ଅପରାଧୀ ତୁମ ପ୍ରେମର
ଅପରାଧୀ ତୁମ ପ୍ରେମର
ମୋର ହୃଦୟର ରାଣୀ ,
ତୁମେ ଏହି ପତ୍ର ପାଈ ଅସହନୀୟ ପୀଡା ଅନୁଭବ କରିବ ଏହା ଜାଣି ମଧ୍ୟ ମୁଁ ଏହି ପତ୍ର ଲେଖିବା କୁ ବାଧ୍ୟ ହେଲି । ମୁଁ ତୁମ ଠାରୁ ମୁକ୍ତି ଚାହେଁ ! ଅର୍ଥାତ ଆମ ଦୁହିଁଙ୍କ ମଧ୍ୟରେ ଯେଉଁ କଥା ଦିଆନିଆ ସରିଥିଲା ସେଥିରେ ମୁଁ ପୂର୍ଣ୍ଣଚ୍ଛେଦ ପକେଇବାକୁ ଚାହେଁ ।ଏହି ପତ୍ର ପାଈ ତୁମେ ସେ ସବୁ ଭୂଲିଯିବ କିମ୍ବା ଭୂଲିଯିବାକୁ ଚେଷ୍ଟା କରିବ ।କାରଣ ଆମ ଦୁହିଁଙ୍କ ମଧ୍ୟ ରେ ବାନ୍ଧି ହୋଇଥିବା ବନ୍ଧନ କୁ ମୁଁ ଭୂଲିଯିବା କୁ ଚାହେଁ ।ମୁଁ ତୁମ ସହ ପାଦରେ ପାଦ ମିଳେଇ ଚାଲି ପାରିବି ନାହିଁ । ମୁଁ ଜାଣେ ତୁମେ ଏହି ପତ୍ର ଟି କୁ ପଢିସାରିବା ପରେ ବିଶ୍ଵାସ ଯିବନି ଯେ ମୁଁ ଏହି ପତ୍ର ଟି କୁ ଲେଖିଛି ।ଯଦିଓ ତୁମେ ବିଶ୍ଵାସ କର ତେବେ ତୁମର ହୃଦୟ ଅଜଣା ଯନ୍ତ୍ରଣା ରେ ଛଟପଟ ହେବ ତଥା ହୃଦୟର ରକ୍ତ ଶୁଖିଯିବ । ନୟନ ରୁ ନୀର ଗଡିବ ।ଅଥଚ ତୁମେ ଯାହାଚାହଁ କହିପାର ମୋର କୌଣସି ଆପତ୍ତି ନାହିଁ ;ମୁଁ ମୋର ଜୀବନ ର ଶେଷ ସିଦ୍ଧାନ୍ତ ନେଇ ଏହି ପତ୍ର ଲେଖୁଛି ।କେଉଁ ପ୍ରମିକ ଚାହେଁ ଯେ ତାର ତନୁ ,ମନ ,ହୃଦୟ ସବୁ କିଛି ଦେଇ ଭଲ ପାଇ ଏମିତି ଅଧା ରାସ୍ତାରେ ଛାଡିଦେବ ।
ମୋର ଅଭିମାନୀ ଏହି ପତ୍ର ପାଇବା ପୂର୍ବରୁ ତୁମେ କେବେ କାହା ଆଗରେ ମୋ ପ୍ରେମ କୁ ଅସ୍ବୀକାର କରି ନ ଥିବ ।ଅଥଚ ବର୍ତ୍ତମାନ କହିବ ମୋ ପ୍ରେମ ଥିଲା ସବୁ ମିଛ ,ଛଳନା ,ମୁଁ ତୁମ ସହ କପଟ କରିଛି ,ମୁଁ ଧୋକେବାଜ୍ ।ଅବଶ୍ୟ ସତ ମୁଁ କେତେ ସପନ ତଥା କଳ୍ପନା ରେ ନିଜର କରି ନେଇଥିଲି ତୁମକୁ ।କେବେ ଏକାନ୍ତ ନିର୍ଜନ ପ୍ରଦେଶରେ ,କେବେ ହିମ ଆଚ୍ଛାଦିତ ସୁନ୍ଦର ପାହାଚରେ ,କେବେ ଶୂନ୍ୟ ମହାକାଶ ତଳେ ,କେବେ ପୁଣି ଫୁଲ ର ବିଛଣାରେ ।କିନ୍ତୁ ମୁଁ ନିଜ ହାତରେ ସେହି ସବୁ ସପନ ଏବଂ କଳ୍ପନା କୁ ଦୂରେଇଦେବା କୁ ଇଚ୍ଛା କରେ ।ରାଣୀ ମୁଁ ସବୁ ସପନ ଠାରୁ ଦୂରେଇ ରହିବାକୁ ଚାହେଁ ।ସବୁ କଳ୍ପନା କୁ ଭୂଲିଯିବା କୁ ଚାହୁଁଚି ଏବଂ ମୁଁ ତୁମର ସର୍ବଶ୍ରେଷ୍ଠ ଧୋକେବାଜ୍ ପ୍ରେମିକ ହୋଇ ରହିବାକୁ ରାଜି ଅଛି ।ତୁମେ ଭାବୁଥିବ ଯେ ମୋତେ ଆଉ ଗୋଟିଏ ନୂଆ ପ୍ରେମିକା ମିଳିଗଲା ତଥା ନୂଆ ପ୍ରେମ ମିଳିଗଲା । ହଁ ରାଣୀ ମୋତେ ଆଉ ଗୋଟିଏ ପ୍ରେମିକା ମିଳିଗଲା କିନ୍ତୁ ଆଉ ଗୋଟିଏ ପ୍ରେମ ? ଏହା କେବେ ବି ସମ୍ଭବ ନୁହେଁ ।ତଥାପି ମୁଁ ତୁମ ଠାରୁ ଦୂରେଇ ରହିବାକୁ କାହିଁକି ଚାହେଁ,ଏହି କଥା ସ୍ପଷ୍ଟ ରୂପରେ ଜଣାଇବାକୁ ଏହି ପତ୍ର ଲେଖିଲି ।
