Goutam Mohanty

Comedy Tragedy Classics

4  

Goutam Mohanty

Comedy Tragedy Classics

ଖାସି ମାଂସ

ଖାସି ମାଂସ

3 mins
256


ଆଜି ରବିବାର ଥିବାରୁ ଅଜୟ ବାବୁ ଅଫିସ ଯିବା ପାଇଁ ବ୍ୟସ୍ତତା ନଥିଲେବି ଅନ୍ୟ ଏକ କାରଣ ପାଇଁ ବ୍ୟସ୍ତ ଥିଲେ,, ଗତକାଲି ରାତିରୁ ସ୍ତ୍ରୀ ମନୋରମା ଦେବୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେଇଟା ତାଙ୍କର ବାରମ୍ବାର ମନେ ପଡୁଥିଲା,, ଗତ କିଛି ସପ୍ତାହ ଧରି ଧଳା କୁକୁଡ଼ା ଖାଇ ଖାଇ ପାଟିଟା ଖାରୁଆ ଲାଗିଲାଣି,, ତେଣୁ ମନୋରମା ଦେବୀ ଆଜି ଭଲ ଖାସି ମାଂସ କେଜିଏ ଆଣିବାକୁ ସ୍ୱାମୀଙ୍କୁ ଅର୍ଡର କରିଛନ୍ତି,, ଖାସି ମାଂସର ଝୋଳ ଖାଇବା ପାଇଁ ମନଟା ଆଉଟୁ ପାଉଟୁ ହେଲାଣି,, ଛୁଆ (ଏକମାତ୍ର ପୁଅ ବବଲୁ )ଟା ବହୁ ଦିନରୁ ଖାସି ମାଂସ ଖାଇବ କହି ଆସୁଥିଲେବି ଅଜୟ ବାବୁ ସେ କଥାକୁ ଗୁରୁତ୍ୱ ଦେଇ ନାହାନ୍ତି,, କେମିତି ବାପ କେଜାଣି,, ଘର କାମ କରୁ କରୁ ବିରକ୍ତି ଭରା କଣ୍ଠରେ ନନଷ୍ଟପ୍ କହି ଚାଲିଥିଲେ ମନୋରମା ଦେବୀ..... 

କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିବା ଅଫିସ ଖୋଲି ଥିଲେବି ଅଫିସରେ ଗହଳି ହେଉନି,, ଏସମୟରେ ଲୋକଙ୍କୁ ଉପୁରି ଦିପଇସା ମାଗିବା ବଡ଼ କଷ୍ଟ,, ଲୁଚାଛପାରେ ଯଦି କେହି ଉପର ଅଫିସର ଜାଣି ପାରିବ କଥା ସରିଲା ଓ ଚାକିରୀ ଗଲା,, ସାମାନ୍ୟ ତଳୁଆ କିରାଣୀ ଚାକିରୀ,, କେତେବା ଦରମା ପୁଣି କେଇ ମାସ ହେଲା ଠିକସେ ଦରମା ମିଳୁନି,, ତେଲ ଖର୍ଚ୍ଚକୁ ବଂଚେଇବା ପାଇଁ ସାଇକେଲ ଓ ବଡ଼ ଥଳିଟେ ଧରି ବାହାରି ପଡିଲେ ଅଜୟ ବାବୁ,, ମନୋରମା ଦେବୀଙ୍କ ଲିଷ୍ଟ ମୁତାବକ ମାଂସ କେଜି ଛଅ ଶହ ଟଙ୍କା, ଆଳୁ କେଜିକୁ 50, ପିଆଜ 90 କୁ ତେଲ 120 ଓ ଅନ୍ୟାନ୍ୟ ସବୁ ମିଶିଲେ 1000 ଟଙ୍କା ପାରିଯିବ ମନେ ମନେ ହିସାବ କରି ଅଜୟ ବାବୁ ଘରୁ ବାହାରିଲା ବେଳେ ପଛରୁ ଶୁଭିଲା,, ହଁ ଶୁଣ,, ବେକ କଟା ମାଂସ ଆଣିବନି,, ସେ ରାକ୍ଷସ ଗୁଡାକ ନିରୀହ ପଶୁଟିକୁ ଯେଭଳି ବେକ କାଟି ମାରି ଦେଉଛନ୍ତି ସେ ମାଂସ ଖାଇଲେ ପାପ ସୁନିଶ୍ଚିତ,, ତମେ ଆମ ବାପ ଘର ଗାଁ ଦକ୍ଷିଣ ସାଇ ବଟଗଛ ମୂଳକୁ ଚାଲିଯାଅ,, ସେଇଠି ବେକ ମୋଡା ମାଂସ ମିଳିବ,, ପୁରା ଖାଣ୍ଟି ଖାସି ମାଂସ,, ଟିକିଏ ବି ମିଶା ନାହିଁ,, ମୋ ଭାଇ ସେଇଠୁ ସବୁବେଳେ ଆଣନ୍ତି,, ହଁ କଲିଜା ଆଣିବାକୁ ଭୁଲିବନି,, ବବଲୁ କଲିଜା ଖାଇବାକୁ ଭଲ ପାଏ,, ଅଜୟ ବାବୁ ଅନିଚ୍ଛାକୃତ ଭାବେ ମୁଣ୍ତଟା ଧୀରେ ଟୁଙ୍ଗାରି ରାସ୍ତାକୁ ବାହାରିଗଲେ,, ଆଉ ମନେ ମନେ ଭାବୁଥିଲେ ବେକ କଟା ମାଂସ ଓ ବେକ ମୋଡ଼ା ଭିତରେ ପାର୍ଥକ୍ୟ କଣ,, ଛେଳିର ବେକ କାଟିଲେ କଷ୍ଟ ହେବ ଆଉ କଣ ବେକ ମୁଡିଲେ କଷ୍ଟ ହେବନି...... 

ସେଇଟି ପୁରା ପିଓର ଖାସି ମାଂସ ମିଳୁ ଥିବାରୁ ପ୍ରବଳ ଭିଡ଼,, ଅଜୟ ବାବୁ ପହଂଚିଲା ବେଳକୁ ଗୋଟିଏ ସରି ଆଉ ଗୋଟେର କଟା ଚାଲିଛି,, ହେଲେ ତା ପାଇଁ ଆଗୁଆ ଅର୍ଡର ସରି ଯାଇ ଥିବାରୁ ତୃତୀୟ ଟା ପାଇଁ ଲାଇନ ଦେବାକୁ ପଡିଲା,, ଅପେକ୍ଷାରତ ଗ୍ରାହକ ମାନେ ବନ୍ଧା ଯାଇଥିବା ଓ ମେଁ ମେଁ କରୁଥିବା ଅନେକ ଖାସି ଭିତରୁ ଗୋଟେ ବଡ଼ ଚର୍ବି ଵାଲା ଓସାରିଆ ସିନା, ଲମ୍ବା ଫଡିଆ ଵାଲା ଓ କଳା ମଚମଚ ଅଣ୍ଡିରା ଖାସିଟିକୁ ପସନ୍ଦ କଲେ,, ଆଉ ବିଳମ୍ବ ନକରି ଦୁଇଟା ନିର୍ଦୟ ମଣିଷ ପାଖ ବୁଦା ମୂଳକୁ ଛେଳିଟାକୁ ଟାଣିବାକୁ ଆରମ୍ଭ କଲେ,, ନିଜର ଆସନ୍ନ ମୃତ୍ୟୁ ଜାଣି ପାରି ନିରୀହ ପଶୁଟା ସେଇ ବୁଦା ମୂଳକୁ ଯିବା ପାଇଁ ଆଦୌ ଇଚ୍ଛା ନଥିଲେବି ତାର ସେଇ କାକୁତି ମିନତୀ ଭରା ମେଁ ମେଁ ନିବେଦନକୁ କର୍ଣ୍ଣପାତ ନକରି ନୃସଂଶ ମାନବ ଦୁଇଟା ସମସ୍ତ ବଳ ପ୍ରୟୋଗ କରି ଟାଣି ନେଲେ ସେଇ ଅସହାୟ ଜୀବଟିକୁ,, ଆଉ କିଛି ଲୋକ ଅତ୍ୟନ୍ତ ଆଗ୍ରହର ସହିତ ସେଇ ଆଡ଼େ ଅପଲକ ନୟନରେ ଚାହିଁ ରହିଥିଲେ ବୁଦା ଆଡକୁ କେମିତି ତାର ବେକ ମୋଡ଼ା ଯାଉଛି,, ଜଣେ ହୃଷ୍ଟ ପୃଷ୍ଟ ଘାତକ ଛେଳିକୁ ସମସ୍ତ ବଳ ପ୍ରୟୋଗ କରି ମାଡି ବସିଥିଲା ଓ ଆଉ ଜଣେ ତା ବେକକୁ ମୋଡ଼ୁଥିଲା,,ନିସ୍ତବ୍ଦ ପରିବେଶ ଭିତରେ ଶୁଭୁ ଥିଲା ଗୋଟେ ଗଁ ଗଁ ଶବ୍ଦ,, ଭୁଲରେ ସେଇ ଆଡ଼େ ଚାହିଁ ପକେଇଲେ ଅଜୟ ବାବୁ,, ବୁଦା ଭିତରୁ ଛେଳିର ପଛ ଫଡ଼ିଆ ଦୁଇଟା ଖାଲି ଛଟପଟ ହେଉ ଥିବାର ଦେଖା ଯାଉଥିଲା....... 

