Debaki Behera

Drama Romance Fantasy

3  

Debaki Behera

Drama Romance Fantasy

ମୀରା ଭାଗ - ୯

ମୀରା ଭାଗ - ୯

7 mins
179



କ୍ରିଷ୍ଣା ତା ହାତକୁ ଧରି ନିଜ ଆଡକୁ ଟାଣି ଆଣିଲା l ମୀରା କିଛି ବି କହି ନଥିଲା l କ୍ରିଷ୍ଣା ମୀରାକୁ କହିଲା - ଆରେ ତୁମେ କୁଆଡେ ଯାଉଛ? ମା ସହ ଦେଖା ନ କରିକି କୁଆଡେ ଯାଉଛ? ମୀରାର ହାତ ଏବେ ବି କ୍ରିଷ୍ଣାର ହାତ ମୁଠାରେ ଥିଲା l

ଏହି ସମୟରେ କବାଟ ପାଖରେ ଛିଡା ହୋଇ ରାମନାରାୟଣ ବାବୁ ସବୁ ଦେଖୁଥିଲେ l ମୀରା କିଛି କହିବା ଆଗରୁ ତା ନଜର ସାମ୍ନାରେ ଛିଡା ହୋଇଥିବା ରାମନାରାୟଣ ବାବୁଙ୍କ ଉପରେ ପଡିଲା l ମୀରା ସାଙ୍ଗେ ସାଙ୍ଗେ କ୍ରିଷ୍ଣା ହାତରୁ ନିଜ ହାତକୁ ଟାଣି କି ଛଡେଇ ଆଣିଲା l ରାମନାରାୟଣ ବାବୁ ସବୁ ଦେଖିଲେ କିନ୍ତୁ କାହାରିକୁ କିଛି ନ କହି ସେଠାରୁ ଚାଲିଗଲେ l ମୀରା ମନରେ ଭୟ ଦେଖା ଦେଇଥିଲା l ଏଇ କିଛିଦିନ ତଳେ ଏତେ ସବୁ ପାଲା ତାରି ପାଇଁ ହୋଇଥିଲା l ସେ ଆଉ କୌଣସି ପାଲା ଘରେ ଚାହୁଁ ନଥିଲା l

କ୍ରିଷ୍ଣା କିଛି ବୁଝିପାରୁନଥିଲା l ତା ବାପା ମୀରାକୁ କିଛି ନ କହି ଚାଲିଗଲେ l ତାକୁ ଟିକେ ଅଜବ ଲାଗିଲା l ହୁଏତ କୌଣସି ବ୍ୟସ୍ତତା ଭିତରେ ଥିବେ କି ତାଙ୍କୁ ସତରେ ଦେଖିନଥିବେ ଏହା ଭାବି କ୍ରିଷ୍ଣା ସେ ସବୁକୁ ମୁଣ୍ଡରୁ କାଢ଼ିଦେଲା l ମୀରା ଏପରି ଭୟଭୀତ ଥିବାର ଦେଖି କ୍ରିଷ୍ଣା କହିଲା - କଣ ହେଲା ମୀରା? କାଇଁ ଚିନ୍ତା କରୁଛ? ସାହସ ବାନ୍ଧିବା ଶିଖ l ଏମିତି ଡରି ଡରି ଚଳିଲେ ହେବନି l ମୀରା କିନ୍ତୁ ନିରବ ଥିଲା l ସେ କ୍ରିଷ୍ଣା କଥାରେ କିଛି ବି ପ୍ରତ୍ୟୁତର ଦେଲା ନାହିଁ l ନିତା କେତେବେଳୁ ଉଠିକି ସୋଫା ଉପରେ ବସି ଏ ସବୁ ଦେଖୁଥିଲା l ସେ ମୀରା ନିକଟକୁ ଆସିଲା ଆଉ ତାକୁ କୁଣ୍ଢେଇ ପକେଇ କହିବାକୁ ଲାଗିଲା - ହାଏ, ମୀରା l ତୁମକୁ ଦେଖିଲେ କାହିଁକି ଏମିତି ଲାଗୁଛି ତୁମ ସହ ମୋର ପୂର୍ବରୁ କିଛି ସମ୍ପର୍କ ଅଛି ବୋଧେ l ନିତା ର ସ୍ପର୍ଶରେ ମୀରା କୁ ମଧ୍ୟ ସେଇଭଳି ମନେ ହେଉଥିଲା l ମୀରା ଏବେ ଶାନ୍ତ ହୋଇଯାଇଥିଲା l ଦୁହିଁଙ୍କୁ ଏପରି ଅବସ୍ଥାରେ ଛିଡା ହୋଇଥିବାର ଦେଖି କ୍ରିଷ୍ଣା ଟିକେ ମଜାକ କରିବା ମୁଡ଼ କୁ ଆସିଗଲା ଆଉ କହିଲା - ଆରେ ମୁଁ ଭାସି ଗଲି ରେ l ମୋତେ ବି କିଏ ଏମିତି ହଗ୍ କରନ୍ତା କି? ଛାଡ଼ ମୋତେ କେଉଁଠୁ ନୂଆ ସାଙ୍ଗ ଗୋଟେ ଖୋଜିବାକୁ ପଡିବ l

