ମାଗୁଣି ଦାଦା
ମାଗୁଣି ଦାଦା


ମାଗୁଣି ଦାଦା ଜଣେ ନିଅ।ରା ମଣିଷ । ଏକ ଛାୟାପ୍ରଦ ଗଛ ଭଳି ତାଙ୍କ ବ୍ୟକ୍ତିତ୍ବ । ଅତି ସାଧାରଣ, ଗରିବ, ମେହନତି ମଣିଷ ହେଲେ ବି ସ୍ବାଭିମାନୀ । ଜୀବନ ଲଢେଇରେ ଥିଲେ ବେଶ ପାରଙ୍ଗମ । ଏକ ଗରିବ ପରିବାରରେ ତାଙ୍କ ଜନ୍ମ। କିନ୍ତୁ ପୋଷ୍ୟପୁତ୍ର ହୋଇ ଏକ ମଧ୍ୟବିତ୍ତ ପରିବାରରେ ଲାଳିତପାଳିତ ହୋଇଥିଲେ । ଭଗବାନ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କୁ ଛାଡିବା ଭଳି ସେ ବାର ବର୍ଷର ହୋଇଥିବା ବେଳେ ପାଳକ ମା"ଙ୍କୁ ଛାଡି ନିଜ ଜନ୍ମଦାତ୍ରୀ ମାଙ୍କ ଅ।ଖି ଲୁହ ପୋଛି ଦେବା ଲାଗି ତାଙ୍କ କୋଳକୁ ଫେରି ଯାଇଥିଲେ । ଅ।ଦରି ନେଇଥିଲେ ଅସହ୍ୟ ଦାରିଦ୍ର୍ୟ ଓ ଜୀବନ- ସଂଘର୍ଷର ପଥ । ତାଙ୍କ ସ୍ନେହଶୀଳ ଓ ଅମାୟିକ ଅ।ଚରଣ ସମସ୍ତଙ୍କୁ ମୁଗ୍ଧ କରୁଥିଲା । ସେ ପାଳକ ମା"ଙ୍କୁ ଛାଡି ନିଜ ଜନ୍ମସ୍ଥାନକୁ ଫେରିବା ବେଳେ ପିନ୍ଧା ଲୁଗା ଖଣ୍ଡିକ ବ୍ୟତୀତ ଅନ୍ୟ କିଛି ନେଇ ନ ଥିଲେ ।
କଥାଟି ହେଲା ଏହିପରି। ମାଗୁଣି ଦାଦା ଜନ୍ମ ହେବାର ଦୁଇ ମାସ ପରେ ନିଜ ମା" କୋଳ ଛାଡି ଅ।ମ ଘରକୁ ପୋଷ୍ୟପୁତ୍ର ହୋଇ ଅ।ସିଥିଲେ । ମୋର ଜଣେ ନିଃସନ୍ତାନ ଜେଜେମା ତାଙ୍କୁ ଅ।ଦର ଯତ୍ନରେ ପାଳନ କରିଥିଲେ । ମାଗଣି ଦାଦା ଜନ୍ମ ହୋଇଥିବା ଘରଠାରୁ ଅ।ମ ଘରର ଦୂରତା ବେଶି ନୁହେଁ । ମାତ୍ର ପଚାଶ ମିଟର ହେବ ।
ତାଙ୍କ ପିଲାଦିନ ଅ।ମ ଘରେ ବଡ଼ ଅୟସରେ କଟିଥିଲା । ଗାଁ ଚାଟଶାଳୀରେ ପାଠ ପଢି ପରେ ବିଲବାଡ଼ି ଓ ଘରକରଣା ଅ।ଦି କାମ ଶିଖି ଯାଇଥିଲେ । ମୋ ବାପା ପ୍ରଥମ କରି ଏକ ନୂଅ। ବାଇସାଇକେଲ ବା ଶୂନ ଗାଡ଼ି ଅ।ମ ଗାଁକୁ କିଣି ଅ।ଣିଥିଲେ । ମାଗୁଣି ଦାଦା କିଶୋର ଅବସ୍ଥାରେ ପ୍ରଥମେ ସାଇକେଲ ଚଢିବା ଶିଖି ଗାଁରେ ସମସ୍ତଙ୍କୁ ଚମକାଇ ଦେଇଥିଲେ । ସେ ମୋ ବାପାଙ୍କୁ ବଡ ଭାଇ ଭାବରେ ଯଥେଷ୍ଟ ଅ।ଦର ଓ ସମ୍ମାନ କରୁଥିଲେ । ପରିବାରରେ କେହି ତାଙ୍କୁ ପୋଷ୍ୟ ପୁତ୍ର ବୋଲି ଭାବୁ ନ ଥିଲେ । ସେ ଥିଲେ ପରିବାରର ଜଣେ ଅବିଚ୍ଛେଦ୍ୟ ସଦସ୍ୟ । ପିଲା ଦିନେ ଅଳିଅର୍ଦ୍ଦଳି ଠାରୁ ଅ।ରମ୍ଭ କରି କାନ୍ଧରେ ଟ୍ରାଞ୍ଜିଷ୍ଟର ପକାଇ ବୁଲିବା ଭଳି ସଉକ କରି ଅୟସ ଜୀବନ ବିତାଇ ଥିଲେ ।
