Debaki Behera

Drama Romance Fantasy

3  

Debaki Behera

Drama Romance Fantasy

ମୀରା ଭାଗ- ୧୩

ମୀରା ଭାଗ- ୧୩

6 mins
184


କ୍ରିଷ୍ଣା ସେଠାରୁ ଚାଲି ଆସି ମୀରାକୁ ସବୁ ଜାଗାରେ ଖୋଜିଲା କିନ୍ତୁ କେଉଁଠାରେ ପାଇଲା ନାହିଁ l ତେଣୁ ସେ ସିଧା ତା ଘରକୁ ଚାଲିଲା l ମୀରା ର ଘରେ ପହଂଚି କ୍ରିଷ୍ଣା ଦେଖିଲା ତା ଘର କବାଟ ଖୋଲା ଅଛି l ସେ ବାହାରୁ ମୀରା.. ମୀରା.. ବୋଲି ଡାକିଲା କିନ୍ତୁ କିଛି ଭିତରୁ ଉତ୍ତର ନ ପାଇ ସେ କବାଟ ଖୋଲି ଭିତରକୁ ପଶିଲା l ସେ ରୁମ ଭିତରକୁ ଯାଇ ଦେଖିଲା ଯେ ମୀରା ବେଡ଼ ଉପରେ ମୁହଁକୁ ଦୁଇ ଆଣ୍ଠୁ ମଝିରେ ଲୁଚେଇ କାନ୍ଦୁଛି l ତାକୁ ଏମିତି କାନ୍ଦୁଥୁବାର ଦେଖି କ୍ରିଷ୍ଣା ଧୀରେ ଧୀରେ ତା ପାଖକୁ ଆସିଲା ଆଉ ତାକୁ କହିଲା - ମୀରା.... ମୀରା....

ମୀରା ମୁଣ୍ଡକୁ ନ ଉଠେଇ ଉତ୍ତର ଦେଲା -ଆପଣ ଏଠାରୁ ଚାଲିଯାନ୍ତୁ ସାନ ବାବୁ l ମୋତେ ମୋ ଅବସ୍ଥାରେ ଛାଡିଦିଅନ୍ତୁ l ଦୟାକରି ଏଠାରୁ ଚାଲିଯାଆନ୍ତୁ l

କ୍ରିଷ୍ଣା ଏହା ଶୁଣି କହିଲା - ପ୍ଲିଜ ମୀରା ଥରୁଟିଏ ପାଇଁ ତ ମୋତେ ଚାହଁ l ମୁଁ ସବୁ ସତ ଜାଣିସାରିଛି l ଆଉ ଏକଥା ବି ଜାଣିସାରିଛି ଯେ ତୁମେ ମୋତେ କେତେ ଭଲ ପାଅ l ପ୍ଲିଜ ମୀରା ପ୍ଲିଜ l

ମୀରା ମୁହଁ ଉପରକୁ ଟେକି କ୍ରିଷ୍ଣା କୁ ଚାହିଁଲା l କାନ୍ଦି କାନ୍ଦି ତା ମୁହଁ ନାଲି ପଡିଯାଇଥିଲା l ଆଖି ଦୁଇଟି ମଧ୍ୟ ମଳିନ ପଡିଯାଇଥିଲା l ଏବେ ମଧ୍ୟ ତା ଆଖିରୁ ଲୁହର ଧାର ବୋହିବାକୁ ଲାଗିଥାଏ l ମୀରା ତା ମା ର ଫୋଟୋ ଟିଏ ଧରିଥାଏ l କ୍ରିଷ୍ଣା, ମୀରା ର ଏମିତି ଚେହେରା ଦେଖି ତା ପାଖରେ ବେଡ଼ ରେ ବସିଗଲା l ଆଉ ତା ଠାରୁ ତା ମା ର ଫୋଟୋ ଟି ନେଇ କହିଲା - ଆଉ କାନ୍ଦନି ମୀରା l ଆଣ୍ଟି ତୁମକୁ ଏମିତି କାନ୍ଦୁଥିବାର ଦେଖିଲେ ସ୍ୱର୍ଗ ରେ ବି ତାଙ୍କ ଆତ୍ମା କଷ୍ଟ ପାଇବ l