ରାଣୀ ତୁମେ ରାହୁଲ୍ କୁ ତ ଜାଣି ଥିବ ,ଯାହା କଥା ମୁଁ ସବୁବେଳେ ତୁମକୁ କୁହେ ।ଯିଏ ମୋର ପିଲାଦିନ ର ବନ୍ଧୁ ଥିଲା ।ବିବାହ କଲା ପରେ ମଧ୍ୟ ସେ ଯୁବତୀ ମାନଙ୍କର ନାମ ଏବଂ ଠିକଣା ର ଲମ୍ବା ତାଲିକା ତା ପାଖରେ ରଖିଥାଏ ।ସେ କଲିକତା ରେ ରୁହେ ।ମୁଁ ଏଇ ଥର ଯେତେବେଳେ କଲିକତା ଯାଇଥିଲି ;ସେତେବେଳେ ତା ସହ ମୋର ସାକ୍ଷାତ୍ ହୋଇଥିଲା ।ପ୍ରଥମେ ବହୁତ କଥା ହେଲୁ ତାପରେ ସେ ପଚାରିଲା ତୋର ପ୍ରେମ ଆଜି ପର୍ଯ୍ୟନ୍ତ କେତେ ଝିଅ ଙ୍କ ସହ ଚାଲିଛି? ମୁଁ କହିଲି ବନ୍ଧୁ ମୁଁ କେବଳ ମୋ ରାଣୀ କୁ ମନ ପ୍ରାଣ ଦେଇ ଭଲପାଏ ,ତା'ଛଡା ମୁଁ ମୋ ଜୀବନରେ କାହାକୁ ଆସିବାକୁ ଦେଇନି କି ଆଗାମି ଭବିଷ୍ୟତରେ ମଧ୍ୟ କାହାକୁ ଆସିବାକୁ ଦେବିନି ଏହା ମୋର ଦୃଢ ପ୍ରତିଜ୍ଞା ।ଆଉ କିଛି କହିବା ଆଗରୁ ସେ କହିଲା ସେହି ଝିଅ ସହ ଆନ୍ତରିକ ନା ଦୈହିକ ପ୍ରେମ ଚାଲିଛି? ନାରୀ ଏବଂ ପୁରୁଷ କେବଳ ଦୈହିକ ସମ୍ବନ୍ଧ ରେ ସିମିତ ସେଥିରେ ବିଶ୍ଵାସ କରିବା ବାଲା ରାହୁଲ୍ ,ଏଥିପାଇଁ ପ୍ରେମ କରୁଥିବା ବନ୍ଧୁ ମାନଙ୍କ ସହ ଆଳାପ କରିବା ପାଇଁ ବେଶି ଭଲ ପାଏ ।ମୁଁ କହିଲି ରାଣୀ ମୋ ହୃଦୟ ମୋ ପ୍ରେମ ଏବଂ ଆମେ ଆସନ୍ତା ବର୍ଷ ଆରମ୍ଭ ରେ ହିଁ ଆମେ ଦୁହେଁ ବିବାହ କରି ନେବୁ ।ରାହୁଲ୍ ପୁଣି କହିଲା sorry yaar raj ଝିଅ ମାନେ ତ ସମସ୍ତେ ଭଲ ତଥାପି ବିବାହ ପୂର୍ବରୁ କିଛି ଅନୁଭବ ହାସଲ କରିଥିବା ଭଲ ନଚେତ୍ ବିବାହ ପରେ ପଶ୍ଚାତାପ କରିବାକୁ ପଡିବ ।କୌଣସି ଜିନିଷ ହାସଲ କରିବା ପୂର୍ବରୁ ସେହି ବିଷୟ ରେ ସବୁ କିଛି ଜାଣିଥିବା ଦରକାର ।ତା'ର ଏହି କଥା ରେ ମୁଁ ପୁରା ଚୁପ୍ ରହିଲି ।ସେ ମୋ ନିରବତା ଦେଖି ପୁଣି କହିଲା-ଚାଲେ ଆଜି ମୁଁ ତୋତେ କିଛି ଶିଖାଇବି ପୁଣି ତୁ ମୋତେ ଗୁରୁ ମାନିବୁ ।ରାହୁଲ୍ ହସୁଥାଏ କିନ୍ତୁ ମୁଁ କିଛି ବୁଝି ପାରୁ ନଥାଏ ।ତୋତେ ଗୋଟେ ସୁନ୍ଦରୀ ପରୀ ସହ ସାକ୍ଷାତ୍ କରାଇ ଦେଉଛି - ଗୋରା ଦେହ ,ଚାନ୍ଦ ପରି ମୁହଁ ଯାହାର ନାମ "ନିଶା "।