Anasuya Rout

Inspirational

3.4  

Anasuya Rout

Inspirational

ଭକ୍ତ ସାଲବେଗ

ଭକ୍ତ ସାଲବେଗ

3 mins
169


ଭଗବାନ ସବୁଯୁଗରେ ଭକ୍ତର ଅଧୀନ।ମନରେ ଶ୍ରଧା,ଭକ୍ତି ଥିଲେ ଭକ୍ତ ଭଗବାନଙ୍କର ହୋଇପାରେ।ଭଗବାନ ଭକ୍ତର ଅଧିନ ହୋଇଯାଆନ୍ତି। ତାଙ୍କ ଚିରାଚରିତ ପକୃତିକୁ ମଧ୍ଯ ଭକ୍ତ ପାଇଁ ବଦଳାଇ ଦିଅନ୍ତି। ଭଗବାନ ଭକ୍ତକୁ କଥା ଦେଇ କେବେ ନୀରାଶା କରନ୍ତି ନାହିଁ।ତାଙ୍କ ପାଖରେ ବଡ, ସାନ ,କୌଣସି ଜାତି କି ସମ୍ପ୍ରଦାୟ ପ୍ରତି ଭେଦଭାବ ନଥାଏ।ପୃଥିବୀର ଜୀବଜଗତ ତାଙ୍କର ସୃଷ୍ଟି।ସେ ସମସ୍ତଙ୍କ ପାଇଁ ସମାନ ଭାବନା ରଖନ୍ତି। ହିନ୍ଦୁ କି ମୁସଲମାନ ମଧ୍ଯରେ ସେ କିଛି ପାର୍ଥକ୍ଯ କରନ୍ତି।

ସେତେବେଳ ଭାରତରେ ମୋଗଲ ଶାସକ ମାନଙ୍କର ଶାସନ ଚାଲିଥିଲା।ଲାଲବେଗନାମକ ଜଣେ ବ୍ଯକ୍ତି ମୋଗଲ ନବାବଙ୍କର ଏକ ଉଚ୍ଚକୋଟୀର ଯୋଦ୍ଧା ଥିଲେ । କଳିଙ୍ଗ ଯିଏକି ଏବେର ଓଡିଶାରେ ଲାଲବେଗ ରହୁଥିଲେ ।ସେ ଯେତେବେଳେ ବାହାରକୁ ବାହାରୁ ଥିଲେ ଲୋକମାନେ ତାଙ୍କୁ ଡରି ଲୁଚି ଯାଉଥିଲେ।କାହିଁକି ନା ସେ ଲୋକଙ୍କ ଉପରେ ଅକଥନୀୟ ଅତ୍ଯାଚାର କରୁଥିଲେ।

ଏକଦା ଜଣେ ବିଧବା ବ୍ରାହ୍ମଣୀ ସ୍ତ୍ରୀ ନଦୀରେ ସ୍ନାନସାରି ଫେରିବା ବେଳେ ତାଙ୍କ ନଜର ତା'ଉପରେ ପଡିଲା।ଲାଲବେଗ ବିଧବା ବ୍ରାହ୍ମଣ ସ୍ତ୍ରୀକୁ ବିବାହ କରିବାକୁ କହିଲେ।ସେ ସେଥିରେ ରାଜି ନ ହେବାରୁ ତାଙ୍କୁ ବଳପୂର୍ବକ ବିବାହ କଲେ।ଲାଲବେଗଙ୍କୁ ବିବାହ କରିବା ପରେ ମଧ୍ଯ ତାଙ୍କ ସ୍ତ୍ରୀ ହିନ୍ଦୁଧର୍ମର ଆରାଧ୍ଯ ଜଗନ୍ନାଥଙ୍କୁ ଭୂଲିପାରୁ ନଥିଲେ ।

