Henarani Senapati

Crime Inspirational Others

4.5  

Henarani Senapati

Crime Inspirational Others

ଆସନ୍ତାକାଲି

ଆସନ୍ତାକାଲି

9 mins
503


       ଆସନ୍ତାକାଲି ସକାଳ ଦଶଟା ରେ "ସୁମିତ୍ରା " ବୀର ସୈନିକ ବରାଳ ମିଶ୍ର ଙ୍କ ଧର୍ମ ପତ୍ନୀ , ଅଫିସ୍ଆଲି କ୍ଲର୍କ ଭାବରେ ଯୋଗ ଦେବେ । ସ୍ବାମୀ ବରାଳ ଶତ୍ରୁ ପକ୍ଷ ବୋମା ବିସ୍ଫୋରଣରେ ଶହୀଦ ହେବା ପରେ ସୁମିତ୍ରା ଙ୍କୁ ସରକାରୀ ସାହାଯ୍ୟ ପ୍ରାପ୍ତି ରେ ଯାହା ପ୍ରାପ୍ତ ତାହା ମିଳିଲା । ତା ପରେ ଶାଶୁ ଆଉ ତାଙ୍କର ଛୋଟ ପୁଅର ରକ୍ଷଣାବେକ୍ଷଣା ପାଇଁ ତାଙ୍କୁ ସରକାରୀ ଚାକିରି ଟିଏ ଦେଇଛନ୍ତି ।ଆସନ୍ତା କାଲି କାର୍ଯ୍ୟାଳୟ ରେ ସୁମିତ୍ରା ଯୋଗ ଦେବେ । ଅପେକ୍ଷା ରେ ସମସ୍ତେ ଅଛନ୍ତି।


ରାତି ପାହିଲା ,କାଉ ଭାବିଲା , କଅଁଳ ସୂର୍ଯ୍ୟ କିରଣ ସୁମିତ୍ରା ର ସ୍ବାମୀ ଙ୍କୁ ହରାଇବାର ଦୁଃଖ ରେ କିଛି ମନ ବୁଝି ବାର ଆଶା ମନକୁ ଆନ୍ଦୋଳିତ କରୁଥାଏ । ସେ ଖାଲି ବିଚଳିତ ହେଉଥାଏ ।କଣ କରିବ ! କିପରି ବାହାରେ ଯାଇ କାମ ସମାପନ କରିବ । ସ୍ବାମୀ ଯିବାର ଆଜକୁ ମାତ୍ର ଗୋଟିଏ ମାସ ହେଲା ।ୟା ଭିତରେ ଏତେ ସରକାରୀ ଆଇନ କାନୁନ ଯେ ସବୁ ଦିନ ଛୋଟ ପୁଅ "ଅଂଶ "କୁ ଧରି ଅଫିସ୍‌କୁ ଆସିବାକୁ ପଡୁଥିଲା । ସ୍ବାମୀ ଶହୀଦ ହେବା ପରେ ସେ ଟିକିଏ ସମୟ ପାଇ ନାହାନ୍ତି ତାଙ୍କ ପାଇଁ ଭଲକରି ଟିକିଏ ମନଖୋଲି କାନ୍ଦିବେ ବୋଲି ।ଆଜି ପୁଣି ଅଫିସ୍ ଜଇନଂ କରି କାମ ସମ୍ଭାଳିବାକୁ ପଡିବ । ଏପଟେ ଶାଶୁ ବହୁତ ଦୁର୍ବଳ ।ଯାହା ଟିକିଏ ଥିଲେ ପୁଅ ଯିବା ଦୁଃଖ ରେ ସେ ସମ୍ପୁର୍ଣ୍ଣ ଭାଙ୍ଗି ପଢିଛନ୍ତି ।ପୁଅ ଅଂଶ କିପରି ତାଙ୍କ ପାଖରେ ରହିବ ସେଇ ଚିନ୍ତା ।ସକାଳ ଖାଇବା ଖାଇ ଟିଫିନ ନେଇ ସ୍କୁଲ ଯାଇଛି ।ଆସିଲେ ପୁଣି ଖାଇବ ତାର କେବେ ବରାଦ ।ସବୁ ମା କରିପାରିବେ ତ ? ?

