Henarani Senapati

Crime Inspirational Others

4.0  

Henarani Senapati

Crime Inspirational Others

ଅଭୂଲା ସେ ମୁହୂର୍ତ୍ତ କିଛି

ଅଭୂଲା ସେ ମୁହୂର୍ତ୍ତ କିଛି

8 mins
178


     ହେ ଚିର ସବୁଜ କବି " ସତ୍ୟ ପଥର ସତ୍ୟ " । ତୁମ ସହ ସେଇ ସୁନ୍ଦର ଅଭୂଲା ମୂହୁର୍ତ୍ତର କିଛି ସ୍ମୃତି ଅତୀତ ର କଲମ ମୁନକୁ ମୋର ଚିରାୟୂ କରିଛି ।ସେଦିନ ତୁମର ମୋ ପ୍ରତି ଥିବା ପ୍ରତ୍ୟେକଟି ଶବ୍ଦରେ କସ୍ତୁରୀର ସୁଗନ୍ଧ ଭରିଥିଲା । ସାଗର ବୁକୁ ରେ ,ନୀଳ ଆଲୋକ ରେ , ବିଜୁଳିର ଝଟକା ଲାଗିଲା ପରି , ମତେ ସେଦିନ ତୁମ ସ୍ପର୍ଶ , ବିଜୁଳିର ଝଟକା ଲଗାଇ ବାକୁ , ପଛାଇ ନଥିଲା , ମୋର ଏହି ଶୁଷ୍କ ଶରୀର ତୀରେ । ହୃଦୟର ସ୍ପନ୍ଦନ ମୋର ଘନ ଘନ ଉଠୁଥିଲା ପଡୁଥିଲା।

ଆତ୍ମାର ଆତ୍ମିୟତା ଭରି ଯାଇଥିଲା ପ୍ରଗାଢ ପୁଲକରେ ।

ଶୂନ୍ୟତା ରୁ ପୂର୍ଣ୍ଣ୍ୟତା ଭରିଥିଲ ମୋ ନୈରାଶ୍ୟ ଜୀବନରେ । ଅନ୍ଧାରରେ ହଜିଯାଇଥିବା ମୋର ଅମାନିଆ ମନ ଟିକୁ ଆଲୋକର ଉଜ୍ବଳତାରେ ଆଶାର ପୂର୍ଣ୍ଣତା ଭରିଦେଇଥିଲ । ବନ୍ଧନ ରୁ ମୁକ୍ତ କରି ମତେ ଖୋଲା ଆକାଶର ଉଲ୍ଲାସପୂର୍ଣ୍ଣ ଜୀବନ ଦେଇ ଥିଲ । ବିଶ୍ୱାସ ର ବାର୍ତ୍ତା ମୋ ହୃଦୟରେ ଢାଳିଥିଲ । ଆଜି ତୁମଙ୍କୁ ଖୋଜୁଛି ମୁଁ !!


    ସେଦିନ ବହୁତ ଦୁଃଖିତ ଥିଲି । ଆତ୍ମିୟ ଲୋକଙ୍କ ଠାରୁ ଗଳା ଧକ୍କା ଖାଇ । ଏକା ଏକା ସବୁ ସମୟରେ ,ପ୍ରତ୍ୟେକଟି ନିତ୍ୟ କର୍ମ, ସମ୍ପୂର୍ଣ କରୁଥିଲି । ଅନ୍ୟ ମନସ୍କ ରହୁଥିଲି । ହସ କିଏ ଚୋରାଇ ନେଇଥିଲା । ନା କାନ୍ଦୁଥିଲି । ନା ହସୁଥିଲି ।

