Debaki Behera

Romance

3  

Debaki Behera

Romance

❤️ମୀରା ❤️ ଭାଗ -୮

❤️ମୀରା ❤️ ଭାଗ -୮

7 mins
204



କ୍ରିଷ୍ଣା ଯେମିତି ହିଁ କବାଟ ଖୋଲିଛି ତା ଚେହେରାରେ ରଙ୍ଗ ଉଡ଼ିଗଲା l ସେ ଆଶ୍ଚର୍ଯ୍ୟ ସହକାରେ ପଚାରିଲା - ତୁମେ, ତୁମେ ଏଠି କେମିତି? ସାମ୍ନାରୁ ପ୍ରତ୍ୟୁତ୍ତର ମିଳିଲା - କ'ଣ ତୁମେ ?.... କ୍ରିଷ୍ଣା ଟିକେ ଆନମନା ହୋଇ କହିଲା - ସରି, ସରି , ତୁ...... ତୁ ଏଠି କେମିତି ? ସେ ଏତିକି ହିଁ ପଚାରିଛି କି ନାହିଁ ପଛରୁ ସୁନିତା ଦେବୀ କହିଲେ - କିଶୁ, ଦୁଆର ମୁହଁରେ କିଏ ? କ୍ରିଷ୍ଣା ପଛକୁ ଫେରି ଚାହିଁଲା l ସୁନିତା ଦେବୀ ତାଙ୍କରି ଆଡକୁ ହିଁ ଆସୁଛନ୍ତି l ସେ କଣ କହିବ, କଣ କରିବ କିଛି ଜାଣିପାରିଲାନି l ସୁନିତା ଦେବୀ କ୍ରିଷ୍ଣା ପାଖରେ ଆସି ବାହାରକୁ ଚାହିଁଲେ l ଗୋଟେ ପଚିଶ କି ଛବିଶ ବର୍ଷର ଝିଅଟିଏ l ଛୋଟ ଛୋଟ ସ୍ଟେପ କରି କଟା ହୋଇଥିବା କେଶ l ଗୋରା ରଙ୍ଗ, ଛୋଟ ଛୋଟ ଦୁଇଟି ଆଖି l ମୋଟାମୋଟି ଉପରେ କହିବାକୁ ଗଲେ ବହୁତ ସୁନ୍ଦର ଝିଅଟିଏ l ସୁନିତା ଦେବୀ ସେ ଝିଅଟିର ଗୋଡ଼ରୁ ମୁଣ୍ଡ ଯାଏଁ ତନତନ କରି ଦେଖୁଥିଲେ l ଝିଅଟି ତାଙ୍କୁ ଏମିତି ଦେଖୁଥିବାର ଦେଖି ସୁନିତା ଦେବୀଙ୍କ ପାଦ ଛୁଇଁ ପ୍ରଣାମ କଲା l ସୁନିତା ଦେବୀ ଆଶ୍ଚର୍ଯ୍ୟରେ କ୍ରିଷ୍ଣା ଆଡକୁ ଚାହିଁଲେ ଏବଂ ଝିଅଟିର ମୁଣ୍ଡରେ ଆଶୀର୍ବାଦର ହାତ ଥୋଇଦେଲେ l ଝିଅଟି ମୁଣ୍ଡିଆ ମାରି ସାରିବା ପରେ ସୁନିତା ଦେବୀ କ୍ରିଷ୍ଣାକୁ ପଚାରିଲେ - ଇଏ କିଏ କ୍ରିଷ୍ଣା?

