Anasuya Rout

Others

3  

Anasuya Rout

Others

ପାଣି ଆସିବ

ପାଣି ଆସିବ

4 mins
178


ଶୀତଦିନ ସକାଳ କମ୍ବଳ ଭିତରୁ ବାହାରକୁ ଆଙ୍ଗୁଠିଟାଏ ବି ବାହାରକୁ ବାହାରି ପଡିଲେ ଭାରି କଷ୍ଟ । ମନେ ପଡିଗଲା ମର୍ଣ୍ଣିଂଓ୍ଵାକରେ ଯିବାର ଅଛି ନହେଲେ ଦିନ ସାରା ମାନ୍ଦା ମାନ୍ଦା ଲାଗିବ । ନିଦ ଭାଙ୍ଗିଲେବି ଉଠିବାକୁ ଇଛା ନଥାଏ । ବିଛଣାରେ ଏପଟ ସେପଟ ଗଡ ପଡ ହେଉଥାଏ ତା' ଭିତରେ ଆଖି ଲାଗି ଯାଉଥାଏ । ନିଦ ଭାଙ୍ଗିଲା ବେଳକୁ ବାପା ଉଠି ଏକ୍ସରସାଇଜ କଲେଣି । ନିଦ ମଳ ମଳ ଆଖିରେ ପଚାରିଲି । ଆଜି ମର୍ଣ୍ଣିଂଓ୍ଵାକରେ କେତେବେଳେ ଯିବ?ତୁ ଯିବୁ ଯଦି ବାହାରେ ମୁଁ ଏବେ ଯାଇନି । 


ତରବରରେ ବାହାରି ଆସିଲି ବାପା ଜୋତାରେ ଲେସ୍ ବାନ୍ଧୁଥାନ୍ତି । ପଚାରିଲେ ମାସ୍କ? ଭୂଲି ଯାଇଛି ଆଣୁଛି ଟିକେ ରୁହ । ହଁ ଆଣ "ବାନ୍ଧିଲା ଘାସ ଘୋଡା ଖାଏ"! ମୁଁ ଘରୁ ବାହାରିଲା ବେଳକୁ ବାପା ତଳ ସିଡିରେ ଧରିଲେଣି । ସକାଳ ପାଞ୍ଚଟାରୁ କ'ଣ କିଏ ଚାଲୁଛି ଯେ ମାସ୍କ ନଦେଲେ ହବନି । ସାଙ୍ଗରେ ଆଣିଲେ ଭିଡରେ ଦେଇହବ ନିଜର ସୁରକ୍ଷା ପାଇଁ । ନହେଲେ ପୋଲିସ ୨୦୦ ଟଙ୍କା ଗଣିନେବ । 


କୋରନା ଲକଡାଉନରେ କେତେ ଏବେ ଲୋକ ସହରରେ ଗୋଟିଏ ଘର ଭିତରେ କଏଦ ରହିବେ । ସକାଳେ ସକାଳେ ସମୁଦ୍ରକୂଳରେ ମର୍ଣ୍ଣିଂଓ୍ଵାକ ନାଁରେ ବାଲିଯାତ୍ରା! ସମୁଦ୍ର କୂଳଦେଇ ଯିବାନି ବୋଲି ବାପା କହିଲେ । ବାପା ଆଗରେ ଚାଲୁଥାନ୍ତି ତାଙ୍କ ପଛେ ପଛେ ଧଇଁ ସଇଁ ହୋଇ ମୁଁ ଚାଲୁଥାଏ । ମୋ ପାଦ ଶବ୍ଦ ନଶୁଣିଲେ ବାପା ବୁଲି ଚାହଁଥାନ୍ତି । ମୁଁ ବୁଝିଯାଉଥାଏ ମୋତେ ଆଉ ଟିକେ ବେଗ ବଢେଇବାରେ ଅଛି । ସେ ଆଗକୁ ଚାହିଁଲା ମାନେ ମୁଁ କିଛି ବାଟ ଦୌଡିକି ପହଞ୍ଚିଯାଏ ତାଙ୍କ ପାଖା ପାଖି । ଆମ ବାପ ଝିଅଙ୍କର କଇଁଛ ଠେକୁଆ ଦୌଡ ପ୍ରତିଯୋଗିତା ଚାଲିଥାଏ । ତା' ଭିତରେ ବାପା ସମୁଦ୍ର କୂଳର ବସ୍ତି ଆଡକୁ ପାଦ ବଢେଇଲେ । ଏତେ ଦିନ ଏ ଜାଗାରେ ରହିଲା ପରେବି ଏ ବସ୍ତି ଆଡେ କେବେ ମୋତେ ଆସିବାର ସୁଯୋଗ ମିଳିନି । 


