Henarani Senapati

Action Inspirational Others

3  

Henarani Senapati

Action Inspirational Others

ଜୀବେ ଦୟା

ଜୀବେ ଦୟା

5 mins
174


ଆଲୋ ହେ ନିଆଁ ଲାଗି , ତୁ ମୋ ଘରୁ ବାହାର ।

ଗୋଟିଏ ବଡ ବେତ ଛାଟ ଧରି ନାଗ ମାଉସୀ ଗୋଡାଇ ଗୋଡାଇ ସେ ମଦର ଇଣ୍ଡିଆ ବିଲେଇର ଶୋଚନୀୟ ଅବସ୍ଥା କରି ସାରିଲାଣି । ବିଚରା ମଦର ଇଣ୍ଡିଆ ପେଟରେ ଛୁଆ ଧରି ଆସିଥିଲା ଗୋଟିଏ ସୁନ୍ଦର ସ୍ଥାନ ଖୋଜିବାକୁ । ନାଗ ମାଉସୀର ଗୋଟିଏ ଭାଡିଅଛି ।କେତେ ଅଳିଆ ମଳିଆ କାଠ ,କୁଟା , ଗଦା ହେଇଛି । ପୁରୁଣା ଲୁଗା ଗଣ୍ଠିଲି କିଛି ଅଛି । ପିଲା ଦେବା ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ । ସେଇ ଭାଡିଟି ।

ସବୁ ଥର ମଦର ଇଣ୍ଡିଆ ସେଇଠି ଛୁଆ ଦିଏ । ନାଗ ମାଉସୀ କିଛି କୁହେନାହିଁ । ଏଥର ତ ଏମିତି ଜଗିକି ବସିଛି ଯେ ଜମା ଛାଡୁ ନାହିଁ । କଣ କରିବ ବିଚାରୀ !

ଆହା , ଯାହା ଘରକୁ ଗଲେ କୋଉଠି ସୁବିଧା ନାହିଁ ।କିଏ ପିଟି ପିଟି ତା କୁନି କୁନି ଛୁଆକୁ ମାରି ପକାଉଛନ୍ତି ତ ,ଆଉ କିଏ ତା ଛୁଆକୁ ଛାତ ଉପରୁ ତଳକୁ ପକାଇ ଦିଅନ୍ତି । ଆଉ କୋଉଠି ଅସୁରକ୍ଷିତ ସ୍ଥାନ ପାଇଁ ସେ କାଳ ଭୁଆଁ ଟା ବଦମାସି କରି ମୋ ଛୁଆକୁ ମାରିଦଉଛି । ସେଥିପାଇଁ ସେ ନାଗ ମାଉସୀ ଘର ବାଛି ନେଇଛି । ନନ୍ଦୁ ମଉସା ତାକୁ ଭାରି ଭଲ ପାନ୍ତି ।ତା କୁନି କୁନି ଛୁଆକୁ କ୍ଷୀର ଦିଅନ୍ତି ।ଆଉ ତାକୁ ମାଛକଣ୍ଟା, ଚିକେନ କଣ୍ଟା ଦିଅନ୍ତି ଖାଇବାକୁ ।କଣ କରିବ ଭାବି କିଛି ଦୂରରୁ ପୁଣି ବୁଲିକି ନାଗ ମାଉସୀର ଭାଡିକି , ମଦର ଇଣ୍ଡିଆ ଚାହିଁଲା । ଟୁଳୁମୁଳୁ ଅବସ୍ଥା ।ଆଉ ଚାଲି ପାରୁନି । ଫେରିକି ଅନାଇଲା ନାଗ ମାଉସୀକୁ । ଦେଖିଲା ନାଗ ମାଉସୀ କାହା ସାଙ୍ଗରେ ଗପୁଛି । ସେ ସେଇ ସୁଯୋଗରେ ପଛ ପଟେ ଲୁଚି ଲୁଚି ବାଡିପଟେ ଯାଇ ଭାଡିରେ ଚଢିଗଲା । ଗୋଟିଏ ଭଲ ସ୍ଥାନରେ ଲୁଚି କି ତା କାମରେ ଲାଗିଗଲା । ନାଗ ମାଉସୀ ଖୋଜି ଖୋଜି ଆଉ ପାଇଲା ନାହିଁ । ଭାବିଲା ପଳାଇଛି । ଘରଭିତରେ ଯାଇ ହାଁ କରି ନାଥୁଲ ହେଇ ବସିଗଲା ନାଗ ମାଉସୀ ।

