DR SAMIR RANJAN BEHERA

Children Stories Classics Inspirational

3  

DR SAMIR RANJAN BEHERA

Children Stories Classics Inspirational

ମହାଵୀର ଅଭିମନ୍ୟୁ ଭାଗ ୧

ମହାଵୀର ଅଭିମନ୍ୟୁ ଭାଗ ୧

4 mins
254



କୋଟି ଐଶ୍ୱର୍ଯ୍ୟ ଅଧିକାରୀ , ଅପୂର୍ବ ତେଜବନ୍ତ କୈଶୋର ବୟସ ର ଉପନ୍ନିତ ଥିଲେ ବି ନିଜର ଅପୂର୍ବ ବୀରତ୍ୱ ପ୍ରଦର୍ଶନ କରି କାଳଜୟୀ ଇତିହାସ ରଚି ଯାଇଥିବା ବିଶ୍ୱର ମାନ୍ୟ0ଗନ୍ୟ ଯୋଦ୍ଧା ଭିତରୁ ମହାଭାରତ ରେ ଅଦ୍ଵିତୀୟ ଅପ୍ରତିଦ୍ବନ୍ଦି ଭାବେ ସମସ୍ତ ରଥି ମହାରଥୀ କୁ ଧରାଶାୟୀ କରିଦେଇଥିବା ସେ ମହାନ ଯୋଦ୍ଧା ଥିଲେ ଅର୍ଜୁନ ସୁଭଦ୍ରା ନନ୍ଦନ , ଶ୍ରୀ କୃଷ୍ଣ ବଳରାମ ଙ୍କ ଭଣଜା, ସୌଭଦ୍ରି, ରୁଦ୍ରଧାରୀ, ଭର୍ଚ୍ଛା ଅବତାରୀ ମହାବୀର ଅଭିମନ୍ୟୁ , ଯାହାଙ୍କ ନାମ ବିନା ମହାଭାରତ ର ଅଧ୍ୟାୟ ଅସମ୍ପୂର୍ଣ l


ମାତ୍ର ଷୋହଳ ବର୍ଷ ବୟସ ରେ ତାଙ୍କ ଦ୍ୱାରା ରଚନା କରାଯାଇଥିବା ଅପୂର୍ବ ସୌର୍ଯ୍ୟ, ବୀରତ୍ୱ  ଜ୍ଞାନ କୁଶଳ ଇତିହାସ ରେ ସ୍ଵର୍ଣାକ୍ଷର ରେ ଲିପି ବଦ୍ଧ l


ଅଭିମନ୍ୟୁ ଙ୍କ ଜୀବନ ଚରିତ୍ର ଯେକୌଣସି ମାନବ ମନରେ ଭରି ଦିଏ ଉତ୍କଣ୍ଠା ଉନ୍ମାଦନା ଓ ଶିହରଣ l


ୟଦା ୟଦା ହିଁ ଧର୍ମସ୍ୟ ଗ୍ଲାନିର ଭବତି ଭାରତ 

       ଅଭ୍ୟୁଥାନାମ ଅଧର୍ମସ୍ୟ ତଦାତ୍ମାନଂ ସୄଦମ୍ୟହମ

ପଵିତ୍ରଣାୟମ ସାଧୂନାଂ ବିନାଶୟ ଚ ଦୁଃସକୃତାମ

     ଧର୍ମ ସଂସ୍ଥାପନାର୍ଥlୟଂ ସଂଭବାଃମି ଯୁଗେ ଯୁଗେ ll

ଯୁଗେ ଯୁଗେ ପାପର ବିନାଶ ପାଇଁ ଓ ଧର୍ମ ର ସଂସ୍ଥାପନ ପାଇଁ ସ୍ୱୟଂ ଭଗବାନ ଅବତରୀ ଥାଆନ୍ତି ଏ ଧରା ପୃଷ୍ଠ ରେ l