ରାହୁଲ୍ ମୋ ହାତ କୁ ଭିଡି ଧରି ଚାଲିଛି, ମୁଁ ଯନ୍ତ୍ରବତ ତା'ସହ ଚାଲିବାକୁ ଲାଗିଲି ।ମୋର ବାରମ୍ବାର ବାରଣ ସତ୍ତ୍ବେ ଏକ ଅଜଣା ଜାଗା ଯାହା ମୁଁ ଦେଖିବାକୁ ପାଇଲି ଯେ ସେ ମୋତେ ଏକ ହୋଟେଲ୍ ରେ ପହଞ୍ଚାଇ ଦେଲାଣି ।ମୁଁ ମନେ ମନେ ଭାବିଲି ଯେ ବିବାହ ପୂର୍ବରୁ କିଛି ଅନୁଭବ କରିବା କୌଣସି କାରଣେ ଖରାପ ହୋଇଥାଏ ? ଯେ ସେହି ଅନୁଭବ ଟି କ'ଣ ? ମୋ ମନ ରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । ତା' ପରେ ମୁଁ ଆଉ ରାହୁଲ୍ ଦୁହେଁ ହଟେଲ୍ ଭିତରେ ପ୍ରବେଶ କଲୁ ।ସେଠାକାର ପ୍ରତୋକ କୋଠରୀ ରେ କେବଳ ତରୁଣୀ ଯୁବତୀ ମାନେ ଥିଲେ ।ସେହି ଠାରେ ଥିବା ଦେହ ବ୍ୟବସାୟ କରୁଥିବା ତରୁଣୀ ଯୁବତୀ ମାନଙ୍କ ଉଦଣ୍ଡତା ଓ ନିର୍ଲଜତା ଦେଖି ମୋ ମନରେ ଘୃଣା ଭାବଜାତ ହେଲା । ଏପଟେ ରାହୁଲ୍ ମୋତେ ଏକା କରି କୁଆଡେ ଚିଲିଗଲା ମୁଁ ଭିଡ ଭିତରେ ଆଉ ଦେଖିପାରିଲି ନାହିଁ ।
ହଠାତ୍ ନଜର ପଡିଲା ମୋର ଗୋଟେ ଦେହ ବ୍ୟବସାୟ କରୁଥିବା ସୁନ୍ଦରୀ ବେଶ୍ୟା ତରୁଣୀ ଉପରେ । ତଥାପି ତାଙ୍କ ପ୍ରତି ଘୃଣା ଲାଗିଲା ଯେ , ସେମାନେ ଏତେ ସୁନ୍ଦରୀ ହୋଇଥିଲେ ସୁଧା ଟଙ୍କା ପାଇଁ କେତେ ସହଜ ରେ ନିଜର ଦେହଦାନ କରୁଛନ୍ତି ।ମୋ ହୃଦୟର ଜ୍ବାଳା ଫାଟିବା ପରି ମନେ ହେଲା ; ଯେ ଏହିସବୁ କ'ଣ ?ସେହି ତରୁଣୀ ଜଣକ ନିଜର ସମସ୍ତ ପୋଷାକ କୁ କାଢି ଦେଇ ବିଛଣା ରେ ଶୋଇଗଲା ।ମୋ ଆଖି ସାମ୍ନାରେ ଏକ ଅସହନୀୟ ନାରୀ ର ଉଲଗ୍ନ ଶରୀର କୁ ଦେଖି ଏପରୀ ଲାଗିଲା ଯେ ସତେ ଯେମିତି ଏହା ଗୋଟିଏ ମୃତ ନାରୀ ମାତ୍ର ।ଉଲଗ୍ନ ନାରୀ କ'ଣ ଏମିତି ହୋଇଥାଏ ? ଏହା କ'ଣ ଶାରୀରିକ ଗଠନ ? ମୁଁ ଦେଖିବାକୁ ପାଇଲି ତା' ଆଖି ରେ ଲକ୍ଷେ ରାତି ର ବିଷାଦ, ତା' ର ଉଲଗ୍ନ ନିରବତା ର ବଂଶ ସାମ୍ରାଜ୍ୟର ବିକଳ ଦୃଶ୍ୟ ,ବକ୍ଷ ର ମାଂସାଳ ଶରୀର ର ମଉନ ପ୍ରତିବାଦ ।ଗୋଟିଏ ଉଲଗ୍ନ ନାରୀ ର ଶରୀର କୁ ଦେଖିଥିଲି ମୁଁ ।ମନେ ମନେ ଭାବୁଥିଲି ଏହା କ'ଣ ସେହି କୋଣାର୍କ ର ପ୍ରଚୀ କନ୍ୟା? ଶିଳ୍ପୀ ର ସପନ ସୁନ୍ଦରୀ କ'ଣ ଏହି ନାରୀ?ଏହା କ'ଣ ମୋ ଅପରିମେୟ କୌତୁହଳ ର ସଫଳ ଫସଲ ?ଏହା ତ ସାଧନ ପାଇଁ ଏକ ଶୀତଳ ଜୀବନ ଅଟେ ,ନା ମୋ ସାମ୍ନାରେ ଦଣ୍ଡାୟମାନ ଜଣେ ନିରସ୍ତ୍ର ସୌନିକ ଏବଂ ତାକୁ ବଧ କରି ମୋତେ ବିଜୟୀ ହେବାକୁ ପଡିବ ।
