Henarani Senapati

Romance Crime Inspirational

4.5  

Henarani Senapati

Romance Crime Inspirational

ମୃତ୍ୟୁ ର ଧାରେ ଧାରେ

ମୃତ୍ୟୁ ର ଧାରେ ଧାରେ

11 mins
383


     ସୌନ୍ଦର୍ଯ୍ୟ ଭରା ଆଜି ପୂର୍ଣ୍ଣିମା ରାତି ର ଏ ପୂର୍ଣ୍ଣ ଗୋଲାକାର ଚନ୍ଦ୍ରମା ଟି ଦେଖି ଆଜି ମନୋଜ ଆଖିରେ ସେ ପୁରୁଣା କଥା ଉଙ୍କି ମାରୁଚି । ଆଖିରେ ଆଖିଏ ଲୁହ କାନ୍ଧ ଗାମୁଛା ଭିଜୁଛି ! ଆଉ ଭାବନାର ଖିୟକୁ ସେ ଲଗାମ ଦେଇ ପାରୁନାହାନ୍ତି ।ସବୁ ମଣିଷଙ୍କ ଜୀବନରେ ଏମିତି କିଛି କଷ୍ଟ ଅଛି , ଯାହାକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ର ଅଭାବ ପଡିବ ।ଆଜି ମନୋଜଙ୍କ ଜୀବନ କାହାଣୀ ସେଇପରି ତାଙ୍କୁ ଲାଗୁଛି ।

      ବାଙ୍ଗାଲୋରରେ ସିଭିଲ ଇଂଜିନିୟର୍ ଥିବାବେଳେ ସେଠାକାର ଜଣାଶୁଣା ତାଙ୍କର ଜଣେ ରିଟାଡ ଫରେଷ୍ଟଅଫିସରଙ୍କ ଘରକୁ ଯିବା ଆସିବା ଚାଲି ଥିଲା ।ସେ ବାପାଙ୍କର ଜଣେ ଭଲ ପୁରୁଣା ବନ୍ଧୁ ଥିଲେ । ପ୍ରଥମେ ଯେତେବେଳେ ମନୋଜ ବାଙ୍ଗାଲୋର ଯାଇ ନୂଆ ନୂଆ ଜଇନଂ କଲେ ସେତବଳେ ସେ ସେଠିକାର କାହାକୁ ଜାଣି ନଥିଲେ । ତେଣୁ ବାପା ଫୋନ୍ କରି ସରୋଜ ଅଙ୍କଲ୍‌ଙ୍କୁ କହିଥିଲେ କିଛି ଦିନ ତାଙ୍କ ଘରେ ରହିବା ପାଇଁ । ତେଣୁ ସେଠି ପ୍ରାୟ ମନୋଜ ଛଅ ବର୍ଷ ରହିଥିଲେ । ସେହି ଛଅ ବର୍ଷ ରହଣି ସମୟରେ ତାଙ୍କ ଜୀବନରେ ଗୋଟିଏ ନୂଆ ମୋଡ ଆସିଥିଲା । ସରୋଜ ଅଙ୍କଲ୍‌ଙ୍କ ଝିଅ ଅନୁ ! ପରିପୂର୍ଣ୍ଣ ସୌନ୍ଦର୍ଯ୍ୟ ଭରା ।ଯେତେବେଳେ ପ୍ରଥମେ ସରୋଜ ଅନୁଙ୍କୁ ଦେଖିଲେ ସେ ଆଖି ଫେରାଇ ପାରି ନଥିଲେ । ଏତେ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଝିଅ । ସତରେ କଣ ଏ ପୃଥିବୀରେ ଅଛନ୍ତି ? ନୂଆ ନୂଆ ଚାକିରି ପାଇ ସବୁ ଚିନ୍ତା ରୁ ମୁକ୍ତ ହେଇ ମନରେ ତାଙ୍କର ରଙ୍ଗିନି ସପ୍ନ ଉବୁଟୁବୁ ହେବା ସମୟରେ ଅନୁ ସାଙ୍ଗରେ ତାଙ୍କର ସାକ୍ଷାତ ହୁଏ । ଅନୁ ବହୁତ ଫ୍ରି ଫ୍ରାଙ୍କ ପିଲା ।ସେ ମନୋଜଙ୍କ ହାତକୁ ହଲାଇ ଦେଇ କହିଲେ

"କଣ ଏମିତି ମତେ ଦେଖୁଛନ୍ତି ?ଲାଜରେ ମୁହଁ ତଳକୁ କରିଦେଲେ ମନୋଜ । ଟିକିଏ ହସିଦେଇ ଅନୁ ଘର ଭିତରକୁ ଚାଲି ଗଲେ । ବାପା କହିଲେ ଆରେ ଅନୁ ତୁ କେତବଳେ ଆସିଲୁ ? ଫୋନ୍ କଲୁନି ମୁଁ ନ ଯାଇ ଥିଲେ ମନୋଜ ଯାଇ ତତେ ଏୟାର୍‌ପୋର୍ଟରୁ ନେଇ ଆସିଥାନ୍ତା । ମୁଁ ଯୋଉ ମୋ ସାଙ୍ଗର ପୁଅ କଥା ତତେ ଫୋନ୍ ରେ କହିଥିଲି ମ !!

