Krushnapriya Mohapatra

Classics Others

4  

Krushnapriya Mohapatra

Classics Others

ଭକ୍ତ ଗଣପତି ଭଟ୍ଟ

ଭକ୍ତ ଗଣପତି ଭଟ୍ଟ

4 mins
355


    ଜ୍ୟେଷ୍ଠ ମାସର ପ୍ରଚଣ୍ଡ ଖରାକୁ ଭ୍ରୁକ୍ଷେପ ନ କରି ମହାରାଷ୍ଟ୍ରରୁ ଆସିଥାଆନ୍ତି ଜଣେ ଭକ୍ତ,ତାଙ୍କ ନାମ ଗଣପତି ଭଟ୍ଟ। ଗଜାନନଙ୍କ ପରମ ଭକ୍ତ ସିଏ ମନରେ ତାଙ୍କର ମୋକ୍ଷ ପ୍ରାପ୍ତିର ଅଦମ୍ୟ ଲାଳସା ଶୁଣିଛନ୍ତି ଶ୍ରୀକ୍ଷେତ୍ରରେ ଅଧିଷ୍ଠିତ ଠାକୁର ସାକ୍ଷାତ ବ୍ରହ୍ମସ୍ୱରୁପ। ତାଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତ ହୋଇଥାଏ। ଅଠର ନଳା ପାଖରେ ପହଞ୍ଚି ଦେଖିଲେ ଅନେକ ଲୋକ ଭାଵବିହ୍ୱଳ ହୃଦୟରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଫେରି ଯାଉଛନ୍ତି। ମନେ ମନେ ଚିନ୍ତା କଲେ ଇଏ ଯଦି ବ୍ରହ୍ମ!!!ତେବେ ଦର୍ଶନ କରିବା ପରେ ଲୋକ ଫେରୁଛନ୍ତି କିପରି। ବ୍ରହ୍ମ ଦର୍ଶନ କରି ମୋକ୍ଷ ପ୍ରାପ୍ତି ହେଲେ ନାହିଁ କାହିଁକି ??? ତାଙ୍କର ସନ୍ଦେହ ହେଲା ତେଣୁ ସେ ଆଉ ଜଗନ୍ନାଥଙ୍କୁ ଦର୍ଶନ ନ କରି ଫେରିବାକୁ ସ୍ଥିର କଲେ। ଏହି ସମୟରେ ତାଙ୍କୁ ଜଣେ ବ୍ରାହ୍ମଣ ଦେଖା ହେଲେ। ତାଙ୍କ ମନରେ ଥିବା ଦ୍ଵନ୍ଦକୁ ଦୂର କରିବା ପାଇଁ ସେ ଗଣପତି ଭଟ୍ଟଙ୍କୁ ସ୍ନାନମଣ୍ଡପ ଉପରେ ଦର୍ଶନ କରିବାକୁ କହିଲେ।ସେଦିନ ଥାଏ ସ୍ନାନ ପୂର୍ଣ୍ଣିମା।ପ୍ରଭୁଙ୍କର ସ୍ନାନ ଉତ୍ସବ।

ସଂଧ୍ୟା ସମୟରେ ଗଣପତି ଭଟ୍ଟ ବଡ଼ଦାଣ୍ଡରେ ଠିଆ ହୋଇ ସ୍ନାନ ମଣ୍ଡପକୁ ଚାହିଁଲେ। ପ୍ରଭୁ ସେଦିନ ଭକ୍ତ ପାଇଁ ସୁନ୍ଦର ଗଣନାଥ ବେଶରେଦର୍ଶନ ଦେଲେ। କୃତ୍ୟ କୃତ୍ୟ ହୋଇ ଗଣପତିଭଟ୍ଟ ପ୍ରଭୁଙ୍କୁ ଚାହିଁ ରହିଥିଲେ। ଆଖିରୁ ଆନନ୍ଦର ଅଶ୍ରୁ ନିର୍ଗତ ହେଉଥାଏ। ପ୍ରଭୁ ତାକୁ ଜଣେଇଦେଲେ

ମୁହିଁ ବ୍ରହ୍ମ, ମୁହିଁ ଈଶ୍ୱର, ମୁହିଁ ମୋକ୍ଷକାମିକୁ ମୋକ୍ଷ ଦିଏ।ଭୋଗିକୁ ଭୋଗ ଆଉ ତତ୍ତ୍ୱଦର୍ଶିକୁ ଜୀବନ ଦର୍ଶନର ସଂଜ୍ଞା।

