Debaki Behera

Drama Romance Fantasy

4  

Debaki Behera

Drama Romance Fantasy

ମୀରା ଭାଗ - ୧୨

ମୀରା ଭାଗ - ୧୨

6 mins
196


ମୀରାର ନାହିଁରେ କ୍ରିଷ୍ଣାର ମନ ଭାଙ୍ଗି ରୁଜି ଚୁରମାର ହେଇଗଲା l ସେ କଣ କରିବ କିଛି ଭାବି ପାରୁନଥିଲା l କାହାକୁ ତା ମନର କଥା କହିବ l ସେ ସେମିତି ଆଣ୍ଠୁ ମାଡି ବସି ଥିଲା ଆଉ ତା ଆଖିରୁ ଲୁହ ଝରିଚାଲିଥିଲା l ସେ ସେଠାରୁ ଉଠିଲା ଆଉ କିଛି ମନକୁ ମନ ଚିନ୍ତା କରି ଘରର ଉପର ମହଲା କୁ ଚାଲିଲା l ଉପର ମହଲା ରେ ରାମନାରାୟଣ ବାବୁଙ୍କର ଛୋଟିଆ ଏକ ରୁମ ଟେ ଥିଲା l ଯେଉଁଠାରେ କି ସେ କେତେବେଳେ କେମିତି ଆସି ସାଙ୍ଗ ସାଥିଙ୍କ ସହ ବସି ଡ୍ରିଙ୍କ କରନ୍ତି l କ୍ରିଷ୍ଣା କୁ ଏ ବିଷୟରେ ଜଣା ଥିଲା l ତେଣୁ ସିଏ ସେ ରୁମ ଖୋଲିଲା ଆଉ ଭିତରକୁ ଗଲା l କ୍ରିଷ୍ଣା ଆଗରୁ କେଵେବି ଡ୍ରିଙ୍କ କରିନଥିଲା l କିନ୍ତୁ ଆଜି ତାକୁ ବହୁତ କଷ୍ଟ ହେଇଥିଲା l ସେଇ କଷ୍ଟ ମୀରା ମାରିବା ଯୋଗୁ ନୁହେଁ ତା ମୁହଁରୁ ନାହିଁ ପଦ ଟେ ଶୁଣି l ମୀରା ର ମୁହଁର ସେହି" ନାହିଁ " ଶବ୍ଦ ଟେ ତାକୁ ସବୁଠୁ ଅଧିକ କଷ୍ଟ ଦେଇଥିଲା l ସେ ରୁମରେ ଥିବା ଏକ ବିଅର ବୋତଲ ଖୋଲିଲା l ରାଗ ଏବଂ ଦୁଃଖରେ ବୋତଲ କୁ ମୁହଁରେ ଲଗାଇଲା ଆଉ ଏକସଙ୍ଗରେ ଅଧା ରୁ ଅଧିକ ବୋତଲ ଖାଲି କରିଦେଲା l ସେଠାରେ କିଛି ବୋତଲ ଭଙ୍ଗାରୁଜା ବି କଲା l ଉପରୁ ଭଙ୍ଗାରୁଜା ଶବ୍ଦ ଶୁଣି ନିତା, ସୁନିତା, ରାମନାରାୟଣ ବାବୁ ଏବଂ ଦିଗମ୍ବର ବାବୁ ସମସ୍ତେ ଉପର ରୁମକୁ ଚାଲିଆସିଲେ l କ୍ରିଷ୍ଣା କୁ ଏପରି ଅବସ୍ଥାରେ ଦେଖି କେହି ବି ନିଜ ଆଖି ଉପରେ ବିଶ୍ୱାସ କରିପାରୁନଥିଲେ l ତାର ଆଜି ଜନ୍ମଦିନ ଥିଲା l କିନ୍ତୁ ଆଜିର ଦିନରେ ଏଭଳି ଅବସ୍ଥା ଦେଖି ସମସ୍ତଙ୍କ ମନ ଦୁଃଖ ହେଲା l ସୁନିତା ଦେବୀ ଦୌଡ଼ି ଯାଇ କ୍ରିଷ୍ଣା କୁ ପଡି ଯାଉ ଯାଉ ସମ୍ଭାଳିଲେ l ଆଉ କହିଲେ - କିଶୁ, ତୁ ଏ କଣ କରୁଛୁ? ତୁ ମଦ ପିଇଛୁ?