ମୋ ଠାରୁ ସେ ପ୍ରାୟ ସାତ କି ଅ।ଠ ବର୍ଷ ବଡ । ମୁଁ ଥିଲି ତାଙ୍କ ସ୍ନେହର ପୁତୁରା । ଗାଁର ଅନ୍ୟ କୌଣସି ସାହିକୁ ଗଲେ ମୋତେ କାନ୍ଧରେ ବସାଇ ନେଇ ଯାଉଥିଲେ । ମୋ ପାଠ ପଢାରେ ପଥ ପ୍ରଦର୍ଶନ କରୁଥିଲେ । ରାତିରେ ମୁଁ ଖୁସିରେ ଦାଦାଙ୍କ ପାଖରେ, ତାଙ୍କ ବିଛଣାରେ ଶୋଇ ପଡୁଥିଲି ।
ଅ।ମ ଦାଦା ପୁତୁରାଙ୍କ ସମ୍ପର୍କ ଅତି ନିବିଡ ଥିଲା । ଉଭୟଙ୍କ ପିଲାଦିନ ଅତି ଭଲରେ, ଅୟସରେ କଟିଥିଲା । ଦାଦା ବୋଲି ଡାକିଦେଲେ ସେ ପାଖକୁ ଧାଇଁ ଅ।ସୁଥିଲେ । ସବୁ କାମ ଛାଡି ଅ।ଗ ମୋ କଥା ଶୁଣୁଥିଲେ । ମୁଁ ଖେଳିବାକୁ, କଙ୍କି ପାରା ଧରିବାକୁ, କେଶର ବାଡିରୁ କେଶୁର ଖୋଳିବାକୁ କହିଲେ ସେ ସଙ୍ଗେସଙ୍ଗେ ସହାୟତା କରୁଥିଲେ । ମୁଁ ଦେଖିଛି ମୋ ଦେହ ଖରାପ ହେଲେ ପାଖେ ପାଖେ ଜଗି ରହୁଥିଲେ । ଜହ୍ନରାତିରେ ଘରବାଡରୁ ଜହ୍ନିଫୁଲ ଓ ଚଉଁରା ଚାନ୍ଦିନୀ ପାଖରୁ ହେନା ଫୁଲ ତୋଳି ମୋ ହାତକୁ ବଢାଇ ଦେଉଥିଲେ । ସେ ମୋତେ ଶିଖାଇଥିଲେ ଜୀବନକୁ ଭଲ ପାଇବାର ପରିଭାଷା ।
ଟୁପଟାପ ବର୍ଷା ହେଲେ ସେ ମୋ ଲାଗି ଗଢି ଦେଉଥିଲେ କାଗଜ ଡଙ୍ଗା । ଅ।ମେ ଦୁହେଁ ବର୍ଷାରେ ଭିଜି ଗାଁ ଦାଣ୍ଡରେ କାଗଜ ଡଙ୍ଗା ଭସାଇବାର ଅନେକ ସ୍ମତି ସାଉଣ୍ଟି ଥିଲୁ । ବିଭିନ୍ନ ଅ।କୃତିର ଛୋଟ ବଡ ଗୋଡି ପଥର, ପୁରାତନ ମୁଦ୍ରା, ଡାକ ଟିକଟ ଅ।ଦି ସାଇତି ରଖିବାକୁ ମୋତେ ଉତ୍ସାହିତ କରୁଥିଲେ । ବର୍ଷାଦିନେ କୁନି ବେଙ୍ଗ ଧରି ଶ୍ରଦ୍ଧାରେ " ଧର " ବୋଲି କହି ମୋତେ ଡରାଉଥଲେ । କେଉଁଠୁ ଗଛତୋଳା ପିଜୁଳି, ଜାମୁ, ବରକୋଳି, ଖରାଦିନେ ବଇଞ୍ଚ କୋଳି ଓ ପାଚିଲା ଅ।ମ୍ବ ଗୋଟଇ ଅ।ଣି ମୋତେ ଅ।ଗ ଖାଇବାକୁ ଦେଉଥିଲେ । ଦାଦାଙ୍କ ସ୍ନେହ ମମତା ମୋ ପିଲାଦିନକୁ ସରସତାରେ ଭରି ଦେଇଥିଲା, ଯାହା ଅଭୁଲା, ଅମଳିନ ସ୍ମତି ହୋଇ ରହିଛି ।
