Debaki Behera

Abstract Children Stories Inspirational

4.4  

Debaki Behera

Abstract Children Stories Inspirational

ଉପହାର

ଉପହାର

2 mins
738



ଏକ ଛୋଟ ଝିଅଟିଏ ଥିଲା ଯାହାର ବୟସ ପ୍ରାୟତଃ ପନ୍ଦର କି ଷୋହଳ ବର୍ଷ ହେବ ଯାହାକୁ କି ନିଜ ଜୀବନ ବଞ୍ଚାଇବା ପାଇଁ ଜରୁରୀକାଳୀନ ରକ୍ତଦାନ ର ଆବଶ୍ୟକ ଥିଲା | ତା ରୋଗ ରୁ ବଞ୍ଚିବାର ଏକମାତ୍ର ଉପାୟ ଥିଲା ତାର ସାନଭାଇଠାରୁ ରକ୍ତ ଗ୍ରହଣ କାରଣ ତା ସାନ ଭାଇ ଯିଏକି ଚମତ୍କାର ଭାବରେ ସେହି ରୋଗକୁ ପରାସ୍ତ କରିଥିଲା ଏବଂ ସେଥିପାଇଁ ତା ରକ୍ତରେ ଆଣ୍ଟିବଡି ରହିଥିଲା ​​ଯାହା ତାର ରୋଗ ସହିତ ଲଢ଼ିବାର ପାଇଁ ଆବଶ୍ୟକ ଥିଲା | କିନ୍ତୁ ଡାକ୍ତର କିମ୍ବା ତାର ପିତାମାତା ଏତେ ଛୋଟ ପିଲାକୁ ରକ୍ତଦାନ ପାଇଁ କିପରି କହିବେ ତାହା ଥିଲା ଚିନ୍ତାର କାରଣ l ତଥାପି

ଡାକ୍ତର ସେହି କୁନି ପୁଅକୁ ବୁଝେଇ ବାକୁ ଯାଇ କହିଲେ ଯଦି ସେ ତାର ଶରୀରରୁ କିଛି ରକ୍ତ ତା ଭଉଣୀକୁ ଦାନ କରେ ତେବେ ତା ଭଉଣୀ ସୁସ୍ଥ ହୋଇଯିବ l କିଛି ମୁହୂର୍ତ ପାଇଁ ପିଲାଟି ଚିନ୍ତା ରେ ପଡିଗଲା ଯେ ସେ ରକ୍ତଦାନ କରିବ ନା ନାହିଁ l ତାକୁ ଜମାରୁ ସାତ ବର୍ଷ ହୋଇଥିବାରୁ ସେ ଟିକେ ଡରିଯାଇଥିଲା l ରକ୍ତଦାନ କଣ ସେ ତା ବିଷୟରେ କିଛି ଜାଣିନଥିଲା l କିନ୍ତୁ ତା ଭଉଣୀ ଶୀଘ୍ର ସୁସ୍ଥ ହୋଇଯାଉ ସେଥିପାଇଁ ସେ ରକ୍ତଦାନ ପାଇଁ ରାଜି ହୋଇଗଲା l ଡାକ୍ତରଙ୍କୁ ଥରୁଟିଏ ବି କିଛ ପ୍ରଶ୍ନ ନକରି ସେ ରାଜି ହୋଇଯାଇଥିଲା l

ରକ୍ତଦାନ ହେଉଥିବା ବେଳେ ସେ ଡାକ୍ତରଖାନାରେ ଥିବା ତାଙ୍କ ଭଉଣୀର ବେଡ଼ ପାଖରେ ଅନ୍ୟ ଏକ ବେଡ଼ ରେ ଶୋଇଥିଲା l ସେ ତାର ଭଉଣୀ ର ମୁହଁକୁ ନିରିଖେଇକି ଦେଖୁଥାଏ l ତା ଭଉଣୀ ଡାକ୍ତରଖାନା ବେଡ଼ ଉପରେ ଶୋଇଥାଏ ପୁରା ଚୁପଚାପ l କିଛି କ୍ଷଣ ର ନିରୀକ୍ଷଣ ପରେ ସେ ଡାକ୍ତରଙ୍କ ଆଡକୁ ଚାହିଁ ଚୁପଚାପ୍ ପଚାରିଲେ,

ମୁଁ କେବେ ମରିବାକୁ ଯାଉଛି?

ପିଲାଟି ଅନୁମାନ କରିଥିଲା ​​ଯେ ସେ ନିଜକୁ ବଞ୍ଚାଇବା ପାଇଁ ନିଜ ଜୀବନ ଦେଉଛି। ଡାକ୍ତରଙ୍କ ସହିତ ସେଇ ଛୋଟ ବାଳକ ଟିର ପିତାମାତା ମଧ୍ୟ ତାର ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ତାର ଏପରି ଭାବନା ମନରେ ଥାଇକି ମଧ୍ୟ ସେ ତା ଭଉଣୀ ର ଜୀବନ ବଞ୍ଚାଇବା ପାଇଁ ସେ ରକ୍ତଦାନ ପାଇଁ ରାଜି ହୋଇଯାଇଥିଲା l କିଛି କ୍ଷଣ ଡାକ୍ତର ସେ ପିଲାଟି ମୁହଁକୁ ଚାହିଁଲା ପରେ ଉତ୍ତର ଦେଲେ ଯେ ସେ ମରିବ ନାହିଁ, ସେ କେବଳ ତାଙ୍କ ଭଉଣୀକୁ ତାଙ୍କ ସହିତ ଦୀର୍ଘ, ସୁସ୍ଥ ଜୀବନଯାପନ କରିବାକୁ ଅନୁମତି ଦେବାକୁ ଯାଉଛନ୍ତି।

ପିଲାଟିର ମୁହଁ ରେ ଏକ ଅପୂର୍ବ ଚମକ ଦେଖିବାକୁ ମିଳିଥିଲା ଆଉ ସେ ସେହି ରୁମ ରୁ ବାହାରିଲା ବେଳକୁ ତା ବଡ ଭଉଣୀ ର ଗାଲରେ ଏକ ଚୁମା ଦେଇ ଆସିଥିଲା l

ଏହା ଏକ ଛୋଟ ବାଳକର ଅତ୍ୟଧିକ ସାହସ ଏବଂ ଆତ୍ମସମର୍ପଣ ପ୍ରେମର ଏକ ଉଦାହରଣ ଯାହା ଆମେ ସମସ୍ତେ ଶିଖିବା ଉଚିତ | ସେ ନିଜ ଭଉଣୀ ପାଇଁ ଦେଖାଇଥିବା ପ୍ରେମ ଏବଂ ଯତ୍ନ ନିସ୍ୱାର୍ଥପରତା ବିଷୟରେ ଏକ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରେ | ଯଦିଓ ଆମେ ଏପରି ଜୀବନ କିମ୍ବା ମୃତ୍ୟୁ ନିଷ୍ପତ୍ତିର ସମ୍ମୁଖୀନ ହୋଇନପାରିବା, ତଥାପି ସାଧାରଣତଃ ନିସ୍ୱାର୍ଥପର ହେବା l | ନିସ୍ୱାର୍ଥପରତା ନିଜର ଗର୍ବ ପରିବର୍ତ୍ତେ ହୃଦୟକୁ କାର୍ଯ୍ୟ କରିବାକୁ ଉତ୍ସାହିତ କରାଏ ଏବଂ ଆମ ଜୀବନକୁ ପୂର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ |



Rate this content
Log in

Similar oriya story from Abstract