ମୀରା ନିଜ କୋହକୁ ସମ୍ଭାଳି ପାରିଲାନି ତେଣୁ ସେ କ୍ରିଷ୍ଣା କୁ କୁଣ୍ଢେଇ ପକେଇଲା ଆଉ ଜୋର ଜୋର ରେ କାନ୍ଦିବାକୁ ଲାଗିଲା କିନ୍ତୁ ପର ମୁହୁର୍ତରେ ଯେମିତି ହିଁ ତାକୁ ରାମନାରାୟଣ ବାବୁ ଓ ନିତା ସହ କ୍ରିଷ୍ଣା ର ବାହାଘର କଥା ମନକୁ ଆସିଲା ସେ କ୍ରିଷ୍ଣା କୁ ନିଜଠାରୁ ଦୁରକୁ ପେଲିଦେଲା l କ୍ରିଷ୍ଣା କିଛି ବୁଝିପାରୁନଥିଲା l ମୀରା, କ୍ରିଷ୍ଣା କୁ କହିଲା - ଏଠାରୁ ଚାଲିଯାଅ ସାନ ବାବୁ l ଆପଣଙ୍କର ବାହାଘର ନିତା ସହ ଠିକ ହେଇସାରିଛି l ତେଣୁ କିଏ ଏଠାରେ ଆପଣକୁ ମୋ ସହ ଦେଖିଲେ ଖରାପ ଭାବିବେ l

କ୍ରିଷ୍ଣା, ମୀରାର କଥା ଶୁଣି କହିଲା - ମୁଁ ତୁମକୁ ଭଲ ପାଏ ମୀରା l ତୁମକୁ ଛାଡିଦେଲେ ଆଉ କାହାକୁ ବାହା ହେବା କଥା କେବେବି ଭାବିନି l ଆଉ ମୁଁ ବି ଜାଣିଛି ତୁମେ ମୋତେ ଭଲ ପାଅ l ସବୁ ଠିକ ହେଇଯିବ ମୀରା l ମୋ କଥା ବୁଝିବାକୁ ଚେଷ୍ଟା କର l

ମୀରା - ମୋର କିଛି ବୁଝିବାର କି ଶୁଣିବାର ନାହିଁ l ତୁମେ ଏଠାରୁ ଚାଲିଯାଅ l

ଏତକ କହି ମୀରା, କ୍ରିଷ୍ଣା ଠାରୁ ମୁହଁ ବୁଲେଇକି ଛିଡା ହୋଇଗଲା l ଏହା ଦେଖି କ୍ରିଷ୍ଣା କିଛି କହିବାକୁ ଯାଉଥିଲା କି 

ଠିକ ଏହି ସମୟରେ କିଏ ଜଣେ ପଛରୁ କହିଲା - ମୋ ପାଇଁ କିଶୁ କୁ ଶାସ୍ତି ଦେ ନି ରେ ମା l

ମୀରା ପଛକୁ ଫେରି ଚାହିଁଲା l ପଛରେ ରାମନାରାୟଣ ବାବୁ ଓ ତାଙ୍କ ସହିତ ସୁନିତା ଦେବୀ ଛିଡା ହୋଇଥିଲେ l ମୀରା ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା l କ୍ରିଷ୍ଣା ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଥିଲା କାରଣ ସେ ତା ବାପାକୁ ଏମିତି କେବେ ବି ଦେଖିନଥିଲା l

ରାମନାରାୟଣ - ହଁ ରେ ମା l ମୋର ଭୁଲ ହେଇଯାଇଛି l ମୁଁ ତୋ ମନକୁ କଷ୍ଟ ଦେଇଛି ମୋତେ କ୍ଷମା କରିଦେ l