"ଶରୀରବେଶ,ଭୂଷା ,ରଙ୍ଗ,ଢଙ୍ଗ ,ଆଚାର,ବ୍ଯବହାରରୁ ,ଖାଦ୍ଯପେୟରୁ କୌଣସି ବ୍ଯକ୍ତିର ଜାତି ,ଧର୍ମ କି ସମ୍ପ୍ରଦାୟର ବିଭାଗୀକରଣ କରିହୁଏନି।ଏସବୁ କେବଳ ମଣିଷକୁ ବିଭାଜନ କରେ।ମଣିଷ ମନରେ କଳୁଷତା, ଅହଂଭାବ ଭରିଦେଇଥାଏ ।ମୋ ଧର୍ମ ,ମୋ ଜାତି କେବଳ ବଡ ଏହି ଚିନ୍ତାଧାରା ହିଁ ମଣିଷକୁ ଅହଂଭାବରେ ପୂର୍ଣ୍ଣ କରିଥାଏ।"

ଲାଲବେଗଙ୍କର ସ୍ତ୍ରୀ ବିବାହ ପରେ ମୁସଲମାନ ହୋଇଯାଇଥିଲେ।ମୁସଲମାନ ଧର୍ମକୁ ନିଜର ବୋଲି ମାନିଥିଲେବି ଜଗନ୍ନାଥଙ୍କ ପ୍ରତି ତାଙ୍କର ଆସ୍ଥା କମି ନଥିଲା।ସେ ଅନ୍ତରରେ ଜଗନ୍ନାଙ୍କୁ ସ୍ମରଣ କରୁଥିଲେ।ସମୟ କ୍ରମେ ତାଙ୍କର ପୁତ୍ର ସନ୍ତାନଟିଏ ହେଲା।ଲାଲବେଗ ଏବଂ ତାଙ୍କ ପତ୍ନୀ ସେ ପୁତ୍ରର ନାମ ସାଲବେଗ ରଖିଲେ ।

ସାଲବେଗ ପିତାଙ୍କ ପରି ମଧ୍ଯ ମହାନ ଯୋଦ୍ଧା ଥିଲେ।ଯୁବ ଅବସ୍ଥାରେ ଏକଦା ଯୁଦ୍ଧରେ ସେ ଆହତ ହୋଇପଡିଲେ।ବିଭିନ୍ନ ବୈଦଙ୍କର ଉପଚାର ସତ୍ତ୍ଵେ ଆରୋଗ୍ଯ ଲାଭ କରିପାରିଲେ ନାହିଁ।ଏମିତିକି ବୈଦମାନେ କହିଥିଲେ ସେ ଆଉ ଭଲ ହେବେ ନାହିଁ।ତାଙ୍କର ମୃତ୍ଯୁ ନିକଟତର ହେବାକୁ ଯାଉଛି।ସେ ତାଙ୍କ ମାତାଙ୍କ ପାଖରେ କାନ୍ଦିବାକୁ ଲାଗିଲେ।ମାତା ମଧ୍ଯ ସାଲବେଗକୁ ହରେଇବା ପାଇଁ ଚାହୁଁନଥିଲେ ।ଏମିତି କୌଣସି ଅଭିଭାବକ ଏସବୁ ଚାହିଁବେ ନାହିଁ।ତାଙ୍କ ମନରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅଗାଢ ବିଶ୍ବାସ ଥିଲା।ସେ ହିଁ ତାଙ୍କ ପୁଅକୁ ଆରୋଗ୍ଯ କରିପାରିବେ ଏ ବିଶ୍ବାସ ମନରେ ଜାଗି ଉଠିଲା।

ପୁତ୍ର ପାଖରେ ସବୁବେଳେ ଜଗନ୍ନାଥଙ୍କର ମହିମା ଗାନ କଲେ।ସାଲବେଗଙ୍କୁ ବାରଦିନ ଧରି ଜଗନ୍ନାଥଙ୍କ ନାମ ସ୍ମରଣ କରି ତାଙ୍କରି ଧ୍ଯାନରେ ରହିବାକୁ କହିଲେ।ସାଲବେଗ ମାତାଙ୍କ କଥାନୁସାରେ ଜଗନ୍ନାଥଙ୍କୁ ସ୍ମରଣ ଭଜନ କରିବା ଆରମ୍ଭ କରିଦେଲେ।

