Debaki Behera

Abstract Action Fantasy

4  

Debaki Behera

Abstract Action Fantasy

ଆଧୁନିକ ଯୁଗର ମା

ଆଧୁନିକ ଯୁଗର ମା

8 mins
276



ସୁନନ୍ଦା ମୋବାଇଲ୍ ରେ ରିତିକା ର ନମ୍ବର ଦେଖି ବହୁତ୍ ଖୁସି ମନରେ କଲ୍ ରିଶିଭ୍ କଲେ । ଫୋନ୍ ରିଶିଭ କରିବା ମାତ୍ରେ ସେ ପଟରୁ ରୀତିକା କହିବାକୁ ଲାଗିଲା ," ମା କାଲି ତା ପରଦିନ ମୋର ଅପରେସନ। ତେଣୁ ତୁ ଆଜି ହିଁ କିମ୍ବା କାଲି ଭିତରେ ଆସି ବେଙ୍ଗାଲୁର ରେ ପହଞ୍ଚେ। "

' ଅପରେସନ !' କିନ୍ତୁ କାହିଁକି? ସବୁ ଠିକ୍ ଠାକ୍ ଅଛି ତ । ତୋର ଡେଲିଭରି କୁ ତ ଆହୁରି କୋଡ଼ିଏ ଦିନ ଅଛି । ତ ଏତେ ଶୀଘ୍ର ସୁନନ୍ଦା ଙ୍କ କଥାକୁ ମଝିରୁ ହିଁ କାଟି ରୀତିକା କହିବାକୁ ଲାଗିଲା ," ହଁ ମା ସବୁ ଠିକ୍ ଅଛି । ମୋ ଅଫିସ କୁ ଏକ ବହୁତ୍ ବଡ଼ ପ୍ରୋଜେକ୍ଟ ଆସିଛି । ଯାହାକୁ ମୁଁ ହିଁ କରିବି । ମୋ ଦୀର୍ଘ ଦିନ ରୁ ସ୍ବପ୍ନ ଥିଲା କି ମୋତେ ଏହି ଭଳି ଏକ ପ୍ରୋଜେକ୍ଟ ରେ କାମ କରିବାର ସୁଯୋଗ ମିଳୁ । ତେଣୁ ଯଦି ମୁଁ ଏବେ ଡେଲିଭରି ନ କରଉଛି ତେବେ ମୁଁ ପ୍ରୋଜେକ୍ଟ ର କାମ ବେଳକୁ ଅଫିସ ଜଏନ୍ କରିପାରିବିନାହିଁ ଓ ନିଜକୁ ପ୍ରତି ପ୍ରାଦନ କରିପାରିବି ନାହିଁ ।

ତୁ କି ପ୍ରକାର ମା ! ଗୋଟେ ସାମାନ୍ୟ ପ୍ରୋଜେକ୍ଟ ପାଇଁ ତୁ ତୋ ଗ୍ରଭସ୍ଥ ଶିଶୁ ର ଜୀବନକୁ ବିପଦ ମୁହଁକୁ ଠେଲି ଦଉଛି । ପ୍ରିମାଚୁଆର ସମୟ ଆଗରୁ ଡେଲିଭରି ଛୁଆର ଜୀବନ ପାଇଁ ବିପଦ । ତୁ ଏମିତି କେମିତି କରିପାରୁଛୁ । , ସୁନନ୍ଦା ଟିକେ ଉତ୍ୟକ୍ତ ହୋଇ କହିଲେ ।

