Debaki Behera

Drama Romance Fantasy

3  

Debaki Behera

Drama Romance Fantasy

ମୀରା-ଭାଗ - ୧୧

ମୀରା-ଭାଗ - ୧୧

5 mins
199



 ରାମନାରାୟଣ ବାବୁଙ୍କର ଅନନଉନ୍ସଟି ଏଇପରି ଥିଲା "ପ୍ଲିଜ ୱେଲକମ୍ ମି. ଦିଗମ୍ବର ପଟ୍ଟନାୟକ ଟୁ ଦ ଷ୍ଟେଜ "l ଦିଗମ୍ବର ପଟ୍ଟନାୟକ ଙ୍କର ନାଁ ଶୁଣି ସୁନିତା, ମୀରା ଆଉ କ୍ରିଷ୍ଣାକୁ ଏକ ବିଜୁଳିର ଝଟକା ପରି ଲାଗିଲା l କାରଣ ସେ ତିନିହେଁ ଜାଣିଥିଲେ ଯେ ଦିଗମ୍ବର ପଟ୍ଟନାୟକ କିଏ l ସେ ଏଠି କଣ କରୁଛନ୍ତି? କଣ ସେ କ୍ରିଷ୍ଣାକୁ ଜନ୍ମଦିନ ର ଶୁଭେଚ୍ଛା ଜଣେଇବାକୁ ଆସିଛନ୍ତି? ଏମିତି ଅନେକ ପ୍ରଶ୍ନ ତିନିଜଣଙ୍କ ମୁଣ୍ଡରେ ଘୁରି ବୁଲୁଥିଲା l ଏହି ସମୟରେ ଦିଗମ୍ବର ପଟ୍ଟନାୟକ ଲୋକଙ୍କ ଭିଡରୁ ବାହାରି ଚାଲି ଚାଲି ଆସି ଷ୍ଟେଜ ରେ ନିତା ପାଖରେ ଛିଡା ହେଲେ l ଦିଗମ୍ବରକୁ ଦେଖି ମୀରା ଟିକେ ପଛକୁ ଘୁଞ୍ଚି ଗଲା ଏବଂ ଏକ ଆଢୁଆଳ ହୋଇ ଛିଡା ହୋଇଗଲା ଯେମିତି କି ତାଙ୍କ ନଜର ତା ଉପରେ ନ ପଡ଼ୁ l କ୍ରିଷ୍ଣା ବି କିଛି ବୁଝିପାରୁନଥିଲା l ସୁନିତା ମଧ୍ୟ ତାଙ୍କୁ ଷ୍ଟେଜରେ ଦେଖି ଚକିତ ହେଇଯାଇଥିଲା l ଏହି ସମୟରେ ରାମନାରାୟଣ ବାବୁ କହିଲେ - ଦିଗମ୍ବର ପଟ୍ଟନାୟକ ଯିଏ କି ନିତାର ବାପା ତେଣୁ ତାଙ୍କ ବିନା ତ କ୍ରିଷ୍ଣା ଓ ନିତାର ବାହାଘର ଅନନଉନ୍ସ କରିହେବନି ନା l କ୍ରିଷ୍ଣା, ମୀରା ଓ ସୁନିତା ସମସ୍ତେ ନିତାକୁ ଚାହିଁଲେ l ଆଉ ମନେ ମନେ ଭାବିଲେ -" କ'ଣ ନିତା ଦିଗମ୍ବର ପଟ୍ଟନାୟକଙ୍କର ଝିଅ!" l ସତ କହିବାକୁ ଗଲେ କ୍ରିଷ୍ଣା ବି ଏହା ପୂର୍ବରୁ ଜାଣିନଥିଲା ଯେ ନିତା, ଦିଗମ୍ବର ପଟ୍ଟନାୟକଙ୍କର ଝିଅ l ନିତା, ତା ବାପାକୁ ସେଠାରେ ଦେଖି ଖୁସି ବହୁତ ହୋଇଯାଇଥିଲା କିନ୍ତୁ ପର ମୁହୂର୍ତ୍ତ ରେ ସେ ମୀରା ଓ କ୍ରିଷ୍ଣା କଥା ଭାବି ଦୁଃଖୀ ହୋଇଯାଇଥିଲା l କ୍ରିଷ୍ଣାକୁ ନିତାର ବାପାକୁ କୁଣ୍ଢେଇକି ଜନ୍ମଦିନ ର ଶୁଭେଚ୍ଛା ଦେଲେ l କ୍ରିଷ୍ଣା ଯିଏ କି ଏ ଯାଏଁ କିଛି ବୁଝିବା ଶୁଝିବା ପରିସ୍ଥିତି ରେ ନଥିଲା ସେ କଣ ବା କହିଥାନ୍ତା l ତାର ଏମିତି ଚୁପ ରହିବାଟା ରାମନାରାୟଣ ବାବୁଙ୍କୁ ଜମାବି ପସନ୍ଦ ଆସିନଥିଲା l ତଥାପି ନିଜ ମନକୁ ଶାନ୍ତ କରି ଦିଗମ୍ବର ବାବୁଙ୍କ ସହ ସେଠାରୁ ଚାଲିଗଲେ କିଛି ଜରୁରୀ କଥା ବାର୍ତ୍ତା ପାଇଁ l ନିତା, କ୍ରିଷ୍ଣା ପାଖକୁ ଆସିଲା ଆଉ କହିଲା - କ୍ରିଷ୍ଣା, ଆଇ ଆମ୍ ସରି l ମୁଁ ଜାଣିନଥିଲି ଅଙ୍କଲ ହଠାତ ଏମିତି ଏକ ନିଷ୍ପତି ନେଇଯିବେ l ତୁମେ ଜମା ବି ବ୍ୟସ୍ତ ହୁଅନି ମୁଁ ମୋ ଡାଡିଙ୍କୁ ବୁଝେଇବାକୁ ଚେଷ୍ଟା କରିବି l ନିତାର କଥା ଶୁଣି କ୍ରିଷ୍ଣା କହିଲା - ତୁମ ବାପା ଦିଗମ୍ବର ପଟ୍ଟନାୟକ କାଇଁ ଆଗରୁ ତ କେବେ କହିନ?