--"ହଁ ବାପା, ମୁଁ ଏବେ ସେ ଲାଜକୁଳା ତୁମ ସାଙ୍ଗର ପୁଅ ମନୋଜ ଙ୍କୁ ଦେଖିକି ଆସିଲି । ହେ ଭଗବାନ ।କି ଲଜ୍ଜା ଯେ ତାଙ୍କୁ !!

--" ଆରେ ମା ! ସେ ପୁଅଟି ପୁରା ସାଧାସିଧା । ଭାରି ଭଲ ପିଲା ଟିଏ ।

--"ହଉ ହେଲା ।ଆଉ ଟେକନି ।

ଏହା କହି କି ଅନୁ ବାଥରୁମ୍ ଚାଲିଗଲେ ଫ୍ରେସ୍ ହବାପାଇଁ ।

ଦୁଇଦିନ ପରେ ଅନୁ ଫୁଲ ବଗିଚା ରେ ବୁଲି ବୁଲି ସବୁ ଫୁଲ ଦେଖୁଥିଲେ । ଆଉ ପାଣି ଦଉଥିଲେ । ସେହି ସମୟରେ ମନୋଜ ଅଫିସ୍ ରୁ ଆସି ତାଙ୍କ ରୁମ କୁ, ଉପରକୁ ଯାଉଥିଲେ ।ହଠାତ୍ ନଜର ପଡିଗଲା ଅନୁଙ୍କର ତାଙ୍କ ଉପରେ ।ଡାକ ମାରିଲେ । ମନୋଜ ! ଅଫିସ୍ ରୁ ଆସିଗଲ ! ଫ୍ରେସ୍ ହେଇ ବଗିଚାକୁ ଆସ । କଫି ପିବା , ଆଉ ଟିକିଏ ପରିଚିତ ହେବା ।

ମନୋଜ ଅନୁର ଡାକଶୁଣି ମନରେ ବହୁତ ଖୁସି ହେଉଥାନ୍ତି ଆଉ ଡରୁଥାନ୍ତି । କାହିଁକି ନା ବଡ ଲୋକଙ୍କ ଝିଅ ।ବହୁତ ପାଠ ପଢି ଏବେ ଏବେ ନୂଆ କାର୍ଯ୍ୟରତ ମହାରାଷ୍ଟ୍ରରେ । ଅଙ୍କଲ୍‌ଙ୍କ ନିଜ କମ୍ପାନୀର ମାଲିକାଣି ।ଅଙ୍କଲ ରିଟାଡ ପୂର୍ବରୁ ମହାରାଷ୍ଟ୍ରରେ ଗୋଟିଏ ବଡ ପ୍ଲାଷ୍ଟିକ୍ କମ୍ପାନୀ ଖୋଲି ଥିଲେ । ଝିଅ ଅନୁ ସେହି କମ୍ପାନୀ ର ମାଲିକାଣି ।ସେଠି ଶହେ ଉପରେ ପିଲା କାମ କରନ୍ତି । ଅରୁଣ ବୋଲି ଗୋଟିଏ ଭଲ ପିଲା ଅଛି ।ତାକୁ ଅନୁ ଆସିଷ୍ଟାଣ୍ଡ ମ୍ୟାନେଜର ଋପେ ନିଯୁକ୍ତ ଦେଇ ଏବେ ଟିକିଏ ଫ୍ରି ଅଛନ୍ତି ।ନାଇତ ଗୋଟିଏ ଦିନ ଆସିବାକୁ ସମୟ ନଥାଏ । ଅଙ୍କଲ ଏ ସବୁ କହୁଥିଲେ ଆଉ ମନ ଦୁଃଖ କରୁଥିଲେ ଯେ ଅନୁ ପ୍ରାୟ ଆସି ପାରୁନି ବୋଲି । ଭାବନା ରେ ପୁନଛେଦ ପକାଇ ପୁଣି ଅନୁ ଡାକ ମାରିଲେ -

" ମନୋଜ ! ଶିଘ୍ର ଆସ କଫି ଥଣ୍ଡା ହେଇଯିବ ।

-" ହଁ ହଁ ମୁଁ ଯାଉଛି କହି ମନୋଜ ଆସି ବଗିଚାରେ ପଡିଥିବା ଚେୟାର ଉପରେ ବସି ପଡିଲେ ।ଅନୁ କଫି କପ୍ ଟି ବଢାଇ ଦେଇ କହିଲେ ପି କି ଦେଖ ।ଠିକ୍ ଲାଗୁଛି ନା ଆଉ ମିଠା ପଡିବ ।