ପାନ ଭାଙ୍ଗୁଥିଲେ ନନ୍ଦୁ ମଉସା । ଚାହିଁଲେ ମାଉସୀର କାଳିଆ କିଟିକିଟି ଫାଲୁଆ ମୁହଁ ଟାକୁ । ଏତେ ବଡ ସିନ୍ଦୁର ଟୋପାଟା ଝାଳରେ ବୋହି ଯାଇଛି । ସାକ୍ଷାତ ମା କାଳୀ ଠାକୁରାଣୀ ପରି ଦେଖାଯାଉଛି । ହସି ଦେଇ ନନ୍ଦୁ ମଉସା କହିଲେ " କଣ ହେଲା କି ?

--" କଣ ଆଉ ହବ । ସେଇ ଯୋଉ ବିଲେଇ !! ତିନି ମାସରେ ପାଞ୍ଚ ଟା ଛୁଆ ଦିଏ । ଦୁନିଆ ଯାକ ବିଲେଇ ମୟ କରିସାରିଲାଣି । ମୁଁ ତା ନା ମଦର ଇଣ୍ଡିଆ ଦେଇଛି । ସେ ପୁଣି ଆସିଥିଲା , ଟୁଳୁମୁଳୁ ଅବସ୍ଥାରେ ।

ପୁଣି ଛୁଆ ଦବ । ମୁଁ ଆଜି ତାକୁ ପିଟି ପିଟି ବିଦା କରିଦେଲି ।

--"ହେ ଭଗବାନ ! ତୁମେ କଣ ନିଷ୍ଠୁର ହେଇଗଲ ନା କଣ ?ଟିକିଏ ଆସ୍ପତ ପାଇଛି ବୋଲି ଆସୁଛି ।କହିଲ କେତେ କଷ୍ଟ ତାଙ୍କ ଜୀବନ ! ବିଚରା ଛୁଆ ଦେଇ ନିଜେ ଉପବାସ ଦୁଇଦିନ ରହି ଯିବ ଖାଦ୍ୟ ଖୋଜିବ । ତା ପିଲା କୁ କ୍ଷୀର ଦବ । କହିଲ କିଏ ତାଙ୍କ ଦୁଃଖ ବୁଝିବ ।ତୁମେ ନାରୀ । ତା ଦୁଃଖ ତ ବୁଝିବ ନା ?

--" କି କର୍ମ କରିଛି ଆର ଜନ୍ମରେ ସେଥିପାଇଁ ଏ ଜନ୍ମେ ଏମିତି କଷ୍ଟ ପାଉଛି । ଭଲ କାମ କଲାନି ପୂର୍ବ ଜନ୍ମ ରେ ।

--" ହଁ ତମେ ଯେମିତି ଭଲ କାମ କରୁଛ । ଗର୍ଭବତୀ ବିଲେଇକି ବାଡେଇକି ! ବିଚରା କେତେ କଷ୍ଟ ପାଉଥିବ ପିଲା କୁ ପେଟରେ ରଖି ।ତା ଦେହରେ ତୁମେ ତାକୁ ମାରିଲ ! କହିଲ ସମସ୍ତେ ମାରିଲେ ସେ କୁଆଡେ ଯିବ !

