Sisir Panda

Inspirational Children

4  

Sisir Panda

Inspirational Children

ଜହ୍ନ ମାମୁଁ ସହ ଭେଟ

ଜହ୍ନ ମାମୁଁ ସହ ଭେଟ

6 mins
314



 ଅକ୍ଷତ ସାମନ୍ତରାଏକୁ ଟିକମପୁର ଅଞ୍ଚଳରେ କିଏ ବା ନ ଜାଣେ।ଗୌରବର୍ଣ୍ଣ,ବୟସ ପଚିଶି,ଇଣ୍ଟରମିଡିଏଟ୍ ପାସ କରି ପାରି ନ ଥିଲେ।ସେ ଭଲ କବିତା,ଗପ ଆଦି ଲେଖେ,ଚିତ୍ର ମଧ୍ୟ ବହୁତ ସୁନ୍ଦର ଆଙ୍କେ।ଅନେକ ପ୍ରତିଯୋଗୀତାରେ ଭାଗ ନେଇ ସବୁଥିରେ ପୁରସ୍କାର ପାଇଛି।ସେ ତା ସୃଷ୍ଟି ମାଧ୍ୟମରେ ଲୋକଙ୍କୁ ଆଜିର ବିଭିନ୍ନ ସମସ୍ୟା ଉପରେ ସଚେତନ କରିବା ସହ ତାର ପ୍ରତିକାର ପାଇଁ ପ୍ରେରିତ ମଧ୍ୟ କରେ।ସେଥିପାଇଁ ତା ମନରେ ବହୁତ ଆନନ୍ଦ ଓ ଗର୍ବ ମଧ୍ୟ ଥାଏ କି ସେ ସମାଜ ସେବା କରୁଛି।ଲୋକଙ୍କ ମୁଖରୁ ଶୁଣି ଥାଏ କି କାଳେ ନନ୍ଦନବନକୁ ଦେବତାମାନେ ବି ଆସନ୍ତି।ବହୁତ ମନ ମୁଗ୍ଧକର ସ୍ଥାନ।


      ଦିନେ ଏକୁଟିଆ ନନ୍ଦନବନକୁ ବୁଲିବାକୁ ଯାଇଥିଲା।ତା'ର ଭାବାନ୍ତର ହେଲା ପରି ବୋଧ ହେଲା।ମନ ଆନନ୍ଦରେ ସେ ନୀଳ ଗୋଲାପକୁ ନିରିକ୍ଷଣ କରୁଥାଏ।ହଠାତ୍ ସାମ୍ନା ପଟୁ କିଏ ଜଣେ ଆସୁଥିବାର ଲାଗିଲା।ମୁହଁ ବୁଲାଇ ଦେଖେ ତ ଜହ୍ନ ମାମୁଁ ନୂଆ ପରିପାଟ ପିନ୍ଧି ଆସୁଛନ୍ତି,ତାଙ୍କ ମୁଖମଣ୍ଡଳରୁ ସେ ଚିନ୍ତିତ ଥିଲା ପରି ଲାଗୁଥିଲା।ଜହ୍ନ ମାମୁଁଙ୍କୁ ଦେଖି ତାଙ୍କ ଚରଣ ସ୍ପର୍ଶ କରି କୁଶଳମଙ୍ଗଳ ପଚାରିଲା।ସେ କହିଲେ,'ଆରେ ବାବୁ ଅକ୍ଷି, ତୁ କେମିତି ଅଛୁ କହ?'ଅକ୍ଷି ନିଜର ଭଲମନ୍ଦ ଜଣାଇ ମାମୁଁଙ୍କୁ ପୁଣି ପଚାରିଲା ସେ କେମିତି ଅଛନ୍ତି,ସେଠି କଣ କରୁଛନ୍ତି। 


