Henarani Senapati

Classics Inspirational Others

3  

Henarani Senapati

Classics Inspirational Others

ନୂଆ ବର୍ଷର ଅନୁଭୂତି

ନୂଆ ବର୍ଷର ଅନୁଭୂତି

6 mins
148



ରାତି ପାହିଲା ପାହିଲା ହେଲାଣି । ସିନ୍ଦୁରା ଫାଟିଲାଣି । କାଉ କା କା ଡାକମାରି ଅନ୍ୟ ଘର ଆଡେ ଉଡି ଗଲାଣି । ମଳୟ ଅତି କଷ୍ଟ ରେ ଆଖି ଦୁଇଟି କୁ ମକଚି ଦେଇ ଆର ଖଟକୁ ଚାହିଁଲେ । ଦେଖିଲେ ମଧୁ ନାହାଁନ୍ତି । କି ପିଲା ବି ନାହାନ୍ତି । ଆରେ ! କୁଆଡେ ଗଲେ ?? ଏତେ ଭୋରୁ ମଧୁ ଉଠିବା ବାଲା ନୁହଁନ୍ତି । ଏଇ ଭୋରୁ ଉଠିବା ପାଇଁ ଆମର ସବୁବେଳେ ଛୋଟ ମୋଟ ଝଗଡ଼ା ହୁଏ । ଆଜି ବି ଏମିତି ସେ ଆଠଟା ଯାଏ ଶୋଇବେ ବୋଲି ମତେ କହିଥିଲେ । କୁଆଡେ ଗଲେ ?? ଏତେ ଅନ୍ଧାରୁଆ ରେ !!