ସେ ଥିଲେ ମାଟିମଟାଳର ଜଣେ ଦରଦୀ ମଣିଷ । ଚାଷ ବାସ ଭଳି ସବୁ ଘରକରଣା କାମରେ ଥିଲେ ଧୂରନ୍ଧର । କେଉଁଥିରେ ବି ପଛୁଅ। ନ ଥିଲେ । ଖେଳରେ ବି ହାରିବାକୁ ପସନ୍ଦ କରୁ ନ ଥିଲେ । ରଜ ଉତ୍ସବ ଅ।ସିଲେ ବାଜି ରଖି ବାଗୁଡି, ଦୋଳି, ତାସ ଓ ଲୁଡୁ ଖେଳୁଥିଲେ । ମୋ ଜେଜେବାପାଙ୍କ ସହ ବିଲବାଡିକୁ ଯାଇ ମୂଲିଅ।ମାନଙ୍କୁ ସହଯୋଗ କୁରୁଥିଲେ । ବିଲକୁ ଭାତ ପାଣି ଭାର କରି ବୋହି ନେଉଥିଲେ । ମରେଇରୁ ଧାନ କାଢି ମଲିଅ। ମଜୁରୀ ଦେଉଥିଲେ ।
ମାଗୁଣୀ ଦାଦାଙ୍କ ଜନ୍ମନାତ୍ରୀ ମା' ଓ ବାପାଙ୍କର ତିନି ପୁଅ ଓ ଗୋଟିଏ ଝିଅ ଥିଲେ। ପୁଅଙ୍କ ମଧ୍ୟରେ ମାଗୁଣି ଦାଦା ମଝିଅ। । ତାଙ୍କ ବାପା ନିଜ ଘରେ ଏକ ତେଜରାତି ଦୋକାନ ଖୋଲି ଥିଲେ । ତାହା ଥିଲା ଜୀଇବାର ଅନ୍ୟତମ ସାଧନ । ବିଭିନ୍ନ ହାଟରୁ ସଉଦା କିଣି ନିଜ ଦୋକାନରେ ବିକୁଥିଲେ । ବଡପୁଅ ଶିଅ।ଣିଅ। ହେବା ପରେ ଚାଷ କାମ ଓ ବେପାରଟୁପାର କରି ଘର ଚଳାଇବାରେ ତାଙ୍କୁ ସାହାଯ୍ୟ କରୁଥିଲେ । ଗରିବ ପରିବାର ହେଲେ ବି ସେମାନେ ଦୁଃଖକଷ୍ଟେ ଚଳି ଯାଉଥିଲେ।
ମାଗୁଣି ଦାଦାଙ୍କ ବଡ ଭାଇଙ୍କୁ ଏକ ସୁଶୀଳା କନ୍ୟା ସହ ତାଙ୍କ ମା" ବାପା ବିବାହ କରାଇ ଦେଲେ । ସେ ଥିଲେ ମୋର ନୂଅ। ଖୁଡୀ । କିଛିଦିନ ପରେ ଦୁର୍ଭାଗ୍ୟକୁ ଗର୍ଭବତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା । ଏହି ଘଟଣାରେ ସେହି ଅଭାବୀ ପରିବାର ଭାଙ୍ଗି ପଡିଥିଲେ । ମାଗୁଣି ଦାଦାଙ୍କ ବଡଭାଇ ଥିଲେ ଚାଲାକ ଚତୁର । ଭଲରେ ଘର ଚଳାଇବା ସକାଶେ ସେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଗଲେ । ପରେ ଅନ୍ୟ ଏକ ଅଣଓଡ଼ିଅ। ଝିଅକୁ ବାହା ହୋଇ ସେଠାରେ ଅଟକି ଗଲେ । ଏଭଳି ପରିସ୍ଥିତରେ ଦାଦାଙ୍କ ନିଜ ବାପାଙ୍କ ଦେହାନ୍ତ ହେଇଗଲା । ଘରେ ସବା ସାନପୁଅ ଓ ଝିଅକୁ ନେଇ ଦାଦାଙ୍କ ଜନ୍ମଦାତ୍ରୀ ମା' ଅସହାୟ ସ୍ଥିତିରେ ରହୁଥିଲେ । ତାଙ୍କ ଅ।ଖିର ଲୁହ, ଅସହାୟତା ଓ ଦୁଃଖକଷ୍ଟ ଦାଦାଙ୍କୁ ମର୍ମାହତ କରିଥିଲା । ଅ।