--" ଭଗବାନ ଜନ୍ମ ଦେଇଛନ୍ତି ସେ ବୁଝିବେ ମ ।

--" ଭଗବାନ ଜନ୍ମ ଦେଇଛନ୍ତି । କର୍ମ ନେଇ ଜନ୍ମ ।ଯଦି ଏ ଜନ୍ମ ରେ ସେ କିଛି ଭଲକାମ କଲା ତେବେ ଉଦ୍ଧାର ପାଇଯିବ । କିନ୍ତୁ ମଣିଷ ଯେ ସମସ୍ତ ସୁଖର ଅଧିକାରୀ । ସେ ଭଲକର୍ମ କରି କି ଆସିଛି ଏହା ବି ଭାବିବା ଠିକ୍ ନୁହେଁ । ଏଇଠି ଏଇ ତୁମେ ଯେମିତି କଲ ।ବିଚରା ବିଲେଇକି ପିଟିଲ ।ତେବେ ସେ କୋଉଠି କି ଯିବ ? ସମସ୍ତେ କହିବେ ତୁ ଆମ ଚକମକିଆ ଘର ଅସନା କରୁଛୁ ବାହାରେ । ସେ ବିଲେଇ କୁଆଡେ ଯିବ । ସମସ୍ତିକଂଠାରୁ ମାଡ ଖାଇ କାନ୍ଦିବ ।କାନ୍ଦି କି ଆଉଁ....ଆଉଁ....ହେଇ ଗାଳି ଦବ । ଭଗବାନ ଦେଖିବେକିଏ ଏମିତି ନିଷ୍ଠୁର ! ଦୟା କାହା ପାଖରେ ନାହିଁ । ଯିଏ ଦୟା ଦେଖାଇବ ଜୀବ ପ୍ରତି । ସବୁ ଜୀବ ।ବିଲେଇ , କୁକୁର , ଗାଈ । ଛେଳି , ମେଣ୍ଢା ଇତ୍ୟାଦି ସବୁ ଜୀବଜନ୍ତୁ , ଆଉ ପକ୍ଷୀ , ଗଛ, ଲତା , ଇତ୍ୟାଦିକୁ ଯିଏ ମୂଲ୍ୟବାନ ଭାବେ । ଜୀବେ ଦୟା ଦେଖାଏ ସେ ବୈକୁଣ୍ଠ ପ୍ରାପ୍ତି ହୁଏ ।ଆଉ ଏ ପାପ ଜନ୍ମ ସେ ପୁନର୍ବାର ପାଏ ନାହିଁ ।


--" ଆଛା !! ତୁମେ ଏ ସବୁ କିପରି ଯାଣିଲ ?? ମତେତ କେବେ କହି ନ । ମୁଁ ତ ପାପ କରିଦେଲି । ତାକୁ ବାଡେଇକି । ହେ ସତରେ ଭଗବାନ ଦେଖିଥିବେ ?ମତେ କଣ ଦଣ୍ଡ ଦେବେ , ତୁମେ ଯାଣିଛ କି ?

--" ହଁ ମ । ଅଧିକ କିଛି ଦଣ୍ଡ ନାହିଁ ।ଆର ଜନ୍ମ ରେ ତୁମକୁ ବିଲେଇ ନାଇତ କୁକୁର ଜନ୍ମ ଦେବେ ।ତୁମେ ଏମିତି ଛୁଆ ଦେଇ ତୁମ ବଂଶ ଯେତେ ବଢେଇ ପାରିବ ତୁମ ପାପ ସେତେ କମିବ ।


ସଙ୍ଗେସଙ୍ଗେ ନାଗ ମାଉସୀର ଆଖିରୁ ଲୁହ ବୋହି ଆସିଲା । ସେ ଠାକୁର ଙ୍କ ଉଦ୍ଦେଶ୍ୟ ରେ କହିଲା :-


--" ହେ ପ୍ରଭୁ ! ତୁମେ ଦେବତାମାନଙ୍କୁ , ୠଷିମାନଙ୍କୁ , ଅସୁର ଅଶୁରୁଣି ଙ୍କ କବଳରୁ ରକ୍ଷା କରିବା ନିମନ୍ତେ ମତ୍ସ୍ୟରୂପ ଧାରଣ କରିଥିଲ ଏବଂ ପ୍ରଳୟସାଗରରେ ସ୍ୱଚ୍ଛନ୍ଦରେ ବିହାର କରିଥିଲ । ତୁମର ସେହି ମତ୍ସ୍ୟରୂପକୁ ମୁଁ ପ୍ରଣାମ କରୁଛି । ତୁମେ ମଧୁ ଓ କୈଟଭ ନାମକ ଦୁଇ ଅସୁରଙ୍କୁ ସଂହାର କରିବା ନିମନ୍ତେ ହୟଗ୍ରୀବ ଅବତାର ଗ୍ରହଣ କରିଥିଲ । ତୁମର ସେହି ରୂପକୁ ମୁଁ ପ୍ରଣାମ କରୁଛି । ଆଜି ମୁଁ ମହା ବିପଦରେ ପଡିଛି । ମୋ ମଦର ଇଣ୍ଡିଆ କୁ ମୁଁ ପିଟିପିଟି ଆଜି ଘରୁ ବାହାର କରି ଦେଇଛି । ସେ କୋଉଠି ଅଛି ତାକୁ ତୁମେ ଆଜି ରକ୍ଷା କର। ତୁମେ ହିଁ ପୃଥିବୀକୁ ଉଦ୍ଧାର କରିବା ନିମନ୍ତେ ବରାହରୂପ ଧାରଣ କରିଥିଲ

