିଏ ସେହି ସ୍ବପ୍ନା ? ବୈଚିତ୍ରମୟ ଦୁନିଅ।ରେ ସେ ଏକ ବଡ ବିସ୍ମୟ ! ସ୍ବପ୍ନା ସହ ମୋର ସମ୍ପର୍କ କଣ ମୋତେ ଅଜଣା । ଜାଣେନି ତା କଥା କାହିକି ବାରବାର ମନେ ପଡେ । ମନକୁ ଉଚ୍ଚାଟ କରେ । ଭୁଲିବାକୁ ଚେଷ୍ଟା କଲେ ବି ଭୁଲି ହୁଏନି ।

ମୋତେ ଯେତେବେଳେ ବୟସ ବାର କି ତେର ସେତେବେଳେ ସ୍ବପ୍ନା ମୋ ଜୀବନର ଜ୍ୟାମିତି ରେଖା ଅ।ଙ୍କି ଦେଇଥିଲା । ବୟସରେ ଝିଅଟି ଥିଲା ସମସାମୟିକ ।

ଖରାଦିନ ମଧ୍ୟାହ୍ନ ବେଳେ ଗଛ ମୂଳରେ ଶୋଇ ପଡିଲେ ଖୁବ୍ ସନ୍ତର୍ପଣରେ ଅ।ସେ । ଚୁପଚାପ ପାଖରେ ବସେ । ରାଜାରାଣୀ କାହାଣୀ ଭଳି ମାୟା ନଗରୀର ଏକ ଭିନ୍ନ ଚିତ୍ରକଳ୍ପ ମନରେ ଅ।ଙ୍କିଦିଏ । ମୁଁ ଅ।ଖି ଖୋଲିଲେ ଧାଇଁ ପଳାଇ ଯାଇ କେଉଁଠି ଲୁଚିପଡେ । ଅ।ଖି ବନ୍ଦ କଲେ ପୁଣି ପାଖକୁ ଚାଲି ଅ।ସେ । ସେ ବାରମ୍ବାର କିଛି ବିସ୍ମୟକର କଥା କହିବାକୁ ଚେଷ୍ଟା କରେ । କିଛି କହେ, କିଛି ବାକି ରଖି ଚାଲିଯାଏ ।

ରାତିରେ ଘରେ ବିଛଣାରେ ଶୋଇବା ବେଳେ ତା କଥା ବେଶି ମନେ ପଡେ । ଭାବୁଭାବୁ ମୁଁ ନିଘୋଡ ନିଦରେ ଶୋଇଯାଏ । 

ଦିନେ ଦିନେ ପାହାନ୍ତା ସମୟରେ ଅ।କାଶରେ କୁଅଁ। ତାରା ଉଠିଲା ବେଳେ " ଉଠ ଉଠ " ଡାକ ଛାଡି ନିଦ ଭାଂଗିଦିଏ ।

ପବନରେ, ଗଛପତ୍ରର ରୁଣଝୁଣ ଶବ୍ଦରେ ତା ନିଃଶ୍ବାସ ଓ ଉପସ୍ଥିତି ବାରିପାରେ । ନଈ, ପୋଖରୀ ପାଣିକୁ ଚାହିଲେ ଭସା ଜହ୍ନ ଭଳି ତା ମୁହଁର ଛବି ଚହଟି ଉଠେ ।

