ଚାଲିଗଲ ଆଉ କାହାସାଥେ
ଚାଲିଗଲ ଆଉ କାହାସାଥେ
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ। ମୋର ଗୋଟେ ବଡ ଭୁଲ ହେଇଯାଇଛି । ସେ ଆଉ ମୁଁ ଘର ଛାଡି ବାହା ହେଇ ଯାଇଛୁ । ପ୍ଲିଜ଼ ମତେ କ୍ଷମା କରି ଭୁଲିଯାଅ ( ରୀନା ତା ପ୍ରେମିକ ଶୁଭୁକୁ କହୁଥାଏ ।)
ଶୁଭୁ - ସକାଳୁ ସକାଳୁ ମଜାକ କରନି ।
ରୀନା- ମୁଁ ସତ କହୁଛି ।
ଶୁଭୁ- କାଲି ପରା ମୋ ସହ କଥା ହେଇଥିଲ ।
ରୀନା- ଶୁଣ, ମତେ ସିଏ ଡାକିଲେଣି, ମତେ ଫୋନ କରି ହଇରାଣ କରିବନି ପ୍ଲିଜ଼ ।
ଶୁଭୁ ହଠାତ୍ ଆଶ୍ଚର୍ଯ୍ୟ ହୋଇ ଉଠିପଡ଼ିଲା । ରୀନାକୁ ବାରମ୍ବାର ଫୋନ କଲା, ହେଲେ ରୀନା ଫୋନ ରିସିଭ କଲା ନାହିଁ । ଶୁଭୁ ଏ କଥା କୁ ବିଶ୍ୱାସ କରି ପାରୁନଥାଏ ।ନିଜ ହାତକୁ ଚିମୁଡି ମୁଁ ଆଉ ସ୍ବପ୍ନ ଦେଖୁନି ତ ?
ସେପଟୁ ବୋଉ ର ଡାକ ଶୁଭୁଥାଏ
ଶୁଭୁ, ଶୁଭୁ...
ଶୁଭୁ - ହଁ ଯାଉଛି, ଯାଉଛି
ଘର ଦାଣ୍ଡରେ କିଛି ଲୋକ - *ଳା ବାହାରକୁ ଆସେ, ମୋ ଭଉଣୀକୁ କୋଉଠି ଲୁଚେଇ ରଖିଛୁ କହ, ନହେଲେ ଏ କତୁରୀରେ ଗୋଟେ ଚୋଟ ପକେଇବି । ଶୁଭୁ ମୁଣ୍ଡରେ କିଛି ପଶୁନଥାଏ ।
ଶୁଭୁ - କାହା ଭଉଣୀ କିଏ ମୁଁ ଜାଣିନି
ରୀନାର ଭାଇ- ତୁ ଠିକ ଜାଣିଛୁ । ଭାଇ ତା ଫୋନ ଟା ଆଣିଲୁ ସବୁ ସତ ଜଣା ପଡିଯିବ ।
ଶୁଭୁ- ମୁଁ ଜାଣିନି କିଛି
ଶୁଭୁଠାରୁ ଫୋନ ଛଡେଇ ଦେଖିଲେ ଜେ କାଲି ରାତିରେ ଓ ଏବେ ରୀନା ର ନଂ କଥା ହେବାର ଅଛି । ସତ କହ ମୋ ଭଉଣୀକୁ କୋଉଠି ଲୁଚେଇ ରଖିଛୁ ।
ଶୁଭୁ - ମୁଁ ସତ କହୁଛି । କାଲି ତା ସହ କଥା ହେଇଥିଲି ହେଲେ ଏବେ ଏବେ ସେ ସକାଳୁ ଫୋନ କରି କହିଲା ସେ ଆଉ କାହାକୁ ବାହା ହେଇସାରିଛି ।
ରୀନାର ଭାଇ- ନା ସେ ସେମିତି କେବେ କରିବନି ।
