ଭୟାର୍ତ୍ତ ସମ୍ମୋହନ
ଭୟାର୍ତ୍ତ ସମ୍ମୋହନ
ନିବିଡ ଅନ୍ଧାର ଭଳି ଅଦେଖା 'ଅଦୃଶ୍ୟ' ଜୀବନକୁ ଡରାଏ। ଭୟର ଭଉଁରୀରେ ଘାଣ୍ଟେ। ତତଲା କଢେଇରେ ମଣିଷକୁ କେହି ଭାଜିବା ଭଳି ଦୃଶ୍ୟଟିଏ ଅ।ଖିକୁ ଦିଶିଯାଏ। ଜନ୍ମ ଓ ମୃତ୍ୟୁ ଚିରନ୍ତନ ସତ୍ୟ। ଏହା ଜାଣିବି କେହି ନିଜ ମୃତ୍ୟୁକୁ ଡରେନି। ବରଂ ଅନ୍ୟ ଅ।ତ୍ମୀଙ୍କ ମୃତ୍ୟୁରେ ବ୍ୟଥିତ
ହୁଏ।
ପିଲାଦିନେ ଅନ୍ଧାରର ଅଜଣା ଭୟ ଓ ଭୂତପ୍ରେତ ଭଳି ଅନ୍ଧବିଶ୍ବାସର ରୂପକୁ ଅତି ପାଖରୁ ଦେଖିଛି। ଗଛ ଛାଇ ବି ରାତି ଅନ୍ଧାରରେ ଛାତି ଥରାଇ ଦିଏ। ସାମାଜିକ ଜୀବନରେ ଭୟର ମନସ୍ତାତ୍ତିକ କାରଣ ଜୀବନ ଓ ମୃତ୍ୟୁର ରହସ୍ୟ। ଯାହାକୁ ଜାଣିବା ବି ସହଜ ହୁଏନି।
ମୃତ୍ୟୁ ପରେ ଜୀବନ ଅଛି କି ?
କଲେଜରେ ପଢୁଥିବା ବେଳେ ଏଭଳି ଜିଜ୍ଞାସାକୁ ନେଇ ଜଣେ ବିଦ୍ୟାନ, ବହୁଶାସ୍ତ୍ର ବିଶାରଦ, ମୋର ଶିକ୍ଷାଗୁରୁ ଇଂଲିଶ ପ୍ରଫେସରଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲି। ତାଙ୍କ ଭଳି ନିରଳସ, ଜ୍ଞାନୀ ମଣିଷ ଅ।ଉ କେଉଁଠି ଦେଖିନି। ପ୍ରଫେସର ହୋଇ ବି ଫୁଲ ପ୍ୟାଣ୍ଟ, ଶାର୍ଟ ପରିବର୍ତ୍ତେ ଧୋତି ପାଇଜାମା ପିନ୍ଧି କଲେଜକୁ ପାଠ ପଢାଇବାକୁ ଅ।ସନ୍ତି। ଶ୍ରେଣୀ କକ୍ଷରେ ସମସ୍ତଙ୍କୁ ହସାଇବା ଭଳି ବିଭିନ୍ନ ଦୃଷ୍ଟାନ୍ତ ଦେଇ ଇଂଲିଶରେ ଅନର୍ଗଳ ବକ୍ତବ୍ୟ ରଖନ୍ତି ।