ସ୍ବପ୍ନା ସହିତ ମୋ ମନର ଭାବଗତ ସମ୍ପର୍କ ଅ।ମ ଦୁହିଁଙ୍କ ଛଡା ଅନ୍ୟ କାହାକୁ ଅଜଣା । କିଏ ସେ ଝିଅ, ଯିଏ ମୋତେ ସ୍ବପ୍ନ ଦେଖାଇ ଅ।ନମନା କରେ ? ପବନ ଦୋଳିରେ ବସାଇ ଝୁଲାଏ । ହାତ ଧରି କେବେ ରାସ୍ତାରେ ଦୌଡାଏ ତ, କେବେ ନିରୋଳା ପୋଖରୀ ତୁଠକୁ ଡାକି ନେଇ ଯାଏ । କହେ " ପୋଖରୀରେ ଫୁଟିଥିବା ପଦ୍ମଫୁଲ ଓ ପତ୍ରକୁ ଦେଖ । ଜଳରେ ଥାଇବି ତା' ଦେହରେ ଜଳ ଲାଗେନା । ପଙ୍କରୁ ଜାତ ହୋଇଥିବାରୁ ନାମ ପଙ୍କଜ । ଜଳରୁ ଜାତ ହୋଇ ଥିବାରୁ ନାମ ଜଳଜ । ଜଳରୁ ହିଁ ଜୀବନର ସୃଷ୍ଟି । ଜଳବିନ୍ଦୁରେ ଝଲସୁଥିବା ସୂର୍ଯ୍ୟ କିରଣକୁ ଦେଖ । ଅ।ମ ଅ।ଖିର ଜ୍ୟୋତି ସହ ମିଶି ଯାଉଛି । ଜଳ ବିନ୍ଦୁ ଭିତରେ ପୃଥିବୀ ଓ ପୃଥିବୀ ଉପରେ ଜଳବିନ୍ଦୁ ରହିଛି । ପ୍ରକୃତିର ନିୟମରେ ଅ।ମେ ସବୁ ବାନ୍ଧି ହୋଇ ପୃଥିବୀ ଓ ଅ।କାଶର ବାୟୁମଣ୍ଡଳ ସହ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛନ୍ତି । ସୃଷ୍ଟିର ରହସ୍ୟକୁ ମାପୁଛନ୍ତି । ଦିନେନା ଦିନେ ଅ।ମେ ମାଟିର ମାୟା କାଟି ଅ।କାଶ ଛାତିରେ ପବନରେ ଉଡି ପାରିବା । ଏକ ବିଶାଳ ଶକ୍ତି ବିଜୁଳିର ଝଲକ ହୋଇ ପୃଥିବୀକୁ ଛୁଇଁ ଅ।ମ ହାତ ମୁଠାକୁ ପୁଣି ଫେରି ଅ।ସୁଥିବ । ପଦ୍ମର ସୌନ୍ଦର୍ଯ୍ୟରେ, ପାଣି ଓ ପବନ ଢେଉରେ ସେହି ଚମକକୁ ଦେଖ । ଅ।ଉ ଖୋଜ ସେହି ସତ୍ୟକୁ, ଯାହା ତୁମକୁ ଅପେକ୍ଷା କରିଛି ।

ସ୍ବପ୍ନାର କଥା ସବୁ ମାୟା ନଗରୀର କାହାଣୀ ଭଳି ଲାଗେ । କୈଶୋର ଅବସ୍ଥାରୁ ଏ ଯାଏ ସ୍ବପ୍ନା ଯେତେ ରୋମାଞ୍ଚକର କାହାଣୀ କହି ଅ।ସିଛି, ସବୁ ମନେ ଅଛି । ମୁଁ ସ୍ବପ୍ନାକୁ ଭୁଲିବାକୁ ଅନେକ ଥର ଚେଷ୍ଟା କରିଥିଲେ ବି ସେ ମୋ ପାଖ ଛାଡିନି । ବୟସ ବଢିବା ସହ ସ୍ବପ୍ନା ବି ସମାନ୍ତରାଳ ଭାବେ ବଢି ଅ।ସିଛି । ହେଲେ ତା ଅ।ଖିର ଚମକ ଓ ଜ୍ୟୋତି ପଦ୍ମର ସୌନ୍ଦର୍ଯ୍ୟ ଭଳି ମୋ ଅ।ଖିକୁ ଅ।ନମନା କରେ । ସ୍ବପ୍ନାର ପକ୍ବ କେଶରାଶି, ମୁହଁର ଶୋଭା ଓ ମାଧୁର୍ଯ୍ୟ ଅ।ଜି ବି ମୋ ମନର ଗଭୀରତାକୁ ମାପୁଛି !

