DR SAMIR RANJAN BEHERA

Abstract Tragedy

4.7  

DR SAMIR RANJAN BEHERA

Abstract Tragedy

ଆରେଞ୍ଜ ମ୍ୟାରେଜ

ଆରେଞ୍ଜ ମ୍ୟାରେଜ

10 mins
614


ସେଦିନ ବସରେ ନିଜ ଅଫିସକୁ ଜିବା ବାଟରେ ଭଦ୍ରକ ଷ୍ଟାଣ୍ଡରେ ଜଣେ ଝିଅଟେ ଉଠିଲା l ଅତି ସିମ୍ପଲ ଲାଗୁଥାଏ l ଗୋଟେ ସାଧାରଣ କୁର୍ତ୍ତିଟେ ପିନ୍ଧିଥାଏ l ମୁହଁ ପୁରା ଶୁଖିଲା l ସିନ୍ଦୁର କି ଟିକିଲି କିଛି ମୁଣ୍ଡରେ ନଥିଲା l ହାତରେ ଖଣ୍ଡେ ଚୁଡ଼ି ଛଡା ଆଉ କିଛି ନଥିଲା l କାଖରେ ଦୁଇ ତିନି ବର୍ଷର ଛୋଟ ଛୁଆଟେ l ବସ ଅପେକ୍ଷାକୃତ ଭିଡ ଥାଏ l ଝିଅଟି ମୋ ପାଖରେ ଛିଡା ହେଇ ମୋତେ ଅନେଇବାରେ ଲାଗିଲା l ଅକ୍ଚୁଆଲି ମୋତେ ବି ଝିଅଟା ଚିହ୍ନା ଚିହ୍ନା ଲାଗୁଥିଲା l ହେଲେ ମୁଁ ଚୁପ ହେଇ ବସିଥାଏ l


-" ଭାଇ ଟିକେ ଆଡ଼ଜଷ୍ଟ କରିବେ କି, ପିଲାଟା ହଇରାଣ କରୁଛି l ଆପଣ ଟିକେ ଘୁଂଚିଗଲେ ମୁଁ ବସିଯାନ୍ତି ନହେଲେ ଯଦି ମାଇଣ୍ଡ ନ କରନ୍ତେ ପିଲାଟାକୁ ଟିକେ....


-"ହଁ ହଁ ଦିଅନ୍ତୁ ପିଲାଟାକୁ ମୁଁ ଧରିଦେଉଛି l"


ଥାଙ୍କସ କହି ଟିକେ ହସିଦେଇ ପିଲାଟାକୁ ମୋତେ ଧରିଦେଲା l

ମୁଁ ପିଲାଟିକୁ କୋଳରେ ଧରି ଟିକେ ଗେଲ୍ହ ଗେଲ୍ହରେ କଥାହେଉଥିଲି l ମୁଁ ହଟାତ କହିଉଠିଲି 

-" ଆଛା ଖରାପ ଭାବିବେନି ଗୋଟେ କଥାକହିବି, ଆପଣଙ୍କୁ ଦେଖିଲେ ଚିହ୍ନା ଚିହ୍ନା ଲାଗୁଛି l"


-" ଏ ଦୁନିଆ ଟା ସେହିଆ ବାବୁ l ଏଠି ଚିହ୍ନା କେବେ ଅଚିହ୍ନା ଆଉ ଅଚିହ୍ନା କେବେ ଚିହ୍ନା ହେଇଯାନ୍ତି l ଜୀବନର ଏ ଚଲାପଥରେ କେତେ ଚିହ୍ନା ଅଚିହ୍ନା ହୋଇ ଚାଲିଯାନ୍ତି ଆଉ କିଛି ସ୍ମୃତି ଛାଡି ଦେଇଯାଆନ୍ତି, ତାର ହିସାବ କିଏ ଵା କରେ l"


ମୋତେ କେମିତି କେମିତି ଲାଗିଲା ଝିଅ ଟିର କଥା ଶୁଣି l ନିଶ୍ଚୟ ଝିଅଟି ବହୁତ ଧୋକା ଖାଇଥିବ, ନହେଲେ ଏମିତି କଥା କାହିଁକି କହିବ ? କିଛି ସମୟ ଚାଲିଗଲା, ବସ ପାଖାପାଖି ସୋରୋ ହେଇଗଲାଣି l ଆଉ ସୋରରେ କିଛି ପାସେଞ୍ଜର ଓଲ୍ହେଇ ଯିବାରୁ ମୋ ପାଖ ସିଟଟା ବି ଫାଙ୍କା ହେଇଗଲା l ମୋର ଶେରଗଡ଼ରେ ଓଲ୍ହେଇବାର ଥିଲା l

-" ଆଛା ମାଡାମ ଆପଣ ଏଇଠି ବସିଯାନ୍ତୁ l"

ଧନ୍ୟବାଦ ସୌମ୍ୟ କହି ଝିଅଟି ବସିଗଲା ମୋ ପାଖରେ ଆଉ ପିଲାଟାକୁ ନିଜ କୋଳ କୁ ନେଇଗଲା l

ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି

-" ମାଡାମ ଆପଣ ମୋ ନାମ କେମିତି ଜାଣିଲେ ? ଆପଣ ଙ୍କୁ ଦେଖିଲେ ଚିହ୍ନା ଚିହ୍ନା ଲାଗୁଛି, ହେଲେ ରିମାଇଣ୍ଡ କରିପାରୁନି l"


