STORYMIRROR

Er. Prakash Majhi

Drama Tragedy Inspirational

3  

Er. Prakash Majhi

Drama Tragedy Inspirational

ଅନୁତାପ

ଅନୁତାପ

5 mins
243

ବିଶ୍ୱସୃଷ୍ଟିର ବିଚିତ୍ର ଜୀବ ମଣିଷ, ଜୀବନ ଓ କର୍ମଧାରା ତା'ର ବହୁମୁଖୀ। ଏ ଜୀବନ ମଧ୍ୟରେ ମଣିଷ ସୁଖକାମୀ। ସୁଖର ମାୟାମୃଗ ପଛରେ ଧାଇଁ ଧାଇଁ ମଣିଷ ଆଜି ହରାଇ ବସୁଛି ତା'ର ମାନସର କୋମଳ ସୀତାଙ୍କୁ। ସେ ଅନବସର ଜୀବନ ଆରମ୍ଭ କରିଛି ଭୌତିକ ସଭ୍ୟତାର ଆଶୁ ସୁଖର

ଅନ୍ୱେଷଣରେ। ଦିବସର ପୁଞ୍ଜିଭୂତ କ୍ଳାନ୍ତିକୁ ସେ ଶ୍ରାନ୍ତି-ନାଶିନୀ ନିଶିର କୋମଳ ସ୍ପର୍ଶରେ ବିସ୍ମୃତ ହୋଇ ପୁନଃଧାବନ କରୁଛି। ଗତିରେ ତା'ର ପବନର କ୍ଷିପ୍ରତା ଦେଇଛି ବସ୍ତୁବାଦୀ ସଭ୍ୟତା। ମାତ୍ର କ୍ରମାଗତ ଧାଇଁବାରେ ଆସୁଛି ଅବସାଦ ଏବଂ କ୍ଳାନ୍ତି। ମନର ସୁକୁମାରତାକୁ ହରାଇ ସେ ମାନସିକ ସ୍ତରରେ ହୋଇଯାଉଛି ରୁଗୁଣା, କ୍ଳାନ୍ତ, ଅବସନ୍ନ ଏବଂ ପୀଡିତ। ଏଥିରୁ ମୁକ୍ତି ପାଇବା ପାଇଁ ଆବଶ୍ୟକ ତା'ର ଅବସର, ଏବଂ ଅବସରକୁ ସରସ ସୁନ୍ଦର କରି, ପରବର୍ତ୍ତୀ ପରିସ୍ଥିତିକୁ ପ୍ରେରଣାର ଉତ୍ସରୂପେ ଗଢିତୋଳିବା ପାଇଁ ଆବଶ୍ୟକ ଅବସର ବିନୋଦନ।

କିନ୍ତୁ ଯେତେବେଳେ ଅବସର ମିଳିଲା ଚାକେରୀ ଜୀବନରୁ ଦୀପକ ବାବୁଙ୍କୁ, ସେ ଅନେକ ଖୁସି ଅନୁଭବ କରିବା କଥା ମାତ୍ର ସେମିତି ହେଲା ନାହିଁ। ସେ ଅବସର ପରେ ଭୋଗ ବିଳାସରେ ସମୟ ଅତିବାହିତ ନକରି ନିଜେ ଅପରାଧୀ ସାଜି ନିଜ ସ୍ତ୍ରୀଙ୍କୁ ମଧ୍ୟ ଅପରାଧୀ ସଜେଇ ଦେଇଛନ୍ତି। କ'ଣ ଥିଲା ତାଙ୍କର ଦୋଷ। ଆସନ୍ତୁ ପଢିବା ପୁରା କାହାଣୀ।

