STORYMIRROR

Krushnapriya Mohapatra

Classics Fantasy Others

3  

Krushnapriya Mohapatra

Classics Fantasy Others

ମହାପ୍ରସାଦ

ମହାପ୍ରସାଦ

2 mins
6


     ପ୍ରାୟତଃ ୧୯୭୫ ମସିହାର ଚମତ୍କାର କଥାଟିଏ  ଥରେ ଜଣେ ବ୍ୟକ୍ତି ରାତି ପ୍ରାୟ ୧୦ଟା ବେଳକୁ ଶ୍ରୀମନ୍ଦିର ମଧ୍ୟରେ ଥିବା କାର୍ଯ୍ୟାଳୟ ନିକଟରେ ପହଞ୍ଚିଲେ। ସେତେବେଳର ମନ୍ଦିର ପ୍ରଶାସକଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ,ସାର ମୋ ବାପାଙ୍କର ଦେହାନ୍ତ ହୋଇ ଯାଇଛି।ମୁଁ ବାହାରେ ଚାକିରୀ ଯାଗାରେ ଥିଲି ଆଜି ଆସି ପହଞ୍ଚିଲି, ମୋ ବାପା ଆସି ମୋତେ ସ୍ବପ୍ନରେ କହୁଛନ୍ତି ତୁ ମୋ ଶୁଦ୍ଧ କାର୍ଯ୍ୟରେ ଗ୍ରାମଲୋକମାନଙ୍କୁ ମହାପ୍ରସାଦ ଭୋଜନ ଦେବୁ,ମୁଁ ଏତେ ଡେରିରେ ପହଞ୍ଚିଲି ଆପଣ ମୋତେ ଟିକେ ସାହାଯ୍ୟ କରନ୍ତୁ କେଉଁଠୁ ସୁବିଧା କରି ମହାପ୍ରସାଦ ଯୋଗାଡ଼ କରି ଦିଅନ୍ତୁ, ଆପଣଙ୍କର ପୂଣ୍ୟ ହେବ। ଏକଥା ଶୁଣି ସେ ମହାଶୟ ଦୁଃଖ ପ୍ରକାଶ କରି କହିଲେ,ଏବେ କିଛି କରି ହେବନି ବହୁତ ଡେରି ହେଲାଣି।ଆନନ୍ଦ ବଜାରରେ ଆଉ କିଛି ଭୋଗ ନାହିଁ।


ଏହା ଶୁଣି ସେ ଲୋକ ହତାଶ ହୋଇ ବସିଲେ ।


ସେ ପ୍ରଶାସକ ମହାଶୟ ତାଙ୍କ କାମରେ ଲାଗିଥାନ୍ତି।ଏହି ସମୟରେ ଆଉଜଣେ ବ୍ୟକ୍ତି ଆସି ପ୍ରଶାସକଙ୍କ ନିକଟରେ ପହଞ୍ଚିଲେ ତାଙ୍କ କଥା ଶୁଣି ଏ ମହାଶୟ ଆନନ୍ଦାତିଶ୍ଚର୍ଯ୍ୟରେ ପ୍ରଭୁଙ୍କ ପାଖରେ ନତମସ୍ତକ ହୋଇ ପ୍ରଣାମ ଜଣାଇଲେ । ପ୍ରଥମ ବ୍ୟକ୍ତିଙ୍କ ପାଖକୁ ଧାଇଁଗଲେ ସେ। 

ଆନନ୍ଦରେ ତାଙ୍କର କଣ୍ଠରୁଦ୍ଧ ହୋଇଯାଇଥାଏ 


ସେ ବ୍ୟକ୍ତି ମଧ୍ୟ ହତାଶ ଆଉ କିଛି ଆଶା ରେ ବସି ରହିଛନ୍ତି।ତାଙ୍କ ନିକଟକୁ ଯାଇ ପ୍ରଶାସକ କହିଲେ ତୁମେ ଏଇ ବ୍ୟକ୍ତି ଙ୍କ ସହିତ ଯାଅ ସିଏ ତୁମର ଓ ତୁମ ବାପାଙ୍କର ଇଚ୍ଛା ପୂର୍ଣ୍ଣ କରିବେ।


ଆଶ୍ଚର୍ଯ୍ୟର ବିଷୟ ହେଲା ଦ୍ୱିତୀୟ ବ୍ୟକ୍ତି ଜଣକ କହିବା କଥା ମୋ ଝିଅର ବାହାଘର ଠିକ୍ ହୋଇଥିଲା ମୁଁ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ରୁ ମଗେଇ ଦେଇଥିଲି କିନ୍ତୁ ହଟାତ ମୋ ଝିଅର ବାହାଘର ବନ୍ଦ ହୋଇଗଲା କିନ୍ତୁ ବ୍ୟସ୍ତତା ଯୋଗୁଁ ମୁଁ ମହାପ୍ରସାଦ ନ ଦବାକୁ କହି ପାରିଲିନି।ସୁଆର ଠିକ୍ ସମୟରେ ଅଭଡ଼ା ମୋ ଠିକଣାରେ ପଠାଇ ଦେଇଛନ୍ତି।ଏତେ ଗୁଡିଏ ମହାପ୍ରସାଦ ନଷ୍ଟ କରିବାକୁ ଇଚ୍ଛା ହଉନି କାହାର ଯଦି କାମରେ ଲାଗିଯାଏ ଭଲ ହୁଅନ୍ତା।


