Puja Pradhan

Children Stories Inspirational

4  

Puja Pradhan

Children Stories Inspirational

ମୋ ସାନ୍ତାକ୍ଲସ

ମୋ ସାନ୍ତାକ୍ଲସ

6 mins
286


ଉପହାରଟିଏ ପାଇବାକୁ କାହାକୁ ବା ଭଲ ଲାଗିନଥାଏ l 

ଆମେ ସମସ୍ତେ କହିଥାଉ ବହିରେ କାହାଣୀରେ ପଢିଥାଉ କି, ସାନ୍ତାକ୍ଲସ ପିଲାମାନଙ୍କ ପାଇଁ ବୋହୁତ ସୁନ୍ଦର ଉପହାର ଦେବାପାଇଁ ଆସିଥାନ୍ତି l ତେବେ ସତରେ କଣ ସେମିତି କିଛି ହୋଇଥାଏ ଯାହାକି ଆମକୁ ମା କହିଥିଲେ ଓ ଆମେ ଏତେ ବର୍ଷପରେ ଆମ ପିଲାମାନଙ୍କୁ କହିଥାଉ ନିଦ l ନଆସିଲେ ପରିରାଇଜର କାହାଣୀ ଶୁଣାଇଥାଉ କି ଗୋଟିଏ ଦେଶରେ ଜଣେ ମହାପ୍ରତାପୀ ରାଜା ରାଜୁତି କରୁଥିଲେ ତାଙ୍କ ରାଜ୍ୟ ବାସୀଙ୍କୁ ବୋହୁତ ଭଲରେ ରଖିଥିଲେ ରାଜାଙ୍କର ଗୋଟିଏ ସୁନ୍ଦର ଝିଅ ଥିଲା l ଗୋଟିଏ ଦୁଷ୍ଟ ରାକ୍ଷ୍ୟାସ ରାଜକୁମାରୀକୁ ଗୋଟିଏ ଗୁମ୍ଫାରେ ନେଇ ସିନ୍ଦୁକ ଭିତରେ ରଖିଛି ରାଜା ଘୋଷଣା କରିଛନ୍ତି ଯିଏ କେହି ରାଜକୁମାରୀ କୁ ସେହି ରାକ୍ଷାସ କବଳରୁ ସୁରକ୍ଷିତ ଭାବରେ ଆଣିବ ଓ ସେହି ଦୁଷ୍ଟ ରାକ୍ଷ୍ୟାସ କୁ ମରିବ l ତେବେ ରାଜା ସେହି ବ୍ୟକ୍ତି ସହିତ ତାଙ୍କ ଝିଅ କୁ ବିବାହ କରିବେ l ରାଜା

କହିଥିବା କଥାଶୁଣି ଅନ୍ୟ ଗୋଟିଏ ଦେଶର ରାଜକୁମାର ସେହି ରାକ୍ଷ୍ୟାସ କୁ ମାରି ରାଜଜେମାକୁ ଉଧାର କରିଛି ଓ ନିଜ ବୀରତ୍ୱ ର ପରିଚୟ ଦେଇଥିବାରୁ ରାଜା ନିଜ ବଚନ ରଖି ରାଜକୁମାରୀ ଙ୍କୁ ସେହି ରାଜକୁମାର ସହିତ ବିବାହ କରିଦେଇଛନ୍ତି l ଓ ସବୁଦିନପାଇଁ ଗୋଟିଏ ରାକ୍ଷ୍ୟାସ କବଳରୁ ନିଜ ରାଜ୍ୟ ବାସୀଙ୍କୁ ବଞ୍ଚାଇଛନ୍ତି l ଏହିଭଳି କାହାଣୀ ଆମେ ପିଲାମାନଙ୍କୁ ଶୁଣାଇଥାଉ ଯାହାକି ଆମେ ଶୁଣି ବଡ଼ ହୋଇଛୁ ତେବେ କହିଲେ ସତରେ ଆମ ଆଖିରେ କିଛି ସମୟ ପର୍ଯ୍ୟନ୍ତ ସେହି ସବୁ ବିଷୟ ଗୁଡିକ ଜୀବନ୍ତ ହୋଇଯାଏ l ମନକୁ ଲାଗୁଥାଏ ଆମେ ରାଜକୁମାରୀ କୁ ଦେଖି ଥାଆନ୍ତେ ସତରେ ଏମିତି ବିରାଟ ବଡ଼ ରାକ୍ଷ୍ୟାସ ଥିବ କେତେ ଭାବନାର ସୁତାରେ ବାନ୍ଧି ହୋଇଯାଏ l