ସେଇ ଦିନ ଠାରୁ ଗଣପତି ଭଟ୍ଟ ପାଇଁ ସ୍ନାନ ପୂର୍ଣ୍ଣିମା ତିଥିରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ହାତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ସଧାରଣତଃ ପରମ୍ପରା ଅନୁଯାୟୀ ସ୍ନାନ ପୂର୍ଣ୍ଣିମାଦିନ ଶ୍ରୀ ଜଗନ୍ନାଥ ସ୍ନାନମଣ୍ଡପଉପରେ ବିଜେ କରନ୍ତି। ଏହାକୁ ସ୍ନାନଯାତ୍ରା କୁହାଯାଏ।

ସେଇ ମଣ୍ଡପ ମନ୍ଦିରର ପୁର୍ବ ଦିଗର ଆନନ୍ଦ ବଜାର ଭିତରେ ଅବସ୍ଥିତ।ସେଦିନ ପ୍ରତ୍ୟୁଷରୁ ଶ୍ରୀ ଜଗନ୍ନାଥ, ଜ୍ୟେଷ୍ଠଭ୍ରାତା ବଳଭଦ୍ର, ମା ସୁଭଦ୍ରା ଓ ସୁଦର୍ଶନ ରତ୍ନସିଂହାସନରୁ ଅବତରଣ କରି ପହଣ୍ଡିରେ ଆସି ସ୍ନାନମଣ୍ଡପ ଉପରେ ବିଜେ କରନ୍ତି।ଘଣ୍ଟ ,ଘଣ୍ଟା ,ବାଦ୍ୟ କାହାଳୀରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହେଉଥାଏ।

ଶ୍ରୀମନ୍ଦିରର ଉତ୍ତର ଦିଗରେ ଅଧିଷ୍ଠିତା ଦେବୀ ମା ଶୀତଳାଙ୍କ ନିକଟରେ ସ୍ଥିତ ସୁନାକୂଅରୁ ସୁଶୀତଳ ଜଳ ସୁନା ପିଙ୍ଗଣ, ରୂପା ପିଙ୍ଗଣରେ ଅଣାଯାଏ।

କୁହାଯାଏ ସ୍ନାନ ପୂର୍ଣ୍ଣିମା ଦିନ ସମସ୍ତ ତୀର୍ଥଜଳ ଭୂମୀ ମଧ୍ୟ ଦେଇ ସେଇ କୂପ ମଧ୍ୟରେ ଅଧିଷ୍ଠାନ କରନ୍ତି ।ସେଇ ଜଳରେ ବିଭିନ୍ନ ସୁବାସିତ ପଦାର୍ଥ ଯଥା ଚୁଆ, ଚନ୍ଦନ, କର୍ପୁର ଇତ୍ୟାଦି ପକାଯାଇ ଅଭିମନ୍ତ୍ରିତ କରାଯାଏ।ଉକ୍ତ ଜଳକୁ ବଳଭଦ୍ର ତେତିଶଗରା, ଜଗନ୍ନାଥ ପଇଁତିରିଶ ଗରା,ସୁଭଦ୍ରା ବାଇଶି ଗରା ଓ ସୁଦର୍ଶନ ଅଠର ଗରାରେ ସ୍ନାନ କରିଥାଆନ୍ତି।ତତ୍ ପାଶ୍ଚାତ ତିନି ଠାକୁର ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି।

ସେଇ ଦିନ ରାତ୍ରରେ ପୁନର୍ବାର ପହଣ୍ଡି ହୋଇ ଅଣସର ଘରକୁ ବିଜେ କରନ୍ତି। ପୌରାଣିକ ମତରେ ସେଇଦିନ ଠାରୁ ପ୍ରଭୁ ଜଗନ୍ନାଥଙ୍କୁ ଜ୍ଵର ହୁଏ।ଶୀତଳ ଜଳରେ ସ୍ନାନକରି ଠାକୁର ଜ୍ଵରରେ ସନ୍ତାପିତ ହୁଅନ୍ତି। ଅନବସର ସମୟରେ ମନ୍ଦିର ମଧ୍ୟରେ ବାଦ୍ୟ ବାଜଣା ଘଣ୍ଟା ଘଣ୍ଟ ବଜା ଯାଏ ନାହିଁ,କୀର୍ତ୍ତନ କିମ୍ବା ପ୍ରଭୁଙ୍କ ଜଣାଣ କରିବାକୁ ବାରଣ ରହିଛି।କେବଳ ଶ୍ଵେତ ବସ୍ତ୍ର ଶ୍ଵେତ ପୁଷ୍ପରେ ପ୍ରଭୁଙ୍କର ପୂଜା କରାଯାଏ। ପଣା ,ନବାତ ସର ପଇଡ ଫଳମୂଳ ମଣୋହୀ କରାଯାଏ।