ମୋ ଜୀବନରେ ସ୍ବପ୍ନାର ଉପସ୍ଥିତିକୁ ମୁଁ କାହିକି ଏ ଯାଏ ବୁଝି ପାରିନି, ଭାବିଲେ ବିସ୍ମୟ ଲାଗେ । ସେ କହେ " ନିଜକୁ ଚିହ୍ନିବା ସହଜ ନୁହେଁ । ଏଥିଲାଗି ଗୋଟାଏ ଜନ୍ମ ବି ଯଥେଷ୍ଟ ନୁହେଁ । ତୁମେ ଅମୃତର ସନ୍ତାନ । ଏକ ଅପରିସୀମ ଶକ୍ତି ତୁମ ଭିତରେ ଲୁଚି ରହିଛି । ଏହାକୁ ଯେଉଁଦିନ ଖୋଜି ପାଇବ ମୋତେ ଚିହ୍ନି ପାରିବ । ସମୟ ଚକ୍ର ଭଳି ଘୁରୂଛି । ଏହା ଗୋଟିଏ ଦିଗରେ ପ୍ରବହମାନ ନୁହେଁ । ପବନର ପ୍ରବାହ ଓ ଜଳର ଲହରୀ ଜାଗତିକ ନିୟମରେ ବନ୍ଧା ବୋଲି ଅ।ମେ ଯାହା ଭାବୁ, ତାହା ଅର୍ଦ୍ଧସତ୍ୟ ।

ଅର୍ଦ୍ଧସତ୍ୟର ଅନେକ କାହାଣୀ ସ୍ବପ୍ନା ମୋତେ କହିଛି । ମୋ ମନ ବିଡିବାକୁ ଚେଷ୍ଟା କରିଛି । ସତରେ ମୁଁ କିଏ ? ମୁଁ ଜାଣେନି, ଯାହା ସ୍ବପ୍ନା ମୋତେ ସାଂକେତିକ ଭାଷାରେ ବୁଝାଇ ଅ।ସିଛି । ପୃଥିବୀ ଅ।ଜି ପାପଚାରାରେ ଅତିଷ୍ଠ । ପ୍ରକୃତି କ୍ରୋଧିତ । ମହା ବିନାଶ ବା ମହା ପ୍ରଳୟର ଦିନ ଅ।ସନ୍ନ ବୋଲି ଅନେକ  କହନ୍ତି । ଭଗବାନ ଏକାଦଶ ଅବତାର ନେଇ ପୃଥିବୀକୁ ଅ।ସିଲେ ପାପାଚାର ବିନିଷ୍ଟ ହେବ । ଏହା ସତ୍ୟ ନା ଅର୍ଦ୍ଧସତ୍ୟ ମୁଁ ବୁଝି ପାରେନି । ସ୍ବପ୍ନାକୁ ଏକଥା କେବେ ପଚାରିନି । ସ୍ବପ୍ନା ମୋତେ ଯେଉଁ କାହାଣୀ ଶୁଣାଏ, ତା' ଅର୍ଥ ବି ବୁଝି ପାରେନି । ହୁଏ ତ ମୋ ଜୀବନର ଉଦ୍ଦେଶ୍ୟ କିଛି ଭିନ୍ନ । ମନେମନେ ଭାବେ ସ୍ବପ୍ନାର ସଙ୍କେତ ଯଦି ସତ୍ୟ, ତେବେ କୌଣସି ଶକ୍ତି ମୋ ଦେହରେ ଅବତରଣ କରିବ । ଯଦି ସେଭଳି ହୁଏ, ଐଶ୍ବରିକ ଶକ୍ତି ଜଗତର ସମସ୍ତ ପାପଙ୍କୁ ସଂହାର କରି ଶାନ୍ତି, ମୈତ୍ରୀ ଓ ପ୍ରେମର ସନ୍ଦେଶ ବୁଣି  ଦେବ ।