ନିତା - ମୁଁ ତାଙ୍କ ଝିଅ ବୋଲି କାହାରିକୁ ପରିଚୟ ଦିଏନି କାରଣ ସେ ମୋତେ ବହୁତ ଭଲ ପାଆନ୍ତି ଆଉ ତାଙ୍କର ଏଇ ଭଲପାଇବା ମୋ ପାଇଁ କାଳ l ମୁଁ ଯଦି କାହାରିକୁ ପ୍ରଥମେ ପ୍ରଥମେ କଲେଜରେ କହୁଥିଲି କି ମୁଁ ତାଙ୍କ ଝିଅ ତ ମୋ ସହ କେହି ଫ୍ରେଣ୍ଡସିପ କରୁନଥିଲେ l ତୁମେ ଓ ତୁମର କିଛି ସାଙ୍ଗକୁ ଛାଡି କଲେଜ ରେ ସମସ୍ତେ ଜାଣିଛନ୍ତି ମୋ ବାପା କିଏ? ମୁଁ ତୁମ ଭଳି ସାଙ୍ଗକୁ ହରେଇବାକୁ ଚାହୁଁନଥିଲି ତେଣୁ ଏଇ ସତ ତୁମ ଠାରୁ ଲୁଚେଇକି ରଖିଲି l ଆଉ ଗୋଟେ କଥା କହୁଛି ଶୁଣ ମୁଁ ଘରୁ ଲୁଚିକି ଏଠିକୁ ଆସିଥିଲି କିନ୍ତୁ ସବୁ ଭୁଲ ହେଇଗଲା ମୋ ଆସିବା ଫଳରେ..... ଏତକ କହି ନିତା କାନ୍ଦିବାକୁ ଲାଗିଲା l

