Debaki Behera

Drama Romance Fantasy

3  

Debaki Behera

Drama Romance Fantasy

ମୀରା ଭାଗ -୧୦

ମୀରା ଭାଗ -୧୦

10 mins
225



କ୍ରିଷ୍ଣା ମନରେ ହଜାରେ ପ୍ରଶ୍ନ ଘର କରି ରହିଥାଏ l ହେଲେ କ୍ରିଷ୍ଣା ନିଜ ମନର କଥା ମୀରା କି ନିତା କୁ କହି ଚିନ୍ତିତ କରିବାକୁ ଚାହୁଁନଥିଲା l ରାତି ପାହିଲେ କ୍ରିଷ୍ଣା ର ଜନ୍ମଦିନ l ତେଣୁ ସୁନିତା ଓ ନିତା ଦୁହେଁ ଜିଦ୍ଦି କରି ମୀରାକୁ ସେଇଠାରେ ହିଁ ରହିବାକୁ କହିଲେ l ମୀରା ସେମାନଙ୍କ କଥା ବି କାଟି ପାରିଲାନି l ସମସ୍ତେ ରାତିରେ ଡାଇନିଂ ରେ ବସି ଏକା ସାଙ୍ଗରେ ଡିନର କଲେ l ତାଙ୍କ ସହ ରାମନାରାୟଣ ବାବୁ ମଧ୍ୟ l ସେ ବହୁତ ଖୁସି ମନରେ ଖାଇବା ଖାଉଥିଲେ l ସୁନିତା ଦେବୀ ମଧ୍ୟ ଟିକେ ଚକିତ ଥିଲେ ତାଙ୍କୁ ଏପରି ଶାନ୍ତ ଦେଖି l ସେ ମନେ କିଛି ଝଡ଼ ର ସନ୍ଦେହ କରୁଥିଲେ l କାରଣ ସେ ତାଙ୍କ ସ୍ୱାମୀ କୁ ବହୁତ ଭଲ ସେ ଜାଣିଥିଲେ l ସମସ୍ତେ ଖାଇ ସାରି ଉଠିଲେ l ରାମନାରାୟଣ ବାବୁ ଡାଇନିଂ ରୁ ଉଠି ହାତ ଧୋଇ ହେଇ ଫୋନ ରେ କାହା ସହ କଥା ହେଇ ହେଇ ଟିକେ ବାହାର ଆଡେ ଚାଲିଗଲେ l ନିତା ଓ କ୍ରିଷ୍ଣା ନିଜ ନିଜ ରୁମକୁ l ବାକି ରହିଗଲେ ତ କେବଳ ମୀରା ଆଉ ସୁନିତା l ମୀରା, ସୁନିତା ଦେବୀ ଙ୍କ ସହ ମିଶି ରୋଷେଇ ଘର ସଫାସୁତୁର ଓ ବାସନ ମଜା ରେ ସାହାର୍ଯ୍ୟ କଲା l ଆଉ ଟିକେ ଚିନ୍ତିତ ଦେଖାଗଲା l ସୁନିତା ଦେବୀ ମୀରା ର ମୁହଁକୁ ଚାହିଁଲେ ଆଉ ପଚାରିଲେ - କଣ ହେଲା ମୀରା, ଏତେ ଚିନ୍ତିତ କାହିଁକି?

ମୀରା - ମା ମୁଁ ଏଇ ହଲ ରେ ଶୋଇଯିବି କି ଆପଣ ଯଦି ହଁ କହିବେ?

ଠିକ ଏଇ ସମୟରେ ପଛରୁ ଆବାଜ ଆସିଲା l ହଲ ରେ କାହିଁକି ଶୋଇବ ମୋ ରୁମ ଅଛି ନା ସାଙ୍ଗ ହେଇ ଶୋଇବା l ମୀରା ଓ ସୁନିତା ଦୁହେଁ ପଛକୁ ଚାହିଁଲେ l ପଛରେ ନିତା ଛିଡା ହୋଇଥିଲା l ସେ ମୀରା ପାଖକୁ ଆସିଲା ଆଉ ତା ଦୁଇ କାନ୍ଧରେ ହାତ ଦେଇ କହିଲା - ହଁ ମୀରା, ଚାଲ ନା ମୋ ରୁମରେ ଶୋଇବ l ବହୁତ ମଜା ହେବ l ରାତି ପାହିଲେ ସେ ଷ୍ଟୁପିଡ଼ ର ଜନ୍ମଦିନ l ତା ପାଇଁ କିଛି ପ୍ଲାନ କରିବାକୁ ପଡିବ ଯେଉଁଥିରେ କି ମୋତେ ତୁମର ସାହାର୍ଯ୍ୟ ଦରକାର l

