Er. Prakash Majhi

Inspirational Children

4.1  

Er. Prakash Majhi

Inspirational Children

ବେତର ଭାତ ଅମୃତ ଆତ

ବେତର ଭାତ ଅମୃତ ଆତ

6 mins
423


ମଣିଷ ଓ ପଶୁ ଭିତରେ ଆକାଶ ପାତାଳର ଫରକ। ମାନବୀୟ ଦୁର୍ଲଭ ସୁଗଣାବଳୀ ନେଇ ମାନବ ଦାନବ ନହୋଇ ଦେବତା ହୁଏ। ଉପଯୁକ୍ତ କର୍ତ୍ତବ୍ଯ ସଂପାଦନ କରି ସେ ପ୍ରତି କାର୍ଯ୍ୟରେ ବିଜୟ ଲାଭ କରେ। ସଂଯମ ଓ ଶୃଙ୍ଖଳାର ବନ୍ଧନରେ ବାନ୍ଧି ହୋଇ ସେ ଶେଷରେ ବିଶ୍ୱ ବିଜୟୀ ହୁଏ। ବିଶୃଙ୍ଖଳିତ ଜୀବନ ପଶୁତ୍ୱର ବୀଜ ବପନ କରେ। ସେମାନଙ୍କର ଅସୀମ ତ୍ଯାଗ ଓ କର୍ତ୍ତବ୍ଯ ସେମାନଙ୍କୁ ମହାପୁରୁଷରେ ପରିଣତ କରିଥାଏ। ଏଭଳି ଏକ ନିଖୁଣ ଚରିତ୍ର ଯାହା ଆମ ପାଇଁ ପ୍ରେରଣାଦାୟକ। 


ଗ୍ରୀଷ୍ମଋତୁର ପ୍ରଚଣ୍ଡ ଖରା, ଝାଞ୍ଜି ପବନ ଓ ଅସହ୍ଯ ଉତ୍ତାପ ଲୋକଙ୍କୁ ଘୋର କଷ୍ଟ ପ୍ରଦାନ କରୁଥାଏ। ଲୋକ ଅନୁଭବ କରୁଥା'ନ୍ତି ମଳୟାନିଳର ଶୀତଳ ସ୍ପର୍ଶ ନାହିଁ। ଗ୍ରୀଷ୍ମର ଝାଞ୍ଜି ପବନ ରହିଛି ଦୂରଦର୍ଶନ ର ନ୍ୟୁଜ ଚେନାଲରେ ତୁହାକୁ ତୁହା ବ୍ରେକିଙ୍ଗ ନ୍ୟୁଜ ରେ ପ୍ରଚାର ହେଉଥାଏ ଯେ ଅଂଶୁଘାତ ଜନିତ ମୃତ୍ଯୁ ସଂଖ୍ୟା ଓଡିଶାରେ ୫୪୫କୁ ବୃଦ୍ଧି। ଭୁବନେଶ୍ବରର ତାପମାତ୍ରା ପାଖାପାଖି ୪୩°। ଲାଗୁଥିଲା ବାହାରେ ଯେମିତି ନିଆଁ ବର୍ଷୁଛି। ପାଖାପାଖି ଦିନ ୨ଟା ସମୟ ହେବ। ବଜାର ଗୁଡିକ ପ୍ରୟ ବନ୍ଦ ହୋଇ ଗଲାଣି। କାଁ ଭାଁ ଲୋକ। ବସଷ୍ଟାଣ୍ଡ ପାଖରେ ଥିବା ହୋଟେଲରେ ମଧ୍ୟାନ ଭୋଜନ ଖାଇ ବିକାଶ ତରବରିଆ ଭାବରେ ଆସି ଗୋଟିଏ ସିଟ୍ ରଖି ବାହାରୁଥିବା ଗମଗମ୍ ଝାଳର ଉପଶମ ପାଇଁ ନିଜ ରୁମାଲ ଟି ଦୋହଲାଉ ଥାଏ। ବସି ଭିତରକୁ ପଶି ଆସିଲେ ଜଣେ ପ୍ରୌଢ ଭଦ୍ରଲୋକ। ଦେଖିଲେ ହିଁ ମନେ ହୁଏ ଯେପରି କୌଣସି ଦାରୁଣ ଦୁଃଖ ଆଘାତରେ ତାଙ୍କର ବୟସ ଅଯଥା ଆଗେଇ ଯାଇଛି ଅନେକ ବର୍ଷ। ଦେହରେ ଧୋତି-ପଞ୍ଜାବି ଓ ହାତରେ ବାଡି ଏକ ସୁସ୍ପଷ୍ଟର ଆଭିଜାତ୍ୟର ସୁଚନା ଦିଏ। ଭଦ୍ରଲୋକ ମୋଟା ଲେନ୍ସର ଚଷମା ଟାକୁ କାଢି ଆଣି ରୁମାଲରେ ଥରେ ଦୁଇଥର ପୋଛି ନେଇ ପୁଣି ଥରେ ଆଖିରେ ଦେଲେ ଓ ସିଟ୍ ଉପରେ ବାଡିଟିକୁ ଆଉଜେଇ ଦେଇ ଆଉଥରେ ଭଲ ଭାବରେ ଦେଖିନେଲେ ବିକାଶକୁ। ଭଦ୍ରଲୋକଙ୍କର କଣ୍ଠ ବାଷ୍ପ ରୁଦ୍ଧ ହୋଇ ଯାଇଥିଲା ଓ ସେ ସ୍ଥିର ଚକ୍ଷୁରେ ବସର ଝରକାର ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁଙ୍କୁ ଚାହିଁ ରହିଲେ। 