    ଜହ୍ନ ମାମୁଁଙ୍କ ମୁହଁ ବିଷର୍ଣ୍ଣ ହୋଇଗଲା।କ୍ଷୋଭଭରା କଣ୍ଠରେ କହିଲେ,'ଆରେ ତୁମେମାନେ ସବୁ କେମିତିଆ ସନ୍ତାନ।ଅକ୍ଷି ବୁଝି ନ ପାରି ପଚାରିଲା,'କଣ ହେଲା କି ମାମୁଁ,କଣ ହେଇଚି କୁହ?'ମାମୁଁ କହି ଚାଲିଲେ,'ମୋ ଭଉଣୀ ମାନେ ତୁମ ମାନଙ୍କ ମା' ପୃଥିବୀ ପ୍ରତିଦିନ କାନ୍ଦୁଛି।ସେ ତୁମମାନଙ୍କ ପାଇଁ କଣ ନ କରିଛି।ଖାଦ୍ୟ,ବସ୍ତ୍ର,ବାସଗୃହ ସବୁକିଛି ଦେଇଛି।ଏମିତି କି ତୁମ ନିଶ୍ବାସ ମଧ୍ୟ ତା'ର ଅବଦାନ।ସେ ଭରଷା କରିଥିଲା କି ତା'ର ସବୁଠାରୁ ବୁଦ୍ଧିମାନ,ଶ୍ରେଷ୍ଟତମ ଜୀବ ମଣିଷ ତା'ର ସେବା କରିବ,ଯତ୍ନ ନେବ କିନ୍ତୁ ତୁମେମାନେ ସ୍ବାର୍ଥବଶ ହୋଇ ତା'ର ଅନ୍ୟ ସମସ୍ତ ସୃଷ୍ଟିକୁ ନଷ୍ଟଭ୍ରଷ୍ଟ କରିଦେଲ।ଜଳ,ସ୍ଥଳ,ବାୟୁ ,ବୃକ୍ଷ ବନସ୍ପତିକୁ ପ୍ରଦୁଷିତ କରିଦେଲ।କାହାକୁ ତୁମେମାନେ ଛାଡ଼ୁନ।'


      ମାମୁଁଙ୍କ ଏ ପ୍ରକାର କଥା ଶୁଣି ଅକ୍ଷତ ବଡ଼ ଦାମ୍ଭିକତାର ସହ କହିଲା,'ସେ କଥା କୁହନା।ଜାଣିଚ ମୁଁ କଣ କରୁଚି।ମୁଁ ସବୁଦିନ ମୋ କବିତା ମାଧ୍ୟମରେ ଏ ସବୁ ବିଷୟକୁ ପ୍ରାଧାନ୍ୟ ଦେଉଚି,ଲୋକଙ୍କୁ ସଚେତନ କରୁଚି,ମୋ ପରି ଆହୁରି ଅନେକ ବ୍ୟକ୍ତି ମଧ୍ୟ ଫେସବୁକ୍,

ହ୍ବାଟସଆପ୍ ଆଦି ସୋସିଆଲ୍ ମିଡିଆରେ ଲେଖି ଚାଲିଚନ୍ତି,ତୁମେ ଏ ସବୁ ଜାଣୁଚ ନା ନାହିଁ।ଇଏ କଣ ସେବା ନୁହଁ।ମାମୁଁ ମୁରୁକି ହସି କହିଲେ,'ତୁ କାଲ୍ କା ମେଞ୍ଚଡ଼ ଶିର ମେଁ ଜଟା।ତୁମେ ମାନେ କଳି ଯୁଗର ମଣିଷ,ଯେତେ ଯାହା ଲେଖିଲେ ବି ସେଗୁଡ଼ାକ ପ୍ରଭାବହୀନ।କେତେଟା ଲୋକ ସେ ସବୁ ପଢ଼ି କାର୍ଯ୍ୟରେ ଲଗାଉଛନ୍ତି କହି ପାରିବୁ।