 "ଓଃ ମା,ମୁ ଡାକ୍ତରଙ୍କ ପରାମର୍ଶ ନେଇ ସାରିଛି । ପିଲା ଏବେ ପୂର୍ଣ୍ଣ ମାତ୍ରାରେ ବିକଶିତ ହୋଇ ସାରିଛି । ତେଣୁ ଅପରେସନ କରିବାରେ କିଛି ଅସୁବିଧା ନାହିଁ । ହଁ, ଯଦି କିଛି ଟିକେ ଅସୁବିଧା ହେବ ତ ପିଲାକୁ କିଛି ସମୟ ଅବଜାର୍ଭେଶନ ରେ ରଖିବେ ସେମାନେ । ଡରିବାର କିଛି ନାହିଁ । ବାସ୍ ତୁ ସମୟ ପୂର୍ବରୁ ଆସି ପହଞ୍ଚି ଯା।" ଏତକ କହି ସୁନନ୍ଦା ର ଉତ୍ତର ଶୁଣିବା ଆଗରୁ ହିଁ ରୀତିକା ଫୋନ୍ କାଟିଦେଲା ।

ସୁନନ୍ଦା ବହୁତ୍ ରାଗି ଯାଇଥିଲେ ଆଜି ନିଜ ଝିଅର ଏପରି କାର୍ଯ୍ୟ ବିଷୟରେ ଶୁଣି । କଣ କରିବେ କିଛି ଭାବିପାରୁନଥିଲେ । ତେଣୁ ରୁମ୍ ରୁ ବାହାରକୁ ଆସି ରିତିକା ର ବାପା ମାନେ ଦିବାକର ବାବୁ ବସିଥିବା ସୋଫାରେ ବସି ପଡିଲେ । ଦିବାକର ସେତେବେଳେ ପେପର ପଢୁଥିଲେ । ସେ ସୁନନ୍ଦା ଙ୍କୁ ନ ଚାହିଁ ପ୍ରଶ୍ନ କଲେ ," କାହା ସହ କଥା ହେଇଥିଲ କି?"

ସୁନନ୍ଦା ମନଦୁଃଖ ଏବଂ ରାଗ ମିଶ୍ରିତ ଭାବରେ କହିଲେ ," କାହା ସହ ଆଉ ,ତୁମର ଗେହ୍ଲି ଝିଅ ସହ ।" 

ସୁନନ୍ଦା ମନ ଦୁଃଖରେ ରୀତିକା ସହ ହୋଇଥିବା ସମସ୍ତ କଥା ଦିବାକର କୁ ଜଣାଇଲେ । ଦିବାକର ମଧ୍ୟ ସବୁ କିଛି ଶୁଣିସାରି ଟିକେ ଚିନ୍ତିତ ହୋଇଗଲେ । ପେପର କୁ କଡ଼ରେ ରଖି ଏବେ କଣ ଆଉ କରାଯାଇପାରିବ ସେହି ବିଷୟରେ କିଛି ସମୟ ବିଚାର ବିମର୍ଷ କଲେ । 