ଏତକ କହି କହି ରାମନାରାୟଣ ବାବୁ ହାତଯୋଡି ମୀରା ପାଖକୁ ଆସିଲେ l ମୀରା ସାଙ୍ଗେ ସାଙ୍ଗେ ରାମନାରାୟଣ ବାବୁଙ୍କ ଯୋଡି ହୋଇଥିବା ହାତକୁ ଧରି ପକେଇଲା ଆଉ ଲୁହ ଛଳ ଛଳ ଆଖିରେ କହିଲା - ବଡ଼ ବାବୁ ଆପଣ ଏ କଣ କରୁଛନ୍ତି l ମୁଁ ଆପଣଙ୍କ ଉପରେ ରାଗିନି l ଆପଣ ମୋତେ କ୍ଷମା ମାଗି ଲଜ୍ଜିତ କରାନ୍ତୁନି l

ରାମନାରାୟଣ ବାବୁ ଲୁହ ଭରା ଆଖିରେ କହିଲେ - ସତରେ ମୁଁ ବଡ଼ ଅନ୍ଧ ଟିଏ ସୁନା କିଏ ହୀରା କିଏ ଜାଣିପାରିଲିନି l ନିଜ ଗୋଡ଼ରେ ନିଜେ ହିଁ ତାକୁ ମୋ ପାଖରୁ ଦୁରେଇ ଦଉଥିଲି l ଆରେ କିଶୁ ତୁ ଚିନ୍ତା କରେନି ତୁ ମୀରା କୁ ହିଁ ବାହା ହେବୁ l ଆଉ ତୁମ ଦୁଇଜଣଙ୍କର ବାହାଘର ବଡ଼ ଧୁମ ଧାମ ରେ ମୁଁ କରିବି l

କ୍ରିଷ୍ଣା ଏତକ ଶୁଣି ଦୌଡ଼ି ଆସି ରାମନାରାୟଣ ବାବୁଙ୍କୁ କୁଣ୍ଢେଇ ପକେଇଲା l ସୁନିତା ଦେବୀ ଯିଏ କି ଟିକେ ଦୂରରେ ଛିଡା ହୋଇଥିଲେ ସେ ମଧ୍ୟ ପାଖକୁ ଆସି ମୀରାକୁ କୁଣ୍ଢେଇ ପକେଇ କହିଲେ - ପାଗେଳୀ ଟା ଏବେ ତ ହସିଦେ l

ମୀରା ନିଜକୁ ସୁନିତା ଦେବୀଙ୍କ ବାହୁ ରୁ ନିଜକୁ ମୁକ୍ତ କରି କହିଲା - କିନ୍ତୁ ମା, ସାନ ବାବୁ ଙ୍କର ବାହାଘର ତ ନିତା ସହ ଠିକ ହେଇଥିଲା l

ସୁନିତା ଦେବୀ, ମୀରାକୁ ସମସ୍ତ ଘଟଣା କହିଲେ ଯାହା ସବୁ ମୀରା ପଛପଟେ ଘଟିଥିଲା l ମୀରା ଏ ସବୁ ଶୁଣି ବହୁତ ଦୁଃଖ ପ୍ରକାଶ କଲା l ଆଉ ସବୁଠାରୁ ଅଧିକ ଖୁସି ହେଲା ଏଇଥିପାଇଁ ଯେ ସୁନିତା ଦେବୀ ତା ମା ' ର ସାଙ୍ଗ l ତା ମାର ଦେହାନ୍ତ ବେଳେ କେବଳ ତାକୁ ତା ବାପାଙ୍କ ପରିଚୟ ଦେଇଥିଲା କିନ୍ତୁ ଏ କଥା କହିନଥିଲେ ଯେ ସୁନିତା ଆଉ ସେ ଦୁହେଁ ଭଲ ସାଙ୍ଗ ବୋଲି l ଏବେ ସବୁ କଥା ସ୍ପଷ୍ଟ ଭାବରେ ମୀରା ବୁଝିପାରୁଥିଲା କି କାହିଁକି ତା ମା ତାକୁ ଜଣେଇନଥିଲେ ଯେ ସୁନିତା ଦେବୀ ତାଙ୍କର ସାଙ୍ଗ ବୋଲି l କାରଣ ସେ ମୀରାକୁ ସେତେବେଳେ ନିଜ ଗୋଡ଼ରେ କାହାରି ଆଶ୍ରୟ ବିନା ଛିଡା କରେଇବାକୁ ଚାହୁଁଥିଲେ l ମୀରା ଯଦି ସେତେବେଳେ ଜାଣିଥାନ୍ତା ଯେ ସୁନିତା ଦେବୀ ତା ମା'ର ସାଙ୍ଗ ବୋଲି ତ ସେ ହୁଏତ ଏତେ ପରିଶ୍ରମ କରି ନିଜ ଗୋଡ଼ରେ ଛିଡା ହୋଇପାରିନଥାନ୍ତା l ମୀରା ମୁହଁରେ ଏବେ ଟିକେ ଖୁସିର ଭାବ ଦେଖିବାକୁ ମିଳିଥିଲା l ସେ ଖୁସି ମନରେ ସୁନିତା ଦେବୀଙ୍କୁ କୁଣ୍ଢେଇ ପକେଇଲା ଆଉ ଖୁସିରେ ତା ଆଖିରୁ ଲୁହ ବୋହିବାକୁ ଲାଗିଲା l