କଲେଜରେ ପଢିବା ବେଳେ ମୁଁ ରହୁଥିବା ମେସର ଅନତି ଦୂରରେ ସେ ରହୁଥିଲେ। ତାଙ୍କ ସହ ଘନିଷ୍ଠ ସଂସ୍ପର୍ଶରେ ଅ।ସିଥିଲି। ଛୁଟିଦିନ ଓ ଅନ୍ୟ ଅବସର ସମୟରେ ତାଙ୍କୁ ଭେଟି ପାଠ ସାଂଗକୁ ବିଭିନ୍ନ ଜିଜ୍ଞାସା ନେଇ ପ୍ରଶ୍ନ କରିଥାଏ। ଥରେ ମୃତ୍ୟୁପରର ଜୀବନ ଓ ଅଦୃଶ୍ୟମାନ ଜଗତ ଅଛିକି ବୋଲି ପଚାରିବାରୁ ସେ ଉତ୍ତର ଦେଲେ " ମୁଁ ବେଶି କିଛି ଜାଣିନି। ଅଧ୍ୟାତ୍ମିକବାଦୀମାନେ କହନ୍ତି, ପୃଥିବୀ ବାହାରେ ଏକ ସ୍ବର୍ଣ୍ଣମୟ ଜଗତ ଅଛି । ଭାରତୀୟ ଦର୍ଶନତତ୍ତ୍ବ ଓ ପୁରାଣଶାସ୍ତ୍ରରେ ସ୍ବର୍ଗର ବର୍ଣ୍ଣନା ରହିଛି। ପୃଥିବୀଲୋକ ବ୍ୟତୀତ ମୃତ୍ୟୁଲୋକ ଭଳି ଅନ୍ୟ ଲୋକର ଅବସ୍ଥିତି ଥିବା କୁହାଯାଏ। ପ୍ରାଚୀନ ଗ୍ରୀସ, ଚୀନ ଓ ମାୟା ସଭ୍ୟତାରେ ଲୋକେ ପୃଥିବୀ ବାହାରେ ଜୀବ/ଅଜୀବ ସତ୍ତା କଥା ବିଶ୍ବାସ କରୁଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ତ ପୃଥିବୀ ବାହାରେ ଜୀବସତ୍ତା ଠାବ କରିବାକୁ ପ୍ରୟାସ ଚଳାଇଛନ୍ତି ।"
ଏତକ କହି ସେ ଅଟକି ଗଲେ। ମୁଁ ପୁଣି ପଚାରିଲି, ଅ।ଜ୍ଞା ଗାଁରେ ରାତିବେଳା ଠାକୁରାଣୀ ଅ।ଲୁଅ ଦେଖାଯିବା ଐଶ୍ବରିକ ଶକ୍ତିର ଚମତ୍କାର ବୋଲି କହି ପାରିବା କି ? ସାରେ ଏକଥା ଶୁଣି ମୋତେ ପଚାରିଲେ, " ତୁମେ ନିଜ ଅ।ଖିରେ ଅ।ଲୁଅ ଦେଖିଛ ନା ଶୁଣା କଥା ?"
ମୁଁ କହିଲି, ନିଜ ଅ।ଖିରେ ଦେଖିଛି। କିଛିବର୍ଷ ତଳେ ଖରାଦିନର ଏକ ଘଟଣା। ପ୍ରବଳ ଗୁଳୁଗୁଳିରୁ ରକ୍ଷା ପାଇବାକୁ ଅ।ମେ କେତେଜଣ ସାଂଗ ରାସ୍ତାକଡରେ ବିଛଣା ପାରି ଶୋଇଥିଲୁ। ଅଧରାତିରେ ନିଦ ଭାଂଗିଯିବାରୁ କିଛି ଦୂରରେ ଏକ ଅ।