ହେଲେ ଆମେ ଯେତେବେଳେ ଧୀରେ ଧୀରେ ବଡ଼ ହୋଇଯାଉ ସେହି ସବୁ କାହାଣୀକୁ ଭୁଲିଯାଉ କିନ୍ତୁ କିଛି ପିଲା ବେଳର କାହାଣୀ ମନରେ ରହିଯାଏ ଓ ଆମେ ଯେତେବେଳେ କାହାକୁ କାହାଣୀ କହିଥାଉ ସେହି ଶୁଣିଥିବା ଓ ଯାହାବିକିଛି ମନ ରେ ଅଛି ସେଥିରୁ କିଛି ଶୁଣେଇଦେଉ ଠିକ ସେମିତି ଆଜି ରାମେଶ୍ୱର ବାବୁଙ୍କ ଛୋଟ ନାତୁଣୀ ସମସ୍ତ ଙ୍କୁ ପଚାରୁଛି ସତରେ କଣ ରାତିରେ ସାନ୍ତାକ୍ଳସ ଆସନ୍ତି ଯିଏ ଯାହାକିଛି ବି ମାଗିଥାଏ ସେ କଣ ସମସ୍ତ ଙ୍କୁ ଦିଅନ୍ତି l କେମିତି ଦେଖିବାକୁ ସେ ନାତୁଣୀ ର ଏମିତି କଥା ଶୁଣି ରାମେଶ୍ୱର ବାବୁ ମନକୁ ମନ ହସିବାରେ ଲାଗିଛନ୍ତି l 

କହିଲେ ବୁଝିଲୁ ରାନୀ ତୋ ଆଈ କୁ ପଚାରସେ ସବୁକିଛି କହିବ

ଅଜାଙ୍କ ପାଖରୁ ସେକଥା ଶୁଣି ରାନୀ ଦୌଡ଼ି ଚାଲିଲା ଘର ଭିତରକୁ ରାମେଶ୍ୱର ବାବୁ କହିଲେ ଦେଖିକି ଯିବୁ ରାନୀ କହିଲା ଅଜା ତମେ ଜାଣିନ ମୁଁ ଆଈ କୁ କହିବି ସାନ୍ତା କେମିତି ଆମ ଘରକୁ ଆସିବେ ସେଆସିଲେ ମୋପାଇଁ ବୋହୁତ ଗୁଡ଼ାଏ ଖେଳନା

ଆଣିବେ କେତେ ଖାଇବା ଜିନିଷ ଆଣିବେ ଏମିତି ଅଜାଙ୍କ ସହିତ କଥା ହେବା ସମୟରେ ରାନୀ ପଡିଗଲା ଓ ବୋହୁତ ଜୋରରେ ତା ଗୋଡ଼ରେ ମାଡ଼ ହୋଇଗଲା ରକ୍ତ ବୋହିବାକୁ ଲାଗିଲା l  