ମୀରା କିଛି କହିବା ଆଗରୁ ସୁନିତା ଦେବୀ କହିଲେ - ହଁ ନିତା, ମୀରା ତୋରି ରୁମ ରେ ହିଁ ଶୋଇବ l ଏବେ ତୁମେ ଦୁହେଁ ଶୋଇବାକୁ ଯାଅ ମୁଁ ଆଉ କିଛି ଟିକେ କାମ ଅଛି ସାରିକି ଶୋଇବାକୁ ଯିବି l

ମୀରା ଓ ନିତା ଦୁହେଁ ସେଠାରୁ ଚାଲି ଆସିଲେ l ମୀରା ବାହାରେ କାହାର ଶବ୍ଦ ଶୁଣି ନିତା କୁ କହିଲା - ତୁମେ ରୁମକୁ ଯାଅ ମୁଁ ଆସୁଛି l

ନିତା ତା ରୁମକୁ ଚାଲିଗଲା l ମୀରା ବାହାରକୁ ଗଲା ଯେଉଁଠାରେ କି ସେ କିଛି ଏମିତି ଦେଖିଲା ତା ହୋସ ଉଡେଇବାକୁ ଯଥେଷ୍ଟ ଥିଲା l ସେ ଉଦାସ ମନରେ ନିତା ରୁମକୁ ଚାଲି ଆସିଲା l ଯେଉଁଠି ନିତା ନ ଶୋଇ ତାର ଅପେକ୍ଷା କରୁଥିଲା l ମୀରା ଯେମିତି ରୁମ କୁ ଆସିଲା ନିତା ବେଡ଼ ରୁ ଉଠିପଡ଼ିଲା ଆଉ ମୀରା ର ହାତ ଧରି ତାକୁ ବେଡ଼ ରେ ବସେଇଦେଲା l ତାକୁ ଅପଲକ ନୟନ ରେ ଚାହିଁ ରହିଲା କିଛି କ୍ଷଣ ପାଇଁ ପୁଣି କହିଲା - ମୀରା, ତୁମେ କ୍ରିଷ୍ଣା କୁ ଭଲ ପାଉନ?

ମୀରା ହଠାତ ଏ ପ୍ରଶ୍ନ ଶୁଣି ଚମକି ପଡିଲା ଆଉ କହିଲା - ନାଇଁ, ଏମିତି କିଛି ନାହିଁ l ତୁମେ ଯାହା ଭାବୁଛ ସେମିତି କିଛି ନାହିଁ l

ନିତା - ମୁଁ ବି ଗୋଟେ ଝିଅ l ତୁମ ଚେହେରା ରୁ ସ୍ପଷ୍ଟ ଜଣା ପଡୁଛି ଯେ ତୁମେ ତାକୁ କେତେ ଭଲ ପାଉଛ କିନ୍ତୁ ନିଜେ ନିଜର ମନର କଥାକୁ ବୁଝିବାକୁ ଚାହୁଁନ l

ମୀରା କିଛି କ୍ଷଣ ଚୁପ ରହିଲା ପରେ କହିଲା - ମୁଁ ଜାଣିନି ମୁଁ ତାଙ୍କୁ ଭଲ ପାଏ କି ନାହିଁ ହଁ ଏତିକି ଜାଣିଛି ଯେତେବେଳେ ସେ ମୋ ପାଖରେ ଥାନ୍ତି ମୋତେ ବହୁତ ଖୁସି ଲାଗେ l ଆଉ ସେ ଟିକେ ଦୁରେଇ ଗଲେ କଷ୍ଟ l

ଏହାକୁ ହିଁ ତ ଲଭ କୁହନ୍ତି l କ'ଣ ସତରେ ୟାକୁ ଲଭ କହନ୍ତି?

ହଁ ମୀରା, ୟୁ ଆର ଇନ ଲଭ... ୟୁ ଆର ଇନ ଲଭ ମୀରା l (ମୀରା ମୁହଁରେ ହସରେ ଏକ ଧାର ଖେଳି ଗଲା ଆଉ  ଟିକେ ଲାଜେଇ ବି ଗଲା l ତା ଚେହେରା ରୁ ସ୍ପଷ୍ଟ ଜଣା ପଡୁଥିଲା ଯେମିତି କି ନିତା କହିଲା l) ତା ଲାଜ ଦେଖି ନିତା କହିଲା - ଓୟେ ହୋଏ.. କି ଲାଜ ମ l ସତରେ ମୀରା ମୁଁ ବହୁତ ଖୁସି ତୁମ ଦୁଇଜଣକ ପାଇଁ l ଏବେ ଫଟାଫଟ କ୍ରିଷ୍ଣା କୁ ନିଜ ହୃଦୟ ର କଥା କହିଦିଅ l ତାକୁ ଆଉ କଷ୍ଟ ଦିଅନି l