ଲୋକ ଦେଖିଲି। ପୂର୍ବରୁ ରାତିବେଳା ଠାକୁରାଣୀ ଅ।ଲୁଅ ବାହାରୁଥିବା ଶୁଣିଥିଲି। କିନ୍ତୁ ବିଶ୍ବାସ କରି ନ ଥିଲି। ଅ।ମେ ଶୋଇଥିବା ସ୍ଥାନଠାରୁ ଅଳ୍ପ ଦୂରରେ ଏକ ପୁରୁଣା ଗଛ ଥାଏ। ଏହି ଗଛ ମୂଳେ ଗୋଟିଏ ମାଟି ଘୁମୁରା ଭିତରେ ସିନ୍ଦୁର ବୋଳା ପଥରକୁ ଲୋକେ ଠାକୁରାଣୀ କହି ପୂଜା କରନ୍ତି। ସେହି ରାତିରେ ଗଛ ପଛପଟେ ଲଣ୍ଠନ ଭଳି ଅ।ଲେକ ବିଚ୍ଛୁରିତ ହୋଇପଡୁଥିବା ଦେଖି ବିସ୍ମିତ ହେଲି। ପରେ ଏହି ଅ।ଲୋକ ମାଟିଠାରୁ ପ୍ରାୟ ଦୁଇ ଫୁଟ ଉଚ୍ଚରେ ଅ।ଗକୁ ଅ।ଗ ଗତି କରିବାକୁ ଲାଗିଲା। ନକଟସ୍ଥ କେନାଲ ବନ୍ଧ ଡେଇଁ ବିଲ ଭିତରେ ବହୁଦୂର ଯାଏ ଚାଲିଗଲା। ମୁଁ ସେଚତ ଥିଲି କି ନା ନିଜ ଦେହକୁ ଚିମୁଟି ପରୀକ୍ଷା କରି ନେଲି। ଏହାକୁ ଠାକୁରାଣୀ ଅ।ଲୁଅ ହୋଇପାରେ ଭାବି ଜୁହାର ହୋଇ ଶୋଇ ପଡିଲି। ପାହାନ୍ତା ସମୟରେ ପୁଣି ନିଦ ଭାଂଗି ଗଲା। ଦେଖିଲି, ନିକଟସ୍ଥ କେନାଲ ବନ୍ଧ ଉପରେ ସାତୋଟି ଅ।ଲୁଅ ଜଳୁଛି। କିଛିକ୍ଷଣ ପରେ ଦୁଇଟି ଲେଖାଏ ଅ।ଲୁଅ ଓ ଶେଷକୁ ଗୋଟିଏ ଆଲୁଅ ଲିଭିଗଲା।
ସକାଳେ ଗାଁ ଲୋକଙ୍କୁ ଏ ସମ୍ପର୍କରେ ପଚାରିଲି। ସେମାନେ କହିଲେ, ଅ।ମ ଗାଁ ଠାକୁରାଣୀଙ୍କର ସାତ ଭଉଣୀ ଅଛନ୍ତି। ସେମାନେ ରାତିରେ ଆସ୍ଥାନରୁ ବାହାରି ପରସ୍ପରକୁ ଗୋଟିଏ ସ୍ଥାନରେ ଭେଟନ୍ତି। ପରେ ସେମାନେ ନିଜ ନିଜ ସ୍ଥାନକୁ ଫେରିଯାଅ।ନ୍ତି। ତେବେ ପୁରୁଣା ଦିନର କଥାକୁ ବର୍ତ୍ତମାନ ବିଜ୍ଞାନ ଯୁଗରେ ବିଶ୍ବାସ କରିବା ମୋ ପକ୍ଷେ ସହଜ ନ ଥିଲା !!