କ୍ରିଷ୍ଣା କିଛି କହିବା ଆଗରୁ ସେ ଝିଅଟି କହିଲା - ଆଣ୍ଟି, ମୁଁ ନିତା l କ୍ରିଷ୍ଣା ସହ କଲେଜରେ ପଢ଼ୁଥିଲି l କ୍ରିଷ୍ଣା ଆଉ ମୁଁ ଦୁହେଁ ବହୁତ ଭଲ ସାଙ୍ଗ l ସେ ତ କଲେଜ ପଢିଲା ବେଳେ ହିଁ କ୍ୟାମ୍ପସ ପ୍ଲେସମେଣ୍ଟରେ ଚାକିରୀ ପାଇଗଲା ଆଉ ସେଠାରୁ କଲେଜ ଶେଷ ପରେ ଚାଲି ଆସିଲା l ତାର ଚାକିରୀରେ ଏଇ ପଚିଶି ତାରିଖରେ ଜଏନିଙ୍ଗ ଅଛି l ସେ ମୋ ଫୋନ ଉଠାଉନଥିଲା ଆଉ କିଛି ଦିନ ତଳେ ତ ମୁଁ ତାକୁ ଫୋନ କଲାରୁ ରାଗିକି ଯିବିନି ବୋଲି କହି ଫୋନ କାଟିଦେଲା l ତ ମୁଁ ଭାବିଲି ତା ସହ ଦେଖା କରି କଥା ହୁଏ l

(ନିତା ବିନା ବ୍ରେକରେ ସବୁ କିଛି ଏକ ନିଃଶ୍ୱାସରେ ଗପି ଗଲା l )

ସୁନିତା ଦେବୀ କ୍ରିଷ୍ଣା ଆଡେ ଟିକେ ମୁହଁ ଫେରେଇ ଚାହିଁଲେ ଆଉ କହିଲେ - ହଇରେ କିଶୁ, ତୁ ଏତେ ବଡ କଥା ମୋତେ କି ତୋ ବାପାକୁ ତ କାହିଁ କହିନଥିଲୁ l

କ୍ରିଷ୍ଣା - ନାଇଁ ମା, ମୁଁ ସେଠି ଚାକିରୀ କରିବାକୁ ଚାହୁଁନି l ମୁଁ ତୁମମାନଙ୍କୁ ଛାଡି ଆଉ ବାହାରେ ରହିପାରିବିନି l ମୁଁ ଏଇ ଗାଆଁରେ ରହିବାକୁ ନିଷ୍ପତ୍ତି ନେଇ ସାରିଛି l ସେଇଥିପାଇଁ କିଛି କହିନଥିଲି l

ନିତା - ଦେଖିଲେ ଆଣ୍ଟି ସେ କଣ କହୁଛି l ଏତେ ବଡ ସୁଯୋଗକୁ ହାତ ଛଡା କରୁଛି l ତାକୁ ହିଁ ଆପଣ ଏବେ ବୁଝାନ୍ତୁ l

ସୁନିତା ଦେବୀ, ନିତାର କଥା ଶୁଣିଲେ କିନ୍ତୁ କ୍ରିଷ୍ଣାକୁ କିଛି କହିଲେନି l ସେ ନିତାକୁ କହିଲେ - ହଉ ମା, ଭିତରକୁ ଆସେ l ଏତେ ବାଟ ଆସିଛୁ ଥକି ଯାଇଥିବୁ ଟିକେ ଫ୍ରେସ ହେଇଯା, ଖା, ପିଇ କରେ ପରେ ଏ ବିଷୟରେ କଥା ହେବା l ଏତକ କହି ସୁନିତା ଦେବୀ ହରିଆକୁ ଡାକିଲେ ଆଉ ନିତାର ଜିନିଷ ପତ୍ର ଗେଷ୍ଟ ରୁମରେ ରଖିଦେଇ ଆସିବାକୁ କହିଲେ l କ୍ରିଷ୍ଣା କିଛି କହିବାକୁ ଯାଉ ହିଁ ଥିଲା କି ସେ ଦୁହେଁ ସେଠାରୁ ଘର ଭିତରକୁ ଚାଲିଯାଇଥିଲେ l କ୍ରିଷ୍ଣା ସେମିତି ହିଁ ବାହାରେ ଛିଡା ହୋଇଥାଏ l ସୁନିତା ଦେବୀ ଯାଉ ଯାଉ ବୁଲିପଡ଼ି କହିଲେ - ଆରେ କିଶୁ ଭିତରକୁ ଆସିବୁ ନା ସେମିତି ଦୁଆର ମୁହଁରେ ଛିଡା ହୋଇଥିବୁ l

କ୍ରିଷ୍ଣା – ମାଆ ମୁଁ ମୀରା ପାଖରୁ ଟିକେ ଆସୁଛି l(ଏତକ କହି କ୍ରିଷ୍ଣା ସେଠାରୁ ଚାଲିଗଲା l)