ନିଜର ସୌର୍ଯ୍ୟ ଓ ଦୀପ୍ତି ମନ୍ତ ଆଲୋକରେ ଆଲୋକିତ କରିଥାନ୍ତି ଜଗତ ବାସୀ ଙ୍କୁ ଓ ତମସାଛନ୍ନ ଅନ୍ଧାର ପୋତିମୟ ରୁ ଉଦ୍ଧାର କରନ୍ତି l

ଦ୍ୱାପର ଯୁଗ ର ଅଭିପୃଷ୍ଠ l କଂସ ର ଦୌରାତ୍ମ୍ୟତା ରେ ହାହାକାର କରୁଥିଲେ ମଥୁରା ନଗରୀ l ଶୂନ୍ୟ ବାଣୀ ର ସତ୍ୟାସତ୍ୟ ଅନୁସନ୍ଧାନ ପୂର୍ବକ ଗୋଟେ ପରେ ଗୋଟେ ହତ୍ୟା କରିଚାଲିଲେ ନିଜ ଭଗିନୀ ଦେବକୀ ର ସନ୍ତାନ କୁ l ଅତ୍ୟାଚାର ବର୍ବରତା ରେ ଗଗନ ପବନ ହେଉଥିଲା ପ୍ରକମ୍ପିତ l

ତ୍ରାହି ତ୍ରାହି ର ଆକୁଳ ଚିତ୍କାର ର କମ୍ପନ ହେଉଥିଲା ମଥୁରା ନଗର ର କୋଣେ ଅନୁକୋଣ........ଅନ୍ୟାୟ ଅତ୍ୟାଚାର ଅଧର୍ମ ର ଲଙ୍ଘୀଥିଲା ସୀମାରେଖ l

ମଥୁରା କଂସ ର ଦୁର୍ବିସହ ଅତ୍ୟାଚାର ରେ ସ୍ୱର୍ଗ ରେ ଦେବତା ମାନଙ୍କ ମଧ୍ୟରେ ଖେଳିଗଲା ଭୟର ଲହରୀ l ସ୍ୱୟଂ ବିଷ୍ଣୁ ଦୁରାଚାରୀ ପାପୀ କଂସ ର ଦଣ୍ଡ ନିମନ୍ତେ ପୃଥିବୀରେ ଅବତାର ନେବାପାଇଁ ସ୍ଥିରୀକୃତ କରେଇଦେଲେ l ଦେବତା ମାନଙ୍କ ଭିତରେ ପଡିଲା ଭାଳେଣି l ପ୍ରଭୁ ବିଷ୍ଣୁ ଙ୍କ ର ସାହାଯ୍ୟାର୍ଥେ ଅନେକ ଦେବତା ମନେ ମାନବ ଅବତାର ନେବାପାଇଁ ହେଇଗଲେ ପ୍ରସ୍ତୁତ l କିନ୍ତୁ ଭଗବାନ ଚନ୍ଦ୍ର ହେଲେ କୁଣ୍ଠିତ

" ପ୍ରଭୁ କ୍ଷମା ପ୍ରାର୍ଥୀ ମୁଁ , ପୁତ୍ର ବର୍ଚ୍ଚl ର ପ୍ରେମରେ ମୁଁ ଅନ୍ଧ , ମୋ ପୁତ୍ର ମୋ ହୃଦୟ ର ସ୍ପନ୍ଦନ , ମୋ ନୟନ ର ଧନ , ତାଙ୍କ ପାଖରୁ ଦୂରରେ ରହିବା ମୋ ପକ୍ଷରେ ଅସମ୍ଭବ l "

ସବୁ ଦେବଦେବୀ ମ୍ରିୟମାଣ ହେଇପଡ଼ିଲେ , କାରଣ ବର୍ଚ୍ଛା ଥିଲେ ଅପୂର୍ବ ପ୍ରତିଭାବନ୍ତ ଓ ସୌର୍ଯ୍ୟ ବନ୍ତ l

ଭଗବାନ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଙ୍କ ବହୁତ ଅନୁରୋଧ କ୍ରମେ ଭଗବାନ ଚନ୍ଦ୍ର ନିଜ ପୁତ୍ର ର ଅବତାର ସମ୍ପର୍କ ରେ ସହମତି ପ୍ରଦାନ କଲେ ....