ସ୍ବାମୀ ଶିବ ପ୍ରସାଦ ବହୁତ ଭୋଳା ଥିଲେ । କିଏ କଣ ମୋ ସ୍ତ୍ରୀ କୁ କହିଲେ ସେଥିରେ ତାଙ୍କର କିଛି ଯାଏ ଆସେ ନାହିଁ । ସ୍ତ୍ରୀ ଟି କେବଳ ତାଙ୍କର । ତାଙ୍କର ସମସ୍ତ ମନକଥା ବୁଝି ଖାଇବାକୁ ଦବା , ଡ୍ରେସ୍ ଆଇରନ କରି ପିନ୍ଧିବାକୁ ଦବା । ଶୋଇବା ସମୟରେ ପାଦ ସେବା କରିବା ।ତାଙ୍କ ଭୂଲକୁ ଆଙ୍ଗୁଠି ନ ଦେଖାଇବା । ଏହା ତାଙ୍କର କାମ୍ୟ । ବାସ୍ ଏହା ଛଡା ସେ କେବେ ଚେଷ୍ଟା କରିନାହାନ୍ତି ସ୍ତ୍ରୀ ର ମନ କଥା ବୁଝିବା ପାଇଁ । ଘରେ , ତାଙ୍କ ସ୍ତ୍ରୀ କୁ , ଜଦି କିଏ ବିନା ଦୋଷ ରେ ଦୋଷୀ କରି କିଛି କୁହେ , ତେବେ ସେ କିଛି ନ ଯାଣିବାର ବାହାନା କରି ଚାଲି ଯାନ୍ତି ବାହାରକୁ ।ସ୍ତ୍ରୀ ମରିଯିବି କହିଲେ , ସେ ଯାଣନ୍ତି , ପିଲା ଙ୍କୁ ଛାଡି ଶାନ୍ତି ମରିବ ନାହିଁ । ପିଲା ସାନ ଅଛନ୍ତି ।ପିଲା ଶାନ୍ତି କୁ ବହୁତ ଭଲପାଆନ୍ତି ।ଶାନ୍ତି ବି ତ , ପିଲା ଙ୍କ ପାଇଁ ବଞ୍ଚିଛି ।


     ସେଦିନ ମୁଁ ଅପେକ୍ଷା ରେ ଥିଲି ମୃତ୍ୟୁ ର । ପାଖାପାଖି ହେଇଯାଇ ଥିଲି । ମନଟା ପ୍ରତି ମୁହୁର୍ତ୍ତରେ କାନ୍ଦୁଥିଲା । କାହାର ନିଷ୍ଠୁର ଶବ୍ଦ ବାଣରେ ! ବଡମାନେ ଥିଲେ । କିନ୍ତୁ ନିରୁତ୍ତର ଥିଲେ ।ଭୁଲ ଦେଖି ଆଖି ବନ୍ଦ କରି ଥିଲେ । ସେଇଟା ହିଁ ମୋ ହୃଦୟକୁ ଖଣ୍ଡ ବିଖଣ୍ଡିତ କରି , ଭାଙ୍ଗି ଚୁରମାର କରୁଥିଲା । ଅନ୍ୟାୟ କିପରି ସହୁଛନ୍ତି ? ବଡମାନେ ଥାନ୍ତି ପିଲା ମାନଙ୍କୁ ଭଲ ବାଟକୁ ଆଣିବାକୁ ।କିନ୍ତୁ ଏଠି ତ ଓଲଟା !! ଅନ୍ତିମ ଜୟଧ୍ବନୀ ଅନ୍ୟାୟ ସପକ୍ଷରେ ।ପତି ପରମେଶ୍ଵର ବି ଚୁପ୍ ରହିଥିଲେ । ସେଠି ମତେ କେବଳ ମୃତ୍ୟୁ ହିଁ ଭଲ ପାଉଥିଲା । ହାତ ଠାରି ଡାକୁଥିଲା । ଆ ମୋ କୋଳରେ ତୋ ଭାରାକାନ୍ତ ମୁଣ୍ଡ ଟା ଗୁଞ୍ଜିଦେ । ଯାଉଥିଲି , ତା ଭଲପାଇପା ପଛରେ ଗୋଡାଇ ଗୋଡାଇ । ହଠାତ୍ ତୁମ ସହ ଅସମୟେ ଦେଖା ହେଲା।