ମୋ ଗତି ଟିକିଏ ମନ୍ଥର ହେଇଗଲା । ମୁଁ ବାପାଙ୍କୁ ଇଆଡୁ ସିଆଡୁ ପଚାରି ପଚାରି ତାଙ୍କ ବେଗ କମେଇବା ପାଇଁ ଚେଷ୍ଟା କରୁଥାଏ । ଅସଲ ରଖା ହେଲା ବସ୍ତି ଲୋକଙ୍କ ଚାଲିଚଳନ ପରଖିବାକୁ ମୋର ଇଛା ଥାଏ । ଏଇ ବସ୍ତି ଭିତରୁ କେତେ ପଦ୍ମ ଫୁଟି ପଡେ । ଟି.ଭି ଚ୍ୟାନେଲରେ,କବିର କବିତାରେ,ଗାଳ୍ପିକର ଗଳ୍ପରେ,ଉପନ୍ୟାସର ବିସ୍ତୃତ ଭାଗରେ । ପାଠକ ପଢି ମନରେ ଖୁସି ଦୁଃଖ କରନ୍ତି । କେତେ ରାଜନେତା କେତେକ'ଣ ଦେଲି ଦେବି କହି ଭୋଟ ନେଇଯାଆନ୍ତି । 


ଥରେ ସେମାନଙ୍କ ଜୀବନ ଶୈଳୀ ଖାଲି ଆଖିରେ ଦେଖିଲେ କେମିତି ଲାଗୁଛି ଅନୁଭବ କରିବାର ସୁଯୋଗ ମିଳିଥାଏ ମୋତେ । ହଠାତ ହୋ ହାଲ୍ଲା ଶବ୍ଦ ମନରେ ଭୟ ଆଣି ଦେଲା । ହେଇପାରେ କେହି ମଦ୍ୟପ କାହାକୁ ମାରି ଗୋଡାଉଥାଇ ପାରେ!ନହେଲେ ଚୋର ବି ହେଇଥାଇ ପାରେ ଲୋକ ମାନେ ଗୋଡଉଥାଇ ପାରନ୍ତି । ଏତିକି ତ ମୋ ଅନୁଭୂତି ଟି.ଭି ମୋବାଇଲ ଦୁନିଆଁରୁ! ମୁଁ ବାପାଙ୍କ ପାଖକୁ ନିଜକୁ ସୁରକ୍ଷିତ କରିବାକୁ ଲାଗିଆସିଲି । ପଚାରିଲି ବାପା କ'ଣ ହେଲା ?କୋଉଠି ଗଣ୍ଡୋଗଳ ହେଲା କି? ଏତେ ଜୋରରେ ଶବ୍ବ! ହଁ!!!!


ପାଣି ପାଇଁ !!!ଛଅଟା ବାଜିଲା ତ ସପ୍ଲାଏ ପାଣି ଆସିବ । ସମସ୍ତେ ଅପେକ୍ଷା କରିଛନ୍ତି । ବସ୍ତି ମଝିରେ ଛୋଟିଆ ସରୁଆ ରାସ୍ତା ଦୁଇ ପାଖରେ ଚାଳ ଖଣ୍ଡିଆକୁ ଅଧା ଭଙ୍ଗା କାନ୍ଥ ଘର ସବୁ । ରାସ୍ତାର ବାମ ପଟକୁ କୁକୁଡା ଭାଡିପରି ଠାଏ ଠାଏ ଜଳଖିଆ,ମାଛ ,ମାସଂ ଦୋକାନ । ରାସ୍ତାରେ ଗୋଟେ ମଟର ସାଇକେଲ ଗଲେ ଆର ଜଣକ ଠିଆହେଇ ବାଟ ଦେବାକୁ ପଡୁଛି । ନହେଲେ ଦେହରେ ନାଲି ମାଟି ଚିତା ଆଙ୍କିବାକୁ ବେଶି ସମୟ ଲାଗିବନି । ରାସ୍ତାର କୋଳାହଳ ପାର କରି ବାଙ୍କ ମୋଡିଲୁ ସମୁଦ୍ର କୂଳ ଦେଇ ଘରକୁ ଫେରିବାକୁ । 

ମୋ ନଜର ସେଠୁ ହଟୁ ନଥାଏ ମୁଁ ମର୍ମାହତ ହୋଇପଡିଥାଏ । କାହାକୁ ଦୋଷ ଦେବି ସେକଥା ଚିନ୍ତା କରିବା ମୋ ଭାବନାର ବାହାରେ । ସେ ଦୃଶ୍ୟକୁ ସେଇଠି ଛାଡି ଦେଇ ଆସିଲେ ମୋତେ ଯେମିତି ପାପ ଲାଗିଯିବ ସେମିତି ହୃଦବୋଧ ହେଉଥାଏ । ହେଲେ ସରକାରଙ୍କ ଲମ୍ବା ହାତ ଯାଏ ମୋର ବା ପହଁଞ୍ଚ କେତେ?ସେ କାହାକୁ ଦେବେ ନଦେବେ ତାଙ୍କ ଦୟା ଲୋକ ମାନଙ୍କ ଭାଗ୍ୟ । 