କ୍ରିଷ୍ଣା ଓ ସୁନିତା, ନିତାକୁ ଏମିତି କାନ୍ଦୁଥିବାର ଦେଖି ତାକୁ ଚୁପ କରେଇଲେ l ନିତା ଲୁହ ଭରା ଆଖିରେ ସେଠାରୁ ଚାଲିଗଲା l ସେ ଯିବାପରେ କ୍ରିଷ୍ଣା ଓ ସୁନିତାକୁ ମୀରାର କଥା ମନେ ପଡିଲା l ସେ ଯେମିତି ହିଁ ପଛକୁ ବୁଲି ଚାହିଁଲେ ସେମାନେ ଦେଖିଲେ ମୀରା ସେଠାରେ ନଥିଲା l କ୍ରିଷ୍ଣା ଓ ସୁନିତା ମୀରାକୁ ବହୁତ ଖୋଜିଲେ କିନ୍ତୁ କେଉଁଠି ବି ତାର ଠିକଠିକଣା ନଥିଲା l କ୍ରିଷ୍ଣା ଓ ସୁନିତା ଭଲ ସେ ଜାଣିଥିଲେ ଯେ ମୀରା ଏବେ ବହୁତ ଦୁଃଖରେ ଅଛି l କ୍ରିଷ୍ଣା, ମୀରାକୁ ସବୁଠି ଖୋଜିଲା କିନ୍ତୁ ପାଇଲାନି l ସେ ତା ନମ୍ବର ରେ ବି ଫୋନ କଲା କିନ୍ତୁ ଫୋନ ବନ୍ଦ ଦେଖେଇଲା l କ୍ରିଷ୍ଣା ମୁଣ୍ଡ କିଛି କାମ କରୁନଥିଲା l ସେ ବାର ବାର ଭାବୁଥିଲା ଯେ ମୀରା ଗଲା ତକୁଆଡେ ଗଲା l ସେ କିଛି ସମୟ ଶାନ୍ତିରେ ବସି ଭାବିବାକୁ ନିଜର ପସନ୍ଦ ର ଜାଗାକୁ ଚାଲିଗଲା l ସେଠାରେ ଯାଇ ପହଂଚିବା ମାତ୍ରେ ତା ନଜର ଚୌକି ରେ ବସିଥିବା ମୀରା ଉପରକୁ ଚାଲିଗଲା l ସେ ଭୁଲିଯାଇଥିଲା କି ଏଇ ଜାଗାଟି ( ବଗିଚାରେ ଏକ ପାର୍ଶ୍ଵଟି ) ତା'ର ଆଉ ମୀରା ର ସବୁଠାରୁ ପସନ୍ଦର ଜାଗା l ମୀରାକୁ ଚୌକିରେ ବସିଥିବାର ଦେଖି କ୍ରିଷ୍ଣା ଶରୀରରେ ଜୀବନ ପଶିଲା l ସେ ମୀରା ପାଖକୁ ଦୌଡ଼ି ଯାଇ କହିଲା - ମୀରା.... ତୁମେ ଏଠି ବସିଛ ଆଉ ମୁଁ ତୁମକୁ ପୁରା ଘରଟା ଯାକ ଖୋଜିସାରିଲିଣି l ମୀରା ଟିକେ ଗମ୍ଭୀର ଥିଲା ପରି ମନେ ହେଉଥିଲା l ସେ କ୍ରିଷ୍ଣା ଆଡକୁ ନ ଚାହିଁକି ହିଁ କହିଲା - ହଁ, କଣ ହେଲାକୁହ ସାନ ବାବୁ l ମୀରାକୁ ଏତେ ଗମ୍ଭୀର ଦେଖି କ୍ରିଷ୍ଣା କହିଲା - ମୀରା, ମୁଁ ଜାଣିଛି ତୁମେ ଆଜି ବହୁତ ଦୁଃଖ ରେ ଅଛ l ମୁଁ ତୁମକୁ ଏମିତି ଦୁଃଖରେ ଦେଖିପାରିବିନି l ମୁଁ ଆଜି କିଛି କହିବାକୁ ଯାଉଛି ଆଶାକରେ ମନ ଦେଇ ଶୁଣିବ l

କ୍ରିଷ୍ଣା ଏକ ଦୀର୍ଘ ନିଶ୍ୱାସ ଛାଡି କଥା ଆରମ୍ଭ କଲା - ମୀରା.. ମୁଁ ତୁମକୁ କେବେଠୁ ଭଲ ପାଉଛି ଜାଣିଛl ନା ଜାଣିନଥିବ l ମନେ ଅଛି ମୁଁ ପ୍ରଥମେ ଯେଉଁ ଦିନ ଗାଁକୁ ଆସିଲି ଆଉ ସେହିଦିନ ତୁମ ସହ ଏକ ଗାଡି ଧକ୍କା କରିଥିଲା l ମୁଁ ସେହିଦିନ ତୁମକୁ ପ୍ରଥମ ଥର ପାଇଁ ଦେଖିଥିଲି l ନା ତୁମ ଚେହେରାକୁ ନୁହେଁ l ତୁମ ଘନ ଲମ୍ବା କେଶକୁ l ଆଉ ସେହିଦିନ ସେଇ ମୁହୂର୍ତ ରେ ହିଁ ମୁଁ ତୁମ ପ୍ରେମରେ ପଡିଯାଇଥିଲି l ତା ପରେ ବହୁତ ଥର ତୁମ ଚେହେରା ଦେଖିବାକୁ ଚେଷ୍ଟା କଲି କିନ୍ତୁ ବିଫଳ ହେଲି l ବୋଧହୁଏ ଭଗବାନଙ୍କୁ ମୋ ମନର କଥା ଜଣା ଥିଲା ତେଣୁ ସେଦିନ ଅଫିସ ଯିବା ବାଟରେ ତୁମ ସହ ଦେଖା ଆଉ ସେହିଦିନ ହିଁ ପ୍ରଥମ ଥର ତୁମ ଚେହେରା ଦେଖିଥିଲି l ତୁମ ଚେହେରା ଦେଖିସାରିବା ପରେ ନିଜ ମନକୁ ଆୟତ୍ତ ନ କରିପାରି ମୋ ମନର କଥା କାଗଜ ମାଧ୍ୟମରେ ଜଣେଇଲି l କିନ୍ତୁ ତୁମେ ମୋ ଭଲପାଇବାକୁ ପ୍ରତ୍ୟାଖ୍ୟାନ କଲ l ସେଦିନ ମୁଁ ବହୁତ ରାଗିଥିଲି ତୁମ ଉପରେ ହେଲେ ପରବର୍ତୀ ମୁଁ ନିଜେ ନିଜର ଭୁଲ ବୁଝିପାରିଲି l ଆଉ ତୁମ ସହ ବନ୍ଧୁତା କଲି କାରଣ ମୁଁ ତୁମ ସହ ସବୁବେଳେ ରହିବାକୁ ଚାହୁଁଥିଲି l ମୁଁ ଜାଣିଛି ମୀରା ତୁମେବି ମୋତେ ଭଲ ପାଅ l ମୁଁ ତୁମ ବିନା ବଂଚିପାରିବିନି l ଥରୁଟିଏ ଶେଷ ଥର ପାଇଁ କହିଦିଅ କି ତୁମେବି ମୋତେ ଭଲ ପାଉଛ l