 କଳାହାଟ ଦ୍ୱାର ଓ ଜୟ ବିଜୟଦ୍ୱାର ମଧ୍ୟରେ ଥିବା ବେହରଣ ଦ୍ୱାରକୁଲାଗି କୋଠରୀରେ ଅଣ ସର ପ୍ରସ୍ତୁତ କରାଯାଇଥାଏ।ସେଇ ଠାରେ ତାଟି ବନ୍ଧାଯାଇ ପଟି ଦିଅଁଙ୍କୁ ରଖି ପୂଜା କରାଯାଏ। ପଟିଦିଅଁଙ୍କ

ନୀତି ଅନୁଷ୍ଠିତ ହୋଇ ଭକ୍ତ ମାନଙ୍କ ଦର୍ଶନ କରିବା ପାଇଁ ରଖାଯାଏ।ଅନ୍ନ ମହାପ୍ରସାଦ ସେଇ ପଟି ଦିଅଁଙ୍କୁ ଭୋଗ କରାଯାଏ ସେମାନେ ହେଉଛନ୍ତି ବଳଭଦ୍ରଙ୍କ ବାଡରେ ପ୍ରଭୁ ବାସୁଦେବ, ମଝି ବାଡ଼ରେ ଶ୍ରୀ ଭୁବନେଶ୍ଵରୀ।ମହାପ୍ରଭୁଙ୍କ ବାଡ଼ରେ ଶ୍ରୀ ନାରାୟଣଙ୍କ ସୁନ୍ଦର ପଟଚିତ୍ର ।

  ରତ୍ନ ସିଂହାସନ ରେ ସପ୍ତଧା ମୂର୍ତ୍ତି ପୂଜା ପାଉଥିଲେ, ଅନବସର ସମୟରେ ପଟି ଦିଅଁଙ୍କ ନିକଟରେ ଦଶାବତାର ମୂର୍ତ୍ତି ପୂଜା ପାଆନ୍ତି।

ଅଣସର ସରିବା ପର୍ଯ୍ୟନ୍ତ ଏମାନେ ପୂଜା ପାଆନ୍ତି।

  ଅନବସର ସମୟରେ ବନ୍ଧା ଯାଇଥିବା ତାଟିରେ ଗୋଟିଏ ଛୋଟଦ୍ୱାର ରଖା ଯାଇଥାଏ।ସେଠାରେ ପତି ମହାପାତ୍ର ପଣାଭୋଗ କରନ୍ତି।।ଅନବସର ବେଳେ ଲାଗି ହେଉଥିବା ଫୁଲ, ପଣା ଫଳ ମୂଳ ବାହାରକୁ ଅଣାଯାଏନାହିଁ।ସେବକ ମାନେ ସେଇଠାରେ ସେ ପ୍ରସାଦକୁ ପାଇଥାଆନ୍ତି।

ସ୍ନାନ ପୂର୍ଣ୍ଣିମାର ଦ୍ୱିତୀୟଦିନ ପ୍ରଭୁଙ୍କ ଶରୀରରୁ ବସ୍ତ୍ର ଉଲାଗି କରାଯାଇ ଶ୍ଵେତବସ୍ତ୍ର ପରିଧାନ କରାଇଥାଆନ୍ତି। ତୃତୀୟ ଦିନରେ ପାଟବସ୍ତ୍ର ସମେତ ଶ୍ରୀଅଙ୍ଗରୁ ଚନ୍ଦନ କଢ଼ାଯାଏ। ଅସୁସ୍ଥ ହେବାର ପଞ୍ଚମ ଦିନର ରାତି ଓ ଷଷ୍ଠ ଦିନର ଦିବା ସମୟରେ ରାଜବୈଦ୍ୟଙ୍କ ପରାମର୍ଶରେ ଅଲଭ୍ୟ ଫୁଲରୀ ତେଲକୁ ଶ୍ରୀ ଅଙ୍ଗରେ ମାଲିସ କରାଯାଏ।ସେଇ ତେଲକୁ ବଡ଼ ଓଡ଼ିଆ ମଠରୁ ଯୋଗାଇ ଦିଆଯାଏ।ଶ୍ରୀଅଙ୍ଗରେ ଔଷଧିୟ ତୈଳ ମାଲିସ ପରେ ଠାକୁର ପ୍ରତ୍ୟୁଷରୁ ସୁସ୍ଥ ଅନୁଭବ କରନ୍ତି।ସପ୍ତମ ଦିନ ପ୍ରଭୁଙ୍କ ଶ୍ରୀଅଙ୍ଗରେ ରାଶି ତଥା ସୁଵାସିତ ତୈଳ ମାଲିସ କରାଯାଏ।ଅଷ୍ଟମ ଦିନ ଶ୍ରୀଅଙ୍ଗରେ ସୁକ୍ଷ୍ମ ପଟବସ୍ତ୍ର ବାନ୍ଧି ତା'ଉପରେ ଝୁଣାଚୁର୍ଣ୍ଣରେ ସୁବାସିତ ତୈଳ ମିଶାଇ ଲଗାଯାଏ। ଲେପକୁ ସୁରକ୍ଷିତ ରଖିବା ପାଇଁ ସୁକ୍ଷ୍ମ ବସ୍ତ୍ରକୁ ଓଦା କରି ତାଉପରେ ଦିଆଯାଏ।ଦଶମ ଦିନ ଚନ୍ଦନ କସ୍ତୁରୀ, କୁଙ୍କୁମ କର୍ପୁର ଚନ୍ଦନସାର ଇତ୍ୟାଦିକୁ ଏକତ୍ର ମିଶାଇ ନେତ୍ରପଟ୍ଟରେ ଲେପଦିଆ ଯାଏ।ଜ୍ଵର ଉପଶମ ପାଇଁ ବୈଦ୍ୟଙ୍କଠାରୁ ଦଶମୂଳ ମୋଦକ ଆଣି ଲାଗି କରାଯାଇଥାଏ। ଏକାଦଶୀ ଦିନକୁ