     ଅକ୍ଷତ ତଟସ୍ଥ ହୋଇ ଶୁଣୁଥାଏ,କଣ ବା କହିବ କିଛି ଭାବି ପାରୁ ନ ଥାଏ।ମାମୁଁ ପୁଣି କହି ଚାଲିଲେ,'ଆରେ ତୁ ଜାଣିଥିବୁ,ମୋ ଭଉଣୀର ସମସ୍ତ ସୃଷ୍ଟି ମାନେ ବଣ ଜଙ୍ଗଲ,ପର୍ବତ,ଝରଣା,ପଶୁ ପକ୍ଷୀ ଆଦି ସବୁ କିଛି ନିର୍ମଳ,ଶୁଦ୍ଧ,ପବିତ୍ର ଥିଲେ।ସେ ସମୟରେ ଯେଉଁ ମାନବ ଥିଲେ,ସେମାନେ ସବୁ ଦେବ ତୁଲ୍ୟ ଥିଲେ।ସେମାନେ ସେମାନଙ୍କର ଅନ୍ତର ଦୃଷ୍ଟିରେ ଜାଣି ପାରିଥିଲେ କି ତୁମ ମାନଙ୍କ ମତି ଗତି କ'ଣ ହେବ।ସେବେଠାରୁ ସେମାନେ ଯୁଗ ଜୟୀ ସାହିତ୍ୟ ରଚନା କରି ମାନବ ମାନଙ୍କ ପାଇଁ ଦିଶା ନିର୍ଦ୍ଧେଶ କରି ଯାଇଛନ୍ତି।ତୁମେ ମଣିଷ ମାନେ ଯଦି ସେ ସବୁ ମାନି ଚଳିଥାନ୍ତ, ଆଜି ଦେବ ମାନବ ରୂପେ ପୂଜା ପାଉଥାନ୍ତ।ନିଜର ସ୍ବାର୍ଥ ସାଧନ ପାଇଁ ଅନ୍ୟ ସମସ୍ତ ସୃଷ୍ଟିକୁ ଆଜି ଛାରକାର କରି ନ ଥାନ୍ତ।ବୃକ୍ଷ ବନସ୍ପତ୍ତି,ସାଗର ଆଦି ସେମାନଙ୍କ ସକାଶେ ତୁମେ ବଞ୍ଚିଛ,ସେମାନଙ୍କୁ ରୋଜ ମାରି ଚାଲିଛ।ଭଉଣୀ ମୋର କେତେ ଆଶା କରିଥିଲା କି ତା'ର ଶ୍ରେଷ୍ଟତମ ଜୀବ ସମସ୍ତଙ୍କୁ ସାଙ୍ଗରେ ନେଇ ମୋ ଭଉଣୀକୁ ସ୍ବର୍ଗ ସମ ରଖିବ ବୋଲି।କଣ ହେଲା ଆଜି।


ମାମୁଁ ଅକ୍ଷିର ନୀରବତା ଓ ସୁଖିଲା ମୁହଁ ଦେଖି ପଚାରିଲେ,'ଆରେ,ଚୁପ୍ ବସିଛୁ କାହିକିଁ କହୁନୁ 

ଠିକ୍ ନା ଭୁଲ୍। କେତେ ପ୍ରଭାବ ପଡ଼ିଲା ତୁମ ମାନଙ୍କ ପରି ନରପଶୁଙ୍କ ଉପରେ।ତୁ କହୁଛୁ କଣ ନା ଆମେ ସାହିତ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛୁ।ଅକ୍ଷତ ତା'ର ନୀରବତା ଭଙ୍ଗ କରି କହିଲା,-'ହଁ ଠିକ୍ କଥା ମାମୁଁ,ଆଜି ଆମ ଧରା ଶ୍ରୀହୀନ,ଭୂଲୁଣ୍ଠିତ,ନଗ୍ନା,ତାର ସବୁକିଛି ଆମ୍ଭେମାନେ ଉଜାଡ଼ି ଦେଇଛୁ।ଏ ସବୁ ଭାବି ମୁଁ ଲେଖୁଚି କି ଲୋକ ପଢ଼ି ସଚେତନ ହେବେ ଆଉ ଆମ ପ୍ରାକୃତିକ ସମ୍ବଳକୁ ନଷ୍ଟ କରିବେନି।ପୁଣି ସ୍ବର୍ଗତୂଲ୍ୟ ହୋଇ ଉଠିବ ଏଇ ଧରାମା'।ଜହ୍ନ ମାମୁଁ ପକେଟରୁ କିଛି ଫଳ କାଢି଼ ନିଜେ ଖାଇ କିଛି ଅକ୍ଷିକୁ ଦେଲେ,ତା ପରେ କହିଲେ-'ମୁଁ କହୁନି ଲେଖା ମାଧ୍ୟମରେ ବିଭିନ୍ନ ସମସ୍ୟା ଉପରେ ନିଜର ଭାବ ବ୍ୟକ୍ତ କରି ଲୋକଙ୍କୁ ସଚେତନ କଲେ ଖରାପ ବୋଲି କିନ୍ତୁ ତାହା ପ୍ରଭାବଶୂନ୍ୟ।'ସଙ୍ଗେ ସଙ୍ଗେ ଅକ୍ଷି ପଚାରିଲା କାହିକିଁ।ମାମୁଁ ସ୍ମିତ ହାସ କରି କହିଲେ-'ତା'ର କାରଣ ଏବେ ଯିଏ ବି ଯେତେ ଉତ୍ତମ କଥା ଲେଖିଲେ ବା କହିଲେ ତା'ର କିଛି ମୂଲ୍ୟ ରହୁନି କାରଣ ତୁମମାନଙ୍କ ବ୍ୟକ୍ତିତ୍ତ୍ବ ଆଦର୍ଶବାଦୀତା ଉପରେ ଆଧାରିତ ନୁହେଁ।ଯାହା ଅନ୍ୟମାନଙ୍କୁ କହୁଛ ତାହା ନିଜ ଜୀବନରେ କରି ଦେଖାଇ ପାରୁନ।ଆଉ ଗୋଟେ କଥା ତୁମମାନଙ୍କ ଚିନ୍ତନ,କଥା ଓ କାର୍ଯ୍ୟରେ ସମନ୍ବୟ ନାହିଁ।ତେଣୁ ସେସବୁ ଅନ୍ୟକୁ ପ୍ରଭାବିତ କରି ପାରୁନି,ଅନ୍ୟ ଅର୍ଥରେ କହିଲେ ତାହା ଆତ୍ମ ପ୍ରବଞ୍ଚନା ଛଡ଼ା ଆଉ କିଛି ନୁହେଁ।


