TASNEEM SULTANA LADLEE

Children Stories Inspirational

4.5  

TASNEEM SULTANA LADLEE

Children Stories Inspirational

ସୈନିକ

ସୈନିକ

2 mins
481



ଆଦ୍ୟାଶା ଶ୍ରେଣୀର ସବୁଠାରୁ ସାହସୀ ଝିଅ ଥିଲା । ବଡ ହୋଇ ସେ ସଫଳତାର ପାହାଚ ଚଢିବ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସେ କଥା ତା'ର ପିଲାଦିନୁ ଜଣା ପଡି ଯାଇଥିଲା । ବିଦ୍ୟାଳୟ ଓ କଲେଜରେ ସେ ଏନସିସିରେ ଯୋଗ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।ଇପସିତା ତା'ର ଭଲ ସାଙ୍ଗ ଥିଲା । ଦୁହେଁ ଦୁହିଁଙ୍କର ଇଚ୍ଛା ଓ ଅଭିଳାଷ ସେୟାର କରୁଥିଲେ । ଆଦ୍ୟାଶା ତାକୁ ଯେତେବେଳେ କହିଲା, ସେ ସୈନ୍ୟବାହିନୀରେ ଯୋଗ ଦେବାକୁ ଯାଉଛି, ଇପସିତା ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ରହିଥିଲା । ଆଦ୍ୟାଶା କହିଲା-ସାଙ୍ଗ ତୁ କ'ଣ ଭାବୁଛୁ ମୁଁ ଜାଣି ପାରୁଛି....। ଦେଶ ରକ୍ଷା କରିବା କାମ ପୁଅମାନଙ୍କ ସହ ଝିଅମାନେ ମଧ୍ୟ କରି ପାରିବେ । ଇପସିତା କହିଲା -ସାଙ୍ଗ ତୁ ଦେଖିବାକୁ ବହୁତ ସୁନ୍ଦରି । ମଡେଲିଂ କାମରେ ତୋ ଭଳି ଝିଅ ପାଇଁ ସୁନ୍ଦର କ୍ୟାରିୟର ରହିଛି । ତା କଥାରେ ଆଦ୍ୟାଶା ଚୁପ ରହିଲା । ଏମିତି କିଛି ବର୍ଷ ବିତିଗଲା । ଆଦ୍ୟାଶାକୁ ତା ସ୍ବପ୍ନର ଜୀବୀକା ମିଳିଗଲା ।ସେ ସୈନିକ ଭାବେ ଆସାମ ରାଇଫଲରେ ଯୋଗ ଦେଲା।ଆଦ୍ୟାଶା ବର୍ଡରରେ ଥିବା ସମୟରେ ତିନିଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଅତର୍କିତ ଆକ୍ରମଣ କରିବା ଘଟଣା ସମଗ୍ର ଦେଶରେ ଚର୍ଚାର ବିଷୟ ପାଲଟି ଥିଲା । ତା'ର ଏହି ସାହସିକତା ପାଇଁ ସ୍ବାଧୀନତା ଦିବସ ଅବସରରେ ତାକୁ ପରମ ବୀର ଚକ୍ର ସମ୍ମାନରେ ରାଷ୍ଟ୍ରପତି ସମ୍ମାନୀତ କଲେ ।


ଏପଟେ ଇପସିତାକୁ ନିଜ କ୍ୟାରିୟର ପାଇଁ ମୁମ୍ବାଇ ଯିବାକୁ ପଡିଲା । ଖୁବ କମ ଦିନରେ ସେ ମଡେଲିଂ କରି ବହୁତ ଟଙ୍କା ରୋଜଗାର କଲା । ସେମାନେ ପରସ୍ପର ସହ ଯୋଗାଯୋଗରେ ରହୁଥିଲେ । ଆଦ୍ୟାଶା ଛୁଟିରେ ଘରକୁ ଆସିଥାଏ । ତା ଗାଁର ଝିଅମାନଙ୍କ ପାଇଁ ସେ ରୋଲ ମଡେଲ ପାଲଟି ଯାଇଥାଏ । ଉଭୟଙ୍କୁ ପଢିଥିବା କଲେଜ ତରଫରୁ ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ ତାକୁ ନିମନ୍ତ୍ରଣ ପତ୍ର ମିଳିଥାଏ । ସେ ଦିନ ଆସିଲା । ଆଦ୍ୟାଶା ତା'ର ପ୍ରେରଣାଦାୟି ଭାଷଣରେ କହିଲା-ଭାରତ ମାତାର ରକ୍ଷା କରିବା କେବଳ ପୁଅ ପିଲାମାନଙ୍କ ଦାୟିତ୍ବ କହିବା ଠିକ ହେବ ନାହିଁ । ଏଥିପାଇଁ ଝିଅମାନଙ୍କୁ ସେନାବାହିନୀରେ ଯୋଗଦେବାର ଆବଶ୍ୟକତା ରହିଛି ।ତାର ଏଭଳି ଭାଷଣରେ ଅନେକ ଝିଅ ପ୍ରଭାବିତ ହୋଇ ସେନାବାହିନୀରେ ଯୋଗଦେବା ପାଇଁ ପ୍ରସ୍ତୁତ ହେଲେ ।