ମୋବାଇଲ ଧରି ସ୍ନାପ ନେବାକୁ ମତେ ଲଜ୍ଯା ଲାଗୁଥାଏ । କିନ୍ତୁ ସେ ଦୃଶ୍ଯ ଭିତରେ ମୁଁ ନିଜକୁ କିଛି ସମୟ ହଜେଇ ସମିକ୍ଷା କରିବାକୁ ଚାହୁଁ ଥାଏ । ତିନିଶହରୁ ଅଧିକ ସ୍ତ୍ରୀ, ପୁରୁଷ,ପିଲା ଗୋଟିଏ ସପ୍ଲାଏ ପାଇପ ପାଖରେ ରାତି ଚାରିଟା ରୁ ଲାଇନ ଦେଇ ଛିଡା ହୋଇଛନ୍ତି, ହାଣ୍ଡି,ବାଲ୍ଟି,ଗରା ଧରି । ସକାଳ ଛଅଟାରେ ପାଣି ଆସିବ ଗୋଟେ ଘଣ୍ଚା ପାଇଁ!!!!ସେଥିରେ ପୁଣି ଲାଇନ ଯଦି କଟିଗଲା ଗଲା କାଲି ସକାଳ ଯାଏ ଅପେକ୍ଷା!!!! ତା'ଭିତରେ ଠେଲା ପେଲା,ଗଣ୍ଡଗୋଳ ରକ୍ତାକ୍ତ ହେବାଯାଏ । ଜଣେ ପଚାଶ କି ପଞ୍ଚାବନ ବୟସର ବୁଢୀ ଲୋକଟି ମୁଣ୍ଡରେ ପାଣି ମୁଣ୍ଡେଇ ତଳୁ ରାସ୍ତାକୁ ଉଠିବାକୁ ଚେଷ୍ଟା କରୁଥାଏ । ଅଣ୍ଟା ନକ ନକ ହେଲେ ମୁଣ୍ଡ ସ୍ଥିର!! ବିନ୍ଦୁଏ ବି ପାଣି ଯେମିତି ଚହଲି ନ ପଡେ ସେଥି ପାଇଁ ସତର୍କ!!!!ମୁଁ ତା'ଙ୍କ ମୁହଁକୁ ଚାହିଥାଏ କାଳେ ତା' ଗରା ଖସି ପଡିବନି ତ!!ସେ ମୋ ମୁହଁକୁ ଚାହିଁ ହସିଦେଲା । ଯେମିତି ସେ ଆଜି ସମସ୍ତଙ୍କ ଆଗରୁ ପାଣି ଆଣି ବଡ ଯୁଦ୍ଧଟିଏ ଜିତିଯାଇଛି । ତା' ମୁଁହର ଖୁସିରେ ମୁଁ ନିଜକୁ ଛୋଟ ଭାବୁଥାଏ । ଆମେ ଦିନ ସାରା କେତେ ପାଣି ନଷ୍ଟ କରୁ ହେଲେ ଏ ମାନେ ପିଇବାକୁ ଟୋପାଏ ପାଉ ନାହାନ୍ତି । ଆମକୁ ଦିନରେ ହଜାର ଲିଟର ପାଣି ମିଳିଲେ ନିଅଣ୍ଟ । ଏ ମାନେ ବାଲତିଏ ରେ ସନ୍ତୁଷ୍ଟ!!!!!


ଦିନ ମାନରେ କାହାଘରେ ଚାରି ପାଞ୍ଚ ଜଣ ତ ଛଅ ସାତ ଜଣ ଗୋଟିଏ ଗରା ପାଣିରେ କେମିତି ବଞ୍ଚୁଥିବେ ସେହିଁ ଜାଣିଥିବେ । ଧନ୍ୟ ସେ ଠାକୁରଙ୍କ ଲୀଳା ଖେଳା ଭାଗ୍ୟ ହାତରେ ଡୋରୀ!!! ମହୋଦଧିଏ ଭରା ପାଣି ତା'କୂଳରେ ଗଢି ଉଠିଥିବା ବସ୍ତିର ଲୋକ ପାଣି ପାଇଁ ଆଉଟୁ ପାଉଟୁ । କିନ୍ତୁ ଯଦି ବଡ଼ବାବୁମାନଙ୍କର ସପ୍ଲାଏ ପାଣି ଦେହରେ ନ ଚଳିଲା!!!!ସବୁଦିନ ଭୂବନେଶ୍ଵରରୁ ପାଣିଟାଙ୍କି ଆସି ଘରେ ଥୁଆ ହବ!!!!କାହାର କି ଭାଗ୍ୟ !!!!!!

ବାପା ସେତବେଳକୁ ପଛକୁ ବୁଲି ମୋତେ ଡାକିଲେଣି । କ'ଣ କରୁଛୁ ସେଠି ସେତେବେଳୁ????ମୁଁ ବାପାଙ୍କ ପାଖରେ ଦୌଡିକି ପହଁଚିବାକୁ ଚେଷ୍ଟା କଲି । । 



Rate this content
Log in