ରିତିକା ଟିକେ ଜିଦି ସ୍ୱଭାବର ଥିଲା । ସେ ଜଣେ ଉଚ୍ଚଶିକ୍ଷିତା ତା ସହ ଅନେକ ଦକ୍ଷତାର ଅଧିକାରିଣୀ ଥିଲା । କିଛି ବର୍ଷ ତଳେ ଆଲୋକ ସହ ତାର ବାହାଘର ବୈଦିକ ରୀତିରେ କରାହେଇ ଥିଲା । ସେ ଜଣେ ଉଚ୍ଚଆକଂକ୍ଷି ଝିଅ । ତେଣୁ ବିବାହ ର ଚାରି ବର୍ଷ ପରେ ବି ସେ ମା ହେବାକୁ ଇଛୁକ ନଥିଲା । କହିବାକୁ ଗଲେ ତାର ଶାଶୁ ,ଶଶୁର ଆଉ ଆଲୋକ ତିନିହେଁ ବହୁତ୍ ଭଲ । ରିତିକା ର ଭାଗ୍ୟ ଭଲ ଯିଏ କି ଏତେ ସୁନ୍ଦର ପରିବାର ଟିଏ ପାଇଛି । କିନ୍ତୁ ଆଧୁନିକ ର ଛାପ ତା ଦୁନିଆ କୁ ଆଚ୍ଛାଦିତ କରି ରଖିଛି । ତାର ବତିଶ ତମ ଜନ୍ମଦିନ ରେ ମୁଁ ଆଉ ତା ବାପା ତାକୁ ଅନେକ ବୁଝାଇ ଥିଲୁ ,ନିଜ ନିଜର ରାଣ ମଧ୍ୟ ଦେଇଥିଲୁ । ଯାହା ହେଉ ବହୁ କଷ୍ଟ ରେ ସେ ମା ହେବା ପାଇଁ ଚିନ୍ତା କରିବ ବୋଲି କହିଥିଲା । ତାକୁ ବର୍ତ୍ତମାନ ପଇଁତିରିଶି ବର୍ଷ । ସାଧାରଣତଃ ଏତେ ବର୍ଷ ରେ ଗୋଟେ ନାରୀ ପିଲା ଧାରଣ କରିବା କ୍ଷମତା ହରେଇ ବସିଥାଏ । ସେ ଯାହା ହେଉ ଭଗବାନ ଙ୍କର ସେ ମା ହେବାକୁ ଯାଉଛି । ଗୋଟେ ନାରୀ ପାଇଁ ଏହାଠୁ ବଡ ଖୁସିର କଥା କଣ ବା ଥାଇପାରେ । ମାଆ ହେବା ଭାଗ୍ୟର କଥା । ଗୋଟେ ନାରୀ ସେତେବେଳେ ସମ୍ପୂର୍ଣ ହୋଇଥାଏ ଯେତେବେଳେ ସେ ମାତୃତ୍ଵ ଲାଭ କରେ । ପିଲାଟି ତା ଗର୍ଭ ରେ ଧୀରେ ଧୀରେ ବଢୁଥିବା ,ତାର ସ୍ପର୍ଶ ତାର ଉପସ୍ଥିତି କୁ ଅନୁଭବ କରିବା ପ୍ରତ୍ୟେକ ଟି ମା ପାଇଁ ଏକ ସୁଖଦ ଅନୁଭୂତି। ଆଗେ ନାରୀଟିଏ ମା ହେବାକୁ ଯାଉଛି ଜାଣିଲା ପରେ ଆଗନ୍ତୁକ ହୋଇ ପିଲାଟି ପାଇଁ ସ୍ୱେଟର ବୁଣାବୁଣି କାର୍ଯ୍ୟ ଆରମ୍ଭ ହୋଇଯାଉଥିଲା । କିନ୍ତୁ ଏଇ ଆଧୁନିକ ଯୁଗରେ ସବୁ କିଛି ତିଆରି ହୋଇ ବଜାର ଘାଟରେ ବିକ୍ରି ହେଉଛି । ମୁଁ କିନ୍ତୁ ଗୋଟିଏ କଥା ବୁଝି ପାରୁନି ଯେ ଇଏ କେମିତିକା ମା କେଜାଣି । କିଛି ଅବାସ୍ତବ ଜିନିଷ ଆଶାରେ ବାସ୍ତବିକ ଖୁସି କୁ ଦୂରେଇ ଦେଉଛି । ସୁନନ୍ଦା ନିଜ ଝିଅର ଏ ପ୍ରକାର ନିଷ୍ପତି ରେ ଅତ୍ୟନ୍ତ ଦୁଃଖୀ ଥିଲେ । କିନ୍ତୁ ଏତେ କମ୍ ସମୟରେ ସେ ବେଙ୍ଗାଲୁର କେମିତି ପହଞ୍ଚିବେ । ଯାହାହେଉ ଅନଲାଇନ ରେ ପ୍ଲାଇଟ ଟିକେଟ ଦିବାକର ବୁକ୍ କରିଦେଲେ । ସୁନନ୍ଦା ଏଇ କଥା ଟିକେ ଆଶ୍ୱସ୍ତି ଅନୁଭବ କଲେ । ଯାହା ହେଉ ଏଇ ଆଧୁନିକ ଯୁଗରେ ଇଏ ଏକ ଭଲ କାମ । ଅନଲାଇନ୍ ରେ ଟିକେଟ ବୁକ୍ କରିବା । ନିଜର କିଛି ଲୁଗାପଟା ଓ କିଛି ସାମଗ୍ରୀ ବ୍ୟାଗ ରେ ପ୍ୟାକ୍ କଲେ । ପଡିଶା ଘରକୁ ଖାଇବା ରନ୍ଧିବାକୁ ଆସୁଥିବା ରୋଷେଇୟା କୁ କିଛି ଦିନ ପାଇଁ ଘରକୁ ଆସି ଦିବାକର ଙ୍କ ପାଇଁ ପ୍ରତିଦିନ ଖାଇବ ବନେଇଦେବା ପାଇଁ କହି ଆସିଲେ । ଆଉ ତହିଁ ଆରଦିନ ଝିଅର ଘରକୁ ବାହାରି ପଡ଼ିଲେ । ଠିକ୍ ସମୟରେ ରିତିକା ର ଡ୍ରାଇଭର ମୋତେ ଏୟାରପୋର୍ଟ ରୁ ପିକ୍ ଅପ୍ କଲେ । ମୁଁ ତା ଘରକୁ ଯାଇ ପହଁଚିଲା ପରେ ଜାଣିବାକୁ ପାଇଲି ଯେ ରିତିକା କି ଆଲୋକ କେହି ବି ଘରେ ନାହାନ୍ତି । କେବଳ ରିତିକା ର ଶାଶୁ ଘରେ ଏକୁଟିଆ ଅଛନ୍ତି । ମୁଁ ଆସୁଛି ବୋଲି ଜାଣି ମୋତେ ଅପେକ୍ଷା କରି ବସିଛନ୍ତି । ଘରେ ପହଂଚିବା ପରେ ଦୁହେଁ କୁଆଡ଼େ ଗଲେ ପଚାରି ବୁଝିଲି ଆଉ ଜାଣିବାକୁ ପାଇଲି ଯେ ଆଲୋକ ତାର ଅଫିସ ଯାଇଛି ଆଉ ରିତିକା ଆଜିଠାରୁ କିଛି ଦିନ ଛୁଟି ନେବ ବୋଲି ଆଗୁଆ ତାର କିଛି ଅଫିସ ର କାମ ସାରିବାକୁ ଯାଇଛି । କେମିତିକା ଝିଅ ଇଏ। ରାତି ପାହିଲେ ଅପରେସନ ହେବାକୁ ଯିବ ପୁଣି ପ୍ରଥମ ଡେଲିଭରି । ଆଉ ଇଏ