କୋଉଠି ଥିଲ ତୁମେ ? ଏତେ ଡେରି ରେ ଆସିଲ , ମୋ ଜୀବନରେ । ଚାହୁଁ ଚାହୁଁ ମୋ ଜୀବନର ସମସ୍ତ ଜଟିଳତା ଖୁସିରେ ମହକି ଉଠିଲା ।ପ୍ରହର ପ୍ରହର ବାକି ଥିବା ଅନିଦ୍ରା ବେମାରି କୁ ସର୍ବ ପ୍ରଥମେ ମୋ ଜୀବନରୁ ଦୂରେଇ ଦେଲ । ଚିନ୍ତା ରୁ ଅଚିନ୍ତ୍ୟ କଲ । ପ୍ରତି ଶବ୍ଦରେ ଋଣି କଲ । ଏତେ ଭଲ ପାଇଲ , ମୁଁ ତୁମ ଭଲ ପାଇବା ଛଡା ଆଉ କିଛି ତୁମ ପାଖରେ ଦେଖି ପାରିଲି ନାହିଁ । ତୁମ ରାଗରେ ହିଁ ସବୁଠାରୁ ଅଧିକ ଭଲ ପାଇବା ଥିଲା ।


    ସେଦିନ ସଂଧ୍ୟା ରେ ଭାସି ଆସୁଥିଲା ତୁମ କଣ୍ଠସ୍ବର

" ଶାନ୍ତି । ମନକଷ୍ଟ କର ନାହିଁ । ଯାହା ଯାଇଛି ତାକୁ ଯିବାକୁ ଦିଅ । ସେ ବିଷୟରେ ଭାବିଲେ ମନ ଅଧିକ ଖରାପ ହବ ।

" କେତେ କଥା ମତେ ସେମାନେ କହିଛନ୍ତି । ବିନା ଦୋଷ ରେ । ମୁଁ କିପରି ଭୁଲିବି !!

" ଭୁଲି ଯିବାରେ ତୁମର ମଙ୍ଗଳ ହେବ ।

" କିନ୍ତୁ ସତ୍ୟ । ମୁଁ ଆଦୌ ଭୁଲି ପାରୁନି ।

" ତାହାଲେ ସେଇ ପଛକଥା ଧର , ଆଉ ଯେତେ ମନ ଇଛା ଭାବ । ଭାବି ଭାବି ପାଗଳୀ ହୁଅ । ମୋ ଠାରୁ ଦୂରେଇ ଯାଅ ।

" ନା ସତ୍ୟ । ମୁଁ ତୁମକୁ ଛାଡି ବଞ୍ଚି ପାରିବି ନାହିଁ । ତୁମେ ହିଁ ତ , ବିନା ସ୍ବାର୍ଥ ରେ , ମତେ ବଞ୍ଚିବା ଶିଖାଇଛ।

" ତେବେ ଶୁଣ ମୋ କଥା ।

" କୁହ ସତ୍ୟ ।

" ତୁମ ଜୀବନର ଯେତେ ଦୁଃଖ ସବୁ ମତେ ଦେଇଦିଅ ।ଆଉ ପଛରେ କେବେ ମାଗିଲେ ବି ,ମୁଁ କିନ୍ତୁ ତୁମ ଦୁଃଖ ତୁମଙ୍କୁ ଦେବି ନାହିଁ । କେବଳ ଖୁସି ଆଉ ଶାନ୍ତି କି , ଶାନ୍ତି ହିଁ ଦେବି ।

" ଠିକ୍ ଅଛି । ଦେଇଦେବି ।

" ଏବେ ସଙ୍ଗେସଙ୍ଗେ ଦିଅ ।

" କିପରି ମ ।

" ହସି କି । ତୁମ ହସ ମୋ ପାଇଁ ମୂଲ୍ୟବାନ ।

" ହେ ସତ୍ୟ । ମତେ ଆଦୌ ହସ ଲାଗୁନି ।

" ତୁମେ ହସ । ଦେଖିବ ବହୁତ ଶୀଘ୍ର ତୁମେ ଧନୀ ହେଇଯିବ ।

" ଧନୀ ??

" ହଁ ହସ ଧନୀ । ଯାଣିଛ ଶାନ୍ତି । ତୁମ ମୁହଁ କୁ ତୁମ ହସଟି ବହୁତ ଆକର୍ଷଣୀୟ କରେ । ମୁକ୍ତାଝରା ହସ ତୁମର । ତୁମେ ହସି ବାରେ ଏତେ କୁଣ୍ଠାବୋଧ କାହିଁକି ??

