ପୁନଶ୍ଚ ତାରୁଣ୍ୟ
ପୁନଶ୍ଚ ତାରୁଣ୍ୟ


ମଉଳା ଅପରାହ୍ନରେ ଗୋଧୂଳି ବେଳା ଆକାଶ ଓ ମାଟିରେ ରଂଗ ଭରିଦିଏ। ଅପୂର୍ବ ଲାବଣ୍ୟରେ ଝଲସି ଉଠେ ସମୟ। ଜୀବନ ପୁଣି ନୂଅ। ନୂଅ। ଲାଗେ। ତାରୁଣ୍ୟର ଅନୁଭବ ମନକୁ ରୋମାଞ୍ଚିତ କରେ। କବି, ସାହିତ୍ୟିକ ଓ ଭାବୁକମାନେ
ନିଜକୁ ସବୁବେଳେ ଚିର ସବୁଜ ମନେ କରନ୍ତି। ସମୟର ପ୍ରବାହକୁ ପ୍ରାଣୋଚ୍ଛ୍ବଳ ରୂପରେ ଦେଖନ୍ତି। ଜୀବନ ଅପରାହ୍ନରେ ତାରୁଣ୍ୟ ଅନୁଭବ ଭିତରେ ସେମାନେ ସ୍ମୃତିର ସାମୁକା ସାଉଁଣ୍ଟି ଅ।ମୋଦିତ ହୁଅନ୍ତି। ପକ୍ବ କେଶରେ ରଂଗ ବୋଳି ସମୟ ପ୍ରବାହ ଓ ବୟସର ଚାପକୁ ସମାନେ ହରାଇ ଦେବା କ୍ଷମତା ରଖନ୍ତି।
ଏମିତି ଏକ ଅନୁଭବ ସେଦିନ କେତେକ ପୁରୁଣା ବନ୍ଧୁଙ୍କ ଅଭୁଲା ସ୍ମୃତିଚାରଣ ଭିତରେ ପଛରେ ଛାଡି ଅ।ସିଥିବା ଦିନସବୁ ଜୀବନ୍ତ ହୋଇ ଉଠିଥିଲା।
ସମୟ କାହାକୁ ଅପେକ୍ଷା କରେନି। ବାର୍ଦ୍ଧକ୍ୟର ସୀମା ଛୁଇଁ ଦେହ ଓ ମନରେ ପରିପକ୍ବ ରଂଗର ଛାପ ଛାଡିଯାଏ ବୟସ। ତଥାପି ସୃଜନମନସ୍କ ମଣିଷଙ୍କ ହୃଦୟରେ ଦୂର ଅତୀତର ସ୍ମୃତିରେ ଚିର ତାରୁଣ୍ୟର ଭାବଟିଏ ଝଲସୁଥାଏ।
ଉତ୍କଳ ବିଶ୍ବବିଦ୍ୟାଳୟ। ବାଣୀବିହାର କ୍ୟାମ୍ପସରେ କୃଷ୍ଣଚୂଡା ଗଛରେ ନାଲି ଟହଟହ ରଂଗ, ଚହଲା ବସନ୍ତ ପବନର ଉଲ୍ଲାସ, ପୁରୁଣା ଲେକର ଚୁନାଚୁନା ଢେଉ ମାନସପଟରେ ସୌନ୍ଦର୍ଯ୍ୟ ବୁଣି ଦିଏ। ବାଣୀବିହରର ମନୋରମ ପରିବେଶକୁ ପ୍ରତିବର୍ଷ ଅନେକ ନୂଅ। ନୂଅ। ଛାତ୍ରଛାତ୍ରୀ ଅ।ସନ୍ତି ଓ ଶିକ୍ଷାଲାଭ କରି ନିଜ ନିଜର କର୍ମକ୍ଷେତ୍ରକୁ ଫେରି ଯାଅ।ନ୍ତି। ପଛରେ ଛାଡି ଯାଅ।ନ୍ତି ବାଣୀବିହାରର ସୌନ୍ଦର୍ଯ୍ୟମୟ ସାନ୍ନିଧ୍ୟ ଓ ସ୍ମୃତି। ଅପାଶୋରା ବନ୍ଧୁତା।
କର୍ମକ୍ଷେତ୍ରରେ ନିଷ୍ଠୁର ବାସ୍ତବତା ସହ ଲଢି ସେମାନେ ଅ।ଗକୁ ବଢନ୍ତି। ପରେ ଅ।ସେ ଅବସର ଜୀବନ। ଦୂର ଅତୀତର ସ୍ମୃତି ପୁଣି ସେମାନଙ୍କୁ କେମିତି ଅ।ନମନା କରେ ! ସତରେ ସେସବୁ ପୁରୁଣା ଦିନ ପୁଣି ଥରେ ଫେରି ଅ।ସନ୍ତା କି ?