" କିନ୍ତୁ ପ୍ରଭୁ ମୋର ଏକ ନିବେଦନ ରକ୍ଷା କରିବେ , ମୁଁ ମୋ ପୁତ୍ର rପୃଥିବୀ ପୃଷ୍ଠ ରେ ଦୀର୍ଘ ଦିନ ଧରି ଅବତାରିବା ମୋ ପକ୍ଷେ ଅସହ୍ୟ l ଏଣୁ ମୋର କରୁଣ ନିବେଦନ ଆପଣ ଏହାର ଏକ ସରଳ ଉପାୟ ପ୍ରଦାନ କରନ୍ତୁ l"

" ଚନ୍ଦ୍ର ଦେବ ତାହାହିଁ ହେଉ , ଆପଣଙ୍କ ପୁତ୍ର ଜନ୍ମ ନେବ କ୍ଷତ୍ରିୟ କୁଳ ରେ ଲାଳିତ ପାଳିତ ହେବ ଯାଦବ କୂଳରେ ,ସ୍ୱୟଂ ବିଷ୍ଣୁ ଅବତାରୀ କୃଷ୍ଣ ଙ୍କ ପାର୍ଶ୍ୱରେ ରହି ସେ ହେବ ଜଗଜ୍ଜିତା l

ଆଉ ସେ କୋଳ ମଣ୍ଡନ କରିବ ଶ୍ରେଷ୍ଠ ଧନୁର୍ଦ୍ଧର ନର ଅବତାରୀ ଅର୍ଜୁନ ଓ ଯୋଗମାୟା ଅବତାରୀ ସୁଭଦ୍ରା ଙ୍କ l ଚନ୍ଦ୍ର ଦେବ ଆପଣଙ୍କ ପୁତ୍ର କୁ ମାତ୍ର ଷୋହଳ ବର୍ଷ ର କାର୍ଯ୍ୟକଳାପ ହେବ ଆଉ ସେଇ ଅଳ୍ପ ସମୟରେ ସେ ରଚିବ ଦିଗବିଜୟ ଇତିହାସ l

ଅଳ୍ପାୟୁ ଯୋଦ୍ଧା ହେବାର ଗୌରବାନ୍ବିତ ବହନ କରି ଆପଣଙ୍କ ପୁତ୍ର ହେବ ସର୍ବଶ୍ରେଷ୍ଠ କନିଷ୍ଠ ଯୋଦ୍ଧା .......

    ସର୍ବ ବିଶ୍ୱ ଦରବାର ରେ ସେ ପରିଚିତ ହେବ

     ମହାଵୀର ଅଭିମନ୍ୟୁ ,  ମହାଵୀର ଅଭିମନ୍ୟୁ ll"

ସମୟ ଗଡିଚାଲେ l ପାପର ବିନାଶ ପାଇଁ ସ୍ୱୟଂ ବିଷ୍ଣୁ ଅବତରିଲେ ଶ୍ରୀକୃଷ୍ଣ ରୂପେ ମାତା ଦେବକୀ ଙ୍କ କୁଳ ରେ  , ସ୍ୱୟଂ ଶେଷନାଗ ଅବତରିଲେ ଶ୍ରୀବଳରାମ ରୂପେ ମାତା ରୋହିଣୀ କୂଳରେ ଆଉ ଯୋଗମାୟା ମାତା ତାଙ୍କ ଯୋଗ ଶକ୍ତି ରେ ଦୁଇ ଥର ଯଶୋଦା ମା କୁଳରେ ଜନ୍ମ ନେଲେ , ଥରେ କଂସ ର ଆକ୍ରୋଶ ରେ ବିଜୁଳି କନ୍ୟା ବସୁଦେବ ଙ୍କ ର ଉତ୍ତରାଧିକାରୀ ଭାବେ l