-" ମାଇଣ୍ଡ ରହିଲେ ତ ରିମାଇଣ୍ଡ ରହିଥାଏ l ଏ ଦୁନିଆ ଟା ଏମିତିରେ ସୌମ୍ୟ ଆଜି ଯାହା ମାଇଣ୍ଡରେ ଥାଏ କାଲି ମଣିଷ ପାସୋରି ଯାଏ ଆଉ ତାକୁ ରିମାଇଣ୍ଡ କରିବାକୁ ପଡୁଥାଏ l ହେଲେ ମୁଁ ତୋତେ ରିମାଇଣ୍ଡ କରିବାକୁ ପ୍ରେସର ଦେବିନି l ଜୀବନରେ ଯିଏ ରିମାଇଣ୍ଡ କରିବା କଥା ତ ସିଏ ଚାଲିଗଲା l"


ମୋତେ ଖରାପ ଲାଗୁଥାଏ ଝିଅ ଟିକୁ ଚିହ୍ନିଥିଲେ ବି ନାମଟା ମନେ ନ ପଡୁଥିବାରୁ l ଏଣୁ ନିରବ ରେ ବସିରହିଲି l

ହଟାତ ଝିଅ ଟି କହିଉଠିଲା

-" ଏତେ ଟେନସନ କାହିଁକି ନେଉଛୁ ସୌମ୍ୟ l ଆରେ ମୁଁ ଜ୍ୟୋତି, ତ ପିଲାଦିନର ସାଙ୍ଗ l ପଞ୍ଚମ ଶ୍ରେଣୀ ରୁ ଦଶମ ଶ୍ରେଣୀ ଯାଏ ସାଥି ହେଇ ପାଠ ପଢିଲେ l ତାପରେ ବି ଭୁଲିଗଲୁ ନାଇଁ l"


-" ଜ୍ୟୋତି ତୁ ????????? ହେଲେ ?????


-" ହେଲେ ତୋ ସେ ଚେହେରା ଏ ଚେହେରାରେ ଆକାଶ ପାତାଳ ତଫାତ l ଏହା ନା ! ହଁ ସୌମ୍ୟ, ମଣିଷର ଯେତେବେଳେ ଭାଗ୍ୟବଦଳି ଯାଉଛି, ମଣିଷ ଜୀବନର ଯେବେ ଗତିପଥ ବଦଳିଯାଉଛି ତାହେଲେ ଏ ଚେହେରା କଥା କିଏ ପଚାରେ କହୁନୁ l ଜୀବନର ଜୁଆର ଭଟ୍ଟାରେ ମଣିଷ ଯେବେ ହାର ମାନିନିଏ ସେତେବେଳେ ଚେହେରା ସହ ତାର କଣ ମତଲବ ଥାଏ l"


ମୁଁ ଅବାକ ହେଇ ଚାହିଁ ରହିଥିଲି ଜ୍ୟୋତିକୁ l ଇଏ ସେଇ ଜ୍ୟୋତି ଯିଏ ଦିନେ କଲେଜରେ ମିସ କୁଇନ୍ ହୋଇଥିଲା l ଏତେ ସୁନ୍ଦର ଥିଲା ଯେ ଯିଏ ବି ଦେଖୁଥିଲା ଘଡ଼ିଏ ଚାହିଁ ରହୁଥିଲା l କେତେ ଜଣ ଯେ ତା ପଛରେ ତା ରୂପ ରୁପସୀର ଦିବାନା ସାଜିଯାଇଥିଲେ ତାର ହିସାବ ନଥିଲା l


-" ଏ ସୌମ୍ୟ, କେଉଁ ଦୁନିଆରେ ହଜିଗଲୁ l ଆରେ ତୋ ଶେରଗଡ଼ ଆସିଗଲା ଓଲ୍ହେଇବୁନି କି l ମୋ ନମ୍ବର ରଖ କେବେ ଯଦି ଏ ଅକିଞ୍ଚନ ଜ୍ୟୋତି ତୋର କିଛି ସେବାରେ ଆସିପାରିଲା l"


ମୁଁ ବସ ରେ ଓଲ୍ହେଇବା ପୂର୍ବରୁ ମୋ ହାତରେ ଛୋଟ କାଗଜ ଟୁକୁଡାରେ ନମ୍ବରଟା ଧରିଦେଲା l ଅଫିସ ପହଂଚିଲି, ହେଲେ କାମରେ ମନ ଲାଗୁନଥିଲା l ଜ୍ୟୋତି ସିନା ନମ୍ବରଟା ଦେଇଦେଲା, ହେଲେ ମୋର ତାକୁ ଫୋନ ଲଗେଇବାପାଇଁ ଆନ୍ତରିକ ସାହସ ଆସୁନଥିଲା l ଇଏ ସେଇ ଜ୍ୟୋତି ଥିଲା ଯାହାର ଫୋନ ନମ୍ବର ନେବା ପାଇଁ ଟୋକା ମାନେ ପାଗଳ ହେଉଥିଲେ, ଏପରିକି କେତେ ଜଣ ଫୋନ ନମ୍ବର ମାଗିଲେ ମୋ ବାପାଙ୍କ ଠାରୁ ନେଇଆସିବୁ ବୋଲି ତାଚ୍ଛଲ୍ୟ କରି କହିଦେଇ ଚାଲିଯାଏ l ଦଶମ ଶ୍ରେଣୀ ପାସ କଲାପରେ ମୁଁ 2 ଫକୀର ମୋହନରେ ସାଇନ୍ସ ପଡିଲା ପରେ, ବି.ଟେକ ପାସ କରି ଜବ କରୁଛି l ଜ୍ୟୋତି ଦଶମରେ ସେକେଣ୍ଡ ହେଇଥିଲା l ତାପରେ କଣ ରେଭେନ୍ସା ରେ 2 ସାଇନ୍ସ ପଢୁଥିଲା ବୋଲି ଶୁଣିଥିଲି l ହେଲେ ଏ ଭିତରେ ସାତ ବର୍ଷ ବିତିଗଲାଣି ଆଉ ଜ୍ୟୋତି ସହ ଦେଖା ହେଇନି l ଫୋନ ନମ୍ବର ମାଗିବା ପାଇଁ ସେତେବେଳେ ସାହସ ବି ହେଇନଥିଲା l କିନ୍ତୁ ଆଜି ସେ ତା ଆଡୁ ମୋତେ ନମ୍ବର ଦେଲା  l ଏ ସେଇ ଜ୍ୟୋତି ଯାହାକୁ ଯେ କେହି ଦେଖିବ ଭଲପାଇଯିବ,  ମୋର ବି ଦିନେ ଦୁର୍ବଳତା ଥିଲା ହେଲେ ତା ଉଗ୍ର ରୂପରେ ମୁଁ ଟିକେ ଡ଼ରିକି ଥିଲି l