କ୍ରିଷ୍ଣା ନିଜକୁ ସମ୍ଭାଳି ଢଳି ଢଳି ଛିଡା ହେବାକୁ ଚେଷ୍ଟା କଲା l ତାର ଗୋଡ଼ ଏଠି ସେଠି ପଡୁଥିଲା l ତା ମୁହଁ କାନ୍ଦି କାନ୍ଦି ଲାଲି ପଡିଯାଇଥିଲା ଆଉ ଆଖିରୁ ଯେମିତି ଲୁହ ଓ ନିଆଁର ବର୍ଷା ଝରିପଡୁଥିଲା l ସମସ୍ତେ ଭାଷା ଶୂନ୍ୟ ହୋଇ ସ୍ଥାଣୁ ପରି ଛିଡା ହୋଇଥିଲେ l କାହାର ବି ସାହସ ନଥିଲା କ୍ରିଷ୍ଣା କୁ କିଛି କହିବାର l କ୍ରିଷ୍ଣା ନିଜ ଆଖିରୁ ଲୁହ ପୋଛି ମୁଣ୍ଡ ଉଠାଇ ସମସ୍ତିଙ୍କୁ ଥରେ ଥରେ ଚାହିଁଲା ଆଉ ଶେଷରେ ନଜର ଫେରେଇ ଆଣି ସୁନିତା ଦେବୀ ଙ୍କୁ ଧରି କହିଲା - ମା, ମୁଁ ହାରିଯାଇଛି ମା l ମୁଁ ହାରିଯାଇଛି l

କ୍ରିଷ୍ଣା ର ଏପରି ଅବସ୍ଥା ଦେଖି ସୁନିତା ଦେବୀଙ୍କ ଆଖିରୁ ମଧ୍ୟ ଲୁହ ବୋହିବାକୁ ଲାଗିଥିଲା l ସେ ନିଜର ଲୁହକୁ ଲୁଚେଇ କ୍ରିଷ୍ଣା କୁ କୋଳେଇ ନେଇ କହିଲେ - ନା ରେ କିଶୁ l ମୋ ପୁଅ ବହୁତ ସାହସୀ l ସେ କେବେବି ହାରି ନ ପରେ l ମୁଁ ଜାଣେ ତୋତେ ଆଜି ବହୁତ କଷ୍ଟ ହେଇଛି l କିନ୍ତୁ ସମୟକୁ ଅପେକ୍ଷା କରେ ସବୁ ଠିକ ହୋଇଯିବ l

କ୍ରିଷ୍ଣା ଟିକେ ତାତ୍ସଲ୍ୟ ଭରା ହସ ଟିଏ ହସିଲା ଆଉ କହିଲା - ସମୟ ସମୟ କୁ ହିଁ ତ ଅପେକ୍ଷା କରିଥିଲି ଆଉ ଭାବିଥିଲି ମୋ ବାପା ମୋତେ ବୁଝିବେ କିନ୍ତୁ ସେ ବି ବୁଝିଲେନି ଆଉ ସବୁଠାରୁ ବଡ଼ କଥା ମୁଁ ଯାହାକୁ ଏତେ ଭଲ ପାଏ ମୀରା, ସେ ବି ମୋତେ ବୁଝିଲାନି l

