Anasuya Rout

Classics Inspirational

3  

Anasuya Rout

Classics Inspirational

ଜୀବନ ଚିନ୍ତନ -୩ଆତ୍ମା ଦର୍ଶନ

ଜୀବନ ଚିନ୍ତନ -୩ଆତ୍ମା ଦର୍ଶନ

2 mins
198


ସ୍ବପ୍ନ ଆଜି ସତ ହୋଇଛି ତୁଳସୀର।ଜଗନ୍ନାଥଙ୍କର ଦର୍ଶନ ପାଇଁ ଦୁଇଦିନ ହେବ ଅଳି କରି ବସିଥିଲା।ଆଜି ସେ ସ୍ବପ୍ନ ପୂରଣ ହେବାକୁ ଯାଉଛି।ଶ୍ରୀମନ୍ଦିର ମୁଖଦ୍ବାରରେ ପ୍ରବେଶ କରିବା ପରେ ମନ ଚଞ୍ଚଳ ହେଉଛି ମହାବାହୁଙ୍କର ଦର୍ଶନ ପାଇଁ।ମନ ଭିତରେ ନିରବରେ ଡାକୁଛି ହେ ଭକ୍ତ ବସ୍ଚଳ ଆହେ ଦୟାମୟ ତୁମ ଭକତ ଭିଡରେ ମୁଁ ତୁମର ଦର୍ଶନ ପାଇଁ ବିକଳ।ମୋତେ ଦରଶନ ଦିଅ ପ୍ରଭୁ।ଆଖିବୁଝି ଭିଡ ଭିତରେ କୋଳାହଳ ପୂର୍ଣ୍ଣ ପରିବେଶରେ ଠିଆ ହୋଇ ମଧ୍ଯ ସେ ନିରବ ନିଶ୍ଚଳ ଜଗନ୍ନାଥ ବଳଭଦ୍ର,ଶୁଭଦ୍ରାଙ୍କର ଦର୍ଶନ ପାଇ ସାରିଛି।ସେଇଠୁ ବୋଧହୁଏ ତୁଳସୀ ବଦଳି ଯାଇଛି।ମନ୍ଦିରରେ ଅବଢା ,ଡାଲି ଖାଇ ସାରି ଫେରିଆସିଛି ଆଶ୍ରମକୁ।ସବୁଦିନ ନାହିଁ ନାହିଁ ବୋଲି ଅଳି କରୁଥିବା ଅନ୍ତେବାସୀ ଆଜି କେମିତି ନିରବରେ ବସିଛନ୍ତି।ସକାଳୁ ସକାଳୁ ବୃଦ୍ଧାଶ୍ରମକୁ ଜଳଖିଆ ଖାଇବାକୁ ଦେବାକୁ ଆସିଥିବା ଜଗବନ୍ଧୁ ବାବୁ ଦେଖୁଛନ୍ତି ଆଜି ତୁଳସୀ ମା'ର କାହିଁ କିଛି ଅଭିଯୋଗ ନାହିଁ।


ସହବାସୀ କୃପାସିନ୍ଧୁ ବାବା କହୁଛନ୍ତି...କେତେଦିନ ଏବେ ତୁଳସୀ ଭଉଣୀ ପୁଅ ,ଝିଅଙ୍କର ନାଁ ନେଇ ନେଇ ନିଜକୁ ଖୁସି କରିବାକୁ ଚେଷ୍ଟା କରିବେ ।

ହାଁ ...କ'ଣ ଭାବୁଛନ୍ତି ଏ ତୁଳସୀର କେହି ନାହିଁ ବୋଲି କ'ଣ ସେ ଆସି ବୃଦ୍ଧାଶ୍ରମରେ ପଡିଛି ।ମୋର ପୁଅ ଅଛି,ଝିଅ ଅଛି ଦୁହେଁ ବଡବଡ ପଦବିରେ ଅଛନ୍ତି।ଖାଲି ବିଦେଶ ଯାଇଛନ୍ତି ବୋଲି ମୋତେ ମାସକ ପାଇଁ ଛାଡି ଯାଇଛନ୍ତି।ବାପ ଘର ମୋର ବି କିଛି କମ ଧନୀ ନୁହଁନ୍ତି ।ଖାଲି ମୁଁ ସେମାନଙ୍କ ଉପରେ ବୋଝ ହେବିନି ବୋଲି ପୁଅ କଥା ମାନିଗଲି।


ସବୁଦିନ ମନ ମାନି ସବୁବେଳେ ତୁଳସୀର ପାଟି ଚାଲିଥିବ।ଆଜି ମୋ ପୁଅ ଆସିବ ମୋତେ ଏଠୁ ନେଇଯିବ।ଏ କି ଖାଇବା ଏତେ ଲୋକ ଚୂର ଚବର ହେଉଛ।ଇଏ ମୋ ଜାଗା ସିଏ ମୋ କପଡା ସୁଖେଇବା ଯାଗା।।ଆଶ୍ରମ ବାହାରେ ଥିବା ଆମ୍ବ ଗଛରେ କାଉ ବସିଲେ ମାତ୍ରେ ପାନ ଖିଲେ ଚଢେଇ ଦୌଡି ଯିବ।ହେଇଟି କାଉ ରାବିଲାଣି ଆଜି ଆସିବ ମୋ ପୁଅ ମୋତେ ନେବାକୁ।