ଓଠରେ ଲଗାଇ କଫି ମନୋଜ କହିଲେ --" ଠିକ୍ ଅଛି,

ସେତିକି କହି ମନୋଜ ନିରବ ଥିଲେ ।ଆଉ ଭାବୁଥିଲେ

ନିରବତା ହିଁ ଏଠି ମୋ ପାଇଁ ଯଥେଷ୍ଟ ।ଅନୁ ଆରମ୍ଭ କଲେ --

--"ମୁଁ ବହୁତ ଛୋଟ ଥିଲି ମୋ ମାମା ସେପାରିକି ଚାଲି ଗଲେ ।ବାପା ଆଉ ତାଙ୍କର ଷ୍ଟାଫ୍ ମତେ ବଡ କରିଛନ୍ତି ।ମୁଁ ବଡ ହବା ପରେ ନିଜେ ନିଜେ ସବୁ କାମ କରିବା ଶିଖିଲି । ମତେ କେବେ ଡରିବା ଆବଶ୍ୟକ ନାହିଁ ତୁମର !ମୁଁ ବହୁତ କଷ୍ଟ ମୋ ଜୀବନରେ ଅନୁଭବ କରିଛି । ତୁମ ପରି ସାଧା ସିଧା ପିଲା ମୁଁ ।ଆଉ ବହୁତ ଫ୍ରି । ତୁମେ ଏଠି ଅଛବୋଲି ମୋର ବାପା କଂ ଚିନ୍ତା ନାହିଁ । ନାଇତ ମୁଁ ସେଠି ବାପାଙ୍କ ଚିନ୍ତା ରେ ରହିପାରି ନଥାନ୍ତି । ତୁମେ ଏଠି ଯେ ପର୍ଯ୍ୟନ୍ତ ଟ୍ରାନ୍ସଫର ହେଇନି ସେ ପର୍ଯ୍ୟନ୍ତ ରହିଲେ ମୁଁ ସବୁଠାରୁ ଅଧିକ ଖୁସି ହେବି ।

ତଳକୁ ଅନାଇ ମନୋଜ କହିଲେ --

-"ମୋର ନୂଆ ଜଇନଂ ତ ତେଣୁ କେବେ ତ ନିଶ୍ଚୟ ବଦଳି ହବ । କୋଉଠି କି ହବ ଜଣେଇ ନାହାନ୍ତି ।

--"ଠିକ୍ ଅଛି । ଏବେତ ଅଳ୍ପ ଦିନ ହେଇଛି ।ଆଉ ତିନି ବର୍ଷ ତୁମେ ମୋ ବାପାଙ୍କ ପାଖରେ ରହି ପାରିବ ।ତେଣୁ ସେତିକି ଦିନ ମୁଁ ନିଶ୍ଚିତ ରେ ସେଠି ମୋ କାମ ଦେଖି ପାରିବି ।

ତଳକୁ ଅନାଇ ମନୋଜ କହିଲେ-

-" ଏବେ ଏଠି କେତେଦିନ ଅଛନ୍ତି ?

" ହେ ମନୋଜ !! ତୁମେ ମୋ କଥା ଆଗେ ଶୁଣ !! ଦେଖନ୍ତୁ , କହିଲେ ,ଆପଣ କହିଲେ ତୁମକୁ ଭଲ ଲାଗିବ !! ମୁଁ ସେପଟେ ସେ ପଥରକୁ ଅନାଇ କଥା ହେଲେ ତୁମକୁ ଭଲ ଲାଗିବ ? ହଉ ମୁଁ ଯଦି ଏତେ ଖରାପ ତେବେ ତୁମେ ଯାଅ ।ମୋ ପାଖରେ ବସିଲେ ମୁହଁ କୁ ଚାହିଁ କି କଥା ହବାକୁ ପଡିବ ।ମତେ ଏତେ ଡରିଲେ ଭଲ ଲାଗୁନି । ମୁଁ କଣ ଏତେ ଖରାପ ?

ମୋ ମୁହଁକୁ ଚାହୁଁ ନ ।

--"ନା ନା ତୁମେ ଏମିତି କୁହନି । ମୁଁ .

--"କଣ ମୁଁ ?

--"ମୁଁ ଏଥର ତୁମ ମୁହଁ କୁ ଚାହିଁ କି କଥା ହେବି ।

--"ହା....ହା.....ହା....ତୁମେ ଗୋଟିଏ କଥା କର ସନ୍ୟାସୀ ହେଇ ଯାଅ !!

--" କାଇଁ କି ଏମିତି କହିଲ ଯେ ?

--"ଆରେ ବାବା , ବାପା ତୁମ ବାବାଙ୍କ ସାଙ୍ଗ ରେ ଆମ ଦୁଇଜଣଙ୍କ ବିଷୟରେ ଆଲୋଚନା କରିଛନ୍ତି । ମତେ ତୁମ ବିଷୟରେ ଫୋନ୍ କରି ସବୁ କହିଥିଲେ ।ଆଉ ତୁମେ ତାଙ୍କୁ କୁଆଡେ ବହୁତ ଭଲ ପିଲା ଲାଗିଲ । ସେଥିପାଇଁ ସେ ମତେ ଫୋନ୍ କରି ମାସେ ହେଲାଣି ଡାକୁଥିଲେ । ମୁଁ ଏଥର ଆସିବା ପରେ ବାପା ବହୁତ ଖୁସି । ସବୁ ଦିନ କହୁଛନ୍ତି ମନୋଜ ସାଙ୍ଗ ରେ କଥା ହେଲୁ ମା ? ସେ ଯାଣି ନାହାନ୍ତି ତାଙ୍କ ମନୋଜ ସନ୍ୟାସୀ ବୋଲି ।