ଉଠି ବାକୁ ଇଛା ନଥିଲେ ବି ବାଧ୍ୟତା ମୂଳକ ଭାବେ ଉଠି ବାକୁ ପଡିଲା ମଳୟଙ୍କୁ । କବାଟ ଟି ବାହାର ପଟୁ ଟିକିଏ ଲାଗିଛି । ହାତ ମାରୁ ମାରୁ ଖୋଲି ଗଲା । ଆରେ ଏ କଣ ? ଦଶ ବର୍ଷ ପୂର୍ବେ ବୋଉ ଯେମିତି ନୂଆ ବର୍ଷର ସାଜସଜ୍ଜା କରୁଥିଲା ଠିକ୍ ସେହିପରି ସଜ୍ଜିତ ଅଗଣାଟି ମଳୟର ମନକୁ ତାଙ୍କ ବୋଉ ପାଖକୁ ଟାଣି ନେଲାପରି ଲାଗିଲା । ସତେ ମ ବୋଉ ଯେମିତି, ଅରୁଆ ଚାଉଳରେ " HAPPY NEW YEAR TO YOU....ଲେଖି ତା ଉପରେ ଗୋଲାପ ପାଖୁଡା ଆଉ ଗେଣ୍ଡୁ ଫୁଲର ପାଖୁଡା ପକାଇ ସଜ୍ଜିତ କରି ତା ମଝିରେ ଗୋଟିଏ ସୁନ୍ଦରୀଆ ଦୀପ ଟିଏ ଲଗାଇ ଦିଏ । ଆଉ ଡିସେମ୍ବର ଏକତିରିଶ ରାତି ବାର ରୁ ଜାନୁୟାରୀ ଏକେ ରାତ୍ରି ବାର ପର୍ଯ୍ୟନ୍ତ ସେ ଦୀପ କୁ ଲିଭାଇବାକୁ ଦିଏ ନାହିଁ । କହିବ ଏ ଦୀପ ଆମ ଜୀବନ ସଦୃଶ ।ଯେତେ ଭଲ ଜଳିବ ଆମେ ସେତେ ଭଲ ରହିବା । ସବୁ ଠାରୁ ଭଲ ମିଠା । ଯୋଉଟା ସମସ୍ତେ ମିଳିମିଶି ଖାଇବେ ଆଉ ଖୁସି ହେବେ , ସେଇପରି ମିଠା ସେ ଆଣି ଦୀପ ପାଖରେ ରଖିଥିବ । ରାତି ବାର ରେ ନୂତନ ବର୍ଷର ଖୁସିରେ ବୋଉ ଘରର ସମସ୍ତ ସଦସ୍ୟଙ୍କୁ ମିଠା ଖୁଆଇ ଦିଏ ।ବିଭିନ୍ନ ରଙ୍ଗର ଲିଚୁ ଲାଇଟ୍ ଲଗେଇ ଘରର ଅନ୍ଧକାରକୁ ଦୂର କରେ । ନୂଆ ବର୍ଷ ଦିନ ସକାଳୁ ସକାଳୁ ଘରଦ୍ବାର ଖାଲି ଅଗୁର ,ଚନ୍ଦନ , ଝୁଣା, ଆଉ ଗୁଆ ଘିଅ ର ବଳିତା ଜଳିବାର ବାସ୍ନା ମହ ମହ କମ୍ପେ ।ବୋଉ ବୋଧେ ରାତିରେ ଶୁଏନି କି କଣ ! ସକାଳୁ ଆମେ ବାପା, ମୁଁ , ଭଉଣୀ ନିତ୍ୟା ଉଠିଲା ବେଳକୁ ବୋଉ ଠାକୁର ପୂଜା ସମାପ୍ତ କରି ବିଭିନ୍ନ ପ୍ରକାର ଫଳ ମିଠା ,ପିଠା ଭୋଗ କରି ସବୁ ଟେବୁଲ ଉପରେ ରଖିଥିବ । ଆମର ଗାଧେଇ ବାକୁ ଇଛା ନଥିଲେ ବି ଆମେ ସେ ଭୋଗ ଦେଖି ଆଗେ ଗାଧେଇ ପଡୁ , ଆଉ ଭଲ ଭଲ ଭୋଗ ବାଛି ବାଛି ଖାଉ । କେବେ ଭୋଗ ଆମକୁ ନିଅଣ୍ଟ ହେଇନି । ସକାଳ ବେଳା ସମସ୍ତିକଂ ଘରେ ବୋଉ ମିଠା ବାଣ୍ଟେ । ଆଉ କୁହେ " ବର୍ଷ ଆରମ୍ଭରୁ ମିଠା ବାଣ୍ଟିଲେ ବର୍ଷକ ଯାକ ଭଲରେ ସମସ୍ତିଙ୍କ ସାଙ୍ଗ ରେ କଟିବ । ସେଦିନ ବହୁତ ଭଲ ଭଲ ଖାଦ୍ୟ ରୋଷେଇ କରି ବୋଉ ଆମକୁ ଦିଏ ।ଆଉ କୁହେ ନୂଆ ବର୍ଷ ଦିନ ପେଟ ଅଧା ରହିଲେ ସାରା ବର୍ଷ ପେଟ ଅଧା ରହିବ ।ତେଣୁ ଆଜି ସମସ୍ତେ ପେଟ ପୁରା ଭୋଜନ କରିବ । କି ଆନ୍ତରିକତା ଆଉ ଆନନ୍ଦ ଥିଲା ମୋ ବୋଉ କଥାରେ । କ୍ଷଣକେ ସମସ୍ତଙ୍କୁ ନିଜର କରେ । ମୋ ବୋଉ ଦେହ ତ୍ୟାଗ କରିବା ଦଶ ବର୍ଷ ହେଲାଣି । ବୋଉ ଯିବା ର ବର୍ଷକେ ବାପା ବୋଉ କୁ ଭାବି ଭାବି ଚାଲିଗଲେ । ମୁଁ ବାହାରକୁ ଚାକିରି ପାଇ ଚାଲି ଆସିଲି । ବୋଉ ଯିବା ପରଠାରୁ ତାର ଆଉ ବାପା ଙ୍କ ଶ୍ରାଦ୍ଧବାର୍ଷିକୀ ଛଡା ମୁଁ ଆଉ କେବେ ଆସେ ନାହିଁ ଗାଁ ଘରକୁ । ବହୁତ ମନେ ପଡେ ବାପା ବୋଉ ଙ୍କ କଥା ।ଦୁଃଖ ଲାଗେ ।ସେଥିପାଇଁ ଆସେ ନାହିଁ ।