ମାନଟା କାହିଁକି ଚଳଚଞ୍ଚଳ ହେଇଉଠୁଛି l ନା ଜ୍ୟୋତି କୁ ଫୋନ ଲଗାଉଛି l


-" ହେଲୋ ଜ୍ୟୋତି, ସୌମ୍ୟ କହୁଛି l ବସ ରେ ଯେଉଁ ନମ୍ବର ଦେଇଥିଲୁ l"


-" ହଁ... ଆରେ ସୌମ୍ୟ..... ହଁ ଶୁଣ ମୁଁ ଟିକେ ମୋ ଗୋପାଳକୁ ଭୋଗ ଲଗେଇସାରି,ଶୁଆଉଛି l ତୋତେ ଟିକେ ଛାଡି ଫୋନ ଲଗାଉଛି l"


ମୁଁ କିଛି ବୁଝିପାରିଲିନି, ଗୋପାଳ....ଭୋଗ....

ହଁ ବୋଧେ ତା ପୁଅ ନାମ ଗୋପାଳ ହେଇଥିବ l ଆଉ କମେଡି କରି କହୁଛି ଭୋଗ କଥା !!  ହେଇଥିବ ସେଇହା l


କିଛି ସମୟ ପରେ ପୁଣି ଜ୍ୟୋତିର ଫୋନ ଆସିଲା

-" ହଁ ସୌମ୍ୟ, ଖରାପ ଭାବିଥିବୁ l କଣ କରିବି କହ ସାଙ୍ଗ, ମୋର ଏ ଗୋପାଳ ଏତେ ଦୁଷ୍ଟ ହେଉଛି ଯେ ନକହିବା ଭଲ l

ସକାଳୁ ଠୁଁ ରାତିଯାଏ ମୁଁ ଆଉ ମୋ ପୁଅ ତାହାରି ପଛରେ ତ ଲାଗିଛୁ l"


-" ତୁ ଆଉ ତୋ ପୁଅ !!! ମାନେ ????" ଗୋପାଳ!!!


-" ହେ ହେ ହେ.... ଆରେ ଗୋପାଳ ତ ମୋ ଜୀବନ, ମୋ ଧନ

ମୋ ରଂକୁଣି, ମୋ କାହ୍ନା ମୋର ସବୁକିଛି l "


-" ଜ୍ୟୋତି ତୁ କଣ ପାଗିଳି ଭଳି କହୁଛୁ ମୁଁ କିଛି ବୁଝିପାରୁନି l"


-" ହଉ ଶୁଣ ସୌମ୍ୟ ମୁଁ ଏଇ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ସେବିକା ଭାବରେ ଅଛି l ଏଇ ମନ୍ଦିର ଭେଡା ପାଖରେରେ ଗୋଟେ ଛୋଟ ଘରେ ଭଡା ନେଇ ରହୁଛି l ତୁ ଯେବେ ଫ୍ରି ହେବୁ ଆସିବୁ l"


ମନଟା ମୋର କେମିତି ଜଳି ଉଠିଲା l ତାମାନେ ଜ୍ୟୋତି.....


ତାପରଦିନ ମୁଁ ଆଉ ଅଫିସ ନଯାଇ ସିଧା କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ଗଲି l ମନେ ମନେ ଜ୍ୟୋତିକୁ ଖୋଜିଲି...

ଦୂରୁ ଦେଖିବାକୁ ପାଇଲି, ମନ୍ଦିର ଭିତରେ ଜ୍ୟୋତି ଆଉ ତା ଛୁଆ ବସି ବ୍ରାହ୍ମଣ ନନାଙ୍କୁ ପୂଜା ରେ ସାହାଯ୍ୟ କରୁଥିଲା l ମୁଁ ଟିକେ ଜଗିଯାଇ ଦୂରରରୁ ଦେଖିଲି l ଜ୍ୟୋତି ପୂଜା କରି ସlରିଲା ପରେ ପାଖରେ ଗୋଟେ ଗୋପାଳ ମୂର୍ତ୍ତିକୁ ଗାଧୋଇଦେଉଥାଏ, ସିଂଦୁର ଚନ୍ଦନ ଟିପା ଲଗାଇଦେଉଥାଏ , ଛୋଟ ଜରି ପାଟଟେ ପିନ୍ଧେଇଦେଇ ଦୋଳି ଝୁଲେଇ କିଛି ଗୀତ ଗାଇବାରେ ଲାଗିଲା l