ହଠାତ୍ ଯାଇ ବିକାଶର ନଜର ତାଙ୍କ ଉପରେ ପଡିଲା। ବୃଦ୍ଧଙ୍କର ଏଭଳି ଅବସ୍ଥା ରେ ତାଙ୍କୁ ଚିହ୍ନି ହେଉନଥାଏ। ପ୍ରାୟ ୧୦ବର୍ଷ ପରେ ତାଙ୍କୁ ସେ ଦେଖୁଛନ୍ତି। ତଥାପି ସେଇ ଚେହେରାକୁ ଦେଖୁ ଦେଖୁ ତାର ମନେ ପଡିଗଲା ସେଇ ଗାଁ ଚାହାଳିର କଥା। ଯେଉଁ ଚାହାଳିରେ ସିଲଟ ଖଡି ଧରି ଆଜି ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଥିବା ଇଂରାଜୀ ବର୍ଣ୍ଣମାଳା ଗୁଡିକ ସେ ସୁନ୍ଦର ଭାବରେ ପଢି ପାରୁଅଛି। ଯେଉଁ କାରଖାନାରେ ସେ ତିଆରି ହୋଇଛି; ଯାହା ପାଇଁ ସେ ଆଜି ଦାନା ଗଣ୍ଡାକ ପାଉଛି ସେଇ କାରଖାନାର ହେଡ ମିସ୍ତ୍ରୀ ମଧୁପୁର ଗାଁର ନୀଳମଣି ସାର ସିଏ; ଅନେକ ଦିନ ପରେ ଦେଖି ସେ ଭାବ ପ୍ରବଣତା ହୋଇଯାଇଥିଲା। ତା' ହୃଦୟରୁ ଛାଏଁ ଏକ ଆନ୍ତରିକତା ପ୍ରଣିପାତ ଜ୍ଞାପନ ପାଇଁ ମନଟି ବ୍ୟାକୁଳ ହୋଇ ଉଠିଲା। ସାଙ୍ଗେ ସାଙ୍ଗେ ସିଟରୁ ଉଠି ଆସି ପଦସ୍ପର୍ଶ କରିଥିଲେ ନୀଳମଣି ସାରଙ୍କର। ଆରେ ବାପା ତୁ; ତୋତେ ଦେଖିଲେ ଚିହ୍ନି ହେଉନି; ଅତି କଅଁଳ ସ୍ୱରରେ ନୀଳମଣି ସାର କହିଥିଲେ। ଆପଣଙ୍କୁ ମଧ୍ଯ ଚିହ୍ନି ପାରିଲିନି ମୁଁ ସାର। ଏଭଳି ଏକ ଅସହ୍ଯ, ଝାଞ୍ଜି ପବନରେ ଆପଣ ବୋଧେ ଗାଁକୁ ବାହାରିଲେ। ଏବେ ତ ବସ ଗୁଡିକ ଭିଡ ଆପଣ ବିଳମ୍ବରେ ଆସିଛନ୍ତି। ଆପଣଙ୍କୁ ସିଟ ମିଳିବା କଷ୍ଟକର ତେଣୁ ଆପଣ ମୋ ସିଟରେ ବସି ପଡନ୍ତୁ। ମୁଁ ତ ଛିଡାହୋଇ ପଳାଇବି। ନାଇଁ ବାପା ଥାଉ ତୁ ବସିଥା- ମୁଁ ଛିଡା ହୋଇଥାଏ। ଏମିତି ହୋଇ ପାରିବନି ସାର; ଆପଣ ଛିଡା ହୋଇଥିବେ ଆଉ ମୁଁ ବସିଥିବି। ଏହା ଅତି ନିକୃଷ୍ଟ କଥା। 