ବାଣୀବିହାରରେ ଛାତ୍ର ଜୀବନ ବିତାଇଥିବା କେତେଜଣ ସହପାଠୀ ଦୀର୍ଘ ଚାଳିଶ ବର୍ଷ ପରେ ସେଦିନ ଏକ ବନ୍ଧୁମିଳନ ସମାରୋହରେ ଏକତ୍ରିତ ହୋଇଥିଲେ। ପରସ୍ପର ମଧ୍ୟରେ ଛାତ୍ର ଜୀବନ ଓ କର୍ମମୟ ଜୀବନର ଅଭୁଲା ସ୍ମୃତି ବାଣ୍ଟିଥିଲେ। କିଛି ସମୟ ଲାଗି ସେମାନେ ଭୁଲି ଯାଇଥିଲେ ନିଜକୁ। ହଜାଇ ଦେଇଥିଲେ ପଛରେ ଛାଡି ଅ।ସିଥିବା ବହଳ ସ୍ମୃତିର ମାଧୁର୍ଯ୍ୟରେ ମନ ଓ ଅ।ତ୍ମାକୁ। ବନ୍ଧୁତା ଭଳି ପୁରୁଣା ସମ୍ପର୍କର ଅ।ବେଗ ଓ ମିଠା ମିଠା ଭାବନା ହୃଦୟରେ ଅଜଣା ପୁଲକ ଓ ପୁନଶ୍ଚ ତାରୁଣ୍ୟର ଅନୁଭବ ଭରି ଦେଇଥିଲା। ସେହି ସହପାଠୀ ବନ୍ଧୁଙ୍କ ମଧ୍ୟରେ ପ୍ରାୟ ସମସ୍ତେ ଥିଲେ ସୃଜନଶୀଳ ପ୍ରତିଭା। ଅଧ୍ୟାପନା, ପ୍ରଶାସନିକ ସେବା, ଓକିଲାତି, ସମାଜସେବା ଭଳି ବିଭିନ୍ନ କାର୍ଯ୍ୟ ଓ ବୃତ୍ତି ସାଙ୍ଗକୁ ଗବେଷଣା, ସାରସ୍ବତ ସାଧନା ଓ ସାଂସାରିକ ଜୀବନ ଅ।ଦି କ୍ଷେତ୍ରରେ ସଂଘର୍ଷ କରି ସେମାନେ ଥିଲେ ବେଶ୍ ସୁପ୍ରତିଷ୍ଠିତ ଓ ଚର୍ଚ୍ଚିତ। ବେଶ୍ ଅନୁଭବୀ ମଣିଷ ଓ ଅମାପ ପ୍ରଜ୍ଞାର ଅଧିକାରୀ। ଅଧିକାଂଶ ସହପାଠୀ ସେବା ନିବୃତ୍ତ ଅବସର ଜୀବନ ବିତାଉଥିଲେ ବି ସମାଜସେବା, ସାରସ୍ବତ ସାଧନା ଓ ଅନ୍ୟାନ୍ୟ କ୍ଷେତ୍ରରେ ଥିଲେ ସକ୍ରିୟ ଓ କର୍ମପ୍ରବଣ।
ଦୀର୍ଘ ଚାଳିଶ ବର୍ଷ ପରେ ସମସ୍ତେ ଏକାଠି ହେବାର ଅ।ବେଗ ସେମାନଙ୍କୁ ଭାବପ୍ରବଣ କରିଥିଲା। ଛାତ୍ରଜୀବନ ସମେତ କର୍ମମୟ ଓ ସାଂସାରିକ ଜୀବନର ସ୍ମୃତି ବଖାଣିବା ବେଳେ କେହି ମନେ ହେଉ ନ ଥିଲେ ତାରୁଣ୍ୟର ଦିନସବୁ ସମାନେ ବହୁ ପଛରେ ଛାଡି ଅ।ସିଛନ୍ତି ! ଅନ୍ତରଂଗ ଭାବର ଅ।ଦାନପ୍ରଦାନ ବନ୍ଧୁ ମିଳନ ସମାରୋହକୁ ଜୀବନ୍ତ ଓ ତାରୁଣ୍ୟ ଛଳଛଳ କରି ତୋଳିଥିଲା।