ମୀରା ର ନାଁ ଶୁଣି ରାମନାରାୟଣ ବାବୁ ଟିକେ କ୍ରୋଧିତ ସ୍ୱର ରେ କହିଲେ - ସେଇ ଚାକରାଣୀ ପାଇଁ ତୋର ଆଜି ଏ ଅବସ୍ଥା l ଫସେଇ ଦେଲା ନା ତୋତେ ତା ପ୍ରେମ ଜାଲରେ l ଶୁଣିଲ ତ ସୁନିତା ସବୁ ତୁମରି ପାଇଁ l ସବୁବେଳେ ମୋ ମନକରିବା ସତ୍ୱେ ତୁମେ ସେ ଚାକରାଣୀ କୁ ଏଇ ଘରକୁ ଆସିବାକୁ ଦେଲ ଆଉ ଆଜି ଦେଖ ତୁମ ପୁଅ ମଦୁଆ ଙ୍କ ଭଳି ଛିଡା ହୋଇଛି l ସେ ଚାକରାଣୀ କୁ ତ

କ୍ରିଷ୍ଣା ତା ବାପାଙ୍କର କଥାକୁ ମଝିରୁ କାଟି ଜୋର ରେ ଚିତ୍କାର କଲା ଆଉ କହିଲା- ବନ୍ଦ କର ବାପା ସେ ଚାକରାଣୀ ନୁହେଁ l ସେ କିଏ ଆପଣ ଜାଣିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ l ଜାଣିବାକୁ ଚାହୁଁଛନ୍ତି ମୀରା କିଏ କହୁଛି ଶୁଣନ୍ତୁ l

ସୁନିତା ଦେବୀ, କ୍ରିଷ୍ଣା ର ହାତକୁ ଟାଣି ଧରି ମୁଣ୍ଡ ହଲାଇ ନ କହିବାକୁ ଇସାରା କଲେ କିନ୍ତୁ କ୍ରିଷ୍ଣା ନିଜ ମା'ର ହାତରୁ ନିଜ ହାତକୁ ଛଡେଇ ଆଣି କହିଲା - ନାଁ ମା, ମୁଁ ଆଉ ମୀରା କୁ ଏମିତି ବେଈଜ୍ଜତ ହେବାକୁ ଦେଇପାରିବିନି l ତାକୁ ମୁଁ ଭଲ ପାଏ l ତାକୁ ମଧ୍ୟ ତାର ହକ୍ ମିଳିବା ଦରକାର l

ଏତେ ସବୁ କଥା ଶୁଣି ଶୁଣି ଦିଗମ୍ବର ବାବୁ ମଧ୍ୟ ଅବାକ ହୋଇଯାଇଥିଲେ ଆଉ ସେ ଏଇ ପରିବାର କଥାରେ ମୁଣ୍ଡ ପସେଇବାକୁ ଚାହୁଁ ନଥିଲେ ସେ ତେଣୁ ସେଠାରୁ ଚାଲିଯିବାଟା ହିଁ ଠିକ ଭାବିଲେ l ସେ ଯେମିତି ହିଁ ବୁଲିପଡ଼ି ଯିବାକୁ ବାହାରିଛନ୍ତି କ୍ରିଷ୍ଣା ଧୀରେ ଧୀରେ ଢଳି ଢଳି ଆଗକୁ ବଢ଼ି ତାଙ୍କ ହାତକୁ ଧରିନେଲା

ସେ ବୁଲିକି ଦେଖିଲେ କ୍ରିଷ୍ଣା ତାଙ୍କ ହାତ ଧରିଛି ସେ କିଛି କହିବାକୁ ଯାଉଥିଲେ କି କ୍ରିଷ୍ଣା କହିଲା - ଆପଣ କୁଆଡେ ଯାଉଛନ୍ତି ସାର l ଆପଣଙ୍କ ବିନା ତ ଏ କାହାଣୀର ଶେଷ ହେବନି l