ନିତା, ମୀରା ଠାରୁ ଟିକେ ଦୁରେଇ କି ଆସି ରାଗିକି କ୍ରିଷ୍ଣା ଆଡକୁ ଚାହିଁଲା ଆଉ କହିଲା - ରହ ଦଉଛି ରହ ତୋତେ l ଏତକ କହି ପାଖରେ ଥିବା ଏକ ତକିଆ କୁ ଧରି କ୍ରିଷ୍ଣା କୁ ମାରିବାକୁ ଗୋଡେଇ ଗଲା l ତତକ୍ଷଣାତ କ୍ରିଷ୍ଣା ସେଠାରୁ ଦୌଡ଼ିକି ସୋଫା ଚାରିପଟେ ବୁଲି ଆସି ମୀରା ର ପଛପଟେ ଛିଡା ହୋଇଗଲା ଆଉ କହିଲା - ମୀରା, ମୋତେ ବଞ୍ଚାଓ ଏ ଚଣ୍ଡୀ ଠାରୁ l ନହେଲେ ମୋତେ ମାରିପକେଇବ l ମୀରା ମୁହଁରେ ସ୍ମିତ ହାସ୍ୟ ର ଏକ ଲହରୀ ଖେଳିଗଲା l ସେ ବୁଝିସାରିଥିଲା ଯେ ନିତା କେବଳ କ୍ରିଷ୍ଣା ର ଜଣେ ଭଲ ବନ୍ଧୁ l ଏହା ଛଡା ଅଧିକ କିଛି ନୁହେଁ l

ନିତା ଓ କ୍ରିଷ୍ଣା ଛୋଟ ପିଲାଭଳି ଜଣେ ଅନ୍ୟ ଜଣକୁ ଚିଡ଼େଇବାକୁ ଲାଗିଲେ l ନିତା କହିଲା - ମାଙ୍କଡ଼, ମୁଁ ତୋର ଭଲ ପାଇଁ ଏଠିକୁ ଆସିଲି l ଆଉ ଦୁଇଦିନ ପରେ ତୋର ଜନ୍ମଦିନ l ତୋତେ ସରପ୍ରାଇଜ ଦେବାକୁ ଆସିଲି l କିନ୍ତୁ ତୁ ମୋତେ ହିଁ ସରପ୍ରାଇଜ କରିଦେଲୁ l

କ୍ରିଷ୍ଣା - ଓଃ ତୁ ନ ଆସିଥିଲେ ଯେମିତି ମୋ ଜନ୍ମଦିନ ପାଳନ ହୋଇନଥାନ୍ତା l

ନିତା - ଯା ବେ ମୁଁ କାଲି ହିଁ ପଳେଇବି l ତୁ ପାଳେ ତୋ ଜନ୍ମଦିନ l (ଏତକ କହି ନିତା ମିଛି ମିଛିକା ରୁଷି କି ସୋଫା ଉପରେ ବସିଗଲାl)