ଠିକ୍ ରାତି ନଅଟା ରେ ଆଲୋକ ଓ ରିତିକା ଦୁହେଁ ଏକାଠି ଘରକୁ ଫେରିଲେ । ଯେହେତୁ ଦୁହେଁ ଥକି ଯାଇଥିଲେ ତ ଏମିତି ଅଳ୍ପ କିଛି କଥାବାର୍ତ୍ତା ପରେ ସମସ୍ତେ ଶୋଇବାକୁ ଚାଲିଗଲୁ । ତହିଁ ଆରଦିନ ସକାଳୁ ସକାଳୁ ସମସ୍ତେ ହସ୍ପିଟାଲ ବାହାରିଲୁ । ସବୁ କିଛି ଆଗୁଆ ବ୍ୟବସ୍ଥା ହୋଇଯାଇଥିଲା। ରିତିକା ଗୋଟିଏ ମୁହୂର୍ତ୍ତ ବି ନଷ୍ଟ କରିବାକୁ ଚାହୁଁ ନଥିଲା। କିଛି ସମୟ ମଧ୍ୟରେ କିଛି କାଗଜ ପତ୍ର କାମ ପରେ ରିତିକା କୁ ଅପରେସନ ୱାର୍ଡ କୁ ନିଆ ହେଇଗଲା । ମୁଁ ଆଉ ରିତିକା ର ଶାଶୁ ଆମେ ଦୁହେଁ ଏତେ ବ୍ୟସ୍ତ ଥିଲୁ ଯେ କେତେ ଭଗବାନଙ୍କୁ ପାର୍ଥନା କରିଛୁ ତାର ହିସାବ ନାହିଁ । ଆଲୋକ ମଧ୍ୟ ବହୁତ୍ ବ୍ୟସ୍ତ ହୋଇ ଏଣେ ତେଣେ ବୁଲୁଥିଲା । କିଛି ସମୟ ପରେ ନର୍ସ ଆସି କହିଲା କି ପୁଅ ଟିଏ ହୋଇଛି । ଏତକ ଶୁଣି ରିତିକା ର ଶାଶୁ ମନ ଖୁସିରେ ଭରିଗଲା । ସେ କେତେ ଥର ମୁଣ୍ଡିଆ ମାରି ପକେଇଲା ଶୁନ୍ୟକୁ ଚାହିଁ । ମୋର କିନ୍ତୁ ମୋ ଝିଅ ପାଇଁ ଚିନ୍ତା ।ତେଣୁ ମୁଁ ନର୍ସ କୁ ପଚାରିଲି କି ମୋ ଝିଅ କେମିତି ଅଛି । ନର୍ସ ମଧ୍ୟ କହିଲା କି ସେ ସୁସ୍ଥ ଅଛନ୍ତି କିଛି ସମୟ ଭିତରେ ତାଙ୍କୁ ୱାର୍ଡ କୁ ଶିଫ୍ଟ କରାହେବ । ଆପଣ ମାନେ ତାଙ୍କୁ ସେଇଠି ଭେଟ କରିପାରିବେ । କିଛି କ୍ଷଣ ପରେ ଡାକ୍ତର ମାନେ ଶିଶୁ କୁ କିଛି ସମୟ ପାଇଁ ଅବଜରର୍ଭେଶନ ରେ ରଖିବା ପାଇଁ ନେଇଗଲେ । ମୁଣ୍ଡ ଉପରେ ଏକ ଉଜ୍ଜ୍ୱଳ ଆଲୋକ ଲାଗିଥାଏ । ଏଇ କିଛି ସମୟ ଆଗରୁ ଜନ୍ମ ହୋଇଥିବା ପିଲାଟି ଯିଏ କି ଏବେ ମା କୋଳର ଉଷ୍ମତା ରେ ରହିବା କଥା ତାକୁ ଏବେ ଏହି ଶକ୍ତ ଉଜ୍ଜ୍ୱଳ ଆଲୋକ ତଳେ ରଖା ଯାଇଥିଲା । ନିର୍ବୋଧ ଶିଶୁ ଟି ଅତି ବିକଳରେ କୁଆଁ କୁଆଁ କାନ୍ଦି ଚାଲିଥାଏ । ମୋତେ ସତ କହିବାକୁ ଗଲେ ସେଇଦିନ ପ୍ରଥମ ଥର ବହୁତ୍ ଜୋର୍ ରେ ରିତିକା ଉପରେ ରାଗ ଚିଡୁଥିଲା । ଇଏ କେମିତିକା ମା ! ଯିଏ କି ନିଜର ଟିକକ ଖୁସି