ବିଚାରି ଝିଅ ଟି ଜୋରରେ କାନ୍ଦିବାକୁ ଲାଗିଲା କଣ କରିବ କିନ୍ତୁ କହୁଥାଏ ଅଜା ତମେ ସାନ୍ତା କୁ ଆମଘରକୁ ଆସିବାକୁ କହିବ ରାମେଶ୍ୱର ବାବୁ କଣ କହିବେ କହିଲେ ରାନୀ ଟିକେ ଚୁପଚାପ ବସିବୁ ଡାକ୍ତର ଙ୍କୁ ଫୋନ କରିଲେ ନାତୁଣୀର କାନ୍ଦ ଦେଖି ଆଈ ବ୍ୟସ୍ତ ହୋଇଗଲେ l ରାମେଶ୍ୱର ବାବୁ କହିଲେ ମୋରି ପାଇଁ ରାନୀ ପଡିଗଲା ସାନ୍ତାକ୍ଲସ ଆସିବେ ମୋଲାଗି କେତେ ଖେଳନା ଆଣିବେ ମନ ଭରି କେତେ କଣ କହୁଥିଲା ରାମେଶ୍ୱର ବାବୁଙ୍କ କଥା ଶୁଣି ତାଙ୍କ ସହଧାର୍ମିଣୀ କହିଲେ ତମେ ସେମିତି କୁହନି ମୋ ପାଖକୁ ସେ ଆସୁଥିଲା ପିଲାଲୋକ ପଡିଯିବାରୁ ଗୋଡ଼ରେ ଖଣ୍ଡିଆ ହୋଇଯାଇଛି ଡାକ୍ତର ଆସୁଥିବେ ମନ ଖରାପ କରନି l କିଛି ସମୟପରେ ଡାକ୍ତର ଆସିଲେ ରାନୀ ଗୋଡ଼ରୁ ରକ୍ତ ବୋହୁଥାଏ ରାମେଶ୍ୱର ବାବୁକହିଲେ ଦେଖୁଛନ୍ତି l କେମିତି ଅବସ୍ତା କରିଛି ରାନୀ କହିଲା ଅଜା ଦେଖିବ ରୁହ ଡାକ୍ତର କେମିତି ମୋତେ ଭଲ କରିଦେବେ ମୁଁ ଠିକ ହୋଇଯିବି ନହେଲେ ସାନ୍ତାକ୍ଲସ ମନ ଖରାପ କରିବେନି କହିବେ ଦେଖ ରାନୀ ର ବୋଧେ ମନ ନାହିଁ ଆଜି ତାଙ୍କ ଘରକୁ ସାନ୍ତାକ୍ଲସ ଆସିବେ ବୋଲି ?? ସେଥିପାଇଁ ମୋତେ କେତେ ସବୁ କାମ କରିବାର ଅଛି l ଆଈ ଙ୍କୁ ଚାହିଁ କହୁଥାଏ ତମେ ମୋ ମାମା କୁ ଫୋନ କରି କୁହ ସନ୍ଧ୍ୟା ପୂର୍ବରୁ ଘରକୁ ଆସିବେ କେତେ କାମ ଅଛି ରାନୀ କଥା ଶୁଣି ଡାକ୍ତର ହସିଲେ ଓ କହିଲେ ଆଲୋ ମା ଟିକେ ଚୁପଚାପ ବସିବୁ ତୋ ଗୋଡ଼କୁ ମୁଁ ଭଲ ଭାବରେ ପୋଛି ଦେଉଛି l ଡାକ୍ତର ରାନୀ ଗୋଡ଼କୁ ତୁଳା ରେ ପୋଛି ଦେଲେ ଭଲଭାବରେ ବ୍ୟାଣ୍ଡିସ କରିଦେଲେ ଓ ଇଞ୍ଜେକ୍ସନ ଦେବାକୁ ଯେମିତି ସିରିଞ୍ଚ ବାହାର କରିଛନ୍ତି l ରାନୀ ଜୋରରେ ଚିତ୍କାର କରିବାକୁ ଲାଗିଲା ରାମେଶ୍ୱର ବାବୁ କହିଲେ ଆରେ କିଛି ହେବନି ତୋ ମାମା ଯେତେବେଳେ ଠିକ ତୋ ଭଳି ହୋଇଥିଲା ଏହି ଡାକ୍ତର ଅଜା ଏମିତି ଇଞ୍ଜେକ୍ସନ ଦେଇ ମାମା କୁ ଭଲ କରିଦେଇଥିଲେ କିଛି ହେବନି ରାନୀ କେତେ ସାହାସି l  

ଅଜା ଙ୍କ ପାଟିରୁ ଏ କଥା ଶୁଣି ରାନୀ କହିଲା ସତରେ ଠିକ ଅଛି ମୁଁ କାନ୍ଦିବିନି ମାମା ଜାଣିଲେ କଣ କହିବ ଡାକ୍ତର ଅଜା ତମେ ମୋତେ ଶୀଘ୍ର ଇଞ୍ଜେକ୍ସନ ଦେଇଦିଅ l ଡାକ୍ତର ହସିବାକୁ ଲାଗିଲେ କହିଲେ ବୁଝିଲୁ ଏବେ ରାନୀକୁ କିଛି ସମୟ ପାଇଁ ଶୋଇଯିବାକୁ ହେବ ରାନୀ କହିଲା ଜାଣିଛ ଡାକ୍ତରଅଜା ତମେ ରାତିକୁ ଆସିବ ଆଜି ସାନ୍ତାକ୍ଲସ ଆସିବେ l କିଛିସମୟପରେ