ଏ ବର୍ଷ କାହିଁକି କେଜାଣି ମଧୁ ମତେ ବାଧ୍ୟ କଲେ ଘରକୁ ଆସିବାକୁ । ବୋଉ କୁଆଡେ ତାଙ୍କୁ ସୋପ୍ନ ରେ କହିଲା ଗାଁ ଘରକୁ ଆସିବାକୁ !! ଜଦି ବଞ୍ଚି ଥାନ୍ତା ବୋଉ ତେବେ ମଧୁ କୁ ବହୁତ ଭଲପାଇ ଥାନ୍ତା । ସବୁ ଘରକରଣା କାମ ଶିଖାଇ ଦେଇଥାନ୍ତା । ତା ଅନ୍ତେ ତା ବୋହୂ ତା ପରି ହବ ବୋଲି ତାର ଭାରି ଇଛା ଥିଲା ।କିନ୍ତୁ ଭଗବାନ ସେ ସୁଖ ତାକୁ ଦେଲେ ନାହିଁ । ଅକାଳ ରେ ଡେଙ୍ଗୁ ରେ ସେ ଚାଲିଗଲା ।

ଆଜିର ସଜ୍ଜାଇବା ଢଙ୍ଗ କେବଳ ମୋ ବୋଉପରି ହେଇଛି । ସେମିତି ଘର ମହ ମହ ଭୋଗ ରେ ଆଉ ଗୁଆ ଘିଅ ର ପିଠା ପଣାରେ ବାସୁଛି । ସବୁ ଆଡେ ଆଖି ବୁଲେଇ ଆଣିଲି । ସବୁ ମୋ ବୋଉ କାମ ପରି ହେଇଛି । କିନ୍ତୁ ମଧୁ କାଇଁ ??

ବାହାର ଅଗଣା ପଟୁ ମଧୁ ଆସିଲେ । ହାତ ରେ ଗୋଟିଏ ଗୋଲାପ ଫୁଲ ଧରିଥିଲେ । ହସି ହସି ଆସି ମୋ ହାତରେ ଫୁଲ ଟି ଧରାଇଦେଇ କହିଲେ " ନୂତନ ବର୍ଷ ର ଅଭିନନ୍ଦନ " ନୂଆ ଶାଢି ଟିଏ ପିନ୍ଧି ଥିଲେ ।ଭାରି ସୁନ୍ଦରୀଆ ଦିଶୁଥିଲେ । ଠିକ୍ ମୋ ବୋଉର ହସ ହସ ଆଉ ଶାନ୍ତ ମୁହଁଟି ଯେମିତି ସିଏ ଆଜି ଛଡାଇ ନେଇଛନ୍ତି । ଯିଏ ପଦେ ପଦେ କେ ଇଂରାଜୀ ରେ କଥା ହୁଏ ସେ ପୁଣି ଓଡିଆ ରେ କହିଲେ ନୂତନ ବର୍ଷ ର ଅଭିନନ୍ଦନ !! ଆଶ୍ଚର୍ଯ୍ୟ ଲାଗିଲେ ବି ଯାହା ଦେଖୁଛି ତାହା ସତ କି ମିଛ ପରିକ୍ଷା କରିବା ପାଇଁ ମୁଁ ମୋ ନିଜକୁ ଦଶଥର ଚିମୁଟି ସାରିଲେଣି ।

--"ଏମିତି କଣ ମତେ ଦେଖୁଛ ମ ? ମଧୁ କହିଲେ ।

--" ଆରେ ତମେ ସେଇ ଜିଦ୍ ଖୋର ମୋ ମଧୁ ନା ଆଉ କିଏ ??