ଯେତିକି ଆଶ୍ଚର୍ଯ୍ୟ ହେଉଥିଲି ସେତିକି ଆନନ୍ଦବି ଲାଗୁଥିଲା l ସତରେ ଜ୍ୟୋତି ଭଳିଆ ଝିଅର ଏତେ ପରିବର୍ତ୍ତନ ହେଲେ କାରଣ କଣ l ଜାଣିବାପାଇଁ ତ ବହୁତ ଇଛା ହେଲା l ହଟାତ କେହି ଡାକିବାରେ ଶୁଭାଗଲା

-" ଆରେ ସୌମ୍ୟ ତୁ କେତେବେଳେ ଆସିଲୁ l କେତେ ବେଳୁ ଆସିବୁନି l ଚାଲ ଘରକୁ , ଗୋପାଳଙ୍କ ପ୍ରାସାଦ ଖାଇବୁ l"


ଜ୍ୟୋତି ତା ରୁମ କୁ ନେଇଗଲା l ଛୋଟ ରୁମ ଟା, ଛୁଆ ମାନଙ୍କର ଖେଳନା କିଛି ପଡିଛି ଆଉ ଛୋଟ ଖଟ ଟେ l ପାଖରେ ଗୋଟେ ଦଉଡ଼ିରେ କିଛି ଲୁଗା ଗେଞ୍ଜା ହେଇଛି l ଆଉ ସିଲେଇ ମେସିନଟେ ଥୁଆ ହେଇଛି l ଗୋଟେ ଷ୍ଟୋଲ ଉପରେ ଭଙ୍ଗା ଟେବୁଲ ଫ୍ୟାନଟେ ଥୁଆ ହେଇଥିଲା l

ତଳେ ଚଟିଟେ ପକେଇ , ମୋତେ କିଛି କ୍ଷୀରି ବାଢ଼ିଦେଇ, ମୋ ଆଡକୁ ଟେବୁଲ ଫ୍ୟାନ ଟା କରିଦେଲା

-" ଏ ସୌମ୍ୟ, ଖାଇନେ, ମୋ ଗୋପାଳ ଙ୍କ କ୍ଷୀରି l ତୁ ତ ବଡବଡିଆ ହେଇଗଲୁଣି ତୋତେ କଣ ଏ ଗୁଡା ପସନ୍ଦ ହେବ l"


-" ଆରେ ନା ନା ଜ୍ୟୋତି, ଏଇ ତ ଆନନ୍ଦ l ତାପରେ ଏ ମନ୍ଦିର ପ୍ରସାଦରେ ତ ମୋର ଆତ୍ମା ତୃପ୍ତି ହେଇଯାଏ l"


ଖାଇସାରିଲା ପରେ ଜ୍ୟୋତି ଗୋଟେ ଚେୟାର ଦେଇ ମୋତେ ବସିବାକୁ କହିଲା l ଜ୍ୟୋତି କଣ ସିଲେଇ କରିବାରେ ବ୍ୟସ୍ତ ଥାଏ

-" ଆଛା ଜ୍ୟୋତି, ତୁ ଏଠି ?  ଏ ଅବସ୍ଥାରେ ? ତୋ ସ୍ୱାମୀ ??


ଏକ ଦୀର୍ଘ ନିଶ୍ୱାସ ପକେଇ ଜ୍ୟୋତି ଆରମ୍ଭ କଲା


-" ହଁ ସୌମ୍ୟ, ଜୀବନର ଚଲା ପଥ ଏତେ କଣ୍ଟକିତ ମୁଁ ଜାଣିନଥିଲି l ନିଜ ସୌନ୍ଦର୍ଯ୍ୟର ଗର୍ବ ଅହଂକାରରେ ଦିନେ ଫୁଲିଉଠି ମୁଁ ଧାରାକୁ ସରା ମନେ କରୁଥିଲି, କିନ୍ତୁ ସୌନ୍ଦର୍ଯ୍ୟ ଯେ ଗୋଟେ ଖୁସି ଜୀବନ ଜିଁବାର ମାପକାଠିନୁହଁ ସେ କଥା ଏବେ ଜାଣିପାରୁଛି l ଧନ ରତ୍ନ ସବୁକୁ ପାଶୋରି ଆଜି ଏଇ ଭଗବାନ ଙ୍କ ସରଣରେ ପଶିଛି, ଗୋପାଳଙ୍କ ସେବାରେ ନିଜକୁ ସମର୍ପି ଦେଇଛି l


ହଁ ସୌମ୍ୟ, ଜୀବନ ଯୁଦ୍ଧରେ ଆଜି ମୁଁ ଗୋଟେ ପରାଜିତା ସୈନିକ l କଲେଜରେ ପଢିଲା ବେଳେ ରାଜ ସହ ଦେଖା ହୁଏ l