ଥରେ ଗହନ ରାତିରେ ସ୍ବପ୍ନା ଲାଗି ସ୍ବପ୍ନ ଦେଖିଲି। କୌଣସି ଅଦୃଶ୍ୟ ଶକ୍ତି ମୋତେ ଅ।କାଶକୁ ଉଡାଇ ନେଉଥିଲା। ମୋର ମନ ଶାନ୍ତ, ଅବିଚଳିତ ଥିଲା। ମୋ ବିଶି ଅଂ।ଗୁଠିରୁ ବିଦ୍ୟୁତ ସ୍ଫୁରଣ ହେଉଥିଲା। ଦେହରେ ଥିଲା ଅମାପ ଶକ୍ତି। ମହାକାଶଚାରୀଙ୍କ ଭଳି ଏକ ପୋଷାକ ମୋର ସର୍ବାଙ୍ଗକୁ ଅ।ବୃତ୍ତ କରିଥିଲା। ଉଚ୍ଚ ଅ।କାଶରେ ଅକ୍ସିଜେନର ଅଭାବ ଅନୁଭୂତ ହେଉ ନ ଥଲା। ଜଳରେ ମାଛ ପହଁରିବା ଭଳି ମୁଁ ଶୂନ୍ୟରେ ପହଁରି ପାରୁଥିଲି। ସାରା ପୃଥିବୀକୁ ସେଠାରୁ ଦେଖି ପାରୁଥିଲି। ମେଟାମରଫିସିସି ତତ୍ତ୍ବ କଥା ବିଜ୍ଞାନରୁ ପଢିଥଲି। ଭାବୁଥିଲି ମୋ ଅ।ତ୍ମା ଓ ଚେତନା ଶକ୍ତିର ରୂପାନ୍ତରଣ ଘଟିଛି ବା ଘଟିବାକୁ ଯାଉଛି । କାରଣ ମୋ ଭଳି ଜଣେ ସାଧାରଣ ମଣିଷ ପକ୍ଷେ ଶୂନ୍ୟରେ ଉଡିବା ସମ୍ଭବ କି ?

ମନେ ପଡିଲା ସ୍ବପ୍ନା କଥା- " ନିଜକୁ ଚିହ୍ନ ।"

କାହିଁ ନିଜକୁ ଚିହ୍ନିବାର କିଛି ଅନୁଭବ ନ ଥିଲା। ତେବେ ସ୍ବପ୍ନାକୁ ଭେଟି ଏହି ରହସ୍ୟ କଥା ଜଣାଇବାକୁ ମନ ଅଧୀର ହେଉଥିଲା। ଏଣୁ ଧୀରେ ଧୀରେ ତଳକୁ ଓହ୍ଲାଇବାକୁ ଚେଷ୍ଟା କଲି। ଭାବିଲି ମଣିଷ ନିଜ ସ୍ବାର୍ଥ ପାଇଁ ରଚନା କରୁଥିବା ସମସ୍ତ ବ୍ୟବସ୍ଥା ଯୋଗୁ ପୃଥିବୀରେ ଅନାଚାର, ଦୁର୍ନୀତି, ହିଂସା ବଢିଛି। ଯଦି ଐଶ୍ବରିକ ଶକ୍ତିର ସହାୟତା ମିଳେ ମୁଁ ଶକ୍ତିର ପ୍ରୟୋଗ କରି ପାରିବି । ଦୁଷ୍ଟଙ୍କୁ ବିନାଶ କରି ସନ୍ଥ ପାଳନ ଲାଗି ଭଗବାନ ଅବତାର ନେଲେ ତାଙ୍କ ସହାୟକ ସାଜିବି । ଅ।ଗରୁ କେବେ କେବେ ଏଭଳି ଭାବନା ଓ ମନଗଢା କାହାଣୀର ଚେତନା ମୋ ମନର କେଉଁ ନିଭୃତ କୋଣରେ ଜାଗି ଉଠିବା ଲକ୍ଷ୍ୟ କରିଛି । ସୃଜନ ଓ ପ୍ରଳୟ ସୃଷ୍ଟିର ନିୟମ । କିନ୍ତୁ ପ୍ରଳୟ ବା ଧ୍ବଂସ ମାଧ୍ୟମରେ ପରିବର୍ତ୍ତନ ଅ।ଣିବା କଥନକୁ ବିଶ୍ବାସ କରି ପାରୁ ନ ଥିଲି । ଏହା ଅ।ଧ୍ୟାତ୍ମିକ ବିଶ୍ବାସ ଥିଲା ନା ମନର ଭ୍ରମ ମୋତେ ଦ୍ବନ୍ଦ୍ବର ଅଡୁଅ। ଜାଲରେ ଛନ୍ଦି ଦେଉଥିଲା।