--" ତୁମରି ମଧୁ ମୁଁ !!

କେବଳ ବୋଉ ଙ୍କ ହିସାବ ରେ ଚାଲିଛି ।

ଆଜିକୁ ପନ୍ଦର ଦିନ ହେଲା ତୁମ ବୋଉ ମତେ ଖାଲି ସୋପ୍ନ ରେ ଆସୁଛନ୍ତି । ଆଉ ସବୁ କାମ ତାଙ୍କରି ପରି କରିବାକୁ କହୁଛନ୍ତି । କାଳେ ମୁଁ ତାଙ୍କ କଥା ନ ଶୁଣିବି ସେଥିପାଇଁ ସେ ମୋ ପାଖରେ ବସି କାନ୍ଦି କାନ୍ଦି କହୁଛନ୍ତି "--ହେ ମା ମଧୁ ....ମୋ ଆତ୍ମା ଏମିତି ଏଇଠି ପଡିଛି । ଉଦ୍ଧାର ନିମନ୍ତେ ତୁ ମୋ ପରି କିଛି ଘରକରଣା କାମ ଶିଖି ମୋ ନାତୀ ନାତୁଣୀ ଆଉ ମୋ ପୁଅର ଭଲରେ ଦାଇତ୍ୟ ନେଲେ ଯାଇ ମୁଁ ଏ ସଂସାର ରୁ ମୁକ୍ତି ପାଇବି । ମୋ ପୁଅ ବାହାରେ ଚାକିରି କରିଛି ।କିଛି ଠିକ୍ ସମୟରେ ଖାଇ ପାରୁନାହିଁ ।ସେ ଗାଁ ଖାଦ୍ୟ ବହୁତ ଭଲପାଏ । ତାକୁ ସମୟ ସମୟରେ କରିକି ଦବୁ ।ନୂଆ ବର୍ଷ ଆସିଲାଣି । ମୋ ପୁଅକୁ ଆଣିକି ଗାଁ କୁ ଆସିବୁ । ଗାଁ ରେ ମୋ ପୁଅ ବହୁତ ଖୁସି ହୁଏ । "

--" ବୁଝିଲ । ତୁମ ବୋଉ ମତେ ଯାହା ଯେମିତି କହିଛନ୍ତି ମୁଁ ସବୁ ସେମିତି କରିଛି ।

--" ଆଶ୍ଚର୍ଯ୍ୟ ନ ହେଇ ରହି ହଉନୀ ମଧୁ !! ସତରେ ତୁମେ ଏ ସବୁ ସଜ୍ଜାଇଛ ??

--" ଆରେ ହଁ ମ ।

ମତେ ଯେମିତି କହିଲେ ମୁଁ ସେମିତି କଲି ।

-- " ପିଠା କିପରି କଲ ? ମହ ମହ ବାସୁଛି ମୋ ବୋଉର ହାତ ତିଆରି ପରି ।

--" ବୋଉ ଆଜକୁ ଆଠଦିନ ହେଲାଣି କୋଉଠି ଦହି ଛେନା, କୋଉଠି ନଡିଆ , କୋଉଠି ଭଲ ଚାଉଳଗୁଣ୍ଡା ମିଳେ ମତେ ସବୁ ସୋପ୍ନ ରେ କହିଛନ୍ତି । ସମସ୍ତିକଂ ଫୋନ୍ ନମ୍ବର ବି ଦେଇଥିଲେ । କାଳେ ମିଛ ହେଇଥିବ ଭାବି ମୁଁ ଛେନା ବାଳା ପାଖକୁ ଫୋନ୍ କଲି ସେ କହିଲେ " ହଁ ମା ତୁମ ଶାଶୁ ମୋ ଠାରୁ ନିଅନ୍ତି । ଆପଣ ମା ଆସିବେ ?? ମୁଁ ଛେନା ରଖିବି ?ମୁଁ ତାଙ୍କୁ ହଁ କହିଲି ।

--" ତୁମେ ତ ଠାକୁର ଦିନେ ପୂଜା କର ନାହିଁ ।ଏଠି ଏତେ ସୁନ୍ଦର ଭଗବାନଙ୍କୁ କେତବଳେ ଆଉ କିପରି ସଜ୍ଜିତ କରି ପୂଜା କଲ ??