କ୍ରିଷ୍ଣା, ନିତା ର ପାଖକୁ ଆସିଲା ଆଉ ତା ପାଖରେ ବସି କହିଲା - କାଇଁ ଏତେ ଡ୍ରାମା କରୁଛୁ କହିଲୁ l ଡ୍ରାମେବାଜ l ଏତକ କହି ତା ଚୁଟିକୁ ଟିକେ ଝିଙ୍କି ଦେଲା l

ନିତା ମଧ୍ୟ ଛାଡିବା ପିଲା ନୁହେଁ ସେ ସୋଫାରେ ଉଠିକି ବସି ପଡି କ୍ରିଷ୍ଣା ର ଚୁଟିକୁ ଦୁଇ ହାତରେ ଟାଣି କି ଧରିଲା l ଦୁହେଁ ଏମିତି ମରାମରି ହେଉଥିବାର ଦୃଶ୍ୟକୁ ମୀରା ବହୁତ ଉପଭୋଗ କରୁଥିଲା l ଠିକ ଏହି ସମୟରେ ରାମନାରାୟଣ ବାବୁ ତାଙ୍କ ରୁମରୁ ବାହାରକୁ ଆସୁଥିଲେ l ସେ କ୍ରିଷ୍ଣା ଓ ନିତା କୁ ଏମିତି ଝଗଡା କରୁଥିବାର ଦେଖିଲେ ଆଉ ହସିଦେଇ ସେଠାରୁ ଚାଲିଗଲେ l ମୀରା, ନିତା ଓ କ୍ରିଷ୍ଣା ତିନିହେଁ ରାମନାରାୟଣ ବାବୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ l ଖାସ କରି କ୍ରିଷ୍ଣା l କାରଣ ରାମନାରାୟଣ ବାବୁଙ୍କୁ ଜୋର ରେ ପାଟି କରୁଥିବାର ଯଦି କିଏ ସାମ୍ନାରେ ପଡି ଯାଏ ତ ତାର ଚାକିରୀ ଛୁଟି ଭାବିନିଅ l କିନ୍ତୁ ତାଙ୍କୁ ଆଜି ଏମିତି ଶାନ୍ତ ଦେଖି କ୍ରିଷ୍ଣା ବହୁତ ଆଶ୍ଚର୍ଯ୍ୟ ଥିଲା l

ସୁନିତା ଦେବୀ ରୋଷେଇ ଘରୁ କାମ ସାରି ବାହାରକୁ ଆସିଲେ l ସର୍ବପ୍ରଥମେ ତାଙ୍କ ନଜର ମୀରା ଉପରକୁ ଗଲା l ସେ ମୀରାକୁ ଦେଖି ବହୁତ ଖୁସି ହୋଇଗଲେ ଆଉ କହିଲେ -ଆରେ ମୀରା, ତୁ କେତେବେଳେ ଆସିଲୁ? ଆଉ ପରୀକ୍ଷା କେମିତି ହେଲା?

ହଁ, ମା ବହୁତ ଭଲ ଥିଲା, ମୀରା ଶାନ୍ତ ଧୀର ସ୍ୱର ରେ କହିଲା l( ମୀରା ର ମୁହଁରେ ଆଜି ଗୋଟେ ଚମକ ଥିଲା l ସେ ଏତେ ବର୍ଷ ପରେ ଆଜି ଏମିତି ଖିସି ର ଅନୁଭବ କରୁଥିଲା l ତାହା କ୍ରିଷ୍ଣା ପାଇଁ ନୁହେଁ ତାହା କେବଳ ନିତା ପାଇଁ l )