ସାକ୍ଷାତରୁ ପରିଚୟ ଆଉ ପରିଚୟରୁ ପ୍ରେମ l ରାଜ ଆଉ ମୁଁ ଦୁହେଁ ଦୁହିଁ ଙ୍କୁ ଭଲପାଇବସିଲୁ l ପ୍ରେମଦୁନିଆରେ ଡୁବିଗଲୁ l ପ୍ରେମପକ୍ଷୀ ହେଇ ଏ ଡାଳରୁ ସେ ଡାଳକୁ ଉଦଡିବୁଲିଲୁ l ଶେଷରେ ଆମେ ବିବାହ ନିଷ୍ପତ୍ତି ନେଇଗଲୁ l ରୋମାଞ୍ଚକ ଅନୁଭୂତିରେ ଡୁବି ରହିଲୁ l ଠିକ ଭୁଲ ସବୁ କିଛି ସମାନ ହେଇଗଲା l ତାପରେ 2 ସାଇନ୍ସ ରେ ମୁଁ ଫେଲ ହେଇଗଲି l ଆଉ ରାଜ ବି l କଥା ପିଣ୍ଡା ରୁ ଯାଇ ଦାଣ୍ଡରେ ପଡିଲା l ସମସ୍ତେ ଛି ଛା କଲେ l ବାପାଙ୍କର ମାନ ସମ୍ମାନ ଉପରେ ଆଞ୍ଚ ଆସିଲା l

ଏଣୁ ବାପା ମୋ ବାହାଘର ଅନ୍ୟତ୍ର କରିବାପାଇଁ ନିଷ୍ପତ୍ତି ନେଇଗଲେ l ମୁଁ ଯେତେ କାକୁତି ମିନତୀ ହେଲେ ବି ବାପା ଶୁଣିଲେଣି l ବରଂ ବହୁତ ବୁଝେଇଲେ


-" ଆରେ ମାଆ, ଆରେଞ୍ଜ ମ୍ୟାରେଜରେ ବାପା ମା ଙ୍କ ସମ୍ମତି ଥାଏ , ବାପା ମାଆଙ୍କ ଆଶୀର୍ବାଦ ଥାଏ l ବିବାହ ଗୋଟେ ଖେଳଘର ନୁହଁ, ଆଉ ଯେଉଁ ବିବାହରେ ଶୁଭାଶିର୍ବାଦ ନଥାଏ ସେ ବିବାହ ଶୂନ୍ୟ ହେଇଥାଏ l ବିବାହ ବନ୍ଧନ ସ୍ୱର୍ଗରେ ହେଇଥାଏ ଆଉ ପତି ପତ୍ନୀର ବନ୍ଧନ ସ୍ୱର୍ଗରୁ ଉର୍ଦ୍ଧରେ l ବିବାହ ଗୋଟେ ପାରିବାରିକ ଓ ବିଶ୍ୱାସର ବନ୍ଧନ ରେ ମା l"

 

ହେଲେ ବାପାଙ୍କର କୌଣସି କଥା ମୋ କାନରେ ପଡ଼ିଲାଣି l

ପାଣିବିନା ମାଛ ଛଟପଟ ହେଲା ଭଳି ମୁଁବି ଛଟପଟ ହେଲି l

ହେଲେ ଶେଷରେ ବାପା ଶେଷରେ କଠୋର ନିଷ୍ପତ୍ତି ନେଇଗଲେ


" ଜ୍ୟୋତି ତୁ ଯଦି ମୋ କଥାରେ ବାହା ନହେବୁ ତାହେଲେ ମୁଁ ଭୁଲିଯିବି ମୋର କେହି ଝିଅ ଥିଲେ ବୋଲି l"


ବାସ ତାପରେ କାଠକଣ୍ଢେଇ ଭଳି ବେଦିରେ ବସି ବାହା ହେଇଗଲି ସୁରେନ୍ଦ୍ର ବାବୁଙ୍କୁ l ସୁରେନ୍ଦ୍ର ବାବୁ ଥିଲେ ସ୍କୁଲ ମାଷ୍ଟର

ସେ ବାପାଙ୍କ ସାଙ୍ଗର ପୁଅ l ଶାନ୍ତ ସରଳ ସ୍ଵଭାଵ l କିନ୍ତୁ ମୁଁ କାହିଁକି କେଜାଣି ତାଙ୍କ ସହ ସମୟ ବିତେଇପାରିଲିନି l ବାହାର ଦୁନିଆକୁ ଆମେ ସ୍ୱାମୀ ସ୍ତ୍ରୀ ଥିଲେ ବି ଭିତରେ ଆମେ ଥିଲୁ ଅଲଗା ଦୁନିଆରେ l ମୁଁ ସବୁବେଳେ ରାଜ୍ କୁ ଝୁରୁଥିଲି l ଆଉ ରାଜ ବି କେବଳ ମୋ ପାଇଁ ଭଦ୍ରକ ସହର ପଳେଇ ଆସିଲା l

ଧୀରେ ଧୀରେ ସୁରେନ୍ଦ୍ର ସବୁ ଜାଣିପାରିଲେ l ହେଲେ ସେ ମୋତେ କିଛିବି ଗାଳି କଲେନାହିଁ l ଆଜିବି ତାଙ୍କର ସେଇ କେଇ ପଦ କଥା ମୋର ମନେ ପଡ


-" ଜ୍ୟୋତି ବିବାହ ତ ମନର ବନ୍ଧନ , ସ୍ନେହ ପ୍ରେମର ଦୁଇ ହୃଦୟର ମିଳନ କିନ୍ତୁ ତମର ମନ ପ୍ରାଣ ତ ରାଜ୍ ପାଖରେ ଏଣୁ ତମେ ତମ ମନର ମଣିଷକୁ ପାଇ ଖୁସି ରେ ରୁହ l ସୁରେନ୍ଦ୍ର କେବେବି ତମ ରାସ୍ତାରେ କଣ୍ଟା ହେବନି l"