ରାମନାରାୟଣ ବାବୁ ମୀରା ମନକୁ ପରିବର୍ତ୍ତନ କରିବାକୁ ଯାଇ କହିଲେ - ନିଅ, ମୋର ତ କିଛି ଓଜନ ନାହିଁ l ସୁନିତା ଶୁଣିବ ମା ଡାକ ଆଉ ମୁଁ ଶୁଣିବି ବଡ଼ ବାବୁ l ଏଇଟା ଠିକ ନୁହଁ ନା l ସୁନିତା କୁହତ ତୁମେ ମା ହେଲେ ମୁଁ ମଧ୍ୟ ବାପା ହେବି ନା l

ମୀରା ଏ କଥା ଶୁଣି ଟିକେ ଶାନ୍ତ ହେଇଗଲା ଆଉ ରାମନାରାୟଣ ବାବୁଙ୍କ ପାଖକୁ ଆସି ତାକୁ କୁଣ୍ଢେଇ ପକେଇଲା ଆଉ କହିଲା ମୋତେ କ୍ଷମା କରିଦିଅନ୍ତୁ ବଡ଼ ବାବୁ l

ରାମନାରାୟଣ - ପୁଣି ବଡ଼ ବାବୁ l ଆରେ ବଡ଼ ବାବୁ ନୁହଁ ଏବେ ବାପା କହିବା ଆରମ୍ଭ କରେ l ଏକ ରେ ତୁ ମୋ ଘର ର ବୋହୁ ହେବୁ ଆଉ ମୋର ଝିଅ ବି l

ଏ କଥା ଶୁଣି ମୀରା ଆଉ ଥରେ ରାମନାରାୟଣ ବାବୁଙ୍କୁ କୁଣ୍ଢେଇକି କହିଲା - ମୁଁ ସତରେ ଆଜି ବହୁତ ଖୁସି ବାପା l

ରାମନାରାୟଣ ବାବୁ ଖୁସିରେ ମୀରା ମୁଣ୍ଡରେ ହାତରେ ସାଉଁଲେଇ କହିଲେ - ସବୁବେଳେ ଏମିତି ଖୁସିରେ ରହ l ଏବେ ସମସ୍ତେ ଚାଲ ଘରକୁ ଯିବା l