ଦୀପକ ବାବୁଙ୍କର ବିବାହ ଆଜକୁ ତିରିଶ ବର୍ଷ ହୋଇ ଗଲାଣି। ତା'ର ଏତେ ବର୍ଷ ପରେ ବି କୋଳପୂର୍ଣ୍ଣ ହୋଇ ପାରିଲା ନାହିଁ। ସ୍ବାମୀ ଓ ସ୍ତ୍ରୀ ଉଭୟ ବଡ଼ବଡ଼ ଅଫିସର। ଜଣେ ସିଭିଲ୍ ଇଂଜିନିୟର ଓ ଜଣେ ବିଇଓ। କିନ୍ତୁ କୋଳକୁ ଅପୂର୍ଣ୍ଣ ରଖିଲେ ତ ମନ ଅବଶୋଷ। ଦୁହିଁଙ୍କର ପାହାଡ଼ ପାହାଡ଼ ଟଙ୍କା ନଭଶ୍ଚୁମ୍ଭି ବଙ୍ଗଳା। ଗୋଟିଏ ଭୁବନେଶ୍ବର,ଗୋଟିଏ ବାଲେଶ୍ବର,ଗୋଟିଏ ଛତ୍ରପୁର ତ ଗୋଟିଏ ସମ୍ବଲପୁରରେ। ଏତେଏତେ ବଙ୍ଗଳା ହେଲେ ରହିବାକୁ ଜଣେ ହେଲେ ଲୋକ ନାହିଁ। ଦୁହେଁ ସବୁ ଜାଣି ସାରିଲେଣି ଯେ ତାଙ୍କର ଆଉ ଆଗକୁ କୋଳପୂର୍ଣ୍ଣ ହେବ ନାହିଁ ତଥାପି ଲୋଭ ହୃଦୟରୁ ଯାଉନାହିଁ। ନିଜର ଦରମା ବ୍ଯତୀତ ଲାଞ୍ଚମିଛଠୁ ଢେରଢେ଼ର ଅର୍ଥ ଆଦାୟ ହେଉଛି। ଏହି ଲାଞ୍ଚମିଛ ତାଙ୍କୁ ବୋଧହୁଏ କୋଳପୂର୍ଣ୍ଣ କରିବାକୁ ଦେଲା ନାହିଁ।

ସେ ଦିନ ଦୀପକ ବାବୁ ପତ୍ନୀକୁ କହିଲେ,"ପ୍ରିୟେ ! ଏତେ ବଡ଼ ବଙ୍ଗଳା ହେଲେ ରହିବାକୁ କେହି ଜଣେ ହେଲେ ନାହିଁ। ଏଣୁ ମୁଁ କ'ଣ କହୁଥିଲି କି ଯଦି ପୁଷ୍ଯ ପୁତ୍ରଟିଏ ରଖନ୍ତେ କେମିତି ହୁଅନ୍ତା?" ସ୍ବାମୀଙ୍କ କଥା ସରି ନାହିଁ ମୁହଁ ଛିଞ୍ଚାଡି଼ ପତ୍ନୀ ଅନୁପମା କହିଲେ,"ଦୀପକ ! କିଛି ଦରକାର ନାହିଁ। ଆମର ଟଙ୍କା କିଏ ଖାଇବ ସେ ବ୍ଯବସ୍ଥା ମୁଁ କରିବି। ଆପଣ କୌଣସି ବ୍ଯସ୍ତ ହୁଅନ୍ତୁ ନାହିଁ।" ପତ୍ନୀର ଏହି କଥାରେ ଦୀପକ ନୀରବ ରହିଲେ। ସେ ବିବାହ କରିବା ଦିନରୁ ପତ୍ନୀକୁ ଭୟ କରନ୍ତି କାରଣ ପ୍ରତି ମୁହୂର୍ତ୍ତରେ କୋଟ ଓ କଚେରୀର କଥା କହି ଭୟ ଦେଖାନ୍ତି ତ ଦୀପକର ବି ପ୍ରାଣେ ଭୟ। ଦୀପକର ପ୍ରେମ ବିବାହ ହୋଇଥିଲା। ଅନ୍ୟଜାତି ହୋଇଥିବାରୁ ଘରଲୋକେ ଏ ଦୁହିଁଙ୍କୁ ଘରୁ ବର୍ଜନ କରିଦେଲେ। ଯିଏ ଯେତେ ପାରିଲେ ମୁହଁରେ ଅପଭାଷା ଓ ଅପକଥା କହିଲେ। ବାପା ଓ ମାଆ କେତେ କଷ୍ଟକରି ଜନ୍ମଦେଇ,ଲାଳନ ପାଳନ କରି,ପାଠ ପଢେ଼ଇ ଓ ଚାକିରି ଧରେଇ ଥିଲେ ଦୀପକକୁ। ଦୀପକ ବଡ଼ ହୋଇ ଭଲ ରୋଜଗାର କଲା ତ ସଭିଙ୍କୁ ଗୋଇଠା ମାରିଲା। ଭଲ ପାଉଥିବା ଝିଅକୁ ବିବାହ କଲା ତ ବାପା ଓ ମାଆଙ୍କ ଆଖିରେ ଲୁହ। ସେମାନେ ସିଧାସିଧା ଅଭିଶାପ ଦେଲେ କି ଆମେ କଷ୍ଟକରି ତୋତେ ଜନ୍ମଦେଇ ମଣିଷ କରିଥିଲୁ ଏବେ ଆମକୁ ଯେଉଁ ଆଘାତ ଦେଲୁ ତୁ ତୋ'ର ଜୀବନରେ ସେହି କଷ୍ଟରୁ ମୁକ୍ତ ହେବୁ। ତୁମେ ସନ୍ତାନ ହୀନ ହେଲେ ବୁଝିବ ବାପା ଓ ମାଆ କିଏ ଓ ମନେମନେ ବିବାହର ଫଳ କ'ଣ ହୋଇଥାଏ?