ପାଇଁ। ନିଜ ଛୁଆ କୁ ଏଭଳି ଅବସ୍ଥାରେ ଆଣି ଛାଡ଼ି ଦେଇଛି । ମୋତେ ତ ତାକୁ ଝିଅ ବୋଲି କହିବାକୁ ମଧ୍ୟ ରାଗ ଲାଗୁଥିଲା । ରିତିକା କୁ ୱାର୍ଡ କୁ ସିଫ୍ଟ କରା ହୋଇଯାଇଥାଏ । କିଛି ଇଞ୍ଜେକସନ ଦିଆ ହେଲା । ସେ କିଛି ସମୟ ମଧ୍ୟରେ ସୋଇ ପଡ଼ିଲା । ମୋର ମନ ମୋ କିନ୍ତୁ ମୋ ନାତି ପାଖରେ । ସେ ଯାହା ହେଉ ଦୀର୍ଘ ଆଠ ଘଣ୍ଟା ସେଇ ଉଜ୍ଜ୍ୱଳ ଆଲୋକ ରେ ରହିବା ପରେ ନର୍ସ ତାକୁ ଆଣି ଆମ ହସ୍ତକୁ ଟେକି ଦେଲେ। ରୀତିକା ର ଶାଶୁ ,ଶ୍ଵଶୁର ଆଉ ଆଲୋକ ତିନିହେଁ ବହୁତ୍ ଖୁସି ଥିଲେ।ମୁ ମଧ୍ୟ ନାତିକୁ କୋଳରେ ଧରି ସବୁ ଭୁଲି ଯାଇଥିଲି । ଚାରିଦିନ ପରେ ରିତିକା ହସ୍ପିଟାଲ ରୁ ଘରକୁ ଚାଲି ଆସିଲା । ଘରକୁ ଆସିବା ପରେ ସେ ରେଷ୍ଟ ନେବା ଟା ଆଉ ଜରୁରୀ ଭାବିଲାନି। ପିଲାକୁ ସ୍ନେହ କରିବା କ୍ଷୀର ଖୁଆଇବା ଆଉ ତାର ଯତ୍ନ ନେବା ବଦଳରେ ସେ ଦିନ ରାତି ଫୋନ୍ ଆଉ ଲ୍ୟାପଟପ୍ ରେ ବ୍ୟସ୍ତ ରହିଲା । ତେଣୁ ନାତି ଟା ମୋର ଏବଂ ତା ଜେଜେମା କୋଳରେ ଅଧିକ ସମୟ ରହିବାକୁ ଲାଗିଲା । କିଛି ଦିନ ପରେ ରିତିକା ଏବେ ଅଫିସ ଜଏନ କରିଦେଲା । ଆଉ ଆଗ ଭଳି ଆଉ ଥରେ ସେ ତା ଅଫିସ ଜୀବନରେ ବ୍ୟସ୍ତ ହୋଇଗଲା । ଆଲୋକ କେବେ କେବେ ନିଜ ଛୁଆ ପାଇଁ ସମୟ କାଢି ତା ସହ ହସେ , ଖେଳେ। କିନ୍ତୁ ରିତିକା ତାର ଅଫିସ କାମରେ ସକାଳୁ ସଂଜ ଯାଏ ପୁରା ବ୍ୟସ୍ତ । ପିଲାଟି ଜନ୍ମ ହେଇ ମଧ୍ୟ ମା ଓ ମା ର ମମତା ଠାରୁ ଦୂରରେ ଥିଲା । ରିତିକା ସିନା ଖାଲି ପିଲାଟିଏ ଜନ୍ମ କରିଦେଲା କିନ୍ତୁ ମାଆ ଟିଏ ହୋଇପାରିଲା ନାହି । ରାତିକି ଆସିଲେ କିଛି ସମୟ ତା ସହ ଟିକେ ସମୟ ବିତାଇ ସୋଇପଡୁଥିଲା । ଏମିତି ଏମିତି ରେ ଗୋଟିଏ ମାସ ପରେ ବିତିଗଲା । ଏବେ ଦିବାକର ଏକୁଟିଆ ଘରେ ଥିବାରୁ ମୁ ଘରକୁ ଫେରିବାକୁ ନିଷ୍ପତି ନେଲି ତେଣୁ ଥରୁଟିଏ ରିତିକା ସହ ଏ ସବୁ ବିଷୟରେ କଥା ହେବାକୁ ଚାହିଁଲି । କିନ୍ତୁ ତା ପାଖରେ ସମୟ କାହିଁ? 

