ପ୍ରିୟ ପରୀ କଥା
ପ୍ରିୟ ପରୀ କଥା
ମୁନୁଷ୍ୟ ଯେତେବେଳେ ଅବନିପୃଷ୍ଠରେ ମାତୃଗର୍ଭରୁ ଭୂମିଷ୍ଠ ହୁଏ, ସ୍ୱଚିନ୍ତା କରିନଥାଏ ଯେ ମୁଁ ଧନୀ କିବା ଗରିବ ହୋଇ ଜନ୍ମ ହେବି ବୋଲି କିମ୍ବା କାହାର ଅନିଷ୍ଟ କରିବି ବୋଲି l ମନୁଷ୍ୟର ଆପେଆପେ ମଣିଷପଣିଆ ସୃଷ୍ଟି ହୋଇଥାଏ l ଯାହାର ଯେପରି ସୁକର୍ମର ପଥ ପରିମାର୍ଜିତ ହୋଇଥାଏ, ତାର ପର ଜନ୍ମରେ ସେହି କର୍ମ ଫଳ ଭୋଗ କରିଥାଏ ।
ସେହିପରି ଏକ କୃଷକ ପରିବାର ଅତ୍ୟନ୍ତ ଅଭାବରେ ଥାଇ ମଧ୍ୟ ତାର ଚାଷବାସ ଆଗ୍ରହ ସହିତ କରୁଥିଲା l ଦିନକର କଥା କୃଷକର ଚାଷ ଜମିରେ ଏକ ଲାଲ ପରୀଟିଏ ଉଡି ଉଡି ଆସି ପଡିଥିଲା । ସେ ପରୀଟି ତଳେ ପଡିବାରୁ ବୃଦ୍ଧା ହୋଇଗଲା ଆଉ ସେ ଉଠି ପାରିଲା ନାହିଁ l ତା ପରଦିନ କୃଷକ ଓ ତାର ପରିବାର ମିଶି ଚାଷ ଖେତ ଆସିଥିଲେ ଦେଖିଲେ ବିଲରେ ଏକ ଲାଲ ବୃଦ୍ଧା ପରୀଟିଏ ପଡିଥିଲା ।
ସେହି କୃଷକଟି ଲାଲ ବୃଦ୍ଧା ପରୀକୁ ଦେଖି ଉଠାଇ ନେଇ ଘରେ ତାହାର ବହୁ ସେବା ଯତ୍ନ କରି ସୁସ୍ଥ କରିଦେଲେ l ଏହିପରି କିଛି ଦିନ ଗଲାପରେ, ଧାନ ପାଚିବା ସମୟ ହୋଇଗଲା ବେଳକୁ ହଠାତ ବାତ୍ୟାର ପ୍ରକୋପ ସୃଷ୍ଟି ହେଲା l ସେହି ସମୟରେ l କୃଷକର ଦେହ ଅସୁସ୍ଥ ଥିବାରୁ, ସେ ଖେତକୁ ଯାଇ ପାରିଲା ନହିଁ l ବୃଦ୍ଧା ଲାଲ ପରୀଟି ଚିନ
୍ତା କଲା, ଯିଏ ଏତେ ପରିଶ୍ରମ କରି ମୋର ଶରୀରକୁ ଆରୋଗ୍ୟ କଲା ମୁଁ କଣ ତାଙ୍କ ବିପଦ ସମୟରେ କିଛି ସାହାଯ୍ୟ କରି ପାରିବି ନାହିଁ l ଏହି କଥାକୁ ଚିନ୍ତା କରି ପରୀଟି ବାତ୍ୟା ଆସିବା ପୂର୍ବରୁ କୃଷକର ସବୁ କ୍ଷେତରୁ ଧାନ କାଟିକରି ତାର ବାଡ଼ିରେ ଯତ୍ନରେ ଘୋଡାଇ ରଖିଦେଲା l ଏସବୁ ଘଟଣାକୁ କୃଷକ ପରିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ l
ଏହିପରି କିଛି ଦିନ ଗଲା ପରେ ରାଜ୍ୟରେ ହଠାତ ମରୁଡି ପଡ଼ିଗଲା ଲୋକମାନେ ହାଃ ହତାସାରେ ଜୀବନଯାପନ କଲେ l କାହାରିକି ଆଉ ବୁଦ୍ଧି ଦିଶିଲା ନାହିଁ କିନ୍ତୁ କୃଷକ ଘରେ ଥିବା ପରୀଟି କହିଲା ବର୍ଷl ନହେଲେ ମଧ୍ୟ ତୁମେ ଯାଇ ବିଲରେ ଚାଷ କର କୃଷକ ମଧ୍ୟ ପରୀ କଥାରେ ବିଲକୁ ଚାଷ କଲା l ତା ପରେ ଧାନ ବୁଣିଲେ ଏହାଦେଖି ରାଜ୍ୟର ଲୋକମାନେ କୃଷକକୁ ପାଗଳ ବୋଲି କହୁଥିଲେ l କାରଣ ବର୍ଷା ନହୋଇ ଚାଷ କରି ବିହନ ବୁଣୁଥିଲା ବୋଲି କିନ୍ତୁ ପରୀଟି ରାତିରେ ଯାଇ ତା କ୍ଷେତରେ ବର୍ଷା କରି ଆସୁଥିଲା l ଯାହା ଦ୍ୱାରା ଫସଲ ହୋଇପାରୁଥିଲା l
ଏହି ବିଷୟରୁ ଶିକ୍ଷା ମିଳିଲା ଯେ, ଜଣକୁ ଟିକେ ସାହାଯ୍ୟ କଲେ ତାର ଶହେ ଗୁଣ ହୋଇ ଫେରିଥାଏ l ତେଣୁ ଜୀବନରେ ଅନ୍ୟକୁ ସାହାଯ୍ୟକରିବା ଦରକାର l