ନିତାକୁ, କ୍ରିଷ୍ଣାର ବ୍ୟବହାର ଟିକେ ଅଜବ ଲାଗିଲା l ହୁଏତ କିଛି କାମରେ ଯାଇଥିବ ଭାବିକି ସେ ସୁନିତା ଦେବୀ ସହ ଭିତରକୁ ଚାଲି ଆସିଲା l କିନ୍ତୁ ମୀରା ନାଆଁ ଶୁଣି ସେ ଟିକେ ଚିନ୍ତାରେ ପଡିଗଲା l କିଏ ଏଇ ମୀରା?.....ସୁନିତା ଦେବୀଙ୍କ ଆବାଜରେ ନିତା, ମୀରା କଥା ଭୁଲି ତାଙ୍କ ପଛେ ପଛେ ଗେଷ୍ଟ ରୁମକୁ ଚାଲିଗଲା l ସୁନିତା ଦେବୀ ମନେ ମନେ କିଛି ଭାବୁଥିଲେ, କ୍ରିଷ୍ଣା ଓ ନିତାକୁ ନେଇ l ସେ ନିତା ଓ କ୍ରିଷ୍ଣା ସମ୍ପର୍କର ସତ ଜାଣିବାକୁ ଚାହୁଁଥିଲେ ଓ ସେଥିପାଇଁ ସେ କିଛି ଭାବୁଥିଲେ l କିନ୍ତୁ ପର ମୁହୂର୍ତ୍ତରେ ସେ ନିଜର ଭାବନାକୁ ଓ ସନ୍ଦେହକୁ ଭାବନାରେ ନ ରହିବାକୁ ଦେଇ ନିତା ସହ କଥା ହେଇଯିବାଟା ଭଲ ହେବ ବୋଲି ଭାବିଲେ l ନିତା ସେତେବେଳକୁ ଗେଷ୍ଟ ରୁମରେ ପହଞ୍ଚି ସାରିଥିଲା l ସେ ରୁମ ଭିତରେ ଏଣେ ତେଣେ ବୁଲି ରୁମକୁ ଭଲ ସେ ଦେଖୁଥିଲା l କିଛି ସମୟ ଚୁପ ରହି ସୁନିତା ଦେବୀ ନିତାକୁ ହିଁ ଦେଖିଚାଲିଥିଲେ l ଏଥରକ ନିତା କହିବାକୁ ଲାଗିଲା – ଓ୍ୱାଓ ଆଣ୍ଟି, କେତେ ସୁନ୍ଦର ହୋଇଛି ରୁମଟି l ମୁଁ ଭାବିନଥିଲି ଗାଆଁ ଗହଳିରେ ମଧ୍ୟ ଏତେ ସୁନ୍ଦର ଘର ଦେଖିବାକୁ ମିଳିବ l

ସୁନିତା ଦେବୀ - ଥ୍ୟାଙ୍କ ୟୁ ନିତା l ନିତା ମୁଁ କିଛି ପଚାରିବାକୁ ଚାହୁଁଛି l

ନିତା - ହଁ ସିଓର ଆଣ୍ଟି, ପଚାରନ୍ତୁ l ( ନିତା ସୁନିତା ଦେବୀ ପାଖକୁ ଆସି କହିଲା )

ସୁନିତା - ନିତା, ତୁମେ ଆଉ କ୍ରିଷ୍ଣା ଦୁହେଁ ଗୋଟେ କଲେଜରେ ପଢ଼ୁଥିଲ l ଆଉ ତୁମେ କ୍ରିଷ୍ଣାକୁ ନେଇ ଯେତେ ଚିନ୍ତିତ ସେଇ ଦିଗକୁ ଦେଖିଲେ... ମାନେ ମୁଁ ପଚାରିବାକୁ ଚାହୁଁଛି କି ତୁମେ ଦୁହେଁ ପରସ୍ପରକୁ ଭଲ ପାଉନ ତ l