ଏଇ ଭାବନାରେ ଥିଲେ ସୁମିତ୍ରା ।ଶାଶୁ ଧିରେ ଧିରେ ଆସି ସୁମିତ୍ରା ର ମୁଣ୍ଡ ରେ ହାତ ମାରି କହିଲେ-

-"ମା ରେ ତୁ ତୋ ପୁଅ ଚିନ୍ତା କରନା ।ମୁଁ ତା କଥା ସବୁ ଭଲରେ ବୁଝିପାରିବି ।ତୁ ଏତେ ବଡ ଅଫିସ୍ ରେ କିପରି ଭଲରେ କାମ କରି ଘରକୁ ଆସିବୁ ମୋର ସେଇ ଚିନ୍ତା ।

-"ନା ମା ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଆପଣଙ୍କ ଆଶୀର୍ବାଦ ରୁ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବି ବୋଲି ସୁମିତ୍ରା ଶାଶୁ ମାଆଙ୍କୁ କହିଲା ଆଉ ଜୋରେ କାନ୍ଦି ପକାଇ କହିଲା ସେ ଥିଲେ ଆଜି ବାହାର କୁ ଗୋଡ କାଢି ନଥାନ୍ତି ।

ଶାଶୁ ଅନ୍ତରର ଦୁଃଖ ଅନ୍ତରରେ ରଖି ବୋହୂ କୁ ବୁଝାଇ ସୁଝାଇ କହିଲେ-

--" ବୁଝିଲୁ ସୁମିତ୍ରା ଜୀବନ ରାସ୍ତା ର ସଡକ ସିଧା ହୋଇ ନଥାଏ । ପାଦେ ପାଦେ କେ ମୋଡ଼ ନିଶ୍ଚିତ ଆସିଥାଏ । ଆଉ ଏ ଜୀବନ ବି ଆମର ବିବାଦପୂର୍ଣ୍ଣ ।ସବୁ କ୍ଷେତ୍ରରେ ବିପଦ । ତାକୁ ଧର୍ଯ୍ୟର ସହିତ ମୁକାବିଲା କରିବା କଥା । ମୁଁ ଯାଣିଛି ମୋ ପୁଅ ବହୁତ ସାଧା ସିଧା ଅଫିସର୍ ଟିଏ ଥିଲା ।କାହାରି ମନରେ ଦୁଃଖ ଦିଏନି ।ତୁ ତାର ସ୍ତ୍ରୀ ହିସାବରେ ତତେ କେହି କେବେ ଖରାପ ବ୍ୟବହାର କରିବେ ନାହିଁ ।ତୁ ନିଶ୍ଚିତ ରେ ଅଫିସ୍ ଯା ।

     -"ମନ ସମସ୍ତଙ୍କର ଭଲ ହୋଇଥିଲେ କଣ ହେବ ମା ଭାଗ୍ୟଟା ତ ମୋର ଖରାପ !! ଆପଣଙ୍କ ପୁଅ ସତ୍ୟକୁ ଭଲ ପାଉଥିଲେ , ସତ୍ୟର ପଥରେ ଚାଲୁଥିଲେ , ଦେଖନ୍ତୁ , ଈଶ୍ବର ସର୍ବାଧୂକ ପରୀକ୍ଷା ତାଙ୍କର ନେଲେ ।ଅସହ୍ୟ ଯନ୍ତ୍ରଣାକ୍ଳିଷ୍ଟ ମୃତ୍ୟୁ ତାଙ୍କୁ ଦେଲେ ! ଆପଣ କୁହନ୍ତି " ଭଲ ମଣିଷ କୁ ପ୍ରତିଟି ପରିସ୍ଥିତିରେ ଈଶ୍ବର ତାଙ୍କୁ ଛାଇ ଭଳି ଜଗିଥାନ୍ତି ! ତାର ପ୍ରତିଟି ଦୁଃଖ ରେ ସୁଖରେ ସାଥ ଦେଇଥାନ୍ତି । ଆପଣଙ୍କ ପୁଅକୁ କଣ ଦେଲେ ଭଗବାନ ? ତାଙ୍କ ପାଖରେ ମାର୍ଜିତ ବ୍ୟବହାର ଓ ସଂସ୍କାର ଥିଲା ।ସେ ଦେଶ ପ୍ରେମି ଥିଲେ ।କିନ୍ତୁ ଦେଖନ୍ତୁ ଭଗବାନ ତାଙ୍କୁ ଆମ ପାଖରୁ ଅଧା ରାସ୍ତା ରୁ ଭିଡିନେଲେ । କିପରି ଏ ଭଗବାନ ମା !! ଯିଏ ଖରାପ ସିଏ ଭଲରେ ରହୁଛି ।ଯିଏ ଭଲ ତାକୁ ଭଗବାନ ଆଗେ ନେଇ ଯାଉଛନ୍ତି ।


ଏଇ କଥା ଭିତରେ ରାମାକାନ୍ତ ବାବୁ ସୁମିତ୍ରା ର ବାପା ଆସି ପହଞ୍ଚିଲେ ।ଆଉ ଶିଘ୍ର ବାହାରିବା ପାଇଁ ସୁମିତ୍ରା କୁ କହିଲେ ।