ସେ ତ ଜଗତରନ୍ନାଥ ଜଗନ୍ନାଥ ଦୟାଳୁ ଭକତ ବନ୍ଧୁ।ତାଙ୍କ ନାମର ଅମୃତ ଯିଏ ଥରେ ପାନ କରିଛି ସେ ତାଙ୍କର ହିଁ ହୋଇଯିବ।ସଂସାରର ପାପ ପଙ୍କ ତା' ଦେହରେ ଲାଗିବ ବା କୋଉଠି।ପାପ ପଙ୍କରେ ବୁଡି ରହିଲେ ମଧ୍ଯ ତା'ର ଦୁର୍ଗନ୍ଧ ତିଳେମାତ୍ର ତାଙ୍କ ଭକ୍ତକୁ ଛୁଇଁ ପାରିବନି।ଦୟଣା ତୁଳସୀମାଳର ଭୂରିଭୂରି ଗନ୍ଧଛୁଟୁ ଥିବ ତାଙ୍କ ନାମର ଚତୁର୍ଦିଗରେ ମାୟା ମୋହନ ମାୟା ଲଗେଇ ମନ ପରିଷ୍କାର କରିଦେବ।ଭକ୍ତ ଭଗବାନଙ୍କ ନାମ ସ୍ମରଣ ମାତ୍ରେ ମନ ଆତ୍ମା ଦୁହେଁ ପବିତ୍ର ହୋଇଉଠିବେ ।ମନରେ ଶାନ୍ତିର ପ୍ରବାସ ହେଲାବେଳେ ଦେହ ର ପୀଡାକୁ ଅଚିରେ ଭୂଲିବେ।

ସାଲବେଗ ବାରଦିନ ଧରି ଜଗନ୍ନାଥଙ୍କୁ ସ୍ମରଣ କରିଲେ ମଧ୍ଯ ତାଙ୍କ ସ୍ବାସ୍ଥ୍ଯରେ କୌଣସି ପରିବର୍ତ୍ତନ ଆସି ନଥିଲା।ସେ ବ୍ଯସ୍ତ ବିବ୍ରତ ହୋଇ ମାତାଙ୍କୁ କହିଲେ ମାତା ବାରଦିନ ଅତିକ୍ରମ କରିବାକୁ ବସିଲାଣି ମୁଁ ଭଲ ହେବି କେବେ..?ମାତା ସାଲବେଗଙ୍କୁ କହିଲେ ତାଙ୍କ ମାୟା ଏ ସଂସାରରେ କାହାକୁ ଅଛପା...!ସେ କେତେବେଳେ କୋଉ ରୂପରେ ଆସି ତୋର ଉପଚାର କରିବେ ତୁ ବୁଝି ପାରିବୁନି ।ସେ ନିଶ୍ଚୟ ଆସିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ସେଦିନ ରାତିରେ ସାଲବେଗ ଶୋଇଥିବା ସମୟରେ ମହାପ୍ରଭୂ ଜଗନ୍ନାଥ ଗୋଟେ ଛୋଟ ଛୁଆ ବେଶରେ ଆସି ତାଙ୍କ ଦେହରେ ବିଭୂତି ବୋଳି କହିଲେ ତୁମେ ଏଥର ଭଲହୋଇ ଯିବ।ଶାଲବେଗ ହଠାତ ସ୍ବପ୍ନରୁ ଉଠିପଡି ମାତାଙ୍କୁ ଡାକି ସବୁକଥା କହିଲେ । ତାଙ୍କ ହାତରେ ମଧ୍ଯ କିଛି ବିଭୂତି ଥିଲା। ଶାଲବେଗ ସେ ବିଭୂତି ଲଗେଇ ଭଲ ହୋଇଯାଇଥିଲେ।