ନିତା ଟିକେ ହସିଦେଇ - ଆଣ୍ଟି, ଆପଣ ବି ଅନ୍ୟମାନଙ୍କ ଭଳି ଆମ ସମ୍ପର୍କକୁ ଭାବୁଛନ୍ତି l ସେ ପାଗଳକୁ କିଏ ଭଲ ପାଇବ l ହଁ ସେ ମୋ ବେଷ୍ଟ ଫ୍ରେଣ୍ଡ ଯେହେତୁ ସେଇ ଦୃଷ୍ଟିରେ ମୁଁ ତାକୁ ଭଲ ପାଏ l କିନ୍ତୁ ଆମ ଦୁହିଁଙ୍କ ଭିତରେ ଅନ୍ୟ କିଛି ସମ୍ପର୍କ ନାହିଁ l

ସୁନିତା ଦେବୀ, ନିତା ମୁହଁରୁ ଏତକ ଶୁଣି ଟିକେ ଆଶ୍ୱସ୍ତି ଲାଗିଲା l ତାଙ୍କ ମୁହଁରେ ଚିନ୍ତାର ଭାବ ବଦଳରେ ଖୁସି ଦେଖା ଯାଉଥିଲା l ଏମିତି ବି କହିବାକୁ ଗଲେ ନିତା ମଧ୍ୟ ବହୁତ ସୁନ୍ଦର l ଉଚ୍ଚ ଶିକ୍ଷିତା ମଧ୍ୟ l ନିତା ଓ ମୀରାକୁ ସମାନତା କଲେ ଗୋଟିଏ ପ୍ରଭେଦ ଦିଶିବ ଯେଉଁଟା କି ଚଳଣି l ନିତା ଟିକେ ସହରିଆ l ସ୍ମାର୍ଟ ଆଉ ଫରୱାର୍ଡ l ହେଲେ ମୀରା ସବୁ ବୁଝେ l ସ୍ମାର୍ଟ ମଧ୍ୟ l କିନ୍ତୁ କାହାରିକୁ କେବେ ଦେଖେଇ ହୁଏନି l ସୁନିତା ଦେବୀ ଖୁସି ମନରେ ନିତାକୁ ଫ୍ରେସ ହେବା ପାଇଁ କହିଦେଇ ରୋଷେଇ ଘରକୁ ଚାଲି ଆସିଲେ l

ଏଣେ କ୍ରିଷ୍ଣା ଗାଡି ଧରି ମୀରା ଘରକୁ ଯାଉଥାଏ l ବାଟରେ କେତେ କଥା ମନେ ମନେ ଚିନ୍ତା କରୁଥାଏ l ( ନିତା ପାଗଳ, ମୋ ମନା କରିବା ସତ୍ତ୍ୱେ ବି ଆମ ଗାଆଁକୁ ଚାଲି ଆସିଲା l ଏଇଟା ସହର ନୁହେଁ ଗାଆଁ l ତେଣୁ ଏଠି ଗୋଟେ ପୁଅ ଝିଅକୁ ନେଇ ଲୋକମାନେ ସନ୍ଦେହ ଦୃଷ୍ଟିରେ ଦେଖିବା ସ୍ୱାଭାବିକ l ନିତା ତାର ସବୁଠୁ ଭଲ ସାଙ୍ଗ ଥିଲା ଆଉ ଏବେ ବି ଅଛି ମଧ୍ୟ l କିନ୍ତୁ ସେ ଟିକେ ବହୁତ ଜିଦ୍ଦିଆ l ଛୋଟ ପିଲା ଭଳି ପୁରା ଯେଉଁ କାମ ତାକୁ କରିବାକୁ ମନା କରିଥିବ ସେ ତାକୁ ହିଁ କରିବ l ବେଶି ଚିନ୍ତା ତ ମୀରାକୁ ନେଇ l ମୀରା ତାଙ୍କ ଦି ଜଣକ ସମ୍ପର୍କକୁ କେଉଁ ଦୃଷ୍ଟିରେ ନେବ କେଜାଣି ? ଏମିତି ଭାବୁ ଭାବୁ କ୍ରିଷ୍ଣା ଆସି ମୀରା ଘର ପାଖରେ ପହଞ୍ଚିଲା l ମୀରାର ଆଜି ଏଣ୍ଟ୍ରାନ୍ସ ଥିଲା l ତେଣୁ ସେ ତାକୁ ପରୀକ୍ଷା କେନ୍ଦ୍ରକୁ ନେଇଯିବ ବୋଲି କଥା ଦେଇଥିଲା l ମୀରା କ୍ରିଷ୍ଣାକୁ ଦେଖି କହିଲା - ସାନ ବାବୁ, ଏତେ ଲେଟରେ ଆସୁଛନ୍ତି ଆପଣ! ପରୀକ୍ଷା ଆରମ୍ଭ ହେଇଯିବ ଆମେ କେତେବେଳେ ସେଠି ପହଞ୍ଚିବା?