" ମୋ ମନର ଅପମାନ, ମତେ ହସିବାକୁ ଦିଏ ନାହିଁ ।

" କଣ ହବ ସେ ସବୁ ଭାବିଲେ । ହଉ ହେଲା ।ମୋର ଗୋଟିଏ କଥା ଶୁଣ ।ତୁମେ ଜଦି କରି ପାରିବ , ତେବେ ତୁମଙ୍କୁ ଆଉ ମୋ ପରି ସଖା ର ଆବଶ୍ୟକ ପଡିବେ ନାହିଁ । ତୁମେ ଅଣ୍ଟାରେ ଲୁଗା ଭିଡି ଝଗଡ଼ା କରି ପାରିବ ତ ??

" ନା ମ । ଝଗଡ଼ା କରିଥିଲେ , କାନ୍ଦି ଥାନ୍ତି କାହିଁକି ?

" ତେବେ ଶୁଣ ମୋର ପ୍ରିୟ ବାନ୍ଧବୀ । ତୁମେ ହସ ।ବହୁତ ହସ ।। ହସି ହସି ତୁମ ମନତଳର ଦୁଃଖର ବେଦନା କୁ ଦୂରେଇ ଦିଅ ।

" ଚେଷ୍ଟା କରିବି କାଲି ଠାରୁ ।

" ନା ଆଜି । ଏବେ ହସିବ , ନାଇତ , ମୁଁ ପଳାଇ ଯିବି ,ତୁମ ଜୀବନରୁ ।

" ହସି ଦେଲି ତୁମ କଥାରେ ସତ୍ୟ ।

" ଦେଖ ତ ସଖି । ତୁମ ମୁହଁରେ ହସ କିପରି ଜୀବନ୍ତ ଦିଶୁଛି ।

ଶାନ୍ତି ଦେଖିଲା , ତାର କାନ୍ଦୁରା ମୁହଁକୁ । ସତେ ତ , ହସଟି ମାନୁଛି । ପତି ଦେବ କୋଉଠି ଥିଲେ କେଜାଣି , ଆସି ପହଞ୍ଚି ଗଲେ , ଆଉ କହିଲେ " ଦେଖିଲ ଶାନ୍ତି । କେତେ ସୁନ୍ଦର ତୁମ ହସ । ଏ ହସ କୋଉଠି ଥିଲା ?? ଏତେ ଦିନ ହେଲା ?

ପିଲା ମାନେ ମାମା ର ହସ ଦେଖି ବହୁତ ଖୁସି ହେଲେ ।ଆଉ କହିଲେ


" ଯାଣିଛ ମାମା । ତୁମ ହସ ଆମକୁ ଉତ୍ସାହିତ କରାଉଛି ତୁମ ସାଙ୍ଗରେ ହସିବାକୁ । ସତରେ ମାମା ତୁମ ହସରେ ଆମ ଘର ହସୁଛି । ତୁମେ ସବୁବେଳେ ହସ ମାମା । ଆମଙ୍କୁ ତୁମ ହସ ବହୁତ ଭଲ ଲାଗୁଛି ।


" ହଁ ହଁ ମୁଁ ଏଥର ହସିବି । ମୋ ମନର ଦୁଃଖ କୁ ମୁଁ ହସ ପଛରେ ଲୁଚାଇ ଦେବି ।


" ଶାନ୍ତି ମୁଁ ସତ୍ୟ କହୁଚି ।

" ହଁ କୁହ ।

" ଦେଖିଲତ !

ତୁମ ହସର ଯାଦୁ ।

" ହଁ ସମସ୍ତେ ଖୁସି ମୋ ହସରେ ।

" ତେବେ ମୋର ଗୋଟାଏ ଛୋଟିଆ କଥା ରଖିବ ।

" ଗୋଟିଏ କାହିଁକି !