-" ଆଜି ଟିକିଏ ଶିଘ୍ର ଯିବାକୁ ପଡିବ ମା ।ନୂଆ ହେଇ ଯାଉଛୁ , କୋଉଠି ତୋର କାମ , କୋଉ କୋଠରି ରେ ତୋର ସିଟ୍ ପଡିଛି ସବୁ ଖୋଜିବାକୁ ପଡିବ ।

-"ହଁ ବାପା ତୁମେ ଗାଡି ଷ୍ଟାଟ୍ କର ମୁଁ ଆସୁଛି ।

କହି ସୁମିତ୍ରା ଯାଇ ଘରୁ କାନ୍ଧପକା ବ୍ୟାଗ ଟା ଧରି ଆସିଲା ଆଉ ଶାଶୁ ମା ଙ୍କୁ ପ୍ରଣାମ ପକାଇ ଆଖିରେ ଆଖିଏ ଲୁହ ଧରି ଅଫିସ୍ ବାହାରି ଗଲା । ବାପା ସାଙ୍ଗରେ ଯାଇ ସେଠି ଉଚ୍ଚସ୍ତରୀୟ ଅଫିସରଙ୍କୁ ଦେଖା କରାଇ ସୁମିତ୍ରା ର ଅଫିସ୍ କାମ କୋଉଠି, କଣ , ସବୁ ବୁଝାଇ ଦେଇ ଘରକୁ ଚାଲିଗଲେ ।ସଂଧ୍ୟା ରେ ଯାଇ ନେଇ ଆସି ତା ଶାଶୁ ଘରେ ଛାଡ଼ିଲେ । ସୁମିତ୍ରା ର ବାପା ଙ୍କ ଘର ସେଇ ପାଖରେ । ରମାକାନ୍ତ ବାବୁ ଘରକୁ ବାହାରି ଛନ୍ତି ସମୁଦୁଣି ଚା କପ୍ ଟିଏ ଆଣିକି ଦେଲେ । ଭାରି ବ୍ୟସ୍ତ ହେଇ ରମାକାନ୍ତ ବାବୁ କହିଲେ ସମୁଦୁଣି ତୁମେ ଏ ବୟସରେ କାହିଁକି ଏମିତି କଷ୍ଟ କରୁଛ । ସୁମିତ୍ରା ନ ଥିବା ସମୟରେ ତୁମେ ତୁମ ନାତୀ କଥା ବୁଝିବ । ଯାହା ନିହାତି ଆବଶ୍ୟକ ସେତିକି କରିବ । ସୁମିତ୍ରା ଅଫିସ୍ ରୁ ଆସିଲେ ସବୁ କରିବ ।ତାକୁ କିଛି କିଛି ଘର କାମ ବି ଦବ । ନାଇତ ସେ ଏକୁଟିଆ ଏଣୁ ତେଣୁ ଭାବିବ ।କହି କହି ରମାକାନ୍ତ ବାବୁ ସୁମିତ୍ରା କୁ ଡାକ ମାରିଲେ ।ଆଉ କହିଲେ-

-" ତୋ ପ୍ଲେଜର ଗାଡିଟା କାଲି ନେଇ ଆସିବି ।ତୁ ତୋ ଗାଡିରେ ଯିବୁ ମୁଁ ମୋ ଗାଡିରେ ଯିବି ।ଏମିତି ପାଞ୍ଚ ଦଶ ଦିନ ପରେ ତୁ ଏକୁଟିଆ ଯିବୁ । ନା ନାହିଁ ? ମୁଁ ସବୁବେଳେ ତ ନେଇକି ଯାଇ ପାରିବି ନାହିଁ । ମୁଁ କେତେ ଦିନ ଛୁଟି ରେ ରହିବି ।

-"ହଁ ବାପା , କାଲି ଠାରୁ ମୁଁ ମୋ ଗାଡିରେ ଯିବି ।ସେ ଗାଡି ଟିକିଏ ଦେଖାଇ ଦେବେ ମେକାନିକକୁ ।କେବେ ଠାରୁ ଚାଲିନାହିଁ ।

-"ସେ କାମ ମୁଁ ସାରି ଦେଇଛି ।

-"ତେବେ କାଲି ଠାରୁ ମୁଁ ମୋ ଗାଡିରେ ଯିବି ।ଅଫିସ୍ ଷ୍ଟାଫ୍ ସବୁ ବହୁତ ଭଲ । ମୋର କିଛି ଅସୁବିଧା ହବନି ବୋଲି ମୁଁ ଭାବୁଛି ।ତୁମେ ଆଜି କାହାକୁ କହି ଗାଡିଟି ମୋ ପାଖକୁ ପଠାଇ ଦିଅ ।