     ତା'ହେଲେ ମାମୁଁ,ତୁମେ କୁହ ଆମେ କ'ଣ କରିବା ଉଚିତ୍।କିପରି ପୃଥିବୀ ମା'ର ସମସ୍ୟାକୁ ସମାଧାନ କରି ପାରିବୁ।'ଦୁଃଖ ଭରା ସ୍ବରରେ ଅକ୍ଷି କହିଲା।ଜହ୍ନ ମାମୁଁ ସ୍ନେହାସିକ୍ତ କଣ୍ଠରେ କହିଲେ,-'ହଁ, କ'ଣ କହିବି,ତୁମେ ମଣିଷ ମାନେ ସବୁ ଜାଣିଛ କିନ୍ତୁ ସ୍ବାର୍ଥ ଏବଂ ଅଂହରେ ଏମିତି ଅନ୍ଧ ଯେ ଆଉ କିଛି ବୁଝିବାକୁ,କରିବାକୁ ନାରାଜ। ଖାଲି ଭାଷଣ ବାଜିରେ ପାରଙ୍ଗମ।ଶୁଣୁ ତୁ ଓ ଅନ୍ୟମାନେ ଯାହା ସବୁ ଲେଖୁଛ ତାହା ନିଜ ଜୀବନରେ ପ୍ରୟୋଗ କରି ଦେଖାଅ।'ଅକ୍ଷି ତୁରନ୍ତ ପଚାରିଲା,-'ମାମୁଁ,ମୁଁ ଏକୁଟିଆ କ'ଣ ପରିବର୍ତ୍ତନ କରି ପାରିବି।ସମସ୍ତେ ନ ଚାହିଁଲେ,କେମିତି ହେବ।'