ଜବରଦସ୍ତି ସାରଙ୍କର ଗୋଟିଏ ହାତକୁ ଧରି ନେଇ ସିଟରେ ବସାଇଲା; କୁଆଡେ ଥିଲା ବସ କଣ୍ଡକ୍ଟରଟି ବସ ଭିତର ଆଡକୁ ଯାଉ ଯାଉ ମୁଁ ପଚାରିପକାଇଲି ସାର:- ବସଟି କେତେବେଳେ ଛାଡିବ। ଆଉ ପାଖାପାଖି ୧ଘଣ୍ଟା ଲାଗିବ। କାରଣ କଲେଜ ଛାତ୍ର ଛାତ୍ରୀମାନେ ଧର୍ମଘଟ ଚଳାଇଛନ୍ତି। କାରଣ ଏକ ଦଶ ଚକିଆ ଟ୍ରକ ଟିଏ ଗୋଟିଏ କଲେଜ ଛାତ୍ରକୁ କଲେଜ ଆସୁଥିବା ବେଳେ ଦୁର୍ଘଟଣା ଘଟାଇଛି। ଏ ତତଲା ଝାଞ୍ଜିକୁ କଣ୍ଡକ୍ଟର ଭାଇଙ୍କ ନୈରାଶ୍ଯ ପୂର୍ଣ୍ଣ ଉତ୍ତରରେ ମୋର ଟେନସନ ଆହୁରି ବଢିଗଲା; ଯାହା ହେଉ ବହୁ ଦିନ ପରେ ସାକ୍ଷାତ ହୋଇଛି ମୋର ପ୍ରିୟ ଜନଟିକୁ ତାଙ୍କ ସହ ବାର୍ତ୍ତାଳାପ କରିଲେ ସମୟ ତ ଅତିକ୍ରମ ହୋଇଯିବ। ଏହା ଭାବି ସାରଙ୍କ ଆଡକୁ ମୁହଁଟି କରି ପଚାରିଲା; ଆପଣ ଅବସର ନେଲେଣି ସାର; ଏତିକିରେ ସାରେ ଆରମ୍ଭ କଲେ ତାଙ୍କର ଅସରନ୍ତି କଥା; ହଁ'ରେ ବାବୁ ... ଗତ ୨ବର୍ଷ ହେଲା ଅବସର ନେଇଛି। ଅବସର ନେଇ ଭାବିଥିଲି କେତେ କ'ଣ ଉପଭୋଗ କରିବି ହେଲେ ଅବସରର ବର୍ଷେ ନପୁରୁଣୁ ଚାଲିଗଲେ ଆର ପାରିକୁ ତୋ ବଡମା। ସେ ହୃଦୟର ଦୁଃଖ କହିଲେ ମୋ ଛାତିଟା ଫାଟି ଯାଉଛି। ଭାବିଲି ଜନ୍ମ ମୃତ୍ୟୁ କଥା। ଆଜି ସେ ଗଲା କାଲି ମୁଁ ଯିବି। କୌଣସି ପ୍ରକାରେ ମନଟା ବୁଝାଇ ନେଇଥିଲି ମୋ ନାତି ନାତୁଣୀଙ୍କ ମୁହଁକୁ ଦେଖି।