ମୁଁ ଖୁସି ରେ ଆତ୍ମହରା ହେଇଉଠିଲି, ଆଉ ରାତା ରାତି ରାଜ୍ ସହ ବହୁତ ଦୁରକୁ ଚାଲିଗଲି l ଆମେ ଭୁବନେଶ୍ୱରକୁ ପଳେଇ ଆସିଲୁ l ବାପା ମା ସବୁକଥା ଜାଣି ମୋତେ ତ୍ୟଜ କରିଦେଲେ l ତଥାପି ସମାଜ ର କୌଣସି କଟାକ୍ଷ ଆମ ଉପରେ ପ୍ରଭାବ ପଡ଼ିଲାଣି l ରାଜ ସହ ମୁଁ ବହୁତ ଖୁସିରେ ରହିଲି l ରାଜ ବି ମୋର ସମସ୍ତ ଆଶା ପୁରଣ କରୁଥିଲେ l ସମ୍ପୂର୍ଣ୍ଣ ଦୁନିଆ ଟା ମୋ ପାଇଁ ଅଲଗା ହେଇଗଲା l ରାଜ ପାଇଁ ମୁଁ ଆଉ ମୋ ପାଇଁ କେବଳ ରାଜ ହିଁ ଥିଲେ l ଏ ଭିତରେ ପରୀବି ଜନ୍ମ ହେଲା ଆମ ଭଲ ପାଇବାର ସନ୍ତକ ଭାବରେ l ସମୟ ଗଡିଚାଲିଲା l ରାଜ୍ ର ସେହି ଭଲପାଇବା ଉଚ୍ଚଭିଳାଷରେ ପରିଣତ ହେଇଗଲା l ଦୈହିକ ଆକର୍ଷଣ ସରିଗଲେ ମତ୍ଲବି ମଣିଷ ଆଉ ଏକ ଦୁନିଆର ମଣିଷ ହେଇଯାଆନ୍ତି, ମୁଁ ପ୍ରଥମ ଥର ଅନୁଭବ କଲି l


ହଁ ସୌମ୍ୟ ସେହିଆ ହେଲା l ରାଜ୍ ଗୋଟେ ଇନ୍ସୁରାନ୍ସ କମ୍ପାନୀ କାମ କରୁଥିଲା l ଆଉ ମୋତେ ରାତାରାତି କୋଟିପତି ହେବାର ସ୍ବପ୍ନ ଦେଖାଉଥିଲା l ସବୁବେଳେ ସେଇ ଟଙ୍କା ଗାଡି ଜମି ଜାଗାର ଦିବାନା ହେଉଥିଲା l ମୋ ନାମରେ ବି ଅନେକ ଇନ୍ସୁରାନ୍ସ ଖୋଲିଦେଇଥିଲେ ଆଉ ମୋତେ ଗୋଟେ ସୁନାର ସଂସାର ପାଇଁ ସ୍ବପ୍ନ ଦେଖେଇଥିଲେ l କିନ୍ତୁ ସେଇ ସ୍ବପ୍ନ ଭିତରେ ଗୋଟେ କଳଙ୍କିତ ମାନସପଟ ଲୁଚିରହିଥିଲା ମୁଁ ଜାଣିପାରିନଥିଲି l ସେଦିନ ହଟାତ କିଚେନ୍ ରୁମରେ ପଶି ରୋଷେଇ କରିବା ପାଇଁ ଲାଇଟର ଟା ଅନ କରିଵା ମାତ୍ରେ ରୋଷେଇ ଘର ଜଳି ଉଠିଲା ଆଉ ମୋ ଦେହରେ ନିଆଁ ଲାଗିଗଲା l ମୁଁ ରାଜ୍ ରାଜ୍ ମୋତେ ବଞ୍ଚାଓ ବଞ୍ଚାଓ ଚିତ୍କାର କରିଉଠିଲି l ଆଉ ବାହାରକୁ ଜିବା ପାଇଁ କବାଟ ପାଖକୁ ଗଲି କିନ୍ତୁ କବାଟ ବାହାର ପଟୁ ବନ୍ଦ ଥିଲା l ମୋ ମୁଣ୍ଡ କିଛି କାମ କଲାଣି , ଏସବୁ ରାଜ୍ ର କାମ ବୋଲି ଜାଣିପାରିଲି l ନିଜ ଉପରେ ଘୃଣା ଆସୁଥିଲା ରାଜ୍ ଭଳି ସୈତାନକୁ ଚିହ୍ନିପାରିଲିନି, ମରିଯିବାକୁ ଇଛା ହେଉଥିଲା ହେଲେ ମୋ ପୁଅ ପାଇଁ ବଂଚିବାକୁ ଚାହିଁଲି l ଆଉ କାଳ ବିଳମ୍ବ ନ କରି ବାଲକୋନୀ ରୁ ତଳକୁ ଡେଇଁ ପଡିଲି l କିଛି ବାଟଗଲା ଲୋକ ମୋତେ ଘେରିଗଲେ ପାଣି ପକେଇ ନିଆଁ ଲିଭେଇଦେଲେ ଆଉ ମୋତେ ହସ୍ପିଟାଲ ରେ ଭର୍ତ୍ତି କରିଦେଲେ l ପ୍ରାୟ ଘଂଟାଏ ପରେ ମୋ ସେନ୍ସ ଅସିଲାବେଳକୁ ରାଜ୍ କୁ ମୁଁ ମୋ ପାଖରେ ବସିରହିଥିବାର ଦେଖିଲି l ଆଖିରେ ତାର ସୈତାନୀ ନଜର ପ୍ରସ୍ଫୁଟିତ ହେଉଥିଲା , ସତେ ସେ ମୋ ମୃତ୍ୟୁକୁ ଅପେକ୍ଷା କରି ରହିଥିଲା l ମୁଁ ଭଗବାନ ଙ୍କୁ ଖାଲି ଡାକୁଥାଏ ପ୍ରଭୁ ମୋତେ ବଞ୍ଚେଇ ଦିଅନ୍ତୁ ଖାଲି ମୋ କଅଁଳା ପିଲାଟା ପାଇଁ l ମୁଁ କିନ୍ତୁ ରାଜ୍ କୁ କିଛି କହୁନଥିଲି, ତା ନର ରାକ୍ଷସର ଲୋଲୁପ ଦୃଷ୍ଟିରେ ମୁଁ ଖାଲି ନିରବ ଉତ୍ତର ଭରିବା ଛଡା ଆଉ କିଛି ଉପାୟ ନଥିଲା l ଡିସ୍ଚାର୍ଜ ହେବା ପୂର୍ବ ଦିନ ରାତିରେ ମୁଁ କିଛି ବାହାନା କରି ଛୁଆ କୁ ଧରି ସିଧା ଭୁବନେଶ୍ୱର ଷ୍ଟେସନ ପଳେଇଆସିଲି କାରଣ ମୁଁ ଜାଣିଥିଲି ଏଠୁ ଗଲେ ସେ ପୁଣି ମୋତେ ମରିବା ପାଇଁ ପ୍ଲାନ କରିବ l