ସୁନିତା ଦେବୀ ତିନିଜଣଙ୍କୁ ଖାଇବାକୁ ଡାକି ଦେଇ ଚାଲିଗଲେ l ତିନିହେଁ ଏକାଠି ବସି ଖାଉଥାନ୍ତି l ଆଉ ମଝିରେ ମଝିରେ ନିତା ଓ କ୍ରିଷ୍ଣା ଟିକେ ଟିକେ ଝଗଡା ବି କରୁଥାନ୍ତି l ସୁନିତା ଦେବୀ ପିଲାମାନଙ୍କୁ ଏତେ ଖୁସିରେ ଦେଖି ଆଜି ବହୁତ ଖୁସି ଥିଲେ l ସେ ରୋଷେଇ ଘରୁ ଆସି କ୍ରିଷ୍ଣା ପାଖରେ ଛିଡା ହେଲେ ଆଉ କହିଲେ - କିଶୁ ଦୁଇଦିନ ପରେ ତୋର ଜନ୍ମଦିନ l ତୋର ଏ ବର୍ଷ ଜନ୍ମଦିନରେ କଣ ଉପହାର ଦରକାର ଆଗୁଆ କହିଦେ l କ୍ରିଷ୍ଣା - ନା, ମା.. ମୋର ଯାହା ଦରକାର ତାହା ତ ମୋତେ ମିଳିକି ବି ମିଳୁନି l (କ୍ରିଷ୍ଣା ମୀରା ର ମୁହଁକୁ ଚାହିଁ ଏଇ କଥା ଟି କହିଲା l ମୀରା ର ନଜର କ୍ରିଷ୍ଣା ଉପରେ ପଡିବା କ୍ଷଣି ସେ ଲାଜରେ ତଳକୁ ମୁହଁ ପୋତି ଦେଲା l ସେ କ୍ରିଷ୍ଣା ର ଇଙ୍ଗିତ ବୁଝିପାରିଥିଲା l l ମୀରା ଧୀରେ ଧୀରେ କ୍ରିଷ୍ଣା ପ୍ରତି ଭଲ ପାଇବା ଥିଲା l ହେଲେ ସେ କ୍ରିଷ୍ଣା କୁ ନିଜ ମନର କଥା ଖୋଲି କହି ନଥିଲା l ନିତା ସେ ଦୁହିଁଙ୍କ ମୁହଁକୁ ଚାହିଁ ରହିଥିଲା l କେତେବେଳେ ମୀରାକୁ ଚାହୁଁଥିଲା ତ କେତେବେଳେ କ୍ରିଷ୍ଣା କୁ l ତିନିହେଁ ସେଠାରୁ ଖାଇକି ଉଠିଗଲେ l ସୁନିତାଦେବୀ ସେଠାରୁ ରୋଷେଇ ଘରକୁ ଚାଲି ଆସିଥିଲେ l ମୀରା ଖାଇ ସାରିବା ପରେ ନିଜ ଘରକୁ ଆସିବାକୁ ବାହାରିଲା l କ୍ରିଷ୍ଣା, ମୀରାକୁ ଯେମିତି ହିଁ ତା ଘରକୁ ଛାଡିବାକୁ ଯିବାକୁ ବାହାରିଛି ନିତା ମଧ୍ୟରେ ସାଙ୍ଗରେ ଯିବାକୁ ବାହାରିଲା l କ୍ରିଷ୍ଣା ତାକୁ ବି ସାଙ୍ଗରେ ନେଇଗଲା l ମୀରା ଗାଡ଼ିରୁ ଓହ୍ଲାଇଲା ଆଉ ଦୁଇଜଣଙ୍କୁ ଠାରୁ ବିଦାୟ ନେଇ ଘରକୁ ଚାଲିଗଲା l କ୍ରିଷ୍ଣା, ମୀରା ର ଯିବା ବାଟକୁ ଏକ ଲୟରେ ଚାହିଁ ରହିଥିଲା l ସେ ମୀରାକୁ ଚାହୁଁଥିବାର ଦେଖି ନିତା ତା କାନ୍ଧକୁ ଟିକେ ବାଡେଇ କହିଲା - କେବେଠୁ ଚାଲିଛି ଏ ସବୁ l କ୍ରିଷ୍ଣା କିଛି ନ ବୁଝିଲା ଭଳି ଅଭିନୟ କରି କହିଲା - କେଉଁ କଥା? କଣ ଚାଲିଛି ମାନେ?