ଠିକ ସେଇ ସମୟରେ ରୀନାର କଲ ଆସିଲା... ଫୋନ ରିସିଭ କରି ଲାଉଡ଼ ସ୍ପିକର ଦିଆଗଲା ।
" ପ୍ଲିଜ଼ ଶୁଭୁ, ମତେ କ୍ଷମା କରିଦିଅ ,ମୁଁ ଆଉ ଜଣକୁ ଭଲ ପାଉଥିଲି ଆଉ ତାଙ୍କୁ ବିବାହ ମଧ୍ୟ କରିସାରିଛି "
ଏ କଥା ଶୁଣି ରୀନାର ଭାଇ - ତୁ କୋଉଠି ଅଛୁ କହ ।
ରୀନା- ଭାଇ ତମେ ଏଠି ।
ଏତିକି କହି ଫୋନ କାଟିଦେଲା । ସେହି ସମୟରେ ଶୁଭୁର ସାଙ୍ଗ ଆସି ପହଁଞ୍ଚି । ରୀନାର ଭାଇମାନଙ୍କୁ ବାହାରିଯିବାକୁ କହେ ।
ଝଗଡା ସିନା ଶାନ୍ତ ହେଇଗଲା ହେଲେ ଶୁଭୁ ମନରେ ରୀନା ପ୍ରତି ଥିବା ଭଲ ପାଇବା ଆଖିର ଅଶ୍ରୁରେ ବୋହିବାକୁ ଲାଗିଲା । ଶୁଭୁ ନିଜର ଦୁଃଖ କଥା ଅଵା କାହାକୁ କହିବ । ନା କହିପାରିଥାଏ ନା ନକହି ରହିପାରିଥାଏ ।
ସାଙ୍ଗ- ତୁ ଏମିତି କାହିଁକି ହେଉଛୁ, ଭଲ ହେଇଛ
ି ସେ ତୋ ଜୀବନରୁ ଚାଲିଯାଇଛି। ତାକୁ ତୁ ଭୁଲିଯା..
ଶୁଭୁ- (କାନ୍ଦିକି) ନାଇରେ ସାଙ୍ଗ, ଯେତେ ଚାହୁଁଛି ଭୁଲିବାକୁ ସେ ସେତେ ମନେପଡୁଛି । ଯୋଉଠି ଯୋଉଠି ତା ସହ ଦେଖା ହେଇଛି, ସେ ଜାଗାକୁ ଗଲାବେଳକୁ ଆଖିରୁ ଲୁହ ଝରିଆସୁଛି । ହେଲେ ମୁଁ ଏତିକି ବୁଝିପାରୁନି, କଣ ଭୁଲ ଥିଲା ମୋର । କାହିଁକି ସେ ମତେ ଛାଡି ଚାଲିଗଲା ?
ଆଜି ବି ସେଇ ପ୍ରଥମ ଦେଖା ମୋ ମନରୁ ଭୁଲିପାରୁନି ।
କମ୍ପୁଟର କ୍ଲାସରେ ସେ ନୂଆ କରି ଶିଖିବାକୁ ଆସିଥାଏ ।
ମୁଁ ନଖାଇ ନ ପିଇ ସକାଳୁ ବାହାରିପଡେ କମ୍ପୁଟର କ୍ଲାସକୁ ବାସ ଖାଲି ତାକୁ ଦେଖିବାକୁ । ଧୀରେ ଧୀରେ ଆମ ଭିତରେ ପ୍ରେମ ସମ୍ପର୍କ ଗଢିଉଠିଲା । ଆଜି ବି ସେ କଥା ମୋର ମନେ ଅଛି ମୋ ପାଟିରୁ ମରିବା କଥା ଶୁଣିଲେ ସେ ରାଗିକି ଫୋନ କାଟିଦେଉଥିଲା ଆଉ କହୁଥିଲା ଦିନେ ଆଉ ଏମିତି କହିଲେ ମୁଁ କଥା ହେବିନି । ଆଜି କେମିତି ମତେ ମାରିଦେଇ ଗଲା ଦେଖ ?