ଏଇ ସମୟରେ ଆଦ୍ୟାଶାର ମୋବାଇଲ ବାଜି ଉଠିଲା । ଆଦ୍ୟାଶା ଉତ୍ତରରେ କହୁଥିଲା -ଜୟ ହିନ୍ଦ ସାର୍ ...। ସେପଟୁ ସେନା ଅଧିକାରୀ କହୁଥିଲେ -ଆଦ୍ୟାଶ ତୁମର ଛୁଟି ବାତିଲ ହୋଇଛି । ସୀମାରେ ଯୁଦ୍ଧ ହେବା ନିଶ୍ଚିତ ହୋଇଛି । ବର୍ଡରରେ ତୁମଭଳି ଅଭିଜ୍ଞ ସୈନିକର ଆବଶ୍ୟକତା ରହିଛି । ଶିଘ୍ର ଆସି ପହଞ୍ଚ । ଆଦ୍ୟାଶା ଏ ସମସ୍ତ କଥା ଭାଷଣରେ କହିବାବେଳେ ଭାରତ ମାତାକି ଜୟ ଧ୍ବନୀରେ କଲେଜ ପରିସର ପ୍ରକମ୍ପିତ ହେଉଥିଲା ।

ଉଭୟ ସାଙ୍ଗ ପରସ୍ପରଠାରୁ ବିଦାୟ ନେଇ ନିଜ ନିଜ କର୍ମସ୍ଥଳକୁ ଚାଲିଗଲେ ।


ଯୁଦ୍ଧରେ ଆଦ୍ୟାଶାର ସହିଦ୍ ହୋଇଯିବା ଖବର ସେନାବାହିନୀର ଅଧିକାରୀ ପ୍ରଥମେ ତା ସାଙ୍କ ଇପସିତାକୁ ଦେଇଥିଲେ । ଯାହାକୁ ସେ ସହଜରେ ବିଶ୍ବାସ କରି ପାରୁ ନଥିଲା । ସଂଧ୍ୟା ସମୟରେ ଟିଭିରେ ଖବର ଆସିଲା ଶତ୍ରୁ ସୈନ୍ୟସହ ମୁକାବିଲା କରି ଆଦ୍ୟାଶା ୨୦ ଜଣକୁ ନିପାତ କରିବା ସହ ନିଜେ ବୀରଗତି ପ୍ରାପ୍ତ କରିଛନ୍ତି । ଆଦ୍ୟାଶାର ଶହିଦ୍ ହେବା ଖବର ଜଙ୍ଗଲର ନିଆଁ ଭଳି ଚାରିଆଡେ ବ୍ୟାପି ଯାଇଥିଲା ।

ଇପସିତା ଆଦ୍ୟାଶା ପାଇଁ ବହୁତ ଗର୍ବିତ ଥିଲା। ସେ ଭାବୁଥିଲା ଜୀବନ ଅଛି ତ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଦେଶ ପାଇଁ ସହିଦ ହେବାର ସୁଯୋଗ କ୍ବଚିତ ଝିଅଙ୍କ ଭାଗ୍ୟରେ ଜୁଟିଥାଏ । ମାତୃଭୂମିର ସେବାରେ ତା'ର ବଳିଦାନ ବ୍ୟର୍ଥ ଯିବନି.... ଗୋଟିଏ ଆଦ୍ୟାଶା ଯାଇନି କୋଟିଏ ଆଦ୍ୟାଶା ସୃଷ୍ଟି ହେବା ପାଇଁ ସେ ବାଟ ସବୁଦିନ ପାଇଁ ଖୋଲି ଦେଇ ଯାଇଛି ।




Rate this content
Log in