ଖଳିଲାଗି କରାଯାଏ।ଏହି ଦିନ ଶୁଦ୍ଧ ସୁଆରଙ୍କ ଘରୁ ଅଟାରେ ତିଆରି ଖଳି ଆସିଥାଏ। ଦ୍ଵାଦଶୀ ଦିନ ସମସ୍ତଙ୍କ ଅଗୋଚରରେ ପାଟ ବସ୍ତ୍ର ଦ୍ୱାରା ପ୍ରଭୁଙ୍କର ପାଦ ତିଆରି କରାଯାଏ।ଏହି ସମୟରେ ବାହାରେ ବାଦ୍ୟ ବାଜଣା ଵାଜୁ ଥାଏ।ଯେପରି ବାହାରକୁ କିଛି ଶବ୍ଦ ନ ଶୁଭିବ । ଦ୍ଵାଦଶୀ ଦିନ ପ୍ରଭୁ ସୁସ୍ଥ ହେବାର ସମ୍ବାଦ ନେଇ ତିଳଛ ମହାପାତ୍ର ପ୍ରଧାନ ସେବକଙ୍କ ସହିତରୂପା ଥାଳିରେ ଶ୍ରୀଅଙ୍ଗଚନ୍ଦନ, କରାଳ, ପାଟ ଡୋର ଇତ୍ୟାଦି ନେଇ ଗଜପତିଙ୍କ ନିକଟକୁ ଯାଇ ଥାଆନ୍ତି । ତ୍ରୟୋଦଶୀ ଦିନ ଶ୍ରୀଜୀଉଙ୍କ ଘଣାଲାଗି କରାଯାଏ।ତା ପରେ ଖଳିଲାଗି ନୀତି ଅନୁଷ୍ଠିତ ହୁଏ। ଚତୁର୍ଦ୍ଦଶୀଦିନ ଦତ୍ତ ମହାପାତ୍ର ଶ୍ରୀମୁଖ ମାପ କରି ବନକଲାଗିକରନ୍ତି। ନେତ୍ରୋତ୍ସବରେ ପ୍ରଭୁଙ୍କ ନେତ୍ର ଅଙ୍କିତ ହୋଇ ନେତ୍ରୋତ୍ସବ ପାଳିତ ହୋଇଥାଏ।ତାପରେ ଚକା ଅପସାରଣ କରାଯାଇ ଥାଏ।ଦଶ ଅବତାର ମୂର୍ତ୍ତି, ପଟିଦିଅଁଙ୍କ ବନ୍ଦାପନା କରାଯାଇ ପଟି ଦିଅଁଙ୍କ ଅପସାରଣ ସହିତ ଅନ୍ୟାନ୍ୟ ବିଗ୍ରହଙ୍କୁ ଦକ୍ଷିଣୀ ଘରକୁ ବିଜେ କରଇ ନିଆଯାଇ ଥାଏ।ଉଭା ଅମାବାସ୍ୟାରେ ପ୍ରଭୁ ଦର୍ଶନାର୍ଥୀଙ୍କୁ ଦର୍ଶନ ଦେବାକୁ ପିଣ୍ଡି ଉପରେ ଉଭା ହୋଇଥାଆନ୍ତି।ତେଣୁ ଏହାକୁ ଉଭା ଅମାବାସ୍ୟା କୁହାଯାଏ।ତା ପରଦିନ ନବଯୌବନ ଦର୍ଶନ ହୋଇଥାଏ। ଦ୍ୱିତୀୟା ଦିନ ପ୍ରଭୁଙ୍କର ଘୋଷ ଯାତ୍ରା ଅନୁଷ୍ଠିତ ହୋଇଥାଏ।



Rate this content
Log in

Similar oriya story from Classics