 ଏବେ ଦୁଇଜଣଙ୍କ ସମସ୍ୟା ସମାଧାନ ହୋଇ ଗଲା।ତେଣୁ ଏ ସବୁ ମହାପ୍ରଭୁ ଆଉ ମହାପ୍ରସାଦ ର ମାହାତ୍ମ୍ୟ।ଏ ହେଉଛି ଅନ୍ନବ୍ରହ୍ମ ଏହା ଭୋଗ ରନ୍ଧା ବେଳେ ଅମୁଁଣିହା, ବୁହାହେଲା ବେଳେ ଛେକ,ପ୍ରଭୁଙ୍କୁ ଭୋଗ ହେଲେ ପ୍ରସାଦ।ବିମଳାଙ୍କୁ ଦସ୍ବା ହେଲେ ମହାପ୍ରସାଦ, ପୁଣି କୈବଲ୍ୟ, ସିଏ ପୁଣି ଶୁଖିଗଲେ ନିର୍ମାଲ୍ୟ। ମହାର୍ଦ ପାଣି ପାଇଲେ ଶେଷ ସମୟରେ ଆତ୍ମା ପରମାତ୍ମାଙ୍କ ଠାରେ ଲୀନ ହୋଇଯାଏ।


  ସ୍କନ୍ଧ ପୁରାଣରେ ବର୍ଣିତ ଏକ ଅଲୌକିକ

କଥାରୁ ଜଣାଯାଏ, ମହାପ୍ରସାଦର ମହିମା କେତେ ଆଦୃତ। 

ଥରେ ମହର୍ଷି ନାରଦ ନାରାୟଣଙ୍କ ଅଧରାମୃତ ପାଇବା ଆଶାରେ ବୈକୁଣ୍ଠରେ ଉପସ୍ଥିତ ହେଲେ କିନ୍ତୁ ଏହି ପ୍ରସାଦ ପାଇବା ତାଙ୍କ ପାଇ ସହଜ ନ ଥିଲା ତେଣୁ ସେ ଏକ ନାରୀ ରୂପ ଧାରଣ କରି ବୈକୁଣ୍ଠର

ଆଖପାଖର ସ୍ଥାନକୁ ମାର୍ଜନା କରି ପ୍ରଭୁଙ୍କ କୃପା ପାଇବା ଅପେକ୍ଷାରେ ରହିଲେ। ଏକଥା ମହାଲକ୍ଷ୍ମୀ ଜାଣିପାରି ଭଗବାନଙ୍କୁ ଜଣାଇଲେ ଏବଂ ନାରଦଙ୍କୁ ଅଧରାମୃତ ପ୍ରାପ୍ତ ହେଲା। ନାରଦ ଏହାକୁ ପାଇ ଅତ୍ୟନ୍ତ ଆହ୍ଲାଦିତ ମନରେ କୈଳାସରେ ଉପସ୍ଥିତ ହେଲେ। ମହାଦେବ ଯେମିତି ଜାଣିଲେ ନାରଦ ବିଷ୍ନୁ 

ଙ୍କ ପ୍ରସାଦ ପାଇଛନ୍ତି ଉତ୍କଣ୍ଠାର ସହିତ ନାରଦଙ୍କୁ ଅବଲୋକନ କରୁକରୁ ତାଙ୍କ ହାତରେ ଲାଗିଥିବା ଅନ୍ନ ର ଏକ ମାତ୍ର କଣିକାକୁ ଦେଖି,ତାହାକୁ ପ୍ରସାଦ ରୂପେ ସେବନ କରି କୃତ୍ୟ କୃତ୍ୟ ହୋଇ ଉଠିଲେ। ସେତିକିବେଳେ ମାତା ପାର୍ବତୀ ଆସି ଉପସ୍ଥିତ ହୁଅନ୍ତି ଏବଂ ନିଜକୁ ପ୍ରସାଦ ପାଇବାରୁ ବଞ୍ଚିତ ହେବା ଜାଣି ଦୁଃଖିତ ହୋଇ ପଡ଼ନ୍ତି। 

 ନାରାୟଣଙ୍କୁ ପ୍ରାର୍ଥନା କରନ୍ତି .....

" ପ୍ରଭୁ ମୋତେ କାହିଁକି କରୁଣାରୁ ବଞ୍ଚିତ କଲେ?"

ଭଗବାନ ତାଙ୍କୁ ଅଭୟ ଦେଇ କହିଲେ, ବ୍ୟସ୍ତ ହୁଅନି ଦେବୀ ,ମୁଁ ନୀଳାଚଳରେ ଶ୍ରୀଜଗନ୍ନାଥଙ୍କ ରୂପରେ ପୂଜା ପାଇବା ପରେ ଆପଣ କ୍ଷେତ୍ରର ଅଧିଷ୍ଠାତ୍ରୀ ହେବେ ଏବଂ ମୋତେ ପ୍ରସାଦ ଲାଗିଲା ପରେ ଆପଣଙ୍କ ପାଖରେ ସମର୍ପିତ ହୋଇ ତାହା ମହା ପ୍ରସାଦ ରୂପେ ଆଦୃତ ହେବ। "

 ତେଣୁ ପ୍ରସାଦ , ତତ୍ପରେ ମାଙ୍କୁ ସମର୍ପିତ ମା' ପ୍ରସାଦ ବା ମହା ପ୍ରସାଦ ।

ଯୁଗେ ଯୁଗେ ମହାପ୍ରସାଦ ଶ୍ରଦ୍ଧାଳୁ ମାନଙ୍କୁ ମୁକ୍ତି ଦେଇଥାଉ। 



Rate this content
Log in

Similar oriya story from Classics