    ଏଥର ମାମୁଁ ଟିକେ ଚିଡ଼ି ଯାଇ କହିଲେ-'ଆରେ ମୂର୍ଖ!ଇଏ ହେଲା ତୁମମାନଙ୍କ ଏକ ଚାଲ୍ ବା ବାହାନା,ନିଜକୁ ନିଜେ ଠକିବା ବ୍ୟତୀତ ଆଉ କିଛି ନୁହେଁ।ତୁ ତୋ ଲେଖା ନେଟରେ ଛାଡ଼ି ଦେଖୁଛୁ କେତେ ପଢି଼ଲେ କି ନାହିଁ।କିଏ ଲାଇକ କଲା,କିଏ ମନ୍ତବ୍ୟ ଦେଲା ସେଇଟା ଜାଣି ପାରୁଛୁ।ସେଥିରେ କିଛି ମୂଲ୍ୟ ଅଛି ବୋଲି ତୁ ଭାବୁଛୁ।ଫାଲତୁ ଲେଖା ଲେଖି ଯାହାର କୌଣସି ଲକ୍ଷ ମଧ୍ୟ ନାହିଁ।ସେହି ଲେଖାକୁ ପାଁ ଶହ,ହଜାରେ ଲାଇକ୍ କମେଣ୍ଟ ମିଳୁଛି।ଏଥିରୁ ତୁ କିଛି ଜାଣି ପାରୁନୁ।ହଉ ଛାଡ଼।ତୁ ଯାହା ଠିକ୍ ଭାବୁଛୁ,ମଣିଷ ହିସାବରେ କରିବା ଉଚିତ୍ ବୋଲି ତାହା ଲେଖିବା ସହ ନିଜେ ଆଗ ପାଳନ କର।ଧର ବୃକ୍ଷ ରୋପଣ ଉପରେ ଲେଖିଛୁ ତୁ ଆଗ ନିଜ ଅଞ୍ଚଳରେ ଖୋଲା ଜାଗାରେ ଗଛଟିଏ ଲଗା।ପଛକୁ ଅନାଇବାର ଆବଶ୍ୟକତା ନାହିଁ।କେହି ଆସିବେନି ସାହାଯ୍ୟ କରିବାକୁ,କେତେକ ହସିବେ,ଟାହିଟାପରା କରିବେ।ତୋ ସାଙ୍ଗ ସାଥୀ ତୋତେ ତୋର ମନ ଭାଙ୍ଗିବାକୁ ନାନା କଥା କହିବେ କିନ୍ତୁ ତୁ ନିର୍ବିକାର ଚିତ୍ତରେ ତୋ କାମ କରି ଯିବୁ।ଦେଖିବୁ ଶେଷରେ ସେହି ମାନେ ହିଁ ତୋତେ ସାହାଯ୍ୟ କରବେ।ଲୋକମାନଙ୍କ ଲାଇନ୍ ଲାଗି ଯିବ ତୋ ପଛରେ।ଏତିକି କହି ମାମୁଁ ଆକାଶକୁ ଚାହିଁଲେ କିଛି ହାତରେ ଇଶାରା କଲେ।ତା ପରେ କହିଲେ,-'ହଉ ପୁଅ,ଆଜି ଆଉ କଥା ହୋଇ ପାରିବାନି।କାମ ଆସିଗଲା।'ମୁଁ ଚାଲିଲି କହି ହଠାତ୍ ଅଦୃଶ୍ୟ ହୋଇ ଗଲେ।


      ତା'ପରେ ଅକ୍ଷତ ଚାରିଆଡ଼େ ଚାହିଁଲା।ଉପରକୁ ଦେଖିଲା ହେଲେ ମାମୁଁଙ୍କର ପତ୍ତା ମିଳିଲାନି।ଯାହା ହେଉ ନିଜକୁ ଧନ୍ୟ ମନେ କରି ଘରକୁ ଫେରି ଆସିଲା।ସେ ଦିନ ତାକୁ ଆଉ ନିଦ ହେଲାନି।ତା'ର ପୁରୁଣା ଲେଖା ସବୁ କାଢ଼ି ପଢ଼ିବାକୁ ଲାଗିଲା।ପ୍ରଥମ ଲେଖାଟା ତାର ଥିଲା ନିରକ୍ଷରତା ଦୂରୀକରଣ ଉପରେ,ଦ୍ବିତୀୟ ଲେଖାଟା ହେଲା ବୃକ୍ଷ ରୋପଣ ଉପରେ।ଆଉ ଅଧିକ ଲେଖା ନ ଦେଖି ମନସ୍ଥ କଲା କି ଏଇ ଦୁଇଟା ଲେଖା ଉପରେ ସେ ନିଜେ ଆଗ କାମ କରିବାକୁ।