--"ଆରେ ମୁଁ କାଇଁ କି ସନ୍ୟାସୀ ହେବି ଯେ ।ପ୍ରକୃତରେ ମୁଁ ଆଜି ପର୍ଯ୍ୟନ୍ତ କୌଣସି ଝିଅ ସାଙ୍ଗ ରେ ଏକୁଟିଆ କଥା ହେଇନିତ ସେଥିପାଇଁ ଟିକିଏ ଡର ଲାଗୁଛି ।

--" ହଉ ଏବେ ଯାଅ । ଯେବେ ଡର ଛାତି ବ ସେବେ ଆସିବ ।

ମନୋଜ ଉଠିଲେ ଆଉ ସିଧା ଚାହିଁ କି ଅନୁ ମୁହଁ କୁ କହିଲେ--

--" ଲଭ ୟୁ ଅନୁ ।ମୁଁ ସନ୍ୟାସୀ ନୁହେଁ ରେ। ତୁମ ଋପ ଏତେ ସୁନ୍ଦର ଯେ , କାଳେ ମୋର ଖରାପ ଦୃଷ୍ଟି ତୁମ ଉପରେ ପଡି ଯିବ ସେଥିପାଇଁ ମୁଁ ଡରୁଛି । ତୁମେ ବହୁତ ସୁନ୍ଦର ଅନୁ ।ଅସମ୍ଭବ ପ୍ରକାର ସୌନ୍ଦର୍ଯ୍ୟରେ ଭଗବାନ ତୁମଂକୁ ଗଢିଛନ୍ତି ।

--" ହଉ ହେଲା । ସଙ୍ଗେସଙ୍ଗେ ପରିବର୍ତ୍ତନ । ଲଭ ୟୁ ଯିଏ କହିଲେଣି ସିଏ କେବେ ସନ୍ୟାସୀ ହେଇ ନଥିବେ। କହି ଅନୁ ହସି ଦେଲେ ତାଙ୍କ ସାଙ୍ଗ ରେ ମନୋଜ ବି ହସିଦେଲେ ।

--"ତେବେ ବାପା କହିଥିବା କଥା ଆଲୋଚନା କରିବା ?

--" ହଁ କୁହ ।

--"ତୁମେ କାହାକୁ ଆଗରୁ ହଉ କି ପଛରେ ହଉ ଭଲ ପାଇଚ କି ?

--" ଇଏ କି ପ୍ରକାର ଆଲୋଚନା ?

--"ହଁ ଆଗେ ଏଇ ଆଲୋଚନା ?

--" ନା ମୁଁ କାହାକୁ ଭଲ ପାଇନି ।

--"ତେବେ ମୋ ପର ଆଲୋଚନା ବାପା ତୁମ ସାଙ୍ଗରେ କରିବେ ।

--"ବସ ମୁଁ ବାପା ଙ୍କୁ ପଠାଇ ଦଉଚି !!

ଅନୁ ଘର ଭିତରକୁ ଚାଲି ଗଲେ ।ମନୋଜ ଚାହିଁ ଥିଲେ ତାଙ୍କ ଚାଲି କୁ ଆଉ ଭାବୁଥିଲେ ,ଅପେକ୍ଷା ଆଉ ପରିଶ୍ରମର ଫଳ ଏବଂ ସମସ୍ଯାର ସମାଧାନ ଡେରିରେ ମିଳିଥାଏ କିନ୍ତୁ ନିଶ୍ଚିତ ଭଲ ମିଳିଥାଏ ।

ଅଙ୍କଲ ଆସି ମୋ ପାଖରେ ପଡିଥିବା ଗୋଟିଏ ଚେୟାର ଉପରେ ବସି ପଡିଲେ ଆଉ କହିଲେ - --"ପ୍ରଥମେ ମୋର ଗୋଟିଏ ଛୋଟିଆ କଥା ଶୁଣ ।ତା ପରେ ମୋ ପ୍ରଶ୍ନର ଉତ୍ତର ଦବ ।--" ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରନ୍ତି ନାହିଁ କି କେବେ ଶାନ୍ତିରେ ମଧ୍ୟ ରହି ପାରନ୍ତି ନାହିଁ ।

ତୁମ ପୂର୍ବରୁ ମୁଁ ଜଣଙ୍କୁ ମୋ ଝିଅ ପାଇଁ ଭଲ ପିଲା ଭାବି ଠିକ୍ କରିଥିଲି । କିନ୍ତୁ ସେ ସବୁ ସମୟରେ ମୋ ପାଖରେ ପରିସ୍ଥିତି ର ବାହାନା ଦେଖାଇ ବିଭା ଘର ପରେ ହବ କହି ମୋର ସମସ୍ତ ସୁବିଧା ସୁଯୋଗ ନେଉଥିଲେ । ଥରେ ମୋ ଝିଅ ଅନୁ କିପରି ତାର ପଛକଥା ସବୁ କାହାଠାରୁ ଖବର ପାଇଲା ।ସେ ଖାଲି ବିଭା ହେଇ ନଥିଲା !! ତାର ଗୋଟିଏ ପୁଅ ବି ଥିଲା ।

ତେଣୁ ମୁଁ ଆଜି ତୁମଙ୍କୁ ଦେଖିବା ପରେ ତୁମେ ମତେ ବହୁତ ଭଲ ଲାଗିଲ ଆଉ ସାଧାରଣ । ମୋ ଝିଅକୁ ତୁମେ ଯୋଗ୍ୟ ବିବେଚିତ ହେବ ବୋଲି ମୁଁ ଦୃଢ଼ ମନୋଭାବ ରଖିଛି । ତୁମର ମତ କଣ ??