ଏ କଥା ଅକ୍ଷରେ ଅକ୍ଷରେ ସତ ହେଲା। ଦୀପକ ଯେବେ ଭାବେ ମୁ଼ହଁ ତଳକୁ ଢେରଢେ଼ର କାନ୍ଦେ। କି ସୁଖ ମିଳିଲା ଗୋଟିଏ ଅନ୍ୟଜାତି ଝିଅକୁ ବିବାହ ହୋଇ। ଯେଉଁମାନେ ତାକୁ ଜନ୍ମଦେଇ ଛୋଟରୁ ବଡ଼ କଲେ ସେମାନଙ୍କ ମୁହଁ ଦେଖୁବାକୁ ସୁଦ୍ଧା ଅଯୋଗ୍ଯ ହେଲି। ଗୋଟିଏ ବିପରୀତ ଲିଙ୍ଗ ପାଇଁ ଘର ପରିବାର ବନ୍ଧୁ ଓ ବାନ୍ଧବକୁ ହରେଇଲି। କ'ଣ ଦରକାର ଥିଲା ଭଲ ପାଇବା। ଲୁଚିଲୁଚି ବିବାହ କରିବା। ତାକୁ ମହଙ୍ଗା ପଡି଼ଲା ଓ ସେ ସାରା ଜୀବନ ନିଜକୁ ଲୁଚାଇ ରଖିଲା। କେତେଥର ଯାଇଛି ବାପା ଓ ମାଆଙ୍କର ସେବା କରିବାକୁ। ଅର୍ଜିତ ସମ୍ପତି ଯାଚିଛି ମଧ୍ଯ କିନ୍ତୁ ସବୁ ଛେପକୁ ତୁଣ୍ଡରୁ ପକେଇଲା ପରି ସେଇ ଗୋଟିଏ କଥା ଶୁଣିଛି। ପକେଇବା ଛେପ ଆଉ ଚାଟିବା ଏ ବାପାର ନୁହେଁ,ଯାଆ ମୋ ସମୁଖରୁ ଚାଲିଯା। ମୋ'ର ଏ ଚାଳଘରୁ ଚାଲିଯାଆ ଓ ଆମକୁ ଭୁଲିଯାଆ ଯେଉଁଠି ବଡବଡ଼ କୋଠା କରିଛୁ ସେଇଠି ତୋ'ର ଧନ ସମ୍ପଦକୁ ରଖିବୁ। ତୋ'ର ଭବିଷ୍ଯତ ତୋତେ ସୁନ୍ଦର,ନୁହେଁ ନା...? ଏପରି କଥା ତାକୁ ଯଦିଓ ବାଧୁ ନ ଥିଲା ହେଲେ ବେଶି ଆଘାତ ଦେଉଥିଲା ତାକୁ ପୁତ୍ର ସୁଖରୁ ବଞ୍ଚିତ କଲେ ବୋଲି ।