-"ନା କାଲି ମୋର ଛୁଟି ଅଛି ।ତୋ ସାଙ୍ଗ ରେ ଯିବି ।ବାହାଘର ପରଠାରୁ ସେ ଗାଡି ଚଲାଇନୁ ।

-"ହଉ ବାପା ।କାଲି ଚାଲ ।ଗୋଟିଏ ଦିନ ।ତା ପରେ ମୁଁ ଏକା ଯିବି ।

ପ୍ଲେଜର ଗାଡିରେ ଏକା ଏକା ଅଫିସ୍ ଯିବା ସୁମିତ୍ରା ଙ୍କୁ ଛଅ ମାସ ହେଇଯିବ ।କିନ୍ତୁ କେବେ କୋଉଠି ସେ କିଛି ଅସୁବିଧାର ସମ୍ମୁଖୀନ ହେଇ ନଥିଲେ ।ଆଜି ଅପରାହ୍ନରେ ଅଫିସ୍ ରେ ଅନୁଷ୍ଠିତ ମିଟିଂ ରେ ଯୋଗ ଦେଇଥିବାରୁ , ଘରକୁ ଆସିବାକୁ ଟିକିଏ ଡେରି ହେଇଥିଲା । ଶିଘ୍ର ଶିଘ୍ର ଆସନ୍ତି ।କୋଉଠି କୁଆଡେ ନଜର ପକାନ୍ତି ନି , କେବଳ ରୋଡ ଛଡା । ସବୁ ଦିନ ସେଇ ଗୋଟିଏ ନୀତି । ଘରୁ ଅଫିସ୍ । ଅଫିସ୍ ରୁ ଘର । ସେଦିନ କିଏ ଜଣେ ପଛରୁ ପାଟି କରି ଡାକିଲା ପରି ଶୁଭିଲା । ତଥାପି ନ ଚାହିଁ ଆଗକୁ ମାଡି ଆସୁଥିଲେ , ପୁଣି ଡାକିଲା କିଏ -" ହେ ସୁମିତ୍ରା !

ଏଥର ବୁଲିକି ଚାହିଁଲେ । କେହି ଦେଖା ଗଲେନି ।

ଗାଡି ଷ୍ଟାଟ୍ କରି ବାହାରି ଆସିଲେ । ପୁଣି ସେଇ ଡାକ -" ସୁମିତ୍ରା !!

କଣ କରିବେ । ଆଶ୍ଚର୍ଯ୍ୟ ହେଲେ ।କେହି ନାହାନ୍ତି ।ମୁହଁ ସଂଧ୍ୟା । ଏଇ ରାସ୍ତା ଟି ଟିକିଏ ଲମ୍ବା ଆଉ ଏକୁଟିଆ ।ମନ ଭିତରେ ଟିକିଏ ଡର ଆସିଲା । ତଥାପି ଆଉ ପଛକୁ ନ ଚାହିଁ ଗାଡି ଷ୍ଟାଟ୍ କରି ଏକ ମୁହା ହେଇ ଚାଲି ଆସିଲେ ।ଘରେ ପହଞ୍ଚି ଦେଖିଲେ ଶାଶୁ ଦୁଆର ମୁହଁ ରେ ଛିଡା ହେଇ ଛନ୍ତି ପୁଅକୁ ଧରି । ସୁମିତ୍ରା କୁ ଦେଖୁ ଦେଖୁ କହିଲେ -"ଆଜି ବହୁତ ଡେରି ହେଲା ନା , ମୁଁ ଡରି ଗଲି ।ଆଉ ଜଣେ ଲୋକ ଆସି ତୋ ପାଇଁ କଣ ଗୋଟିଏ ଲଫାପା ଦେଇ ଯାଇଛି । କହିଲା ତୋ ସାଙ୍ଗ ବୋଲି ।

-"ହଉ ଚାଲ ଘରକୁ । ଦେଖିବା କିଏ ସେ ଲୋକ କଣ ଦେଇଛନ୍ତି !!