ସାରେ କହିଲେ, "ତାହା ଠାକୁରାଣୀ ଅ।ଲୁଅ କି ନୁହେଁ କହି ପାରିବିନି। ବୈଜ୍ଞାନିକମାନେ କହନ୍ତି, ଏକ ପ୍ରକାର ଜୀବ ଓ କୀଟ ପତଂଗ ନିଜ ଇଚ୍ଛାରେ ଆଲୋକ ସୃଷ୍ଟି କରି ପାରନ୍ତି। ଶୀତ ଦିନେ କୋକିଶିଆଳ ପାଟିରୁ ବାହାରୁଥିବା ଫସଫରସ ପବନ ସଂସ୍ପର୍ଶରେ ଅ।ସି ଜଳି ଉଠେ।"
କଥା ପ୍ରସଂଗରେ ଆଦିଭୌତିକ ଓ ଦର୍ଶନ ତତ୍ତ୍ବ କଥା ଦର୍ଶାଇ କହିଲେ, "ମୃତ୍ୟୁ ପରେ ଯେଉଁ ଆତ୍ମା ପୂର୍ଣ୍ଣତା ଲାଭ କରେ ସେ ସ୍ବଇଛାରେ ଆଲୋକ ସୃଷ୍ଟି କରିଥାଏ। ଏହାକୁ "ଏନଲାଇଟେଡ" ଆତ୍ମା କୁହାଯାଏ। ପ୍ରାଚୀନ ମିଶର ସଭ୍ୟତାରେ ଏଭଳି ଅନେକ ରୋଚକ କଥା ଶୁଣିବାକୁ ମିଳେ। ମୃତ୍ୟୁପରେ ମରଦେହକୁ କଫିନରେ ରଖି ମାଟିରେ ପୋତି ଦିଆଯାଏ କିମ୍ବା ପିରାମିଡରେ ରଖାଯାଏ। ପୂର୍ଣ୍ଣତା ଲାଭ କରିଥିବା ଆତ୍ମା ନିରୋଳା ରାତିରେ ଦୁଇଟି ଆଲୋକ ବିନ୍ଦୁ ଭଳି ଜ୍ୟୋତି ବିଚ୍ଛୁରଣ କରି ସମାନ୍ତରାଳ ଭାବେ କିଛି ଦୂର ପର୍ଯନ୍ତ ଗତି କରି ପୁଣି ନିଜ ସ୍ଥାନକୁ ଫେରିଆସେ। ଜୀବଜଗତର କୌଣସି ସତ୍ତା ଜାଗ୍ରତ ଥିଲେ ଆଲୋକ ଲିଭିଯାଏ।"
ଅ।ତ୍ମାର ପୂର୍ଣ୍ଣତା କଣ ପ୍ରଶ୍ନ କରିବାରୁ କହିଲେ, "କାମନାସକ୍ତ ଆତ୍ମା କେବେ ପୂର୍ଣ୍ଣତା ପାଏନି। କେହି ଅ।ତ୍ମହତ୍ୟା କଲେ ତା ଅ।ତ୍ମା ଅତୃପ୍ତ ଥାଏ ବୋଲି କୁହାଯାଏ। ମୋର ମତ ଭିନ୍ନ। କେହି ଜଣେ ମାୟାହୀନ ହେଲେ ଆତ୍ମହତ୍ୟାର ବାଟ ବାଛି ନେଇପାରେ ! କିନ୍ତୁ ଆତ୍ମହତ୍ୟା ପ୍ରବଣତା ଏକ ମାନସିକ ରୋଗ ବୋଲି ମନସ୍ତତ୍ତ୍ବବିତ କହନ୍ତି। ମୋର ବିଶ୍ବାସ ପୂର୍ଣ୍ଣତା ଲାଭ କରିଥିବା ଆତ୍ମା ଗଛବୃଚ୍ଛ କିମ୍ବା ପବିତ୍ର ନିରୋଳା ଜାଗାରେ ଅବସ୍ଥାନ କରି ନିଜ ଇଚ୍ଛାରେ ଆଲୋକ ବିକୀରଣ କରନ୍ତି। ଅତୃପ୍ତ ଆତ୍ମାମାନେ ଅଶରୀରୀ ହୋଇ ଘୂରି ବୁଲନ୍ତି।" ସ୍ପରିଟ କଲର ସତତ୍ୟା ଅଛି କି ପଚାରିବାରୁ ସେ ଏ ନେଇ ସନ୍ଦିହାନ ଥିବା କହିଥିଲେ।