ମୋ ହୃଦୟ ଫାଟି ପଡିଲା ଏବଂ ଘୃଣା ସହ ସେଠାରେ ବଶି ପଡିଲି ।ତୁମକୁ କ'ଣ ଲାଜ ଲାଗୁ ନାହିଁ ,ତୁମ କୁ ନାରୀ କହିବା ନାରୀ ଜାତି ର ଅପମାନ ହେବ ।ତୁମେ ଜାଣ ଲାଜ ସରମତ ନାରୀ ର ଆଭୂଷଣ କିନ୍ତୁ ତୁମର ଆଭୂଷଣ ତ ଟଂକା ଯାହାପାଇଁ ତୁମେ ସବୁକିଛି କରିପାର ,ବର୍ତ୍ତମାନ ମଧ୍ୟ କରୁଛ ।"ନିଶା " ମୋ ଆଡକୁ ଗୋଟିଏ ହତଭଗା ତରୁଣୀ ପରି ଚାହିଁ ରହିଥିଲା ତା ନୟନ ଯୁଗଳ ରୁ କେଇ ବିନ୍ଦୁ ଲୁହ ଝରି ପଡିଲା ।ମୁଁ ତାଙ୍କୁ ନିରାଶ କରି ଫେରୁଥିଲି ହଠାତ୍ ନିଶା କ୍ଷୀଣ କଣ୍ଠ ରେ କହି ଉଠିଲା -ଆପଣ ମାନେ କେବଳ ନିଜର ତୃଷ୍ଣା ମେଣ୍ଟାଇବାକୁ ଚାହାଁନ୍ତି ।ଏଥି ପାଇଁ ପୁରୁଷ ସମାଜ ପ୍ରଧାନ ଅଟେ ।ଯାହାକୁ ଏହି ଶରୀର ସହ ଖେଳିବାକୁ ଇଛା ହେଉଛି ସେ ଖେଳି ସାରି ଚାଲି ଯାଉଛି ।କିନ୍ତୁ ଏହା ଦେଖିନାହାଁନ୍ତି ଯେ ଏଠାରେ ମୋ ଅବସ୍ଥା କ'ଣ ହେଉଛି ।ଆପଣ ମଧ୍ୟ ଯେଉଁ ଆଶା ନେଇ ଆଶିଥିଲେ ସେହି ଆଶା ପୂରଣ କରି ଚାଲିଯିବେ ।କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଯେ ସବୁ ନାରୀ ମାନଙ୍କ ହୃଦୟ ଏକା ପରି ଅଟେ । ତାର ସ୍ନେହ ହେଉଛି ଜଣେ ସ୍ବାମୀ,ଗୋଟିଏ ଘର ଓ ପିଲାଛୁଆ ଇତ୍ୟାଦି ।କୁହନ୍ତୁ ଆମେ ଏହାକୁ ଛାଡିଦେଲେ କିପରି ଜୀବନ ଅତିବାହିତ କରିବୁ ?କିନ୍ତୁ ଆମେ ଜାଣି ପାରୁଛୁ ଏହି ପେଶା ରେ ଆମେ ସବୁ କିଛି ପାଇ ପାରିବୁନୁ ତଥାପି ସମାଜ ଆମକୁ ସହଜରେ ଗ୍ରହଣ କରିବନି ।
ତାଙ୍କ ର ଏହି କଥାରେ ମୁଁ ଏକ ମତ ହେଲି ନାହିଁ ।ମୁଁ କହିଲି "ନିଜର ଭୁଲ୍ ତଥା ହତାଶ କଥା ଟଙ୍କାର ଅଭାବ କୁ ଲୁଚାଇବାର ଏହା ଏକ ଉତ୍ତମ ଉପାୟ ଅଟେ ।ମୁଁ କିଛି କହିବା ପୂର୍ବରୁ ସେ ଧିର ସ୍ବର ରେ କହି ଉଠିଲେ -ଛାଡ ମୁଁ ତ ଏଠାକୁ ଖୁସି ରେ ବା ଦୁଃଖ ରେ ଆସିଛି କିନ୍ତୁ ଆପଣ?? ଆପଣଙ୍କୁ କେଉଁ ଦୁଃଖ ଏଠାକୁ ଟାଣି ଆଣିଛି ?ଆପଣଙ୍କ ପ୍ରେମିକା ନା ପତ୍ନୀ କିଏ ଆପଣଙ୍କୁ ଏହି ସୁଖ ରୁ ବଞ୍ଚିତ କରିଛନ୍ତ