--" ବୋଉ ସେଥିପାଇଁ ବହୁତ ମନ ଦୁଃଖ କରୁଥିଲେ ମୋ ପାଖରେ ।ଆଉ କହିଲେ " ମଧୁ ରେ। ତୁ ପରା ମା ହେଲୁଣି । ମୋ ନାତୀ ନାତୁଣୀର ମଙ୍ଗଳ ପାଇଁ ଟିକିଏ ସେ ମଙ୍ଗଳ ମୟ ଭଗବାନଙ୍କୁ ପୂଜା କର । ଭଗବାନ ସବୁ ଦୁଃଖ ଦୂର କରି ଖୁସିର ଲହରୀ ଖେଳାଇ ଦେବେ ।

ଯାଣିଛ ଠାକୁର ଙ୍କ ପୂଜା ରେ ବୋଉ ଙ୍କ ନାତୀ ଆଉ ନାତୁଣୀ ଲାଗିଯାଇଥିଲେ ।

ହସି ହସି ଆଦର୍ଶ ଆଉ ଗୁଡିଆ ଦୌଡି ଆସିଲେ ପାପା କଂ ପାଖକୁ ଆଉ ମଳୟଙ୍କ ହାତ ଧରି ଭିଡିନେଲେ ହଲକୁ । ବାପା ଦେଖ ଏ ଆମ ଜେଜେ ମା ଆଉ ଏ ହେଉଛନ୍ତି ଜେଜେ ବାପା । ଆମେ ଭାଇ ଭଉଣୀ ମମୀଙ୍କ କଥାରେ ତାଙ୍କୁ ଭଲକରି ସଫା କରି ତାଙ୍କ ନାଁ ରେ ଦୀପ ଜଳେଲେ ଦେଇଛୁ । ଦେଖନା ପାପା !! କିପରି ଜେଜେ ମା ହସୁଛନ୍ତି ଆଉ ଆମଙ୍କୁ ଦେଖିଛନ୍ତି ।

ଚାହିଁଲି ବୋଉର ମୁହଁକୁ !! ଭାରି ଖୁସି ଆଉ ଶାନ୍ତ ଜଣା ପଡୁଥିଲା ବୋଉର ମୁହଁ । ବାପା ଯେମିତି କିଛି ଯାଣି ନାହାନ୍ତି ସେମିତି ଗୋଟିଏ କଡକୁ ଚାହିଁଛନ୍ତି । ସବୁ ସମୟରେ ବାପା ଏମିତି ଚୁପ୍ ରୁହନ୍ତି ।କେବେ ବୋଉକୁ କିଛି କହିବାର ଆମେ କେବେ ଶୁଣିନୁ ।ଦୁଇ ଜଣଙ୍କର ବୁଝାମଣା ବହୁତ ଭଲ ଥିଲା ।ବାପା ବହୁତ ଭଲ ପାନ୍ତି ବୋଉକୁ ।ସେଥିପାଇଁ ବୋଧେ ବୋଉର ଅକାଳ ବିୟୋଗରେ ବାପା ବି ଭାବି ଭାବି ଚାଲି ଗଲେ ।

" ହେଇ କଣ ଭାବୁଛମ ??