ସାଙ୍ଗ- ଏ ସବୁ ତାର ନାଟକ ଥିଲା । ଏମିତି କଥା କହି ତୋଠୁ ଝଡାଉଥିଲା ।
ଶୁଭୁ- ସେ ଯୋଉଠି ଥାଉ ଖୁସିରେ ଥାଉ ।
ସାଙ୍ଗ- ଆଉ ତୁ ଏମିତି ତାକୁ ଝୁରୁଥିବୁ ।
ଶୁଭୁ- ତାର ବହୁତ କିଛି ସ୍ମୃତି ମୋ ପାଖରେ ଅଛି । ସେଇ ସ୍ମୃତିକୁ ନେଇ ବଞ୍ଚିଯିବି । ତାର ଚକଲେଟ ଜରି ପର୍ଯ୍ୟନ୍ତ ମୁଁ ସାଇତିକି ରଖିଛି ।
( ଶୁଭୁର ହୃଦୟକୁ ଏତେ କଷ୍ଟ ହେଉଥାଏ ଯେ ସେ କଥା ବି ଠିକ ସେ କହିପାରୁ ନଥାଏ । ) ତା ମୁହଁରେ ଟିକେ ହସ ଦେଖିବାକୁ ମୁଁ ତା ଜନ୍ମ ଦିନରେ ତାକୁ ଦାମୀ ଉପହାର ଦେଇଥିଲି । ସତରେ କଣ ସେ ଏ ସବୁକିଛି ଭୁଲିଗଲା । କଣ ମୋ ଭଲ ପାଇବା ସତ ନଥିଲା ।
ସାଙ୍ଗ- ଏ ଝିଅମାନଙ୍କୁ ସତ ଭଲପାଇବା ହଜମ ହୁଏନି ।
ଶୁଭୁର ସାଙ୍ଗ ଶୁଭୁକୁ ବହୁତ ବୁଝାଇ ଚାଲିଗଲା । ହେଲେ, ଶୁଭୁର ମନ ଜମାରୁ ବୁଝୁ ନଥାଏ । ପର୍ସରେ ଥିବା ଫୋଟୋକୁ ଦେଖି ଆଖିରୁ ଦୁଇ ଟୋପା ଲୁହ ଝରି ପଡେ,
"ପାଗିଳି ତୁ ସେଠି ଖୁସି ରେ ଅଛୁ ନା
ମୋ କଥା ତୋର କଣ ମନେ ପଡୁନି। ଥରଟିଏ ବି ଭାବିଲୁନି ରେ ମୁଁ କେମିତି ବଞ୍ଚିବି । ସେଇ ପର୍ସକୁ ଧରି ଶୁଭୁ କାନ୍ଦି କାନ୍ଦି ଶୋଇପଡ଼େ ।
ଆଜି ବି ଶୁଭୁର ପର୍ସରେ ରୀନାର ଫୋଟୋ ଅଛି । ଆଜି ବି ସେ ଫୋଟୋ ଧରି କଥା ହେଉଛି ଓ ଆଜି ବି ତା ସ୍ମୃତିକୁ ମନେ ପକାଇ କିଛି ସମୟ ହସି ପୁଣି କାନ୍ଦି ପକାଉଛି ।
ସତରେ ଏ ପ୍ରେମ ବଡ ବିଚିତ୍ର ।
ମେସେଜ ଫର ୟୁ - ସବୁ ଜିନିଷରେ ଅତି ହିଁ ପରି ଶେଷରେ କ୍ଷତିକାରକ ହେଇଥାଏ । ଅତିରୁ ଅଧିକ ଭଲ ପାଇବା ହେଉ କି ଖାଦ୍ୟ ହେଉ କି ଯେ କୌଣସି ଜିନିଷ ହେଉ ପରେ ପରେ ବହୁତ କଷ୍ଟ ଦିଏ ।