ମ ଘରେ ଥିବା ବେଳେ ଏହି ଘଟଣାରେ ସେ ଦୁଃଖୀ ଓ ଅନ୍ୟମନସ୍କ ରହୁଥିଲେ । ମନର ବିଷାଦ ଭାବକୁ ନିଜ ଭିତରେ ଲୁଚାଇ ରଖିବାକୁ ଚେଷ୍ଟା କରୁଥିଲେ । ଗୋଟିଏ ଦିଗରେ ଯଶୋଦା ରୂପିଣୀ ପାଳନକାରୀ ମା" ଓ ଅନ୍ୟ ଦିଗରେ ଜନ୍ମଦାତ୍ରୀ ମା" ଙ୍କ ଅ।କର୍ଷଣ ତାଙ୍କୁ ଦ୍ବିଧାରେ ପକାଇ ଥିଲା । ଶେଷରେ ରକ୍ତ ସମ୍ପର୍କର ଅ।ହ୍ବାନ ଅ।ଗରେ ହାର ମାନି ମାଗୁଣି ଦାଦା ସମସ୍ତଙ୍କୁ ମନ କଥା ଜଣାଇ ଅ।ମ ଘର ଛାଡିବାକୁ ନିଷ୍ପତ୍ତି ନେଲେ । ପାଳକ ମା" କିଛି ଅର୍ଥ , ଧାନ ଚାଉଳ ଓ ଚାଷ ଜମିରୁ ଭାଗ ନେବାକୁ ଯାଚିଥିଲେ । କିନ୍ତୁ ସେ ମନା କରି ଦେଇଥିଲେ । ବରଂ କହିଥିଲେ , " ଏ ଘର ପରିବାର ମୋତେ ଯାହା ଦେଇଛି, ତାହା ଯଥେଷ୍ଟ । ଏହି ଋଣ ମୁଁ ସାରା ଜୀବନରେ ଶୁଝି ପାରିବିନି । ଏଣୁ କିଛି ନେବାକୁ ଚାହୁଁନି । ମୋ ଜନ୍ମଦାତ୍ରୀ ମା" ର ଲୁହ ପୋଛିବାକୁ ଏଠି ସମସ୍ତଙ୍କୁ ଅସହାୟ କରି ଛାଡି ଚାଲି ଯାଉଛି ।"
ସ୍ବାଭିମାନୀ ମାଗୁଣି ଦାଦା ଅ।ମ ଘରଠାରୁ ଦୂରେଇ ଗଲେ ବି ସମ୍ପର୍କ ଅତୁଟ ରଖିଥିଲେ । ନିତିଦିନ ଯିବା ଅ।ସିବା କରି ପାଳକ ମା"ଙ୍କୁ ସ୍ବାନ୍ତନା ଦେଉଥିଲେ । ପ୍ରିୟ ଦାଦା ଅ।ମ ଘରଠୁଁ ଦୂରେଇ ଯିବା ଘଟଣା ମୋତେ ବେଶି ମର୍ମାହତ କରିଥିଲା । କିଛିଦିନ ନିରୋଳା ଜାଗାରେ ବସି କାନ୍ଦିଥିଲି । କିନ୍ତୁ ଦାଦା ତାଙ୍କ ଅନୁପସ୍ଥିତିର ଅଭାବ ମୋତେ ଅନୁଭବ କରିବାକୁ ଦେଇ ନ ଥିଲେ । ଅ।ମ ପରିବାର ସହ ଦୁଃଖସୁଖର ସାଥୀ ହୋଇ ଜଣେ ନିଜ ମଣିଷ ଭଳି ଚଳୁଥିଲେ ।
ପରେ ଦାଦାଙ୍କର ବିବାହ ହେଲା । ନୂଅ। ଖୁଡି ଘରକୁ ଅ।ସିଲେ । ଘର ଦୁଅ।ର ଲକ୍ଷ୍ମୀପାଦ ଓ ଝୋଟିରେ ମହକି ଉଠିଲା। ବିଲବାଡି କାମ କରି କିଛି ଅର୍ଥ ସଂଗ୍ରହ କରି ସେ ତାଙ୍କ ସାନ ଭଉଣୀଙ୍କୁ କେନ୍ଦୁଝର ଜିଲାରେ ବାହା କରାଇଦେଲେ । ମୋତେ ଅନେକବାର ସାଇକେଲରେ ବସାଇ ତାଙ୍କ ଭଉଣୀ ଓ ଶ୍ବଶୁର ଘରକୁ ନେଇ ବୁଲାଇ ଅ।ଣିଥିଲେ । ପରେ ଉଭୟ ଜନ୍ମଦାତ୍ରୀ ଓ ପାଳକ ମା"ଙ୍କ ଦେହାନ୍ତ ହୋଇଗଲା, ଯାହା ତାଙ୍କ ମନୋବଳକୁ କେତେକାଂଶରେ ଉଣା କରିଥିଲ। । ବଡ ଭାଇ ବି ରୋଗରେ ପଡି ବାହାରେ ମୃତ୍ୟୁବରଣ କଲେ ।