। ଆଜି ମୋ ଉପରେ ଦୟା କରି ମୋ ମଦର ଇଣ୍ଡିଆ କୁ ଉଦ୍ଧାର କର । ମୋ ଭାଡିରେ ଆଣି ଛାଡି ଦିଅ । ମୁଁ ତୁମଙ୍କୁ ମୋର ଭୁଲ୍ ପାଇଁ କ୍ଷମା ମାଗୁଛି । ତୁମଙ୍କୁ ମୁଁ ବାରମ୍ବାର ପ୍ରଣାମ କରୁଛି ପ୍ରଭୁ । ମୋ ଦୁଃଖ ବୁଝ ।ମୁଁ ମୋ ଜୀବନ ଥିବା ପର୍ଯ୍ୟନ୍ତ ଆଉ କୌଣସି ଜୀବ ଜନ୍ତୁ ଙ୍କୁ ମାରିବି ନାହିଁ । କ୍ଷମା କରନ୍ତୁ ।


ନନ୍ଦୁ ମଉସା ହଲାଇ ଦେଲେ ନାଗ ମାଉସୀକୁ । କହିଲେ ପଛକୁ ଦେଖ ।


--" ହେ ମା !! ସଙ୍ଗେସଙ୍ଗେ ଭଗବାନ ମୋ ଦୁଃଖ ଶୁଣିଦେଲେ । ମୋ ମଦର ଇଣ୍ଡିଆ କୁ ମୋ ଘରକୁ ଫେରେଇ ଦେଲେ ।

--" ମିଆଁଉ....ମିଆଉଁ ....

--" ହେ ତୋ ପେଟ କଣ ଲାଗି ଯାଉଛି । ଛୁଆ କୋଉଠି ଦେଲୁ !! ରହ ଗରମ କ୍ଷୀର ଟିକିଏ ଆଣୁଛି ପିକି ଯିବୁ ।

ନନ୍ଦୁ ମଉସା ହସି ହସି କହିଲେ--" ହେ ଦେଖିଲଣି ?

ଆମରି ଭାଡିରେ ମଦର ଇଣ୍ଡିଆ ପୁଣି ପାଞ୍ଚ ଟା ଛୁଆ ଦେଇଛି । କଳା ଦୁଇଟା, ଧଳା ଦୁଇଟା, ଗୋଟିଏ ମାଟିଆ ।

--"ହେ ଭଗବାନ !! ନାଗ ମାଉସୀ କ୍ଷୀର ବିଲେଇକି ପିବା କୁ ଦେଇ କହିଲେ ଭଗବାନ ସତରେ ମୋ କଥା ଶୁଣିଲେ । ନିରୀହ ବିଲେଇ ଟିକୁ ମୋ ଭାଡିରେ ଆଣି ରଖିଦେଲେ । ବିଲେଇ କି ଅନାଇ ନାଗ ମାଉସୀ ପଚାରିଲା କ୍ଷୀର ଭଲ ଲାଗୁଛି ?

ଅତି ଭୋକିଲା ବିଲେଇଟି ତର ତର ହେଇ କ୍ଷୀର ପିବା ସମୟରେ ଟିକିଏ ନାଗ ମାଉସୀର ମୁହଁକୁ ଅନାଇ କହିଲା " ମି ....ଆ ....ଉଁ .....ମିଆଉଁ ....

ନନ୍ଦୁ ମଉସା ଆଉ ନାଗ ମାଉସୀ ଏକ କାଳିନ ହସି ଉଠିଲେ ହା.....ହା......ହା......

ସଙ୍ଗେସଙ୍ଗେ ବିଲେଇବି ମି....ଆ....

ଉଁ ......


Rate this content
Log in

Similar oriya story from Action