    ସେ ଏକ ପ୍ରାଇଭେଟ୍ ସଂସ୍ଥାରେ କାମ କରେ।ରବିବାର ଦିନଟି ଛୁଟି।ତା ପର ଦିନ ରବିବାର ଥାଏ।ସେ ଭୋରରୁ ଉଠି ତା'ର ଘର କାମ ସାରି ସିଧା ଆଦିବାସୀ ବସ୍ତି ଆଡ଼କୁ ଚାଲିଲା।ସେଠି ଯାଇ ଲୋକଙ୍କୁ ତା'ର ଉଦ୍ଦେଶ୍ୟ,ଲକ୍ଷ କଥା କହିଲା ଓ ବୁଝାଇଲା ଶିକ୍ଷାର ମହତ୍ତ୍ବ ଉପରେ।ନିଜେ ସେମାନଙ୍କୁ ପଢ଼େଇବ ବୋଲି କହିଲା।ସମସ୍ତେ ତାର କଥା ଶୁଣି ବହୁତ ଖୁସି ହେଲେ।ସେ ଦିନ ଠାରୁ ତାର କାମ ଆରମ୍ଭ କଲା।ସେଠି ପଢ଼େଇ ସାରି ଗାଁ ଭିତରେ,ବାହାରେ ବୁଲି ନିମ୍ବ ଗଛ,ଆମ୍ବ ଗଛ,ଜାମୁ କୋଳି ଗଛ ଚାରା ଆଦି ସଂଗ୍ରହ କଲା।ଗାଁ ମୁଣ୍ଡରେ ଥିବା ଅନାବାଦି ଜାଗାରେ ସେ ସବୁ ଗଛ ଲଗାଇ,ତା' ଚାରି ପଟେ କଣ୍ଟା ଦେଇ ବାଡ଼ କଲା।ସେ ସବୁ କଲା ବେଳେ ପ୍ରଥମେ ତା ସାଙ୍ଗ ସାଥୀ,ସାହି ପଡି଼ଶା,ଘର ଲୋକ ବ୍ୟଙ୍ଗ କରିବାକୁ ଲାଗିଲେ।ମନ ଭଙ୍ଗା କଥା ପ୍ରତିଦିନ ଶୁଣିବାକୁ ପଡ଼ୁଥାଏ।ସେ ସବୁ କଥାରେ ପ୍ରଭାବିତ ନ ହୋଇ ତା' କାମ କରି ଚାଲିଲା।ଏହି ଭଳି କିଛି ମାସ ବିତି ଗଲା କେହି ବି ଆସୁ ନ ଥାନ୍ତି ସାହାଯ୍ୟ କରିବାକୁ।ଦିନେ ଏକୁଟିଆ ସବୁ ଥର ପରି ପଢ଼ାଉ ଥାଏ।ତା ଗାଁର ମିଲି,ଯିଏ କି ଯୁକ୍ତ ତିନି ଅନ୍ତିମ ବର୍ଷର ଛାତ୍ରୀ ଆସି ପହଞ୍ଚିଗଲା ଓ ନିଜ ଇଚ୍ଛା ବ୍ୟକ୍ତ କଲା ପଢ଼େଇବାକୁ।ଅକ୍ଷତ ଏଥିରେ ବହୁତ ଖୁସି ହେଲା ଓ ତାକୁ ସାଧୁବାଦ ଜଣାଇଲା।ମିଲି ମଧ୍ୟ ଅକ୍ଷିକୁ ବୃକ୍ଷ ରୋପଣରେ ସାହାଯ୍ୟ କଲା।ଦେଖୁ ଦେଖୁ ଅନେକ ଲୋକ ନିଜ ଗାଁର,ଆଖ ପାଖ ଅଞ୍ଚଳର ଆସି ସେମାନଙ୍କୁ ଆର୍ଥିକ,ଶାରିରୀକ ସାହାଯ୍ୟ ଆଦି କରିବାକୁ ଲାଗିଲେ।ଏକଦା ଯେଉଁମାନେ ଟାହିଟାପରା କରୁଥିଲେ,ସେମାନେ ମଧ୍ୟ ବାଃ ବାଃ କରିବାକୁ ଲାଗିଲେ।