ଦିଗମ୍ବର ବାବୁ, ରାମନାରାୟଣ ବାବୁ କି ନିତା କେହି କିଛି ବୁଝିପାରିଲେ ନାହିଁ l ସମସ୍ତେ କ୍ରିଷ୍ଣା ମୁହଁକୁ କେବଳ ମଟମଟ କରି ଚାହୁଁ ଥିଲେ l କ୍ରିଷ୍ଣା ନିଜ ବାପାଙ୍କୁ ଚାହିଁ କହିଲା - ବାପା ଆପଣକୁ ଜାଣିବାର ଇଛା ଅଛି ନା ମୀରା କିଏ l ମୁଁ କହୁଛି ଶୁଣ ମୀରା ର ଅସଲ ନାଁ ମୀରା ପଟ୍ଟନାୟକ, ଦିଗମ୍ବର ପଟ୍ଟନାୟକ ଙ୍କର ଝିଅ l

ରାମନାରାୟଣ ବାବୁଙ୍କୁ ଯେମିତି ଏକ ଶକ୍ତ ଧକ୍କା ଲାଗିଲା l ତା ଠାରୁ ତ ଅଧିକ ବଡ଼ ଝଟକା ଦିଗମ୍ବର ବାବୁଙ୍କୁ ଲାଗିଲା l ସେ ପାଖରେ ପଡ଼ିଥିବା ଏକ ଚୌକି ରେ ଧଡମ କରି ବସିପଡିଲେ l ସେ ତାଙ୍କ କାନକୁ ବିଶ୍ୱାସ କରିପାରୁନଥିଲେ l ସେ ଟିକେ ଆଶ୍ଚର୍ଯ୍ୟ ଭରା ଚାହାଣି ରେ ସୁନିତା ଦେବୀଙ୍କ ଆଡକୁ ଚାହିଁଲେ ଆଉ ପଚାରିଲେ - ତେବେ ତୁମ ନାମ କଣ ସୁନିତା, ରାଧା ପଟ୍ଟନାୟକ ର କଲେଜ ବେଳର ସାଙ୍ଗ?

ସୁନିତା ଟିକେ ଆଗକୁ ଆସିଲା ଆଉ କହିଲେ- ହଁ, ମୁଁ ସେଇ ସୁନିତା l 

ଦିଗମ୍ବର ବାବୁ ନିଜ ମୁଣ୍ଡରେ ହାତ ଦେଇ କାନ୍ଦିବାକୁ ଲାଗିଲେ ଆଉ କହିଲେ - ରାଧା ତୁମ ପାଖରେ ଥିଲା ଆଉ ମୁଁ ତାକୁ କେଉଁଠି କେଉଁଠି ନ ଖୋଜିଛି କିନ୍ତୁ ତୁମର ମୋତେ ଜଣେଇଲନି କାହିଁକି?

ସୁନିତା ଟିକେ ରାଗିଯାଇ କହିଲା -କାହିଁକି ତୁମକୁ ଜଣେଇଥାନ୍ତି? ତୁମେ ଜଣେ ଧୋକେ ବାଜ l ପ୍ରତାରକ l ମୋ ସାଙ୍ଗ ସହ ତୁମେ ପ୍ରତାରଣା କରିଛ l ଜାଣିଛ ଗୋଟେ କଥା ତୁମରି ପାଇଁ କେବଳ ତୁମରି ପାଇଁ ମୋ ସାଙ୍ଗ କୁ ମୁଁ ଆଜି ଯାଏଁ ମୋ ସାଙ୍ଗ ବୋଲି କାହାରିକୁ କହିପାରିନି l ସେ ମୋ ଘରେ ଚାକରାଣୀ ଭଳି କାମ କରୁଥିଲା l କାରଣ ସେ ଜାଣେ ସ୍ୱାଭିମାନୀ ମଣିଷ ଥିଲା l

ଦିଗମ୍ବର,ସୁନିତା ର କଥା ଶୁଣି କହିଲା - ତୁମେ କିଛି ଜାଣିନ ସୁନିତା l ମୁଁ ପ୍ରତାରଣା କରିନି l ଆଜି ଯାଏଁ ମୁଁ ରାଧା ଛଡା କୌଣସି ସ୍ତ୍ରୀ ବିଷୟରେ ଭାବି ବି ନାହିଁ l