ରାନୀ ଶୋଇଗଲା ଡାକ୍ତର ରାମେଶ୍ୱର ବାବୁଙ୍କୁ ଔଷଧ କିଣିବା ପାଇଁ ଗୋଟିଏ ଚିଠା ଦେଲେ ଓ କହିଲେ ରାନୀକୁ ବିଶ୍ରାମ ନେବାକୁ ହେବ ବୋହୁତ ଜୋରରେ ମାଡ଼ ହୋଇଛି l ରାମେଶ୍ୱର ବାବୁ ଡାକ୍ତର ଙ୍କ ସହିତ ବଜାର କୁ ବାହାରି ଗଲେ ରାନୀପାଇଁ ଔଷଧ ଆଣିବାକୁ ତାଙ୍କ ସହଧର୍ମିଣୀ ନିଜ ଝିଅ ସୁରେଖା ନିକଟକୁ ଫୋନକରି ରାନୀ ବିଷୟରେ କହିଲେ ଓ ଜୁଆଇଁ ଙ୍କ ସହିତ ସନ୍ଧ୍ୟା ପୂର୍ବରୁ ଆସିବାପାଇଁ କହିଲେ l ସୁରେଖା କହିଲା ବୋଉ ଆମେ ଯାଉଛୁ ଶୀଘ୍ର ପହଁଚିବୁ ତୁ ବ୍ୟସ୍ତ ହେବୁନି l  

ଝିଅ ସହିତ କଥା ହେବା ପରେ ସରୋଜା ଦେବୀ ନିଜ ଘରକାମରେ ବ୍ୟସ୍ତ ରହିଲେ l ରାମେଶ୍ୱର ବାବୁ ଔଷଧ ନେଇ ଘରକୁ ଫେରିବା ସମୟରେ ଦେଖିଲେ ବଜାରରେ ସାନ୍ତାକ୍ଲସ ଙ୍କ ଡ୍ରେସ ବିକ୍ରୀ ହେଉଥାଏ ତାଙ୍କର ମନେ ପଡିଗଲା ରାନୀ କହିଥିବା କଥା କି ଅଜା ଆଜି ସାନ୍ତାକ୍ଲସ ଆସିବେ ହେଲେ ରାନୀ ର ଗୋଡ଼ରେ ବୋହୁତ ଜୋରରେ ମାଡ଼ ହୋଇଛି ଭାବି ମନ ଦୁଃଖ କରିବାକୁ ଲାଗିଲେ ତାଙ୍କ ମନକୁ ଗୋଟିଏ ଭାବନା ଆସିଲା କହିଲେ ଆଜି ମୋ ନାତୁଣୀ ପାଇଁ ମୁଁ ନିଜେ ସାନ୍ତାକ୍ଲସ ହୋଇଯିବ

ସେ ଦୋକାନରୁ ରାନୀକୁ ଯାହାସବୁ ପସନ୍ଦ ସେସବୁ କିଣିଲେ ସରୋଜା ଦେବୀଙ୍କ ପାଇଁ କିଛି ଜିନିଷ ଝିଅ ସୁରେଖା ଓ ଜୁଆଇଁ ରାଜେଶ ପାଇଁ କିଛି ଉପହାର କିଣି ଘରକୁ ବାହାରିଲେ ଝିଅ କୁ ଫୋନକରି ଆସିବାକୁ କହିଲେ ଘରକୁ ଆସି ସରୋଜା ଦେବୀଙ୍କ ସହିତ ମିଶି ଘରକୁ ସଜାଇବାରେ ଲାଗିଗଲେ l ସେତିକି ସମୟରେ ରାନୀ ର ମାମା ଓ ବାପା ଆସିଯାଇଥିଲେ l

ସେ ଦୁହେଁ ବି ତାଙ୍କ ସହିତ ଘର ସଜାଇବାକୁ ଲାଗିଲେ ରାମେଶ୍ୱର ବାବୁ ସମସ୍ତ ଙ୍କୁ କହିଲେ ଆଜି ମୁଁ ମୋ ନାତୁଣୀ କୁ ଖୁବ ସୁନ୍ଦର ଉପହାର ଦେବାକୁ ଚାହେଁ ତୁମେ ସମସ୍ତେ ମୋତେ ଟିକେ ସାହାଯ୍ୟ କରିବ ରାନୀ ଯେମିତି ଜାଣିବ ସତରେ ଆଜି ତାପାଇଁ ସାନ୍ତାକ୍ଲସ 