ଦିନେ ସକାଳୁ ସେ ଅଫିସ ଯିବା ସମୟରେ ମୁ ତା ସହ କଥା ହେବାକୁ ଚାହିଁଲି । ତା ଶାଶୁ ମଧ୍ୟ ମୋ ପାଖରେ ଥିଲେ ।ସେ ମଧ୍ୟ ମୋ ମନର କଥା କହିବାକୁ ଚାହୁଁଥିଲେ। ରିତିକା କୁ ବୁଝାଇବାକୁ ଯାଇ ମୁ କହିଲି ," ଦେଖ ମା ତୁ ଯାହା କରୁଛୁ କିଛି ଠିକ୍ କରୁନୁ । ଅଂଶ ( ରିତିକା ର ପୁଅ) ଏବେ ବହୁତ୍ ଛୋଟ। ତାକୁ ତା ମା'ର ଆଶ୍ରା ଦରକାର । ମୁଁ ଆଉ ବେଶୀ ଦିନ ଏଠି ରହି ପାରିବିନାହି। ତେଣୁ ପିଲାଟିର ଦାୟିତ୍ଵ ଏବେ ତୋତେ ହିଁ ନେବାକୁ ପଡିବ । ତେଣୁ ପିଲାଟିର ଯତ୍ନ ନେ । "