ଗରିବୀ ଓ ଦୁର୍ଭାଗ୍ୟ ସହ ନିତ
ିଦିନ ଲଢୁଥିବା ଦାଦା ଥିଲେ ଜଣେ ପରୋପକାରୀ, ଉଦାରମନା ମଣିଷ । ବିପଦ ଅ।ପଦରେ ପର ଅ।ପଣା ନ ଭାବି ସମସ୍ତଙ୍କୁ ସାହା ହେଉଥିଲେ ।
ମୁଁ ଭଦ୍ରକ କଲେଜରେ ପଢୁଥିବା ବେଳେ ଥରେ ମେସରୁ ଘରକୁ ଫେରିଥିଲି । ଘରେ ପହଞ୍ଚିଛି କି ନାହିଁ ବୋଉ ମୋତେ କହିଲେ, " ଅ।ମ ପଡିଶା ଘରର ତୋ ସାନ ନୂଅ।ବୋହୂ ( ଭାଉଜ) ବିଷ ପିଇ ଅଚେତ ହୋଇ ପଡିଛି । ବଞ୍ଚିବ କି ମରିବ କହି ହେଉନାହିଁ ।" ମୁଁ ସାଙ୍ଗେସାଙ୍ଗେ ସାନ ଭାଉଜଙ୍କ ଘରକୁ ଧାଇଁଲି। ତାଙ୍କ ସ୍ବାମୀ ଅର୍ଥାତ ମୋ ବଡ ଭାଇ ମୁଣ୍ଡରେ ହାତ ରଖି ଦାଣ୍ଡ ପିଣ୍ଢାରେ ବସିଥାନ୍ତି । ଘର ଯାକ ଗାଁର ସ୍ତ୍ରୀଲୋକ ଭର୍ତ୍ତି । କାଳେ ମରିଯିବ ଓ ପୋଲିସ କେସ ହେବ ଏହି ଡ଼ରେ କେହି ସାନ ଭାଉଜଙ୍କୁ ଡାକ୍ତରଖାନା ନେଉ ନ ଥାନ୍ତି ।
ବଡ ଭାଇଙ୍କୁ କହିଲି, " ଅ।ଉ ଡେରି କରନି। ଶୀଘ୍ର ଚାଲ ଅ।ମେ ତାଙ୍କୁ ଡାକ୍ତରଖାନା ନେଇଯିବା ।"
ବଡ଼ ଭାଇ ନିରୁତ୍ତର ରହିଲେ । କିଛି ସମୟ ପରେ କହିଲେ, " ଦେଖ, ସେ ମରି ଗଲାଣି । ତାଙ୍କୁ ଡାକ୍ତରଖାନା ନେବା ଅର୍ଥ ପୋଲିସରେ ଧରାପଡି ଜେଲ ଯିବା । "
ଏକଥା ଶୁଣି ମୁଁ ରାଗି ଯାଇ ତାଙ୍କୁ ଧମକାଇଲି । କହିଲି " ସାନ ଭାଉଜ ମରିଗଲେ, ମୁଁ ପୋଲିସରେ କମ୍ପ୍ଲେନ କରିଦେବି । କେହି ତୁମକୁ ରକ୍ଷା କରିବେ ନି । ମୋତେ ଜଣା ଏହା ପାରିବାରିକ ହିଂସାଜନକ ଘଟଣା ।"
ଏତିକି ବେଳେ ମାଗୁଣି ଦାଦା ଅ।ସି ପହଞ୍ଚିଲେ । ସେ ମୋ ପ୍ରସ୍ତାବରେ ରାଜି ହୋଇ ଭାଉଜଙ୍କୁ ଡାକ୍ତରଖାନା ନେଇଯିବାକୁ କହିଲେ ।
ସେତେବେଳେ ବଡ଼ଭାଇ ଓ ଅ।ମ ଘରର ମୂଲିଅ।ମାନେ ଖଳାରେ ଧାନପିଟା କାମ କରୁଥିଲେ । ବଡ଼ ଭାଇ ଏତେ ଭୟଭୀତ ଥିଲେ ଯେ, ଭାଉଜଙ୍କୁ ଖଟିଅ।ରେ ବୋହିନେବା ସକାଶେ ନିଜ ମୂଲିଅ। ଦେବାକୁ ମନା କରିଦେଲେ । ଶେଷରେ ମାଗୁଣି ଦାଦା ଓ ମୁଁ ଅ।ମ ଘର ମୂଲିଅ।ଙ୍କୁ ଡାକି ସେମାନଙ୍କ ଦ୍ବାରା ଭାଉଜଙ୍କୁ ଏକ ଖଟିଅ।ରେ ନଅ କି.ମି. ଦୂର ଭଦ୍ରକ ଡାକ୍ତରଖାନାକୁ ନେଇଗଲୁ । ସେଠାରେ ଡାକ୍ତର ଭାଉଜଙ୍କ ପାଟିରେ ଏକ ପାଇପ ପୁରାଇ ପାକସ୍ଥଳୀରୁ ବିଷ ବାହାର କରି ସାଲାଇନ ଲଗାଇ ଦେଲେ । ଦାଦା ଓ ମୁଁ ଅ।ଟେଣ୍ଡାଣ୍ଟ ଭାବେ ଜଗି ରହିଲୁ । ଔଷଧ ବାକିରେ ଦେକାନରୁ ଅ।ଣି ଯୋଗାଇଲୁ ।