କେତେକ ବାନ୍ଧବୀ ଛାତ୍ରୀ ଜୀବନର ଅନୁଭୂତି ଓ ଅନୁଭବ ବାଣ୍ଟିବା ବେଳେ କହି ବସିଥିଲେ ଅନେକ ଅକୁହା କଥା। ଜଣେ ବାନ୍ଧବୀ କହିଥିଲେ, " ନିଜ ସାଥିଙ୍କ ସହ ଟାଉନ ବସରେ ଅ।ସିବା ବେଳେ କେତେକ ଅଜଣା ଯୁବକ ବସକୁ ଉଠି ଭିଡ ଭିତରେ ସେମାନଙ୍କୁ ବାରମ୍ବାର ହଇରାଣ କରୁଥିଲେ। ଝୁଲି ଝୁଲି ଚାଲୁଥିବା ବସ୍ ବ୍ରେକ ଦେଲେ ସମାନେ ଦେହରେ ଅ।ସି ପିଟି ହୋଇ ଯାଉଥିଲେ। " ଟିକେ ଘୁଞ୍ଚିକି ଠିଅ। ହୁଅ" କହିଲେ ଚାଖଣ୍ଡେ ଘୂଞ୍ଚି ଯାଇ ପୁଣି ଅ।ସି ଦେହରେ ଘସି ହେବାକୁ ଉଦ୍ୟମ କରୁଥିଲେ। "
ସେତେବେଳେ ତତକାଳୀନ ସମାଜ ଓ ପରିବାର ଥିଲା ବର୍ତ୍ତମାନଠାରୁ ଅଲଗା ଓ ରକ୍ଷଣଶୀଳ। ଏଭଳି
ସ୍ଥିତିରେ ଛାତ୍ରୀମାନେ କିଭଳି ପ୍ରତିକୂଳ ସ୍ଥିତିକୁ ସାମ୍ନା କରୁଥିଲେ, ତାହା କହି ବେଶ ଅ।ମୋଦିତ ହେଉଥିଲେ। ଏମିତିକି ଜଣେ ଯୁବକ ଦୁଇ ହାତରେ ଦୁଇଟି ଖୋଲା ସେପ୍ଟେପିନ ଧରି ଟାଉନ ବସକୁ ଚଢିବା ସେତେବେଳର ଛାତ୍ରୀଙ୍କୁ କିଭଳି ଅ।ତଙ୍କିତ କରୁଥିଲା ଜଣେ ବାନ୍ଧବୀ କହିଥିଲେ। ଏଭଳି ସ୍ମୃତି ଓ ରୋମାଞ୍ଚକର କାହାଣୀ ସମସ୍ତଙ୍କ ଲାଗି ଥିଲା ବେଶ ଉପଭୋଗ୍ୟ। ଜଣେ ସହପାଠିନୀ କହିଲେ, ଛାତ୍ରୀମାନେ ବି କିଛି କମ୍ ନ ଥିଲେ। ସେମାନେ ଅଜଣା ରୋମିଓଙ୍କୁ ଅଭିନବ ଶୈଳୀରେ ପାନେ ପାନେ ମଜା ଚଖାଉଥିଲେ। ଅ।ଉ ଜଣେ ସହପାଠିନୀ ଏକ ରୋଚକ ପ୍ରେମ କାହାଣୀ ଅବତାରଣା କରି କହିଥିଲେ, ସେ ଲାଇବ୍ରେରୀକୁ ଯାଇ ନିୟମିତ ବିଭିନ୍ନ ମ୍ୟାଗାଜିନ ପଢୁଥିଲେ। କବିତା ପଢିବାକୁ ତାଙ୍କୁ ଭଲ ଲାଗେ। ନିଜେ ମଧ୍ୟ କବିତା ଲେଖନ୍ତି। ଥରେ ଜଣେ କବିଙ୍କ କବିତା ପଢି ତାଙ୍କ ପାଖକୁ ସେ କବିତାରେ ଏକ ପ୍ରତ୍ୟୁତ୍ତର ଚିଠି ଲେଖିଥିଲେ। ବର୍ତ୍ତମାନର