ନିତା - ବେଶି ଆଉ ରଙ୍ଗ ଦେଖାନି l ମୁଁ ଠିକ ଜାଣିଛି ତୁ ମୀରା କୁ ଭଲ ପାଉଛୁ ନା?

କ୍ରିଷ୍ଣା - ହଁ, ବହୁତ l

ନିତା - ତ ପ୍ରପୋଜ କଲୁନି ନା ନାହିଁ l ତୁ ଯେମିତିକା ପିଲା ତୋତେ ପୁଣି ଲଭ! (ତାର ଟିକେ ମଜାକ ଉଡାଇବାକୁ ଯାଇ ନିତା ଏ କଥା କହିଲା )

କ୍ରିଷ୍ଣା - ହଁ କରିଥିଲି l କିନ୍ତୁ ସେ ନାହିଁ କରିଦେଲା l

ନିତା - କଣ ମୀରା ତୋତେ ନାହିଁ କରିଦେଲା l..... ତୋତେ..... (ଆଶ୍ଚର୍ଯ୍ୟ ଭରା ଚାହାଣୀରେ କ୍ରିଷ୍ଣା ଆଡକୁ ଚାହିଁ ) ତା ଆଖିରେ ସ୍ପଷ୍ଟ ଜଣା ପଡୁଛି ଯେ ସେ ତୋତେ ଭଲ ପାଏ l ହେଲେ କହିପାରୁନି ବୋଧେ l ମୁଁ କିଛି କଥା ହେବି କି?

କ୍ରିଷ୍ଣା - ନାହିଁ l ସମୟ କୁ ଅପେକ୍ଷା କରେ ସବୁ ଠିକ ହେଇଯିବ l 

ଏତକ କହି କ୍ରିଷ୍ଣା ଘର ଆଡକୁ ଗାଡି ବୁଲେଇଲା l ଆଉ ଦୁହେଁ ଘରକୁ ଆସିଲେ l ଘରେ ଆସି ପହଂଚିବା କ୍ଷଣି ଦୁହେଁ ଡ୍ରଇଂ ହଲ ରେ ବସିଥିବା ରାମନାରାୟଣ ବାବୁଙ୍କ ନଜର ତାଙ୍କ ଉପରେ ପଡିଲା l ରାମନାରାୟଣ ବାବୁ ତାଙ୍କୁ ନିଜ ପାଖକୁ ଡାକିଲେ ଆଉ କହିଲେ - କିଶୁ, ଦୁଇ ଦିନ ପରେ ତୋର ଜନ୍ମଦିନ l ତୁ ଏତେ ବର୍ଷ ପରେ ଆମ ସହିତ ତୋ ଜନ୍ମଦିନ ପାଳିବାକୁ ଯାଉଛୁ l ତେଣୁ ମୁଁ ଏହି ଖୁସି ଅବସର କୁ ପାଳିବା ପାଇଁ ଗୋଟେ ପାର୍ଟି ରଖିଛି l

ପାର୍ଟି ର ନା ଶୁଣି ନିତା ପୁରା ଖୁସି ହୋଇଗଲା l ଆଉ କହିଲା - ଥାଙ୍କ ୟୁ ଅଙ୍କଲ l ମୁଁ ତ ଏଇୟା ହିଁ ଚାହୁଁଥିଲି l

ରାମନାରାୟଣ ବାବୁ ଅତି ଶାନ୍ତ ଓ ଧୀର ସ୍ୱର ରେ କହିଲେ - ନିତା ଓ କିଶୁ ତୁମେ ଦୁହେଁ ଜନ୍ମଦିନ ପାଇଁ ଶପିଂ କରିଦିଅ l ହଁ ସାଙ୍ଗରେ ମୀରା କୁ ବି ନେଇଯିବ l