ସୁମିତ୍ରା ଗୋଡ ହାତ ଧୁଆ ଧୋଇ ହେଇ ସଂଧ୍ୟା ଡେରି ହେଇ ଯାଇଛି ବୋଲି ଆଜି ଧୂପ ଭଗବାନଙ୍କ ପାଖରେ ଲଗାଇ ବରାଳ ଙ୍କ ଫଟୋ ପାଖରେ ଗୋଟିଏ ଦୀପ ଲଗାଇ ତାଙ୍କର ସବୁ ଦିନ ତମାମ ର ଭଲ ମନ୍ଦ ସବୁ ମନକୁ ମନ ଗୁଣୁ ଗୁଣୁ ହେଇ କହିଲେ ।ଆଉ ଫଟୋ ଟି ଦୁଇ ହାତରେ ଧରି ନିଜ ଲୁଗା କାନିରେ ପୋଛୁ ପୋଛୁ ଆଖି ରୁ ସଜ ତଟକା ଲୁହ ବରକୋଳିଆ ଟୋପା ପରି ବୋହି ଆସିଲା !! ଫଟୋ ଉପରେ ପଡି ମୋତି ବିନ୍ଦୁ ପରି ଚକ ଚକ ମାରିଲା ।ବରାଳ ଙ୍କ ମୁହଁ ଟି ସୁମିତ୍ରା ଙ୍କ ଲୁହ ରେ ଅଦୃଶ୍ୟ ହେଇଗଲା । ସେ ପୁଣି ପୋଛି ଦେଉଥାନ୍ତି ।ଏମିତି ସବୁ ଦିନ ଅଫିସ୍ ରୁ ଆସି ସଂଧ୍ୟା ଧୂପ ଦେଇ ବରାଳ ଙ୍କ ଫଟୋ ପାଖରେ କାନ୍ଦି ବାଟା ଥୟ ।ଶାଶୁ ଆଉ ପୁଅ ଯାଇ ଟାଣିକି ଆଣନ୍ତି ।

ଆଜି ବି ଶାଶୁ ଡାକିଲେ ମା ରେ ସୁମିତ୍ରା ! ଅଂଶ ଟିଫିନ ଖାଇ ନି ଆସେ ସାଙ୍ଗ ହେଇ ଚା ପିବା ଆଉ ଟିଫିନ ଖାଇବା । କିନ୍ତୁ ସୁମିତ୍ରା ଆସୁନାହାନ୍ତି ।କହୁଛନ୍ତି ମତେ ଦୁଇ ମିନିଟ୍ ସମୟ ଦିଅ ମୁଁ ଯାଇ ପହଞ୍ଚୁଛି ।କଥା ସରିଚି କି ନାହିଁ କୋଉଠି ଥିଲା ସେ ହେମାଳ ବାଆ ସଙ୍ଗେସଙ୍ଗେ ଆସି ସୁମିତ୍ରା ର ଆଖି ଲୁହ ଶୁଖେଇ ଦେଲା । ସୁମିତ୍ରା କିଛି ଅଜବ ଅନୁଭବ କରନ୍ତି ।ସବୁ ଦିନ ।ଆଜି ନୁହେଁ କି କାଲି ନୁହେଁ ।

ସେଦିନ ସୋମବାର ଥିଲା ।ପୁଅକୁ ସ୍କୁଲରେ ଛାଡି ସୁମିତ୍ରା ଅଫିସ୍ ଯାଉଥାନ୍ତି । ତର ତର ଥିଲେ ।ସପ୍ତାହର ଆରମ୍ଭ ସୋମବାର ।ଡେରି ହେଲେ କାଳେ କିଏ କଣ କହିବେ ! ସେଥିପାଇଁ ଶିଘ୍ର ଯାଉଥାନ୍ତି ।ହଠାତ୍ ଜଣେ ମଧ୍ୟବିତ୍ତ ମଧ୍ୟବୟଷ୍କ ଲୋକ କୋଉଠୁ ମାଡି ଆସି ଗାଡି ଆଗରେ ଛିଡ଼ା ହେଇଗଲେ ।ବ୍ରେକ୍ ନ ଧରି ଥିଲେ ସେ ଗାଡି ରେ ପିଟି ହବାଟା ଥୟ। ଆଶ୍ଚର୍ଯ୍ୟ ହୋଇ ସୁମିତ୍ରା କହିଲେ କଣ ଏମିତି ଆଗକୁ ଆସିଯାଉଛନ୍ତି ! ସେ ଲୋକଟି କହିଲା-

-" ମ୍ୟାଡମ୍ ମୁଁ ଆପଣଙ୍କ ଦୁଃଖ ଯାଣିଛି ।ଆଉ ବରାଳ ସାର୍ ଙ୍କୁ ବି ମୁଁ ଭଲକରି ଯାଣି ଥିଲି ।ସେତ ଏବେ ନାହାନ୍ତି । ତାଙ୍କ ଯିବା ପରେ ମୁଁ ବହୁତ ଭାବିଚିନ୍ତି ଆପଣଙ୍କୁ କାଲି କିଛି ଟା ମନର କଥା ଲେଖିକି ଦେଇଥିଲି ।ଆପଣତ ପଢିଥିବେ । କଣ ତାର ଉତ୍ତର ମତେ ଦେବେ ।ମୋ ପ୍ରସ୍ତାବ ରେ ଆପଣ ରାଜି ତ ?