ହଁ ସମୟ ଆସୁ କହିବି - ମୀରା କହିଲା l

ଆରେ ସମୟ କ'ଣ ମ କାଲି କେତେବଡ ଦିନଟିଏ,ତୁମେ ତାକୁ ଭଲପାଉଛ ବୋଲି କାଲି ହିଁ କହିଦିଅ l ତା ଜନ୍ମଦିନ ରେ ଏହା ଠାରୁ ଅଧିକ ବଡ଼ ଉପହାର କଣ ବା ହେଇପାରିବ?- ନିତା କହିଲା l

ମୀରା ସବୁ ଶୁଣିଲା କିନ୍ତୁ କିଛି କହିଲାନି l ନିତା କୁ ଖୁସି ରେ ଆଖିରେ ନିଦ ନାହିଁ l କେମିତି କାଲି କ୍ରିଷ୍ଣା କୁ ଏଇ ଖୁସି ଖବର ଟି ଜଣେଇବ ସେଇ କଥା ଭାବୁଥାଏ l ଏମିତି ଭାବୁ ଭାବୁ ତାକୁ ନିଦ ହୋଇଗଲା l ମୀରା ର ଆଖିକୁ କିନ୍ତୁ ନିଦ ନ ଥାଏ l କିଛି ଚିନ୍ତା ପାଇଁ ଆଉ କିଛି କ୍ରିଷ୍ଣା ର ଜନ୍ମଦିନ ପାଇଁ l

ରାତି ବାରଟା ବାଜିବାକୁ ପାଞ୍ଚ ମିନଟ ଥାଏ l ନିତାର ଫୋନ ବାଜି ଉଠିଲା l ସେ ଆଲାର୍ମ ଶୁଣି ଧଡ଼ମ କରି ଉଠିବସିଲା l ମୀରା ଏ ଯାଏଁ ଶୋଇନଥିଲା l ନିତାକୁ ଏମିତି ହଠାତ ଉଠିବସି ପଡ଼ିବାର ଦେଖି ସେ ଛାନିଆ ହୋଇଗଲା l ମୀରା କହିଲା - କଣ ହେଲା ନିତା ?

ନିତା - ଆରେ କ୍ରିଷ୍ଣା କୁ ଅଭିନନ୍ଦନ ଦେବାନି କି? ମୁଁ ତା ପାଇଁ କିଛି ସରପ୍ରାଇଜ ପ୍ଲାନ କରିଛି l

ନିତା ବେଡ଼ ରୁ ଉଠିଲା ଆଉ ମୀରା ର ହାତକୁ ବି ଧରି ଡାକିଲା l ଦୁହେଁ ରୁମରୁ ବାହାରିଲେ ଆଉ କ୍ରିଷ୍ଣା ରୁମ ଆଡକୁ ଚାଲିଲେ l ନିତା କ୍ରିଷ୍ଣା ରୁମ ର କବାଟ ଖୋଲିଲା l ମୀରା କୁ ଟିକେ ଅଜବ ଲାଗୁଥିଲା ସେ ମନେ ମନେ କିଛି ଅଘଟଣ ନା ହେଉ ବୋଲି ଚାହୁଁଥିଲା l ନିତା ଓ ମୀରା ଦୁହେଁ କ୍ରିଷ୍ଣା ର ରୁମ ଭିତରକୁ ଆସିଲେ l ନିତା ରୁମର ଲାଇଟ ଜଳେଇଲା ଆଉ ମୀରା କୁ ସେଠାରେ ଛିଡା କରିଦେଇ କିଛି ନ କହି ସେଠାରୁ ଚାଲିଗଲା l ମୀରା ଏଥରକ କିନ୍ତୁ ବହୁତ ଡରିଗଲା l ଏ ନିତା କ'ଣ କରିବାକୁ ଯାଉଛି ମନେ ମନେ ଭାବୁଥିଲା l ନିତା