Krushnapriya Mohapatra

Children Stories Tragedy Children

4  

Krushnapriya Mohapatra

Children Stories Tragedy Children

ଅଖାବାୟା

ଅଖାବାୟା

4 mins
246


  ବାଙ୍ଗରା, କିଟି କିଟି କଳା ଲୋକଟିଏ ହାତରେ ବସ୍ତାଟିଏ ଧରି ସକାଳୁ ବାହାରି ଯାଏ ଜରି ଗୋଟେଇବାକୁ l

କୁନା ତାକୁ ଦେଖିଲେ ବହୁତ ଡରେ l ତାକୁ ଲାଗେ, ସେ ଯେତେବେଳେ ପିଲାଦିନେ ଶୋଇବ ନାହିଁ ବୋଲି ଜିଦ୍‌ କରେ,ମାଆ ତାକୁ ଡରାଏ ଅଖାବାୟା ଆସିବ ଶୋଇପଡ଼ l ସେଇ ଅଖାବାୟା ବୋଧେ ଏଇ ଲୋକଟିl ଲୋକଟି ରାସ୍ତା ସାରା ବୁଲି ବୁଲି ଜରି ଗୋଟେଇ ଗୋଦାମରେ ବିକେ, ସେଥିରୁ ମିଳୁଥିବା କିଛି ଟଙ୍କାରେ ସଉଦା କିଣି ଘରକୁ ଫେରେ l

    କୁନା ତାକୁ କେବେ ପାଖରେ ଦେଖିଲେ ଡରି ଡରି ଚାହେଁ, ଲୋକଟି କିନ୍ତୁ ତାକୁ ଦେଖିଲେ ହସିଦିଏ l ସେ ହସିଲେ ଭାରି ଭଲ ଲାଗେ କୁନାକୁ l ଧଳା ଧଳା ଦାନ୍ତ ତାର,ହସିଲେ ସୁନ୍ଦର ଦିଶେ l ଏମିତି ଥରେ ଦୁଇଥର ଲୋକଟି ତାକୁ ଦେଖି ହସିବା ଫଳରେ କୁନାର ତା ପ୍ରତି ଟିକେ ଭୟ କମି ଯାଇଥିଲା l

  ଦିନେ କୁନା ସ୍କୁଲରୁ ଫେରୁଛି ବାଟରେ ସେଇ ଅଖାବାୟାକୁ କେତେ ଲୋକ ବାଡ଼ଉଥିବାର ଦେଖିଲା l ମାଡ଼ ଖାଇ ଖାଇ ଲୋକଟି ନିସ୍ତେଜ ହୋଇ ଗଲାଣି ତଥାପି ଖାଲି କହୁଛି" ମୁଁ ଚୋରି କରିନି, ମୋତେ ବାଡାଅନି "l

  କୁନା ଭାରି ଦୟାଳୁ, ସେ ଅଖାବାୟାର ବିକଳ ସହି ନ ପାରି, ତା ପାଖକୁ ଗଲା l ଲୋକମାନଙ୍କୁ କହିଲା ତାକୁ ନ ବାଡେଇ ତା କଥା ଆଗ ଶୁଣ l ଲୋକ ମାନେ କହିଲେ" ନା ନା ଏଇ ଲୋକ ଘରେ ପଶି ଚୋରି କରୁଥିଲା l ତାକୁ ଆମେ ଧରିଛୁ" l କୁନା ତା ପାଖକୁ ଯାଇ ଅଖାରେ ଥିବା ଜିନିଷକୁ ବାହାର ଅଜାଡି ଦେଲା ଫଳରେ ତା ଅଖାରେ ଥିବା ଜରି ଗୁଡାକ ଗଦେଇ ହୋଇ ପଡିଲା l ଲୋକ ଦେଖିଲେ ତା ଭିତରେ ଚୋରି ହେଲା ଭଳି କୌଣସି ଜିନିଷ ନାହିଁ l ଲୋକମାନେ ପରସ୍ପରକୁ ଚାହିଁ ରହିଥିଲେ l କୁନା ତା ବ୍ୟାଗରୁ ପାଣି ବୋତଲ କାଢି ଲୋକଟିକୁ ପିଇବାକୁ ଦେଲା l ପାଣି ପିଇ ଲୋକଟି ସାଷ୍ଟମ ହେବା ପରେ କୁନା ତାକୁ ପଚାରିଲା ତମେ ସେ ଘର ଭିତରକୁ ଯାଇଥିଲ କାହିଁକି??