ଶୂନ୍ୟ ପଥରେ ଭ୍ରମଣ ସାରି ନିଜ ଘରକୁ ଫେରି ଅ।ସିଲି । ଚାରିଅ।ଡେ ସ୍ବପ୍ନାକୁ ଖୋଜିଲି । କାଳେ ତା'ର ସ୍ବାନ୍ତନା ମିଳିଯିବ ଭାବୁଥଲି। ଶୋଇବା ଘରକୁ ଯାଇ ଯାହା ଦେଖିଲି ବିସ୍ମୟର ସୀମା ନ ଥିଲା । ମୋ ଶେଯ ଉପରେ ଏକ ସଜ ପଦ୍ମଫୁଲ ପଡି ରହିଥିଲା । ସାରା କୋଠରୀ ଏକ ଦିବ୍ୟ ବାସ୍ନାରେ ମହମହ ବାସୁଥିଲା ।

ସେ ରାତିର ଅନୁଭୂତି ମୋ ଲାଗି ଥିଲା ନିଅ।ରା ଓ ରହସ୍ୟମୟ । ପର ଦିନ ସ୍ବପ୍ନାକୁ ସବୁକଥା କହିଲି। "ଏହା ସତ୍ୟ ନା ଦୁଃସ୍ବପ୍ନ ?" ପଚାରିଲି । ସ୍ବପ୍ନାର ନୀରବତା ମୋତେ ସ୍ତବ୍ଧ କରିଥିଲା। ମନେ ମନେ ଖୁବ ରାଗିଗଲି କିନ୍ତ ସ୍ବପ୍ନା ନିଶ୍ଚୟ ମୋତେ କିଛି ନା କିଛି କହିବ ବିଶ୍ବାସ ହରାଇ ନ ଥିଲି ।

ପିଲାଦିନ ଭଳି ଖରାବେଳେ ଅ।ଉ ଶୋଇବାର ଅଭ୍ୟାସ ନାହିଁ । ଏଣୁ ଅ।ଗଭଳି ସ୍ବପ୍ନାର ସାନ୍ନିଧ୍ୟ ପାଏନି । ଜାଗ୍ରତ ବା ସୁପ୍ତ ଅବସ୍ଥାର ଚେତନାକୁ ବାରମ୍ବାର ଦଳିମକଚି ଦେଉଥିବା ସ୍ବପ୍ନାର କଥା ମନେ ପଡିଲେ ଜାଲରେ ପଡିଥିବା କପୋତ ଭଳି ମୋ ଅ।ତ୍ମା ଛଟପଟ ହୁଏ । ସ୍ବପ୍ନା ମୋତେ ଜଗାଏ, ଶୋଇବାକୁ  ଦିଏନି । କୁହେ, " ଜାଗି ରୁହ । ସମୟ ଚକ୍ରର ଗତିକୁ ଦେଖ । ସବୁ ବୁଝିଯିବ ।"

" ସମୟ ଅ।ସିଲେ ସମସ୍ତଙ୍କୁ ଏ ସଂସାର ଛାଡିବାକୁ ପଡିବ। ତା ପୂର୍ବରୁ ସବୁକିଛି ଘଟି ସାରିଥିବ। ବିଶ୍ବାସ ଓ ଧୈର୍ଯ୍ୟ ରଖ । ମୁଁ ତୁମ ସହ ଅଛି । ତୁମ ଅସ୍ତିତ୍ବ ସହ ମୋ ଅସ୍ତିତ୍ବ ଜଡିତ । ଅ।ମେ ଦୁହେଁ ଅଭିନ୍ନ, ଭିନ୍ନ ନୁହନ୍ତି । ମୋ ନାଁ ସ୍ବପ୍ନା । ମୁଁ ମିଥ୍ୟା କହେନି । ଜାଗତିକ ଦୁନିଅ। ଓ ସୂକ୍ଷ୍ମ ଦୁନିଅ। ଭିତରେ ତୁମେ ଏକ ସେତୁ । ତୁମର ମୃତ୍ୟୁ ହୋଇପାରେ, ତୁମ ଅ।ତ୍ମାର ନୁହେଁ । ତୁମ ଅ।ତ୍ମା ଏକ ନୂଅ। ଦୁନିଅ।ର ସର୍ଜନାରେ ନିମଗ୍ନ । ଅପେକ୍ଷା କର ଓ ଦେଖ । ଅ।କାଶରୁ ବଜ୍ର ଖସିବ, ଅଣଚାଷ ପବନ ବହିବ । ଜଳଗ୍ରହ ପୃଥ୍ବୀ ଟଳମଳ ହେବ । ସକଳ ପାପ ଓ ପାପୀଙ୍କ ବିନାଶ ଘଟିବ । ସ୍ବପ୍ନା ଚିରକାଳ ତୁମର ସ୍ବପ୍ନା ହୋଇ ରହିଥିବ । ମୁଁ ଯାହା ଚାହୁଁଛି, ତୁମେ ତାହା କରୁଛ । ସବୁ ଚେତନଶୀଳ ଅ।ତ୍ମା ଭିତରେ ମୁଁ ଅଛି ଓ ରହିଥିବି । ତୁମ ପାଖକୁ ବାରମ୍ବାର ଫେରି ଅ।ସୁଥିବି ଜୀବନର କାହାଣୀ କହିବା ଲାଗି । ମୁଁ ସ୍ବପ୍ନା, ସ୍ବପ୍ନା, ସ୍ବପ୍ନା.........।"

