STORYMIRROR

Sisir Panda

Children Stories Inspirational

4  

Sisir Panda

Children Stories Inspirational

କର୍ମ ପରିଣାମ

କର୍ମ ପରିଣାମ

2 mins
556

         

ଏକଦା ଦୁଇ ବନ୍ଧୁ ଏକ ସହରରେ ଗୋଟିଏ ଫ୍ୟାକ୍ଟ୍ରିରେ କାମ ପାଇଲା ପରେ ସ୍ଥିର କଲେ ଗୋଟିଏ ଘର ଭଡ଼ା ନେଇ ରହିଲେ।ଉଭୟେ ଅବିଭାହିତ।ହରିସ ତାର ସ୍ବାଭବାନୁସାରେ ଫିଲ୍ମ ଦେଖିବା, ମଦ ପିଇବା,ମୋବାଇଲରେ ସମଭାବାପନ୍ନ ବ୍ୟକ୍ତି ସହ ଚାଟିଙ୍ଗ ଆଦି ପତ୍ତନ ମୁଖୀ କାର୍ଯ୍ୟରେ ନିଜର ସମୟ ଅତିବାହିତ କରେ କିନ୍ତୁ ନଗେନ ତାକୁ ବୁଝାଏ ସେସବୁ ନକରିବା ପାଇଁ,ସେ ତାର ବଳକା ସମୟରେ ସତ ସାହିତ୍ୟ ପଢେ,ଉପାସନା କରେ ଯଥାସମ୍ଭବ ସତସଙ୍ଗରେ ସମୟ କଟାଏ।ଉଭୟ ଛୁଟି ନେଇ ଗାଁକୁ ଗଲେ ହରିସ ତାସ ଖେଳ,ଗଞ୍ଜେଇ ଆଖଡା,ମଦ ଭାଟିରେ ସାଙ୍ଗମାନଙ୍କ ସହିତ ଜୀବନକୁ ଉପଭୋଗ କରେ।

   

    ନଗେନ ଘର କାମରେ ବାପାଙ୍କୁ ସାହାଯ୍ୟ କରିବା ସହ ଗାଁର ପତିତ ଜାଗାରେ ପିଲାମାନଙ୍କୁ ନେଇ ଗଛ ଲଗାଏ,ସେ ଗାଁରେ ଖୋଲିଥିବା ପିଲାମାନଙ୍କ ପାଇଁ 'ଶିଶୁବାଟିକା'ରେ ପ୍ରତି ରବିବାର ଦିନ ଯଜ୍ଞ ଆୟୋଜନ କରି ,ଯୋଗ କରାଏ,ଯଜ୍ଞର ଉପକାରିତା ତଥା ନିଜ ଜୀବନକୁ କିପରି ସୁନ୍ଦର, ତେଜୋମୟ କରି ଗଢ଼ି ତୋଳିବା ସହ ପରିବେଶର କିପରି ସୁରକ୍ଷା ନେବା ଆଦି ଅନେକ ବିଷୟରେ କୋମଳ ମତିଙ୍କୁ ଶିକ୍ଷା ଦିଏ।


      ସେମାନଙ୍କ ବ୍ୟକ୍ତତ୍ବ ବିକାଶ ନିମନ୍ତେ ଶିକ୍ଷଣୀୟ,ମନଛୁଆଁ କାହାଣୀମାନ ଶୁଣାଏ।ତାହା ସହ ମନୋରଞ୍ଜନ ନିମନ୍ତେ ନାଚ,ଗୀତ ଆଦିର କାର୍ଯ୍ୟକ୍ରମ କରାଏ।ପିଲାମାନେ ଏବଂ ଗାଁର ସମସ୍ତ ଲୋକ ତାକୁ ବହୁତ ଭଲ ପାଆନ୍ତି,କୁହନ୍ତି-"ପିଲାଟି ମାଟ୍ରିକ ପାସ ନକଲେ କଣ ହେଲା,ସେ ଜ୍ଞାନୀ,ସମାଜ ହିତୈଷୀ ଏବଂ ଆମ ଗାଁର ମଣି ଖଣ୍ଢେ।ଗାଁର ଯାବତୀୟ ବିକାଶମୁଳକ କାମରେ ତାର ଅବଦାନ ନିଶ୍ଚୟ ପ୍ରଶଂସନୀୟ।"


     ଅପର ପକ୍ଷରେ ହରିସକୁ କୁହନ୍ତି-"କୁଳାଙ୍ଗାର ମା,ବାପା, ଗାଁର ନାଁ ପକାଉଛି,ଛିଃ ଏମ.ଏ ପଢ଼ି ସୈତାନ ପରି କାର୍ଯ୍ୟ।"ନଗେନର ପ୍ରଶଂସା ଶୁଣି,ହରିସ ଇର୍ଷାରେ ଜଳି ମରୁଥାଏ,ସବୁବେଳେ ତାର ନିନ୍ଦା ଗାଏ ଅନ୍ୟମାନଙ୍କ ଆଗରେ ସହରରେ କିନ୍ତୁ ନଗେନ ଏସବୁ ଜାଣି ମଧ୍ୟ ନଜାଣିଲା ପରି ତାକୁ ଭଲ ପାଏ,ବାଟକୁ ଆଣିବାକୁ ଚେଷ୍ଟା କରେ।ପ୍ରତି ଦିନ ସକାଳୁ ଉଠି ନଗେନ ଘର ପରିଷ୍କାର,ପ୍ରାର୍ଥନା କରି ନିକଟରେ ଥିବା ଏକ ବୃଦ୍ଧାଶ୍ରମରେ ସମୟ ଦାନ କରି,କାମକୁ ଯାଏ।