ବାହାରକୁ ଆସି କ୍ରିଷ୍ଣା କୁ ଫୋନ କଲା l ଥରେ ଫୋନ ବାଜିକି କଟିଗଲା l ନିତା ପୁଣି ଥରେ ଫୋନ କଲା ଆଉ ଏଥର କ୍ରିଷ୍ଣା ନିଦ ବାଉଳାରେ ହିଁ ଫୋନ ଉଠେଇଲା ଆଉ ହାଲୋ କହିଲା l ନିତା ତାକୁ କହିଲା "କି କ୍ରିଷ୍ଣା, ମୁଁ ନିତା, ତୁ ଶୀଘ୍ର ଉଠେ ମୀରା କୁ ତୋ ବାପା ଘରୁ ବାହାର କରିଦେଇଛନ୍ତି l" କ୍ରିଷ୍ଣା ଯେମିତି ହିଁ ଏ କଥା ଶୁଣିଛି ତା ନିଦ ସାଙ୍ଗେ ସାଙ୍ଗେ ଭାଙ୍ଗିଗଲା l ସେ ଫଟାଫଟ ବେଡ଼ ରେ ଉଠିକି ବସିଲା l ତା ମୁହଁ ଦେଖିବା ର ଯୋଗ୍ୟ ଥିଲା l ସେ ଯେମିତି ହିଁ ଉଠିଲା ତାର ନଜର ସାମ୍ନାରେ ଛିଡା ହୋଇଥିବା ମୀରା ଉପରକୁ ଗଲା l ମୀରା କିଛି ବି ବୁଝିପାରୁନଥିଲା l କ୍ରିଷ୍ଣା, ମୀରାକୁ ତା ଆଖି ଆଗରେ ଦେଖି ଯେମିତି ହିଁ ଜୀବନ ଫେରି ପାଇଲା l ସେ ସାଙ୍ଗେ ସାଙ୍ଗେ ବେଡ଼ରୁ ଉଠି ମୀରାକୁ କୁଣ୍ଢେଇ ପକେଇଲା l ମୀରା କିଛି ବି ବୁଝିପାରୁନଥିଲା l କ୍ରିଷ୍ଣା ଏପରି କାହିଁକି ହେଲା ସେ ଭାବି ବି ପାରୁନଥିଲା l କ୍ରିଷ୍ଣା ମୀରାକୁ କହିଲା - ମୀରା ତୁମେ ଠିକ ଅଛ ତ? ମୀରା କିଛି କହିବାକୁ ଯାଉଥିଲା କି ନିତା ରୁମର ଭିତରକୁ ପଶୁ ପଶୁ କହିଲା " ହାପି ବର୍ଥଡେ ଟୁ ୟୁ.... ହାପି ବର୍ଥଡେ ଟୁ ୟୁ କ୍ରିଷ୍ଣା.... ହାପି ବର୍ଥ ଡେ ଟୁ ୟୁ..... " l କ୍ରିଷ୍ଣା, ମୀରାକୁ ନିଜ ବାହୁ ବନ୍ଧନରୁ ମୁକ୍ତ କରୁ କରୁ କହିଲା - ନିତା କି ବଚ୍ଚି l ତ ତୁ ମୋ ସହ ମଜାକ କରୁଥିଲୁ ରହ ଦଉଛି ତୋତେ l ନିତା ହାତରେ ଏକ ବଡ଼ କେକ ଥିଲା l ସେ ଟିକେ ପଛକୁ ଘୁଂଚି ଯାଇ କହିଲା - ରହ, ରହ ତୁ.... ମୋତେ ମାରିବୁ ତ ଏ ପୁରା କେକ ଟା ତୋ ମୁହଁରେ ମାରିଦେବି l ଭଲ ଯୁଗ ହେଲା କାହା ପାଇଁ ଏତେ କିଛି କର ଆଉ ଥାଙ୍କସ୍ ବଦଳରେ ମାଡ଼ ଖାଅ l