 ବଡ ପୁଅ ତ ବାଙ୍ଗାଲୋର ରେ ଏକ ବଡ ହସ୍ପିଟାଲରେ ଡାକ୍ତର ଚାକେରୀ କରୁଛି। ସେଇଠି ଗୋଟିଏ ବଙ୍ଗାଳି ଝିଅକୁ ଦେଖି ବିବାହ କରିଗଲା। ଜମାରୁ ସେ ଆସିବା ନାଁ ଧରୁନି; ଜନ୍ମଭୂମିର ମମତା ଓ ପିତାମାତାର ଚିନ୍ତା ତାର ନାହିଁରେ ବାବୁ। ଟଙ୍କା ପଛରେ ଗୋଡେଇ ଗୋଡେଇ ସେ ଭୁଲିଯାଇଛି ସବୁ ମାୟା, ମମତା ଓ ବନ୍ଧନକୁ। ଓ ସାନପୁଅଟା ଏଇ ସମ୍ବଲପୁରରେ ପି.ଏଚ୍.ଡି ବିଭାଗରେ ସିଭିଲ ଇଞ୍ଜିନିୟର। ତାଙ୍କର କଥା ନକହିବା ଭଲ। ଉଚ୍ଚ ଶିକ୍ଷିତା ଦେଖି ବହୁଟିଏ କରିଥିଲି; ଭାବିଥିଲି ବଡ ଥାଇ ତ ନଥିଲା ଭଳି ସାନ ବହୁଟି ମୋର ଦେଖା ଶୁଣା କରିବ। ତୋ ବଡମା ଥିଲା ବେଳେ ଠିକ ଥିଲା। ସେ ଚାଲିଗଲା ପରେ ମୋ ଦେହ ପା ହେଲେ ମୁଁ ଚାଲିଆସେ ତାଙ୍କ ପାଖକୁ ହେଲେ ଯାହା ସେବା ଶ୍ରୁଶୁଷା ପାଏ ତାହା ନକହିବା ଭଲ। 


ସଜା ଗାଈ ପୋକେ ମରେ ଭଳିଆ ସବୁବେଳେ ସେ ମୋତେ ବଡ ପୁଅ କଥା କହେ। ତୁମର ଯଦି ଆମ୍ଭଟି ରୁଚି ନାହିଁ ତାହେଲେ ଚାଲି ଯାଉନ ତମ ବଡ ପୁଅ ପାଖକୁ। ମୋ ପାଖରେ କିଛି ଉପାୟ ନଥାଏ। ବାକ୍ଯ ଶୂନ୍ଯ ହୋଇ ମୁଁ ପଡିରହିଥାଏ ତାର ସିଡିଘର ପାଖରେ। ପୁଅଟା କ'ଣ ବୁଝେ ମୁଁ ଜାଣିନି ଆସିଲେ ମୋତେ ଆଖିରେ ଦେଖେନି। ଆଜିର କଥା; ଗାଧୋଇ ମୁଁ ବସିଥାଏ ଖାଇବା ପାଇଁ ପ୍ରାୟ ଗାଧୋଇବାର ୧ଘଣ୍ଟା ପରେ ମୋତେ ଖାଇବାକୁ ମିଳିଲା; ବୁଢା ଲୋକ ହାତରେ ଆଉ ସେତେ ଜୋର ନାହିଁ। ମୋ ଅସୁସ୍ଥତା କଥା ବହୁତ ସାଂଘାତିକ। ମୋର କିଡିନି ଖରାପ। ଡକ୍ଟର ଚିତ୍ତରଞ୍ଜନ କର ବୁର୍ଲାରେ ରହୁଛନ୍ତି। ତାଙ୍କ ପାଖକୁ ଯାଇଥିଲି ପାଥୋଲାବ ରିପୋର୍ଟ ଦେଖି ସେ ମୋତେ କହିଲେ ଏସ.କ୍ରିଟିନାଇନ 9.3 ଆଉ ମୁଁ ବେଶୀ ଦିନ ନୁହଁ। ଛାଡ ସେ କଥା..ହେଲେ ମୋ ଦୁର୍ବଳ ହାତରେ ପାଣି ପିଉ ପିଉ ଦାମିକା କାଚ ଗ୍ଲାସଟି ଖସି ପଡିଲା ମୋ ହାତ ମୁଠାରୁ। ସେତିକିରେ ସୃଷ୍ଟି ହୋଇଗଲା ମହାଭାରତ; ନାନାଦି କଟୁ କଥା ଶୁଣିବାକୁ ପଡିଲା ବୋହୁ ପାଖରୁ; ପୁଅ ଖରାବେଳେ ଅଫିସ୍ ରୁ ଆସୁ ଆସୁ ସବୁ କଥା ଓଗାଳି ପକାଇଲା ବୋହୁ। ପୁଅ କହିଲା ବାପା ତମେ ମୋତେ କ୍ଷମା କରିଦିଅ। ତମେ ଏଠୁ ଚାଲିଯାଅ ତମେ ରହିଲେ ଏଠି ଅଶାନ୍ତି ହେଉଛି। ମୋ ପିଲାମାନଙ୍କର ପାଠ ପଢାରେ ଅସୁବିଧା ହେଉଛି। ମୁଁ ଶାନ୍ତି ଚାହେଁ। 