    ଅକ୍ଷିର ଆନନ୍ଦର ସୀମା ରହିଲାନି।ନିଜ ଅଞ୍ଚଳ ଏବଂ ଆଖପାଖ ଅଞ୍ଚଳରେ ଥିବା ଅନାବାଦି,ପତିତ ଜମି ସବୁ ଶସ୍ୟଶ୍ୟାମଳାରେ ଭରି ଗଲା।ସେ ଅଞ୍ଚଳରେ କେହି ବି ନିରକ୍ଷର ରହିଲେନି।ଏଣିକି ତା'ର କବିତା,ଗପ,ପ୍ରବନ୍ଧ ଆଦିର ଡିମାଣ୍ଡ୍ ଘୁ ଘୁ ହୋଇ ବଢ଼ି ଚାଲିଲା।ଲୋକମାନେ ଆଗ୍ରହର ସହ ପଢ଼ିଲେ,ଶୁଣିଲେ ଓ ବିଚାର ମଧ୍ୟ କଲେ।ତାକୁ ଏଣିକି ସମାଜରେ ନାମ,ଯଶ,ସମ୍ମାନ ପ୍ରାପ୍ତି ହେବାକୁ ଲାଗିଲା।ସ୍ଥାନୀୟ ଜିଲା ପାଳ ଆସି ଅକ୍ଷିକୁ ସମ୍ମାନିତ କରି ଆର୍ଥିକ ସାହାଯ୍ୟ କଲେ।ଅକ୍ଷିରୁ ଅକ୍ଷତ ବାବୁ ବୋଲି ଡାକିବାକୁ ଲାଗିଲେ ଏବଂ ସମ୍ମାନର ସହ ବ୍ୟବହାର କଲେ।ପ୍ରକାଶକ ମାନେ ଲାଇନ୍ ଲଗାଇଲେ ତାଙ୍କ ଲେଖା ପ୍ରକାଶ କରିବାକୁ।ରାଜ୍ୟ ସରକାର ତାଙ୍କୁ ପୁରଷ୍କୃତ କରି ପରିବେଶ ସୁରକ୍ଷାର ଦାୟିତ୍ବ ଦେଲେ।ତା ପରେ ପରେ କେନ୍ଦ୍ର ସରକାର ମଧ୍ୟ ପୁରସ୍କାର ଦେଇ ତାଙ୍କୁ ସମ୍ମାନୀତ କଲେ।ଏ ସବୁ ଦେଖି ଯେଉଁ ସାଙ୍ଗ ମାନେ ଏକଦା ତାଙ୍କ ମହତ ଉଦ୍ଦେଶ୍ୟକୁ ବିଫଳ କରିବାକୁ ଲାଗିଥିଲେ,ନାନା ଅପବାଦ ଲଗାଇ ଥିଲେ।ସେମାନେ ତାଙ୍କ ସମ୍ମୁଖରେ ଛିଡ଼ା ହେବାକୁ ସଂକୋଚ ପ୍ରକାଶ କଲେ।


  ଦିନେ ଏକାନ୍ତରେ ବସି ଭାବନାରେ ଡୁବି ଯାଇ କିଛି ଚିନ୍ତା କରୁଥିଲେ କି ମୁଁ ଏତେ ବର୍ଷ ହେଲା ଲେଖି ଆସୁଥିଲି କିନ୍ତୁ କିଛି ଫଳ ଦେଖିବାକୁ ମିଳି ନ ଥିଲା।ଖାଲି କିଛି ଲାଇକ୍,କମେଣ୍ଟ ମିଳୁଥିଲା।ଜହ୍ନ ମାମୁଁ ତାଙ୍କ ଆଖି ଖୋଲି ଦେଲା ପରେ ତାହା ସେ ନିଜ ଜୀବନରେ ପ୍ରୟୋଗ କରିଲେ ବହୁତ ଶୀଘ୍ର ପ୍ରଭାବ ଦେଖିବାକୁ ମିଳିଲା।ଏବେ ତାଙ୍କ ମନରେ ନାଁ ତ ଅଭିମାନ ଅଛି, ନା ବୃଥା ବାହାସ୍ପୋଟ ଅଛି।ସେ ନିଜକୁ ପୃଥିବୀ ମା'ର ସେବକ ମନେ କରି ସେବା କରି ଆସୁଛନ୍ତି।ଅନ୍ୟମାନଙ୍କ ପାଇଁ ଜୀବନ୍ତ ଉଦାହରଣ ପାଲଟି ଯାଇଛନ୍ତି।ଏ ସବୁ ଭାବି ଜହ୍ନ ମାମୁଁଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇ ଶୋଇ ପଡ଼ିଲେ।

   


Rate this content
Log in

Similar oriya story from Inspirational