ି । ନା ଯୌନକ୍ଷୁଧା ଆପଣଙ୍କୁ ଏଠାକୁ ଟାଣି ଆଣିଛି?ଜାଣିଛନ୍ତି ମୋତେ ଆଜି ଏହି ଆସନ ରେ କିଏ ବସେଇଛି ଏହି ପୁରୁଷ ସମାଜ ।ନିଜର କାମନା ,ବାସନା ମେଣ୍ଟାଇବା ପାଇଁ ଚାଲି ଆସନ୍ତି ମୋ ପାଖକୁ ମୋତେ ମୋ ଦେହ ଦାନ କରିବା ପାଇଁ କେଉଁ ମାନେ ସାହସ ଦେଲେ -ଏହି ପୁରୁଷ ସମାଜ ଏବଂ ନିଜକୁ ବୀର ପୁରୁଷ ମନେ କରୁଛନ୍ତି ଓ ନିଜର ଭୁଲ୍ କୂ ଲୁଚାଇବାକୁ ଆମ ଠାରୁ ଚେଷ୍ଟା କରୁଛନ୍ତି ।ଆରେ ପୁରୁଷ ସମାଜ ନିଜକୁ ଆଗ ସଂଶୋଧନ କରିନିଅ ତା' ପରେ ନାରୀ ର ଦୋଷ ଧରିବ ।ତୁମ ମାନଙ୍କ ପାଇଁ ଆଜି ଆମେ ବେଶ୍ୟା ।
ମୁଁ ଏ ସବୁ ଶୁଣି ଅବାକ୍ ହୋଇ ଚୁପ୍ ରହିଲି ।ମୁଁ ନିଜକୁ ନିଜେ ଅପରାଧ ମନେ କରିବାକୁ ଲାଗିଲି ।ମୁଁ ତାଙ୍କ ସମ୍ମଖ ରେ ମୁଣ୍ଡ ତଳକୁ କରି ଦଣ୍ଡାୟମାନ ହୋଇଥିଲି ।ଯେପରି ଜଣେ କଏଦୀ ନିଜର ଶେଷ ନିଷ୍ପତ୍ତି ପାଇଁ କଏଦୀ କୋଠରୀ ରେ ଦଣ୍ଡାୟମାନ ହୋଇ ରହିଥାଏ ।ମୁଁ କିଛି କହିବା ପୂର୍ବରୁ ସେ କହିଲେ ଆପଣ ନିଜ କୁ ଗୁଣମାନ ଏବଂ ଆଦର୍ଶବାନ ମନେ କରୁଛନ୍ତି କ'ଣ ଆପଣ ମୋତେ ଗ୍ରହଣ କରିପାରିବେ ?ହଠାତ୍ ଯେମିତି ମୋ ଉପରେ ବିଜୁଳି ମାରିଲା ପରି ମୋ ଦେହ ରେ ଏକ ଅଜଣା ଝଡ ଆସିଗଲା ।ମୁଁ କହିଲି ନା ଏହା କେବେ ବି ସମ୍ଭବ ନୁହେଁ ।ନିଶା କହି ଉଠିଲା ବୀର ପୁରୁଷ ନିକଟ ରେ ଏତିକି ସାହସ ନାହିଁ?ମୁଁ କାହିଁକି କିପରା ଏଠାକୁ ଆସିଲି ନିଶ୍ଚିୟ କହିବି ;କାରଣ ଆପଣ ହେଉଛନ୍ତି ମୋର ଏହି ନର୍କିୟ ଜୀବନ ର ପ୍ରଥମ ବ୍ୟକ୍ତି ଯିଏ ମୋ ଶରୀର କୁ ନ ଛୁଇଁ ମୋତେ ଏହି କାର୍ଯ୍ୟ ପାଇଁ ପ୍ରତିବାଦ କରିଛନ୍ତି ।
ମୁଁ କହିଲି ରଖ ତୁମ ର ଏଇ କାହାଣୀ ମୋର ଶୁଣିବାକୁ ସମୟ ନାହିଁ ।ଆଉ ହଁ ମୁଁ ଜଣେ ଆଦର୍ଶବାନ ପୁରୁଷ ମୁଁ ମୋ ପ୍ରେମିକା କୁ କଥା ଦେଇଛି ତା'ଛଡା ମୁଁ କାହାକୁ ମୋ ଜୀବନରେ ଆସିବାକୁ ଦେଇପାରିବିନି ମୋତେ କ୍ଷମା କର ।ନିଶା ମୋ ଗୋଡ ଧରି କହିଲା ଆପଣ କ'ଣ ସେହି ପୁରୁଷ ମାନଙ୍କ ପରି ନିଜର କ୍ଷୁଧା ମେଣ୍ଟାଇ ଚାଲିଯିବେ ?ମୋ ଜୀବନ ରେ ଘଟିଥିବା ସତ୍ୟତା କୁ କ'ଣ ଶୁଣିବେନି ?ମୁଁ କିଛି ସମୟ ନିରବ ରହିଲି ।ପୁଣି କହିଲି କୁହତ ଦେଖି କେଉଁ ପରିସ୍ଥିତି ତୁମ କୁ ଏଠାକୁ ଆଣିବାକୁ ବାଧ୍ୟ କରିଛି ।ନିଶା ଧିର ସ୍ବର ରେ ନିଜ କୋହ କୁ ଯାବୁଡି ଧରି ଆରମ୍ଭ କରିଲା ତା ଜୀବନ ରେ ଘଟିଯାଇ ଥିବା କିଛି ଅକୁହା କଥା :-
