Anasuya Rout

Classics Inspirational

3  

Anasuya Rout

Classics Inspirational

ଜୀବନ ଚିନ୍ତନ -୨

ଜୀବନ ଚିନ୍ତନ -୨

4 mins
166


ପରିବାର -(ସପ୍ତାହ -୨)

 ଅଳି ଅର୍ଦ୍ଦଳି କରିଥିଲି ତୁମ ପଦ୍ମ ଲୋଚନରେ ଟିକେ ମୋର ଛବି ଦେଖିବି ବୋଲି।ତୋ ଭକତ ଭିଡରେ ମୋ ଅଳି କ'ଣ ତୁମେ ଶୁଣି ପାରିବ ପ୍ରଭୁ ?ଏତେ ଗହଳ ଚହଳ ତୁମେ କେମିତି ସହି ପାରୁଛ ପ୍ରଭୁ ମୋ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା।ଜଗତରନ୍ନାଥ ଜଗନ୍ନାଥ ତୁମେ କୋଟିବ୍ରହ୍ମାଣ୍ଡର ଜୀବମାନେ ହେଉଛନ୍ତି ତୁମର ସନ୍ତାନ ତୁମେ ବା କେମିତି ଚିଡିଥାଅନ୍ତ ରାଗିଥାଆନ୍ତ ତୁମ ସନ୍ତାନ ମାନଙ୍କ ଉପରେ।ତଥାପି ଘରର ମୁରବି ହେଉଛନ୍ତି ବାପା।

ପିଲାମାନେ ଅଳି ଅଝଟକଲେ ବାପା ବି ବେଳେ ବେଳେ ରାଗି ଯାଆନ୍ତି।ସବୁ ଜିଦି ପୂରଣ କରିବା କ'ଣ ଠିକ ..?ଭଲ ମନ୍ଦ ବୁଝିବାର ବୟସ ପିଲାମାନଙ୍କର କୋଉଠୁ ଆସିବ।ଯାହା ଆଖିକୁ ଭଲ ଲାଗିଲା,ପାଟିକୁ ଭଲ ଲାଗିଲା ମନକୁ ଆକର୍ଶଣ କଲା ।ସେହି ସେହି ଜିନିଷକୁ ପାଇବାକୁ ଜିଦ ଧରି ବସନ୍ତି।ତାଙ୍କ ପାଇଁ କ'ଣ ଭଲ କ'ଣ ମନ୍ଦ ସେ ଅବା ବୁଝିବେ କେମିତି ?ତୁମେ ପରା କୋଟି ଜୀବନର ପିତା ...!ତୁମେ ଖଞ୍ଜିଦିଅ ଯାହାପାଇଁ ଯାହା ଲୋଡା।କୋଉଟା ଠିକ କୋଉଟା ଭୂଲ କେମିତି କେହି ବୁଝିପାରିବ?ତୁମେ ବୁଝିପାର ସବୁ ଜନାର୍ଦ୍ଦନ।ତୁମକୁ ମାଗିବା ନମାଗିବାରେ ମୋର କିଛି ଲୋଡା ନାହିଁ।ମାଗିଲେ ତୁମେ ଯେତିକି ଦିଅ ନ ମାଗିଲେ ପରା ଅଣ୍ଟିପୂରେଇ ଦେଇଥାଅ।

ରାଗ ଲାଗେ ପ୍ରଭୂ ମୁଁ ଜିଦି କରିଥିବା ଜିନିଷ ନ ମିଳିଲେ।କିନ୍ତୁ ...ତୁମେ ସମୟ ଆସିଲେ ବୁଝେଇ ଦିଅ।ତୁମେ କାହିଁକି ମୋ ଅଳି ପୂରଣ କରିନ ବୋଲି।ହେଇପାରେ ମୁଁ ପାଇଯିବା ପରେ ମୁହୂର୍ତ୍ତକଟିଏ ଖୁସି ହୋଇଥାନ୍ତି।କିନ୍ତୁ ପରେ ସେ ଜିନିଷ ମୋ ପାଇଁ ମନ୍ଦ ସାବ୍ଯସ୍ତ ହୋଇଥାନ୍ତା।ବୁଝିଛି ମୁଁ ପ୍ରଭୂ ତୁମରି ଦାନକୁ ସେଥିପାଇଁ କୁହେ ତୁମେ କୃପାସିନ୍ଧୁ କରୁଣାର ସିନ୍ଧୁ।ଭଲମନ୍ଦ ମୋର ବୁଝିବା ବୟସ ହୋଇନାହିଁ ହେ ଭାବବନ୍ଧୁ।