ସେ ଦିନର ରାତି ଥିଲା ଅତି ଭୟଙ୍କର । ଭାଉଜଙ୍କ ସ୍ବାସ୍ଥାବସ୍ଥା ଅଧିକ ଖରାପ ହୋଇଗଲା । ଖୁବ୍ ଜୋର କମ୍ପ ଅ।ସିଲା । ଦାଦା ଓ ମୁଁ ବିଚଳିତ ହୋଇପଡିଲୁ । ବିଳମ୍ବିତ ରାତିରେ ଜଣେ ଡାକ୍ତରଙ୍କ ବାସଭବନକୁ ଯାଇ କାକୁତିମୀନତି କରି ତାଙ୍କୁ ଡାକି ଅ।ଣିଲୁ । ସେ ସ୍ବାସ୍ଥ୍ୟ ପରୀକ୍ଷା କରି ଇଞ୍ଜେକସନ ଓ ଅନ୍ୟ ଔଷଧ ଦେଇଗଲେ ।
ରାତି ପାହିଲା ବେଳକୁ ଭାଉଜଙ୍କ ଚେତା ଫେରିଲା । ସେଯାଏ ବଡ଼ ଭାଇ ଡାକ୍ତରଖାନାକୁ ଅ।ସି ନ ଥିଲେ । ଅପରାହ୍ନ ସମୟ ବେଳକୁ ସେ ଗାଁରୁ ଅ।ସି ପହଞ୍ଚିଲେ । ଭାଉଜଙ୍କୁ ଡାକ୍ତରଖାନାରୁ ରିଲିଜ କରାଯିବାରୁ ତାଙ୍କୁ ଏକ ଏକ ଅଟୋ ରିକ୍ସାରେ ବସାଇ ଅ।ମେ ଗାଁକୁ ଫେରିଲୁ । ମାଗଣି ଦାଦାଙ୍କ ସହାୟତା ଯୋଗୁ ଭାଉଜଙ୍କ ଜୀବନ ବଞ୍ଚିଗଲା ।
ଏପରି ସେବା ଓ ଜନହିତ କାର୍ଯ୍ୟରେ ମାଗଣି ଦାଦା ଥିଲେ ଅ।ଗ ଧାଡିର ମଣିଷ । ଅ।ଜିକାଲି ସେଭଳି ବ୍ୟକ୍ତିତ୍ବ ବିରଳ ।
ଥରେ ଦୂର ଗାଁକୁ ଦାଦା , ମୁଁ ସାହି ଲୋକେ ଅନ୍ଧାର ରାତିରେ ଯାତ୍ରା ଦେଖିବାକୁ ଯାଉଥିଲୁ । ନଈ ପଠା ଅରମା ଜଙ୍ଗଲ ଦେଇ ଯିବା ବେଳେ ପାଦଚଲା ପଥ ପାର୍ଶ୍ବସ୍ଥ ଏକ ଗଛ ଡାଳରୁ ଲାର୍ଭା ଭଳି ଚକଚକ କରୁଥିବା ଏକପ୍ରକାର ତରଳ ପଦାର୍ଥ ତଳକୁ ଠପ ଠପ ଖସି ପଡୁଥିବା ଦେଖି ଦାଦା ଅ।ମକୁ ଜଣାଇଲେ । ଅଦ୍ଭୂତ ଥିଲା ସେ ଦୃଶ୍ୟ । ଜଣେ ପୁରୁଖା ଲୋକ କହିଲେ ଏହା କୌଣସି ନାଗଜାତୀୟ ସାପର ଗରଳ । ଅନ୍ୟ ଜଣେ କହିଲେ ଏହା କୌଣସି ଅ।ଦିଭୌତିକ ଘଟଣା ହୋଇପାରେ । ମାତ୍ର କୌଣସି ସିଦ୍ଧାନ୍ତରେ ଅ।ମେ ପହଞ୍ଚି ନ ପାରି ଯାତ୍ରା ଦେଖିବାକୁ ଚାଲିଗଲୁ । ଦାଦା ଅନ୍ଧବିଶ୍ବାସ କଥାକୁ ସହଜରେ ମାନୁ ନ ଥିଲେ । ସେହିପରି ଏକଦା ରାତିରେ ଯୁବକ ସଂଘ ଘରେ ମିଟିଂ ସାରି ଦାଦା ଓ ମୁଁ ଫେରୁଥିବା ବେଳେ ଅ।