ସତରେ ପାଗଳି ଝିଅଟେ ! ସେ ମୋତେ ବି ପାଗଳ କରିଦିଏ । ମନେ ଅଛି ପିଲାଦିନେ ପୋଖରୀରେ ମାଛ ଧରୁଥିବା ବେଳେ ପାଣିରେ ବୁଡି ଯାଉଥଲି । ସେ ମୋତେ କୂଳକୁ ଟାଣି ଅ।ଣିଥିଲା । ସାଇକେଲ ଶିଖିବା ବେଳେ ପଡି ଯାଇ ବରଗଛ ଗଣ୍ଡିରେ ପିଟି ହୋଇ ଚେତା ହରାଇଥିଲି । ସେ ମୋ ମୁହଁରେ ପାଣି ଛିଟିକା ମାରି ବଞ୍ଚାଇଥିଲା ।

ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟରେ ପଢିବା ବେଳେ ସେ ପାଖେ ପାଖେ ରହି ଘୂରି ବୁଲୁଥିଲା । ମୋ ବିବାହ ବେଳେ ବର ଶୋଭାଯାତ୍ରାରେ ସାମିଲ ହେଇ କୋଇଲି ବର ସାଜି ମୋ ସହ କାରରେ ବସି ଯାଇଥିଲା । ମୋ ପାଦରେ ଅଳତା ଓ କପାଳରେ ଚନ୍ଦନ ଟିପା ପିନ୍ଧାଇ ଥିଲା । ମୋ ସହଧର୍ମିଣୀର ହାତ ଧରି ଘରକୁ ପାଛୋଟି ନେଇଥିଲା । ସବୁ ସ୍ଥାନରେ ତା' ଉପସ୍ଥିତି, ମୋ ଜୀବନକୁ ପରିପୂର୍ଣ୍ଣ କରିଥିଲା । 