 ରାମନାରାୟଣ ବାବୁଙ୍କ ମୁହଁରୁ ମୀରା ର ନା ଶୁଣି କ୍ରିଷ୍ଣା ଆଶ୍ଚର୍ଯ୍ୟ ହୋଇଗଲା l ତା ବାପା ଯିଏ କି ମୀରା କୁ ଜମାବି ପସନ୍ଦ କରନ୍ତିନି ସେ ଆଜି ଏମିତି କହିଲେ l କ୍ରିଷ୍ଣା ଆଜି ବହୁତ ଖୁସି ଥିଲା l କାରଣ ତା ବାପା ମଧ୍ୟ ମୀରା କୁ ପସନ୍ଦ କରିବାକୁ ଲାଗିଲେଣି l ତାର ଇଛା ହେଉଥିଲା ଦୌଡ଼ି ଯାଇ ତା ବାପା କୁ କୁଣ୍ଢେଇ ଗେହ୍ଲା କରିପକେଇବାକୁ l କିନ୍ତୁ ସେ ତା ବାପା ସାମ୍ନାରେ କେବେବି ନିଜ ଭଲପାଇବାକୁ ଦର୍ଶାଉ ନଥିଲା l ସେ ତା ମା ଠାରୁ ଅଧିକ ତା ବାପାକୁ ଭଲ ପାଉଥିଲା l କିନ୍ତୁ କେବେ କିଛି କୁହେନି l ତାଙ୍କର ସବୁ କଥା ଓ ନିଷ୍ପତିକୁ ମାନେ l ଆଉ ଯେତେବେଳେ ନିଜେ ବାପା ହିଁ ଅନୁମତି ଦେଇ ଦେଇ ଥିଲେ ସେ ଏ ଖୁସିର କଥାଟି ମୀରାକୁ ଆଗେ ଜଣେଇବାକୁ ଠିକ ଭାବିଲା l ତେଣୁ ସେ ମୀରା ଘରକୁ ଗାଡି ନେଇ ଚାଲିଲା l

କ୍ରିଷ୍ଣା, ମୀରା କୁ ଯେତେବେଳେ ତା ବାପା କହିଥିବା କଥା କହିଲା ମୀରା ଚକିତ ହୋଇଗଲା l ସେ କିଛି ସମୟ ଏମିତି କିଛି ଭାବିବାକୁ ଲାଗିଲା l ହେଲେ କ୍ରିଷ୍ଣା ସହ ନିତା ଆସିଥିଲା l ନିତା, ମୀରା ର କୁଣ୍ଢେଇ କି କହିଲା କେତେ ଭାବୁଛ ମ l ଚାଲ ନା ସପିଙ୍ଗ ରେ ଯିବା l ନିତା ର କଥା ଶୁଣି ମୀରା ଆଉ କିଛି ନ ଭାବି ତାଙ୍କ ସହ ସପିଙ୍ଗ ରେ ଚାଲିଗଲା l ନିତା, କ୍ରିଷ୍ଣା ଓ ମୀରା ତିନି ଜନ ଯାକ ସପିଙ୍ଗ କରୁଥାନ୍ତି l କହିବାକୁ ଗଲେ କେବଳ ନିତା ଓ କ୍ରିଷ୍ଣା ହିଁ ସପିଙ୍ଗ କରୁଥିଲେ l ମୀରା ତାଙ୍କ ସହ ଖାଲି ବୁଲୁଥିଲା l ସେ ଟିକେ ଚିନ୍ତିତ ଜଣା ଯାଉଥିଲା l ତଥାପି ସେ ନିଜର ଚିନ୍ତା କୁ ସେ ଦୁହିଁଙ୍କୁ ଜଣାଉନଥିଲା l ନିତା,ମୀରା କୁ ସପିଙ୍ଗ ନ କରୁଥିବାର ଦେଖି କିଛି କହିନଥିଲା l କିନ୍ତୁ ତା ପାଇଁ ଏକ ସୁନ୍ଦର ଲେହେଙ୍ଗା କିଣି ଦେଇଥିଲା l ଆଉ ତାକୁ ପାର୍ଟି ଦିନ ପିନ୍ଧିବାକୁ ଦେବ ବୋଲି ନିଷ୍ପତି ନେଇଥିଲା l ତିନି ଜଣ ସେଠାରୁ କଫି ପିଇବାକୁ ଗଲେ l ନିତା ଓ କ୍ରିଷ୍ଣା ବହୁତ ମସ୍ତି କରୁଥିଲେ l ମୀରା କିନ୍ତୁ ଶାନ୍ତ ଥିଲା l ସେହି ଦୁହିଁଙ୍କୁ ଦେଖି ସେ କେବଳ ହସିଦେଉଥିଲା ହେଲେ ଚୁପ ରହୁଥିଲା l କ୍ରିଷ୍ଣା ତାକୁ ଏମିତି ଚିନ୍ତିତ ଦେଖି ପଚାରିଲା -କଣ ହେଲା ମୀରା? ତୁମେ କିଛି ଚିନ୍ତିତ ଅଛ l କଣ ହେଇଛି କୁହ l