କିନ୍ତୁ କାଳର ଘନଘଟା କୌଣସି ସୂଚନା ଦେଇନଥିଲା ଅତ୍ୟାଚାରୀ କଂସ କୁ l

ଶଶିକଳା ପରି କୃଷ୍ଣ ବଳରାମ ବଢ଼ିବାରେ ଲାଗିଲେ l ଗୋପପୁର ରେ କୃଷ୍ଣ ବଳରାମ ଙ୍କ ଲୀଳାଖେଳ ରେ ଗୋପବାସୀ ଙ୍କ ମାନସିକତା ର ଚରମ ତୃପ୍ତି ଆଣିଦେଉଥିଲା l ବିଶେଷତ ଭଗବାନ ଶ୍ରୀକୃଷ୍ଣ ଙ୍କ ର ନଟଖଟିଆ ଦହିଚୋର ରାସଲୀଳା ର ଦିବ୍ୟ ରଚନା ଗୋପପୁର ବାସୀ ଙ୍କୁ କରିଥିଲା ମନ୍ତ୍ରମୁଗ୍ଧ l ଯୋଗମାୟା ଅବତାରୀ ଭଉଣୀ ସୁଭଦ୍ରା ଙ୍କ ଚପଳତା ଗୋପପୁର ର ତୃପ୍ତି କୁ କରିଥିଲା ଦ୍ୱିଗୁଣିତ l

ଯୋଗମାୟା ଅବତାରୀ ସୁଭଦ୍ରା ...କଂସ ର ପ୍ରକୃତ ମୃତ୍ୟୁ ର କାରଣ l ପ୍ରଥମେ ବଳରାମ ଙ୍କୁ ଦେବକୀ ଗର୍ଭ ରୁ ଆଣି ରୋହିଣୀ ଗର୍ଭରେ ସ୍ଥାପନା କରିବା ....

ପୁଣି ଦ୍ଵିତୀୟରେ ବିଜୁଳି କନ୍ୟା ରୂପରେ ଯଶୋଦା ମାତା ଙ୍କ ଗର୍ଭରେ ସ୍ଥାପିତ ହେଲା ଓ କଂସ ର ଆକ୍ରୋଶ ର ଶୀକାର ହେଲେ

ଶେଷରେ ପୁଣି ଯଶୋଦା ମା ର କୋଳ ମଣ୍ଡନ କଲେ ସ୍ୱୟଂ ଯୋଗମାୟା ...ସୁଭଦ୍ରା ରୂପରେ l

କୃଷ୍ଣ ବଳରାମ ଙ୍କ ଅତି ଚପଳ ବୟସ ରେ ପରାକ୍ରମ ରାକ୍ଷସ ଦମନ , ଗୋପ ବାସୀ ଙ୍କୁ ବିପଦ ରୁ ରକ୍ଷା କରିବା ସତେ ଅବତାରୀ ଦ୍ବୟ ଙ୍କ ସୌର୍ଯ୍ୟ କାହିଁ କେତେ ଗୁଣିତ ହେଉଥିଲା l

ସୁଭଦ୍ରା ମଧ୍ୟ ଅତି ଅଳ୍ପ ବୟସ ରୁ ଭାତୃ ଙ୍କ ଵିତତ୍ୱ ରେ ରଙ୍ଗାୟିତ ହେଉଥିଲା l ଅଳ୍ପ ବୟସ ରେ ସେ ବି ଅଶେଷ ବୀରତ୍ୱ ର ଆଦିକାରୀଣି ହେଇଥିଲେ l ତୀର ଚାଳନା , ଧନୁର୍ବିଧ୍ୟା , ଦୈବୀ ରଥ ରେ ସୁଚାରୁ ରୂପେ ଶିକ୍ଷା ପାଇଥିଲେ ନିଜ ଭ୍ରାତା ଓ ଗୁରୁ ସନ୍ଧିପନୀ ଆଶ୍ରମ ରୁ l