ଡାଇନିଂ ଟେବୁଲରେ ଅଜୟ ବାବୁ, ପୁଅ ବବଲୁ ଓ ମନୋରମା ଦେବୀ ସମସ୍ତେ ସାଥିରେ ଖାଇ ବସିଲେ,, ସାଧାରଣତଃ ମାଂସ କି କୌଣସି ଭଲ ଖାଇବା ହେଲେ ସମସ୍ତେ ଏକାଠି ଖାଆନ୍ତି,, ମନୋରମା ଦେବୀ ଖୁସି ମନରେ ସଭିଙ୍କୁ ଭାତ, ମାଂସ, ଝୋଳ, କଲିଜା ବାଢି ଦେଇ ଖାଇ ବସିଲେ,, ଅଜୟ ବାବୁ ଖାଇବା ଆରମ୍ଭ କରିବା ପୂର୍ବରୁ ମନୋରମା ଦେବୀ ଓ ବବଲୁ ଖାଇବା ଆରମ୍ଭ କରି ଦେଇଥିଲେ,, ଅଜୟ ବାବୁ ଖାଇବାକୁ ପ୍ରସ୍ତୁତ ହେଉ ଥିଲା ବେଳେ ହଠାତ ସେଇ ବୁଦା ମୂଳର କଳା ଖାସିଟାର ପଛ ଗୋଡ଼ ଦୁଇଟା ଛଟପଟ ହେଉ ଥିବାର ଦୃଶ୍ୟ ତାଙ୍କ ଆଖି ଆଗରେ ବାରମ୍ବାର ଭାସି ଉଠିଲା,, ସେ ଆଦୌ ଖାଇ ପାରିଲେନି,, ପେଟ ଜୋର କାଟୁଛି କହି ଆଉ ଟିକେ ପରେ ଖାଇବି କହି ଖାଇବା ଚେୟାରରୁ ଉଠି ହାତଟା ବେସିନରେ ଧୋଇ ପଲଙ୍କ ଉପରେ ଆଖି ଦୁଇଟା ବନ୍ଦ କରି ଶୋଇ ପଡିଲେ.......


 


Rate this content
Log in

Similar oriya story from Comedy