ମୀରା, କ୍ରିଷ୍ଣା କୁ ଚାହିଁ ହସି ଦେଇ କହିଲା - କାଇଁ ନାହିଁତ ମୁଁ ଠିକ ଅଛି l( ନିଜର ନଜର ଏଣେ ତେଣେ ବୁଲେଇ )

କ୍ରିଷ୍ଣା - ହଉ ତେବେ ଚାଲ ଘରକୁ ଯିବା l

ସେମାନେ ଘରକୁ ଫେରିଲା ପରେ ପୁଣି ଆଉ ଥରେ ରାମନାରାୟଣ ବାବୁଙ୍କ ସହ ତିନି ଜଣଙ୍କର ସାକ୍ଷାତ ହେଲା l ରାମନାରାୟଣ ବାବୁ ତାଙ୍କୁ ଏକାଠି ଦେଖି କହିଲେ - ଆରେ ତୁମେ ମାନେ ସପିଙ୍ଗ କରି ଆସିଲ l ଆରେ ମୀରା ତୁ କିଛି ଆଣିଲୁନି l କ୍ରିଷ୍ଣାର ଜନ୍ମଦିନ l ଆଉ ତୁ ଟିକେ ଅଲଗା ଦେଖା ଯା ମୁଁ ଚାହୁଁଥିଲି l କ୍ରିଷ୍ଣାର ଜନ୍ମଦିନରେ ମୁଁ କିଛି ଅନନଉନ୍ସ କରିବାକୁ ଯାଉଛି l ତେଣୁ ତୁ ତା ଜନ୍ମଦିନରେ ନିଶ୍ଚିତ ରହିବୁ l ରହିବୁ କଣ କ୍ରିଷ୍ଣାର ସବୁ ଦାଇତ୍ୱ ତ ତୋର l

(ରାମନାରାୟଣ ବାବୁ ଏତକ କହି ସେଠାରୁ ଉଠି ଚାଲିଗଲେ )ତିନି ଜଣ ଯାକ ଆଶ୍ଚର୍ଯ୍ୟ ଭରା ଚାହାଣିରେ ରାମନାରାୟଣ ବାବୁଙ୍କ ଯିବା ବାଟକୁ ଚାହିଁ ଥାନ୍ତି l ସବୁଠାରୁ ତ ବେଶି ଚକିତ କ୍ରିଷ୍ଣା ଓ ମୀରା ଥିଲେ l କ୍ରିଷ୍ଣା ମନରେ ହଜାରେ ପ୍ରଶ୍ନ........


.......କ୍ରମଶଃ........



Rate this content
Log in

Similar oriya story from Drama