ସମୟ ଭଳି ସେ ସମୟରେ ମୋବାଇଲ ଫୋନର ବ୍ୟବହାର ହୋଇ ନ ଥିଲା। ତେଣୁ ଭାବ ବିନିମୟ ଲାଗି ପତ୍ର ପ୍ରେରଣ କରିବା ମାଧ୍ୟମ ଥିଲା। ସେ କବି ଜଣଙ୍କ ବାଣୀବିହାର ଜଣେ ଛାତ୍ରୀଙ୍କଠାରୁ ପ୍ରଶଂସାସୂଚକ ପତ୍ର ପାଇ ଗଦଗଦ ହୋଇପଡିଲେ। ଚିଠିର ଉତ୍ତର ପଠାଇ, ପରେ ବାରମ୍ବାର ଚିଠି ଲେଖି ତାଙ୍କ ପଛରେ ପଡି ଯାଇଥିଲେ। କିଛିଦିନ ଏଭଳି ହଇରାଣ କରିବା ପରେ ଶେଷରେ ସେ ବାଣୀବିହାର ଅ।ସି ଛାତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଜଣାଇଲେ ।
ଏହି ସହପାଠିନୀ ଓ ତାଙ୍କର କେତେଜଣ ହଷ୍ଟେଲ ବାନ୍ଧବୀ ମିଶି ରସିକ କବିଙ୍କୁ ପାନେ ମଜା ଚଖାଇବାକୁ ଏକ ଯୋଜନା କଲେ। ପରେ ପତ୍ର ପଠାଇ ତାଙ୍କୁ ବାଣୀବିହାର ଛାତ୍ରୀ ନିବାସକୁ ଅ।ସିବାକୁ କହିଲେ। ରସିକ କବିଙ୍କୁ ଭେଟିବା ଲାଗି ସେମାନେ ମିଶି ଅନ୍ୟ ଜଣେ ସୁନ୍ଦରୀ ସାଥୀଙ୍କୁ ବାଛିଲେ। ଘଟଣାଦିନ ତାଙ୍କୁ ସଜବାଜ କରାଇ ପ୍ରସ୍ତୁତ କରି ରଖିଲେ। ନିର୍ଦ୍ଧାରିତ ସମୟରେ କବି ଜଣଙ୍କ ଅ।ସି ହଷ୍ଟେଲ ସାମ୍ନା ଗେଷ୍ଟ ରୁମରେ ପହଞ୍ଚିଲେ। ଖବର ପାଇ ସବୁ ସାଂଗ ଛକି ରହି ସେ ଝିଅଟିକୁ ତାଙ୍କ ନିକଟକୁ ପଠାଇଲେ। ସେ ଯାଇ ସେଠାରୁ ହାଉଳି ଖାଇ ସଙ୍ଗେସଙ୍ଗେ ପଳାଇ ଅ।ସିଲେ। ସାଂଗମାନେ ପଚାରିବାରୁ ସେ କହିଲେ, " ବାପରେ ବାପ ! ସେ ଲୋକଟି ତିନି ଚରୋଟି ପିଲାର ବାପ ଭଳି ଦିଶୁଛି। ପାନଖିଅ। ପାଟିରେ ଛାମୁ ଦାନ୍ତ ଅ।ଗକୁ ବାହାରି ଅ।ସିଛି। ସେ କି ପ୍ରେମିକ କବି ! "
ସହପାଠୀମାନେ ହସି ହସି ବେଦମ୍ ହେଲେ। ଗେଷ୍ଟ ରୁମକୁ କେହି ନ ଅ।ସିବାରୁ ରସିକ କବି ନିରାଶ ହୋଇ ଫେରିଲେ। ତାଙ୍କ ପାଖକୁ ପତ୍ର ପଠାଇ ପ୍ରଶଂସାବାଣୀ ଶୁଣାଇଥିବା ଛାତ୍ରୀ ସେବେଠାରୁ କବିତା ଲେଖା ବନ୍ଦ କରି ଦେଇଥିଲେ ।