ମୁଁ ମଧ୍ୟ ଜଣକୁ ପ୍ରେମକରୁଥିଲି ।ମୁଁ ସେହି ସମୟ ରେ ଷୋହଳ ଟି ବସନ୍ତ କୁ ଅତିକ୍ରମ କରି ସାରିଥିଲି ।ମୋ ଶରୀର ରେ ଯୌବନ ପ୍ରଥମ ପାଦ ପକେଇ ଥିଲା ମୋର ସୁନ୍ଦର ଯୌବନ ର ଆକର୍ଷଣୀୟ ଚେହେରା ଉପରେ ସମସ୍ତ ଙ୍କ ନଜର ପଡୁଥିଲା ।ଏହା ଦେଖି ମୁଁ ନିଜେ ମଧ୍ୟ ଲାଜରେ ଝାଉଁଳି ପଡୁଥିଲି ।ଠିକ୍ ସେହି ସମୟ ରେ ହଠାତ୍ ଜଣେ ଯୁବକ ଙ୍କୁ ମୋ ହୃଦୟ ଟା ଦେଇ ବସିଲି ।ଯିଏ ଆମ ଘର ପାଖରେ ଭଡା ନେଇ ରହୁଥିଲେ ଏବଂ ପଢୁଥିଲେ ।ତାଙ୍କ ନାମ ଥିଲା ନିଶିକାନ୍ତ ।ବୟସ ର ଏହି ପାହାଚ ରେ ସମସ୍ତ ଙ୍କ ପାଦ ନାଚି ଯାଏ କେଉଁ ଏକ ଅଜଣା ଆନନ୍ଦ ରେ ।ମୁଁ ମଧ୍ୟ ଆଗପଛ ବିଚାର ନ କରି ତାଙ୍କୁ ମୁଁ ମୋର ଦେହ ମନ ସବୁ କିଛି ଦାନ କରିଦେଲି ।ସେ ମୋତେ ସବୁଦିନ ନୂଆ ନୂଆ ସପନ ଦେଖାଉ ଥିଲେ ଏବଂ ମୁଁ ମଧ୍ୟ ତାଙ୍କ ସପନ ରେ ହଜି ଯାଉଥିଲି ।କିନ୍ତୁ ଚପଳା ଯୁବତୀ ମାନଙ୍କ ଜୀବନ ଏବଂ ଯୌବନ ସହ ଖେଳିବା ଲୋକ ବହୁତ ସାଧା ସିଧା ପୋଷାକ ପରିଧାନ କରି ଏହି ଦୁନିଆରେ ଘୂରି ବୁଲୁଛନ୍ତି। ନିଶିକାନ୍ତ ସେ ମାନଙ୍କ ମଧ୍ୟରୁ ଜଣେ ।ଏହା ମୁଁ ପରେ ଜାଣି ପାରିଲି ଯେ ସେ କୁଆଡେ ପାଠ ପଢୁ ନାହାନ୍ତି ତାହାର କାମ ହେଉଛି ଯେଉଁ ଘରେ ଯୁବତୀ ଝିଅ ଥା'ନ୍ତି ସେହି ଘର ପାଖରେ ରହିବା ଏବଂ ସେମାନଙ୍କ ସହ ମିଳାମିଶା ବଢାଇ ତାଙ୍କୁ ବରବାଦ୍ କରି କୌଣସି ବେଶ୍ୟାଳୟ ରେ ବିକିବା ଏବଂ ମୁଁ ମଧ୍ୟ ତାଙ୍କ ଖୁନି ହାତ ରୁ କିପରି ଅବା ବଞ୍ଚିତ ହୋଇଥାନ୍ତି ।ମୁଁ ଗର୍ଭବତୀ ହୋଇଥିଲି ମୁଁ ତାଙ୍କୁ ବିବାହ କରିବାକୁ କହିଲି କିନ୍ତୁ ସେ କୌଶଳ କରି କହିଲା-ଦେଖ ନିଶା ମୁଁ ଏବେ ପଢୁଛି ,ତୁମକୁ ବିବାହ କରିବି କେମିତି ? ତୁମେ ବର୍ତ୍ତମାନ ଗର୍ଭପାତ କରିଦିଅ ମୁଁ ସବୁକିଛି ବ୍ୟବସ୍ଥା କରିବି ଏବଂ କିଛିଦିନ ପରେ ଯେବେ ମୁଁ ଚାକିରୀ କରିବି ତ ସେତେବେଳେ ପୁରା ଧୂମଧାମରେ ବେଣ୍ଡ୍ ବାଜା ବଜାଇ ମୋ ଘର କୁ ବହୂ କରି ନେଇ ଯିବି ।ତାଙ୍କ ର ଏହି କଥା ରେ ପୁଣି ବିଶ୍ଵାସ କଲି ସେ ମୋତେ ଗର୍ଭପାତ କରିବାକୁ ନେଇ ଗଲା ।ଗର୍ଭପାତ କରି ଦେଲା କିନ୍ତୁ ତା' ପରେ ମୁଁ ମୋର ଚେତା ହରେଇ ବସିଲି ।ଯେତେବେଳେ କୁ ମୁଁ ଚେତା ଫେରାଇ ପାଇଲି ସେତେବେଳେ କୁ ମୁଁ ଗୋଟିଏ ବେଶ୍ୟା କୋଠରୀ ରେ ।ଯେଉଁ ଠି ନିଶିକାନ୍ତ ର କୌଣସି ଖବର ନଥିଲା ।ପରେ ଜାଣିଲି ଯେ ଏଠାରେ ମୋତେ ସେ 50,000 ଟଙ୍କା ରେ ବିକ୍ରି କରି ଦେଇଛି ।ସେ ସମୟ ରେ ମୋ ଅବସ୍ଥା କ'ଣ ହୋଇ ଥିବ ଏହା ଆପଣ କ'ଣ ଜାଣି ପାରିଛନ୍ତି କି ?