ସେ ଦିନ ଥିଲା ତା'ର ଶେଷ ଚାକିରି ଓ ଅବସର ନେବାର ଦିନ। ସେ ତ ବାପା ଓ ମାଆଙ୍କୁ ହରେଇ ଲୁଟିଥିଲା କୋଟିକୋଟି ଜନତାଙ୍କ ଲୁହ ଓ ରକ୍ତକୁ। ସେ ଫୋପାଡି ଦେଲା ସାଇତି ରଖିଥିବା ସବୁ ଆସବାଦ,ସୁନା,ରୂପା ଆଉ ସଞ୍ଚୟ କରିଥିବା ପାଶ ବହିକୁ ବି ପୋଡି଼ଦେଲା। ଦୀପକ କେବଳ ନିଜର ନୁହେଁ ପତ୍ନୀର ମଧ୍ଯ ଯାହା ଥିଲା ସରକାରୀ ଆବଶ୍ଯକତା ନଥିପତ୍ର ସବୁକୁ ଜାଳିପୋଡି଼ ଛାରଖାର କରିଦେଲା ଆଉ ବେକରେ ଦଉଡି଼ ଲଗେଇ ଦେଇ ଲେଖି ଦେଲା କି ମୋ'ର ଆତ୍ମହତ୍ଯା ପାଇଁ ମୋ'ର ପତ୍ନୀ ହିଁ ଦାୟୀ। ଆଜି ଚହଳ ପଡି଼ଗଲା କି କାଲି ଯିଏ ଚାକିରୀରୁ ଅବସର ନେଲା ଆଜି ଆତ୍ମହତ୍ଯା କେବଳ ତା'ର ପତ୍ନୀ ଯୋଗୁଁ ହୋଇଛି। ପୋଲିସ ଆସି ଖୋଳତାଡ଼ କଲେ ଓ ଅନୁପମାକୁ ଜେଲ କୋଠରିକୁ ପଠେଇ ଦେଲେ।

ଦୀପକ ବାବୁ ମରିବା ଖବର ଘରକୁ ଗଲା। ତଥାପି ବାପା ଓ ମାଆ ନିଜ କୁଡି଼ଆରେ ଥାଇ ଶୁଦ୍ଧିକ୍ରିୟା କଲେନାହିଁ। ପତ୍ନୀ ଜେଲର କୋଠରି ଭିତରେ ମଶା,ଓଡ଼ଶ ଓ ବାଦୁଡି଼ଙ୍କ ଗହଣରେ ରହିଲା। ଏହା ସତ୍ତ୍ୱେ ମଧ୍ୟ ତା' ଆଖିରୁ ଲୁହ ଟୋପାଏ ସୁଦ୍ଧା ଗଡେ଼ଇଲା ନାହିଁ କାରଣ ସେ ବିବାହ କରିଥିଲା ଦୀପକକୁ ନୁହେଁ, ଦୀପକର ଚାକିରିକୁ। ସେ ତ ସର୍ବଦା ସ୍ବାମୀର ସୁଖ ଚାହୁଁ ନ ଥିଲା ତାଙ୍କୁ କାଠ କଣ୍ଢେଇ ପରି ନିତି ନଚାଉ ଥିଲା। ପ୍ରତିକ୍ଷଣ କୋଟ କଚେରୀର ଭୟ ଦେଖାଉ ଥିଲା ଏବେ ତ ସେ ନାହାଁନ୍ତି ଭଲ ହେଲା କିନ୍ତୁ ଜମା କରିଥିବା ଲାଞ୍ଚମିଛ ଓ ଦରମାର ସବୁ ପାଶ ବହିକୁ ନଷ୍ଟ କରିବା ତାକୁ ବହୁତ ମନେପଡୁଥିଲା। ସେ ଖାସ୍ ଏଇ ଅର୍ଥ ପାଇଁ ହିଁ କାନ୍ଦୁଥିଲା। ବଡ଼ ମହଲ ଗୋଟିଏ ନୁହେଁ ଅନେକ ତା'ର ଅଛି ହେଲେ ସେ ସବୁକୁ ପାଇବାକୁ ତ ଆଉ ସମୟ ହିଁ ନ ଥିବ ବାର ବର୍ଷ ଜେଲ ଭିତରେ ଥାଇ ବୟସକୁ ଆହୁରି ଖସେଇ ଦେଇଥିବ। ସେଇ ବଡ଼ ମହଲ ତାଙ୍କ ନାମରେ ଥିବ କି ସରକାରଙ୍କୁ ହସ୍ତାନ୍ତର କରି ଦେଇଥିବେ କିଏ ଜାଣେ?