ବୋହୁତ ସୁନ୍ଦର ଉପହାର ନେଇ ଆସିଛନ୍ତି l ପିଲାଲୋକ ତା ମନ ଯେମିତି କଷ୍ଟ ନହୁଏ ଆଜି ମୋ ଅଝଟିଆ ନାତୁଣୀ ର ମନ ରଖିବାକୁ ମୁଁ ସାନ୍ତାକ୍ଲସ ହୋଇ ତା ମନଲାଖି ଉପହାର, ଚକଲେଟ ସବୁ ଦେବି ସରୋଜା କହିଲା ଭଲ ହେବ ବାପା l ଆପଣ ଶୀଘ୍ର ରେଡି ହୋଇ ଆସନ୍ତୁ ରାମେଶ୍ୱର ବାବୁ ହଁ କହି ନିଜକୁ ସାନ୍ତାକ୍ଲଚ ଭାବରେ ସଜାଇବାକୁ ଲାଗିଲେ l ସେତିକି ସମୟରେ ସମସ୍ତେ ରେଡି ହୋଇଆସିଗଲେ ରାମେଶ୍ୱର ବାବୁ ରାନୀ ଶୋଇଥିବା ଘରେ ଗୋଟିଏ ଟେବୁଲ ଉପରେ ସୁନ୍ଦର ଖେଳନା ଟିଏ ରଖି ଦେଲେ କିଛିସମୟ ପରେ ରାନୀ ନିଦରୁ ଉଠିଲା ଅଜା ତମେ କୋଉଠି ରାନୀ ପାଟି ଶୁଣି ସୁରେଖା ଆସିଲେ ରାନୀ କହିଲା

ମାମା ତମେ କେତେବେଳେ ଆସିଲ ଭଲ ହେଲା ଦେଖିବ ରୁହ ଆଜି ସାନ୍ତାକ୍ଲସ ଆସିବେ ବାପା ଆସିଲେନିକି ଘର ଭିତରକୁ ଆଈ ଓ ରାନୀ ବାପା ଆସିଲେ ସମସ୍ତେ କହିଲେ ସେଥିପାଇଁ ଆମେ ସମସ୍ତେ ଏକାଠି ହୋଇଛୁ ସାନ୍ତାକ୍ଳସ ଆଜି ଆସିବେ ଆମପାଇଁ କେତେ ଉପହାର ଆଣିଥିବେ ରାନୀ କହିଲା ମାମା ମୁଁ କିଛିବି କହିନି ସେକେମିତି ଜାଣିବେ ସୁରେଖା କହିଲା ସେ ପିଲାମାନଙ୍କୁ ବୋହୁତ ସ୍ନେହ କରନ୍ତି l  

ତୋର କିଛିବି କହିବା ଦରକାର ହେବନି ସେ ମନକଥା ଜାଣିପାରିବେ ରାନୀ କହିଲା ସତରେ ମାମା ମୁଁ ଅଜା କୁ ସବୁ କହିବି ସେ କଣ ଆସିନାହାଁନ୍ତି l ଠିକ ଏତିକି ବେଳେ ଘଣ୍ଟିର ଶବ୍ଦ ବାଜିବାକୁ ଲାଗିଲା ରାନୀ କହୁଥାଏ ମାମା କଣ ହେଉଛି ସୁରେଖା କହିଲା ଦେଖ ସାନ୍ତାକ୍ଲସ ଆସିଗଲେ ରାନୀ ଛିଡା ହେବାକୁ ଚାହିଁଲା ରାମେଶ୍ୱର ବାବୁ ରାନୀ ପାଖକୁ ଦୌଡ଼ି ଯାଇ ତାକୁ କୋଳେଇ ନେଲେ ରାନୀ କହିଲା ତମେ ସାନ୍ତା ମୋପାଇଁ କଣ ଆଣିଛ ସାନ୍ତା କହିଲେ ରାନୀ ମୁଁ ତୁମ ଉପହାର ତୁମପାଖରେ ରଖିଛି ଦେଖ ରାନୀ ଖୁସି ହୋଇ ଦେଖିଲା ଟେବୁଲ ଉପରେ ତାପାଇଁ ସୁନ୍ଦର ଖେଳନା ଅଛି ସାନ୍ତା ସମସ୍ତ ଙ୍କ ପାଇଁ ଆଣିଥିବା ଉପହାର ଦେବାକୁ ଲାଗିଲେ l ରାନୀ କହିଲା ସାନ୍ତା ମୋ ଅଜା