ତାଙ୍କ ର ଏହି ଦୁଃଖ ଓ ଲମ୍ବା ର କାହାଣୀ ଶୁଣିଲା ପରେ ମୋ ନୟନ ର ଅଶ୍ରୁରେ ମୋ ଶରୀର ପୁରାପୁରି ଭିଜି ଯାଇଥିଲା ତଥା ମୁଁ ପୁରା ହତ ବାକ ହୋଇ ବୋକା ମାନଙ୍କ ଭଳି ତାଙ୍କ ଆଡକୁ ଅନେଇ ରହିଥିଲି ।
ନିଶା ପୁଣି କହିବାକୁ ଲାଗିଲା:- ଜାଣିଛନ୍ତି ସେହି ଦିନ ଠାରୁ ସବୁ ମଣିଷ ଙ୍କ ପ୍ରତି ଘୃଣା ଆସିଗଲା ଯଦି କିଏ ପ୍ରେମ ବିବାହ କଥା କହିଲେ ମୁହଁକୁ ତଳକୁ କରି ଦେଉଛି ।କିନ୍ତୁ ଏକ କଳଙ୍କିତ ନାରୀ କ'ଣ ବା କରିପାରେ ?ସବୁଦିନ ପାଇଁ ସେ ମରିଯାଇଛି ବଞ୍ଚି ରହିଛି କେବଳ ଯନ୍ତ୍ରଣା ରେ ଛଟପଟ ହେଉଥିବା ରକ୍ତ ମାଂସ ର କେହି ଖଣ୍ତ ହାଡ ର ଶରୀର କୁ ନେଇ ।କିନ୍ତୁ ବର୍ତ୍ତମାନ ବର୍ତ୍ତମାନ ତ ଏଠାରେ ବଞ୍ଚି ବଞ୍ଚି ଯଥେଷ୍ଟ ଅଭ୍ୟସ୍ତ ହେଇ ଗଲାଣି ।
ହଁ ମୁଁ ମୁଁ ତା ପରେ ଆଗକୁ କିଛି କହି ପାରିଲିନି ତଥା ମୂକ ପାଲଟି ଯାଇଛି । ପ୍ରେମ ଯିଏ କରିଛି ଶାଶ୍ବତ ହୋଇଛି,ନିର୍ମଳ ହୋଇଛି ,ପ୍ରେମ ଏକ ପୂଜା, ଉପାସନା । ଏବଂ ପ୍ରେମ ପ୍ରତି ନିଶା ର ଏକ ବିତୃଷ୍ଣା ଅବଶ୍ୟ ତାହାର ଏହି ଭାବ ପ୍ରଭାବିତ ଅଟେ ।କିନ୍ତୁ ମୁଁ ମଧ୍ୟ ଜୀବନ ର ଶେଷ ନିଷ୍ପତ୍ତି ନେଇ ସାରିଥିଲି ମୁଁ ନିଶାର ଏହି ବିତୃଷ୍ଣା ଭାବ ଦୂର କରିବି ।ହଁ ମୁଁ ତାହାର ଜ୍ବଳନ୍ତ ଶରୀରରେ ଶୀତଳ ନୀରର ଧାରା ଛୁଟାଇ ଦେବି ।ହଁ ମୁଁ ନିଶା ର ହେବି ।ମୋ ଅଭିମାନୀ ରାଣୀ ଏବେ ତୁମେ କୁହ ପୁରୁଷ ସମାଜ ତଥା ପ୍ରେମ ରେ ଲାଗିଥିବା ଏତେ ବଡ ପାପ ର ବୋଝ କୁ ନିଜ ମୁଣ୍ଡ କୁ ଉଠାଇ ତୁମ କୁ କ'ଣ ଶୁଖି କରି ପାରିଥା'ନ୍ତି ?