କ୍ରିଷ୍ଣା ରହିଗଲା ଆଉ କହିଲା - କ'ଣ ଭଲ କଲୁ ତୁ ମୁଁ ଟିକେ ଶୁଣେ l ଏମିତି ରାତି ଅଧରେ ଜଣକୁ ମିଛ କହି ନିଦରୁ ଉଠେଇକି l

ନିତା, କ୍ରିଷ୍ଣା ର କାନରେ ଆସି କହିଲା "ଆରେ ଆଜି ତୋର ଜନ୍ମଦିନ l ମୀରା ଠାରୁ ଆଉ କିଛି ସୁନ୍ଦର ଉପହାର ମୋ ପାଖରେ ତୋତେ ଦେବାକୁ ନାହିଁ l ତୁ କଣ ତାକୁ ଏଠାରେ ଦେଖି ଖୁସି ନୁହଁ l"

କ୍ରିଷ୍ଣା ଟିକେ ନରମି ଯାଇ ହସିଦେଲା ଆଉ କହିଲା - ବହୁତ ଖୁସି l ଥାଙ୍କସ୍ ନିତା l

ମୀରା ଏବେ ବି ଅବାକ ହେଇକି ସେ ଦୁହିଁଙ୍କୁ ଦେଖି ଚାଲିଥିଲା l ସେ ବହୁତ ସରଳ ଥିଲା l ନିତା, ମୀରାର ପାଖକୁ ଆସିଲା ଆଉ ତାକୁ ନିଜ କାନ୍ଧରେ ଟିକେ ଧକ୍କା ମାରି କହିଲା - ଆରେ ମୀରା, କ୍ରିଷ୍ଣା କୁ ଜନ୍ମଦିନ ର ଶୁଭେଚ୍ଛା ଜଣେଇବନି କି?