ସେଦିନ ପ୍ରଫେସରଙ୍କଠାରୁ ଶୁଣିଥିବା କଥା ମନରେ ଅଭୁଲା ହୋଇ ରହିଛି। ଥରେ ଏମଆଇଏଲ କ୍ଲାସରେ ଅ।ଉଜଣେ ବରିଷ୍ଠ ପ୍ରଫେସର ପାଠ ପଢାଉଥିଲେ। ସାହି
ତ୍ୟ, ଦର୍ଶନ ଓ ବିଭିନ୍ନ ଶାସ୍ତ୍ରରେ ଥିଲେ ପ୍ରବୀଣ। ରସରସିଅ। କଥା କହି ସମସ୍ତଙ୍କ ମନ ମୋହି ନେଉଥିଲେ। ସେଦିନ ଜଣେ ଛାତ୍ର ତାଙ୍କୁ ପ୍ରଶ୍ନ କଲେ, " ଆଜ୍ଞା ଇଣ୍ଟରନାଲ ପରୀକ୍ଷାରେ ଝିଅଙ୍କୁ ବେଶି ଓ ପୁଅଙ୍କୁ କମ ନମ୍ବର କାହିଁକି ମିଳୁଛି ?" ସାରେ ହସି କହିଲେ, " ତୁମେମାନେ ଯୁବକ। ଯୁବ ସୁଲଭ ଗୁଣ ନେଇ ମିଛସ୍ବପ୍ନ ପଛରେ ଧାଇଁ କ୍ୟାରିୟରକୁ ଦେଖୁନ, ପାଠପଢାରେ ମନ ଦେଉନ। ଝିଅମାନେ ମନ ଦେଇ ପଢୁଥିବାରୁ ଅଧିକ ନମ୍ବର ରଖୁଛନ୍ତି।" କଥା ପ୍ରସଂଗରେ ପିଲାଙ୍କୁ ଖୁସି କରାଇବାକୁ କହିଲେ, "ସମୟ ନଷ୍ଟ କରି ଝିଅଙ୍କୁ ଫଲୋ କରି ଧାଇଁଲେ କିଛି ଲାଭ ହେବନି। କାହାରି ଗୁଣ ବା ବ୍ୟକ୍ତିତ୍ବରେ ସମ୍ମୋହନ ଶକ୍ତି ନ ଥିଲେ ଝିଅମାନେ ପଟିବେ ନାହିଁ।'
ପିଲାମାନେ ଆଁ କରି ପାଣି ପରି ତାଙ୍କ କଥାକୁ ପିଇଯାଉଥିଲେ। ଜଣେ ସହପାଠୀ କୌତୂହଳବଶତଃ ପଚାରିଲେ," ସମ୍ମୋହନ ଶକ୍ତି କଣ ?"
ସାରେ କହିଲେ, " ଗାଁଗଣ୍ଡାରେ ବେଣା ଘାସ ଦେଖିଛ ? ରାତିରେ କେହି ପଥଚାରୀ ଏହାକୁ ମାଡି ପକାଇଲେ ଭୁଆଁ ବୁଲି ବାଟବଣା ହୋଇଯାଅ।ନ୍ତି। ସାପୁଅ। କେଳା ଗଛର ଚେରମୂଳି (ଗଦ) ଶୁଂଘାଇ ଫଣାଧାରୀ ସାପକୁ ବଶ କରି ନିଅନ୍ତି। ଆଗ କାଳରେ ଚେରମୂଳି ସାଂଗକୁ ତନ୍ତ୍ରମନ୍ତ୍ର ଦ୍ବାରା ସମ୍ମୋହନ ବିଦ୍ୟାର ପ୍ରୟୋଗ କରା ଯାଉଥିଲା। ଆଜିକାଲି ଏ କଥାକୁ କେହି ବିଶ୍ବାସ କରିବେନି। ସମ୍ମୋହନ ବିଦ୍ୟାରେ କିଛିନା କିଛି ପ୍ରଭାବ ରହିଛି, ଯାହାଦ୍ବାରା ଅନ୍ୟକୁ ବଶ କରାଯାଇ ପାରେ। ମୁଁ ଯୁବକ ଥିବା ବେଳେ ଏହି ବିଦ୍ୟା ଶିଖିବାକୁ ଚେଷ୍ଟା କରିଥିଲି। ସାମାନ୍ୟ ମନ୍ତୁରା ଚାଉଳ କାହାମୁଣ୍ଡ ଉପରେ ଅଜାଣତରେ ପକାଇଦେଲେ ସେ ଅ।ପେ ତୁମ ପଛେ ପଛେ କିଛି ଦୂର ଚାଲି ଆସିବ।"