--" ମୋ ବାପାଙ୍କ ମତରେ ମୁଁ ଏକ ମତ ।

--"ହଁ ମୁଁ ଯାଣିଛି ଆଉ ବାପା ଙ୍କ ସାଙ୍ଗରେ ତୁମ ଆଗରୁ ଆଲୋଚନା କରିଛି । କିନ୍ତୁ ତୁମର ଅନ୍ୟ କୌଣସି ଝିଅ ପାଖରେ ମନ ବଳିନିତ ?

ଏ ପ୍ରକାର ପ୍ରଶ୍ନ ଶୁଣି ମନୋଜ ଲାଜେଇ ତଳକୁ ଚାହିଁ କହିଲେ--

--" ନାଇଁ ଆଜ୍ଞା ।

--"ତେବେ ମୋ ଝିଅ ତୁମର ପସନ୍ଦ ବୋଲି ମୁଁ ଭାବିବି ତ ??

--"ଆଜ୍ଞା । କହି ମନୋଜ ତଳକୁ ଚାହିଁ ରହିଲେ ।ଆଉ ଅଙ୍କଲ ହସି ହସି ଉଠି ଚାଲିଗଲେ ।

ଠିକ୍ ଏଇ ସମୟରେ ଅନୁ ଗୋଟିଏ ହାତରେ ମିଠା ଡ୍ରିଂକ୍ସ ଆଉ ଗୋଟାଏ ହାତରେ ପିତା ଡ୍ରିଂକ୍ସ ଧରିକି ହସି ହସି ଆସିଲେ ।ଆଉ ମନୋଜ କୁ କହିଲେ --" ନିଅ ଗୋଟିଏ ପି ଦିଅ । ମନୋଜ ଚାହିଁଲେ ଦୁଇ ଗ୍ଲାସକୁ, ଆଉ ଯୋଉଟା ମିଠା ସେଇଟା ଉଠାଇଲେ

କହିଲେ-

--" ଆଗେ ତୁମେ ନିଅ ଅନୁ । ତୁମେ ଯାହା ପିବ ମୁଁ ସେଇଆ ପିବି । ତୁମେ ଅଲଗା ପିଅନାହିଁ । ତୁମ ମତାମତ ମୋ ପାଇଁ ଠିକ୍ ।ମୁଁ ତୁମ ସ୍ବଇଚ୍ଛାରେ ସ୍ବର୍ଗ ସୁଖ ଅନୁଭବ କରିବି ।

--" ମୁଁ ଯଦି ମନା କରେ ?

--" ତେବେ ମୁଁ ତୁମ ଯୋଗ୍ୟ ନୁହେଁ ବୋଲି ଭାବିନେବି ।

--" ମୁଁ ମନାକଲେ ତୁମ ମନ ଦୁଃଖ ହବନି ତ ?

--" ମନତ ପ୍ରଚୁର କଷ୍ଟ ପାଇବ କିନ୍ତୁ ତୁମ ଖୁସିରେ ମୁଁ ଦୁଃଖ ରେ ବି ଖୁସି ପାଇବି ।

--" ସତେ ନା କଣ ?

କାଇଁ ଆଗରୁ ତ ଆମେ କେହି କାହାକୁ ଭଲ ପାଇନେ ??

ତେବେ ଏତେ ଭଲ ପାଇବା କିପରି ମୋ ପ୍ରତି ??

ମୁଁ ଭଲ କି ମନ୍ଦ ନ ଯାଣି ଆଜି ଜୀବନର ମସ୍ତବଡ ନିଷ୍ପତି ନେଇଗଲ ଯେ !!

--" ତୁମ ଖୋଲା କଥା ମତେ ଆପଣାର କରିଛି ।

--"ଓଃ ତେବେ ମତେ ଦେଖି ପସନ୍ଦ କରି ନ ?

ମୋ କଥାରେ ମତେ ପସନ୍ଦ କରିଛ ??