ପ୍ରଚଣ୍ଡ ରାଗିଯାଇ ଆଣି ମୋତେ ଅଁଇଠାପାଲି ବସଷ୍ଟାଣ୍ଡରେ ଛାଡି ଦେଇ ଗଲା। ଆଉ ପଛକୁ ମଧ୍ଯ ଥରୁଟିଏ ବି ଦେଖିଲା ନାହିଁ ଯେ ବାପା କୁଆଡେ ଗଲେ। ଅସହ୍ଯ ଉତ୍ତପ୍ତରେ କୁଆଡେ ଯିବି ଭାବୁ ଭାବୁ ଏ ବସଟି ଭିତରକୁ ପଶିଆସିଲି। କ'ଣ କରିବି ମୋ ଭାଗ୍ୟକୁ ନେଇ ଗାଁରେ ଗଲେ ପଡିରହିବି। ଏତିକିରେ ବିକାଶ ଉତ୍ତର ଦେଲା ଆପଣଙ୍କର କ'ଣ କେହି ନାହାନ୍ତି? ମୁଁ ଅଛି ଆପଣଙ୍କର ଆଉ ଗୋଟିଏ ପୁଅ। ଆପଣଙ୍କ ଦୟାରୁ ଏଇ ବାପ ଛେଉଣ୍ଡ ଛୁଆଟି ଦୁଃଖ ଯନ୍ତ୍ରଣାରେ ମାଟ୍ରିକରେ ସେକେଣ୍ଡ ଡିଭିଜନରେ ପାସ୍ କରି ଥିଲା; ମାଆ ଚାଲିଯିବା ପରେ ଆପଣ ତ ଜାଣନ୍ତି ମୋ ଦୁଃଖ କଥା; ବାଧ୍ୟହୋଇ ଆଉ ପାଠ ନପଢି ଗାଁ ଛାଡି କେନ୍ଦୁଝର ଯାଇ ଏକ ମେଡିସିନ ଦୋକାନରେ ରହିଲି। ଏବେ ସେ ଦୋକାନର ମୁଁ ସର୍ବେ ସର୍ବା କହିଲେ ଚଳେ। ମାଲିକ ମୋତେ ପୁଅ ଭଳି ଦେଖେ। ମୋତେ ଏବେ ବେତନ ଆକାରରେ ୧୫,୦୦୦ ଟଙ୍କା ଦେଉଛି। ଇଏ ହେଉଛି ଆପଣଙ୍କ ଅବଦାନ। ଆପଣ ମୋ ପାଖରେ ରହିବେ। ଏହା ପରେ ବସ ଟି ଛାଡି ଥିଲା ଓ ବିକାଶ ନୀଳମଣି ସାରଙ୍କୁ ନେଇ ତା' ଭଡାଘରକୁ ନେଇଥିଲା। ସବୁ କଥା ତା' ସ୍ତ୍ରୀ ସୁଷମାଙ୍କୁ କହିଥିଲା; ସୁଷମା ଅଷ୍ଟମ ଶ୍ରେଣୀ ପାସ୍ କରିଥାଏ ହେଲେ ଭାରି ଚତୁରୀ ଓ ବୁଦ୍ଧିମତୀ। ସ୍ବାମୀର କଥା ଓ ସମ୍ମାନକୁ ରକ୍ଷା କରି ନୀଳମଣି ସାରଙ୍କ ସୁନ୍ଦର ଯତ୍ନ ନିଏ। ଏବେ ବିକାଶ ମନରେ ଅନେକ ଖୁସି ଅନୁଭବ କରେ ତା' ସ୍ତ୍ରୀର କାର୍ଯ୍ଯ କଳାପକୁ ଦେଖି। ନୀଳମଣି ସାରଙ୍କ ମନକୁ ପାଇଲା ଭଳିଆ ଅନେକ ସୁସ୍ବାଦ ଖାଦ୍ୟ ବିକାଶ ଯୋଗାଇ ଦିଏ; ନୀଳମଣି ସାର ଏହା ଦେଖି ବହୁତ ଆନନ୍ଦ ହୋଇ ଯାଇଥିଲେ ଓ କହିଲେ ଆରେ ବାବୁ ବିକାଶ ଏ ଦାମୀ ଆତ ଗୁଡିକ ମୋ ପାଇଁ କାହିଁକି ଆଣୁଛୁରେ ବାବୁ; ତୋର ପାଞ୍ଚ ପ୍ରାଣୀ କୁଟୁମ୍ବ ସବୁ ଆଡକୁ ଦେଖି ଚାହିଁ ଖର୍ଚ୍ଚ କର। 