କିନ୍ତୁ ମୀରା ପୂର୍ବ ଥର ଭଳି ଏଥର ବି ନିରବ ଥିଲା l ତା ନୀରବତା କ୍ରିଷ୍ଣାକୁ ଅଧିକ କଷ୍ଟ ଲାଗୁଥିଲା କିନ୍ତୁ ସେ ତାକୁ କେମିତି ବୁଝେଇବ ଜାଣିପାରୁନଥିଲା l କ୍ରିଷ୍ଣା, ମୀରାର ହାତକୁ ଧରି ଛିଡା କରେଇଲା ହେଲେ ମୀରା କିଛି ବି କହିଲାନି ଯେମିତିକି ସେ ପୁରା ପଥର ହେଇଯାଇଛି l ତାକୁ କିଛି ଶୁଣା ଯାଉନି l କ୍ରିଷ୍ଣା ଆଖିରେ ଲୁହର ଧାର ତାର ଗାଲକୁ ଛୁଇଁ ବୋହିବାକୁ ଲାଗିଲା ତା ଆଖିରେ ଲୁହ ଦେଖିବି ମୀରା ନିରବ l କ୍ରିଷ୍ଣା କିଛି ବୁଝିପାରୁନଥିଲା l ସେ ମୀରାର ନିରବତାକୁ ଆଉ ନ ସହି ପରି ତା ଦୁଇ ହାତର ଦୁଇ କଡ଼ରୁ ଧରି ଜୋର ରେ କହିବାକୁ ଲାଗିଲା -ମୀରା ମୁଁ ଜାଣିଛି ତୁମେ ବି ମୋତେ ବହୁତ ଭଲ ପାଅ l ତୁମ ଆଖିରେ ମୁଁ ମୋ ପ୍ରତି ଥିବା ଭଲପାଇବାକୁ ଦେଖିଛି l ବାପା ମୋର ବାହାଘର ନିତା ସହ ଠିକ କରିଦେଇଛନ୍ତି l କିନ୍ତୁ ମୁଁ ତୁମକୁ ଭଲ ପାଏ lକୁହ ମୀରା କଣ ତୁମେ ଚାହୁଁଛ ମୁଁ ଜୀବନ ଯାକ କଷ୍ଟ ପାଏ lକୁହ ମୀରା ତୁମେ ମୋତେ ଭଲ ପାଅ ବୋଲି l

ମୀରା ଜୋରରେ କ୍ରିଷ୍ଣାର ହାତକୁ ଛିଞ୍ଚାଡି ଦେଲା ଏବଂ ଜୋରସେ ଗୋଟେ ଚଟକଣୀ କ୍ରିଷ୍ଣା ର ଗାଲକୁ ମାରିଲା l ଆଉ କହିଲା - ସାନ ବାବୁ, ମୁଁ ଆପଣଙ୍କୁ ଭଲ ପାଏନି l ବୁଝିପାରିଲେ ଆପଣ ମୁଁ ଆପଣକୁ ଭଲ ପାଏନି...

କ୍ରିଷ୍ଣା, ମୀରାର କଥାକୁ ବିଶ୍ୱାସ କରିପାରୁନଥିଲା l ସେ ସେଇ ଚଟାଣରେ ଆଣ୍ଠୁ ମାଡି ବସିଗଲା l ଆଉ ଜୋର ଜୋରରେ କାନ୍ଦିବାକୁ ଲାଗିଲା l ମୀରା ସେଠାରୁ ମୁହଁ ବୁଲେଇ ଚାଲିଗଲା l


....କ୍ରମଶଃ.....


Rate this content
Log in

Similar oriya story from Drama