ଯାଅ ଗାଧେଇ ଆସି ଭୋଗ ଖାଇବ । ବୋଉ ଖୁସି ହେବେ ।

--" ଆରେ ତୁମଙ୍କୁ ସତରେ ବୋଉ ଏ ସବୁ ସୋପ୍ନ ରେ କହିଛନ୍ତି ?? କି ଭାଗ୍ୟ ତୁମର ମଧୁ ।ମୁଁ ସାରା ଜୀବନ ମୋ ବୋଉକୁ ଅପେକ୍ଷା କରିଛି , କାଳେ ଟିକିଏ ସୋପ୍ନ ରେ ଆସି ମତେ କିଛି କହିବ ।ନା କିଛି କହିଲା ନାହିଁ ।କିନ୍ତୁ ତୁମଙ୍କୁ ଟିକିନିଖି ସବୁ କହିଲା । ହେ ବୋଉ ।।

ତୁ ଯିବା ପରେ ମୁଁ ତତେ କେତେ ଭାବିଚି ଲୋ । ଟିକିଏ ମତେ ସୋପ୍ନ ରେ ବି ଦେଖା ଦେଲୁନି !! ଆଉ ଆଜି ବୋହୂ ର ଗୋଟାକ ଯାକ ହେଇ ସବୁ କହୁଛୁ ।

ଆଖି ଛଳ ଛଳ ହେଇଗଲା ମଳୟଙ୍କର । ମଧୁକୁ ଚାହିଁଲେ ,,,,କହିଲେ ତୁମେ ଏତେ ସୋପ୍ନ ଦେଖିଲ ।କେବେ ମତେ କହିନତ ?? ଆଜି ଏ ସଜ୍ଜାହଟ ଦେଖି ମତେ ମୋ ବୋଉର ସବୁ ନିସ୍ତବ୍ଧ କାର୍ଯ୍ୟ ଦେଖା ଯାଉଛି ।ସତରେ ତୁମେ ମଧୁ ବହୁତ ଭାଗ୍ୟବାନ । ଆଜି ବୋଉ ତୁମଠାରେ ତା ଆଶୀର୍ବାଦ ଢାଳିଛି ।

ମଧୁ ଆଖିରେ ଲୁହ । ମଳୟ ପୋଛି ଦେଇ କହିଲେ କାହିଁକି ଆଉ କାନ୍ଦୁଛ !! ତୁମେ ତ ମୋ ଠାରୁ ମୋ ବୋଉର ପ୍ରିୟ ହେଇଗଲ ।

--" ଯାଣିଛ ମୁଁ ପ୍ରଥମେ ପ୍ରଥମେ ବହୁତ ଡରୁଥିଲି ।ବୋଉ ସୋପ୍ନ ରେ ଆସିଲେ ମୁଁ ଡରେ । ତୁମଙ୍କୁ କିଛି କୁହେନାହିଁ ।କିନ୍ତୁ ବହୁତ ଡରେ ।ଥରେ ବୋଉ ମତେ ବୁଝାଇ ଦେଲେ ।ଡର ନା ମୁଁ କିଛି କ୍ଷତି କରିବି ନାହିଁ ତୋର ।ତୁ ମୋର ବୋହୂ । ମୋ ଝିଅ ଠାରୁ ଅଧିକ ।

ମୋ ପୁଅର ଦାଇତ୍ୟ ଭଲରେ ନବୁ ।ମୁଁ ତୁମ ର ଭଲ ଦେଖି ମୁକ୍ତି ପାଇବି ।

ବୋଉର ମୁହଁକୁ ଚାହିଁ ହାତ ଦୁଇଟା ଟେକି ଦେଲେ ମଳୟ ଆଉ କହିଲେ " ବୋଉ ଲୋ ତୁ ଆଜି ଯଣାଇ ଦେଲୁ କି ମଣିଷ ମଲା ପରେ ବି ତାର କର୍ତ୍ତବ୍ୟ ପାଳେ ।

ଆସମଧୁ , ଆସପିଲେ, ଆଜି ସମସ୍ତେ ମିଳିମିଶି ବୋଉ , ବାପା ଙ୍କୁ ପ୍ରଣାମ କରିବା । ସମସ୍ତେ ଏକାଠି ବୋଉକୁ ପ୍ରଣାମ କଲେ



Rate this content
Log in

Similar oriya story from Classics