ଅନୁପମା କାନ୍ଦୁଥିଲା ମନେ ପକାଇ ତା'ର ଅତି ଆଦରର ବଡ କୋଠାକୁ। ସେ କୋଠା ସତରେ ବିରାଟ ହିଁ ଥିଲା ହେଲେ ରହିବ କିଏ? ସେ ତ ବୟସ ଥିବା ବେଳେ ସନ୍ତାନ ନ କରିବାକୁ ସ୍ବାମୀକୁ ବାଧ୍ଯ କରୁଥିଲା। ଥରେ ଜୋର କି ତାଙ୍କ ଶୁକ୍ରାଣୁ ଠେଲି ଦେଇ ଥିଲେ ଯେ ସେ ଭ୍ରୃଣହତ୍ଯା କରିଥିଲା ଆଉ ଚେତାବନୀ ଦେଇଗଲା କି ମୋ'ର ଇଛା ବିରୁଦ୍ଧରେ ଯିବ ତ ତୁମକୁ କାଠଗଡା଼କୁ ଟାଣିନେବି। ଆଉ କୋଟ,କଚେରୀ ଓ ଜେଲ ଭିତରେ ଥାଇ ବୁଝିବ ଧର୍ଷଣ କଲେ କେତେ ଭୟଙ୍କର ହୋଇଥାଏ। ସତରେ ! ପତ୍ନୀକୁ ନ ମନେଇ ଟିକିଏ ଖୁସିରେ ଖଟରେ ଗଡି଼ଯିବା ବି ଭୟଙ୍କର। ଆଜି ବଡ଼ବଡ଼ ବଙ୍ଗଳାମାନେ ତ ଉପହାସ କରୁଛନ୍ତି। ସେମାନେ କହୁଛନ୍ତି ଚୁଲିକୁ ଯାଉ ତୁମର ବଙ୍ଗଳା ଗଢି଼ବା। ଚୁଲିକୁ ଯାଉ ତୁମର ଭଲ ପାଇ ବିବାହ କରିବା। ଯେଉଁଠି ସ୍ନେହ,ପ୍ରେମ ଓ ଭଲ ପାଇବା ନାହିଁ ଏ କୋଠା କି ବଙ୍ଗଳା ଠିଆ ହୋଇ ଲାଭ କ'ଣ? ଅନୁପମାର ଆଜି କୋଠା ଅଛି ନା ସନ୍ତାନ? ସବୁତ ହାତରୁ ଚାଲି ଯାଇଛି। ସେ ଜେଲ ଭିତରେ ଥାଇ ଅନୁତାପର ନିଆଁରେ ପୋଡି଼ ହୋଇ ଜଳିବା ଆରମ୍ଭ କରିଛି।


Rate this content
Log in

Similar oriya story from Drama