ହଜାରେ କଥା ରଖିବି ।

" ନା ତମେ ପାରିବନି ।

" ହଉ ସେଇ ଗୋଟାଏ କଥା କୁହ ।

ତୁମେ କାଲି ଠାରୁ ନୂଆ ଜୀବନ ଆରମ୍ଭ କରିବ ।

" ବୁଝି ପାରିଲିନି ସତ୍ୟ ।

"ଆରେ ତୁମେ କାଲି ଠାରୁ ତୁମ ମନକୁ ଗଙ୍ଗାଧର ଙ୍କ ଗାଧୁଆ ପାଣିରେ ଧୋଇ ଦେବ ।ଆଉ ଯାହା ଯାଇଛି ସେ ବିଷୟରେ କାହା ସାଙ୍ଗରେ ଆଲୋଚନା କରିବନି କି ତୁମେ ନିଜେ ଭାବିବ ନାହିଁ । ଯେବେ ଆଲୋଚନା ବନ୍ଦ ହବ ସେବେ ତୁମ ଭାବିବା ବନ୍ଦ ହବ ।ଆଉ ତୁମ ଜୀବନରେ ନୂତନତ୍ତ୍ୱ ଆସିବ । କିନ୍ତୁ ଲେଖି ପାରିବ ।ଯାହା ଯାହା ଘଟିଛି ତୁମ ଜୀବନରେ , ତୁମେ ସବୁ ଲେଖ । କେହି ଯାଣିବେ ନାହିଁ । ତୁମେ କାହା ବିଷୟରେ କଣ ଲେଖୁଛ । ମନ କିନ୍ତୁ ଲେଖି ଲେଖି ସବୁ ଭାବନା ପ୍ରକାଶ କରିଦବ । ଆଉ ତୁମ ମନର ସମସ୍ତ କ୍ଲାନ୍ତ ଦୂର ହବ । ହାଲୁକା ହେବ ମନତଳର କୋହ ।

"ଠିକ୍ ଅଛି । ତାହାହିଁ କରିବି ।

"ଯାଅ ନିଜର ଜତ୍ନ ନିଅ । ବହୁତ ଜନ୍ମ ପରେ , ଆଉ ପୂର୍ଣ୍ଣ୍ୟ ବଳରେ ମଣିଷ ଜନ୍ମ ମିଳେ । ଆଉ ତୁମଙ୍କୁ ଭଗବାନ କୋଉଥେରେ ଅଭାବ କରି ନାହାନ୍ତି ।

ଗୋଟିଏ ପଟୁ ସବୁ ନେଇ ଅନାଥ କଲେ ବି , ଆଉ ଗୋଟିଏ ପଟୁ ତୁମଙ୍କୁ କୋଟି ପତି ସେଇ ପରମେଶ୍ଵର ଭଗବାନ କରିଛନ୍ତି । ତୁମେ ତ ଭଗବାନଙ୍କୁ ବହୁତ ବିଶ୍ଵାସ କର । ତେବେ କଣ ଯାଣି ପାରୁନ , ତୁମ ପାଖରେ ତୁମ ଭଗବାନ ଅଛନ୍ତି ବୋଲି ??

ହଁ ଯାଣିଛି । ତାଙ୍କରି ପାଇଁ ତ ବଞ୍ଚିଛି ।

" ଯାଅ ।ଆଉ କେବେ କାନ୍ଦିବନି କି ମନ ଦୁଃଖ କରିବନି । ହସ ତୁମ ଜୀବନରେ , ଯେମିତି ଅମଳିନ ରୁହେ । ଯେ ପର୍ଯ୍ୟନ୍ତ ତୁମ ପାଖରେ ତୁମ ହସ ଅଛି ସେ ପର୍ଯ୍ୟନ୍ତ ମୁଁ ତୁମ ସାଙ୍ଗରେ ଅଛି ବୋଲି ଭାବିବ ।

" ତୁମେ କଣ ପଳାଉଛ ??

" ହଁ ମତେ ଜୀବାକୁ ପଡିବ । ତୁମ ପରି ଆହୁରି ଅନେକ ସଖି ଆଉ ସଖା , ମତେ ଅପେକ୍ଷା କରିଛନ୍ତି ।

" ତୁମ ଘର କୋଉଠି ସତ୍ୟ ।

" ଆରେ ମତେ ସଖା ବୋଲି କୁହନା ??