--" ତୁମ ଋପରେ ମୁଁ ପାଗଳ । ତୁମଙ୍କୁ ବିଭା ହେଲେ ମୁଁ ତୁମ ସେବା କରିବି । ତୁମ ପାଦ ଏତେ ସୁନ୍ଦର ଯେ ମୁଁ ସେ ପାଦକୁ ଜମିରେ ରଖିବାକୁ ଦେବିନି । ଖଟରୁ ତଳକୁ ଓହ୍ଲାଇ ବାକୁ ଦେବିନି । ସବୁ ମୋ ହାତରେ ତୁମ ର ସେବା କରିବି । ଥାଉ .....ଥାଉ ....କହି ଅନୁ ମନୋଜ ପାଟିରେ ହାତ ଦେଇଦେଲେ । ସେ ହାତ ସ୍ପର୍ଶ ମନୋଜ ଓଠ କୁ ଶିହରଣର କ୍ଷିପ୍ର ବିଜୁଳି ମାରିଲା ।

ମନୋଜ ଅନୁଭବ କଲେ ପ୍ରେମ କଣ ? ଓଠରେ ପ୍ରଥମ ନାରୀ ସ୍ପର୍ଶ ରେ ଯେମିତି ମନୋଜ ପ୍ରେମ ସାଗରରେ ବୁଡି ଗଲେ ସେମିତି ଅନୁଭବ କଲେ । ଆଉ ମଧ୍ୟ ଅନୁଙ୍କର ଆଗୁଆ ପ୍ରସ୍ତାବ ତାଙ୍କୁ ବହୁତ ଖୁସି ଦେଲା

ସମୟକ୍ରମେ ଅନୁ ଆଉ ମନୋଜ ବିବାହ ବନ୍ଧନରେ ବାନ୍ଧି ହେଇଗଲେ । ମନୋଜ ବାପା ବୋହୂ କୁ ଦେଖି ଭାରି ଖୁସି ।ଆଉ କହିଲେ ସମୁଦି ତୁମେ ଆଉ ମୋ ସାଙ୍ଗ ନୁହଁ । ମୋ ବୋହୂ ର ବାପା ଆଉ ମୋ ପୁଅର ବି ବାପା । ହସି ଉଠିଲେ ଦୁଇ ସମୁଦି ।

ଘର ଟି କୋଳାହଳ ସୃଷ୍ଟି କରୁଥିଲା ।

ଅନୁ ବାସ ର ରାତି ଫୁଲ ସଜ୍ଜିତ ପଲଙ୍କ ଉପରେ ବସି ମନୋଜ କୁ ଅପେକ୍ଷା କରିଥିଲେ କିନ୍ତୁ ମନୋଜ ଘର ଭିତରକୁ ଆସୁ ନାହାନ୍ତି । ଦୁଆର ମୁହଁ ରେ ଗୋଟିଏ ଚେୟାର ରେ ବସି କୁଆଡେ କୁଆଡେ ଅନାଉ ଛନ୍ତି ।

ଅନୁ ମନୋଜ କୁ ଦେଖି ତାଙ୍କ ପାଖକୁ ଯାଇ କାନ୍ଧରେ ହାତ ରଖି କହିଲେ ଘର ଭିତରକୁ ଆସି ବେନି ??

ମନୋଜ ଦେଖୁଥିଲେ ଅନୁର ମୁକ୍ତା ଝରା ମୁହଁ ଟିକୁ !!

କେତେ ସୁନ୍ଦର ଗଢିଚି ସତେ ଷଠି ।ଏତେ ସୁନ୍ଦର ଝିଅ କଣ ସତରେ ଥାନ୍ତି ??

--" ହେଇ କଣ ଭାବୁଛନ୍ତି ??

--" ଆରେ ତୁମେ ମତେ ତୁ ବୋଲି କୁହ !!

ଏ ତମେ ଆପଣ ମତେ ଭଲ ଲାଗୁନି ।

--" ଆରେ ଘରକୁ ଆସୁ ନ ??

--" ମତେ ଭାରି ଭୟ ଲାଗୁଛି ।

--" କାହିଁକି ମ ??

--" ତୁମ ଋପ ଆଉ ତୁମ ଆଦର ମତେ ବହୁତ ଆପଣାର କରିଛି । କିନ୍ତୁ କାଳେ ତୁମଙ୍କୁ ମୋ ଠାରୁ କିଏ ଛଡାଇ ନବ ସେଇ ଭୟ ଲାଗୁଛି ।

--" ହଉ ହେଲା ଆସ ନାଇତ ମୁଁ ଯାଉଛି ବାହାରକୁ ବାପା କଂ ସାଙ୍ଗ ରେ ଗପିବି ।

ମନୋଜ ଉଠି ଛିଡା ହେଇ ଅନୁର ହାତ ଟି ଅତି କୋମଳତାର ସହ ଧରିକି ନିଜ ଓଠରେ ଲଗାଇଲେ ଆଉ ମନୋଜ ଙ୍କ ଓଠର ସ୍ପର୍ଶ ଅନୁଙ୍କୁ ଅନୁଭବ କରାଇଲା ପ୍ରେମ କଣ ? ବାମ୍ଫେଇ ଗଲା ଅନୁର ଦେହ ।