 ଲୋକଟି କାନ୍ଦୁଣୁ ମାନ୍ଦୁଣୁ ହୋଇ କହିଲା ମୁଁ ସେ ଘର ପାଖ ଦେଇ ଯାଉଥିଲି l ସେତିକିବେଳେ ଛୋଟ ପିଲାଟିଏ ସେ ଘର ଭିତରେ ହାତରେ ଗୋଟିଏ ବଡ଼ ଜରି ଧରି ତାକୁ ମୁଣ୍ଡରେ ଗଳାଇ ଖେଳୁଥାଏ l ମୁଁ କେତେ ସମୟ ଅପେକ୍ଷା କଲି କାଳେ ଘର ଭିତରେ ଥିବା କେହି ଜଣେ ଆସି ତା ମୁଣ୍ଡରୁ ଜରି କାଢ଼ିବ,କିନ୍ତୁ କେହି ଆସିବାର ନ ଦେଖି ମୁଁ ଭିତରକୁ ଯାଇ ସେ ପିଲା ମୁଣ୍ଡରୁ ଜରି ବାହାର କଲି l ହୁଏତ ଆଉ କିଛି ସମୟ ରହିଥିଲେ ପିଲାଟି ଅଣନିଶ୍ୱାସୀ ହୋଇ ଯାଇଥାଆନ୍ତା l

 ଟିକେ ରହି ଲୋକଟି ପୁଣି କହିଲା l.........

 - ମୋ ଜୀବନରେ ଏମିତି କିଛି ଦୁଃଖଦ ଘଟଣା ଘଟିଛି ଯାହା ଆଜି ମୋତେ ଜରି ଗୋଟାଇବା ପାଇଁ ବାଧ୍ୟ କରିଛି l

 -*** ମୁଁ ମୋର ସ୍ତ୍ରୀ ଦୁଇଟି ପିଲାଙ୍କୁ ନେଇ ମୋର ଗୋଟିଏ ଛୋଟ ପରିବାର ଥିଲା ରାସ୍ତା କଡରେ ଦହିବରା ଘୁଗୁନି ବିକି ପରିବାର ଚଳାଉଥିଲି l

 ଦିନେ ମୋ ସ୍ତ୍ରୀ ଆଉ ମୁଁ ଦହିବରା ତିଆରି କରିବାରେ ବ୍ୟସ୍ତ ଥାଉ, ପୁଅ ଆଉ ଝିଅ ଦୁଇଜଣ ଯାକ ଅଗଣାରେ ଖେଳୁଥାଆନ୍ତି l ଏଇ ସମୟରେ ମୋ ସ୍ତ୍ରୀ ପିଲା ମାନଙ୍କ ପାଇଁ କିଛି ଖାଇବା ଜିନିଷ ଧରି ସେମାନଙ୍କ ପାଖକୁ ଗଲା, କିନ୍ତୁ 

... ଏ କଣ ଦିଜଣ ଯାକ ତଳେ ପଡି ଛଟ ପଟ ହେଉଛନ୍ତି l ମୋତେ ମୋ ସ୍ତ୍ରୀ ଡାକ ପକାଇଲା ଶୀଘ୍ର ଆସିବା ପାଇଁ, ମୁଁ ଯାଇ ଦେଖିଲି ଦୁଇଜଣ ଯାକ ଜରି ଗୋଟିଏ ଗୋଟିଏ ମୁଣ୍ଡରେ ଗଳାଇ ତଳେ ପଡିଛନ୍ତl ମୁଁ ଯେମିତି ଜରି ଖୋଲିବାକୁ ଚେଷ୍ଟା କଲି ଦେଖିଲି ତାହା ବେକପାଖରେ ଗୁଡେଇ ହୋଇ ଯାଇଛି l ମୁଁ ଜରି ଚିରି ସେମାନଙ୍କ ମୁଣ୍ଡରୁ ବାହାର କଲି କିନ୍ତୁ ଦୁଇଜଣଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବାର ଦେଖି ଦଉଡି ଦଉଡି ଡାକ୍ତର ପାଖକୁ ନେଇଗଲୁ,ହେଲେ ଦୁଇଜଣଙ୍କର ଚେତା ଆଉ ଫେରିଲା ନାହିଁ l ପିଲା ମାନେ ଆମକୁ ଛାଡି ଚାଲିଗଲେ l....


କହି ସାରି ଲୋକଟି ବହୁତ କାନ୍ଦିଲା l ପୁଣି ଟିକେ ରହି ଲୁହ ପୋଛି କହିବା ଆରମ୍ଭ କଲା l 


  ......... ତା ପରେ,ମୋ କାମ ବନ୍ଦ ହୋଇଗଲା, କାରଣ ପିଲାଙ୍କୁ ହରେଇବା ପରେ ମୋ ସ୍ତ୍ରୀ ପାଗଳୀ ହୋଇଗଲା , କେତେବେଳେ ଭଲ କଥା କହୁଛି ତ କେତେବେଳେ ବସି ବାହୁନି ବାହୁନି କାନ୍ଦୁଛି, ଆଉ କେତେବେଳେ କଣ୍ଢେଇକୁ ଝିଅ ଆଉ ତକିଆକୁ ପୁଅ କହି ଖୁଆଇ ପିଆଇ ବସୁଛି l