କାଉ ରାବୁ କି ନରାବୁ ନିଜ ଖାଇବାରୁ କିଛି ଦେଇ ଜଗି ରହିଥାଏ ତାକୁ।ଖାଇଦେଇ ଉଡିଗଲୁ ....ଉଡି ଗଲୁ..ମୁଁ ଜାଣିବି କୋଉଦିଗରୁ ମୋ ପୁଅ ଆସୁଛି।ବସରେ ଆସୁଛି ନା ଟ୍ରେନରେ ଆସୁଛି ମୋତେ ନେବାକୁ।ଗୋଟିଏ ଦିନ ନୁହେଁ ଚାରିବର୍ଷ ହେଲାଣି ତୁଳସୀର ପୁଅ ତାକୁ ଆଶ୍ରମରେ ଛାଡି ଯାଇଛି।କେବେ ଆସିବ ବୋଲି କିଛି କାହାକୁ କହିନି ।ମିଛ ଆଶ୍ବାସନାରେ ତୁଳସୀ ମା' ଆଜିଯାଏ ବଞ୍ଚିଛି ତା' ଆସିବା ବାଟକୁ ନିରବରେ ଚାହିଁ ରହିଛି।

ପିଲାଦିନେ ଯେବେ ସାଙ୍ଗ ସାଥି ମେଳେ ତାଙ୍କ ପୁଅ ଖେଳିବାକୁ ଯାଉଥିଲା ।ତାକୁ କୁଆଡେ ସେ ବାର ବାର କହୁଥିଲେ।ସଞ୍ଜ ହେବା ଆଗରୁ ଫେରିଆସିବୁ ଧନ।ଡେରି ହେଲେ ନିଜେ ଚାଲି ଯାଉଥିଲେ

ଖୋଜିବାକୁ ବାଡିଧରି ଶାସନ କରି କରି ଆଣୁଥିଲେ।ସେ ଗାଁ ଚାନ୍ଦିନୀ ମୂଳ ହେଉ କି ଠାକୁର ବାରଣ୍ତା କି ନଈ ପଠା।ତାଙ୍କୁ ସେ ପିଲାଦିନୁ ଶାସନ କରି ବଡ କରିଥିଲେ।ତାଙ୍କ ପୁଅ ହିଁ ତାଙ୍କ ଜୀବନ।ମୁହୂର୍ତ୍ତଏ ବି ସେ ପୁଅକୁ ନ ଦେଖିଲେ ରହିପାରୁ ନଥିଲେ।ଆଉ ଆଜି...!କାଙ୍କ ହାତକୁ ଶାସନ ବାଡି ଚାଲି ଯାଇଛି ।ପୁଅ ବଡ ହୋଇଯାଇଛି ମା' କା' ପାଇଁ ଅଲୋଡା....।ପୁଅ ଫେରିବ ଫେରିବ କହି ଚାରିବର୍ଷ ହେଲା ଗଲାଣି ଦେଖା ନାହିଁ।ସବୁଦିନ ତୁଳସୀ ସକାଳୁ ଲୁଗାପଟା ଗଣ୍ଠିଲି ବାନ୍ଧି ସଜାଡି ହୁଏ ପୁଅ ସାଙ୍ଗରେ ଘରକୁ ଯିବାକୁ।ରାତି ଯାଏ ନିରବରେ ରାସ୍ତାକୁ ଚାହିଁ ଚାହିଁ ପୁଣି ଗଣ୍ଠିଲି ଖୋଲେ ପର ଦିନକୁ ବାନ୍ଧିବ ଭାବି।ଆଜି କାହିଁ ତୁଳସୀ ମା' ନିରବି ଯାଇଛି।ଜଗବନ୍ଧୁ ବାବୁ ଆଶ୍ଚର୍ଯ୍ଯ ହୋଇଯାଇଛନ୍ତି।ହଁ ମହାବାହୁଙ୍କର ଦର୍ଶନ ପରେ ମନ ପରିବର୍ତ୍ତନ ହୋଇଯାଇଛି ତାଙ୍କର।ତାଙ୍କରି ନାମ ଜପ କରି କରି ସେହି ଆତ୍ମାକୁ ଚିହ୍ନିବା ରାସ୍ତାରେ ସେ ବାହାରି ପଡିଛନ୍ତି ।ପୁଅ ଫେରିବନି ଆଉ ତାଙ୍କ ପାଖକୁ ତାଙ୍କୁ କିନ୍ତୁ ଆତ୍ମା ଦରଶନ ଦିଗେ ଚାଲିବାକୁ ହେବ ।ସେ ଏକଥା ବୁଝି ସାରିଛନ୍ତି ।


Rate this content
Log in

Similar oriya story from Classics