ମ ଘର ନକଟ ବାଡିର ଏକ ଗଛ ଡାଳ ଅ।ମ ମଥା ଉପରକୁ ନଇଁ ଅ।ସିଲା ଭଳି ଲାଗିଲା । ଭୂତ ଭାବି ମୁଁ ହାଉଳି ଖାଇ ଦାଦାଙ୍କୁ ଭିଡି ଧରିଲି । ସେ ହାତରେ ଧରିଥିବା ଟର୍ଚ୍ଚ ଗଛକୁ ପକାଇବାରୁ ଏକ ଓଧ ଡାଳକୁ ଡାଳ ଡେଉଁଥିବା ଦେଖିଲୁ । ଏଭଳି ଅପ୍ରତ୍ୟାଶିତ ଘଟଣାକୁ ଲୋକେ ଭୂତ ପିଶାଚଙ୍କ କାଣ୍ଡ ବୋଲି ଭାବୁଥିଲେ ।
ସମୟ ଗତିକୁ ବୁଝିବା ସହଜ ନୁହେଁ । କିଛି ବର୍ଷ ଅନ୍ତେ ଏକ ରାତିରେ ଶୋଇଥିବା ଅବସ୍ଥାରେ ହାର୍ଟ ଅ।ଟାକ ହେବାରୁ ମାଗୁଣି ଦାଦାଙ୍କର ଅ।କସ୍ମିକ ବିୟୋଗ ଘଟିଲା । ହୃଦଘାତ ବେଳେ ସେ ଜିଭ କାମୁଡି ପକାଇଥିଲେ । ଲୋକେ ସ୍ବାସ୍ଥ୍ୟ ସଚେତନ ନ ଥିବାରୁ ଏଭଳି ଅକାଳ ମୃତ୍ୟୁବରଣ କରୁଥିଲେ ।
ଦାଦାଙ୍କର ଦୁଇ ପୁଅ ଓ ତିନି ଝିଅ ଥିଲେ । ତାଙ୍କ ମୃତ୍ୟୁରେ ଖୁଡୀ ମାନସିକ ଭାରସାମ୍ୟ ହରାଇ ପାଗଳି ପ୍ରାୟ ହୋଇ ଗଲେ । ଚିକିତ୍ସା ଅଭାବରୁ ଏଯାଏ ଭଲ ହୋଇ ପାରି ନାହାନ୍ତି ।
ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାରରେ ମୁଁ ପଢୁଥିବା ବେଳେ ଗାଁକୁ ଫେରିଥିଲି । ମାଗୁଣି ଦାଦାଙ୍କ ପନ୍ଦର କି ଷୋହଳ ବର୍ଷର ଝିଅଟି ଅ।ସି ମୋତେ ଜୁହାର ହେଲା ଓ କାନ୍ଦିଲା । ପଚାରିବାରୁ କହିଲା, " ମୋ ବୋଉ ଅ।ହ୍ଲାହାବାଦରୁ ଅ।ସିଥିବା ଦଲାଲଙ୍କୁ ମୋତେ ବିକି ଦେବା ଲାଗି କଥା ଦେଇଛି । ସେଠାରେ ବାହା ଦେବା ବାହାନାରେ ସେମାନେ ମୋତେ ନେଇଯିବେ । ଅ।ମ ଗାଁର କେତେ ଝିଅଙ୍କୁ ଦଲାଲମାନେ ଅ।ଗରୁ ନେଇ ଯାଇଛନ୍ତି । ସେମାନଙ୍କର କିଛି ଖୋଜ ଖବର ମିଳୁନି । ଭାଇ ତୁମେ ମୋତେ ବଞ୍ଚାଅ । ମୁଁ ଦଲାଲଙ୍କ ସାଥୀରେ ଯିବିନି । ମୋ ଭାଇ ଓ ସାନ ଭଉଣୀ ଅତି ସାନ ପିଲା । ଅ।ମେ ଗରିବ ବୋଲି ବୋଉ ଦଲାଲଙ୍କ ପାଲରେ ପଡିଯାଇଛି ।"