କ୍ରିଷ୍ଣା - କିଛି ଡେରି ହେଇନି ତୁମେ ଆସ ମୁଁ ନେଇ ଛାଡିଦେବି ଜଲଦି l

ମୀରା ତରବରିଆରେ ଆସି କ୍ରିଷ୍ଣା ଗାଡ଼ିରେ ବସିଗଲା l ଆଉ ଦୁହେଁ ସେଠାରୁ ପରୀକ୍ଷା କେନ୍ଦ୍ରକୁ ଚାଲିଲେ l ରାସ୍ତା ଯାକ କ୍ରିଷ୍ଣା ପୁରା ନିରବ l ସେ ଚିନ୍ତିତ ଥିଲା l ତା ମୁହଁର ଭାବକୁ ମୀରା ପଢ଼ିପାରିଥିଲା ହେଲେ କିଛି କହିନଥିଲା l ପରୀକ୍ଷା କେନ୍ଦ୍ର ନିକଟରେ ଗାଡି ଆସି ରହିଲା l ମୀରା ନିଜର ଆଡମିଟ କାର୍ଡ ଧରି ପରୀକ୍ଷା ଦେବାକୁ ଚାଲିଗଲା l ମୀରା କିଛି ନକହି ଚାଲିଯିବାରୁ କ୍ରିଷ୍ଣାର ତନ୍ଦ୍ରା ଭାଙ୍ଗିଲା l ସେ ନିଜର ଭୁଲ ବୁଝିପାରିଲା ଯେ ସେ ରାସ୍ତା ଯାକ ମୀରା ସହ ପଦେ ବି କଥା ହେଇନି l ସେ ସେଇଠାରେ ହିଁ ମୀରାର ଫେରିବା ବାଟକୁ ଚାହିଁ ରହିଲା l

ଏଣେ ଘରେ ନିତା ଗାଧୋଇ ପାଧୋଇ ଡ୍ରଇଂ ହଲକୁ ଚାଲି ଆସିଲା l ସୁନିତା ତାକୁ ଡ୍ରଇଂ ହଲରେ ଦେଖି ଜଳଖିଆ ଖାଇବାକୁ ଡାକିଲା l ନିତା ଡାଇନିଂକୁ ଯିବା ପୂର୍ବରୁ ତାର ଭେଟ ରାମନାରାୟଣ ବାବୁଙ୍କ ସହ ଭେଟ ହେଲା l ନିତା ତାଙ୍କୁ ଦେଖି ଟିକେ ଡରିଗଲା l କାରଣ କ୍ରିଷ୍ଣା ତାକୁ ତା ବାପା ବିଷୟରେ ସବୁ କହିଥିଲା l ନିତା ଅତି ନମ୍ର ଭାବରେ ପାଦ ଛୁଇଁଲା l ରାମନାରାୟଣ ବାବୁ ଆଶ୍ଚର୍ଯ୍ୟରେ ହଉ ମାଆ ଉଠେ କହିଲେ ଆଉ ବୁଲିପଡ଼ି ସୁନିତା ଆଡେ ଚାହିଁଲେ ଯିଏ କି ଠିକ ତାଙ୍କର ପଛ ପଟେ ଛିଡା ହୋଇଥିଲେ l ସୁନିତା ଦେବୀ ତାଙ୍କୁ ଏପରି ଦେଖି କହିଲେ - ଇଏ ନିତା l କିଶୁର କଲେଜ ସାଙ୍ଗ l କିଛି ଦିନ ପାଇଁ ବୁଲିବାକୁ ଆସିଛି l

ରାମନାରାୟଣ ବାବୁ, ସୁନିତା ଦେବୀ କଥା ଶୁଣି କହିଲେ - ଖାଲି ସାଙ୍ଗ ନା ଅଧିକ କିଛି! 