ଏତକ କହି ଦିଗମ୍ବର ଜୋର ଜୋର ରେ କାନ୍ଦିବାକୁ ଲାଗିଲା ଆଉ ନିତା ତାଙ୍କର କାନ୍ଦ ଦେଖି ତାଙ୍କ ପାଖକୁ ଆସି ତାଙ୍କୁ ଚୁପ ହେଇଯିବା ପାଇଁ ବୁଝାଇଲା l ନିତାକୁ ଦେଖି ସୁନିତା ଆହୁରି ରାଗିଯାଇଥିଲା ଆଉ କହିଲା - ଦିଗମ୍ବର, ତୁମେ ତୁମ ଜୀବନରେ ବହୁତ ଖୁସିରେ ରହିଥିଲ l ରାଧା ସହ ପ୍ରତାରଣା କରି ଅନ୍ୟ ଏକ ସଂସାର ବସେଇଲ ଆଉ ତୁମ ଝିଅ ତୁମ ସମ୍ମୁଖରେ ଠିଆ l ଏବେ ବି କଣ ତୁମେ କହିବ ତୁମେ ଜଣେ ପ୍ରତାରକ ନୁହଁ l ଆଉ କେତେ ମିଛ କହିବ l ହଁ ଆଉ ଗୋଟିଏ କଥା ଶୁଣିନିଅ, ମୀରା ଏବେ ମୋ ଝିଅ l ତା ଉପରେ ତୁମର କିଛି ବି ଅଧିକାର ନାହିଁ l ମୁଁ ଆଜି ଯାଏଁ ତା ଠାରୁ ବହୁତ କିଛି ଲୁଚେଇକି ରଖିଛି l ତାକୁ ପୁରା ସତ କଥା ଜଣା ନାହିଁ ଆଉ ଯେଉଁଦିନ ସିଏ ପୁରା ସତ ଜାଣିବ ସେ ଆଜି ଯେତିକି ତୁମକୁ ଘୃଣା କରୁଛି ତା ଠାରୁ ଶହେ ଗୁଣ ଅଧିକ ଘୃଣା କରିବ l ଭଲ ହେବ ତୁମେ ତୁମ ଝିଅ ନିତାକୁ ନେଇ ଏଠାରୁ ଶୀଘ୍ର ଚାଲିଯାଅ l

ଦିଗମ୍ବର କୁ ବହୁତ କଷ୍ଟ ହେଲା ଆଉ କ୍ରୋଧ ବି ସେ ନିଜ ଆଖି ଲୁହ ପୋଛିଲା ଆଉ ଛିଡା ହେଇ କହିଲା - ହଁ, ମୁଁ ଆଜି ତ ଚାଲିଯିବି କିନ୍ତୁ ମୋ ଝିଅକୁ ମୁଁ ବହୁତ ଶୀଘ୍ର ତୁମଠାରୁ ଛଡେଇକି ନେଇଯିବି l

ଏତକ କହି ଦିଗମ୍ବର ସେଠାରୁ ଚାଲିଗଲା l ନିତା କଣ କରିବ କଣ କହିବ କିଛି ଜାଣିପାରୁନଥିଲା ତେଣୁ ସେ ପ୍ରଥମେ କ୍ରିଷ୍ଣା ପାଖକୁ ଆସିଲା ଆଉ ତାକୁ କହିଲା - କ୍ରିଷ୍ଣା, ମୁଁ ଜାଣିନି ଆଜି ଯାହା ସବୁ ହେଲା ତାହା ସତ ନା ମିଛ l କିନ୍ତୁ ତୁମ ମନରେ କଷ୍ଟ ଦେବାକୁ ମୁଁ କେବେବି ଚାହିଁନି l ମୁଁ ଆଜି ଯାଉଛି l ଜାଣିନି ଆଉ ଦେଖା ହେବକି ନାହିଁ l ହଁ,ଆଉ ଗୋଟିଏ କଥା କହିବି ମୀରା ତୁମକୁ ବହୁତ ଭଲ ପାଏ l ତା ମନରେ କେବେ କଷ୍ଟ ଦେବନି l