ଙ୍କ ପାଇଁ କିଛି ବି ଆଣିନ ସେ ମନ ଖରାପ କରିବେ l

ରାମେଶ୍ୱର ବାବୁ କହିଲେ ସେ ମୋତେ ଆଣିବାପାଇଁ ଯାଇଥିଲେ

ରାନୀ କାନ୍ଦିବାରୁ ରାମେଶ୍ୱର ବାବୁ ରାନୀ କୁ ହସାଇ କହିଲେ ରାନୀ ତୋରି ପାଇଁ ତୋ ଅଜା ସାନ୍ତାକ୍ଳସ ହୋଇଯାଇଛି l  

ରାନୀ କହିଲା ସତରେ ଅଜା ବୋହୁତ ଖୁସି ହୋଇଗଲା ଘରର ସମସ୍ତେ ରାନୀକୁ କହିଲେ ଦେଖିଲୁ ସାନ୍ତାକ୍ଲସ କେମିତି ଆସନ୍ତି l  

ରାନୀ କହିଲା ହଁ ମାମା ତେବେ ସବୁ ପିଲାଙ୍କ ପାଖରେ ସବୁଦିନ ସାନ୍ତାକ୍ଲସ ଅଛନ୍ତି l ତେବେ ଆଜି କାହିଁକି ଦେଖା କରନ୍ତି  

ସୁରେଖା କହିଲା ସବୁଦିନ ପିଲାମାନେ ନିଜ ପସନ୍ଦର ଜିନିଷ ଆଣିବା ପାଇଁ ଜିଦ କରିବସନ୍ତି l ହେଲେ ଆଜି ସାନ୍ତା ସମସ୍ତ ଙ୍କ କଥା ଜାଣି ତାଙ୍କ ପସନ୍ଦର ଉପହାର ସମସ୍ତ ଙ୍କୁ ଦେଇଥାଆନ୍ତି l

ବୁଝିପାରିଲୁ ରାନୀ ଜୋରରେ କହିଲା ହଁ ମାମା ବୁଝିଗଲି ରାନୀ ରାମେଶ୍ୱର ବାବୁ ଙ୍କୁ କହିଲା ଅଜା ଏପଟକୁ ଚାହିଁଲ ରାମେଶ୍ୱର ବାବୁ ନିଜ ଚେହେରା ବଡ଼ ଦର୍ପଣ ରେ ଦେଖିଲେ କହିଲେ କଣ କହ ରାନୀ କହିଲା ଅଜା ଦେଖ ସତରେ ସାନ୍ତାକ୍ଲସ ଆସିଯାଇଛନ୍ତି

ସମସ୍ତେ ରାନୀ କଥା ଶୁଣି କହିଲେ ଦେଖିଲୁ ରାନୀ ସାନ୍ତା କେମିତି ଆସିଛନ୍ତି l ରାନୀ କହିଲା ମୋପାଖରେ ସବୁଠାରୁ ବଢିଆ ସାନ୍ତାକ୍ଲସ ଅଛି l ମୋ ସାନ୍ତାକ୍ଲସ ଭଳି କାହାର ସାନ୍ତାକ୍ଲସ ନାହିଁ, ନାତୁଣୀ ର ଖୁସି ଦେଖି ରାମେଶ୍ୱର ବାବୁ ବୋହୁତ ଖୁସି ହୋଇଗଲେ l ରାନୀ କହିଲା ମାମା ତମେକଣ ଏମିତି ସାନ୍ତାକ୍ଲସ ଦେଖିଥିଲ ସୁରେଖା କହିଲା ନା କେବେବି ଦେଖିନି l ତୋ ସାନ୍ତାକ୍ଲସ ସବୁଠାରୁ ବଢିଆ ସୁରେଖା କଥାରେ ସମସ୍ତେ ହସିବାକୁ ଲାଗିଲେ l ରାନୀ ସାନ୍ତାକ୍ଲସ ଙ୍କ ପାଖରେ ତାଙ୍କ ଗୀତ ଜିଙ୍ଗେଲବେଲ ଜିଙ୍ଗେଲବେଲ ଗୀତଟିକୁ ବୋଲିଲା ରାନୀ ସହିତ ସମସ୍ତେ ଗୀତ ବୋଲିଲେ ଏହିଭଳି ଭାବରେ ସେହି ଦିନଟି ଖୁସିରେ ବିତିଗଲା ll



Rate this content
Log in