ଏତକ ଶୁଣି ରିତିକା କହିଲା," ମୁ ଜାଣିଛି ,ତୁମେ ଦୁହେଁ ଭାବୁଛ ଯେ ମୁଁ ମୋ ଛୁଆକୁ ଭଲ ପାଉନି । ମୁଁ ମଧ୍ୟ ତାକୁ ସେତିକି ଭଲ ପାଏ ଯେତିକି ଆପଣ ଦୁହେଁ ଭଲ ପାଉଛନ୍ତି । ଆଉ ମମି ତୁ ... ତୁ ଯଦି ଯିବାକୁ ଚାହୁଁଚୁ ଯାଇପାରୁ ମୁ ଏକ ଆୟା ର ବନ୍ଦୋବସ୍ତ କରିଦେବି । ସେ ତାର ଯତ୍ନ ନେବ । "

ରିତିକା ମୁହଁରୁ ଆୟା ର କଥା ଶୁଣି ମୁଁ ବିରକ୍ତ ହୋଇ ରାଗିକି କହି ପକେଇଲି ," ଆୟା କଣ ହେବ ? ତୁ କଣ ତୋ ଛୁଆ ପାଇଁ ଚାକିରି କିଛି ମାସ,ବର୍ଷ ବନ୍ଦ କଲେ ହେବନି ? ଆଧୁନିକ ସମାଜ ର ନାରୀଟିଏ ତୁ । କିନ୍ତୁ ସବୁ ସତ୍ତ୍ୱେ ମାଆ ଟିଏ ତୁ । ତେଣୁ କ୍ୟାରିଅର କେବେ ବି ବନା ଯାଇପାରେ କିନ୍ତୁ ପିଲାଟିଏ ଶୈଶବ ଆଉ ଥରେ ଆସିବନି।