ଥରୁଟିଏ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ତାଙ୍କର ବହୁତ ଇଛା ହେଲା ।ସେ ପୂରା ଜଗନ୍ନାଥ ମନ୍ଦିର ଆସିଥିଲେ।କିନ୍ତୁ ସେ ମୁସଲମାନ ହୋଇଥିବାରୁ ମନ୍ଦିର ଭିତରକୁ ପ୍ରବେଶ ନିଷିଧ ଥିଲା।ସେ ମହାପ୍ରଭୁଙ୍କୁ ରଥଯାତ୍ରାରେ ଦର୍ଶନ କରିବା ପାଇଁ ଅପେକ୍ଷା କରି ରହିଲେ।ଧିରେ ଧିରେ ତାଙ୍କ ମନରେ ଜଗନ୍ନାଥଙ୍କ ପାଇଁ ବିଶ୍ବାସ ବଢ଼ିଚାଲିଲା ।ସେ ଦର୍ଶନ କରିବାକୁ ପୁରୀବଡଦାଣ୍ଡ ବାହାରେ କୁଡିଆଟିଏ ତିଆରୀ କରି ରହିଲେ।

ଜଗନ୍ନାଥଙ୍କ ଭାବରେ ବିଭୋର ହୋଇ ବିଭିନ୍ନ ଭଜନ ,ପାର୍ଥନା,ଜଣାଣ ଲେଖୁଥିଲେ।ପରେ ବୃନ୍ଦାବନରେ ଯାଇଁ ବାସ କଲେ।କିନ୍ତୁ ସବୁବର୍ଷ ରଥଯାତ୍ରାରେ ସେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ନିଶ୍ଚୟ ଆସନ୍ତି।ଏକଦା ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ରଥଯାତ୍ରା ଦେଖି ଆସିପାରିଲେ ନାହିଁ।ଘରେ ଥାଇଁ ଠାକୁରଙ୍କୁ ମିନତୀ କଲେ...ହେ ପ୍ରଭୁ ମୋ ପାଇଁ ଟିକେ ତୁମ ବଡଦାଣ୍ଡରେ ଅଟକିଥାଅ।ମୁଁ ତୁମ ରଥଯାତ୍ରା ଦେଖିଯିବା ପର୍ଯ୍ଯନ୍ତ ଅଟକି ଥାଅ ପ୍ରଭୂ ।ନହେଲେ ମୋତେ ତୁମର ଦର୍ଶନ ପାଇଁ ବରଷଟେ ଅପେକ୍ଷା କରିବାକୁ ପଡିବ।ମୁଁ ଯିବା ଯାଏ ତୁମ ନନ୍ଦିଘୋଷ ରଥ ଅଟକି ଯାଉ।

ମହାପ୍ରଭୂ ଜଗନ୍ନାଥଙ୍କ ରଥ ବଡଦାଣ୍ଡରେ ଅଟକି ଗଲା।ପଣ୍ଡା ପରିହାରୀ ଯେତେଚେଷ୍ଟା କଲେ ବି ଚାରିଦିନ ପର୍ଯ୍ଯନ୍ତ ରଥ ଟିକେ ହେଲେ ଘୂଞ୍ଚି ନଥିଲା।ପଣ୍ଡାମାନେ ଚିନ୍ତାରେ ଶୋଇପାରୁନଥିଲେ।ଦିନେ ରାତିରେ ଭଗବାନ ସ୍ବପ୍ନାଦେଶ ଦେଲେ ମୋ ଭକ୍ତ ପାଇଁ ମୁଁ ଅପେକ୍ଷା କରିଛି। ସେ ଦର୍ଶନ ମାତ୍ରକେ ରଥ ଶ୍ରୀମନ୍ଦିରକୁ ଗଡିବ।ଚାରିଦିନ ପରେ

ସାଲବେଗ ରଥ ଉପରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ରଥ ଗଡିଲା।ସାଲବେଗ ସାରାଜୀବନ ଜଗନ୍ନାଥଙ୍କୁ ଭଜନ କରି କରି ପ୍ରାଣ ତ୍ଯାଗ କରିଥିଲେ।



Rate this content
Log in

Similar oriya story from Inspirational