-"ଦେଖନ୍ତୁ ମୁଁ ସେ ଲେଖା କାଲିର ପଢିନି ।ମା କହୁଥିଲେ କଣ କିଏ ଦେଇଛନ୍ତି ଲଫାପା ।କିନ୍ତୁ ମୁଁ ପୁଅର ହୋମ ୱର୍କ କରାଇବାରୁ ଡେରି ହେଲା ।ତେଣୁ ମୁଁ କାଲି ସମୟ ପାଇନି ପଢିବାକୁ ।ଆପଣ କିଏ ମୁଁ ଯାଣିନି ।ଛାଡନ୍ତୁ ବାଟ ମୁଁ ଅଫିସ୍ ଯିବି ଡେରି ହେଲାଣି ।

-" ହେଇ ତତେ ଆପଣ କହିବା ଦ୍ୱାରା ତୋ ମନ ଟା ଲଙ୍ଗଳ ଦଉଡି ପରି ମୋଟା ହେଇ ଯାଇଛି ।ତୁ ଠିକ୍ ପଢିଚୁ ମୁଁ କଣ ଲେଖିଚି । ଭିତରେ ଇଛା ।ଉପରେ ନା ।ଶୁଣ ସଫା ସଫା କହୁଚି ଏ ଭରା ଯୌବନ ରେ ତୁ ରହି ପାରିବୁ ନାହିଁ । ମତେ ବିଭା ହେଇଯା ତୋ ପୁଅ କୁ ବାପା ମିଳିଯିବ ଆଉ ତୋ ମଥାରେ ସିନ୍ଦୁର ଚହଟିବ ।

--"ଦେଖନ୍ତୁ ଏମିତି ଖରାପ କଥା ମୋ ଆଗରେ କୁହନ୍ତୁ ନାହିଁ । ମୋ ବରାଳ ମୋ ପାଖରେ ଅଛନ୍ତି ।ମୁଁ ତାଙ୍କୁ ପ୍ରତି ମୁହୁର୍ତ୍ତରେ ଅନୁଭବ କରୁଛି ।ପ୍ଲିଜ ଗୋ ଗାଡିରୁ ହାତ ଉଠାନ୍ତୁ ।

--"ହଉ ଯା ଯା ଆଜି ଆଉ ତତେ ହଇରାଣ କରିବିନି ।ଆସନ୍ତା କାଲି ଫୁଲ ହାର ଧରିକି ଆସିବି , ସିଧା ତୋ ବେକରେ ପକାଇ ତତେ ଉଠାଇ ନେବି ।

ସୁମିତ୍ରା କାନ୍ଦି କାନ୍ଦି ଅଫିସ୍ ନ ଯାଇ ଘରକୁ ଫେରି ଆସିଲା ।ଦେହ ଭଲ ନାହିଁ ବୋଲି ଫୋନ୍ କରି ମ୍ୟାନେଜର ଙ୍କୁ କହିଦେଲା । ସଙ୍ଗେସଙ୍ଗେ ବୋହୂ ଫେରି ଆସିଛି ଦେଖି ଶାଶୁ ବୋହୂ ପାଖକୁ ଆସି ଦେଖିଲେ ବୋହୂ କାନ୍ଦୁଛି । କଣ ହେଲା ମୋ ମାଆ ର କହି ଦେହ ମୁଣ୍ଡ ସବୁ ଆଖି ବୁଲେଇ ଆଣି ନିଜେ କାନ୍ଦି କି ବୋହୂ କୁ କୋଳକୁ ଟାଣି ଆଣିଲେ ।ପଚାରିଲେ -

--"କଣ ହେଲା ମୋ ମାଆ ର ? ?

ସୁମିତ୍ରା କାନ୍ଦି କାନ୍ଦି ସବୁ କହିଲେ ଆଉ ବାପା ଙ୍କୁ ଫୋନ୍ କରି ପାଖକୁ ଡାକିଲେ ।ବାପା ଆସି ପହଞ୍ଚିଲେ ସବୁ ଶୁଣିଲେ ଏବଂ କହିଲେ " ଆଉ କିଏ ଦେଖି ଛନ୍ତି ତତେ ଏମିତି ସେ କହିବାର ?