ରିତିକା ଟିକେ ଚିଡି ଯାଇ କହିଲା ," କଣ କହୁଛୁ ତୁ ମା ? ଏବେ ଏ ସବୁ ଛାଡିଦେବି । କାହିଁ କେତେ ଦିନର ଆଶା ମୋର ଆଜି ପୁରା ହେବାକୁ ଯାଉଛି । ମୋର ନିଜର ସ୍ଵତନ୍ତ୍ର ପରିଚୟ ହେବାକୁ ଯାଉଛି । ଆଉ ତୁ କହିବୁ ସବୁ ଛାଡିଦେବି । ମାଆ ତୁ ହିଁ ମୋ ମୁଣ୍ଡରେ ଏଇ ଉଞ୍ଚ ହେବାର ଆଶା ମୋ ମନରେ ଅଙ୍କୁରିଦଗମ୍ କରୁଥିଲୁ । ମୁଁ ଯେତେବେଳେ ପିଲାବେଳେ ପାଠ ପଢ଼ୁଥିଲି, ମୋତେ କେତେ କଥା ବୁଝାଉଥିଲୁ ଆଉ ଆଜି ଯେତେ ବେଳେ ମୁଁ ମୋ ଲକ୍ଷ୍ୟ ସ୍ଥଳ ର ପହଞ୍ଚିବା ଉପରେ ସେତେବେଳେ ତୁ ଗୋଡ଼ ଟାଣୁଛୁ । ମୁଁ ଆଜି ଆଧୁନିକ ଯୁଗ ସହ ପାଦରେ ପାଦ ମିଶାଇ ଚାଲି ପାରୁଛି ଏ ସବୁ କିଏ ମୋତେ ବୁଝାଇ ଥିଲା । ପାଠ,ଡିଗ୍ରୀ ,ସମ୍ମାନ, ଏକ ଏମ୍. ଏନ୍ ସି. ଅଫିସ ରେ କାମ କରିବାକୁ କାହାର ଇଚ୍ଛା ଥିଲା । ମୋ ଝିଅ ଶହେଟା ପୁଅର ର ବରାବରି କରିବାକୁ କିଏ ପର୍ବତାଇଥିଲା । ମୁଁ ଏତିକି ଜାଣିଛି ମୋ ଛୁଆକୁ ମୁ ଯେଉଁ ମାନଙ୍କ ହାତରେ ଆଜି ସମର୍ପି ଦେଇଛି ସେମାନେ ମୋ ଠାରୁ ଅଧିକ ଭଲ ଭାବରେ ତାର ଯତ୍ନ ନେଇ ପାରିବେ । ତେଣୁ ମୁଁ ଅଧିକ ଆଉ କିଛି କହିବାକୁ ଚାହୁଁନି । ମୋର ଡେରି ହେଲାଣି ମୁ ଅଫିସ ଯାଉଛି ।"

ଏତକ କହି ସେ ବୁଲି ପଡ଼ି ଯିବାକୁ ଲାଗିଲା । ମୁଁ ଆଉ ତାର ଶାଶୁ ଦୁହେଁ ପରସ୍ପର ର ମୁହଁକୁ କେବଳ ଚାହିଁ ରହିଗଲୁ । ସତ କହିବାକୁ ଗଲେ ଆମେ ହିଁ ତ ଆମ ଛୁଆ ମନକୁ ଉଚ୍ଚଆକାଂକ୍ଷୀ ବନେଇ ଥାଉ । ଆଧୁନିକ ସମାଜ ରେ କିପରି ଚଳିବ ସିଖେଇଥାଉ ତେଣୁ ଆଜି ରିତିକା ଯଦି ଆଧୁନିକ ସମାଜ ର ନାରୀଟିଏ ହୋଇ ଛିଡ଼ା ହୋଇପାରିଛି ତ ତାହା କେବଳ ମୋରି ପାଇଁ। । 

ଏହି ସମୟରେ ଭିତରୁ ଅଂଶ ର କାନ୍ଦିବା ସ୍ୱର ଶୁଭା ଗଲା। ମୁଁ ଆଉ ତା ଜେଜେମା ରୁମକୁ ଚାଲି ଆସିଲୁ ।

ଏହା ହେଉଛି ଆଧୁନିକ ସମାଜ ର ଏକ କାହାଣୀ । 



Rate this content
Log in

Similar oriya story from Abstract