ଝିଅଟିର କାତର ନିବେଦନ ମୋତେ ବ୍ୟସ୍ତ, ଅଧୀର କରିଦେଲା । ଗାଁର ଗରିବ ପରିବାରର ଝିଅଙ୍କୁ ଏଭଳି ଦଲାଲଙ୍କ ଜରିଅ।ରେ ବାହାର ରାଜ୍ୟକୁ ପଠା ଯାଉଥିବା ଘଟଣା ମୋତେ ମର୍ମାହତ କରିଥିଲା । ଗରିବ ମା" ବାପ ଝିଅଙ୍କୁ ବାହା ଦେବାରେ ଅସମର୍ଥ ଥିବା ଯୋଗୁ କିଛି ଟଙ୍କା ବିନିମୟରେ ରାଜ୍ୟ ବାହାରକୁ ପଠାଇ ଦେଉଥିଲେ । କେତେକ ଯୁବକ ଅ।ସି ବର ସାଜି ଗରିବ ଘର ଝିଅଙ୍କୁ ବାହା ହୋଇ ଦିଲକଲୀ, ରାଜସ୍ଥାନ ଓ ୟୁପି ଅ।ଦି ରାଜ୍ୟକୁ ନେଇ ଯାଉଥିଲେ । କାହାର ଖବର ମିଳୁଥିଲା ତ ଅ।ଉ କେହି ନିଖୋଜ ହୋଇ ଯାଉଥିଲେ ।
ଏସବୁ କଥା ଶୁଣି ମାଗୁଣି ଦାଦାଙ୍କ ଝିଅକୁ ସାଥୀରେ ଧରି ତାଙ୍କ ଘରକୁ ଗଲି । ଅର୍ଦ୍ଧ ପାଗିଳିପ୍ରାୟ ଖୁଡୀଙ୍କୁ ଢେର ସମୟ ଯାଏ ବୁଝାଇଲି । ତାଙ୍କ ଠାରୁ ନିରାଶ ହୋଇ ଶେଷରେ ଗାଁର କେତେଜଣ ମୁଖିଅ।ଙ୍କ ସହ କଥା ହେଲି । ବାହାର ରାଜ୍ୟରୁ ଅ।ସୁଥିବା ଦଲାଲଙ୍କୁ ବିରୋଧ କରିବାକୁ ସମସ୍ତଙ୍କୁ ଅନୁରୋଧ କଲି । ମୋ ବାପାଙ୍କୁ ମାଗୁଣି ଦାଦାଙ୍କ ଝିଅର ସୁରକ୍ଷା ଦାୟିତ୍ବ ନେବା ଓ ତାଙ୍କ ପରିବାର ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ କହିଲି ।
ଦାଦାଙ୍କ ଦୁଇ ଝିଅ ପରେ ବାଲେଶ୍ବର ଜିଲାର ପତିରାଜପୁର ଓ କନ୍ଦଡା ଅଞ୍ଚଳରେ ବାହା ହୋଇ ଭଲରେ ରହିଛନ୍ତି । ଗୋଟିଏ ଝିଅ ଦୂର ଜାଗାରେ ବାହା ହୋଇଛି। ଦୁଇପୁଅ ମଧ୍ୟ ବାହା ହୋଇ ଘର ସଂସାର ଚଳାଉଛନ୍ତି । ଦାଦାଙ୍କ ଅ।ଶୀର୍ବାଦରୁ ତାଙ୍କ ଝିଅ ଓ ପୁଅଙ୍କ ମନରେ ଅମାପ ସାହସ ଭରି ରହିଛି । କନ୍ୟାଙ୍କୁ ବୋଝ ଭାବିବା ଭଳି ବିପତ୍ତିରୁ ସେମାନେ ନିଜ ସାମର୍ଥ୍ୟ ବଳରେ ମୁକୁଳି ପାରିଛନ୍ତି ।
ପରିବର୍ତ୍ତନଶୀଳ ଦୁନିଅ।ରେ କଣ ଘଟୁଛି ବା ଘଟିବାକୁ ଯାଉଛି ତାହା ଦେଖିବାକୁ ଦାଦା ଏ ସଂସାରରେ ରହିଲେନି । ଚାକିରି କଲେ ତାଙ୍କୁ ଭୁବନେଶ୍ବରର ବୁଲାଇ ନେବି ବୋଲି ଦେଇଥିବା ପ୍ରତିଶ୍ରୁତି ପାଳନ କରି ପାରିନି, ଯାହା ମୋ ଜୀବନର ବଡ଼ ଦୁଃଖ । ଏକ ଅଭୁଲା ଦାଗ । ଦାଦାଙ୍କ କଥା ମନେ ପଡିଲେ ମୋ ପିଲାଦିନର ସ୍ମତିସବୁ ଅ।ଖିରେ ଛଳଛଳ ହୋଇ ଉଠେ । ପ୍ରତିଦାନର ଅସାମର୍ଥ୍ୟ ଲାଗି ଅପରାଧବୋଧର ଏକ ପାହାଡ ମୋ ମୁଣ୍ଡ ଉପରେ ଲଦି ପଡିବା ଭଳି ପ୍ରତୀତ ହୁଏ ।
*******