ନିତା ରାମନାରାୟଣ ବାବୁଙ୍କ କଥା ଶୁଣି ସଙ୍ଗେ ସଙ୍ଗେ ଉତ୍ତର ଦେଲା - ନା ଅଙ୍କଲ, କେବଳ ଆମେ ଦୁହେଁ ଭଲ ସାଙ୍ଗ ଆଉ କିଛି ନୁହେଁ l

ନିତାର କଥା କହିବା ଶୈଳୀରୁ ହିଁ ରାମନାରାୟଣ ବାବୁ ଜାଣିସାରିଥିଲେ କି ସେ ଗୋଟେ ଉଚ୍ଚ ଖାନଦାନର ଝିଅ l ତେଣୁ ସେ ନିତାକୁ ଡ୍ରଇଂ ହଲ ସୋଫାରେ ବସିବାକୁ କହିଲେ l ନିତା ଆସି ସୋଫାରେ ବସିଗଲା l ସୁନିତା ଦେବୀ ସେମାନଙ୍କୁ କଥା ହେଉଥିବାର ଦେଖି ରୋଷେଇ ଘରକୁ ଚାଲି ଗଲେ l ରାମନାରାୟଣ ବାବୁ ଆଉ ନିତା ବହୁତ ସମୟ ଧରି କଥା ହେଲେ l କିଛି ସମୟ ପରେ ରାମନାରାୟଣ ବାବୁ ଖୁସି ମନରେ ନିତା ଠାରୁ ବିଦାୟ ନେଇ ଅଫିସ ଚାଲିଗଲେ ଆଉ ନିତା ରୋଷେଇ ଘର ଆଡେ l

ସେ ସୁନିତା ଦେବୀଙ୍କ ନିକଟକୁ ଆସି କହିଲା - ଆଣ୍ଟି, କ୍ରିଷ୍ଣା ଏ ଯାଏଁ ଆସିନି l

ସୁନିତା ଦେବୀ କାମ କରୁ କରୁ କହିଲେ - ନାହିଁ ବେଟା, ସେ ମୀରାକୁ ନେଇ ବାହାରକୁ ଯାଇଛି l ମୀରାର ଆଜି ଏଣ୍ଟ୍ରାନ୍ସ ଅଛିନା ସେଥିପାଇଁ l

ନିତା ପୁଣି ଥରେ ମୀରା ନା ଶୁଣି ଆଶ୍ଚର୍ଯ୍ୟ ହେଲା ଆଉ ପଚାରିଲା - ଆଣ୍ଟି, ମୀରା କିଏ?

ସୁନିତା ଦେବୀ କାମ ଟିକେ ବନ୍ଦ କରି ରହିଗଲେ ଆଉ ବୁଲିପଡ଼ି ନିତାକୁ ଦେଖିଲେ ଆଉ କହିଲେ - ତୁ ନିଜେ ହିଁ କିଶୁକୁ ପଚାରି ବୁଝିନେବୁ l

ସୁନିତା ଦେବୀ ଟିକେ ହସିଦେଇ ପୁନଶ୍ଚ ନିଜ କାମରେ ଲାଗିଗଲେ l ନିତା ତା ପାଇଁ ବଢ଼ା ହୋଇଥିବା ଜଳଖିଆ ଖାଇଲା ଆଉ ଫୋନ ଧରି ଆସି ଡ୍ରଇଂ ହଲରେ ବସିଗଲା l ଏତେ ସମୟର ଯାତ୍ରା କରି ଆସିଥିବାରୁ ସେ କ୍ଲାନ୍ତ ହୋଇଯାଇଥିଲା ଆଉ ଡ୍ରଇଂ ହଲର ସୋଫାରେ ହିଁ ଶୋଇଗଲା l

ମୀରାର ପରୀକ୍ଷା ସରିଲା l ସେ ବାହାରକୁ କ୍ରିଷ୍ଣାର ଗାଡି ପାଖକୁ ଆସିଲା l କ୍ରିଷ୍ଣା, ମୀରାକୁ ଦେଖି କହିଲା - ତୁମ ପରୀକ୍ଷା କେମିତି ହେଲା?