-"ନା ବାପା । ସେଇ ଅଫିସ୍ ଯିବା ବାଟରେ ଯୋଉ ଗୋଟିକିଆ ଏକୁଟିଆ ରୋଡ ହାଫ୍ କିଲୋମିଟର ଅଛି ସେଇଠି ସେ ଥିଲା ।ଆଉ କେତେ ଥର ମୁଁ ଶୁଣିଛି ସେ ପଛରୁ ଡାକିବାର କିନ୍ତୁ ସେ କେବେ ଦେଖା ଦେଇ ନଥିଲା ।ଡାକିକି ଲୁଚି ଯାଏ ।ଆଜି କଥା ହେବାରୁ ଯାଣି ଲି ସେ ଡାକେ ବୋଲି ।

--"ହଉ ସେ ଚିଠି ପଢିବା ଦର୍କାର ନାହିଁ ।ଲଫାପା ସିଧା ପୋଲିସ ଥାନାରେ ଦବା ।

"ଆସନ୍ତା କାଲି" ତୁ ଯେମିତି ଯାଉ ସେମିତି ଯିବୁ ।ମୁ କିଛି ବାଟ ଦୂରେଇ ପୋଲିସ ବାବୁ ଙ୍କ ସାଙ୍ଗରେ ରହି ରହି ଯିବି । ସେ କଣ କହୁଛି କି କଣ କରୁଛି ସବୁ ଥାନା ବାବୁ ନିଜେ ଦେଖିବେ ।ସିଭିଲ ଡ୍ରେସ୍ ରେ ସେ ରହିବେ । କିପରି ସେ କଣ କରିବ କି ସବୁ ଦିନ ଜେଲରେ ଚକିପେସିବ ଦେଖିବା "ଆସନ୍ତା କାଲି" ।ତୁ ଯା ଡର ନା ତୋ ବାପା ବଞ୍ଚିଛି । ତୋର କିଛି ହବନି ।ତୋ ପୁଅ ବଡ ହବା ପର୍ଯ୍ୟନ୍ତ ସବୁ ଦାଇତ୍ୟ ମୋର ।

ସକାଳ ହେଲା । ଆଜି କାହିଁକି ଡର ଲାଗୁଛି ସୁମିତ୍ରା ଙ୍କୁ । ତଥାପି ଡରି ଡରି ସବୁ କାମ ସାରି ଅଫିସ୍ ବାହାରି ପଡିଲେ ।ପୁଅକୁ ଆଜି ବାପା ନେଇ ଗଲେ ସ୍କୁଲରେ ଛାଡିବାକୁ ।ସୁମିତ୍ରା ବାହାରି ଯାଇ ବରାଳ ଙ୍କ ଫଟୋ ପାଖରେ କହିଲେ --" ହେ ତୁମେ କାହିଁକି ଅଦିନରେ ଛାଡି ଗଲ ମତେ । ଯାଣିଛ କି !! କିଏ କେତେ ପ୍ରକାର କଥା କହୁଛନ୍ତି ତୁମ ସୁମିତ୍ରା କୁ ।କିଏ କହୁଛନ୍ତି " ହେଇ ଦେଖ ମ ତା ସ୍ବାମୀ ଯିବା ପରେ ତାର ତ ଆଉ ଡର ନାହିଁ , କି ଶାଢି ପିନ୍ଧି ଭ୍ୟାନିଟ ପକାଇ ସ୍କୁଟି ଚଲାଇ ଷ୍ଟାଇଲ ମାରି ଯାଉଛି ।

ବାପା ବାହାରୁ ଡାକ ମାରିଲେ-" ଆରେ ମା ଆସେ ।ଥାନା ବାବୁ ଅପେକ୍ଷା କରିଥିବେ ବାଟରେ ।

--" ହଁ ବାପା ଚାଲ ।କହି ସୁମିତ୍ରା ଆଖିର ଲୁହ ପୋଛି, ଶାଶୁ ମାଆ ଙ୍କୁ ଟିକିଏ ନିରିମାଖୀ ନୟନ ରେ ଚାହିଁ ଦେଇ ଗାଡି ଷ୍ଟାଟ୍ କରି ବାପା କଂ ଆଗରେ ଚାଲିଲେ ।ଯେତେ ଯେତେ ସେ ନିଛାଟିଆ ରାସ୍ତା ପାଖେଇ ଆସୁଥାଏ ସେତେ ସେତେ ଡର ସୁମିତ୍ରା ମନରେ ଉଙ୍କି ଢାଳୁଥାଏ । ଏ କଣ ସୁମିତ୍ରା ଦେଖୁଚି ।ଆଜି ପ୍ରବଳ ଭିଡ ସେ ରାସ୍ତା ।ଯାଇ ହବନି କହି ବାପା ଙ୍କୁ ଚାହିଁଲେ ସୁମିତ୍ରା ।ବାପା ଯାଇ ଦେଖିଲେ କଣ ହେଇଛି !! ଗୋଟିଏ ଯାଗାରେ ଲୋକ ଘେରିକି ଅଛନ୍ତି । ଗହଳିରେ ପସି ଭିତରେ ଯାଇ ଦେଖିଲେ ଗୋଟିଏ ଆକ୍ସିଡେଣ୍ଟ ହେଇ ଯାଇଛି ।