ସୁଭଦ୍ରା ଥିଲେ ଅତୀବ ବୀରତ୍ୱ , ସୌର୍ଯ୍ୟ ଦିପ୍ତିମନ୍ତ ନିଜ ଭାତୃ ଦ୍ବୟ ସଦୃଶ ... ଏକ ଧାର ରେ ଥିଲା ବୀର ସୋଦରୀ , ବୀର ପତ୍ନୀ ଓ ବୀର ମାତା , ଆଉ ସେ ସ୍ବପ୍ନ ଦେଖିଥିଲେ ଏକ ଅପୂର୍ବ ବୀରତ୍ୱ ଜ୍ୟୋତିଃମନ୍ତ  ସନ୍ତାନ ...ଯିଏ କି ସାରା ବିଶ୍ୱ ରେ ପରିଚୟ ପାଇଲା ମହାଵୀର  ଅଭିମନ୍ୟୁ ଭାବେ l

ସମୟ ଗଡିଚାଲିଲା ....କଂସ ବି ହତ ହେଇସାରିଥିଲା l ମଥୁରା ରାଜ ପ୍ରାସାଦ ଦ୍ଵାରକା କୁ ବି ସ୍ଥାନାନ୍ତରିତ ହେଲା l ଏହା ଭିତରେ ଅର୍ଜୁନ ଙ୍କ ଏକ ବର୍ଷ କାଳୀନ ବନବାସ ସମୟରେ କିଛି ଦିନ ଦ୍ଵାରକା ରେ ବିଚରଣ କରି ସଭିଙ୍କୁ ଆକର୍ଷିତ କରିଥିଲେ ଆଉ ବେଶୀ ଆକର୍ଷିତ ହେଇଥାଏ ସୁଭଦ୍ରା .....ବାସ ଏଇଠୁ ଆରମ୍ଭ ହେଲା ଭଦ୍ରାଅର୍ଜୁନ ପ୍ରେମ କାହାଣୀ ....ଯାହା ପରବର୍ତୀ ସମୟରେ ରୂପାନ୍ତର ନେଲା ଏକ ଦୁର୍ଧ୍ୱସ ବିବାହ ର ରୂପରେଖ l

ଭ୍ରାତା ବଳରାମ ଦୁର୍ଯ୍ୟୋଧନ ସହ ବିବାହ ପାଇଁ ଉତ୍ସୁକ ହେଉଥିଲା ବେଳେ ଶ୍ରୀକୃଷ୍ଣ ରଚିଥିଲେ ଆଉ ଏକ ଅଧ୍ୟାୟ l ଅର୍ଜୁନ ଙ୍କୁ ଆଦେଶ ଦେଇଥିଲେ ସୁଭଦ୍ରା କୁ ନେଇ ହସ୍ତିନାପୁର ପଳାୟନ ପାଇଁ l କିନ୍ତୁ ସାମ୍ନା କୁ ଆସିଥିଲେ ବଳରାମ ସେନା , ଯୁଦ୍ଧ ର ଦୁର୍ଦ୍ଧଷ ଆହ୍ୱାନ ର ପରିସମାପ୍ତି ରେ ଶେଷରେ ବଳରାମ ନୀରବ ହେଇଗଲେ ଯେବେ ଦେଖିଲେ ସ୍ୱୟଂ ଶ୍ରୀକୃଷ୍ଣ ଙ୍କ ରଥ ରେ ସୁଭଦ୍ରା ଚାଳକ ଭାବେ ଉଭା ହେଇଥିଲେ l

ଶେଷ ରେ ଭଦ୍ରାର୍ଜୁନ ବିବାହ ବନ୍ଧନ ର ପରିସମାପ୍ତି ହେଲା l

ଆଉ ହେଲା ଅଭିମନ୍ୟୁ ର ଭବିଷ୍ୟତ ଆଗମନ ର ଆୟମାରମ୍ଭ....


କ୍ରମଶ ......................ଦ୍ଵିତୀୟ ଅଧ୍ୟାୟ....



Rate this content
Log in