ମୀରା, କ୍ରିଷ୍ଣା ଆଡକୁ ଚାହିଁଲା ଆଉ କହିଲା - ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ସାନ ବାବୁ l ସବୁ ବେଳେ ଏମିତି ଖୁସିରେ ରୁହ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି l

କ୍ରିଷ୍ଣା ସତରେ ବହୁତ ଖୁସି ଥିଲା l ଜନ୍ମଦିନ ର ଶୁଭାରମ୍ଭ ମୀରା ର ମୁହଁ ଦେଖି ହୋଇଥିଲା ଯାହାକୁ କି ସେ ଏତେ ଭଲ ପାଏ l ତାର ଅଧିକା ଆଉ କଣ ଦରକାର l ତଥାପି ସେ ମୀରାକୁ କହିଲା - ମୋ ଜନ୍ମଦିନ ର ଉପହାର କାଇଁ l

ମୀରା, ନିତାକୁ ଚାହିଁଲା ଆଉ ହସିଦେଲା l ଆଉ ଥରେ କ୍ରିଷ୍ଣା ର ମୁହଁକୁ ଚାହିଁଲା ଆଉ କହିଲା - ଆଜି ରାତିରେ ନିଶ୍ଚୟ ତୁମକୁ ତୁମ ଜନ୍ମଦିନ ର ଉପହାର ମିଳିଯିବ l (ମୀରା ମନରେ କ୍ରିଷ୍ଣା କୁ ନିଜ ମନର କଥା କହିବାକୁ ନିସ୍ପତି ନେଇ ସାରିଥିଲା )

କ୍ରିଷ୍ଣା ମୁହଁରେ ମୀରାର କଥା ଶୁଣି ହସ ଖେଳିଗଲା l ତାପରେ ନିତା, କ୍ରିଷ୍ଣା ପାଇଁ ଆଣିଥିବା କେକଟି ଦେଲା l କ୍ରିଷ୍ଣା କେକ କାଟିଲା ଆଉ ପ୍ରଥମେ ମୀରାକୁ ଖୁଆଇଲା l ମୀରା ମଧ୍ୟ ବହୁତ ଖୁସି ଥିଲା l ତାକୁ କେହି କେବେ ଏତେ ଭଲ ପାଇବା ଦେଇନଥିଲେ l ଏ ସବୁ ସମ୍ଭବ କେବଳ ନିତା ପାଇଁ ହୋଇପାରିଥିଲା ତେଣୁ ସେ ତାକୁ ମନେ ମନେ ହୃଦୟରୁ ଧନ୍ୟବାଦ ଜଣାଉଥିଲା l

ତିନିହେଁ କେକ କଟା ପରେ ଶୋଉବାକୁ ଚାଲିଗଲେ l ତହିଁ ଆରଦିନ ସକାଳୁ ଘରେ ବହୁତ ଘୋ ଘା ଥିଲା l କ୍ରିଷ୍ଣା ର ଜନ୍ମଦିନ ପାଇଁ ସଜ୍ଜା ସାଜି ହେଉଥିଲା l ମୀରା ସକାଳୁ ଉଠି ସୁନିତା ଦେବୀ ସହ ରୋଷେଇ ଘର କାମରେ ତାଙ୍କୁ ସାହାର୍ଯ୍ୟ କରୁଥିଲା l ରାମନାରାୟଣ ବାବୁ ଡେକୋରେସନ କାମ ବୁଲି ବୁଲି ଦେଖୁଥିଲେ l କ୍ରିଷ୍ଣା ମଧ୍ୟ କିଛି ସାଙ୍ଗ ସାଥୀଙ୍କୁ ଆଣିବା ପାଇଁ ବାହାରକୁ ଚାଲିଗଲା l ନିତା ଅନ୍ୟ କିଛି କାମରେ ବ୍ୟସ୍ତ ଥିଲା l ଏହିପରି ଭାବରେ ବ୍ୟସ୍ତତା ଭିତରେ ଦିନଟି ପାହିଗଲା l ସକାଳ ଯାଇ ସନ୍ଧ୍ୟା ହେଲା l ନିତା, କ୍ରିଷ୍ଣା ଦୁହେଁ ସନ୍ଧ୍ୟା ବେଳେ ହେବାକୁ ଥିବା ପାର୍ଟି ପାଇଁ ପ୍ରସ୍ତୁତ ହେବାକୁ ଚାଲିଗଲେ l ମୀରା ମଧ୍ୟ ନିତା ସହ ଥିଲା l ମୀରା ସନ୍ଧ୍ୟା ର ପାର୍ଟି ରେ କ'ଣ ପିନ୍ଧିବ କିଛି ଭାବିପାରୁନଥିଲା l ସେ ବେଡ଼ ରେ ଚୁପଚାପ ହୋଇ ବସିକି ଭାବୁଥିଲା କି ନିତା ତା ପାଖକୁ ଆସିଲା l ସିଏ ନିଜ ହାତରେ ପଛପଟେ କିଛି ଲୁଚେଇ କି ଧରିଥିଲା l ମୀରା କୁ ପଚାରିଲା - କଣ ଭାବୁଛ ମୀରା?