ଜଣେ ସହପାଠୀ କହିଥିଲେ, ଛାତ୍ର ଜୀବନରେ ସେ ଥିଲେ ବିନଦାସ। ଅନ୍ୟ ନାରୀ ସହ ସମ୍ପର୍କ ଶୀର୍ଷକରେ ଏକ ଲେଖା ଡାଏରୀରେ ଲେଖିଥିଲେ। ବାଣୀବିହାର ପାସ ଅ।ଉଟର କିଛି ବର୍ଷ ପରେ ତ।ଙ୍କର ବିବାହ ହେଲା। ସେ ଜୀବନ ସାଥୀଙ୍କୁ ନିଜ ବିଷୟରେ ସବୁ ସତକଥା ଜଣାଇ ଦେବା ଲାଗି ଚଉଠି ରାତିରେ ହାତଲେଖା ଡାଏରୀଟି ବଢାଇ ଦେଇଥିଲେ। ତାଙ୍କ ପତ୍ନୀ ଏହାକୁ ପଢି ପ୍ରାୟ ତିନି ମାସ ଘରଛାଡି ବାପଘରକୁ ଚାଲିଗଲେ। ପରେ ମନକୁ ବୁଝାଇ ଓ ନିଜ ସାଥୀଙ୍କ ସଚ୍ଚୋଟ ମନକଥା ଚିନ୍ତାକରି ଘରକୁ ଫେରିଲେ। ସେବେଠାରୁ ଅ।ଉ ସେମାନଙ୍କ ଭିତରେ କେବେ ମନୋମାଳିନ୍ୟ ହୋଇ ନାହିଁ। ପରସ୍ପରକୁ ଭୁଲ ନ ବୁଝି ଭଲରେ ସଂସାର ବାନ୍ଧିଛନ୍ତି।
ଏଭଳି ଅନେକ ସହପାଠୀ ସେମାନଙ୍କ ନିରୁତା ମଧୁର ସ୍ମୃତି ବାଣ୍ଟିବା ସମାରୋହକୁ ରୋମାଞ୍ଚିତ କରିଥିଲା। ଦୀର୍ଘ ସ୍ମୃତିଚାରଣ ଓ ଭାବର ଅ।ଦାନପ୍ରଦାନ ଭିତରେ ଶେଷ ହୋଇଥିଲା ବନ୍ଧୁମିଳନ କାର୍ଯ୍ୟକ୍ରମ। ବିଦାୟ ମୁହୂର୍ତ୍ତ ଥିଲା ପୀଡାଦାୟକ, ଯାହା ସମସ୍ତ ସହପାଠୀ ଓ ସହପାଠିନୀଙ୍କୁ ଅଧିକ ଭାବପ୍ରବଣ କରିଥିଲା।
ବୟସର ଅପରାହ୍ନରେ ତାରୁଣ୍ୟ ଭାବର ଏ ଛଳଛଳ ଅନୁଭବ ସବୁଦିନ ଅପାଶୋରା ହୋଇ ରହିବ। ବନ୍ଧୁତା ଭାବ ହିଁ ସମ୍ପର୍କର ମୁଖ୍ୟ ପରିଚୟ । ଯିଏ ଯେମିତି, ଯେଉଁଠି ଥାଅ।ନ୍ତୁ ନା କାହିଁକି ପୁରୁଣା ଦିନର ଏ ବନ୍ଧୁତା ଅତୁଟ ରଖିବାକୁ ସଙ୍କଳ୍ପ ନେଇ ସେଦିନ ଠିକ୍ ଅପରାହ୍ନରେ ସମସ୍ତେ ନିଜନିଜ ଘରକୁ ଫେରି ଯାଇଥିଲେ। ପଛରେ ଛାଡି ଯାଇଥିଲେ ବାଣୀବିହରର ମନୋରମ ପରିବେଶ ଓ ନାଲି ନାଲି କୃଷ୍ଣଚୂଡା ଗଛସବୁ।
*******