 ସେଦିନ ଠାରୁ ସବୁଆଡେ ବୁଲି ବୁଲି ମୁଁ ଜରି ଗୋଟାଇ ତାକୁ ଜାଳୁଥିଲି l

ଥରେ ଜଣେ ବାବୁ ମୋତେ କହିଲେ ଜରି ଜାଳିଲେ ଆମ ପରିବେଶରେ ବିଷାକ୍ତ ବାୟୁ ଅଧିକ ହୋଇଯିବ ଯାହାକୁ ଆମେ ନିଶ୍ୱାସରେ ନେଲେ ତାହା ଶରୀରର କ୍ଷତି କରିବ l ତୁମେ ବରଂ ଏ ଗୁଡିକ ଗୋଟେଇ ଯେଉଁମାନେ ଏହାକୁ ପୁନଃଚକ୍ରଣ (recycle) ମାଧ୍ୟମରେ ଅଲଗା ଜିନିଷ ବାହାର କରୁଛନ୍ତି ତାଙ୍କୁ ଦେଇଦିଅ l ଆଉ ସେ ବାବୁ ମଧ୍ୟ ମୋତେ ବୁଝାଇ କହିଛନ୍ତି ଆମେ ଯେଉଁ ସବୁବେଳେ ପଲିଥିନ ବ୍ୟବହାର କରୁଛନ୍ତି ସେ ଗୁଡିକ ଆମର ଅନେକ କ୍ଷତି କରୁଛି l କାରଣ ଏହା ମାଟିରେ ମିଳାଏ ନାହିଁ ଫଳରେ ଏ ଗୁଡିକ ମାଟିରେ ରହି ମାଟିର ଉର୍ବରତା କମାଇ ଦିଏl ତା ଛଡା ଏହାକୁ ଗାଇ ଗୋରୁ ଖାଇ ଅସୁସ୍ଥ ହୁଅନ୍ତି ଏବଂ ପାଣିରେ ଏ ଗୁଡିକ ପଡି ପାଣିକୁ ବିଷାକ୍ତ କରେ l ଏଥିରେ ଆମେ ଯେଉଁ ଖାଦ୍ୟ ଜିନିଷ ନେଇ ବ୍ୟବହାର କରୁ ଏଗୁଡିକରୁ ରାସାୟନିକ ପ୍ରକ୍ରିୟା ଘଟି ଶରୀରରେ କର୍କଟ ରୋଗ ସୃଷ୍ଟି କରେ l ମୁଁ ସେ ବାବୁଙ୍କ କଥା ଶୁଣିବା ପରେ ଏ ଗୁଡିକ ନେଇ କବାଡିବାଲାଙ୍କୁ ଦେଉଛି l ସବୁ ଦୋକାନୀ ମାନଙ୍କୁ ଅନୁରୋଧ କରୁଛି ଜରି ବ୍ୟବହାର ନ କରି କାଗଜ ଠୁଙ୍ଗା ବ୍ୟବହାର କର, କିନ୍ତୁ ମୁଁ ଦେଖୁଛି ଲୋକ ମାନେ କିଛି ମାନୁନାହାନ୍ତି l

  ଲୋକଟିର କଥା ଶୁଣି କୁନା ତଥା ସେଠାରେ ଥିବା ସମସ୍ତେ ଦୁଃଖିତ ହେବା ସହିତ ଲଜ୍ଜିତ ମଧ୍ୟ ହେଲେ l ଲୋକଟି କେତେ ଭଲ ଚିନ୍ତା କରୁଛି ଅଥଚ ସେମାନେ ତାକୁ ଚୋର ଭାବି ବାଡେଇଲେ l

 ସେଇ ଦିନ ଠାରୁ କୁନା ସେ ଲୋକକୁ କଥା ଦେଲା ତୁମ କଥା ମାନି ମୁଁ ଆଉ ଜରି ବ୍ୟବହାର କରିବି ନାହିଁ ଏବଂ ମୋ ପରିବାର,ସାଙ୍ଗସାଥି ଏବଂ ପଡୋଶୀମାନଙ୍କୁ ଏ ବିଷୟରେ ସଚେତନ କରାଇବି l କୁନାର ଏଇ କାମକୁ ତାଙ୍କ ପରିବାରରେ ମଧ୍ୟ ସ୍ୱାଗତ କଲେ l କୁନା ଅଖାଵାୟାକୁ ଏବେ ଦେଖିଲେ ଆଉ ଡରୁନି ବରଂ ତାର ଏଇ ଭଲ କାମ ପାଇଁ ତାକୁ ଧନ୍ୟବାଦ ଜଣାଉଛି l

  


Rate this content
Log in