ଜଣେ ଛାତ୍ର କହିଲେ, " ଏହା କ'ଣ ସତ୍ୟ ?ମୋତେ କିଛି ମନ୍ତୁରା ଚାଉଳ ଦେବେ କି।"
ସାରେ ହସିଲେ ଓ କହିଲେ, " ବଦମାସୀ ରଖ । ସମୟର ସଦୁପଯୋଗ କରି ମନଦେଇ ପାଠପଢ।"
ଅ।ଲୋଚନା ବେଳେ ଶ୍ରେଣୀଗୃହରେ ଉପସ୍ଥିତ ଅନେକ ଛାତ୍ରୀ ସମ୍ମୋହନ ବିଦ୍ୟା କଥା ଶୁଣି ଡରିଯିବା ଭଳି ପ୍ରତୀତ ହୋଇଥିଲା। ସେତେବେଳେ ଗାଁ ଗଣ୍ଡାରେ ଗୁଣି କରି ଲୋକଙ୍କୁ ହଇରାଣ କରାଯାଉଥିଲା। ମହିଳାମାନେ ଏଥିରେ ବେଶି ଶିକାର ହେଉଥିବା ଦେଖିବାକୁ ମିଳୁଥଲା। କେତେକ ଲୋକଙ୍କ ଘରେ ରାତିବେଳା ଶୂନ୍ୟରୁ ଟେକା ପଥର ବୃଷ୍ଟି ହେଉଥିଲା। ଭୁବନେଶ୍ବରରେ ପିଜି କଲାବେଳେ ସହରସ୍ଥିତ କେତେକ ପୁରୁଣା ସାହିରେ ଠାକୁରାଣୀ ଯାତ୍ରାରେ ଦିଅ।ସୀ ପଡିବା ଦେଖିଛି। ବର୍ତ୍ତମାନ ଅ।ଉ ତାହା ଦେଖିବାକୁ ମିଳୁନାହିଁ।
ଛାତ୍ର ଜୀବନ ପରେ ଗଣମାଧ୍ୟମ ସଂସ୍ଥାରେ କାମ କରିବା ସମୟରେ ବିଭିନ୍ନ ସ୍ଥାନରେ ନାନା ଭୌତିକ କାଣ୍ଡ ଘଟୁଥିବା ଖବର ଆସି ପହଞ୍ଚୁଥିଲା। ଶ୍ରେଣୀ ଗୃହରେ ଭୟଭୀତ ହୋଇ ଏକାଧିକ ଛାତ୍ରୀ ବେହୋସ ହେବା ଓ କାହା ଦେହରେ ଆତ୍ମା ସବାର ହେବା ଭଳି ଅଦ୍ଭୂତ, ବିସ୍ମୟକର ଖବର ମିଳୁଥିଲା। ଚେରମୂଳି ପରିବର୍ତ୍ତେ ରାସାୟନିକ ଦ୍ରବ୍ୟ ଶୁଂଘାଇ ସମ୍ମୋହିତ କରି ବାଳକଙ୍କୁ ଅପହରଣ କରାଯିବା ଓ ଟ୍ରେନ, ବସର ଯାତ୍ରୀଙ୍କୁ ରାସାୟନିକ ଦ୍ରବ୍ୟ ମିଶା ଚା' ପିଅ।ଇ ବେହୋସ କରାଇ ଲୁଟ କରାଯିବା ଘଟଣାମାନ ଘଟୁଥିଲା। କେତେକ ଗଣମାଧ୍ୟମ ରେଟିଂ ବଢାଇବା ଲକ୍ଷ୍ୟରେ ଏଭଳି ବିସ୍ମୟକର ଖବରକୁ ଅଗ୍ରାଧିକାର ଦେଇ ଛାପୁଥୁଲେ। ଧର୍ମକୁ ଆଖିଠାର ମାରିବା ଭଳି ମନସ୍ତତ୍ତ୍ବବିତ ଓ ଡାକ୍ତରଙ୍କ ସଂକ୍ଷିପ୍ତ ମତକୁ ଏଥିରେ ଯୋଡି ଦିଆଯାଉଥିଲା। ଏଭଳି ଖବର ଉପରେ ପାଠିକାପାଠକଙ୍କ ଆଗ୍ରହ କିଛି କମ୍ ନ ଥିଲା !