ମୀରା - ନାହିଁ କିଛି ନୁହେଁ ପାର୍ଟି ରେ କ'ଣ ପିନ୍ଧିବି ସେଇୟା ହିଁ ଭାବୁଥିଲି l

ନିତା ଏକ ସୁନ୍ଦର ଡ୍ରେସ ଟି ମୀରା ଆଗକୁ ବଢ଼େଇ ଦେଇ କହିଲା ଏଇଟା ପିନ୍ଧିବ l ମୀରା ଡ୍ରେସ ଟିକୁ ଚାହିଁଲା l ବହୁତ ସୁନ୍ଦର ଲେହେଙ୍ଗାଟା ଥିଲା l ନିତା ଯାହାକୁ ସପିଙ୍ଗ ସମୟରେ ମୀରା ପାଇଁ କିଣିଥିଲା l ମୀରା ଡ୍ରେସ କୁ ଦେଖି କହିଲା - ନାଇଁ ମୁଁ ଏଇଟା ପିନ୍ଧିପାରିବିନି l ବହୁତ ସୁନ୍ଦର ହେଇଛି ଏଇଟା ତୁମକୁ ଭଲ ମାନିବ ତୁମେ ହିଁ ପିନ୍ଧ l

ନିତା - ଆରେ ମୀରା, ଏଇଟା ମୁଁ ତୁମ ପାଇଁ ହିଁ କିଣିଛି l ସେଦିନ ସପିଙ୍ଗ କଲାବେଳେ ତୁମେ ଅନ୍ୟମନସ୍କ ଥିଲା l ନିଜ ପାଇଁ କିଛି ବି କିଣି ନଥିଲ l ତେଣୁ ମୁଁ ଏଇଟା କିଣି ନେଇଆସିଲି l ପ୍ଲିଜ଼ ମୀରା ପିନ୍ଧ ନା ଏଇଟା ବହୁତ ସୁନ୍ଦର ଦିଶିବ ତୁମେ l ପ୍ଲିଜ଼ ମୀରା ପ୍ଲିଜ଼ l

ମୀରା, ନିତାର ଅନୁରୋଧ କୁ କାଟି ପାରିଲା ନାହିଁ l ଆଉ ଡ୍ରେସ ଟିକୁ ପିନ୍ଧିଲା l ସତ କହିବାକୁ ଗଲେ ମୀରା ସେହି ଡ୍ରେସ ରେ ପୁରା ସ୍ୱର୍ଗ ର ଅପସରୀ ଭଳି ଦିଶିଥିଲା l ନିତା, ମୀରାର କେଶ କୁ ସୁନ୍ଦର ଭାବରେ ସଜେଇକି ବାନ୍ଧିଦେଲା ଆଉ ନିଜେ ମଧ୍ୟ ପ୍ରସ୍ତୁତ ହୋଇଗଲା l ପାର୍ଟି ଆରମ୍ଭ ହୋଇସାରିଥିଲା l ଏକ ବଡ଼ ଧରଣର ଷ୍ଟେଜ ତିଆରି ହୋଇଥିଲା l ଏକ ବଡ଼ ତିନି ଥାକ ଵାଲା ସୁନ୍ଦର କେକ ଟି ଷ୍ଟେଜ ପାଖରେ ଥୁଆ ହୋଇଥିଲା l ଗେଷ୍ଟ ଧୀରେ ଧୀରେ ଆସିବା ଆରମ୍ଭ କରିଦେଇଥିଲେ l କ୍ରିଷ୍ଣା ଗେଷ୍ଟଙ୍କ ମଝିରେ ଏଣେ ତେଣେ ବୁଲି ସମସ୍ତି ଙ୍କ ସହ ମିଶୁଥିଲା l ସମସ୍ତେ ତାକୁ ଜନ୍ମଦିନର ଶୁଭେଚ୍ଛା ଜଣାଉଥିଲେ l କ୍ରିଷ୍ଣା ସେଇ ସବୁ ଲୋକଙ୍କ ଭିଡରେ କାହାକୁ ଗୋଟେ ଖୋଜୁଥିଲା l ତା ନଜର ବାରମ୍ବାର ଏଣେ ତେଣେ ଘୁରି ବୁଲୁଥିଲା l କିଛି ସମୟ ପରେ ନିତା ତା ନିକଟରେ ପହଁଚିଲା l ନିତା ମଧ୍ୟ ଆଜି ବହୁତ ସୁନ୍ଦର ଦେଖାଯାଉଥିଲା l ସେ ଆଜି ପ୍ରଥମ ଥର ପାଇଁ ଟ୍ରଡୀସନାଲ ଡ୍ରେସ ପିନ୍ଧିଥିଲା l କ୍ରିଷ୍ଣା ତାକୁ ଦେଖି ତା ନିକଟକୁ ଆସିଲା ଆଉ ମୀରା ବିଷୟରେ ପଚାରିଲା l ନିତା ଟିକେ ହସିଦେଇ କ୍ରିଷ୍ଣା ର ପଛପଟକୁ ଇସାରା କଲା l ପଛରେ ମୀରା ଆସୁଥିଲା l ସେ ଏତେ ସୁନ୍ଦର ଦିଶୁଥିଲା କି କ୍ରିଷ୍ଣା କଣ ପାର୍ଟି କୁ ଆସିଥିବା ସମସ୍ତଙ୍କ ନଜର ଆପକୁ ଆପେ ତାରି ଆଡକୁ ଚାଲିଗଲା l ଆଉ ସମସ୍ତଙ୍କ ଓଠରେ ଗୋଟିଏ କଥା " ୱାଓ, କି ସୁନ୍ଦର ଏ ଝିଅଟି " l କ୍ରିଷ୍ଣାର ଓଠରୁ ମଧ୍ୟ ଭିନ୍ନ ଏକ କଥା ବାହାରି ଆସିଲା " ମୁଁ ସ୍ବପ୍ନ ଦେଖୁନି ତ, ସ୍ୱର୍ଗ ର ଅପସରି ମର୍ତ୍ୟ ପୁରୀ ରେ ବିରାଜମାନ l" ଏତକ ଶୁଣି ମୀରା ଟିକେ ଲାଜେଇଗଲା l ତାକୁ ଏମିତି ଲାଜେଇଯିବାର ଦେଖି କ୍ରିଷ୍ଣା ତା ପାଖକୁ ଆସିଲା l ତା ସମ୍ମୁଖ କୁ ଯାଇ ତା ମୁହଁକୁ ଉପରକୁ ଉଠାଇଲା l ତା ଆଖିରୁ ଟିକେ କଜ୍ବଳ ନେଇ ତା କାନ ପଛପାଖେ ଲଗେଇଦେଲା l ଆଉ କହିଲା ଏବେ ଠିକ ଅଛି ଏ ସୁନ୍ଦର ମୁହଁକୁ ଆଉ କାହାର ନଜର ଲାଗିବନି l ମୀରା ର ହୃଦୟ ଜୋର ଜୋର ରେ ଧକ୍ ଧକ୍ କରୁଥିଲା l ମୀରା ନିଜ ମନର ଭାବ କୁ ଆୟତ୍ତ କରିପାରୁନଥିଲା l ତେଣୁ ସେ କ୍ରିଷ୍ଣା କୁ ନିଜ ମନର କଥା କହିବାକୁ ଭାବିଲା l କ୍ରିଷ୍ଣା ଗୋଟେ ଛୋଟ ପିଲାଭଳି ମୀରାକୁ ପଚାରିଲା - ମୋ ଜନ୍ମଦିନ ର ଉପହାର କାଇଁ? କହିଥିଲ ରାତିରେ ଦେବ ବୋଲି l