ଅଳି କରିଥିଲି ତୋ ବଡଦେଉଳକୁ ଯିବି ବୋଲି ଥରେ ।ହେଲେ ଏକା ଯିବି ବୋଲି ଆଶା ବାନ୍ଧିଥିଲି।ନିଜେ ଏକାଯାଇଁ କି ପୂର୍ଣ୍ଣଅର୍ଜିବି।ମୋ ପୂରା ପରିବାର ଯଦି ଦୁଃଖରେ ରହିବେ ମୋ ଏକା ସୁଖ ଲାଭ ଦୁଃଖର ପଙ୍କରେ ଲୋଟଯିବନି ହେ...!ଏତକ ବୁଦ୍ଧି ମୋ ଚିନ୍ତା ପରିସର ବାହାରେ ଥିଲା।ମୁଁ ଯଦି ମୋ ଏକା ସୁଖ ପାଇଁ ତୁମ ପାଖରେ ଅଳି କରିବି।ତୁମେ ବି ଯଦି ମୋ ଅଟଳ ଜିଦି ପାଇଁ ଅଳି ପୂରଣ କରିଦିଅ ମୁଁ କେମିତି ସୁଖରେ ରହିବି...?ମୋ ପରିବାର ଦୁଃଖରେ ଆଉଟୁ ପାଉଟୁ ହେଉଥିବାର ଦେଖି ମୁଁ କ'ଣ ଲୁହରେ ଭିଜିବିନି ପ୍ରତିମୁହୂର୍ତ୍ତ?

ଏକା ଖାଇବାରେ ଯଦି ପେଟପୁରୁଥାନ୍ତା ସୁଖ ମିଳୁଥାନ୍ତା।ତୁମ ଆନନ୍ଦବଜାର କାହିଁପାଇଁ ପ୍ରଭୁ!ଅନ୍ନପୂର୍ଣ୍ଣାଙ୍କର ହାତପରସାରେ ତୁମେ ତିନି ଭାଇଭଉଣୀତ ପେଟପୂରା ଖାଇ ରତ୍ନ ପଲଙ୍କରେ ଖୁସିରେ ବସିଥାନ୍ତ ।ତୁମ ଆନନ୍ଦ ବଜାରରେ ବସି ଯେ ଖାଇଛି ସେ ଆନନ୍ଦ ପାଇଛି।ସେଇ ଗହଳ ଚହଳ ଭିତରେ ତୁମେ ଥାଅ ପ୍ରଭୂ ଭକତ ରୂପରେ ପ୍ରଶାଦକୁ ବାଣ୍ଟି ଖୁସି ହେଉଥାଅ।ତୁମ ବଡଦେଉଳର ବିଶ୍ବପରିବାର କଥା ବୁଝି ବୁଝେଇଛ ପ୍ରଭୁ ଚକ୍ରଧର!

"ବସୁଧୈବ କୁଟୁମ୍ବକମ!" ସେହି ଶିକ୍ଷା ତୁମେ ଶିଖେଇଛ ପ୍ରଭୁ।ଆନନ୍ଦ ବଜାରରେ ତୁମ ପଣ୍ଡା ପରିହାରୀ ,ଦିନ ,ଦରିଦ୍ର ସମସ୍ତେ ଏକାଠି ବସି ଖିଆ ଖୋଇ ହେଉଥାନ୍ତି।ବଡ ,ସାନ କି ବାଛ ବିଚାର କିଛି ନଥାଏ ସେଠି।ସେଠି ସମସ୍ତେ ସମାନ ଆତ୍ମା ନାରାୟଣ ସର୍ବ ଘଟେ ବିଦ୍ଯମାନ ।କିଏ ଖାଇ ଯଦି ଆଉ କେହି ତୁମ ଦୁଆରୁ ଫେରିବ ସେଥିରେ ତୁମର ଅପମାନ ହେବ।ସେଥିଲାଗି ବୋଧେ ତୋ ଆନନ୍ଦ ବଜାରୁ ଅବଢା ସରେନି ।ଯେତେ ଜୀବ ଖାଇ ବୋହିଲେ ସରେନି ତୋ ଅବଢା ,ଡାଲି,ଡଙ୍କ ତୋରାଣୀ।ପୋଡପିଠା ,ଶାଗଭଜା କାଞ୍ଜି ରାଈ।ତୋ ରୋଷେଇ ଶାଳର ପ୍ରତିଦିନ ପାକ କୋଟି ବ୍ରହ୍ମାଣ୍ତର ପାଇଁ।ମୁଠାଏ ଅବଢା ଖାଇଦେଲେ ପ୍ରଭୂ ମୋ ପେଟ ପୂରଇ।