ଭଣ୍ଡ ବାବାମାନେ ସମ୍ମୋହନ ବିଦ୍ୟାରେ ଭକ୍ତଙ୍କୁ ବଶୀଭୂତ କରିବା ଦୃଶ୍ୟ ଆପଣମାନେ ଟିଭିରୁ ଦେଖିଥିବେ। ଏଭଳି ଅଦ୍ଭୂତ ଓ ବିସ୍ମୟକର କାହାଣୀର କ୍ରେଜ ଥିବାରୁ କେତେକ ଇଲେକଟ୍ରୋନିକ ମିଡିଆ ଏବେ ଭୂତପ୍ରେତ କାହାଣୀର ଲମ୍ବା ସରିୟଲ ପ୍ରସାରଣ କରିବାରେ ଲାଗିଛନ୍ତି। ଫିଲ୍ମ ପରଦାରେ ହରର ସିନେମାର ଅଭାବ ନାହିଁ। ସାହିତ୍ୟରେ ଅନୂରୂପ ଷ୍ଟୋରି ପଢିବାକୁ ମିଳୁଛି। ଆମ ସମାଜ ଜୀବନର ବାସ୍ତବ ଛବି ଅପେକ୍ଷା ଏଭଳି ଚିତ୍ରାୟନ ଆମ ଚେତନସ୍ତରକୁ କବଳିତ କରି ଅ।ମ ମନକୁ ସମ୍ମୋହିତ ଓ ବିଭ୍ରାନ୍ତ କରିଛି।
ସମ୍ପ୍ରତି କରୋନା ଭୟକୁନେଇ ସମାଜିକ ଜୀବନରେ ଗଣମାନସିକ ସ୍ଥିତି କିଭଳି ସମ୍ମୋହିତ ଅବସ୍ଥାରେ ଅଛି, ସହଜରେ ଅନୁମାନ କରାଯାଇପାରେ। ଅନ୍ଧାରର ଭୟଠାରୁ ସାମାଜିକ ସମ୍ମୋହନ ଅଧିକ ଭୟାନକ ରୂପ ନେଇଛି। ମୃତ୍ୟୁ ପରେ ବି ଘର ଲୋକେ ମଲାମୁହଁ ଦେଖିବାକୁ ପାଉ ନାହାନ୍ତି। କରୋନା ମହାମାରୀ ବେଳେ ଉତ୍ତର ଭାରତରେ ନଈ ପ।ଣିରେ ଜରିବନ୍ଧା ଓ ଅଧାପୋଡା କରୋନା ମୃତଦେହକୁ ଭସାଇ ଦିଆଯିବା ଘଟଣା ସମସ୍ତଙ୍କୁ ବିଚଳିତ କରିଥିଲା। ଏଭଳି ସ୍ଥିତିରେ ମୃତ୍ୟୁପର ଜୀବନ କଥା କିଏ ପଚାରେ ? ବିଶ୍ବବ୍ୟାପୀ କରୋନା ମୃତ୍ୟୁର ଭୟ ମନସ୍ତାତ୍ତ୍ବିକ ରୋଗର କାରଣ ପାଲଟିଥିବା ମନସ୍ତତ୍ତ୍ବବିତମାନେ ମତ ଦେଉଛନ୍ତି।