ମୀରା, କ୍ରିଷ୍ଣା କୁ ଯେମିତି ହିଁ କିଛି କହିବାକୁ ବାହାରିଛି ମାଇକର ଶବ୍ଦ ରେ ମୀରା ଓ କ୍ରିଷ୍ଣା ସେ ଦିଗକୁ ଚାହିଁବାକୁ ଲାଗିଲେ l ରାମନାରାୟଣ ବାବୁ ମାଇକ ଧରି କିଛି କହିବାକୁ ଯାଉଥିଲେ l ସେ ମାଇକ ରେ କ୍ରିଷ୍ଣା, ମୀରା ଓ ନିତା ତିନିଜଣକୁ ଷ୍ଟେଜ କୁ ଡାକିଲେ l କ୍ରିଷ୍ଣା ଓ ନିତା ଷ୍ଟେଜ କୁ ଯିବାକୁ ବାହାରିଲେ l ମୀରା ଷ୍ଟେଜ କୁ ଯିବାକୁ ଚାହୁଁ ନଥିଲା l କିନ୍ତୁ କ୍ରିଷ୍ଣା ଯାଉଥିବା ସମୟରେ ତା ହାତକୁ ଧରି ଟାଣିକି ଧରିଥିଲା l ତା ହାତର ମୁଠା ଏତେ ଶକ୍ତ ଥିଲା କି ମୀରା ଛଡେଇପାରିଲାନି ଆଉ କ୍ରିଷ୍ଣା ର ପଛପଛେ ଚାଲିଲା l ଷ୍ଟେଜ ନିକଟ ହେଇ ଆସିବାରୁ କ୍ରିଷ୍ଣା, ମୀରାର ହାତ ଛାଡିଦେଲା ଆଉ ଷ୍ଟେଜ ଉପରକୁ ଉଠିଗଲା l ତା ପଛକୁ ନିତା ଓ ଶେଷରେ ମୀରା l କ୍ରିଷ୍ଣା ଯାଇ ସୁନିତା ଦେବୀ ଓ ରାମନାରାୟଣ ବାବୁଙ୍କ ମଝିରେ ଛିଡା ହୋଇଗଲା l ନିତା, ରାମନାରାୟଣ ବାବୁଙ୍କ କଡରେ ଆଉ ମୀରା ସୁନିତା ଦେବୀଙ୍କ କଡରେ l ରାମନାରାୟଣ ବାବୁ ଏବେ ମାଇକ ରେ କହିବାକୁ ଲାଗିଲେ - ଆଜି ମୁଁ ବହୁତ ଖୁସି l ଆଜି ଏତେ ବର୍ଷ ପରେ ମୋ ପୁଅ ମୋ ସାଙ୍ଗରେ ଅଛି l ଆଜିର ଜନ୍ମଦିନରେ ମୁଁ ତାକୁ କହିବାକୁ ଚାହୁଁଛି କି ମୁଁ ତାକୁ ବହୁତ ଭଲ ପାଏ l ଆଉ ତାର ମଙ୍ଗଳ ହିଁ ସବୁବେଳେ ଚିନ୍ତା କରେ l ତେଣୁ ତାକୁ ଆଜି ମୁଁ ଏକ ମୂଲ୍ୟବାନ ଉପହାର ଦେବାକୁ ଯାଉଛି l ପ୍ରଥମେ କେକ କାଟିବାକୁ ରାମନାରାୟଣ ବାବୁ କ୍ରିଷ୍ଣା କୁ କହିଲେ l କ୍ରିଷ୍ଣା ଆଜି ବହୁତ ଖୁସି ଥିଲା l ସେ ଖୁସି ମନରେ କେକ କାଟିଲା ଆଉ ପ୍ରଥମ ପିସ୍ ଟି ତା ବାପାକୁ ଆଉ ଅନ୍ୟ ପିସ୍ ଟି ମା କୁ ଖୁଆଇଲା l ତାପରେ ଅନ୍ୟ ଏକ ପିସ୍ ଟି ନିତା କୁ ଖୁଆଇ ଯେମିତି ମୀରା ଆଡକୁ ବଢିଛି ରାମନାରାୟଣ ବାବୁ ଅନନଉନ୍ସ କରି କହିଲେ - ବନ୍ଧୁଗଣ ଆଜିର ଏଇ ଖୁସିର ଅବସର ରେ ମୁଁ ଆଉ ଗୋଟିଏ ଖୁସି ଖବର ଦେବାକୁ ଯାଉଛି l ମୁଁ ନିତା ଓ କ୍ରିଷ୍ଣା ର ବାହାଘର ଠିକ କରିଦେଇଛି l ଯେମିତି ହିଁ କ୍ରିଷ୍ଣା ଏଇ ଦୁଇପଦ କଥା ଶୁଣିଛି ତା ପାଦଟି ଆଗକୁ ଆଉ ବଢ଼ିଲାନି l ସେ ବୁଲିପଡ଼ି ତା ବାପାକୁ ଚାହିଁଲା l କେବଳ କ୍ରିଷ୍ଣା ନୁହେଁ ନିତା, ସୁନିତା ଓ ମୀରା ସମସ୍ତେ ନିଜ କାନ ଉପରେ ବିଶ୍ୱାସ କରିପାରୁନଥିଲେ l ମୀରା ଓ କ୍ରିଷ୍ଣା ର ସ୍ବପ୍ନ ର ମହଲ ଯେମିତି କିଛି କ୍ଷଣ ମଧ୍ୟରେ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା l ସେ କିଛି କହିବା ପରିସ୍ଥିତି ରେ ନଥିଲା l ତା ମୁଣ୍ଡ କାମ କରୁନଥିଲା l ବାପାଙ୍କର ଏଭଳି ହଠାତ ନିଷ୍ପତି ଶୁଣି ସେ ଭିତରୁ ହିଁ ଭାଙ୍ଗି ଯାଇଥିଲା l ସେ ମୀରାକୁ ଚାହିଁଲା, ମୀରା ଆଖିରେ ଥିବା ଲୁହକୁ ସ୍ପଷ୍ଟ ଦେଖିପାରୁଥିଲା l କ'ଣ ବା କହିବ ତାକୁ l ସେ ସାହସ କରି ରାମନାରାୟଣ ବାବୁଙ୍କ ପାଖକୁ ଆସିଲା ଆଉ ଯେମିତି ହିଁ କିଛି କହିବାକୁ ଚାହିଁଲା, ରାମନାରାୟଣ ବାବୁ ତାକୁ ଚାହିଁଲେ ଆଉ ଅନ୍ୟ ଏକ ଅନନଉନ୍ସ କଲେ ଯାହାକୁ ଶୁଣି କ୍ରିଷ୍ଣା ଓ ମୀରା ର ହୋସ ଉଡ଼ିଗଲା l ସେ ଦୁହେଁ କେବଳ ପରସ୍ପରକୁ ଚାହିଁଲେ କିନ୍ତୁ କିଛି କହିବାର କ୍ଷମତା ତାଙ୍କ ପାଖରେ ନଥିଲା l


......କ୍ରମଶଃ......


Rate this content
Log in

Similar oriya story from Drama