ଆଉ ଏକ ପ୍ରଶ୍ନ ମୋ ମନରେ ପ୍ରଭୁ ଉଙ୍କି ମାରଇ।ଭାଇ ଭଉଣୀକୁ ସାଙ୍ଗରେ ବସେଇ ରତ୍ନ ସିହାଂସନେ ଭକ୍ତ ଜନଙ୍କର ସୁଖ ଦୁଃଖ ସବୁ ବିଚାର କରଉ।ବଡକୁ ପଚାରି ସାନକୁ ଉଚାରି ପାପପୂର୍ଣ୍ଣ୍ଯ ଦଣ୍ଡ ବିଧାନ କରଉ।ଲୋକକଥା ମୁହିଁ ଶୁଣି ଯେ ଅଛଇ ଦ୍ବାପର ଯୁଗରେ ରାଧାରାଣୀ

ସାଥେ ଯମୁନା କୂଳରେ ଯେବେ ବଂଶୀ ବାଉଥିଲୁ।ରାଧା କୃଷ୍ଣପାଦ ଭୂମିରେ ପଡିଲେ ତୁଳସୀ ଜନ୍ମଇ।ତୁଳସୀର ମାଳ ତୁଳସୀର ଦଳ ସବୁ ତୋର ପ୍ରିୟ।ଗୋପପୁରେ ଯେତେ ତୁଳସୀ ଜନ୍ମିଲେ ବୃନ୍ଦାବନେ ଯେତେ ତୁଳସୀଙ୍କ ଜନ୍ମ କଳିଯୁଗେ କଲୁ ତାଙ୍କୁ କୃପା ବାରି।ତୋର ସେବାୟତ ହୋଇ ସାଥିରେ ରହିଲେ।ତୋର ଅଙ୍ଗସେବା କରିବାର ପାଇଁ।

ତାଙ୍କ ଦିନ ହୁଏ ତୋର ଚକାନୟନକୁ କରି ଦରଶନ।ରାତି ହୁଏ ପୁଣି ତୋ ଚନ୍ଦ୍ର ନୟନେ ସ୍ବପନର ବାରି ଛିଞ୍ଚି ହୋଇ।ଏତେବଡ କର୍ମ କରି ନପାରଇ ମୁହିଁ ଆର୍ତ୍ତତ୍ରାଣ।ଏ ଜନ୍ମ ତାଙ୍କର କୃତାର୍ଥ ହୋଇଛି ତୋତେ ସପନେ ଦେଖନ୍ତି ଜାଗରଣରେ ଦେଖନ୍ତି ।ତୋ ନାମକୁ ଗାଇ ତୋ ପ୍ରସାଦ ଖାଇ ଆନନ୍ଦେ ରୁହନ୍ତି।ତୋର ପରିବାର ତାଙ୍କ ପରିଚୟ ଏ ସଂସାରେ।

କି ପୂର୍ଣ୍ଣ୍ଯ କଲେ ହେ ବଡ ଦେଉଳରେ ସ୍ଥାନ ଦେବୁ ତୁହି।ତୋର ସେବାୟତ ଏତେବଡ ପଦ ମାଗୁନାହିଁ ପ୍ରଭୁ ।ତୋ ଦେହରେ ଯେଉଁ ଚନ୍ଦନ ଲାଗୁଛି ଦୁର୍ବାଦଳ ଲାଗି ଲେପନ ହେଉଛି ।ସେହି ଦୁର୍ବାଦଳ ହେବାପାଇଁ ପ୍ରଭୁ କାମନା କରିଛି।ତୋ ପାଦ ପଦ୍ମ ସେବାପାଇଁ ପ୍ରଭୁ ନିତି ହୋଇବି ମୁଁ କେରିଏ ଦୁବ ଆହେ ମହାବାହୁ।ଆଉ କିଛି ଲୋଡା ନାହିଁ ଏ ଜୀବନେ।ତୋର ରୂପ ଦରଶନେ ଯାଉ ଏ ଜୀବନ ।