ମୁଁ ଯେମିତି ତୁମଙ୍କୁ ସଖି କହୁଛି ।

" ମୁଁ ତ ତୁମଙ୍କୁ ଆଜି ଦେଖୁଛି । ହଠାତ୍ କିପରି ସଖା କହିବି ଯେ ? ହେଲେ ପ୍ରକୃତ ନା ତୁମର କଣ ?

" ମୁଁ ଶାନ୍ତି ର ସତ୍ୟ ।

" ସତରେ ତୁମେ ବହୁତ ଭଲ ।ବର୍ଷ ବର୍ଷ ଧରି ଅତୁଟ ଦୁଃଖ କୁ କ୍ଷଣକେ ବିଚ୍ଛେଦ କଲ । ହସର ଲହରୀ ମୋ ଶୁଖିଲା ମୁହଁରେ ଦେଲ । ଏ ପର୍ଯ୍ୟନ୍ତ କୋଉଠି ଥିଲ ତୁମେ ??

" ମୁଁ ତୁମ ପାଖେ ପାଖେ ଅଛି । ସବୁ ସମୟରେ ।

" କାଇଁ ମୁଁ ତ କେବେ ଦେଖି ନାହିଁ ?

" ତୁମେ ଚେଷ୍ଟା କରିନ ମତେ ଦେଖିବାକୁ ।

" ଆଜି ବିତ ଚେଷ୍ଟା କରି ନଥିଲି ।

" ଆଜି ତୁମେ ବହୁତ ଦୁଃଖିତ ଥିଲ !

କାଳେ ମୋ ଠାରୁ ଦୂରେଇ ଯିବ, ମୃତ୍ୟୁ ର ପାଖାପାଖି ତୁମେ ହେଇଯାଇ ଥିଲ । ସେଥିପାଇଁ ଆଜି ତୁମ ସାମ୍ନାରେ ଦେଖା କଲି ।ମୃତ୍ୟୁ ଠାରୁ ମୁଁ ଅଧିକ ଆପଣାର ହବାକୁ ଚେଷ୍ଟା କଲି । ହଁ ମୁଁ ଏବେ ଯାଉଛି ।

ତୁମେ ତୁମ ମନର କଥା କବିତା ଆକାରରେ , କାହାଣୀ ଆକାରରେ ଲେଖି ତୁମର ଏ ମୁଣ୍ଡରୁ ସବୁ ଭାର ଓହ୍ଲାଇ ଦବ । ସବୁ କରିବ ।ଲେଖା କେବେ ବନ୍ଦ କରିବ ନାହିଁ ।

ଯାହା ଅଛି ତୁମ ମନରେ ସବୁ ଲେଖ । ମନର କଥାକୁ ପ୍ରତିଧ୍ବନିତ କର । ତୁମ ନିଜ ଇଛା ନିଜେ ପ୍ରକାଶ କର ।

" କେବେ ଲେଖିବାକୁ ଚେଷ୍ଟା କରିନାହିଁ ମୁଁ ।

ଏବେ ଲେଖ । ତୁମ ଲେଖାରେ ତୁମ ମନର ଭାଷା ଉକୁଟି ଉଠୁ ।

ମତେ ବିଦାୟ ଦିଅ ଶାନ୍ତି । ମୁଁ ଯିବି ।

ତୁମେ କୋଉଠି ଥିଲ ?? କିପରି ଆସିଲ ମୋ ପାଖକୁ ? ଏତେ ଆପଣାର କାହିଁକି ଲାଗୁଛ ??