ସମସ୍ତେ ସେଠାରୁ ଗାଡି ରେ ବସି ଘରକୁ ଫେରିଲେ l ସମସ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳୁଥିଲା l ଖାସ କରି କ୍ରିଷ୍ଣା ମନରେ l ଯେତେବେଳ ଠାରୁ ତାର ଆଉ ମୀରା ର ବାହାଘର କଥା ତା ବାପା ମୁହଁରୁ ଶୁଣିଛି ତାର ତ ମନରେ ଲଡ୍ଡୁ ଫୁଟିଲା ପରି ମନେ ହେଉଛି l ଖୁସିରେ ନାଚିବାକୁ ତାର ମନେ ହେଉଛି l ନିଜ ଇଚ୍ଛା କୁ ମନରେ ଚାପି ରଖି ଛାତ ଉପରକୁ ଚାଲିଗଲା l ଆଉ ନିଜ ମୋବାଇଲ ରୁ ମୀରାକୁ ଏକ ମେସେଜ କଲା l ମୀରା, ରାମନାରାୟଣ ବାବୁ ଓ ସୁନିତା ଦେବୀ ଙ୍କ ସହ ଆସି ଡ୍ରଇଂ ହଲ ରେ ବସି ଥାଏ l ଠିକ ଏଇ ସମୟରେ ମେସେଜ ଆସିବାର ଶବ୍ଦ ରେ ଫୋନ ଟି ବାଜିଲା l ମୀରା ଫୋନ ଟିକୁ ଉଠେଇ ଦେଖିଲା ସେଥିରେ ଲେଖାଥିଲା " ଛାତକୁ ଆସିବା ପାଇଁ " l ମୀରା ମେସେଜ ଟିକୁ ପଢ଼ିଦେଇ ବନ୍ଦ କରି ରଖିଦେଲା ଆଉ ଏଣେତେଣେ ଚାହିଁବାକୁ ଲାଗିଲା l ରାମନାରାୟଣ ବାବୁ ତା ସମ୍ମୁଖରେ ବସିଥିଲେ ସେ କେମିତି ଉଠିକି ସେଠାରୁ ଯାଇପାରିବ ଏ କଥା ଭାବୁଥିଲା କି ରାମନାରାୟଣ ବାବୁ ତା ମନର କଥା ବୁଝିପାରିଲା ଭଳି କହିଲେ - ଆରେ ମୀରା, ଗଲୁ କିଶୁ କେଉଁଠି ଅଛି ତାକୁ ଡାକି ଆଣିବୁ l

ମୀରା - ଆଜ୍ଞା ବାପା ଯାଉଛି l ଏତକ କହିଦେଇ ସେଠାରୁ ଉଠି ସିଧା ଛାତ ଉପରକୁ ଚାଲିଲା l

ସେ ସେଠାରୁ ଚାଲିଯିବ ପରେ ସୁନିତା ଦେବୀ, ରାମନାରାୟଣ ପାଖକୁ ଆସି ତାଙ୍କ ପାଖରେ ବସିଗଲେ ଆଉ ତାଙ୍କ କାନ୍ଧରେ ମୁଣ୍ଡ ରଖି କହିଲେ - ମୁଁ ଆଜି ବହୁତ ଖୁସି l ତୁମେ ଏତେ ବଦଳିଯିବ ମୁଁ କେବେବି ଭାବି ନଥିଲି l

ରାମାନରାୟଣ ବାବୁ, ସୁନିତା ଦେବୀଙ୍କ ମୁହଁକୁଚାହିଁ କହିଲେ - ମୁଁ ବଦଳିବାର କାରଣ ତୁମେ ସୁନିତା l ଏତେ ବର୍ଷ ଧରି ତୁମ ବେଷ୍ଟ ଫ୍ରେଣ୍ଡ କୁ ଆମ ଘରେ ରଖିଲ ସେ ତୁମ ଆଖି ସାମ୍ନାରେ ଚାକରାଣୀ ହୋଇ କାମ କରୁଥିଲା l ଏ କଥା ତୁମକୁ କେତେ କଷ୍ଟ ଦେଇଥିବ ମୁଁ ଏବେ ବୁଝିପାରୁଛି l ମୋତେ କ୍ଷମା କରିଦେବ ସୁନିତା l ମୁଁ ତୁମକୁ ବୁଝିବାରେ ବହୁତ ଡେରି ହେଇଗଲା l

ସୁନିତା ଦେବୀ, ରାମାନରାୟଣ ବାବୁଙ୍କୁ କୁଣ୍ଢେଇ ପକେଇ କହିଲେ - କିଛି ଡେରି ହେଇନି l ତୁମେ ପଛ କଥା ଭାବି ମନ ଦୁଃଖ କରନି l ଏବେ ସବୁ ଠିକ ହେଇଯିବ କିନ୍ତୁ ମୋତେ ବହୁତ ଡର ଯେ ଦିଗମ୍ବର କିଛି ଅଘଟଣ ନ ଘଟାଉ l