ଭଲ ହେଲା ପ୍ରଭୂ ତୁମେ ଏତିକି କରିଲ ପୂରା ପରିବାର ସାଥି ହୋଇ ଯିବୁ ତୋର ଦରଶନେ।ଏତେ ସବୁ ଲୀଳା ତୋର ଲୀଳାମୟ।ହେଲେ ଆକାଶେ ଗର୍ଜଇ ମେଘ ଘନଘନ।କଳାମେଘ ଖଣ୍ଡ ମୁଣ୍ଡ ଉପରେ ହେ ଘଡଘଡି ମାରେ ପିନ୍ଧି ସେ ମେଖଳା।କାଳିଆ କାଳିଆ ଡାକୁ ଥାଇ ମନ କେତେଦୂରେ ତୁହି କେମିତି ଯିବୁ ହେ ଉତ୍ତର ତ ଦିଅ।

କି ଯୋଗ ଘଟିଲା କେଣେ ଗଲା ମେଘ ଗରଜନ ତୋର କୃପାବଳେ ବଡଦାଣ୍ଡେ ଆମେ ପାଦ ତ ଥାପିଲୁ।ଏତେ ଟାଣ ଖରା କୋଉଠୁ ଆସିଲା କଳା ମେଘ ଖଣ୍ଡ ଶୂନ୍ଯେ ମିଳେଇଲା।ଆହାଃ..ମେଘ ସୁନ୍ଦର ନା ତୁ ସୁନ୍ଦର...!ତୋ ମନ୍ଦିର ସୁନ୍ଦର ତୋ ବଡଦାଣ୍ଡ ସୁନ୍ଦର।ଖରା ସୁନ୍ଦର ନା ତୋ ନାଲି ଓଠ ସୁନ୍ଦର।ବାଛି ବାକୁ ଶକ୍ତି ନାହିଁ ମୋର ହେ ମୟୁର ଚୂଳିଆ ନୀଳକନ୍ଦରର ରାଜା କାଳିଆ।

ତୋର ବଡଦାଣ୍ଡ ବାଲି ତାତିଲା ଏପରି ପାଦେ ମାତ୍ର ତହିଁ ଚାଲି ନ ପାରିଲି ।ତୋର ଦ୍ବାରପାଳ ଜଗିବସିଥିଲେ।ତୋର ଦରଶନ ପାଇଁ ଅପେକ୍ଷା କରିଲୁ।କେଉଁ ଦିଗେ କଲେ ଦର୍ଶନ ପାଇବୁ ଦ୍ବାରପାଳ ଯେବେ ଆଦେଶ ଦେବେ ସେତେବେଳେ ଯିବୁ।ତୋ ବଡ ଦେଉଳର ନୀତିନିୟମକୁ ଶୃଙ୍ଖଳାରେ ମାନି ତୋତେ ମୁଁ ଦେଖିବି ଏତେ ଶକ୍ତି ମୋର ଶରୀରେ ନଥିଲା।ରୁଗଣ ଶରୀରର ମୋ ଆଜି କଫ ହେଲେ କାଲି ରକ୍ତହୀନ।ପାଦରେ ମୋହର ନଥିଲା ତ ଜୋର ତୋର ନାମ ଗାଇ ଗାଇ ଚାଲୁଥିଲି ।ତୋ ଦୂଆରେ ଯେତେ ଭକତ ବସ୍ଚଳ ସଭିଙ୍କର ମୁଖ ଖରାରେ ଉଜ୍ଜଳ।ଅପେକ୍ଷା ରହିଲା କେତେବେଳେ ହେବ ଶୁଣିମା ମଣିମା ପାଦ ରଖିବି ମୁଁ ତୋ ବଡଦେଉଳେ ।


ଯୋଗକୁ ସେଦିନ ପ୍ରଥମ କାର୍ତ୍ତିକ ତୋ ବଡ ଦେଉଳେ ଅତିଥି ଅନେକ। ଭଗବାନ ତୁମେ ମୋର ବଡବନ୍ଧୁ ମୁଁ ତୁମ ଅତିଥି ତାଲିକା ଅଛି କି ଅନ୍ତର୍ଭୂକ୍ତ?ତୋ ଶ୍ରୀମୁଖ ଦେଖିକି ଫେରିବି ଏତିକି ବିଶ୍ବାସ ମନେ ମୋର ଥାଇ।

ଆଗକୁ...!


Rate this content
Log in

Similar oriya story from Classics