ନଭେମ୍ବର ମାସ ଥଣ୍ଡା ରେ ବି ଅନୁ ଝାଳରେ ଗାଧେଇ ପଡିଲେ ।ପାଠ ଆଉ ଚାକିରି ଭିତରେ ପ୍ରେମ କଣ ଯାଣିହେଇ ନଥିଲା !! ଆଜି ପ୍ରଥମ ପ୍ରେମ ସୁଧା ବିନ୍ଦୁରେ ଦୁଇଜଣଯାକ ଗାଧେଇ ପଡିଲେ । ଆସ୍ତେ କରି ଘରର କବାଟ ମନୋଜ ବନ୍ଦ କଲେ । ଆଉ ଅନୁର ହାତ ଧରି ଟାଣି ଆଣିଲେ ତାଙ୍କର ବିଶାଳ ଛାତି ଉପରକୁ ।ଚପର ଚପର ଗପୁଥିବା ଅନୁ ପୁରା ନିସ୍ତବ୍ଧ ହୋଇଯାଇଛି ମନୋଜଙ୍କ ଛାତି ଉପରେ ।ଆଉ ସ୍ବର୍ଗ ସୁଖ ର ସ୍ବାଦ ଚାଖୁଛନ୍ତି । କୋଠରୀ ଭିତରେ ମିଞ୍ଜି ମିଞ୍ଜି ଦୀପ ଜଳୁଛି । ସ୍ବଳ୍ପ ଲାଇଟ୍ ରେ ଦୁଇ ଜଣ ଯାକ ଦୁଇଜଣଙ୍କୁ ଅନୁଭବ କରୁଛନ୍ତି ।

ଅନୁ ର ଦୁଇବର୍ଷ ର ପୁଅଟିଏ ହେଇଛି । ମନୋଜ ଙ୍କ ପ୍ରେମର ପ୍ରତୀକ । ପୁଅ ଟିକିଏ ବଡ ହେଇ ଯିବାରୁ ଅନୁ ବାହାରି ପଡିଲେ ମହାରାଷ୍ଟ୍ରରେ କମ୍ପାନୀର ଭଲ ମନ୍ଦ ବୁଝି ବାକୁ । ମନୋଜ ମନା କରୁଥିଲେ । କହିଲେ ରୁହ ମୁଁ ଛୁଟି ଆଣେ ତୁମେ ଆଉ ମୁଁ ସାଙ୍ଗ ହେଇକି ଯିବା । କିନ୍ତୁ ଅରୁଣ ଫୋନ୍ କରି କହିଲେ କି ମ୍ୟାଡମ୍ ଆମ ପିଲା ବହୁତ ଚୋରି କରି କମ୍ପାନୀର ଖରାପ ଅବସ୍ଥା କରି ସାରିଲେଣି ।ଆପଣ ଶିଘ୍ର ଆସନ୍ତୁ ।

ଅନୁ ମନୋଜ କୁ କହିଲେ ତୁମେ ଆଉ ବାପା ମିଳିମିଶି ମୋ ପୁଅର ଯତ୍ନ ନଉଥିବ । ମୁଁ କିଛି ଗୋଟିଏ ବ୍ୟବସ୍ଥା କରି ଶିଘ୍ର ପଳାଇ ଆସିବି ।

ବାସ୍ ପ୍ଲେନ ରେ ଚାଲି ଗଲେ ।ପହଞ୍ଚି ଫୋନ୍ କରିଥିଲେ ଯେ ଭଲରେ ପହଞ୍ଚି ଛନ୍ତି ।କିନ୍ତୁ ଯିବା ର ଦୁଇ ଦିନ ବିତି ଗଲେବି ଅନୁ ଆଉ ଫୋନ୍ କରି ନଥିଲେ । ମନୋଜ ଅସ୍ତବ୍ଯସ୍ତ ହେଇ ଦୁଇ ବାପାଙ୍କ ପାଖରେ ପୁଅ କୁ ଛାଡି ଅନୁ ପାଖକୁ ଚାଲି ଗଲେ ।

କମ୍ପାନୀ ରେ ଅନୁ ପହଞ୍ଚି ନାହାନ୍ତି !! ଶ୍ରମିକ ପିଲା ଙ୍କ ଠାରୁ ବୁଝି ବା ପରେ ଅରୁଣ ଙ୍କୁ ଖୋଜି ଲେ ମନୋଜ । ପାଇଲେ ନାହିଁ । ସେଠିକାର ପୋଲିସ କି ଯାଇ ଜଣାଇଲେ । ପୋଲିସ ପ୍ରଶାସନ ପକ୍ଷରୁ ଲାଗିଗଲା ଅନୁସଂଧାନ । କୋଉଠି କିଛି ଖବର ମିଳିଲା ନାହିଁ ଅନୁଙ୍କର । ଅରୁଣ ବି ନିଖୋଜ ।

ବହୁତ ଖୋଜା ଖୋଜି ପରେ ସେହି କମ୍ପାନୀ ର ପାଖାପାଖି ଗୋଟାଏ ରୁମ ରେ ପଚା ଗନ୍ଧ ଆସୁଛି ବୋଲି ଜଣେ ଆସି ପୋଲିସ କି କହିଲେ । ସଙ୍ଗେସଙ୍ଗେ ପୋଲିସ ତାଲା ଖୋଲି ଦେଖେ ତ ଅନୁ ମରିକି ପଡିଛି । ମନୋଜ ଅନୁର ମୃତ୍ୟୁ ଶରୀର ଦେଖି

ବେହୋସ ହେଇ ଗଲେ । ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଅନୁ ପାଖରେ ଗୋଟିଏ ଚିଠି ପଡିଥିଲା । ଅରୁଣ ଲେଖିଥିଲା --