ସେ କିଛି ବି କରିପାରିବନି ତୁମେ ନିଶ୍ଚିତ ରୁହ l ମୀରା ଆମ ସହ ଅଛି ଆଉ କିଛି ଚିନ୍ତା କରିବା ଦରକାର ନାହିଁ - ରାମନାରାୟଣ ବାବୁ କହିଲେ l

ଏଣେ ମୀରା ଛାତ ଉପରେ ପହଂଚି ସାରିଥିଲା l ଯେମିତି ହିଁ ସେ ଛାତ ଉପରେ ପହଁଚିଛି l କ୍ରିଷ୍ଣା ତା ହାତ ଦୁଇକୁ ଧରି ନିଜ ଆଡକୁ ଟାଣି ଆଣିଲା ଆଉ କହିଲା - ଏବେ ତୁମେ ମୋ ଠାରୁ ଆଉ କୁଆଡେ ଦୁରେଇ ଯାଇ ପାରିବନି l ଏବେତ କହିଦିଅ କି ତୁମେ ମୋତେ ଭଲ ପାଅ ବୋଲି l

ମୀରା ଟିକେ କ୍ରିଷ୍ଣା କୁ ଚିଡେଇ ବାକୁ ଯାଇ କହିଲା - ଏ କଣ କରୁଛନ୍ତି ସାନ ବାବୁ l ମୋତେ ଛାଡ଼ନ୍ତୁ l ନା ମୁଁ ଆପଣଙ୍କୁ ଟିକେ ବି ଭଲ ପାଏନି l

ଏତକ ଶୁଣି କ୍ରିଷ୍ଣା, ମୀରାକୁ ଛାଡିଦେଲା ଆଉ ମନ ଦୁଃଖରେ ମୁହଁ ବୁଲେଇ ଛିଡା ହୋଇଗଲା l ମୀରା, କ୍ରିଷ୍ଣା କୁ ଏମିତି ମୁହଁ ବୁଲେଇ ଛିଡା ହୋଇଥିବାର ଦେଖି ତା ସାମ୍ନା କୁ ଆସି କହିଲା - ମୁଁ କହିଲି ଯେ ମୁଁ ତୁମକୁ ଟିକେ ବି ଭଲ ପାଏନି ଏହାର ମାନେ ମୁଁ ତୁମକୁ ବହୁତ ବହୁତ ବହୁତ ଭଲ ପାଏ l

ଏ କଥା ଶୁଣି ଖୁସିରେ କ୍ରିଷ୍ଣା, ମୀରାକୁ କୁଣ୍ଢେଇ ପକେଇଲା l ମୀରା ମଧ୍ୟ କ୍ରିଷ୍ଣା ର ଛାତିରେ ମୁଣ୍ଡ ରଖି ତାର ହୃଦୟ ର ସ୍ପନ୍ଦନ କୁ ସ୍ପଷ୍ଟ ଶୁଣିପାରୁଥିଲା l ତାଙ୍କୁ ସେପରି ମୁହୂର୍ତ୍ତ ରେ ଯିଏ ବି ଦେଖିଥାନ୍ତା ସେ ନିଶ୍ଚିତ କହିଥାନ୍ତା କି ଦୁଇ ଶରୀର କିନ୍ତୁ ଗୋଟିଏ ପ୍ରାଣ l ଦୁହେଁ ଦୁହିଁଙ୍କ ବାହୁ ବନ୍ଧନରେ ନିଜକୁ ହଜାଇ ଦେଇଥିଲେ l ଜହ୍ନ ର ଜୋଛନା ତଳେ ସୁନେଲି ସ୍ବପ୍ନ ଦେଖୁଥିଲେ l ତାଙ୍କ ଦୁହିଁଙ୍କ ଭିତରେ ଆଉ କୌଣସି ଦୂରତା ନଥିଲା l 


.....କ୍ରମଶଃ.....


Rate this content
Log in

Similar oriya story from Drama