କ୍ରିଷ୍ଣା, ନିତାର କଥା ଶୁଣି ଆଶ୍ଚମ୍ବିତ ହୋଇଗଲା ଆଉ ଟିକେ ହସିଦେଇ କହିଲା - ଭଲ ପାଇବା l ସେ ଯଦି ମୋତେ ଏତେ ଭଲ ପାଉଥିଲା ତ ମୋତେ କହିଲାନି କାହିଁକି? କାହିଁକି ଆଜି ଯେତେବେଳେ ମୁଁ ତାକୁ ମୋ ମନର କଥା କହିଲି ସେ ମୋତେ ମନା କରିଦେଲା? କାହିଁକି ?

ତାଙ୍କ କଥାକୁ ମଝିରୁ କାଟି ରାମନାରାୟଣ ବାବୁ କହିଲେ - ସେ ନାହିଁ କରିବାର କାରଣ ମୁଁ l ହଁ, କିଶୁ ସେ ମୋରି ପାଇଁ ହିଁ ତୋ ପ୍ରେମକୁ ପ୍ରତ୍ୟାଖ୍ୟାନ କଲା l ମୁଁ ବହୁତ ଦିନ ହେଲାଣି ତୁମ ଦୁଇ ଜଣକୁ ଅନୁସରଣ କରିବା ପାଇଁ ପିଲା ଲଗେଇ ଥିଲି l ସେମାନେ ବାରମ୍ବାର ମୀରା ଉପରେ ନଜର ରଖୁଥିଲେ l ମୀରା ଏ କଥା ଜାଣିଥିଲା l ଆଉ ଆଜି ବାହାଘର କଥା ଅନନଉନ୍ସ ପରେ ସେ ସେଠାରୁ ଚାଲି ଆସିଥିଲା l ମୁଁ ତା ପଛେ ପଛେ ଯାଇ ତାକୁ କହିଥିଲି କି ଯଦି ତୁମକୁ ଭଲ ପାଉଛି ବୋଲି କେବେବି ମୁହଁ ଖୋଲି କୁହେ ତ ମୁଁ ତୁମ ଡି ଜଣକ ସମ୍ପର୍କ କୁ କେବେ ବି ଗ୍ରହଣ କରିବିନି ଆଉ ମୁଁ ତୋତେ ମୋର ସବୁ ସମ୍ପତି ତଥା ନିଜଠାରୁ ଅଲଗା କରିଦେବି l ସେ ସେଇଥିପାଇଁ ତୋ ଭଲ ପାଇବାକୁ ପ୍ରତ୍ୟାଖ୍ୟାନ କରିଥିଲା l କିନ୍ତୁ ଏବେ ମୁଁ ମୋର ଭୁଲ ବୁଝିପାରିଛି lମୋତେ କ୍ଷମା କରିଦେ କିଶୁ l

କ୍ରିଷ୍ଣା ଏବେ ସବୁ ବୁଝିସାରିଥିଲା l ତେଣୁ ସେ ତା ବାପାକୁ ଆଉ କିଛି ନକହି ସେଠାରୁ ଚାଲିଗଲା l ନିତା ମଧ୍ୟ ସୁନିତା ଦେବୀଙ୍କୁ କ୍ଷମା ମାଗିଲା l ସୁନିତା ଦେବୀ, ଦିଗମ୍ବର ର ରାଗ ଓ ଭୁଲ ପାଇଁ ନିତାକୁ ଘୃଣା କରୁନଥିଲେ l ସେ ନିତାକୁ ସ୍ନେହ ଦେଇ ସେଠାରୁ ବିଦା କଲେ l ଦିଗମ୍ବର ଓ ନିତା ସେଠାରୁ ଚାଲି ଆସିଲେ l


କ୍ରମଶଃ


Rate this content
Log in

Similar oriya story from Drama