ମୀରା ଗାଡ଼ିରେ ବସୁ ବସୁ କହିଲା - ହଁ ଭଲ l କିନ୍ତୁ ଆପଣଙ୍କର ଆଜି କଣ ହୋଇଛି l

କ୍ରିଷ୍ଣା - ନାଇଁ କିଛି ନାହିଁ l ଆଜି ଆମ ଘରକୁ ଚାଲ ମୁଁ ତୁମକୁ ଜଣକ ସହ ଭେଟ କରେଇବି l

ମୀରା - କାହା ସହ?

କ୍ରିଷ୍ଣା - ଚାଲ ତ ଘରକୁ l

କ୍ରିଷ୍ଣା ଗାଡି ବୁଲେଇ ଘରକୁ ଫେରିଲା l ବିଡମ୍ବନାର କଥା ଏହା କି ରାମନାରାୟଣ ବାବୁ କ୍ରିଷ୍ଣାକୁ ନଜର ରଖିବାକୁ କାହାକୁ କହିଥିଲେ l ଆଉ ସେ ଲୋକ ଜଣକ ମୀରା ଓ କ୍ରିଷ୍ଣାକୁ ଏକା ସାଙ୍ଗରେ ଦେଖି ରାମନାରାୟଣ ବାବୁଙ୍କୁ ଫୋନ କରି ସବୁ କହିଦେଇଥିଲା l କ୍ରିଷ୍ଣା ଘରେ ପହଁଚିଲା l ମୀରା ଓ କ୍ରିଷ୍ଣା ଦୁହେଁ ଗାଡ଼ିରୁ ଓହ୍ଲାଇଲା l ଦୁହେଁ ଘର ଭିତରକୁ ଗଲେ l ନିତାକୁ ସୋଫା ଉପରେ ଶୋଇଥିବାର ଦେଖି କ୍ରିଷ୍ଣା ତା ପାଖକୁ ଆସିଲା ଆଉ ତାକୁ ଉଠାଇଲା - ନିତା.... ଏ ନିତା....

ନିତା ଟିକେ ଆଖି ମକଚି ହିଁ କହିଲା - ହଁ... କଣ ହେଲା କହ...

କ୍ରିଷ୍ଣା ପୁଣିଥରେ ତାକୁ ଉଠେଇବାକୁ ପ୍ରୟାସ କଲା ଆଉ ଏଥରକ ସେ ନିତାକୁ ଉଠେଇବାରେ ସଫଳ ବି ହେଲା l କିଛି ଦୂରରେ ଛିଡା ହୋଇ ମୀରା ଏ ସବୁ ଦେଖୁଥାଏ l କେଜାଣି କାହିଁକି ତାକୁ ଆଜି ପ୍ରଥମ ଥର ପାଇଁ ମନ ଭିତରେ କଷ୍ଟ ଅନୁଭୂତ ହେଉଥିଲା l ମୀରା, ନିତାକୁ ଚିହ୍ନି ନଥିଲା l କିନ୍ତୁ କ୍ରିଷ୍ଣା, ନିତାକୁ ଏପରି ଉଠାଉ ଥିବା ମୀରାକୁ ଜମା ଭଲ ଲାଗିଲାନି l ସେ ବୁଲିପଡି ସେଠାରୁ ଯିବାକୁ ଭାବିଲା l ସେ ଯେମିତି ହିଁ ବୁଲିକି ଯିବାକୁ ବାହାରିଛି କିଏ ଜଣେ ତା ହାତକୁ ଟାଣି ଧରିଥିବାର ତାକୁ ଅନୁଭବ ହେଲା l ସେ ବୁଲି ଚାହିଁଲା l ଆଉ କେହି ନୁହେଁ କ୍ରିଷ୍ଣା ହିଁ ତା ହାତକୁ ଟାଣି ଧରିଥିଲା l......


.......କ୍ରମଶଃ......



Rate this content
Log in

Similar oriya story from Romance