        ହରିସ ଘରେ ରହି ଗଞ୍ଜେଇ ଭିଡ଼ି, ପାନ ଖାଇ ନେଟ୍ ବିପରୀତି ଲିଙ୍ଗୀ ବନ୍ଧୁଙ୍କ ସହ ବହୁତ ଚାଟିଙ୍ଗ କରି ମଜା ମାରେ।କେତେକଙ୍କୁ ପ୍ରଶଂସା କରି,ପ୍ରେମ ସମ୍ବେଦନା ଦେଖାଇ, ମିଳନର ଆଶା ରଖେ।ସମବିଚାରଯୁକ୍ତ ବାନ୍ଧବୀ ଏସବୁ ଶୁଣି କାଳେ କିଛି ସହାୟତା ମିଳିଯିବ ଭାବି, ଭାବକୁ ନିବିଡ଼ କରନ୍ତି।ସେମାନେ ତାକୁ ମହାନ କରି ଦିଅନ୍ତି ତଥା ପ୍ରେମ ଭାବନାରେ ଗଦ ଗଦ ହୋଇଯାନ୍ତି।

   

     ଆଜିର ଜମାନାରେ ବିନା ସ୍ବାର୍ଥେ କିଏ କାହିଁ କାହାକୁ ସାହାଯ୍ୟ କରିବ,ତୁମ ନାନା ସଂକଟ ଦୂର କରିବ।ତା ବାଦ ଯିଏ ପ୍ରକୃତରେ ଉତ୍ତମ ଚରିତ୍ରର ହୋଇଥିବ ସେ ସବୁ ଠାରୁ ଦୂରରେ।ଅଯଥାରେ ସମୟ ନଷ୍ଟ ନକରି କିଛି ନହେଲେ ମଧ୍ୟ ସ୍ବଳ୍ପସାଧନରେ ବେଶ ସୁଖ,ଶାନ୍ତିରେ ନଗେନ ପରି ବଞ୍ଚିପାରିବ।

 

        ଦେଖୁ ଦେଖୁ ସମୟ ଅତିବାହିତ ହୋଇଚାଲେ,ଉଭୟଙ୍କ ପିଲା ସ୍କୁଲ ଗଲେଣି।ନଗେନର ପୁଅ ଶିଶୁ ମନ୍ଦିରରେ ପଢୁଛି ଓ ହରିସ ପୁଅ ସରକାରୀ ସ୍କୁଲରେ।ନଗେନ ଆଉ ସହରରେ ନରହି ଗାଁରେ ବ୍ୟବସାୟ କରି ତାର ସବୁ କାମ ବୁଝାସୁଝା କରେ,ହରିସ ସହରରେ ରହି ସେମିତି କାମ କରୁଥାଏ।ଦିନେ ଖବର ଆସିଲା କି ହରିସ ବହୁତ ସିରିୟସ,ଘର ଲୋକ ଯାଇ ମେଡ଼ିକାଲରେ ଚିକିତ୍ସା କରାଇ ଘରକୁ ଆଣିଲେ।ସେ ସାଙ୍ଘାତିକ ମାନସିକ ଏବଂ ଶାରୀରିକ ରୋଗରେ ଆକ୍ରାନ୍ତ ହୋଇ କଥା କହି ପାରୁ ନଥାଏ କି ଠିକସେ ଚଲାବୁଲା ମଧ୍ୟ ବନ୍ଦ।

  

       ନଗେନ ତାର କଷ୍ଟ ଦେଖି କାନ୍ଦି ପକାଇ କହିଲା,"ବନ୍ଧୁ, ମୁଁ କେତେ ବୁଝାଇଛି କିନ୍ତୁ ବୁଝିଲୁନି।ହଉ ଛାଡ଼,ଏବେ ପ୍ରଭୁଙ୍କୁ ଡାକ୍।"ହରିସ ନଗେନର ଗୋଡ଼ ତଳେ ପଡ଼ି,ହାତ ଯୋଡ଼ି କ୍ଷମା ମାଗୁଥାଏ,ସେତେବେଳେ ତାର ମନେ ପଡ଼ି ଯାଉଥାଏ ଯେ ମୁଁ କେତେ କଷ୍ଟ ଦେଇଛି, ଘର ମୈଳା ଆବର୍ଜନା କରି,ନିନ୍ଦା ଗାନ କରି ଏବଂ ମାନସିକ ଆଘାତ ଦେବାକୁ ମଧ୍ୟ ପଛାଇନି କିନ୍ତୁ ବନ୍ଧୁ ନଗେନ ନିର୍ବିକାର ଚିତ୍ତରେ ସବୁ ସହି ମୋତେ ସବୁବେଳେ ସ୍ନେହ ଦେଇଛି,ମୋର ଭଲ ଚିନ୍ତା କରିଛି।ତାର ଫଳ ସେ ଆଜି ପାଉଛି,ମୁଁ ମୋ କର୍ମର ପରିଣାମ ଭୋଗୁଛି।ନଗେନ କିଛି ଆର୍ଥିକ ସାହାଯ୍ୟ ଦେଇ ବିଦାୟ ନେଲା।

           



Rate this content
Log in