ହଁ ସୌମ୍ୟ ସେଦିନ ଜଗନ୍ନାଥ ଏକ୍ସପ୍ରେସ ଟ୍ରେନ ରେ ବସିଲା ବେଳେ ଭାବିଲି ଭଦ୍ରକ ଓଲ୍ହେଇ ବାପା ଘରକୁ ଯିବି ହେଲେ ସାହସ ହେଲାଣି, ଭାବିଲି ସୁରେନ୍ଦ୍ର ବାବୁଙ୍କ ପାଖକୁ ଯିବି, ବିବେକ ବାଧା ଦେଲା l ମୋ ପାଖରେ ଆଉ କିଛି ରାସ୍ତା ନଥିଲା l ବାଲେଶ୍ୱର ଷ୍ଟେସନ ରେ ଓଲ୍ହେଇଲା ପରେ ଯେବେ ମୁଁ ଅସହାୟ ହେଇ ଏଣେ ତେଣେ ଘୁରି ବୁଲୁଥିଲି , ଏଇ ଜନାର୍ଦନ ନନା ଯିଏ କି ଗୋପୀନାଥ ମନ୍ଦିରର ପୂଜକ ମୋତେ ନେଇ ଏଇ ମନ୍ଦିର ରେ ରଖିଦେଲେ l ବାସ ସେଇଦିନ ଠାରୁ ଆଜି ଛ ମାସ ପାଖାପାଖି ହେଇଗଲାଣି ମୁଁ ଆଉ କାହାକୁ ଖୋଜିନି l ମୋ ରାଧା କୃଷ୍ଣ, ମୋ ଗୋପାଳ, ଆଉ ମୋ ପୁଅ ଅମୁ ହେଲେ ମୋ ଦୁନିଆ l ସେଇମାନଙ୍କ ସେବାରେ ନିଜକୁ ସମର୍ପିତ କରିଦେଲି l ଆଉ କେବେ ମୋ ଅତୀତକୁ ଖୋଜି ନାହିଁ l"



ନିସ୍ତବ୍ଧ ହେଇଯାଇଥିଲି ମୁଁ l ଆଖିର କିଛି ଅଶ୍ରୁ ମୋ ଓଠ ପିଇଯାଇଥିଲା l ମୁଁ ଆଉ କ୍ଷଣେବି ଧର୍ଯ୍ୟ ଧରିପାରୁନଥିଲି ଜ୍ୟୋତିର ଦୁର୍ଦ୍ଧଶ ମୟ କଳଙ୍କିତ ଇତିହାସରେ l ଇଛାହେଉଥିଲା ଜ୍ୟୋତିକୁ ନିଜର କରିନିଅନ୍ତି କି! ହେଲେ ଜ୍ୟୋତି ର ମାନସିକତାର ମୁଁ ଆଉ ପରୀକ୍ଷ୍ୟା ନବାକୁ ଚାହୁଁ ନଥିଲି l ବିବାହ ବନ୍ଧନ ଯେ ଏତେ କଳଙ୍କିତ ହେଇପାରେ ମୁଁ ଭାବି ପାରିନଥିଲି l ହେଲେ ସୁରେନ୍ଦ୍ରର ଭଲପାଇବା ତ କଳଙ୍କିତ ନ ଥିଲା , ତା ଭଲପାଇବାରେ ତ ତ୍ୟାଗ ଭରି ରହିଥିଲା l ସୁରେନ୍ଦ୍ର ଭାଇ ମୋ ବଡ ଭାଇଙ୍କ ସାଙ୍ଗ ଥିଲେ ସେଇ ହିସାବରେ ସେ ବି ମୋତେ ଭଲ ଭାବରେ ଜାଣିଥିଲେ l


-" ଜ୍ୟୋତି ତୁ କାଲି ଆଠ ଟାରେ ବାଲେଶ୍ୱର ଝଡ଼େଶ୍ୱର ମନ୍ଦିର ପାଖରେ ପହଁଚିବୁ, ସେଠି ମୁଁ ତୋତେ ଅପେକ୍ଷା କରିଥିବି l କାରଣ ପଚାରନା , ତୋର କିଛି କ୍ଷତି କରିବିନି l ଭାବ ଏଇଟା ତୋ ପାଇଁ ଶେଷ ଅଗ୍ନି ପରୀକ୍ଷା l"