ମୁଁ ନିଶା କୁ କହିଲି :- ତୁମେ କେତେ ଜଣଙ୍କ ଦୋଷ କୁ ପୁରା ପୁରୁଷ ଜାତି ଟା ଉପରେ ଲଦି ଦିଅନା ଏବଂ ପ୍ରେମ ପରି ଗୋଟିଏ ପବିତ୍ର ଶଦ୍ଦ କୁ କଳଙ୍କିତ କର ନାହିଁ ।ମୁଁ ପ୍ରେମ ର ଅସଲ ଅର୍ଥ ବୁଝାଇ ଦେଉଛି !ନିଶା ମୁଁ ତୁମକୁ ବିବାହ କରିବାକୁ ଚାହୁଁଚି ।ମୋ କଥା କୁ ବିଶ୍ଵାସ କର ।ମୁଁ ନିଶିକାନ୍ତ ପରି ଯୌନପିପାଷୁ ନୁହେଁ ।କାରଣ ମୁଁ ମଧ୍ୟ କାହାକୁ ଭଲ ପାଉ ଥିଲି ।ଅଶ୍ରୁ ଜ୍ବଳଜ୍ବଳ ନୟନ ଯୁଗଳ ରେ ଅବିଶ୍ବାସ ଭରା ନେତ୍ର ରେ ନିଶା କେବଳ ମୋତେ ଚାହିଁ ରହିଥିଲା ।ମୁଁ ତାଙ୍କୁ ମୋ କୋଳ କୁ ଟାଣି ଆଣିଲି ତା' ଲୁହ କୁ ପୋଛି ଦେଲି ।ଧିରେ ଧିରେ ସେ ମୋତେ ଆଲିଙ୍ଗନ କଲା ବିଶ୍ଵାସ କର ରାଣୀ,ଯେଉଁ ବେଶ୍ୟା ନାରୀ ପ୍ରତି ତୁମର ଆଉ ମୋର ଯେଉଁ ଘୃଣା ଭାବ ଥିଲା ତାହା ବଦଳି ଯାଇଛି ।ନିଶା ର ପ୍ରଥମ ଆଲିଙ୍ଗନ ରୁ ମୁଁ ପବିତ୍ର ହୋଇଗଲି ତାହାର ଆଖି ଲୁହରେ ମୁଁ ଭିଜିଗଲି ତାହାର ପ୍ରତୋକ ଲୁହ ଟୋପା ରେ ମୁଁ ଦେଖିବାକୁ ପାଇଲି ଗୋଟିଏ କ୍ଷମା ।ନାରୀ ର ଏକ ସମର୍ପଣ ର ଦୃଶ୍ୟ ।
ରାଣୀ ଆସନ୍ତା କାଲି ମୁଁ ଏବଂ ନିଶା ପତିପତ୍ନୀ ହେବାକୁ ଯାଉଛୁ ।ତୁମେ ମୋତେ ଭୂଲିଯାଅ ,ତୁମର ନୂତନ ଜୀବନ ଆରମ୍ଭ କର ସୁଖୀ ହୁଅ ।ତୁମ ଜୀବନ ର ଚଲା ପଥ ପୁଷ୍ପମୟ ହେଉ ।ଏହା ମୋର ତୁମ ପାଇଁ କାମନା ଏହି ପତ୍ର ପଢି ସାରିଲା ପରେ ମଧ୍ୟ ଯଦି ତୁମର ମୋତେ କ୍ଷମା କରିବା ର ଶକ୍ତି ନାହିଁ ତା ହେଲେ ମୋତେ କ୍ଷମା ଦିଅ ନାହିଁ ।ଆଜି ଯଦି ମୁଁ ନିଶା କୁ ଗ୍ରହଣ କରି ନଥା'ନ୍ତି ପ୍ରେମ ସବୁଦିନ କୁ କଳଙ୍କିତ ବୋଲି କୁହାଯାଇ ଥା'ନ୍ତା ଏବଂ ସମସ୍ତ ପୁରୁଷ ଜାତି ଟା ସବୁ ଦିନ ପାଇଁ ପାପ ର ବୋଝ ମୁଣ୍ଡେଇ କାପୁରୁଷ ବୋଲାଇ ଥା'ନ୍ତା ।ହଁ ମୁଁ ଅପରାଧୀ ତୁମ ପ୍ରେମ ର ରାଣୀ,ମୁଁ ପ୍ରତିଜ୍ଞା କରି ମଧ୍ୟ ତୁମ କଥା ରଖି ପାରିଲିନି ।ହଁ ମୁଁ ଅପରାଧୀ ତୁମ ପ୍ରେମ ର ରାଣୀ,ଅନେକ ସ୍ବପ୍ନ ଦେଖେଇ ଅଧା ରାସ୍ତା ରେ ଛାଡିଦେଲି ଜଣେ ଅସହାୟ ନିରୀହ ଝିଅ ନିଶା ପାଇଁ ।ହଁ ମୁଁ ଅପରାଧୀ ତୁମ ପ୍ରେମ ର ରାଣୀ !
ରାଣୀ ତୁମ ପାଖରେ ଯଦି ମୋ ପ୍ରତି କ୍ଷମା କରିବା ର ଶକ୍ତି ନାହିଁ ତା ହେଲେ ମୁଁ ଧୋକେବାଜ୍,ପ୍ରେମପ୍ରତାରକ ,ବିଶ୍ଵାସଘାତକ ଏବଂ ତୁମ ପ୍ରେମ ର ଅପରାଧୀ ହୋଇ ରହିଯିବି ସବୁଦିନ ପାଇଁ ,ସବୁ କିଛି ମୋ ପାଇଁ ମଞ୍ଜୁର୍ .....।
।।ଇତି ।।
ତୁମ ପ୍ରେମର ଅପରାଧି ରାଜ୍