ମୁଁ ସମସ୍ତଙ୍କୁ ଆପଣାର କରେ ।

ତୁମଙ୍କୁ ଦେଖିବା ପରେ ମୋର ଏ ହୃଦୟରେ ସାତସିଂହଁର ବଳ କିପରି ଆସୁଛି । ମୋ ହୃଦୟ ଟା ସାରା ଏମିତି ଅଦୃଶ୍ୟ ଉନ୍ମାଦନା ର କମ୍ପନ କାହିଁକି ସୃଷ୍ଟି ହେଉଛି ।

ହବ । କାହିଁକି ନା ତୁମେ ମତେ ବହୁତ ଭଲ ପାଉଛ।

ହଁ । ତେବେ ମୁଁ ଟିକିଏ ତୁମ ହୃଦୟରେ ମିସି ଯିବାକୁ ଚାହେଁ । ସବୁ ଲଜ୍ଜାର ବାଡ ଭାଙ୍ଗି ଦବାକୁ ଚାହେଁ । ତୁମର ସେ ବିଶାଳ ଛାତି ରେ ଟିକିଏ ମୋ ଭାରାକାନ୍ତ ମୁଣ୍ଡ ଗୁଞ୍ଜି ଦବାକୁ ଚାହେଁ ।


    ସେଦିନ ତୁମ ଥଣ୍ଡା ହାତର ସ୍ପର୍ଶ , ମୋ ମୁଣ୍ଡ ଉପରେ ରଖିଦେଇ କହିଥିଲ " ଆସିବି ଆଉ ଦିନେ ।

ତୁମଙ୍କୁ ଲିନ କରିଦେବା ପାଇଁ ମୋ ଶରୀରରେ ।ଅପେକ୍ଷା କର । ମୁଁ ଯୋରେ କାନ୍ଦି ପକାଇ ଥିଲି ।ଜଳ ଜଳ କରି ନିରୀହ ଆଖିରେ ତୁମର ସେ ନିରବଚ୍ଛିନ୍ନ ଭାବପୂର୍ଣ ଶରୀର ଟିକୁ ଦିବ୍ୟ ଦର୍ଶନ କରୁଥିଲି । ମୁଁ ଚାହୁଁ ନଥିଲି ତୁମର ବିଛେଦ ।


     ହଠାତ୍ ସ୍ବାମୀ ଙ୍କ ହାତ ସ୍ପର୍ଶରେ ମୋ ନିଦ ଭାଙ୍ଗି ଗଲା । " ଶାନ୍ତି କଣ ହେଲା ? ତୁମେ କାନ୍ଦୁଛ କାହିଁକି ? ଛଅ ଟା ବାଜିବ ପରା । ଉଠ । ଦେହ ଭଲ ଲାଗୁନି କି ?

ପାତାଳକୁ ଖସିପଡିଥିଲି ସେଦିନ ମୁଁ । ତୁମେ କିଏ ଥିଲ ? ମତେ ଏତେ ବୁଝାଇବା ପରେ କିପରି ଭାବିପାରିଲ ତୁମ ବିନା ମୁଁ ରହି ପାରିବି । ସେବେଠାରୁ ମୁଁ ଲେଖୁଛି ।ତୁମ ଲେଖା ସମସ୍ତ କବି କବୟତ୍ରୀ ମାନଙ୍କଠୁ ପାଉଛି । ଆଉ ମନ ଧ୍ୟାନ ଦେଇ ପଢୁଛି ।ଏବଂ ମୋର କିଛି ଲେଖା ତୁମ ନାଁ ରେ ନିତ୍ୟ ଉତ୍ସର୍ଗ କରୁଛି ।

ମୋ ଜୀବନରେ ତୁମେ ଅକ୍ଷୟ ଅନ୍ବେଷଣ ।ଆଉ ଚରମ ତୃପ୍ତୀର ଅକ୍ଷୁର୍ଣ୍ଣ ବିଶ୍ଲେଷଣ । ଖୋଜା ଶାରା ଜୀବନ ମୋର ତୁମେ । କାଲି ଥିଲ ଖୋଜା । ଆଜି ବି ଅଛ । ଆଖି ବନ୍ଦ ହବା ପର୍ଯ୍ୟନ୍ତ , ରହିବ ତୁମ ଖୋଜା , ଆଉ ହୃଦୟେ ରହିବ ତୁମର ସେଇ ଦାନେ ଦେଇଥିବା ଅଭୂଲା ସେ ମୁହୂର୍ତ୍ତ କିଛି ।

 



Rate this content
Log in

Similar oriya story from Crime