ପରିସ୍ଥିତିର ଉଚିତ ମୁକାବିଲା ସମ୍ଭବ ନ ହେବାରୁ ମାମାଜିକ ସ୍ଥିତି ବହୁତ ବିଗିଡିଗଲା। ଉଜୁଡି ଗଲା ଅନେକ ଜୀବନ ଜୀବିକା। ସଚେତନତା ଅଭାବରୁ ମଧୁମୟ ସଂସାରର ଶାଶ୍ବତ, ସୁନ୍ଦର ଜୀବନ ଅ।ଜି ମାୟାବାଦର ଦୁନିଅ। ଅ।ଡକୁ ଅଧିକ ଢଳି ପଡିଛି। ଏଭଳି ସମୟରେ ସୁସ୍ଥ ଚିନ୍ତନ, ଧୈର୍ଯ୍ୟ ଓ ସଚେତନତାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ପ୍ରକୃତରେ ଅହେତୁକ ଭୟ ଜୀବନ ଓ ଦୃଶ୍ୟମାନ ଜଗତର ଚିରନ୍ତନ ସତ୍ୟ ଓ ଜୀବନଜିଜ୍ଞାସାର ପଥରୋଧ କରି ଉଭା ହୋଇଛି। ସମାଜ ଜୀବନ ତ୍ରସ୍ତ। ସମ୍ମୋହିତ ହେବା ଭଳି ସମସ୍ତେ ସମୟ ପ୍ରବାହରେ ଭାସିଯିବା ଭଳି ଲାଗୁଛି। ବିଜ୍ଞାନବାଦୀ ଚିନ୍ତା ଓ ଚେତନାକୁ ନେଇ ଜୀବନଧାରାକୁ କିଭଳି ଗତିଶୀଳ କରି ପରିସ୍ଥିତିର ମୁକାବିଲା କରାଯିବ ସେ ନେଇ ଚିନ୍ତା କରିବାର ବେଳ ଆସିଛି।
ମହାଶୂନ୍ୟରେ ନଟୁପରି ଘୂରୁଥିବା ଜାଗତିକ ପୃଥିବୀରେ ପରିବର୍ତ୍ତନ ଏକ ଚିରନ୍ତନ ସତ୍ୟ। ପୃଥିବୀର ଭୌଗୋଳିକ ପରିବେଶ ଉଜୁଡିଯିବା ଓ ବିଜ୍ଞାନର ଦୁରୂପଯୋଗ ଅନେକ କ୍ଷେତ୍ରରେ ବିଶ୍ବତାପନ ଓ କରୋନା ଭଳି ମହାବିପଦ ଓ ବିପର୍ଯ୍ୟୟକୁ ଅ।ମନ୍ତ୍ରଣ କରି ଆଣୁଛି। ରହସ୍ୟମୟୀ ପ୍ରକୃତିର ବରଦାନ ଜୀବନ ଉତ୍ସର ମୂଳ ଆଧାର ଏକଥା ଅ।ମକୁ ମନେ ରଖିବାକୁ ପଡିବ। ମୃତ୍ୟୁର ଭୟ ଓ ଭ୍ରାନ୍ତିରୁ ଦୂରେଇ ରହି ଲୋକେ ମାନସିକ ଦୃଢତା ରକ୍ଷା କରି କାର୍ଯ୍ୟ କଲେ ପରିସ୍ଥିତିର ମୁକାବିଲା ସହଜସାଧ୍ୟ ହୋଇପାରିବ।