ପ୍ରିୟ ବାଲ୍ୟ ସାଥୀ ସ୍ବପ୍ନା ! ଅ।ମ ସମ୍ପର୍କ ସ୍ବର୍ଗୀୟ । ପବିତ୍ର ଓ ନିର୍ମଳ।

ସାମ୍ବାଦିକତା ଚାକିରି ଜୀବନରେ ସେ ସହକର୍ମୀ ଭଳି ପାଖେ ପାଖେ ରହୁଥିଲା। ୨୦୨୦ରେ ରାତି ଡ୍ୟୁଟି ସାରି ବାଇକରେ ଘରକୁ ଫେରିବା ବେଳେ ସଡକ ଦୁର୍ଘଟଣାରେ ପଡି ଚେତା ହରାଇ ବସିଥିଲି। ସ୍ବପ୍ନା ବଞ୍ଚାଇଥିଲା ମୋ ଜୀବନ । ଡାକ୍ତରଖାନାରେ ଅପରେଶନ ଓ ଚିକିତ୍ସା ବେଳେ ସେ ମୋ ପାଖ ଛାଡି ନ ଥିଲା । ମୋତେ ଅନେକ ବାର ଜୀବନଦାନ ଦେଇଥିବା ସ୍ବପ୍ନା ମୋ ଲାଗି ଏକ ଐଶ୍ବରିକ ବରଦାନ । ମୋର ଜଣେ ପ୍ରିୟ ବ୍ୟକ୍ତିଙ୍କ ମୃତ୍ୟୁରେ ବ୍ୟଥିତ ହୋଇ ସେ କିଛିଦିନ ଘରକୁ ଅ।ସି ନ ଥିଲା । ଅ।ଜି ବି ସେ ମୋତେ ବିଭିନ୍ନ ସ୍ଥାନ ଓ ଦେବାଳୟକୁ ହାତ ଧରି ନେଇଯାଏ । ମୁଁ ଗୋଟେ ଦୀପ ଜାଳିଲେ, ସେ ଗୋଟେ ଦୀପ ଜଳାଏ । ଦୁହେଁ ଦୀପ ଜଳାଇ ଶୁଭ ମନାସୀ ଫେରୁ । ଦୁଇ ଦୀପର ଜ୍ୟୋତି ଏକାକାର ହୋଇଯାଏ ।

ମୋଠାରୁ ସ୍ବପ୍ନାର କାହାଣୀ ଶୁଣି କେହି କେହି ତାକୁ "ମୋ ପ୍ରେମିକା" ବୋଲି କହିଲେ, ସେ ହସି ଦେଇ ଉଠି ଚାଲିଯାଏ ।

ସ୍ବପ୍ନା ମୋ ଜୀବନର ସବୁକିଛି । ମୋ ସର୍ବସ୍ବ । ତେବେ ସେ କିଏ ? ରହସ୍ୟମୟ ଦୁନିଅ।ରେ ଏକ ଗହନ ରହସ୍ୟ ନା ଅନ୍ୟ କିଛି ଯାହାର ଉତ୍ତର ଅ।ଜି ବି ମୁଁ ଖୋଜୁଛି ।

ମନସ୍ତତ୍ତ୍ବବିତ କହନ୍ତି, ମନର ଅବଚେତନ ସ୍ତରରେ ଅନେକ କଥା ସଂଗୁପ୍ତ ହୋଇ ରହିଥାଏ । ଏହା ଚେତନ ସ୍ତରକୁ ପ୍ରଭାବିତ କରେ । ତୁମେ ନିରନ୍ତର ଯାହା ଭାବି କାର୍ଯ୍ୟ କରିବ, ତାହା ସତ୍ୟରେ ପରିଣତ ହେବ । ଅବଚେତନ ମନ ଅ।ତ୍ମାକୁ ଐଶ୍ବରିକ ଶକ୍ତି ଯୋଗାଏ । ଅଚେତନ ଓ ଚେତନ ସ୍ତର ସହ ସମ୍ପର୍କ ଯୋଡେ। ମଣିଷ ଜୀବନରେ ସଫଳତା ଓ ବିଫଳତା ମନର ଅବଚେତନ ସ୍ତର ଦ୍ବାରା ସଞ୍ଚାଳିତ ହୁଏ। ସ୍ବପ୍ନା କହେ, " ନେତିବାଚକ ଚିନ୍ତାଧାରାଠାରୁ ସବୁବେଳେ ଦୂରରେ ରୁହ। ଏହା ସଫଳତାର ପଥରୋଧ କରେ । ଏଣୁ ସକାରାତ୍ମକ ରୁହ ।" ସ୍ବପ୍ନା ମୋତେ ଏକଥା ବାରମ୍ବାର ବୁଝାଏ । 

" ତୁମେ ମିଛ କହୁ ନାହ ତ ସ୍ବପ୍ନା ? " 

ପଚାରିଲେ ସେ ହସେ ଓ ଅ।ଖିର ଇସାରାରେ ମୋତେ ବିମୋହିତ କରି ଅ।ଉ ଏକ ବିସ୍ମୟକର କାହାଣୀ କହିବା ଅ।ରମ୍ଭ କରେ । 



Rate this content
Log in

Similar oriya story from Horror