ଏତିକିରେ ବିକାଶ ଉତ୍ତର ଦେଇଥିଲା ଆମେ ଯାହା ସବୁଦିନେ ଖାଉଛୁ ଇଏ ହେଉଛି ଆପଣଙ୍କର ସେଇ ବେତର ଭାତ; ପାଟିରୁ ନସରୁଣୁ ନୀଳମଣି ସାର କହିଲେ ଆଉ ଏଇ ଯେଉଁ ଆତ ତୁ ଦେଉଛୁ ଏହା ଅମୃତର ଆତ। ପରସ୍ପରଙ୍କ ନୟନରୁ ବାହାରି ଆସିଥିଲା ଲୋକାୟିତ ଅଶ୍ରୁଧାର ଗୁଡିକ ଓ ଉଭୟ ଉଭୟଙ୍କୁ କୋଳେଇ ନେଇଥିଲେ। ଠିକ୍ ଆସିବାର ୧୩ଦିନ ହୋଇଥାଏ। ସନ୍ଧ୍ୟାର ୭ଘଟିକା ସମୟରେ ଦୁଧ ଗ୍ଲାସଟିଏ ଗରମ କରି ସୁଷମା ଆଣି ନୀଳମଣି ସାରଙ୍କୁ ଦେଇଥା'ନ୍ତି। ପିଉ ପିଉ ତାଙ୍କର ଜୀବନ ଦୀପ ଲିଭି ଯାଇଥିଲା। ଭୋ-ଭୋ ହୋଇ କାନ୍ଦି ଉଠିଲେ ବିକାଶ ଓ ସୁଷମା। ଫୋନ କରି ଜଣାଇଥିଲେ ତାଙ୍କ ଦୁଇ ପୁଅଙ୍କୁ; ବଡ ପୁଅ ପହଞ୍ଚୁ ପହଞ୍ଚୁ ନୀଳମଣି ସାରଙ୍କ ଶବ ସଂସ୍କାର ହୋଇଯାଇଥିଲା। ଦୁହେଁ ମିଶି ଅତି ଆଡମ୍ବରରେ ଶୁଦ୍ଧ କାର୍ଯ୍ଯକୁ ସଂପାଦନ କଲେ। ବିକାଶ କୁ ତୁଠ ବାର୍ତ୍ତା ଦେଇ ଥା'ନ୍ତି। ସେ ଯାଇଥାଏ ଗାଁକୁ। ଶୁଦ୍ଧ ଘରର ଆଡମ୍ବର ପୂର୍ଣ୍ଣ ଭୋଜି, ତାଙ୍କର ନୂତନ ପୋଷାକ ପରିଚ୍ଛଦ ପରିଧାନ ଓ ଚାଞ୍ଚଲ୍ୟତାରୁ ସୂଚନା ଦେଇଥାଏ ଯେପରି ତାଙ୍କ ମୁଣ୍ଡରୁ ଏକ ବଡ ବୋଝ ଓହ୍ଲେଇ ଯାଇଛି। ହେଲେ ବିକାଶ ଭାବୁଥାଏ ନୀଳ ସାରଙ୍କର ସେଇ ମଳିନ ଚେହେରାର ହସ ହସ ମୁହଁଟିକୁ।


Rate this content
Log in

Similar oriya story from Inspirational