ପୁଳାଏ ଫୁଲ ପଡିଛି ।ଗୋଲାପ ଫୁଲର ଗଜରା ହାର ସାଙ୍ଗ ରେ ସିନ୍ଦୁର ପଡିଛି । ସବୁ ଲୋକ କଥା ହେଉଛନ୍ତି ଏ ଲୋକ ଟି ବହୁତ ଫୁଲ ଆଉ ନାଲି ଶାଢି ଧରିକି ଗାଡି ରୁ ଓହ୍ଲାଇ ଏଠି ଅପେକ୍ଷା ରେ ବସିଲା ପରି ଦେଖାଗଲେ ।ସେ ସ୍ବାଇଁ ବାବୁ ତାଙ୍କ ପଛରେ ଆସୁଥିଲେ । ଯାହା ଦେଖିଲେ ତାହା ପୋଲିସ୍ ଆଗରେ ବଖାଣି ଗଲେ । ସ୍ବାଇଁ ବାବୁ କହିବା କଥା ସେ ଲୋକ ବସି ଥିଲେ ଆଉ ବହୁତ ହସୁଥିଲା ।ହଠାତ୍ ଉପରକୁ ଉଡିଗଲେ ପବନ ବେଗରେ ।ଘୁରି ଘୁରି ତଳେ ପଡିଲେ ।ତା ପରେ ତାଙ୍କ ଫୁଲ ହାର , ସିନ୍ଦୁର ,

ଶାଢି ସେମିତି ଉପରକୁ ଉଠିକି ଘୁରି ଘୁରି ଚାରିଆଡେ ବିଛାଡି ହେଇ ପଡିଲା । ଆଶ୍ଚର୍ଯ୍ୟ ର କଥା ମୋ ଆଗରେ ସିଏ ପବନ ରେ ଉଡିଗଲେ କିନ୍ତୁ ମୋ ଦେହରେ ପବନ ବାଜୁ ନଥାଏ ।ଶବ୍ଦ ଭୀଷଣ ଅଦ୍ଭୁତ ଶୁଭୁଥାଏ । ରମାକାନ୍ତ ବାବୁ ବୁଝିଗଲେ ଆଉ ନେଇ ସୁମିତ୍ରା ଙ୍କୁ ଦେଖାଇଲେ ଏବଂ କହିଲେ " ତୋର କିଛି ହବନି ରେ ମା ।ମୋ ଜ୍ବାଇଁ ଅଛନ୍ତି ତୋ ପାଖେ ପାଖେ ।ସେଇ ସମୟରେ କୋଉଠି ଥିଲା ଗୋଟିଏ ଥଣ୍ଡା ପବନର ଝଟକା ସୁମିତ୍ରା ଉପର ଦେଇ ତା ଆଲୁରା କେଶକୁ ସାଉଁଳେଇ ଦେଇ ଚାଲିଗଲା । ଅନୁଭବି ସୁମିତ୍ରା ଯାଣିଗଲେ ଯେ ଏଇ ଥଣ୍ଡା ପବନ ବରାଳ ଙ୍କ ଫଟୋ ଧରି ପୋଛିଲା ବେଳେ ଆଉ ବରାଳ ଙ୍କ କଥା ମନେ ପକାଇ କାନ୍ଦିଲା ବେଳେ ବହି ଯାଏ ତାଙ୍କ ଉପର ଦେଇ ଆଖିର ଲୁହ ଶୁଖିବା ପର୍ଯ୍ୟନ୍ତ । ସତରେ କଣ ମରିଯିବା ମଣିଷଙ୍କର ଅମର ଆତ୍ମା ଏମିତି ବଞ୍ଚିକି ରୁହେ କି ?

ଥାନା ବାବୁ ଯାଉ ଯାଉ କହିଗଲେ ସବୁ ସରିଗଲା ଆଜି ମ୍ୟାଡମ୍ ।ଆଉ " ଆସନ୍ତାକାଲି " ପାଇଁ ଆପଣଙ୍କର କେହି ଶତ୍ରୁ ନାହାନ୍ତି ।



Rate this content
Log in

Similar oriya story from Crime