ଆପଣମାନେ ଏ ଚିଠି ପାଇବା ବେଳକୁ ନା ମୁଁ ଥିବି ନା ଅନୁ ମ୍ୟାଡମ୍ ଥିବେ ।

ମୁଁ ଅନୁ ମ୍ୟାଡମ୍ ଙ୍କୁ ବହୁତ ଭଲ ପାଉଥିଲି ।କିନ୍ତୁ ସେ ମତେ ନ ଜଣାଇ ବିଭା ହେଇ ଗଲେ । ମୋ ପାଦତଳୁ ମାଟି ଖସିଗଲା । ତାଙ୍କ ସୌନ୍ଦର୍ଯ୍ୟ ରେ ମୁଁ ପାଗଳ ଥିଲି !

ଭାବିଲି । ତାଙ୍କୁ ଗୋଟିଏ ଘଣ୍ଟା ପାଇଁ ହଉ ପଛେ ମୁଁ ବିବାହ କରିବି । ଏଇ ପ୍ଲାନିଂ କରି ମୁଁ ତାଙ୍କୁ ଫୋନ୍ କଲି । ସେ ଆସି ସବୁ ଠିକ୍ ଅଛି ଦେଖିବା ପରେ ମତେ ଫୋନ୍ କଲେ । ମୁଁ ତାଙ୍କୁ ଏଇ ରୁମ ର ଆଡ୍ରେସ ଦେଇ କହିଲି ଆସନ୍ତୁ ମୋ ଦେହ ଟିକିଏ ଭଲ ନାହିଁ । ମୋ ପାଖକୁ ଟିକିଏ ଆସନ୍ତୁ ମୁଁ ଆପଣଙ୍କୁ ସବୁ କଥା କହିବି ।ମୋ ପାଖରେ ପହଞ୍ଚିବା ପରେ ମୁଁ ଆଗରୁ ରେଡି କରିଥିବା ନିଶାଯୁକ୍ତ ଚା ତାଙ୍କୁ ଦେଲି ସେ ମନା କରୁଥିଲେ ମୋ ବାଧ୍ୟତାମୂଳକ ଅନୁରୋଧ ରକ୍ଷାକରି ପିଲେ । ଗୋଟିଏ ମିନିଟ୍ ଭିତରେ ସେ ବେହୋଶ ହେଇଗଲେ । ମୁଁ ତାଙ୍କ ସହ ଶାରିରୀକ ସମ୍ପର୍କ ରଖି ବାକୁ ଚେଷ୍ଟା କଲି କିନ୍ତୁ ତାଙ୍କ ର ଅଚଳାବସ୍ଥା ଦେଖି ନିଜେ କାନ୍ଦି ପକାଇ ଥିଲି ।ମୁଁ ତାଙ୍କୁ ବହୁତ ଭଲ ପାଉଥିଲି । ସେଥିପାଇଁ କାଳେ ତାଙ୍କୁ କଷ୍ଟ ହବ ମୁଁ ଏମିତି ମୃତ୍ୟୁ ବାଛିଲି । ସେ ମୋର ନୁହେଁ ତ ଆଉ କାହାର ନୁହେଁ । ତେଣୁ ବେହୋଶ କରି ତାଙ୍କ ଶିର କାଟିଦେଲି । ମୁଁ ନିଜେ ଯାଉଛି ବିଷ ପି ମରିବି !

ମତେ ଖୋଜି ବେନି କି ଖୋଜି ଲେ ପାଇବେନି ।

ଇତି !

ଅନୁ ମୃତ୍ୟୁ ପରେ ମନୋଜ , ତାଙ୍କ ପୁଅ ଆଉ ' ସରୋଜ ଅଙ୍କଲ , ଅନୁ ଙ୍କ ବାପା ଆଉ ନିଜ ବାପା ସମସ୍ତଙ୍କୁ ଏକାଠି କରି ଆସି ଗାଁ ରେ ରହୁଛନ୍ତି । ଚାକିରି ଛାଡି ଦେଇ ଅଧା ପାଗଳ ପରି ଅଛନ୍ତି । ସବୁ ଦିନ ରାତିରେ ଛାତ ଉପରେ ଶୋଇ ହଜାର ନକ୍ଷତ୍ର ମେଳରେ ଅନୁକୁ ଖୋଜନ୍ତି । କାନ୍ଦି କାନ୍ଦି କାନ୍ଧରେ ଥିବା ଗାମୁଛା ଟି ସବୁଦିନ ଭିଜିଯାଏ । ଯାଣିବି ପାରନ୍ତି ନାହିଁ ସେ ନିଜେ ବଞ୍ଚି ଛନ୍ତି ନା ନାହିଁ ।

ତେବେ ଆଜି ଲେଖକ ପଚାରୁଛନ୍ତି " ଅଧିକ ସୁନ୍ଦର ହେବା କଣ ଅପରାଧ ? ଉପଭୋଗ କରି ପାରିବେ ନାହିଁ ତ କଣ ମାରି ଦେବାଟା ଠିକ୍ ?



Rate this content
Log in

Similar oriya story from Romance