ଆଠଟା ହେଇଗଲା ନ ଟା ହେଇଗଲା ଦଶ ଟା ବି ହେଇଗଲା l

ଦିନ ବାରଟା ବାଜିଗଲା, ମୋର ର ଧର୍ଯ୍ୟ ବି ଭାଙ୍ଗିଯାଉଥାଏ l

ତାହେଲେ ଜ୍ୟୋତି କଣ ଆସିବନି l ମୋ ଆଶା ଆଶା ରେ ରହିଯିବ l ହଟାତ ସବୁ ଅପେକ୍ଷା ର ଅନ୍ତ ଘଟାଇ ଜ୍ୟୋତି ପହଁଚିଲା ମନ୍ଦିର ବେଢା କୁ 

-" ସରି ସୌମ୍ୟ ତୋତେ ବହୁତ କଷ୍ଟ ଦେଲି, ମୋ ପାଇଁ ଏତେ ସମୟ ଅପେକ୍ଷା କରିଛୁ , କଣ କରିବି କହ ମନ୍ଦିର କାମ ସବୁ ସାରିକି ତ ଆସିବି l"


-" ମୋତେ ସରି କଣ କହୁଛୁ , ମୁଁ କଣ ତୋତେ ଅପେକ୍ଷା କରିଥିଲି , ଦେଖ ସେ ଗଛ ମୂଳକୁ l ସେଇ ଗଛ ମୂଳରେ ଯିଏ ବସିଛି ସେହିଁ ତୋତେ ସକାଳୁ ଆଠଟାରୁ ଅପେକ୍ଷା କରିଛି l"


ପାଦ ଚିପି ଚିପି ଜ୍ୟୋତି ଗଲା ସେ ଗଛ ମୂଳକୁ ଆଉ ସେଠି ଯାହାକୁ ଦେଖିବାକୁ ପାଇଲା ଆଖିକୁ ବିଶ୍ୱାସ ବି କରିପାରୁନଥାଏ ଜ୍ୟୋତି,ସେଠି ସେ ଦେଖିବାକୁ ପାଇଥିଲଲେ ସୁରେନ୍ଦ୍ର ବାବୁଙ୍କୁ l ଆଖିରେ ଆଖି ମିଶିବା ପାଇଁ ସାହସ ନଥିଲା ତାର ହେଲେ ବି ସାହସ କରି ପାଦ ଛୁଇଁଲା ଜ୍ୟୋତି l


ସୌମ୍ୟ -" ହଁ ଜ୍ୟୋତି, ଏ ସୁରେନ୍ଦ୍ର ଭାଇ ଏବେ ବି ତୋତେ ଅପେକ୍ଷା କରିଛନ୍ତି l ତୋ ସ୍ମୃତିରେ ଆଜି ଯାଏଁ ଜିଁଛନ୍ତି l ବହୁତ ବାହାଘର ପ୍ରସ୍ତାବ ଆସିଛି ତାଙ୍କର ହେଲେ ସେ କଣ କହନ୍ତି ଜାଣିଛୁ,

ବିବାହ ଦୁଇ ଆତ୍ମା ଆଉ ମନର ମିଳନ , ବିବା ର ବନ୍ଧନ ତ ଭଗବାନ ସ୍ଥିରୀକୃତ କରିଥାନ୍ତି l ଆଉ ବିବାହ ଜୀବନରେ ଥରେ ହୁଏ l "


-" ତାମାନେ?????


ସୁରେନ୍ଦ୍ରବାବୁ -" ହଁ ଜ୍ୟୋତି ଆଜି ବି ତମ ସ୍ମୃତିରେ ବଞ୍ଚିଛି l ଈଶ୍ୱରଙ୍କ ଉପରେ ମୋର ଭରଷା ଥିଲା ସେ ତୁମକୁ ସଠିକ ବାଟ ଦେଖେଇବେ ଆଉ ଘଣ୍ଟ ଘୋଡେଇ ରଖିବେ l ସେଦିନ ତମ ଦେହରେ ନିଆଁ ଲାଗୁଥିବା ବେଳେ ମୁଁ ହିଁ ପ୍ରଥମେ ଦେଖିଲି ଆଉ ହସ୍ପିଟାଲ ରେ ଆଡ଼ମିସନ କରିଦେଇ ଚାଲିଯାଇଥିଲି ଆଉ ଲୁଚି ଲୁଚି ଅସି ତମକୁ ଦେଖିଯାଉଥିଲି ଆଉ ହସ୍ପିଟାଲର ସବୁ ବିଲ୍ ବି ପୈଠ କରୁଥିଲି ଆରେ ଆମ ବାହାଘର ପରା ଆରେଞ୍ଜ ମ୍ୟାରେଜ ଥିଲା ଆଉ ସମସ୍ତଙ୍କ ଆଶୀର୍ବାଦ ଥିଲା ତେଣୁ କେମିତି ଏ ବନ୍ଧନ ଭାଙ୍ଗିପାରିଥାନ୍ତା କହିଲ l"


ଜ୍ୟୋତି କୁ ଆଲିଙ୍ଗନ କରିନେଇଛନ୍ତି ସୁରେନ୍ଦ୍ର l ଆଉ ଜ୍ୟୋତି ଅନୁତାପ ଲୁହରେ ଧୋଇ ଦେଇଛନ୍ତି ସୁରେନ୍ଦ୍ର ଙ୍କ ପାଦପଦ୍ମ l


   


Rate this content
Log in

Similar oriya story from Abstract